Author: Samikhsya Bureau

ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ବିଧାୟକ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବିଜୁ ଜନତା ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ। ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ…

Read More

ଭୁବନେଶ୍ଵର: ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଏପରି ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ତଥା ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କୃତ କରିବା ଲାଗି ଆଇନ ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା ନେଇ ଆୟକର ବିଭାଗ ଜନସାଧାରଣଙ୍କୁ ସଚେତନ କରାଇ ଦେଇଛି। ବେନାମୀ ନେଣଦେଣର ଅର୍ଥ ହେଉଛି ଏପରି ଏକ ନେଣଦେଣ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରାଯାଇଥାଏ ଏବଂ ପ୍ରତିଫଳ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଶୋଧ କିମ୍ବା ଯୋଗାଇ ଦିଆଯାଇଥାଏ। ତେଣୁ ଦୁଇଟି ପକ୍ଷ ଅର୍ଥାତ୍‌ ବେନାମୀଦାର ଏବଂ ହିତାଧିକାରୀ ମାଲିକଙ୍କ ମଧ୍ୟରେ ଏକ ବେନାମୀ ନେଣଦେଣ ସମ୍ପାଦନ କରାଯାଇଥାଏ। ହିତାଧିକାରୀ ମାଲିକ ହିଁ ବାସ୍ତବ ମାଲିକ ହୋଇଥାନ୍ତି ଯିଏକି ନେଣଦେଣରେ ପ୍ରତିଫଳ ପରିଶୋଧ କରିଥାନ୍ତି। ଏହାର ବିପରୀତ, ବେନାମୀ ନେଣଦେଣ ପାଇଁ ହିତାଧିକାରୀ ମାଲିକଙ୍କୁ ସମ୍ପତ୍ତି ଉଧାର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି। ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଙ୍କ ନେତୃତ୍ୱରେ ଏକ ଟିମ ବାଲେଡିହ ଗ୍ରାମ ଛକରେ ଚଢ଼ାଉ କରି କୋଷରଡ଼ା ଗ୍ରାମର ଅଭିଯୁକ୍ତ ଲବ ଶବର (୨୩) ଙ୍କୁ ଗିରଫ କରିଛନ୍ତି। ଲବଙ୍କ ନିକଟରୁ ଏକ ବାଇକ ସହ ସମୁଦାୟ ୨୨୫ ଲିଟର ଦେଶୀ ମଦ ଜବତ ହୋଇଛି। ଲବ ଉକ୍ତ ଦେଶୀ ମଦ ନିଜ ଗ୍ରାମରୁ ଆଣି ବେପାର ଉଦ୍ଦେଶ୍ୟରେ ବାଣପୁର ଅଭିମୁଖେ ଆସୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Read More

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ, ସମ୍ବଲପୁର ହିତୈଷିଣୀର ସମ୍ପାଦକ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ ସାରଥୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୯ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପାଳିତ ହୋଇଛି। ପ୍ରତ୍ୟୁଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଦୀପଦାନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର‌୍ୟ୍ୟକ୍ରମ ପ୍ରାରମ୍ଭରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଉପସ୍ଥିତ ପୂଜ୍ୟପୂଜାପ୍ରେମୀ ନିଜ ବକ୍ତବ୍ୟରେ ବାଙ୍କୀ ବୈଦେଶ୍ୱର ମାଟିର ବରପୁତ୍ର ନୀଳମଣି ଶିକ୍ଷାଲାଭ ପରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର‌୍ୟ୍ୟ ଆରମ୍ଭ କଲେ ଛବାମଣ୍ଡାର ଗୁଣଗ୍ରାହୀ ମହାରାଜା ସାର ବାସୁଦେବ ସୁଢ଼ଳ ଦେବଙ୍କ ଆମନ୍ତ୍ରଣ କ୍ରମେ ବାମଣ୍ଡାରେ ଅବସ୍ଥାନ କରି ସମ୍ବଲପୁରୀ ହିତୈଷିଣୀ ଖବରକାଗଜ ସମ୍ପାଦନା କରିଥିଲେ। ଓଡ଼ିଆ ଭାଷାକୁ ବିଲୋପ…

