Author: Samikhsya Bureau

ରଣପୁର: ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ତଥା ସମଗ୍ର ବ୍ଲକ୍ ର ବିଭିନ୍ନ ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ଉପଖଣ୍ଡର ହଂସରା ଗ୍ରାମପଚାଂୟତ କରଡାପଲ୍ଲୀ ଠାରେ ଥିବା ମହାବୀର ମନ୍ଦିରରେ ଦୀର୍ଘ ୯ ବର୍ଷ ଧରି ରଜ ମହୋତ୍ସବ ପାଳିତ ହୋଇଆସୁଅଛି। କରଡାପଲ୍ଲୀ ଯାତ୍ରା ଦଳ ରାମ ଜନ୍ମ ନାଟକ ମଚଂସ୍ଥ କରୁଥିବା ଜଣାପଡିଛି। ସେହିଭଳି ଭାବରେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ନାରାୟଣୀ ଠାକୁରାଣୀଙ୍କ ଠାରେ ରାଜରାଜୁଡା ଅମଳରୁ ରଜ ମହୋତ୍ସବ ପାଳନ ହୋଇଆସୁଅଛି। ରଣପୁର ନୂଆଗାଁ ଠାରେ ଥିବା ରଣପୁର ରାଜାଙ୍କର ଗଡ ଠାକୁରାଣୀ ବାଳମୁକୁଳି ଦେବୀଙ୍କ ପୀଠରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହେଉଅଛି। ସେହିପରି ରଣପୁର ବ୍ଲକ୍ ଅନ୍ତର୍ଗତ ହରିପୁର, ଗଡବାଣିକିଲୋ,ତଳମଣିନାଗ ପୀଠ ଓ ବସନ୍ତପୁର ଆଦି ଗ୍ରାମ ମାନଙ୍କରେ ରଜ ପର୍ବ ପାଳନ ହେବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ସ୍ଥାନରେ…

Read More

ନୂଆଦିଲ୍ଲୀ: ବିଦେଶରୁ ଚାଲୁଥିବା ଖାଲିସ୍ତାନ ଆନ୍ଦୋଳନକୁ ଆଉ ଏକ ବଡ଼ ଝଟକା ଲାଗିଛି। ବ୍ରିଟେନରେ ରହୁଥିବା ଏବଂ ଅମୃତପାଲଙ୍କୁ ମାର୍ଗଦର୍ଶନ ଦେଉଥିବା ଖାଲିସ୍ତାନୀ ସମର୍ଥକ ଅବତାର ସିଂ ଖଣ୍ଡାଙ୍କର ବର୍ମିଂହାମ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏଜେନ୍ସିଗୁଡିକର ଉଦ୍ଧୃତ କରି ଏହି ସୂଚନା ସାମ୍ନାକୁ ଆସିଛି। କୁହାଯାଇଛି ଯେ, ଖାଣ୍ଡା ଆଇସିୟୁରେ ଲାଇଫ୍ ସପୋର୍ଟରେ ଥିଲେ, ଗତ କିଛି ଦିନ ହେବ ତାଙ୍କ ଅବସ୍ଥା ଗୁରୁତର ଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ ଅବତାର ସିଂ ଖଣ୍ଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ଅବତାର ସିଂ ଖାଣ୍ଡା ମୁଖ୍ୟ ଅଭିଯୁକ୍ତ ଥିଲେ। ଏହା ପରେ ଏନଆଇଏ ତାଙ୍କୁ ନିରନ୍ତର ଭାରତ ଆଣିବାକୁ ଚେଷ୍ଟା କରୁଥିଲା। ଖାଣ୍ଡକୁ ଏନଆଇଏର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅମୃତପାଲଙ୍କ ପୂର୍ବରୁ ଖାଣ୍ଡା ‘ୱାରିସ୍ ପଞ୍ଜାବ ଦେ’ ସଂଗଠନ ଚଳାଉଥିବା ଦୀପ ସିଦ୍ଧୁଙ୍କ ସହ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳି ଯାଇଛି। ସୂଚନା ମୁତାବକ ବାଣପୁର ଏନଏସି ଦାଶରଥିପୁର ଗ୍ରାମ ହରିଜନ ସାହିର ଯୁଗଳ ନାୟକ ଏବଂ ପାଣୁ ନାୟକଙ୍କ ଚାଳ ଘରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଉଭୟ ପରିବାରର ଚାରି ବଖରା ଘର ଓ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହା ମନୁଷ୍ୟକୃତ ଅଗ୍ନିକାଣ୍ଡ ଏବଂ ଦୁର୍ବୁତ୍ତମାନେ ଜାଣିଶୁଣି ଉକ୍ତ ଘର ଗୁଡିକରେ ନିଆଁ ଲଗାଇଥିବା କ୍ଷତିଗ୍ରସ୍ତ ପରିବାରବର୍ଗ ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ଆଜି ଉକ୍ତ ପରିବାରବର୍ଗ ଥାନାର ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି। ତେବେ କ୍ଷତିଗ୍ରସ୍ତ ପରିବାରବର୍ଗ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ମିଳୁ ବୋଲି ସାଧାରଣରେ…

