ଭୁନେଶ୍ବର: ସୁମାକର କେନ୍ଦ୍ର, ଆଡ୍ସ ଆଣ୍ଡ ଏଫ୍ଇଏସ୍ ଓ ନିସ୍ର ମିଳିତ ସହଯୋଗରେ ଆୟୋଜିତ ହୋଇଛି ‘ବିକାଶରେ ଯୁବ ବର୍ଗର ଭୂମିକା’। ଏହି ଅବସରରେ ରାଜ୍ୟର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜ୍ୟର ଯୁବବର୍ଗଙ୍କୁ ଏକ ନୂତନ ଦିଗ୍ଦର୍ଷନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆ କଥା ଯୁବ ବନ୍ଧୁଙ୍କ ଉଦ୍ୟମରେ ହୋଇଛି। ତେଣୁ ପରମ୍ପରା ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାନ୍ତା ତାହାଲେ ଆମେ ସମସ୍ତେ ସମ୍ମାନର ସହ ବଞ୍ଚିବାର ରାସ୍ତା ସହଜରେ ପାଇବେ। କାର୍ଯ୍ୟକ୍ରମରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ସୋସିଆଲିଜିମ୍ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍, ଫେଡ୍ରିକ୍ ଏବର୍ଟ ଷ୍ଟିଫଙ୍ଗ୍ର…
Author: Samikhsya Bureau
ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମରେ ନୂଆ ନୂଆ କଥା ଦେଖିବାକୁ ମିଳିଛି। ଏହି ଟିମରେ ବରିଷ୍ଠ ନେତାମାନଙ୍କୁ ବାଦ ଦିଆଯାଇଥିବା ବେଳେ କେତେକ ଯୁବ ନେତାଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଅପରାଜିତା ଗୋଷ୍ଠୀଙ୍କୁ ମଧ୍ୟ ଅବହେଳା କରାଯାଇ ନାହିଁ। ଏକ ମିଳାମିଶା ତାଲିକା ପ୍ରକାଶ କରାଯାଇଛି। ହେଲେ ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା, ଯିଏ କେବେ କୌଣସି ରାଜନୈତିକ ଦଳରେ ସାମିଲ ନ ଥିଲେ ତାଙ୍କୁ ବିଜେପି ଡାକିଆଣି ଉପସଭାପତି କରିଛି। ସେ କେବେ ବିଜେପିର କାର୍ଯ୍ୟକ୍ରମରେ ଭାଗ ନେଇ ନାହାଁନ୍ତି କି ଦଳରେ ସାମିଲ ମଧ୍ୟ ହୋଇ ନାହାଁନ୍ତି। ହେଲେ ଆକସ୍ମିକ ଭାବେ ତାଙ୍କୁ ସିଧା ଦଳର ଉପସଭାପତି କରାଯାଇଛି। ଯାହାକୁ ନେଇ କେବଳ ବିଜେପି ନେତାଙ୍କ ମଧ୍ୟରେ ନୁହେଁ ପୁରା ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। ସେ ହେଲେ କଟକର…
କୁଜଙ୍ଗ: କୁଜଙ୍ଗ ପୋଲିସ୍ ଗତକାଲି କୁଜଙ୍ଗ-ବାଲିତୁଠ ରାସ୍ତାର ବାଲିତୁଠ ନିକଟରୁ ବିପୁଳ ପରିମାଣର ଦେଶୀ ମଦ (ଆସ୍କା୪୦) ଜବତ କରିଥିବା ଜଣାପଡ଼ିଛି। ଏଥିରେ ବ୍ୟବହୃତ ହୋଇଥିବା ଏକ ମୋଟର ସାଇକେଲକୁ ପୋଲିସ୍ ସିଜ୍ କରିଥିବା କହିଛି। ଅଭିଯୁକ୍ତମାନେ ହେଲେ କୁଜଙ୍ଗ ଅଂଚଳର ସୌମ୍ୟରଞ୍ଜନ ପରିଡ଼ା, ନିରୋଜ କୁମାର ଦାସ, ଚିଂଟୁ ନାଥ, ବିକ୍ରମ ନାରାୟଣ ଦାସ। ଏମାନଙ୍କ ନାମରେ ଅବକାରୀ ଆଇନ୍ ଆଧାରରେ କେସ୍ ନଂ ୩୭୩/୨୩ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ସୂଚନା ଯୋଗ୍ୟ ଗୁରୁବାର ବିଳମ୍ବିତ ରାତିରେ କୁଜଙ୍ଗର ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଦୋକାନରୁ ବିପୁଳ ପରିମାଣରେ ମଦ ବାଲିତୁଠ ଅଂଚଳକୁ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା। ତୁରନ୍ତ ଥାନାଅଧିକାରୀ ଦୁଇଟି