Read More

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି। ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା। ରିଲାଏନ୍ସ ଫାଉଣ୍ଡେସନ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି। କାର୍ଗିଲ୍‌ ଯୁଦ୍ଧ ସମୟରେ ନିଜ ଜୀବନ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଭାରତ ମା’ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ଯବାନଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଥିଲେ ବୋଲି ରାଷ୍ଟ୍ରପତି କହିଥିଲେ । ସେ ଆହୁରି କହିଥିଲେ, ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କୁ ତାଙ୍କର ଯୋଗଦାନ ପାଇଁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଯବାନମାନଙ୍କ ସାହସିକତା ସବୁବେଳେ ଆମ ଦେଶର ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହ ସମ୍ପର୍କରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଥିଲେ ଯେ, ୭୫ ବର୍ଷର ସମୃଦ୍ଧଶାଳୀ ଯାତ୍ରାରେ ଓଡ଼ିଶା ହାଇକୋର୍ଟ ଅନେକ ଉଚ୍ଚ ମାନକ ପ୍ରତିଷ୍ଠା କରିଛି।…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଯୋଗୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଉଦୟନାଥ ସେଠୀ ସମେତ ୫ ଜଣ ସୁପାରୀ କିଲର ଯଥା ରୁପକ ସେଠୀ, ଅନୁଜ ସେଠୀ, ସୁରଜ୍ ସେଠୀ ସୁରଜ ପରିଡ଼ା ଓ ନିରାକାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ କୁମାର ସୁଚନା ଦେଇଛନ୍ତି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ଖଜୁରିପଲୀ ଗ୍ରାମର ନିଜ ଶଳା ଭାଉଜଙ୍କ ସହ ସମ୍ପର୍କ ରଖିବାକୁ ନେଇ ମହିଳାଙ୍କ ଭାଇ ଯୋଗୀ ସେଠୀ ଆପତ୍ତି କରିଥିଲା। ଯ’ଦ୍ଵାରା ଉଦୟ ଓ ଯୋଗୀ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇ ବଢ଼ି ବଢ଼ି ଚାଲିଲା। ଏହି ଭଳି ପରିସ୍ଥିତିରେ ଉଦୟ ଯୋଗୀକୁ ସବୁ ଦିନ ପାଇଁ ରାସ୍ତାରୁ…

Read More

ସ୍ୱାସ୍ଥ୍ୟ ଟିପ୍ସ: ବର୍ଷା ଓ ବନ୍ୟା ଆଖିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ହଠାତ୍ ଆଇ ଫ୍ଲୁ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଛୋଟ ପିଲାମାନେ ଆଇ ଫ୍ଲୁରେ ପୀଡିତ ହେଉଛନ୍ତି। ଡାକ୍ତରମାନେ କହିଛନ୍ତି ଯେ, ବର୍ଷାରେ ଆର୍ଦ୍ରତା ହେତୁ ଅନେକ ପ୍ରକାରର ଜୀବାଣୁ ସକ୍ରିୟ ହୋଇଯାଆନ୍ତି। ଯେଉଁ କାରଣରୁ ଆଖି ଧରା ଭଳି ରୋଗ ବଢିବାରେ ଲାଗିଛି। ତେବେ ଏଥର ମାମଲା ଅଧିକ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ଯଦି ଶିଶୁର ଆଖି ଯନ୍ତ୍ରଣାଦାୟକ ଏବଂ ଲାଲ ହୋଇଯାଏ, ତେବେ ସତର୍କ ହେବା ଉଚିତ୍। କାରଣ ଏହା ଆଖି ଧରାର ଏକ ଲକ୍ଷଣ। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲକୁ ନ ପଠାଇବାକୁ ପରାମର୍ଶ ଦିଆଯାଇଛି। କାରଣ ଆଖି ଧରା ସଂକ୍ରମଣ ଦ୍ଵାରା ହୋଇଥାଏ। ଏହା ଅନ୍ୟ ପିଲାମାନଙ୍କୁ ମଧ୍ୟ ବ୍ୟାପିପାରେ। କେତେ ଦିନ ମଧ୍ୟରେ ଆଖି ଧରା ଭଲ ହୋଇଯାଏ?: ଚକ୍ଷୁ ବିଶେଷଜ୍ଞଙ୍କ ଅନୁଯାୟୀ,…