Read More

ଟାଙ୍ଗୀ: ଆଜି ପହିଲି ରଜରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମା’ ଉଗ୍ରତାରାଙ୍କ ପୀଠ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି। ଏହି ଉତ୍ସବ ଜୁନ ୧୪ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ପୋଲିସ ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ଆର. ଡବ୍ଲୁ. ଏସ. ଏସ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ସବରେ ଭକ୍ତଙ୍କ ସୁବିଧା ନିମନ୍ତେ ସଜାଗ ରହି ସହାୟତାର ହାତ ବଢ଼ାଇ ଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ପୀଠରେ ମା ‘ ଙ୍କ ଦର୍ଶନ କରୁଛନ୍ତି। ଜଳଛତ୍ର ସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଘୋଳଦହିର ପରିବେଷଣ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସି.ଡ଼ି.ଏମ. ଓ ଡ଼. ଆର୍ତ୍ତବନ୍ଧୁ ନାୟକଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କୁ ଏକ ଷ୍ଟଲ ଖୋଲାଯାଇଛି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ଆଜିଠାରୁ ରଜ ଆରମ୍ଭ ହୋଇଥିବା ବେଳେ ଗାଁ ଗାଁ ରେ ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଉଛି। ତାକୁ ଆଖିରେ ରଖି ପୋଲିସ ତନାଘନା ଜାରି ରଖିଛି। ଆଜି ଅପରାହ୍ନରେ ଭେଟେଶ୍ୱର ପଞ୍ଚାୟତ କୁରୁଞ୍ଜିପୁର ଗ୍ରାମର ରତ୍ନାକର ପଲେଇ (୪୦) ନିଜ ଘରେ ପଛପଟେ ମଦ ରଖି ବିକ୍ରି କରୁଥିବାର ସୂଚନା ପାଇ ରତ୍ନାକରଙ୍କ ଘର ଉପରେ ଚଢ଼ାଉ କରିଥିଲା ପୋଲିସ। ଉକ୍ତ ସ୍ଥାନରୁ ଦୁଇ ବସ୍ତା ଦେଶୀମଦ (୮୦ ଲିଟର) ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Read More

ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ। କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ। କିନ୍ତୁ ପରେ ରାଜା ରାଜୁଡା…