ଟିମ୍ ଗଠନ କରି ବାଲିତୁଠ ଓ କୁଜଙ୍ଗ ଅଂଚଳରେ ଜଗି ବସିଥିଲା। ସେହି ସମୟରେ ସୌମ୍ୟରଞ୍ଜନ ଓ ନିରୋଜ ଏକ ମୋଟରସାଇକେଲ ଯୋଗେ ଦେଶୀ ମଦ…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନଗର ପାଳିକା ଶ୍ରୀମତୀ ଵିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ଥିବା ଭୁଲ ସଂଶୋଧନ, ଆଧାର ସହିତ ସଂଯୋଗ, ଭୋଟର ତାଲିକାରେ ନୂତନ ଭାବେ ଯୋଗ କରିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ପଡିବା ପରି ବିଭିନ୍ନ ବିଷୟରେ ପ୍ରଶିକ୍ଷକ ରାମନାଥ ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ସିଡିପିଓ ମତି ଭାଗ୍ୟଲତା ପାତ୍ର, ସୁପରଭାଇଜର ସରୋଜ କୁମାର ନାୟକ, ସମସ୍ତ କାଉନସିଲର, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ନୂତନ ଭାବେ ମୋନୋନିତ ହୋଇଥିବା ସମସ୍ତ ୱାର୍ଡ କୋଡ଼ିନେଟର୍ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅଧ୍ୟକ୍ଷା ଧନ୍ୟବାଦ ଦେବାସହ ଉପସ୍ଥିତ କର୍ମୀଙ୍କୁ ନିର୍ଭୁଲ ଭାବେ ନୂତନ ତାଲିକା ପ୍ରସ୍ତୁତ…
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରୁ ଜନୈକା ନାବାଳିକା ଅପହରଣ କରାଯାଇଥିବା ନେଇ ପିଡିତାର ବାପା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତରଭାବେ ନେଇ କେସ ନଂ ୩୭୨/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇ ଥିଲା। ଯାହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରକାଶ ଯେ, କୁଜଙ୍ଗ ଥାନା କଙ୍କରଦିଆ ଗ୍ରାମର ଅଭୟ ପାତ୍ରଙ୍କ ପୁଅ କୃଷ୍ଣଚନ୍ଦ୍ର ପାତ୍ର (୨୫) ଦୀର୍ଘଦିନ ଧରି ମୋ ଝିଅ ସାଂଗେ ମୋବାଇଲ୍ ଯୋଗେ ସବୁବେଳେ ଗପେ। ମୁଁ ଆଗରୁ ବହୁଥର ବିରୋଧ କରିବା ସତ୍ତ୍ୱେ ଆସାମୀ ନମାନି ବାରମ୍ବାର ଫୋନ୍ କରେ। ଗତ ୨୨ ଜୁଲାଇ ରିଖରେ ମୋ ଝିଅକୁ କେଉଁଆଡେ ଅପହରଣ କରି ନେଇଯାଇଛି । ମୁଁ ଓ ପରିବାର ବହୁତ ଖୋଜା ଖୋଜି ପରେ ଜାଣିବାକୁ ପାଇଲୁ କୃଷ୍ଣଚନ୍ଦ୍ର ଘରେ ମୋର ଝିଅ ଅଛି। ମୁଁ ଓ ଗାଁର କିଛି ଭଦ୍ରଲୋକ…
ଭୁବନେଶ୍ୱର: ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ୱରେ ଆଜି ବ୍ୟାପକ ପରିବର୍ତ୍ତନ ଆସିଛି। ତେଣୁ ବର୍ତ୍ତମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରରେ ଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଆଣିଛନ୍ତି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ଆଡଭାନ୍ସଡ୍ ଡିପ୍ଲୋମା ତାଲିମ ପାଠ୍ୟକ୍ରମ। ଏହି କେନ୍ଦ୍ରରେ ସେପ୍ଟେମ୍ବର ସେସନ ପାଇଁ ଅନଲାଇନ ମାଧ୍ୟମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୫ ହେଉଛି ଆବେଦନ ଗ୍ରହଣର ଶେଷ ତାରିଖ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ…
ଦିଲ୍ଲୀ: ଚଳିତ ଋତୁରେ ଧାନ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବା ପାଇଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏନସିଟି ଦିଲ୍ଲୀ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗତ କାଲି ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଉଚ୍ଚସ୍ତରୀୟ ବୈଠକରେ ଉତ୍ତରପ୍ରଦେଶ ସରକାରଙ୍କ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ, ପଞ୍ଜାବର କୃଷି ମନ୍ତ୍ରୀ ଗୁରମିତ୍ ସିଂ ଖୁଦିଆନ, ହରିୟାଣାର କୃଷି ମନ୍ତ୍ରୀ ଜୟ ପ୍ରକାଶ ଦଲାଲ ଏବଂ ଦିଲ୍ଲୀ ଏନସିଟିର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଉପସ୍ଥିତ ଥିଲେ। ଏହି ବୈଠକରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ ଏବଂ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏନସିଟି ଏବଂ ଆଇସିଏଆରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ…
ନୂଆଦିଲ୍ଲୀ: ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ ରଖିଛନ୍ତି। ଯଦିଓ ଏପ୍ରିଲ୍-ମେ ୨୦୨୩ ରେ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ଚିନି ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି, ଚିନିର ଘରୋଇ ମୂଲ୍ୟରେ ନାମମାତ୍ର ବୃଦ୍ଧି ପ୍ରାୟ ୩% ରହିଛି, ଯାହା ଆଖୁର ଉଚିତ୍ ଏବଂ ଲାଭକାରୀ ଦର (ଏଫଆରପି) ବୃଦ୍ଧି ସହିତ ସମାନ ଅଟେ। ବାସ୍ତବରେ, ଅନ୍ତର୍ଜାତୀୟ ଚିନି ମୂଲ୍ୟ ଭାରତ ତୁଳନାରେ ପ୍ରାୟ ୫୦% ଅଧିକ । ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୩ ଟଙ୍କା ଏବଂ ଏହା କେବଳ ସୀମା ମଧ୍ୟରେ ରହିବାର ସମ୍ଭାବନା ଅଛି । ବାସ୍ତବରେ ନିମ୍ନଲିଖିତ ଗ୍ରାଫରୁ ଏହା ଦେଖାଯାଇପାରେ ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଚିନି ମୂଲ୍ୟରେ ବାର୍ଷିକ ୨% ବୃଦ୍ଧି ଘଟିଛି । ସରକାରୀ ନୀତିଗତ ହସ୍ତକ୍ଷେପ ଯୋଗୁଁ ଘରୋଇ ମୂଲ୍ୟ ଅଳ୍ପ ବୃଦ୍ଧି ସହିତ…
ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଗଷ୍ଟ ୬ତାରିଖ ପୂର୍ବାହ୍ନ ୧୧ଟା ସମୟରେ ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି। ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ମାଧ୍ୟମ ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଦୃଷ୍ଟିକୋଣ ଅନୁଯାୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଉଛି। ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ। ସହରର ଉଭୟ…
