ନୂଆଦିଲ୍ଲୀ: ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା। ତେବେ ଆମେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିଥାଉ। ପ୍ରଶ୍ନ ଉଠୁଛି ଯଦି ଅଗଷ୍ଟ ୧୪ ରାତି ୧୨ଟାରେ ସ୍ୱାଧୀନତା ଘୋଷଣା କରାଯାଏ, ତେବେ ଆମେ ପ୍ରତିବର୍ଷ ଏହି ଦିନରେ ସ୍ୱାଧୀନତା ପାଳନ କରୁନାହୁଁ କାହିଁକି? ପ୍ରଶ୍ନ ଉଠୁଛି, ଯେତେବେଳେ କୌଣସି ଦେଶର ନୂଆ ଭାଗ୍ୟ ଲେଖିବା ଭଳି ବଡ଼ କାମ ହୋଇଛି, ତେବେ ଦିନରେ ନୁହେଁ ବରଂ ମଧ୍ୟରାତ୍ରିରେ କାହିଁକି? ରାତି ୧୨ଟାରେ ବ୍ରିଟିଶରାଜ ହାତରୁ ଭାରତୀୟଙ୍କୁ ଶାସନର ଦାୟିତ୍ୱ ହସ୍ତାନ୍ତର କରାଯିବାର ବାଧ୍ୟତାମୂଳକତା କ’ଣ ଥିଲା? ଡୋମିନିକ୍ ଲାପିଏର୍ ଏବଂ ଲାରି କଲିନ୍ସଙ୍କ ଦ୍ୱାରା ଲିଖିତ ‘ଫ୍ରିଡମ୍ ଆଟ୍ ମିଡ଼୍ ନାଇଟ୍’ ପୁସ୍ତକଟି ହିନ୍ଦୀରେ ଫ୍ରିଡ୍ମ ଆଟ୍ ମିଡ଼୍ ନାଇଟ୍ ନାମରେ ପ୍ରକାଶିତ ହୋଇଥିଲା। ଅଗଷ୍ଟ…
Author: Samikhsya Bureau
ଭୁବନେଶ୍ବର: ଓଡିଶାରେ ହେବ ଆଗୁଆ ନିର୍ବାଚନ। ଏ ନେଇ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣ କର୍ମିଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଆଗୁଆ ନିର୍ବାଚନ ନେଇ ରାଜ୍ୟର ରାଜନୈତିକ ଦଳଗୁଡିକ ମଧ୍ୟ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ବୋଲି ମିଡିଆରେ କହିସାରିଲେଣି। ଏ ନେଇ ଖୋଦ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ଯେତେବେଳେ ବି ନିର୍ବାଚନ ହେଲେ କଂଗ୍ରେସ ସବୁବେଳ ପ୍ରସ୍ତୁତ ରହିଛି। ସେଥିରେ କିଛି ଆସୁବିଧା ହେବ ନାହିଁ। ବହୁଦିନରୁ କଂଗ୍ରେସ ତୃଣମୂଳ ସ୍ତରରୁ କାମ ଆରମ୍ଭ କରିଦେଇଛି। ଲୋକଙ୍କର ଆସ୍ଥାଭାଜନ ପାଇଁ ଦଳର ନେତାମାନେ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକ୍ରମ କରିସାରିଛନ୍ତି। ସେଥିପାଇଁ ଏବେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ। ସେହିପରି ବିଜେପି ତରଫରୁ ମଧ୍ୟ ଏ ନେଇ ମତ ରଖାଯାଇଛି। ଦଳ କହିଛି ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ…
ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଚ୍ୟାନେଲ ଅନେକ ସର୍ଭେ କରିଛନ୍ତି। ଯେଉଁଥିରେ ଇଣ୍ଡିଆ ଟୁଡେ ଚଳିତ ବର୍ଷ ଜାନୁଆରୀରେ ଟାଇମ୍ସ ନାଓ ଜୁନ୍ ଏବଂ ଇଣ୍ଡିଆ ଟିଭି ଗତ ମାସରେ ବିରୋଧୀ ଇଣ୍ଡିଆ ଆଲାଇନ୍ସ ଗଠନ ପରେ ଲୋକଙ୍କ ମନୋବଳ ଜାଣିବା ପାଇଁ ଏକ ସର୍ଭେ କରିଥିଲା। ଯେଉଁଥିରେ ଜନସାଧାରଣଙ୍କଠାରୁ ମିଳିଥିବା ମତାମତ ଆଶ୍ଚର୍ଯ୍ୟଜନକ। ଯଦି ଆମେ ଏହି ତିନୋଟି ସର୍ବେକ୍ଷଣର ଆକଳନକୁ ଦେଖିବା, ଏଥିରେ ଗୋଟିଏ କଥା ସାଧାରଣ ଅଟେ। ପ୍ରତ୍ୟେକ ସର୍ଭେରେ ଆସନ୍ତା ବର୍ଷ ଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ ମିଳିତ ସରକାର ଗଠନ ଦେଖାଯାଇଛି। ଏହି ତିନୋଟି ସର୍ବେକ୍ଷଣରେ ଏନଡିଏ ୩୦୦ ଟି ସିଟ୍ ପାଇବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ୨୦୧୯ ନିର୍ବାଚନ ତୁଳନାରେ କଂଗ୍ରେସ ଲୋକସଭା ଆସନକୁ କିଛି ପରିମାଣରେ ବୃଦ୍ଧି କରିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତୁ ଜାଣିବା, କେଉଁ ସର୍ଭେରେ,…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ଅନୁଷ୍ଠିତ ବିଜେପିର ମୋର୍ଚ୍ଚା ସଂଯୁକ୍ତ ସମ୍ମିଳନୀରେ ମମତା ବାନାର୍ଜୀ ସରକାରଙ୍କ ଉପରେ ବିଜେପି ସଭାପତି ଜେପି ନଡ୍ଡା ଜୋରଦାର ଆକ୍ରମଣ କରିଛନ୍ତି। ଜେପି ନଡ୍ଡା କହିଛନ୍ତି ଯେ, ମମତା ଦିଦି ପଶ୍ଚିମବଙ୍ଗରେ ଦୁର୍ନୀତିର ପ୍ରମାଣ ମାଗିଛନ୍ତି। ମମତା ଦିଦି, ଆପଣଙ୍କର ପାର୍ଥୋ ଜୀ, ଶାନ୍ତନୁ ବାନାର୍ଜୀ ଏବଂ ମାଣିକ ଭଟ୍ଟାଚାର୍ଯ୍ୟ କାହିଁକି ଜେଲରେ ଅଛନ୍ତି? ଆପଣଙ୍କର ଘନିଷ୍ଠ ଅନୁବ୍ରତ ମଣ୍ଡଳ ଏବଂ ତାଙ୍କ ଝିଅ ଜେଲରେ କାହିଁକି? ଦିଦିଙ୍କ କ୍ୟାବିନେଟ ବୈଠକ ଜେଲରେ ଅନୁଷ୍ଠିତ ହେବ, ତାହା ଦେଖିବା ବେଶୀ ଦିନ ନାହିଁ। ଶ୍ରୀ ନଡ୍ଡା କହିଛନ୍ତି ଯେ, କୋଇଲା ସ୍କାମ, ଶାରଦା ସ୍କାମ, ରୋଜ ଭ୍ୟାଲି ସ୍କାମ, ଶିକ୍ଷକ ନିଯୁକ୍ତି ସ୍କାମ, ଗୋରୁ ଚୋରା ଚାଲାଣ, ପିଏମ ହାଉସିଂ ସ୍କାମ, ମମତା ଦିଦି ସରକାରରେ ପଶ୍ଚିମବଙ୍ଗରେ ଅମ୍ଫାନ ରିଲିଫ ସ୍କାମ ହୋଇଛି ନା ନାହିଁ? ସ୍କାମର ଅର୍ଥ ହେଉଛି ଟିଏମସିର ସ୍କାମ ଏବଂ ଦିଦି ଏହାର…
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ଟି -୨୦ ସିରିଜରେ ଭାରତକୁ ୨-୩ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍ ଫ୍ଲୋରିଡାଠାରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ୮ ୱିକେଟ୍ ରେ ପରାସ୍ତ ହୋଇଥିଲା। ଏହି ପରାଜୟ ପରେ ଭାରତୀୟ ଦଳ ନାମରେ ଏକ ଲଜ୍ଜାଜନକ ରେକର୍ଡ କରାଯାଇଥିଲା। ବାସ୍ତବରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ୫ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସିରିଜ୍ ହରାଇଲା। ପୂର୍ବରୁ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଟିମ୍ ଇଣ୍ଡିଆ ଜିତିଛି କିମ୍ବା ସିରିଜ୍ କୌଣସି ପ୍ରକାରେ ଡ୍ର ରହିଛି। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଦ୍ୱିପାକ୍ଷିକ ସିରିଜରେ ପ୍ରଥମ ଥର ପାଇଁ ପରାଜୟର ସମ୍ମୁଖୀନ ହୋଇଥିଲା। ଏହାପୂର୍ବରୁ ୨୦୨୨ ମସିହାରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଙ୍ଗଲୀ ହାତୀ ଦଳା ଚକଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣକ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳ ପୁଞ୍ଜିଆମା ଗ୍ରାମର ପାଣ୍ଡଵ ପ୍ରଧାନ ଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ (୩୫)। ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଏକ ଜଙ୍ଗଲୀ ହାତୀପଲ ମାଳ ପୁଞ୍ଜିଆମା ଗ୍ରାମରେ ଫସଲ ଖାଇବା ଉଦ୍ଦେଶ୍ୟରେ ପଶିଯାଇଥିଲେ। ତେବେ ରଞ୍ଜନା ସେହି ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବନ ବିଭାଗ ବାଣପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଐତିହାସିକ ଲାଲ୍ କିଲାରେ ୭୭ତମ ସ୍ବାଧୀନତା ଦିବସ ସମାରୋହରେ ୨୦୨୩ ରେ ଭାଗ ନେବା ପାଇଁ ସମ୍ମାନିତ ସ୍କୁଲ ଶିକ୍ଷକମାନଙ୍କୁ ‘ବିଶେଷ ଅତିଥି’ ଭାବରେ ଆମନ୍ତ୍ରିତ କରିଛି। ୫୦ ଜଣ ଶିକ୍ଷକଙ୍କ ଏକ ମନୋନୀତ ଗୋଷ୍ଠୀ, ଯେଉଁମାନେ ଯୁବ ମନକୁ ଆକୃଷ୍ଟ କରିବା ଏବଂ ବିକଶିତ କରିବା ପାଇଁ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ନିମନ୍ତ୍ରଣ କରାଯାଇଛି। ଏହି ଶିକ୍ଷାବିତମାନେ ସାରା ଦେଶର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ କେନ୍ଦ୍ରିୟ ବିଦ୍ୟାଳୟ ସଂଗଠନ ସ୍କୁଲ ଗୁଡ଼ିକରୁ ଆସିଛନ୍ତି। ଏହି ସ୍ୱତନ୍ତ୍ର ଅତିଥିମାନେ ଅଗଷ୍ଟ ୧୪ ରୁ ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଦୁଇ ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେମାନଙ୍କର ଏହି କାର୍ଯ୍ୟରେ ଦେଶର ଐତିହ୍ୟ ଏବଂ ପ୍ରଗତିର ମହତ୍ତ୍ବକୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ପ୍ରୋଗ୍ରାମର…
ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ । ଆପଣ କଥାରେ କଥାରେ କ୍ରୋଧିତ ହେବେ । ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକୁ ଯିବାକୁ ପଡିପାରେ । ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ…
ଭୁବନେଶ୍ଵର: ଖଦୀ କାରିଗର ଓ ଅନ୍ୟାନ୍ୟ ୧୮ଟି ବିବିଧ କ୍ଷେତ୍ରରୁ ବିଶ୍ବକର୍ମାମାନଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ସ୍ବାଧୀନତା ଦିବସରେ ନୂଆଦିଲ୍ଲୀ ଲାଲକିଲ୍ଲାରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଦେଶର ୧୮ ଶହ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଙ୍କୁ ଏଥର ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ପତାକା ଉତ୍ତୋଳନ ସହ ତାଙ୍କର ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ଶୁଣିବାକୁ ଭାରତ ସରକାର ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏମଏସଏମଇ ମନ୍ତ୍ରଣାଳୟ ୫୦ ଜଣ ଖଦୀ କାରିଗର ଓ ୬୨ ଜଣ ବିଶ୍ବକର୍ମାଙ୍କୁ ୧୮ଟି ବିଭିନ୍ନ ବେଉଷାରୁ ସେମାନଙ୍କ ପତ୍ନୀଙ୍କ ସହ ଚଳିତ ବର୍ଷ ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅଗଷ୍ଟ ୧୫, ୨୦୨୩ ଦିନ ଜାତୀୟ ପତାକା ଉତ୍ତୋଳନରେ ଯୋଗ ଦେବା ପରେ କେନ୍ଦ୍ର…
ଭୁବନେଶ୍ୱର: ଡିଏଭି ପୋଖରୀପୁଟ ‘ଅଟଳ ଟିକରିଂ ‘ଲାବରେଟୋରିର ‘ଷଷ୍ଠ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କ୍ୟୁରେଟର କପିଲ ଜୈନ ଯୋଗଦାନ କରି ନବୀନ ଗବେଷଣାତ୍ମକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅଟଳ ଟିକରିଂଲାବରେଟୋରିର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତାଭାବେ ସୌମ୍ୟ ପ୍ରକାଶ ମିଶ୍ର,ଅଶ୍ଵିନୀ ସେଠୀ, ସିଦ୍ଧାର୍ଥ ଶୁଭଙ୍କର, ଆକାଶ ଜୟଶୁଆଲ ଯୁବ ଉଦ୍ଭାବକଗଣ ଯୋଗଦେଇ ଗବେଷଣାତ୍ମକ କାର୍ଯ୍ୟରେ ମନୋନିବେଶ ପୂର୍ବକ ଆଧୁନିକ ସମାଜ ପାଇଁ ବିଜ୍ଞାନର ଅବଦାନକୁ ଲୋକଲୋଚନକୁ ଆଣିବା ଆମର ଦାୟିତ୍ଵ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ ବିଦ୍ୟାର୍ଥୀମାନେ ଅନୁସନ୍ଧିତ୍ସା ମନୋଭାବ ପୋଷଣ କରି, ନିଜକୁ ଜଣେ ଜଣେ ଶିଶୁ ବୈଜ୍ଞାନିକଭାବେ ପ୍ରତିଷ୍ଠା କରିବାକୁ ଆହ୍ୱାନ…
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ। ଓଡ଼ିଶାରୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଅନ୍ତର୍ଗତ ଚାଉଳଶୁଖା ଗ୍ରାମର ମହିଳା ଚାଷୀମାନେ ନାରୀ ସଶକ୍ତିକରଣର ପରାକାଷ୍ଠା ଦେଖାଇଛନ୍ତି। ଏମାନେ କୃଷକ ଉତ୍ପାଦକ ସଂଗଠନ ତିଆରି କରି କପା ଉତ୍ପାଦନ ଓ କାର୍ପାସ ସାମଗ୍ରୀର ସଫଳ ବିପଣନ କରି ଭଲ ରୋଜଗାର କରିବା ସହ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପ୍ରଥମେ ଏହି ଗ୍ରାମର ୧୦ଜଣ ମହିଳା ମିଶି ଏକ କୃଷକ ଉତ୍ପାଦକ ସଂଗଠନ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ସଦସ୍ୟ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଥିଲା। ପ୍ରତି ମହିଳା ୨ହଜାର ଟଙ୍କା ଲେଖାଏଁ ଜମା କରି ମହାଶକ୍ତି…
ଭୁବନେଶ୍ୱର/କୋଣାର୍କ : ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଓ ଅମୃତ ମହୋତ୍ସବ ପାଳନ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି। ଆଜି ପୁରୀ ଜିଲ୍ଲା କୋଣାର୍କଠାରେ ଅନୁଷ୍ଠିତ “ତ୍ରିରଙ୍ଗା ଯାତ୍ରା”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି। କୋଣାର୍କର ବନାଖଣ୍ଡିରୁ ଆରମ୍ଭ ହୋଇ ଏହି ଯାତ୍ରା ଚନ୍ଦ୍ରଭାଗା ଦେଇ ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିରଠାରେ ସମାପ୍ତ ହୋଇଥିଲା। ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ। ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶରେ ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ କରି ଆସନ୍ତା ଅମୃତ…
ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ। ଚର୍ଚ୍ଚା ଅନୁସାରେ ନବୀନ ପଟ୍ଟନାୟକ କୁଆଡେ ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭା ଭଙ୍ଗ କରିବେ। ଏହାପରେ ଡିସେମ୍ବରରେ ଦେଶରେ ହେବାକୁ ଥିବା ପାଞ୍ଚୋଟି ବିଧାନସଭା ନିର୍ବାଚନ ସହିତ ଓଡିଶା ନିର୍ବାଚନ ମଧ୍ୟ ହେବ। ତେବେ ଏହି ଚର୍ଚ୍ଚା ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସରକାର ଭାଙ୍ଗିବାକୁ ଘୋଷଣା କରିବେ। ତେବେ ଏ ନେଇ କେନ୍ଦ୍ର ସରକାର କୁଆଡେ ଚାପ ପକାଉଛନ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାରଙ୍କ କୌଣସି ପ୍ରକାରରେ ରାଜ୍ୟ ବିଧାନସଭା ସହ ଦେଣନେଣ ନାହିଁ। ସେମାନଙ୍କର ସାଂସଦ ଦରକାର, ଲୋକସଭାରେ ସଂଖ୍ୟା ଗରିଷ୍ଠ ଦରକାର। ହେଲେ ଓଡିଶାରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେଉଥିବାରୁ ରାଷ୍ଟ୍ରୀୟ ବିଜେପିକୁ ଅଡୁଆ ହେଉଛି। ନବୀନ ପଟ୍ଟନାୟକଙ୍କ ହାୱାରେ ବିଧାନସଭାରେ ସବୁ ଭୋଟ ବିଜେଡି ପୋଛି ନେବା ସହିତ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଗବତୀ କଳାନିକେତନର ଓଡିଶୀ ଗୁରୂ ହରପ୍ରିୟା ବାରିକଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ସୁଶ୍ରୀ ବାରିକ, ଅର୍ପିତା ଦାସ ଓ କାବ୍ୟା କୁଞ୍ଜଲ ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିବା ପରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ତଥା ପୂର୍ବତନ ରୋଟାରୀ ଡିଜି ଶିବବ୍ରତ ଦାସ, ସମ୍ମାନିତ ଅତିଥି ତଥା ରୋଟାରୀ ଜିଲ୍ଲା ସେବା ପ୍ରକଳ୍ପ ଅଧ୍ୟକ୍ଷ ରୋଟାରୀଆନ ତନ୍ମୟ ମହାନ୍ତି ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦଘାଟନ କରିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବା ପରେ ପ୍ରାକ୍ତନ ସଭାପତି ରୋଟାରୀଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି। ହର ଘର ତ୍ରିରଙ୍ଗା ଭାବନାରେ ସଭିଏଁ ଏପରି କରିବାକୁ ସେ କହିଛନ୍ତି। ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଆସନ୍ତୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇବା ଏବଂ ଏହି ନିଆରା ପ୍ରୟାସକୁ ସମର୍ଥନ ଦେବା ଯାହା କି ଆମ ଦେଶପ୍ରେମ ଭାବନା ଏବଂ ଆମ ଭିତରେ ଥିବା ସମ୍ପର୍କକୁ ଅଧିକ ଗଭୀର କରିବ’।