Read More

ରଣପୁର: ଓଡିଶାର ଦ୍ୱିତିୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରା ପଇଁ ଶ୍ରୀ ଜିଉ ଙ୍କର ନୀତି ଚୂଡାନ୍ତ ହୋଇଛି। ଗତକାଲି ରାତିରେ ରଣପୁର ତହସିଲଦାର ଇପସିତ ସାହୁ ବଣମାଧ୍ୟମ ପ୍ରତିନିଧୀକୁ ଏହି ସୂଚନା ଦେଇଛନ୍ତି। ୧୯ ତାରିଖ ଭୋର ୩ଟାରେ ପଟିଠାକୁର ଙ୍କୁ ଅନ୍ତର କରାଯିବ। ସକାଳ ୯ଟା ସମୟରେ ନେତ୍ର ଉତ୍ସବ ପରେ ସର୍ବସାଧାରଣ ଶ୍ରୀ ଜିଉଙ୍କ ଦର୍ଶନ କରିପାରିବେ। ସେହିପରି ୩ ରଥ ରେ ଦିନ ୧୧ ଟାରେ ନେତ ବନ୍ଦା ହେବ। ୨୦ ତାରିଖ ସକାଳ ୫ ଟାରେ ଅବକାଶ ବଲ୍ଲଭ ହେବାପରେ ସକାଳ ୭ଟାରୁ ୮ ଟା ମଧ୍ୟରେ ରଥ ପ୍ରତିଷ୍ଟା କରାଯିବ। ସକାଳ ୯ ଟାରେ ଧୂପ ହେବାପରେ ୧୦ ରେ ମଙ୍ଗଳଅର୍ପଣ କରାଯିବ। ୧୧ରେ ସାମୟରେ ୩ ଠାକୁ ରଙ୍କୁ ଧାଡି ପହଣ୍ଡିରେ ରଥା ରୁଢ କରାଜିବାପରେ ୧୨ ଟାରେ ଚେରାପହଂରା ହେବ ଓ ଅପରାହ୍ନ ୧ ଟାରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ସହିତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ” ପରି କୁଆଁରୀମାନଙ୍କ ମିଳିତ ରଜ ଦୋଳି ଗୀତରେ ଫାଟି ପଡୁଛି ଗାଁ ଦାଣ୍ଡ, ଆମ୍ବ ତୋଟା, ଖଳା ବାରୀ। କୁଆଁରୀଙ୍କ ମଥାରେ ଚନ୍ଦନଟିପା, ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ଗୁଆ ପାଟୁକାର ପାଣ୍ଡୋଇ ନାଇ ରଜପାନ ଖାଇ ନାଲିଆ ଓଠକରି ସାଙ୍ଗହୋଇ ପୁଚି ଖେଳ, କଉଡ଼ି ଖେଳ, ତାସ୍ ଖେଳରେ ମଜ୍ଜି ରଜପର୍ବର ମଜ୍ଜା ଉଠାଇ ଖିଲି ଖିଲି ହସରେ ଫାଟିପଡୁଛି ବାଣପୁରର ଗାଁରୁ ସହର ବଜାର। ଏଣେ ଘରେ ଘରେ ପୋଡପିଠା, କାକରା, ଆରିସା, ଏଣ୍ଡୁରି ପିଠା, ମୁଢି ନଡ଼ିଆର ମହ ମହ ବାସ୍ନା ରଜପର୍ବକୁ ଆହୁରି ମଜାଳିଆ କରିଦେଇଛି।…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ନିକଟସ୍ଥ ଏକ ଗ୍ରାମର ଜନୈକା ନାବାଳିକା ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଦାଖଲ ପାଇଁ ସଦର ଥାନାକୁ ଆସିଥିଲା। ସେତେବେଳେ ତା’ର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିବାରୁ ସଦର ଥାନା ପୋଲିସ ନାବାଳିକାକୁ ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ସମୟରେ ନାବାଳିକା ଜଣକ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ। ନାବାଳିକାର ଅଭିଯୋଗକୁ ଭିତ୍ତି କରି ପୋଲିସ ରାଜେନ୍ଦ୍ର କୁମାର ପଲେଇ ନାମକ ଜଣେ ଯୁବକକୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ପକ୍ଷରେ ଗିରଫ ଯୁବକ ଓ ଜନ୍ମିତ ଶିଶୁର ଡି ଏନ୍ ଏ ପରୀକ୍ଷା କରାଯିବ ବୋଲି ସଦର ପୋଲିସଙ୍କ ନିକଟରୁ ପ୍ରକାଶ।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସାହିର ସୁରେନ୍ଦ୍ର ମହାପାତ୍ର ନାମକ ଜଣେ ରୁପା ଅଳଙ୍କାର ବ୍ୟବସାୟୀ ଗଞ୍ଜାମ ଜିଲ୍ଲାର ଗାଁ ଗାଁ ବୁଲି ରୁପା ଅଳଙ୍କାର ବ୍ୟବସାୟ କରନ୍ତି। ସନ୍ଧ୍ୟାରେ ବ୍ୟବସାୟ ସାରି ଘରକୁ ଫେରିବା ବେଳେ ସେ ପ୍ରତ୍ୟେକ ଦିନ କିଛି ଖାଦ୍ୟ ପଦାର୍ଥ କିଣି ଘରକୁ ନିଅନ୍ତି। ଏହି ପରିପ୍ରେକ୍ଷୀରେ ସେ ଟାଉନ ଥାନା ଅନ୍ତର୍ଗତ ନନ୍ଦନ ହୋଟେଲ ସାମନାରେ କିଛି ଫାଷ୍ଟ୍ ଫୁଡ୍ କିଣିବା ବେଳେ ହଠାତ୍ ଦୁଇ ଜଣ ଯୁବକ ଏକ କଳା ପଲସର ମୋଟରସାଇକେଲରେ ଆସି ସୁରେନ୍ଦ୍ରଙ୍କ ଗାଡ଼ିରେ ଲାଗିଥିବା ଅଳଙ୍କାର ବ୍ୟାଗ୍ ଟିକୁ ଲୁଟି ନେଇଥିଲେ। ଏହି ସମୟରେ ଲୁଟିଆଙ୍କ ସହ ସୁରେନ୍ଦ୍ରର ଟଣାଉଟରା ଓ ଧସ୍ତାଧସ୍ତି ହୋଇଥିଲା। କିନ୍ତୁ ଲୁଟେରା ମାନେ ଉକ୍ତ ଅଳଙ୍କାର ବ୍ୟାଗ୍ ତତକ୍ଷଣାତ୍ ସେଠାରୁ ଚମ୍ପଟ୍ ମାରିଥିଲେ। ସୁରେନ୍ଦ୍ର ଲୁଟେରା ମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ ସେମାନଙ୍କୁ ପାଇଲେ ନାହିଁ। ଶେଷରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଦେଶ ବିଦେଶରୁ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଛି। ମାତ୍ର ବର୍ତ୍ତମାନ ରଜ ମାହୋଲରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବଡକୁଳ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ଉକ୍ତ ରଜ ଉତ୍ସବକୁ ଆନୁଷ୍ଠାନିକ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଓଟିଡିସି କର୍ମଚାରୀ ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ରଜ ଉପଲକ୍ଷେ ପର୍ଯ୍ୟଟକଙ୍କ ଭରପୁର ମନୋରଞ୍ଜନ ନିମିତ୍ତ ରଜ ଦୋଳି, ସେଲଫି ପଏଣ୍ଟ ସ୍ଥାପନ କରାଯିବାସହ ରଜ ପାନ, ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଓଟିଡିସି ପକ୍ଷରୁ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା। ଯାହାକି ରଜ ପର୍ବରେ ଭରପୁର ମଜା ନେବାପାଇଁ ସ୍ଥାନୀୟ ବାସିନ୍ଦା ସମେତ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି। ପାଗ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ଲୋକକଳାକୁ ଉଜ୍ଜିବୀତ କରି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଲୋକକଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ବାଣପୁର ପଞ୍ଚାୟତ ସମିତି ଓ ବ୍ଲକ କଳା ସଂସ୍କୃତି ସଙ୍ଘ ମିଳିତ ଆନୁକୂଲ୍ୟରେ ବ୍ଲକ ସଭା ଗୃହରେ ଏହି ଲୋକକଳା ଦିବସର ଆୟୋଜନ କରାଯାଇଥିଲା। ଏଥିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପଦ୍ମନାଭ ଭୋଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ, ବିପିଏମ ରଶ୍ମିତା ଇନ୍ଦ୍ରଜିତ, ଶିବ ପ୍ରସାଦ ଜାଲି ଯୋଗ ଦେଇଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନାନପ୍ରକାରର ପିଠା ତିଆରି କରାଯାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତତସହିତ…

