ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଛି। ଆଜି ଦିବା ୧୦ ଘଟିକା ସମୟରେ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଟ୍ରଷ୍ଟର ସଦସ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା, ଏଣ୍ଡାଓମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପରିଚ୍ଛା ବିନାୟକ ମହାପାତ୍ର, ପାଳିଆମାଳି ଭାସ୍କର ଚନ୍ଦ୍ରନାୟକଙ୍କ ସହିତ ମନ୍ଦିର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଆଶ୍ଵିନୀ ମିଶ୍ର, କମଳମିଶ୍ର ପ୍ରମୁଖ ମା’ଙ୍କ ପାଖରେ ସମର୍ପିତ ହୋଇ ଭିତର କାଠ ପାଖ ହୁଣ୍ଡିକୁ ଖୋଲି ଥିଲେ। ଏଥିରୁ ସର୍ବମୋଟ ୧ ଲକ୍ଷ ୧୧ ହଜାର ୫୦ ଟଙ୍କା ସଂଗୃହିତ ହୋଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ମନ୍ଦିର ଜମାଖାତାରେ ଜମା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲାଗିବ ବୋଲି ନିର୍ବାହୀ…
Author: Samikhsya Bureau
ଭୁବନେଶ୍ବର: ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି। ବର୍ତ୍ତମାନ, ଏହି ଯୋଜନା ମାଧ୍ୟମରେ ଭାରତୀୟ ରେଳବାଇର ୧୩୦୯ ଷ୍ଟେସନ୍ ର ନବୀକରଣ ବା ଆଧୁନିକୀକରଣ ପାଇଁ ଯୋଜନା ରହିଛି। ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା, ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତା କୁ ଦୃଷ୍ଟିରେ ରଖି କାର୍ୟ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବା। ଷ୍ଟେସନ ଡିଜାଇନର ଷ୍ଟାଣ୍ଡାର୍ଡ ଏଲିମେଣ୍ଟସ * ‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ * ସହରର ଉଭୟ ପ୍ରାର୍ଶ୍ୱକୁ ଏକୀକରଣ * ଷ୍ଟେସନ ବିଲଡିଂର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁବ୍ରତ ବାଗଚୀଙ୍କୁ ସରାକରଙ୍କ ମୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ ଦେଇଛନ୍ତି। ସେ ରାଜ୍ୟର ସମସ୍ତ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟକରିବେ। ଏଥିପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପଦ ଓ ମାନ୍ୟତା ଦିଆଯାଇଛି। ଏହାପୂର୍ବରୁ ସେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ନୂତନ ଭୂମିକାରେ, ସେ ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍ ପାଇଁ ଏକ ଭବିଷ୍ୟତ ଦୃଷ୍ଟିକୋଣ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ। ସେମାନଙ୍କୁ ଦୁନିଆର ସର୍ବୋତ୍ତମ ଦକ୍ଷତା ସହିତ ସମାନ କରିବାରେ ସାହାଯ୍ୟ କରିବେ। ଉଭୟ ଏଣ୍ଟ୍ରି ସ୍ତର ତଥା ରାଜ୍ୟର ସେବାରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ସେ କାମ କରିବେ।
