Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉନ୍ନୟନ କମିଶନରଙ୍କ ମେଗା ଲିଫ୍ଟ-ଏମଆଇଏସ ଓ “ଓଡ଼ିଶା ଜଳ ସମ୍ପଦ” ପ୍ରୟୋଗର ସମୀକ୍ଷା
ବିଶେଷ ଖବର

ଉନ୍ନୟନ କମିଶନରଙ୍କ ମେଗା ଲିଫ୍ଟ-ଏମଆଇଏସ ଓ “ଓଡ଼ିଶା ଜଳ ସମ୍ପଦ” ପ୍ରୟୋଗର ସମୀକ୍ଷା

August 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
anugarg
ଉନ୍ନୟନ କମିଶନରଙ୍କ ମେଗା ଲିଫ୍ଟ-ଏମଆଇଏସ ଏବଂ “ଓଡ଼ିଶା ଜଳ ସମ୍ପଦ” ପ୍ରୟୋଗର ସମୀକ୍ଷା

ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି  ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ପାର୍ବତୀ ଗିରି ୧.୦ ଏବଂ ପାର୍ବତୀ ଗିରି ୨.୦   ପର୍ଯ୍ୟାୟରେ ୨୦୦ଟି ଯୋଜନା ସଂପୂର୍ଣ୍ଣ କରାଯାଇ  ପ୍ରାୟ  ୩,୨୪,୦୦୦  ହେକ୍ଟର ସେଚାଂଚଳକୁ ମେଗା ଲିଫ୍ଟ ପମ୍ପିଂ ଏବଂ ଚାପଯୁକ୍ତ ବୁନ୍ଦା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା  କରାଯାଇ ପାରିଥିବା ବେଳେ ୪୯ଟି ନିର୍ମାଣାଧୀନ ରହିଛି।

ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକର ଦୈନନ୍ଦିନ ପରିଚାଳନା ଏବଂ ଚାଲୁଥିବା ଯୋଜନାଗୁଡ଼ିକର ଠିକ୍ ସମୟରେ ପରିଚାଳନା ଉପରେ ନଜର ରଖିବା ପାଇଁ ଆଇଟି ସକ୍ଷମଯୁକ୍ତ ପ୍ରକଳ୍ପ ପରିଚାଳନା ଜଳ ସମ୍ପଦ ବିଭାଗର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ୫-ଟି ଉପକ୍ରମ ଅଧୀନରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ସହାୟତାରେ ଏକ ଜିଆଇଏସ୍ ଭିତ୍ତିକ ପରିଚାଳନା ସୂଚନା ପ୍ରଣାଳୀ ବିକଶିତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗତ ୧୭.୦୮.୨୦୨୩ରେ ଜଳ ସଂପଦ ବିଭାଗ ଏବଂ ଓକାକର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ରାଜୀବ ଭବନ ସମ୍ମିଳନୀ କକ୍ଷରେ ମେଗା ଲିଫ୍ଟ-ଏମ୍ଆଇଏସ୍ ପ୍ରୟୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାର  ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଖୁବଶୀଘ୍ର ଏହି ପୋର୍ଟାଲକୁ ବିଭାଗୀୟ ଅଧିକାରୀ ଓ ଓଡ଼ିଶାର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଜଣାପଡିଛି।

ସେହିପରି ଜଳସେଚନ ସେଚାଂଚଳ, ପ୍ରମୁଖ ଜଳଭଣ୍ଡାରଠାରୁ ଆରମ୍ଭ କରି ଚେକ୍ ଡ୍ୟାମ୍ ପର୍ଯ୍ୟନ୍ତ ଜଳସେଚନ କମାଣ୍ଡ, ଜଳ ସଂପଦ ବିଭାଗ ଦ୍ୱାରା ନିର୍ମିତ ଜଳାଶୟ, ଜଳଭଣ୍ଡାର, ବ୍ୟାରେଜ୍, କେନାଲ, ନଦୀ ଓ କେନାଲ ବନ୍ଧ, ଜଳସେଚନ ରାସ୍ତା, ବିଲ୍ଡିଂ ଇତ୍ୟାଦିର ମ୍ୟାପିଂ ପାଇଁ ଅନ୍ୟ ଏକ ଉପଗ୍ରହ ଭିତ୍ତିକ ଜିଆଇଏସ୍ ଆପ୍ଲିକେସନ୍ “ଓଡ଼ିଶା ଜଳ ସମ୍ପଦ” ନାମରେ ସଂଗଠିତ ଢଙ୍ଗରେ ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର  ସହଯୋଗରେ ବିକଶିତ କରାଯାଉଛି।ଏହି ଆପ୍ଲିକେସନ୍ ହେଉଛି ବିଭାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇଟି ଏବଂ ୫-ଟି ଉପକ୍ରମ ପଦକ୍ଷେପ, ଯାହାର ପ୍ରୟୋଗ ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ।

ଅନୁ ଗର୍ଗ ଉନ୍ନୟନ କମିଶନର ଜଳ ସଂପଦ ପାର୍ବତୀଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026
Latest News

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.