Read More

ନୂଆଦିଲ୍ଲୀ: ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଏନଏସଏ ସୁଲିଭାନ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ବାଇଡେନ ଆମେରିକା ଗସ୍ତରେ ଯିବାକୁ ଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ଏବଂ ମଜବୁତ ହେଉଥିବା ଆର୍ନ୍ତଜାତିକ ରଣନୀତିକ ଭାଗିଦାରୀରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଏକ ଫଳପ୍ରଦ ଗସ୍ତ ଏବଂ ଏକ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ପାଇଁ ସେ ଅପେକ୍ଷା କରିଛନ୍ତି।

Read More

ସ୍ୱାସ୍ଥ୍ୟ ଟିପ୍ସ: ହୃଦଘାତ ଉପରେ ଏକ ନୂତନ ଅଧ୍ୟୟନ ଆପଣଙ୍କ ମନକୁ ପ୍ରହାର କରିପାରେ। ବ୍ରିଟିଶ ହାର୍ଟ ଫାଉଣ୍ଡେସନର ଏହି ଅନୁସନ୍ଧାନରେ କୁହାଯାଇଛି ଯେ, ସୋମବାର ହୃଦୟ ସ୍ୱାସ୍ଥ୍ୟ ପାଇଁ କଳା ଦିନ ଭଳି ହୋଇପାରେ। ଏହି ଗବେଷଣାରୁ ଏହା ଜଣାପଡିଛି ଯେ, ସୋମବାର ହୃଦଘାତର ଆଶଙ୍କା ସର୍ବାଧିକ। ତେବେ ରବିବାର ଦିନ ମଧ୍ୟ ହୃଦଘାତରେ ବୃଦ୍ଧି ଘଟିଛି। ପ୍ରକାଶ ଯେ, ୨୦୦୫ ମସିହାରେ ହୋଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ ପୁରୁଷମାନଙ୍କଠାରେ ‘ବ୍ଲୁ ମଣ୍ଡେ’ ହୃଦଘାତ ଏକ ସାଧାରଣ କଥା। ହୃଦଘାତର ନୂତନ ଅଧ୍ୟୟନ କ’ଣ କହୁଛି?: ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ବ୍ରିଟିଶ ହାର୍ଟ ଫାଉଣ୍ଡେସନର ମେଡିକାଲ ନିର୍ଦ୍ଦେଶକ ପ୍ରଫେସର ସାର୍ ନିଲେଶ ସମାନି କହିଛନ୍ତି ଯେ ‘ସପ୍ତାହର କିଛି ଦିନରେ ହୃଦଘାତ ହେବାର ଆଶଙ୍କା କାହିଁକି ଅଧିକ ତାହା ଆମ ସମସ୍ତଙ୍କୁ ଜାଣିବା ଆବଶ୍ୟକ। ଯଦି ଏହା ଜଣା ପଡେ ତେବେ ଡାକ୍ତରମାନେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ଅସୁବିଧାରୁ ଭୟଭୀତ ହେବେ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ବିଜୟ ନିଶ୍ଚିତ ଅଟେ। ଆପଣ ଜିତିବା କିମ୍ବା ହରାଇବା ଆପଣଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ, ଯଦି ଆପଣ ଗ୍ରହଣ କରନ୍ତି, ତେବେ ଏହା ଏକ ପରାଜୟ କିନ୍ତୁ ଯଦି ଆପଣ ମଜବୁତ ରୁହନ୍ତି, ତେବେ ଜିତିବା ନିଶ୍ଚିତ। ଭଲ ଦିନ ସହିତ, କଷ୍ଟଦାୟକ ସମୟ ମଧ୍ୟ ଆସେ, କିନ୍ତୁ ଯିଏ ଏହି ଅସୁବିଧାଗୁଡ଼ିକୁ ସହଜରେ ସମାଧାନ କରେ ସେ ହେଉଛି ପ୍ରକୃତ ଯୋଦ୍ଧା। ଚାଣକ୍ୟ ୩ ଟି ଜିନିଷକୁ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଛନ୍ତି, ପାଖରେ ରହିଲେ ସବୁ ସଙ୍କଟରୁ ମୁକ୍ତି ମିଳିବ। ଯଦି ଏହି ଲୋକମାନେ କଠିନ ସମୟରେ ଏକାଠି ହୁଅନ୍ତି, ତେବେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ପରାସ୍ତ କରିପାରିବ ନାହିଁ। ବୁଦ୍ଧିମାନ ଜୀବନ ସାଥୀ: ସେହି ସ୍ୱାମୀ-ସ୍ତ୍ରୀ ଯେଉଁମାନେ ସୁଖ ଏବଂ ଦୁଃଖରେ…