Read More

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡାଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପୁଅ ଦେବେନ୍ଦର ଦର୍ଡା ଏବଂ ଏମଏସ ଜେଏଲଡି ୟଭତମାଲ ଏନର୍ଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୟଶ୍ଵାଲଙ୍କୁ ମଧ୍ୟ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ କୋର୍ଟ ପୂର୍ବତନ କୋଇଲା ସଚିବ ଏଚ୍.ସି ଗୁପ୍ତା, ଦୁଇ ବରିଷ୍ଠ ସରକାରୀ କର୍ମଚାରୀ କେ.ଏସ୍ କ୍ରୋଫା ଏବଂ କେସି ସମରିଆଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୂର୍ବତନ କଂଗ୍ରେସ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡାଙ୍କ ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ୧୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ମନୋଜ କୁମାର ଜୟଶ୍ଵାଲଙ୍କ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ପୂର୍ବତନ…

Read More

ଜୀବନଶୈଳୀ: ଯଦି କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି। ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ – ୧- ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ୨- ହଳଦିଆ ରଙ୍ଗର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହାପରେ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏପରି ଜିନିଷ ଖାଇବା ଉଚିତ୍ ଯାହା ଶରୀରରେ ଅମ୍ଳଜାନର ସ୍ତର ବଢାଇଥାଏ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ, ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ। ଆସନ୍ତୁ ଜାଣିବା….. ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ: ପ୍ରଚୁର ଜଳ ପିଅନ୍ତୁ: ଅମ୍ଳଜାନ ସ୍ତର ବଢାଇବା ପାଇଁ ଖାଦ୍ୟରେ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମ କୋଷଗୁଡ଼ିକ ନିଶ୍ୱାସ ନେବା ଆବଶ୍ୟକ କରନ୍ତି ଏବଂ ଯେତେବେଳେ ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇଥାଉ, ଆମ ଶରୀର କୋଷକୁ ଅମ୍ଳଜାନ ଦେଇଥାଏ। ତେଣୁ ନିୟମିତ ଭାବେ ପ୍ରଚୁର ପାଣି ପିଅନ୍ତୁ। କମ୍ ଲୁଣିଆ ଖାଦ୍ୟ ଖାଆନ୍ତୁ:…

Read More

କୁଜଙ୍ଗ: ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣ କୁମାର ବେହରାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଅବସରରେ ଦଳର ବହୁ ନେତା ଓ କର୍ମୀଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଏହି ଅବସରରେ ମହ୍ଲାସାହି ସରପଞ୍ଚ ଧୃବ ଚରଣ ନାୟକ ତାଙ୍କୁ ନଡିଆ ଚାରା ଉପହାର ସ୍ୱରୂପ ଦେଇଥିଲେ ଯାହା ବେଶ ପ୍ରେରଣା ଦାୟୀ ହୋଇଥିଲା। ଏହି ଅବସରରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ, ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା, ଯୁବ ବିଜେଡି ନେତା ଅରୂପ ପ୍ରସାଦ ମହାନ୍ତି, ପୂର୍ବତନ ସମିତି ସଭ୍ୟ କବି ରଞ୍ଜନ ବେହେରା, ମହନୀ ଚରଣ ରାଉତଙ୍କ ସହ ବହୁ ସରପଞ୍ଚ ଓ ଦଳର ନେତା ଓ ସଂଗଠକ ଯୋଗଦେଇଥିଲେ।

Read More

ଭୁବନେଶ୍ବର: ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏକ ବଡ ଖବର ହସ୍ତଗତ ହୋଇଛି। ମୁଖ୍ୟତଃ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସର ଯାତ୍ରୀମାନଙ୍କ ପାଇଁ ବଡ ସୂଚନା ରହିଛି। ଏହି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆଜି ପୁରୀ ଠାରୁ ରାତ୍ରୀ ୮ଘ.୪୫ମି. ରେ ଛାଡିବାକୁ ଥିଲା। କିନ୍ତୁ ଏହା ଆସନ୍ତାକାଲି ଭୋର ୫ ଘଟିକାରେ ଛାଡିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: ଆଜି ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଥିଲା। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତିଙ୍କ ଦ୍ୱାରା ସ୍ବୀକୃତି ମିଳିଥିଲା। ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଗ୍ରହଣ କରିବା ପରେ ଲୋକସଭା ବାଚସ୍ପତି କହିଛନ୍ତି ଯେ, ସମସ୍ତ ଦଳ ସହ ଆଲୋଚନା ହେବା ପରେ ସେ ଚର୍ଚ୍ଚା ପାଇଁ ସମୟ ସ୍ଥିର କରିବେ।