ଭୁବନେଶ୍ୱର: ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ କରିବା ପାଇଁ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି। ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ। ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ…
ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ସାହା। ସେ ଗତକାଲି ରାତି 12ଟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଦଳ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ହୋଟେଲ ମେ ଫେୟାରରେ ରାତ୍ରି ଯାପନ କରିଥିଲେ। ଆଜି ଲୋକସେବା ଭବନ ପ୍ରେକ୍ଷାଳୟରେ ତାଙ୍କର ରହିଛି କାର୍ଯ୍ୟକ୍ରମ। ସେ ଭର୍ଚୁୟାଲ ମାଧ୍ୟମରେ ସୁକିନ୍ଦା କାମାକ୍ଷନଗର ଏବଂ ଚଣ୍ଡିଖୋଲ ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ। ସେହିଠାରେ ସାହା ନକ୍ସଲ ଦମନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକରେ ଯୋଗ ଦେବେ। ଏହି ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏହାପରେ ସାହା ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ସେଠାରେ ଦଳର ବରିଷ୍ଠ ନେତାଙ୍କ ସହିତ କରିବେ ଋଦ୍ଧଦ୍ବାର ବୈଠକ। ସେଠାରୁ ସେ ବିମାନ ବନ୍ଦର ଯିବେ ଏବଂ ବିମାନବନ୍ଦର ଲାଉଞ୍ଜରେ ମଧ୍ୟ ଏକ ବୈଠକ କରି ନୂଆଦିଲ୍ଲୀ ଫେରିଯିବେ।
ଭୁବନେଶ୍ଵର: ନୂଆ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’ ଚଳଚ୍ଚିତ୍ର ଅଗଷ୍ଟ ୪ ରେ ୩୫ଟି ହଲ୍ ରେ ଶୁଭମୁକ୍ତି ହୋଇଛି। ବିନି ପଟ୍ଟନାୟକ ଫିଲ୍ମସ ନିଵେଦିତ ନୂଆ ଚଳଚ୍ଚିତ୍ର ନୀଳନୟନାର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡଃ ରଜନୀ ରଞ୍ଜନ। ଅଗଷ୍ଟ ୪ରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେଲା ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’। ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ। ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା’। ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ। ବିନି ପଟ୍ଟନାୟକ…
ଭୁବନେଶ୍ବର: ବହୁ ହସ୍ତସନ୍ତ ପରେ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ବିଜେପିର ଚାଣକ୍ୟ ଅମିତ ସାହା ଓଡିଶା ଆସିବା ପୂର୍ବରୁ ଏହି ନୂଆ ଟିମର ନାମ ଘୋଷଣା କରାଯାଇଛି। ମନମୋହନ ସଭାପତି ଭାବେ ଦାୟିତ୍ବ ନେବାର ବହୁଦିନ ହୋଇଥିଲେ ମଧ୍ୟ ସେ ନୂଆ ଟିମ ଗଠନ କରିବାରେ ସକ୍ଷମ ହୋଇପାରୁ ନ ଥିଲେ। କୁହାଯାଉଥିଲା ଯେ, ଏଥିରେ କୁଆଡେ ପେଞ୍ଚ ପଶିଯାଉଥିଲା। ତେବେ ବହୁ ସଂଘର୍ଷ ତଥା ହତସନ୍ତ ପରେ ସେ ଟିମ ଗଠନ କରିଛନ୍ତି। ଆଉ ଏହି ଟିମକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। କାରଣ ଏଥିରେ ବିଜେପିର ବହୁ ମଙ୍ଗୁଆଳ ଆଉଟ ହୋଇଯାଇଛନ୍ତି। ପୂର୍ବରୁ ଦଳରେ ସାଧାରଣ ସଂପାଦକ ଥିବା ପୃଥୀରାଜ ହରିଚନ୍ଦନ ଏବଂ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ନୂଆ ଟିମରେ ନିଆଯାଇ ନାହିଁ। ପୃଥୀରାଜ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଦଳର ଭାବମୂର୍ତ୍ତି ଠିକ ରଖୁଥିଲେ…