Read More

ଭୁବନେଶ୍ଵର: ଆପଣ ନିଶ୍ଚିତ ଭାବରେ ଏହି ଧାଡିଟି ହସ୍ପିଟାଲର କାନ୍ଥ ଏବଂ ବର୍ଗରେ ଲେଖାଯାଇଥିବା ଦେଖିଥିବେ, ‘ରକ୍ତ ଦାନ ଏକ ମହତ୍ତ କାମ’। ରକ୍ତ ଦାନ ପ୍ରକୃତରେ ଏକ ଭଲ କାର୍ଯ୍ୟ। ତେଣୁ ଏହାକୁ ସ୍ୱତନ୍ତ୍ର କରିବା ଏବଂ ଏହା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୧୪ ତାରିଖକୁ ବିଶ୍ୱ ରକ୍ତ ଦାତା ଦିବସ ଭାବେ ପାଳନ କରାଯାଏ। ରକ୍ତ ଦାନ କଲେ ଆପଣ କାହାର ଜୀବନ ରକ୍ଷା କରିପାରିବେ। ଏଥି ସହିତ, ଲୋକଙ୍କ ମଧ୍ୟରେ ବିଶ୍ଵାସ ଅଛି ଯେ ରକ୍ତ ଦାନ କଲେ ଶରୀରରେ ରକ୍ତ ଅଭାବ ଦେଖାଯାଏ। ଦୁର୍ବଳ ହୋଇଯାଏ। ଆଜି ଆମେ ଏହା ସହ ଜଡିତ ସମସ୍ତ ବିଶ୍ବାସ ଏବଂ ସତ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିବୁ। ରକ୍ତ ଦାନ କରିବାର ଏଗୁଡ଼ିକ ହେଉଛି ଉପକାର: ରକ୍ତ ଦାନ କଲେ ଆମେ କେବଳ ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁନାହୁଁ, ବରଂ…

Read More

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଗୁରୁବାର ତାଙ୍କର ୫୫ ତମ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ରାଜନୀତିକୁ ଉତ୍ତପ୍ତ କଲା ଭଳି ଔରଙ୍ଗଜେବଙ୍କ ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ରାଜ ଠାକରେ ତାଙ୍କ ଜନ୍ମଦିନରେ ଔରଙ୍ଗଜେବଙ୍କ ଫଟୋର ଏକ କେକ୍ କାଟିଥିଲେ। ବିଶେଷ କଥା ହେଉଛି ସେ ଔରଙ୍ଗଜେବଙ୍କ ବେକ ସ୍ଥାନରେ ଛୁରୀ ବ୍ୟବହାର କରିଥିଲେ। ଏମଏନଏସ ମୁଖିଆଙ୍କ ଜନ୍ମଦିନ ଅବସରରେ କର୍ମୀମାନେ ତାଙ୍କୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଚିତ୍ର ଥିବା ଏକ କେକ ଉପହାର ଦେଇଥିଲେ। ଏହି କେକ୍ କାଟି ରାଜ ଠାକରେ କର୍ମୀମାନଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ଫଟୋ ବିଷୟରେ ଏକ ବଡ଼ ଧରଣର ବବାଲ ହୋଇଥିଲା। ଏହା ପରେ ଏମଏନଏସ କର୍ମୀମାନେ ମୁମ୍ବାଇରେ ଔରଙ୍ଗଜେବଙ୍କ କୁଶପୁତ୍ତଳିକା ପୋଡି ଦେଇଥିଲେ।

Read More

ନୂଆଦିଲ୍ଲୀ: ଭାରତର ସେଣ୍ଟ୍ରାଲ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କୁ ଆଜି ଲଣ୍ଡନରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପୁରସ୍କାର ୨୦୨୩ ରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ହେଉଛି ଏକ ଆନ୍ତର୍ଜାତୀୟ ଅର୍ଥନୈତିକ ଅନୁସନ୍ଧାନ ପତ୍ରିକା। ଏହି ପୁରସ୍କାର ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମନୋନୀତ କରାଯାଇଥିଲା କାରଣ ସେ କୋଭିଡ ମହାମାରୀ ସମୟରେ ତଥା ଆର୍ଥିକ ଅସ୍ଥିରତା ସମୟରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ମଧ୍ୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଭଲ ଭାବରେ ପରିଚାଳନା କରିଥିଲେ। ଏଥି ସହିତ, ସେ ମଧ୍ୟ ଦକ୍ଷତାର ସହିତ ମୁଦ୍ରାସ୍ଫୀତି ପରିଚାଳନାରେ ସଫଳତା ହାସଲ କରିଥିଲେ। ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପୁରସ୍କାରର ଆୟୋଜକମାନେ କହିଛନ୍ତି ଯେ, ଭାରତରେ ଚ୍ୟାଲେଞ୍ଜିଂ ସଂସ୍କାର ସହିତ ଆରବିଆଇ ଗଭର୍ଣ୍ଣର ମଧ୍ୟ ବିଶ୍ଵର ଅଗ୍ରଣୀ ପେମେଣ୍ଟ ଇନୋଭେସନ୍ ସିଷ୍ଟମର ନେତୃତ୍ୱ ନେଇଥିଲେ। ଏହା ବ୍ୟତୀତ କଠିନ…