Read More

କୁଜଙ୍ଗ: କୁଜଙ୍ଗ ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠ ରାହାମା ବଣିକ ସଂଘର ଏକ ପ୍ରତିନିଧି ତିତ୍ତେ୍‌ାଲ ଏସ୍‌ଡିପିଓ ଓ ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କୁ ସାକ୍ଷତ କରିବା ସହ ବଜାର ବିଭିନ୍ନ ସମସ୍ୟା ଓ ଏହାର ଆଶୁ ସମାଧାନ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ଟ୍ରାଫିକ୍ ମସସ୍ୟା, ବ୍ୟବସାୟୀ ମାନଙ୍କ ସହ ଗ୍ରାହକଙ୍କ ସୁରକ୍ଷା, ଏହା ସହ ଅନ୍ୟାନ ବିଷୟରେ ଏହି ପ୍ରତିନିଧିଚ ଦଳ ଆଲୋଚନା କରିଥିଲେ। ଏହି ସାକ୍ଷତ ଅବସରରେ ରହାମା ବଣିକ ସଂଘର ସଭାପତି ଜଟାଧାରୀ ଦାସ, ସମ୍ପାଦକ ଡା. ସୁନାକର ବେହେରା, ଉପଦେଷ୍ଠା ଭିକାରୀ ଚରଣ ସେନାପତି, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ପ୍ରଧାନ, ଯୁଗ୍ମ ସମ୍ପାଦକ ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ବରିଷ୍ଠ ସଭ୍ୟ ଦୁର୍ଯ୍ୟଧନ ସ୍ୱାଇଁ, ବ୍ୟବସାୟୀ ସୁଲେଖ ବେହେରା, କୈଳାସ ନାୟକ ପ୍ରମୁଖ ବଜାର କମିଟିର ଏହି ପ୍ରତିନିଧି ଦଳରେ ଯୋଗଦେଇ ଉଭୟ ଏସ୍‌ଡିପିଓ ଚିନ୍ମୟ ରାଉତ ଓ…

Read More

ନୂଆଦିଲ୍ଲୀ: ପଞ୍ଜାବୀ ସଂଗୀତ ଶିଳ୍ପରୁ ଖରାପ ଖବର ଆସୁଛି। ପ୍ରକୃତରେ ପ୍ରସିଦ୍ଧ ଗାୟକ ସୁରିନ୍ଦର ସିନ୍ଦା ଆଜି ସକାଳେ ଲୁଧିଆନାର ଡିଏମସିଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ଜୀବନ-ମୃତ୍ୟୁ ଯୁଦ୍ଧରେ ଲଢୁଥିଲେ। ଏଥି ସହିତ, ଗାୟକଙ୍କ ମୃତ୍ୟୁ ହେତୁ ପଞ୍ଜାବୀ ସଙ୍ଗୀତ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି। ସମସ୍ତ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁରିନ୍ଦର ସିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

Read More

କୁଜଙ୍ଗ: କୁଜଙ୍ଗ ପୁଲିସ ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରି ଛଅ କିଲୋ ଗଞ୍ଜେଇ ଓ ୧୦ ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଯବତ କରିଛି। କୁଜଙ୍ଗ ବଜାର ତାଳଦଣ୍ଡା କେନାଲ ବନ୍ଧରୁ କୁଜଙ୍ଗ ପୁଲିସ ୩କିଗ୍ରାର ବିପୁଳ ଗଞ୍ଜାଇ ଜବତ କରିବା ସହିତ ଜଣେ ବେପାରୀ ପ୍ରଦୀପ ପରିଡା (୪୫)ଙ୍କୁ ଗିରଫ କରିଛି। କୁଜଙ୍ଗ ଅଞ୍ଚଳର ଏହି ବ୍ୟକ୍ତି କନାଲ ପାଶ୍ୱର୍ରେ କାରବାର କରୁଥିବା ବେଳେ ଥାନା ଅଧିକାରୀ କୌଣସି ଉପାୟରୁ ସୂଚନା ପାଇଁ ଏଏସ୍‌ଆଇ ବିଶ୍ୱଜିତ୍ ଗଡନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢାଉ କରି ୩ କିଗ୍ରା ଗଞ୍ଜାଇ ଜବତ ସ ଅଭିଯୁକ୍ତକୁ ଗିରଫ କରିଥିଲେ। ଅନୁରୂପ ଭାବେ ପନ୍ଦରନମ୍ବର ବଜାରରେ ଏକ ତେଜରାତି ଦୋକାନରୁ ଏସ୍ ଆଇ ବିବେକାନନଦ ସାହୁ ଚଢାଉ କରି ଅଜୟ ସାହୁ (୫୪)ଙ୍କୁ ଗିରଫ କରିବା ସହ ୩ କିଗ୍ରା ଗଞ୍ଜାଇ ଜବତ କରିଛି। ସେହିପରିଭାବେ ଅନ୍ୟ ଏକ ଘଟଣା…