ନୂଆଦିଲ୍ଲୀ: ସଚିନ ମୀନାଙ୍କର ପ୍ରେମରେ ଉବୁଟୁବୁ ହୋଇ ନେପାଳ ଦେଇ ଅବୈଧ ଭାବରେ ଭାରତକୁ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରକୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଏନଡିଏ ସହଯୋଗୀ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ଘୋଷଣା କରିଛି। ଆରପିଆଇର ଉତ୍ତରପ୍ରଦେଶ ୟୁନିଟ ସୀମା ହାଇଦରକୁ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲା। ଏହା ପରେ ସୀମା ଏହି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିନେଇଛି। ଦଳର ଜଣେ ଅଧିକାରୀ କହିଛନ୍ତି ଯେ ସୀମାକୁ ଦଳର ମହିଳା ଓ୍ୱିଙ୍ଗର ଅଧ୍ୟକ୍ଷ କରାଯିବ। ସେ ଭଲ ଭାବରେ ହିନ୍ଦି କହିପାରୁଥିବାରୁ ସୀମାକୁ ପାର୍ଟି ପ୍ରବକ୍ତା କରାଯିବ ବୋଲି ଏହି ଅଧିକାର କହିଛନ୍ତି।
ପୁରୀ:ଶେଷରେ ବହୁ ବାଦବିବାଦ ପରେ ମହାପ୍ରଭୃଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଏହି ବୈଠକର ନିଷ୍ପତି ଅନୁସାରେ ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ଖୋଲାଯିବ। ସେଥିପାଇଁ ଏହି ବୈଠକରେ ଏଏସଆଇ କୁ ଅନୁମତି ପ୍ରଦାନ କରିବାକୁ ନିଷ୍ପତି କରାଯାଇଛି। ରଥଯାତ୍ରା ବେଳେ ତିନିଠାକୁର ଶ୍ରୀମନ୍ଦିରରେ ନ ଥିବେ ଏବଂ ଏହି ସର୍ଭେ କରିବା ପାଇଁ ସୁବିଧା ହେବା ନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି। ଏ ନେଇ ବୈଠକେ ବହୁ ସମୟ ଆଲୋଚନା କରାଯାଇଥିଲା। ଠାକୁର ମନ୍ଦିରରେ ରହିବା ସମୟରେ ନା ନ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ ହେଲେ ଭଲ ସେ ନେଇ ଆଲୋଚନା ହୋଇ ନ ଥିଲା। ଶେଷରେ ତିନିଠାକୁର ନ ଥିବା ବେଳେ ଅର୍ଥାତ ଆସନ୍ତା ରଥଯାତ୍ରାରେ ଏହି ଯାଞ୍ଚ କରାଯିବ। ତେବେ ଏ ନେଇ ମନ୍ଦିର ପରିଚାଳନା କମିଟ ରାଜ୍ୟ ସରକାରଙ୍କୁ ଏକ…
ନୂଆଦିଲ୍ଲୀ: ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କ ଦ୍ୱାରା ଦାୟର ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏବେ ଏହି ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ତାଙ୍କ ସାଂସଦ ପଦ ପୁନରୁଦ୍ଧାର ହେବାକୁ ଯାଉଛି, ଏବେ ସେ ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇପାରିବେ। ଯଦି ଏହି ଦଣ୍ଡାଦେଶ ବନ୍ଦ କରା ନ ଯାଏ ତେବେ ରାହୁଲ ଗାନ୍ଧି ସଂସଦରୁ ଅଯୋଗ୍ୟ ଘୋଷଣା ହୋଇଥାନ୍ତେ ଏବଂ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିନଥାନ୍ତେ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ, କଂଗ୍ରେସ ଓ ଆଇଏନଡିଆଇଏ ଆକାରରେ ଗଠିତ ସମଗ୍ର ବିରୋଧୀ ମେଣ୍ଟ ପାଇଁ ଲାଇଫ୍ ଲାଇନଭାବେ କାମ କରିପାରେ। କିନ୍ତୁ ଏବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଆବେଦନକାରୀ ପୂର୍ଣ୍ଣେଶ ମୋଦୀ କହିଛନ୍ତି ଯେ…