Read More

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଏକ କିମ୍ବା ଦୁଇ ଦିନରେ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରେଳବାଇ ଅନେକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ପଶ୍ଚିମ ରେଳବାଇ ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରି ତିନି ଦିନ ପାଇଁ ମୋଟ ୯୫ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ଗୁଡିକ ଗୁରୁବାର ଅର୍ଥାତ୍ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ। ଏଥିସହିତ ରେଳବାଇ ମଧ୍ୟ କିଛି ଟ୍ରେନର ମାର୍ଗ ବଦଳାଇ ଦେଇଛି। ଆସନ୍ତୁ ଜାଣିବା କେଉଁ ମାର୍ଗରେ ରେଳବାଇ ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି।

Read More

ଭୁବନେଶ୍ଵର: ରାଜଭବନ ସମ୍ମୁଖରେ ଆଜି ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରାଯାଉଛି। ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି। ଏଥିରେ ଦଳର ଅନେକ ବିଧାୟକ ଓ ନେତା ଧାରଣାରେ ବସିଛନ୍ତି। ତେବେ ଏହି ସମୟରେ ମହିଳା କର୍ମୀ ମାନେ ଖାଲି ସିଲିଣ୍ଡର ଧରି ରାସ୍ତା ମଝିରେ ଚୁଲି ଜାଲି ପ୍ରତିବାଦ କରିଛନ୍ତି। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ବିଜେଡ଼ି ସ୍ମାରକପତ୍ର ଦେଇଛି।

Read More

ଗାଜିଆବାଦ: ଆଜି ଗାଜିଆବାଦ ପୋଲିସ ଏଟିଏସ ଏବଂ କେନ୍ଦ୍ରୀୟ ଏଜେନ୍ସି ସହିତ ଗେମିଂ ଆପ୍ ମାଧ୍ୟମରେ ଧର୍ମାନ୍ତରଣ ସଂପର୍କରେ ଅଭିଯୁକ୍ତ ଶାହନାୱାଜକୁ ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଅନୁସନ୍ଧାନରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନର ଇ-ମେଲ ଆଇଡି ସମ୍ପର୍କରେ ପୋଲିସ ସୂଚନା ପାଇଛି। ଅଭିଯୁକ୍ତଙ୍କ ଫୋନରୁ ୩୦ ରୁ ଅଧିକ ପାକିସ୍ତାନୀ ନମ୍ବର ମଧ୍ୟ ମିଳିଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ରହୁଥିବା ଜଣେ ଯୁବକଙ୍କ ସହ ପୋଲିସ ଏକ ଚାଟ୍ ମଧ୍ୟ ଉଦ୍ଧାର କରିଛି। କେବଳ ଏତିକି ନୁହେଁ ଲାହୋରରେ ରହୁଥିବା ଟ୍ରାଫିକ ପୋଲିସର ଆଇଡି ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ ଅଭିଯୁକ୍ତ ଏବଂ ତାଙ୍କ ପରିବାରର ୧୦ ରୁ ଅଧିକ ଆକାଉଣ୍ଟ ଯାଞ୍ଚ କରିଥିଲା ​​ଯେଉଁଥିରେ ଗୋଟିଏ ଆକାଉଣ୍ଟରେ ୩୫ ଲକ୍ଷରୁ ଅଧିକ କାରବାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଟିମ୍ ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ରାଶି କେଉଁଠୁ…

Read More