ଭୁବନେଶ୍ବର: ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ମଂଜୁର କରିଛନ୍ତି। ଏଥିରେ ମୋଟ ୨୩ କୋଟି ୫୦ ଲକ୍ଷ ମଂଜୁରୀ ହୋଇଥିବାର ଜଣାପଡିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଅନୁଦାନ ପ୍ରଦାନ କରିଛି। ଏଥିରେ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ସରକାର ୪୦ ଭାଗ ଅନୁଦାନ ପ୍ରଦାନ କରିବେ। ବର୍ତ୍ତମାନ ଉପରମୁଣ୍ଡରୁ ମାଟି ଆସି ଚିଲିକା ସଂକୋଚିତ ହେବାରେ ଲାଗିଛି। ଏଥିସହିତ ଏହାର ଗଭୀରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଏହି ହ୍ରଦରୁ ମାଛ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ବର ଏମପି ଅପରାଜିତା ଷଡଙ୍ଗୀ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହା ସଂରକ୍ଷଣ ଦାବୀ କରିଥିଲେ।
ସୀତାରାମ ଅଗ୍ରୱାଲ ଚିଲିକା: ୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିବେ ବୋଲି ଜଣାପଡିଛି। ଉକ୍ତ ଦିନ ଚିଲିକା ନିର୍ବାଚନମଣ୍ଡଳୀର ୫-ଟି ଉପକ୍ରମରେ ଜାରି ରହିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର ଉଦଘାଟନ କରିବା ସହ ନୂତନ ପ୍ରକଳ୍ପ ଘୋଷଣା କରିବେ ଶ୍ରୀ ପାଣ୍ଡିଆନ। ଏଥି ପାଇଁ ବାଣପୁର ଚଳଚଞ୍ଚଳ ହୋଇଉଠିଛି। ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ବାଣପୁର ବ୍ଲକ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ପେଭର ବ୍ଲକ ପକାଯିବା ସହ ସମ୍ପୂର୍ଣ୍ଣ ବ୍ଲକକୁ ନୂତନ ରଙ୍ଗରେ ଅଚ୍ଛାଦିତ କରାଯାଉଛି। ବ୍ଲକ ସମ୍ମୁଖରେ ପୁରୁଣା ମିଶନ ଶକ୍ତି କାଫେ ର ନବୀକରଣ କାର୍ଯ୍ୟ ଜାରି ରହିଛି। ଅନୁରୂପ ଭାବେ ଏନଏସି ଆହାର କେନ୍ଦ୍ରକୁ ମଧ୍ୟ ନବୀକରଣ କରାଯାଉଛି। ଉକ୍ତ କେନ୍ଦ୍ର ପରିସରରେ ନୂତନ ମିଶନ ଶକ୍ତି ଗୃହ, ଯାତ୍ରୀ ଆଶ୍ରୟସ୍ଥଳୀ ଆଦି ନିର୍ମାଣ କାର୍ଯ୍ୟ ଜାରି ରହିଛି। ପୂର୍ତ୍ତ ବିଭାଗ…
ନୂଆଦିଲ୍ଲୀ: ବିଜେପି ବିରୋଧରେ INDIA ମିଳିତ ମେଣ୍ଟ ସାରା ଦେଶରେ ବିଜେପି ସରକାର ବିରୋଧରେ ଏକଜୁଟ ହୋଇଥିବାର ଦେଖାଯାଉଛି। କିନ୍ତୁ ଏହି ମିଳିତ ମେଣ୍ଟ ଉପରେ ଏକ ବଡ ପ୍ରଶ୍ନ ଉଠିଛି, କାରଣ ଏଠାରେ କଂଗ୍ରେସ ଏହି ସହଯୋଗୀ ଦଳର ଆମ୍ ଆଦମୀ ପାର୍ଟିର ନେତାଙ୍କୁ ବାଗେଶ୍ୱର ଉପ-ନିର୍ବାଚନ ପୂର୍ବରୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି। ବିଜେପି ନେତାମାନେ I.N.D.I.A ମିଳିତ ମଞ୍ଚ ଉପରେ ପ୍ରଶ୍ନ ଉଠାଉଛନ୍ତି: ଉପ-ନିର୍ବାଚନର