ନୂଆଦିଲ୍ଲୀ: ଜ୍ଞାନବାପି ମାମଲାରେ ମୁସଲମାନ ପକ୍ଷକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ।ଜ୍ଞାନବାପି ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଅଞ୍ଜୁମାନ ଇସଲାମିଆ ମସଜିଦ୍ କମିଟି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲା। ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏଏସଆଇକୁ ଜ୍ଞାନବାପିରେ ସର୍ଭେ କରିବାକୁ ଅନୁମତି ଦେଇଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ପଚାରିଥିଲେ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆମେ କାହିଁକି ହସ୍ତକ୍ଷେପ କରିବୁ ? ଅଯୋଧ୍ୟା ମାମଲାରେ ଏଏସଆଇ ମଧ୍ୟ ସର୍ଭେ କରିଥିଲା। ଏଏସଆଇ ସର୍ଭେରେ କ’ଣ ସମସ୍ୟା ରହିଛି ? ଏହି ସର୍ଭେରେ ଜ୍ଞାନବାପି କ୍ୟାମ୍ପସର କେତେ କ୍ଷତି ହେବ, ଯାହାର ମରାମତି ହୋଇପାରିଲା ନାହିଁ ? ବିତର୍କବେଳେ ମୁସଲମାନ ପକ୍ଷର ଓକିଲ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ଉଦାହରଣ ଦେଇଥିଲେ। ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଠିକ୍ ନୁହେଁ ବୋଲି ସେ ଅଦାଲତଙ୍କୁ କହିଛନ୍ତି। ଏଥିରେ ରାଜ୍ୟ ଠିକ୍ ନୁହେଁ। ଜୁଲାଇ ୨୪ରେ…
ଭୁବନେଶ୍ୱର: ମୋଦି ଉପନାମ ମାମଲାରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ସୁପ୍ରିମକୋର୍ଟ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଆବେଦନ ବିଚାରାଧୀନ ରହିବ, ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯିବ। ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପରେ ନବଗଠିତ ବିରୋଧିମେଣ୍ଟର ଯେଉଁ ନେତାମାନେ ପ୍ରଧାନମନ୍ତ୍ରୀ ହେବେ ବୋଲି ସ୍ୱପ୍ନ ଦେଖୁଥିଲେ ତାହା ଏବେ ଦୁସ୍ୱପ୍ନରେ ପରିଣତ ହୋଇଯାଇଛି। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ୨୦୨୪ ନିର୍ବାଚନରେ କଂଗ୍ରେସକୁ ଶକ୍ତି ମିଳିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୨୦୨୪ ନିର୍ବାଚନ ଲଢ଼ିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଯିବା ବହୁତ ଜରୁରୀ।୨୦୨୪ ନିର୍ବାଚନ ସମୟ ପାଖେଇ ଆସୁଛି। ଏଥିପାଇଁ ଶାସକ ଏନଡିଏ ଓ ବିରୋଧି ମେଣ୍ଟ ଇଣ୍ଡିଆ ପକ୍ଷରୁ ନିଜ ନିଜର ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି। ରାହୁଲ ଗାନ୍ଧୀ ମୋଦୀ ଉପନାମ ମାମଲାରେ ଦଣ୍ଡିତ ହେବା ପରଠାରୁ କଂଗ୍ରେସ କାହା ନେତୃତ୍ୱରେ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଥିଲା। ସୁପ୍ରିମକୋର୍ଟରୁ…
ନୂଆଦିଲ୍ଲୀ: ମୋଦି ଉପନାମ ମାମଲାରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କଂଗ୍ରେସ ନେତାଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ୍ ଲଗାଇଛନ୍ତି। ଅଦାଲତ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଆବେଦନ ବିଚାରାଧୀନ ରହିବ, ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯିବ। ଏବେ ରାହୁଲ ସଂସଦର ମୌସୁମୀ ଅଧିବେଶନରେ ଭାଗ ନେଇପାରନ୍ତି ବୋଲି କୁହାଯାଉଛି। ରାହୁଲଙ୍କ ଓକିଲ କହିଛନ୍ତି ଯେ ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଚଳିତ ଅଧିବେଶନରୁ ରାହୁଲଙ୍କୁ ସଂସଦ ଅଧିବେଶନରେ ଦେଖିବାକୁ ମିଳିବ ବୋଲି ତାଙ୍କ ଓକିଲ ଦାବି କରିଛନ୍ତି। କେବେ ସଂସଦକୁ ଆସିବେ ରାହୁଲ ଗାନ୍ଧି ? ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାର ନକଲ ଲୋକସଭା ବାଚସ୍ପତିଙ୍କ ସଚିବାଳୟକୁ ଯିବ ବୋଲି ଅନୁମାନ କରାଯାଉଛି। ଏହାପରେ ଲୋକସଭା ବାଚସ୍ପତି ରାହୁଲ ଗାନ୍ଧିଙ୍କ ସଦସ୍ୟତା ନେଇ ନିଷ୍ପତ୍ତି ନେଇପାରନ୍ତି। ସଂସଦର ମୌସୁମୀ ଅଧିବେଶନରୁ ହିଁ ରାହୁଲ ଅଂଶଗ୍ରହଣ କରିପାରିବେ ବୋଲି ବିଶ୍ୱାସ…
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି (ରାହୁଲ ଗାନ୍ଧି)ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ମାନହାନି ମାମଲାରେ ରାହୁଲଙ୍କ ୨ ବର୍ଷର ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ବିଚାରପତି ବିଆର୍ ଗବାଇ, ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ନିମ୍ନ ଅଦାଲତର ବିଚାରପତି ତାଙ୍କ ରାୟରେ ସର୍ବାଧିକ ଦଣ୍ଡାଦେଶ ଦେବାର କାରଣ ମଧ୍ୟ ଦେବା ଉଚିତ ଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ରାହୁଲଙ୍କୁ ୧ ବର୍ଷ ୧୧ ମାସ ଜେଲ୍ ଦଣ୍ଡାଦେଶ ହୋଇଥାନ୍ତା, ତେବେ ତାଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇନଥାନ୍ତା। ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ। ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀ ଯୁକ୍ତି ଉପସ୍ଥାପନ କରିଥିଲେ। କୋର୍ଟ ଉଭୟ ପକ୍ଷଙ୍କୁ ୧୫ ମିନିଟ୍ ଲେଖାଏଁ ସମୟ…
ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଅଟକି ରହିଥିବା ସାହାରା ଇଣ୍ଡିଆ ନିବେଶକଙ୍କ ଜମା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସାହାରାର ଚାରିଟି ସମବାୟ ସମିତିରେ ଜମା ହୋଇଥିବା ଟଙ୍କା ଫେରସ୍ତ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ‘ସାହାରା ରିଫଣ୍ଡ ପୋର୍ଟାଲ’ ମାଧ୍ୟମରେ ଜମାକାରୀଙ୍କୁ ସେମାନଙ୍କ ରାଶି ସ୍ଥାନାନ୍ତର କରାଯାଉଛି। ପ୍ରକାଶ ଯେ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ୧୦-୧୦ ହଜାର ଟଙ୍କାର ପ୍ରଥମ କିସ୍ତି ୧୧୨ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପୋର୍ଟାଲରେ ୧୫ ଲକ୍ଷ ଲୋକ ପଞ୍ଜୀକୃତ ହୋଇଛନ୍ତି। ସାହାରାର ଛୋଟ ନିବେଶକମାନେ କଦାପି ଭାବି ନଥିବେ ଯେ ସେମାନଙ୍କ ଟଙ୍କା ଫେରି ଆସିବ, କିନ୍ତୁ ବର୍ତ୍ତମାନ ଫେରସ୍ତ ହେବା ଆରମ୍ଭ କରିଛି।
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସଂସଦ ଭବନରେ ଆଜି ସକାଳେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସମୟରେ ସେ ପ୍ରଧାନ ମନ୍ତ୍ରୀଙ୍କୁ ଏକ କାରୁକାର୍ଯ୍ୟ ଭରା ହସ୍ତକଳାର ମାଳା ପିନ୍ଧାଇଛନ୍ତି। ଏଥିସହିତ ସେ ଏକ ହସ୍ତକଳାର ସ୍ଥାପତ୍ୟ ମଧ୍ୟ ଉପହାର ଦେଇଛନ୍ତି। ତେବେ ଏହା ଦେବାର କାରଣ ହେଲା ଯେ, ଗତକାଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଜନ୍ମଦିନ ଥିଲା। ଏହି ଉପଲକ୍ଷେ ସେ କଂଗ୍ରେସ ସଭାପତିଙ୍କ ସମେତ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ସହିତ ବହୁ ମନ୍ତ୍ରୀ ଓ ନେତାଙ୍କୁ ଉପହାର ପ୍ରଦାନ କରିଛନ୍ତି। ଏହା ବଦଳରେ ସମସ୍ତେ ସିଦ୍ଧରମେୟାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।
ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ କେଦାରନାଥ ଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୌରୀକୁଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାହାଡ ଧସିବା ଯୋଗୁଁ ଏଠାରେ ତିନିରୁ ଚାରି ଦୋକାନ ନଷ୍ଟ ହୋଇଯାଇଛି। କେବଳ ଏତିକି ନୁହେଁ, ଦୋକାନରେ ଉପସ୍ଥିତ ଥିବା ୧୩ ଜଣ ବ୍ୟକ୍ତି ଘଟଣା ସମୟରୁ ନିଖୋଜ ଅଛନ୍ତି। ଲଗାତାର ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ଚଳାଇବାରେ ଅନେକ ଅସୁବିଧା ହେଉଛି। ରାତି ସମୟରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ନିଖୋଜ ଥିବା ବ୍ୟକ୍ତିଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ବାସ୍ତବରେ ଗୌରୀକୁଣ୍ଡ ବସ୍ ଷ୍ଟେସନ ନିକଟ କେଦାରନାଥ ଯାତ୍ରାର ମୁଖ୍ୟ ଅଂଶ ବିଳମ୍ବିତ ରାତିରେ ବଜ୍ରପାତ ହେତୁ ଫାଟି ଯାଇଥିଲା। ସୋନପ୍ରୟାଗ-ଗୌରୀକୁଣ୍ଡ ମୋଟର ମାର୍ଗରେ ଅବସ୍ଥିତ ତିନିରୁ ଚାରି ଦୋକାନ ମଧ୍ୟ ପାହାଡ ଧସିବା ଯୋଗୁଁ ଦବି ଯାଇଛି।
ଭୁବନେଶ୍ବର: ଆଜି ହେଉଛି ଓଡିଆ ସାମ୍ବାଦିକତା ଦିବସ। କାରଣ ଆଜିର ଦିନରେ ଓଡିଶାରେ ଓଡିଆ ଭାଷାରେ ପ୍ରଥମେ ଛପା ପତ୍ରିକା ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। 1866 ମସିହା ଅଗଷ୍ଟ 4 ତାରିଖରେ ଗୌରୀଶଙ୍କର ରାୟ ଏବଂ ବିଚିତ୍ରାନନ୍ଦ ଦାସଙ୍କ ପ୍ରଚେଷ୍ଠାରେ ପ୍ରକାଶ ପାଇଥିଲା ଏହି ପତ୍ରିକା। ସେତେବେଳେ ପ୍ରିଣ୍ଟିଂ ପ୍ରେସରେ ଛପା ହୋଇ ଏହି ପତ୍ରିକା ପ୍ରକାଶ ପାଇଥିଲା। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ସମାଜ ତଥା ଲୋକଙ୍କୁ ଜାଗ୍ରତ କରିବାରେ ସତ୍ୟ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଅସହାୟ ଲୋକଙ୍କ ସ୍ୱର ସାଜିବା ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି।’
ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ରାଜ୍ୟ ପଦାଧିକାରୀ ଏବଂ ମୋର୍ଚ୍ଚା ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ମନମୋହନ ସାମଲ ୩୫ ଜଣିଆ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି। ତେବେ ଉପସଭାପତି ଭାବେ ନାଉରୀ ନାୟକ, ଅପରାଜିତା ଷଡଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ସାମିଲ କରାଯାଇଛି।