ନୂଆଦିଲ୍ଲୀ: ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ – ୨୦୨୩ ଗୃହୀତ ହୋଇଛି। ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ) ଅର୍ଥାତ୍ ତିନି ସେନାବାହିନୀରେ କାର୍ଯ୍ୟରତ ଥିବା କିମ୍ବା ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତାକୁ କାର୍ଯ୍ୟକାରୀ କରିବା ଲାଗି କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ସଶକ୍ତ କରିବା କରିବା ନିମନ୍ତେ ବିଲରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ ସଶସ୍ତ୍ର ବାହିନୀର କର୍ମଚାରୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ଆଇନ – ସେନା ଆଇନ ୧୯୫୦, ନୌସେନା ଆଇନ ୧୯୫୭ ଏବଂ ବାୟୁସେନା ଆଇନ ୧୯୫୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହେଉଛନ୍ତି। ଏହି ବିଲ୍ ପ୍ରଣୟନ ଦ୍ୱାରା ବିଭିନ୍ନ ପ୍ରକାରର ବାସ୍ତବ ଲାଭ ମିଳିପାରିବ, ଯଥା ଆଇଏସ୍ଓ ଦ୍ୱାରା ଆନ୍ତଃସେବା ପ୍ରତିଷ୍ଠାନରେ ପ୍ରଭାବଶାଳୀ ଶୃଙ୍ଖଳା ବଜାୟ ରଖିବା ସମ୍ଭବ ହେବ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ସେବା ୟୁନିଟକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ୍ କରି କହିଛନ୍ତି, ଯେ ସେ ଦିଲ୍ଲୀର କାଲକାଜି ଅଞ୍ଚଳରେ ‘ଯହାଁ ଝୁଗି ବହିଁ ମକାନ୍’ ଯୋଜନାରେ ପକ୍କା ଘର ଆବଣ୍ଟନ ଯୋଗୁ ଉପକୃତ ହୋଇଥିବା ହିତାଧିକାରୀ ତାଙ୍କ ନିକଟକୁ ପତ୍ର ଲେଖିଥିବାରୁ ସେ ଖୁସିରେ ଅଭିଭୂତ ହୋଇପଡ଼ିଛନ୍ତି। ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସେମାନଙ୍କୁ ଭେଟିବାକୁ ଆସିଥିବାବେଳେ ମହିଳାମାନେ ତାଙ୍କୁ ଏହି ପତ୍ର ପ୍ରଦାନ କରିଥିଲେ। ହିତାଧିକାରୀମାନେ ନିଜ ଖୁସି ବ୍ୟକ୍ତି କରିଥିଲେ ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବା ଓ ଯୋଜନା ମାଧ୍ୟମରେ ସେମାନଙ୍କ ଜୀବନ ସହଜ କରିବା ଦିଗରେ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗରିବଙ୍କ କଲ୍ୟାଣ ପାଇଁ କାମ ଜାରି ରଖିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଦିଲ୍ଲୀ କାଲକାଜିର ସେହି ମା’ ଏବଂ ଭଉଣୀମାନଙ୍କ ଚିିଠି ପାଇ ଅଭିଭୂତ ହୋଇଛି। ‘ଯହାଁ ଝୁଗି ବହିଁ ମକାନ୍’ ଯୋଜନାରେ ପକ୍କା ଘର ମିଳିଛି।…