ବାଗେଶ୍ୱର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ଏବଂ ପ୍ରତିଦିନ ଏହି ଆସନରେ କିଛି ନା କିଛି କୌତୁହଳପୂର୍ଣ୍ଣ ଘଟଣା ଘଟୁଛି। ପ୍ରଥମେ, ବିଜେପିରେ କଂଗ୍ରେସର ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ରଣଜିତ ଦାସଙ୍କୁ ଦଳରେ ସାମିଲ କରାଯାଇଥିଲା। ବର୍ତ୍ତମାନ କଂଗ୍ରେସ ଆମ୍ ଆଦମୀ ପାର୍ଟିର ରାଜ୍ୟ ଉପାଧ୍ୟକ୍ଷ ବସନ୍ତ କୁମାରଙ୍କୁ ଦଳରେ ସାମିଲ କରିଛି। ୨୦୨୨ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଦ୍ୱାରା ବସନ୍ତ କୁମାରଙ୍କୁ ଏହି…
ଭୁବନେଶ୍ବର: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୭ତମ ସ୍ବାଧୀନତା ଦିବସ। ଏହି ଉପଲକ୍ଷେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ଉତ୍ସବ ହେବ। ସେଥିପାଇଁ ଆଜି ରାଜ୍ୟ ପୋଲିସ ତରଫରୁ ଅଭ୍ୟାସ କରିଯାଇଛି। ଏଥିରେ ଭୁବନେଶ୍ବର ପୋଲିସ କମିଶନର ଏବଂ ପୋଲିସ ଡିଜି ଯୋଗ ଦେଇ ତଦାରଖ କରିଥିଲେ। ଚଳିତ ବର୍ଷ ଚାରୋଟି କଣ୍ଟିଜେଣ୍ଟ ଏହି ପାରେଡରେ ଭାଗ ନେବେ। ତେବେ ଏଥର ଛତିଶଗଡର ଏକ କଣ୍ଟିଜେଣ୍ଟ ଓଡିଶା ଉତ୍ସବରେ ଯୋଗଦେବେ। ଏ ସଂପର୍କରେ ପୋଲିସ ଡିଜି କହିଛନ୍ତି ଯେ, ଏଥର ଓଡିଶା ଛତିଶଗଡକୁ ଏବଂ ଛତିଶଗଡ ଓଡିଶାକୁ ପୋଲିସ ଫୋର୍ସ ବିନିୟମ କରାଯାଇଛି। ତେବେ ଏଥର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ଭାଗ ନେବା ପାଇଁ ବନ୍ଦୋବସ୍ତ କରାଯାଇ ନାହିଁ। ମଙ୍ଗଳବାର ଦିନ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପାରେଡ ଅଭିବାଦନ ଗ୍ରହଣ କରିବେ। ସେଥିପାଇଁ ସୁରକ୍ଷା…
ନୂଆଦିଲ୍ଲୀ: ସନ୍ନି ଦେଓଲ୍ ଷ୍ଟାରର୍ ‘ଗଦର ୨’ ବିଷୟରେ ପ୍ରଶଂସକଙ୍କ କ୍ରେଜ ବଢିବାରେ ଲାଗିଛି। ୨୨ ବର୍ଷ ପରେ ରିଲିଜ୍ ହୋଇଥିବା ଫିଲ୍ମର ସିକ୍ୱେଲ୍ ଏହାର ସଫଳତା ଅମଳ କରୁଥିବା ଜଣାପଡିଛି। ‘ଗଦର ୨’ର କ୍ରେଜ୍ ଏପରି ଯେ ଲୋକମାନେ ଏହାକୁ ଦେଖିବା ପାଇଁ ଟ୍ରାକ୍ଟରରେ ପହଞ୍ଚୁଛନ୍ତି। ଏଥି ସହିତ ଫିଲ୍ମର ରୋଜଗାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରଥମ ଦିନରେ ଫିଲ୍ମ ୪୦ କୋଟି ବ୍ୟବସାୟ କରିଥିବାବେଳେ ଦ୍ୱିତୀୟ ଦିନରେ ଫିଲ୍ମଟି ୪୩ କୋଟି ରୋଜଗାର କରିଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ତୃତୀୟ ଦିନର ରୋଜଗାର ମଧ୍ୟ ସାମ୍ନାକୁ ଆସିଛି। ଏହି ଫିଲ୍ମ ତୃତୀୟ ଦିନରେ ୧୦୦ କୋଟି ମାର୍କ ଅତିକ୍ରମ କରିପାରେ: ଗଦର ୨ ବିଷୟରେ ପ୍ରଶଂସକଙ୍କ କ୍ରେଜ ଏତେ ବଡ ଯେ, ଏହି ଚଳଚ୍ଚିତ୍ରଟି ୩ ଦିନରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବା ବଡ କଥା ହେବ ନାହିଁ। ତେବେ ଗତ ଦୁଇ ଦିନ…