ବାରଣାସୀ: ASI ଦଳ ବ୍ୟତୀତ ଅନ୍ୟ ୧୬ ଜଣଙ୍କୁ ଜ୍ଞାନବାପୀ ପରିସରରେ ସର୍ଭେ ସମୟରେ ଅନୁମତି ଦିଆଯାଇଛି। ଏଥିମଧ୍ୟରେ ମୁସଲମାନ ପାର୍ଶ୍ୱରୁ ୯ ଜଣ ଏବଂ ହିନ୍ଦୁ ପାର୍ଶ୍ୱରୁ ୭ ଜଣ ଅଛନ୍ତି। ତେବେ ମୁସଲିମ ପକ୍ଷ ଏହି ସର୍ଭେକୁ ବର୍ଜ୍ଜନ କରୁଛନ୍ତି। ହିନ୍ଦୁ ପାର୍ଶ୍ୱରୁ ସମସ୍ତ ଲୋକ ଭିତରକୁ ଯାଇଛନ୍ତି। ସର୍ଭେ ଦଳ ବାରାଣାସୀ ଜିଲ୍ଲା ପ୍ରଶାସନକୁ କହିଛନ୍ତି ଯେ, ସେମାନେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଦଳର ନେତୃତ୍ୱ ନେଉଥିବା ASI ର ଅତିରିକ୍ତ ନିର୍ଦ୍ଦେଶକ ଆଲୋକ ତ୍ରିପାଠୀ ବାରାଣାସୀ ପ୍ରଶାସନକୁ କହିଛନ୍ତି ଯେ, ସର୍ଭେ କାର୍ଯ୍ୟ ଶେଷ କରିବାକୁ ଦୁଇ ସପ୍ତାହ ସମୟ ଲାଗିପାରେ। ଆଲୋକ ତ୍ରିପାଠୀ କହିଛନ୍ତି ଯେ, ଯଦି ଆଜି ସୁପ୍ରିମକୋର୍ଟ ବନ୍ଦ ନକରନ୍ତି ତେବେ ସର୍ଭେ କାର୍ଯ୍ୟ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବ। କାର୍ଯ୍ୟ ସମାପ୍ତ କରିବାକୁ ଏହା ଅଧିକ ସମୟ ନେଇପାରେ। ତେବେ ଆହ୍ଲାବାଦ…
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟରୁ ସବୁଜ ସଙ୍କେତ ପାଇବା ପରେ ଉତ୍ତରପ୍ରଦେଶର ବାରାଣାସୀରେ ଜ୍ଞାନବାପୀ ପରିସରରେ ASI ସର୍ଭେ ଆରମ୍ଭ ହୋଇଯାଇଛି। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଟିମ୍ ଜ୍ଞାନବାପୀ ମସଜିଦ ଏକ ହିନ୍ଦୁ ମନ୍ଦିରରେ ନିର୍ମିତ ହୋଇଛି କି ନାହିଁ ଜାଣିବାକୁ ଚେଷ୍ଟା କରୁଛି। ବାରାଣାସୀ ଜିଲ୍ଲା କୋର୍ଟର ବିଚାରପତି ଅଜୟ କୃଷ୍ଣ ବିଶ୍ୱେଶ ଜୁଲାଇ ୨୧ ତାରିଖରୁ ପରିସରର ASI ସର୍ଭେକୁ ଅନୁମତି ଦେଇଥିଲେ ଏବଂ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସେହି ଦିନ ସର୍ଭେ ଆରମ୍ଭ ହେବାକୁ ଥିବାବେଳେ ଅଞ୍ଜୁମନ ଇନ୍ତେଜାମିଆ କମିଟିର ନିଷ୍ପତ୍ତି ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଜୁଲାଇ ୨୬ ପର୍ଯ୍ୟନ୍ତ ପର୍ଯ୍ୟନ୍ତ କୋର୍ଟ ଏହି ସର୍ଭେରେ ଅନ୍ତରୀଣ ରୋକ ଲଗାଇଥିଲେ ଏବଂ ମୁସଲମାନ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ଜୁଲାଇ ୨୭ ତାରିଖରେ ଶୁଣାଣି ପରେ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଅଗଷ୍ଟ ୩…
କୁଜଙ୍ଗ: ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଂଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଯାହାଫଳରେ ଧୋଇଆ ଅଂଚଳ ବାସି ଆତଙ୍କିତ ହୋଇପଡିଛନ୍ତି। ଗୁରୁବାର ଦିନ କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତର ହରିପୁର ଗ୍ରାମ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିନଥିଲେ ବି ଗ୍ରାମ୍ୟ ରାସ୍ତା ବନ୍ୟା ଜଳରେ ଧୋଇହୋଇ ଯିବା ଫଳରେ ଉକ୍ତ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। କୁଜଙ୍ଗ ବ୍ଲକର ୯ଟି ପଂଚାୟତ ଯଥାକ୍ରମେ ଜିଲ୍ଳାନାସି, ବଡବାଲିକଣି, ହଂସୁରା, କାଠକୋଟ ପଂଚାୟତ ସମ୍ପୁର୍ଣ୍ଣ ବନ୍ୟାଚଂଳ ହୋଇଥିବା ବେଳେ, ସାଇଲୋ ପଂଚାୟତର ହରିପୁର ଗ୍ରାମ, ମହ୍ଲାସାହି ପଂଚାୟତର ମଧୁପୁର ଗ୍ରାମ, କୁଜଙ୍ଗ ପଂଚାୟତର ଭଣ୍ଡୁଆ ଓ ଭୂତମୁଣ୍ଡାଇ ପଂଚାୟତର ଫୁଲବେଲାରି ଗ୍ରାମ ବନ୍ୟାଚଂଳ ରୁପେ ପରିଗଣିତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ଉଠିଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କର କୁଜଙ୍ଗ ବ୍ଲକରେ ଗଛିତ ଥିବା ତିନିଟି ବୋଟ ମଧ୍ୟରୁ ବ୍ଲକ ପ୍ରଶାସନ ହରିପୁର…
ଭୁବନେଶ୍ବର: ଆଜି ଶୁକ୍ରବାରରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା। ସେ ଆଜି ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ହୋଟେଲ ମେ ଫେୟାର ଯାଇ ରାତ୍ରୀଯାପନ କରିବେ। ଏହା ପରେ ଶନିବାର ଦିନ ଅମିତ ସାହା ୧୧ଟାରୁ ୧୨ଟା ମଧ୍ୟରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ସେ ଦିନ ୧୨ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ। ଏହି ଦୁଇ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ସେହିପରି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ସରକାରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନରେ ଅମିତ ସାହା ବିଜେପି ପାର୍ଟି ଅଫିସ ଯିବେ। ସେଠାରେ ସେ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା…
ନୂଆଦିଲ୍ଲୀ: ଜୀ-ସାର୍ଥକରେ ଅଗଷ୍ଟ ୬ ତାରିଖ ରବିବାର ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା’। ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର ‘ତୁମ ବିନା’ ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍। କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ ଓ ତା’ପରେ ବାହାଘର, ହେଲେ କାହାଣୀ ଏଠି ସରୁ ନାହିଁ ବରଂ ଆରମ୍ଭ ହୋଇଛି ଓ ସେହି ବାହାଘର ପାଇଁ ଦୁଇ ଜଣକୁ ଦେବାକୁ ପଡେ ବହୁମୂଲ୍ୟ। ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ। ଶ୍ରୀତମ ଙ୍କ ବନ୍ଧୁ ମାନେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଛନ୍ତି ଚୁଲବୁଲି ନାୟିକା ଲିପ୍ଶା ମିଶ୍ର ସହ କଳାକାର ଭାବେ ଉଷଶୀ ମିଶ୍ର ଓ ଶିଶୁ କଳାକାର…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଗୁରୁବାର ଦିନ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ପକ୍ଷରୁ ଏକାଧିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏମ୍ସ ଓପିଡି ପରିସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଥିଲେ। ସେହିପରି ଏମ୍ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଚମତ୍କାର ନାଟ୍ୟାଅଭିନୟ କାର୍ୟ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଥିଲା। ଡିନ୍ ତଥା ଭାରପ୍ରାପ୍ତ କାର୍ୟ୍ୟନିର୍ବାହୀ…