ମେଷ ରାଶି: କାର୍ଯ୍ୟପ୍ରଣାଳୀରେ ଉନ୍ନତ ହେବ | ତୁରନ୍ତ କୌଣସି ଲାଭ ହେବ ନାହିଁ | ଖରାପ ଘଟଣା ଘଟିବ | ବିନିଯୋଗ ଅନୁକୂଳ ରିଟର୍ଣ୍ଣ ଦେବ | ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ | ଯେକୌଣସି ପୁରୁଣା ରୋଗ ଅବରୋଧର କାରଣ ହୋଇପାରେ | ଘର ବାହାରେ ପଚରାଉଚରା କରାଯିବ। ବିରୋଧ ହେବ। ଅର୍ଥନୈତିକ ନୀତିରେ ପରିବର୍ତ୍ତନ ଆସିବ | ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। ବୃଷ ରାଶି: ଲାଭ ପାଇଁ ସୁଯୋଗ ଆସିବ | ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ | ବ୍ୟବସାୟ ବୃଦ୍ଧି ପାଇବ | ବିନିଯୋଗ ଲାଭ ଦେବ | ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ତତ୍ପରତା ଯୋଗୁଁ କ୍ଷତି ସମ୍ଭବ | ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବାକୁ ଆପଣ ଏକ ସୁଯୋଗ ପାଇପାରନ୍ତି | ଆପଣ ସତସଙ୍ଗର ଲାଭ ପାଇବେ | ରାଜନୈତିକ ସମର୍ଥନ ପାଇବେ। ମିଥୁନ ରାଶି: ବେପରୁଆ ହୁଅନ୍ତୁ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟକୁ ମିଳିଛି ବଡ଼ ସଫଳତା। ଉକ୍ତ ଟିମ ଜଣେ ମହିଳା ନିଶା ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସାଢେ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ନିକଟରେ ଜଣେ ମହିଳା ବ୍ରାଉନ ସୁଗାର ବେପାର କରୁଥିବାର ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଟିମ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସ୍ଵପ୍ନେଶ୍ଵର ସାହିର ଦମୟନ୍ତୀ ନାୟକ (୪୫) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୧୫ ଲକ୍ଷ ୫୦ ହଜାର ବୋଲି ଜଣାପଡିଛି।
ଭୁବନେଶ୍ୱର: ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଥିଲା। କୋର୍ଟ ରାହୁଳ ଗାନ୍ଧିଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ ରୋକ ଲଗାଇଥିଲେ। ଫଳରେ ରାହୁଳ ପୁଣିଥରେ ସାଂସଦ ପଦ ଫେରିପାଇବେ। ଏହାକୁ ନେଇ ଭୁବନେଶ୍ବରର କଂଗ୍ରେସ କାର୍ଯ୍ୟାଳୟରେ କର୍ମି ଓ ନେତାମାନେ ବାଜା, ବାଣ ଓ ନୃତ୍ୟ ଆସର ହେବା ସହ ବିଷ୍ଠାନ୍ନ ବଂଟନ ହୋଇଥିଲା। କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ହାତରେ ହାତ ମିଶାଇ ନୃତ୍ୟ କରିବା ସହ ଏହି ଐତିହାସିକ୍ୟ ରାୟକୁ ସ୍ୱାଗତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, ପଂଚାନନ କାନୁନ୍ଗୋ, ଯଜ୍ଞେଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ,ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ମାନସ ଆଚାର୍ଯ୍ୟ,…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କିଛି ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ କାରବାର କୁ ନେଇ ଅଭିଯୋଗ ପାଇ ଗୋଳନ୍ଥରା ଥାନା ପୋଲିସ ଏକ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ କରି ଦୁଇ ଜଣ ବ୍ୟବସାୟୀ କୁ ଆଣି ଥାନାରେ ଜେରା କରିଥିଲେ। ଯାହାଫଳରେ ସେମାନେ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମ ରେ ପ୍ରସ୍ତୁତ ହେଉଥିବା ଏକ କାରଖାନା ବିଷୟରେ ସୁଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବଡ଼ବଜାର ପୋଲିସ ଓ ଗୋଳନ୍ଥରା ପୋଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ କରି ଆଉ ଜଣେ ପ୍ରସ୍ତୁତକାରୀ ଧରି କାରଖାନା ଯାଞ୍ଚ କରିବା ବେଳେ ସେ ଭିତରେ ମହଜୁଦ ଥିବା ୨୦୦ ଲିଟର ଇଞ୍ଜିନ ଅଏଲ, ଏକ ହଜାରରୁ ଉର୍ଦ୍ଧ୍ବ ଖାଲି ଅଏଲ ଡବା, ନାମିଦାମୀ କମ୍ପାନୀ ର ଷ୍ଟିକର, କିଛି ରଙ୍ଗ ଓ କିଛି ରାସାୟନିକ ଦ୍ରବଣ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକ ଶିକ୍ଷାବିଭାଗ ଭୀମପୁର ଠାରେ ଥିବା ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଯାହାକି କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଆୟୋଜିତ ହୋଇଥିଲା। ଉକ୍ତ ବିଜ୍ଞାନ ମେଳାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଶିକ୍ଷାଅଧିକାରୀ ସାନ୍ଧ୍ୟରାଣୀ ହରିଚନ୍ଦନ, ସିଆରସିସି କୈଳାସ ଚନ୍ଦ୍ର ହୋତା ଏବଂ ବାନାମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକାନ୍ତ ଗଡ଼ନାୟକ ସହ ଅତିଥିଭାବେ ପ୍ରକଳ୍ପ ଗୁଡିକର ପରୀକ୍ଷଣ କରିଥିଲେ। ବ୍ଲକର ସମୁଦାୟ ୧୯ ଟି ବିଦ୍ୟାଳୟ ମଧ୍ୟରୁ ୧୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସର୍ବମୋଟ ୨୬ ଟି ବିଜ୍ଞାନ ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ସେଥିରୁ ୧୦ ଟି ପ୍ରକଳ୍ପ ଉତ୍କୃଷ୍ଟ ଧରଣର ହୋଇଥିବାରୁ ଜିଲ୍ଲାସ୍ତରରେ ପ୍ରଦର୍ଶିତ ପାଇଁ ଅତିଥି ମାନେ ଯୋଗ୍ୟ ବିବେଚିତ…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ଅଧୀନ ପଞ୍ଚାୟତ ଗୁଡିକରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଓଡିଶା ଆନୁକୂଲ୍ୟରେ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି। ସଙ୍ଘର ନିର୍ବାହୀ ଅଧିକାରୀ ଚାକିରୀ କରିବାକୁ ସରକାର +୨ ଯୋଗ୍ୟତା ଥିବା ମାନଦଣ୍ଡକୁ +୩ ଯୋଗ୍ୟତା ବୃଦ୍ଧି କରିବାକୁ ଦାବୀ କରିଛନ୍ତି। ଦୀର୍ଘ ସମୟ ଧରି କାର୍ଯ୍ୟ କଲାପରେ ମଧ୍ୟ ପ୍ରମୋସନ ଦିଆ ନଯିବାରୁ ପ୍ରଥମରୁ ଚାକିରୀ କରିଥିବା ନିର୍ବାହୀ ଅଧିକାରୀ ମାନେ ଉକ୍ତ ପଦବୀରେ ରହି ଅବସର ନେଉଛନ୍ତି। ତେଣୁ ନୂତନ ପଦବୀ ସୃଷ୍ଟି କରି ସେମାନଙ୍କୁ ପ୍ରମୋସନ ଦିଆଯିବାକୁ ସଙ୍ଘ ତରଫରୁ ଦାବୀ କରାଯାଇଛି। ଅଧିକାରୀ ମାନେ ପେ ସ୍କେଲ ଲେବେଲ ୫ ଅନୁଯାୟୀ ଦରମା ପାଉଥିବା ବେଳେ ଲେବେଲ ୯ କୁ ଉନ୍ନୀତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ସରକାର ସେମାନଙ୍କର…