Read More

କୁଜଙ୍ଗ: ଅଖିଳ ଭାରତ କିଷାନ ସଙ୍ଘ ପକ୍ଷରୁ ୧୧ ଦଫା ସମସ୍ୟାକୁ ନେଇ ମଙ୍ଗଳବାର ଦିନ କୁଜଙ୍ଗ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସାମ୍ୟବାଦିନେତା ବସନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣା ଓ ବିକ୍ଷୋଭ ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ବୃଦ୍ଧ ଓ ବୃଦ୍ଧାମାନେ ଯୋଗଦେଇ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ କୃଷକମାନଙ୍କ ଭତ୍ତା ମାସିକ ୬ହଜାର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୪ହଜାର ଟଙ୍କା, ସମସ୍ତ କୃଷିଋଣ ଛାଡ କରିବାସହ ବିନାଚାର୍ଜଫିକେସନରେ ୧ଲକ୍ଷ ଟଙ୍କା ପର୍ଯ୍ୟ ସୁଧମୁକ୍ତ ଋଣ ପ୍ରଦାନ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ, ତାଳଦଣ୍ଡା କେନାଲ ଯୋଗେ ଚାଷିଙ୍କୁ ତୁରନ୍ତ ଜଳଯୋଗାଣ, ଶୀତଳ ଭଣ୍ଡାର ନିର୍ମାଣ, ଜଳନିଷ୍କାସନ ପଥ ଉନ୍ମୁକ୍ତ, ଦୁଇଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇଦେବା ପ୍ରଭୃତି ୧୧ ଦଫା ଦାବି ନେଇ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ମୁଖ୍ୟ ମନ୍ତ୍ରୀଙ୍କ…

Read More

ରଣପୁର: ରାଜ୍ୟସରକାର ରାସ୍ତାଘାଟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଏହାସହିତ ପାଣିଭଳି ବ୍ୟୟ ଅଟକଳ କରି କୋଟି କୋଟି ଟଙ୍କା ରାଜକୋଷରୁ ମଞ୍ଜୁର କରୁଛନ୍ତି। ହେଲେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଏଭଳି ଏକ ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ। ପୂର୍ତ୍ତ ବିଭାଗ ଅଧିନରେ ଥିବା ରାଜସୁନାଖଳା ଠାରୁ ରଣପୁର ୧୩ କିମି ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ରାଜ୍ୟସରକାର ନୂତନ ରାସ୍ତା ନିର୍ମାଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରି ରଣପୁର ପୂର୍ତ୍ତ ବିଭାଗକୁ ଏହାର କାର୍ଯ୍ୟ କରିବା ପାଇଁ ଦୁଇଟି ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଠିକାଦାର ସୁନାଖଳା ଠାରୁ କୋଇଲିମା ରାସ୍ତା କାର୍ଯ୍ୟ ଶେଷ କରିଥିଲାବେଳେ ଅନ୍ୟଜଣେ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ସମୟ କୋଇଲିମା ଠାରୁ ରଣପୁର ମାଛ ମାର୍କେଟ ଛକ ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ସମାପନ କରିପାରିନଥିଲେ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରଗିଲ୍ ବିଜୟ ଦିବସ ଅବସରରେ କାରଗିଲ୍ ଯୁଦ୍ଧରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, କାରଗିଲ୍ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହାସୀ ବୀରଙ୍କ ବୀରତ୍ୱ ଗାଥାକୁ ସାମ୍‌ନାକୁ ଆଣିଥାଏ, ଯିଏ କି ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣା ରହିବେ। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କାରଗିଲ୍ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହାସୀ ବୀରଙ୍କ ବୀରତ୍ୱ ଗାଥାକୁ ସାମ୍‌ନାକୁ ଆଣିଥାଏ, ଯିଏ କି ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣାଶକ୍ତି ରହିବେ। ଏହି ବିଶେଷ ଦିନରେ ମୁଁ ସେମାନଙ୍କୁ ହୃଦୟରୁ ପ୍ରଣାମ ଏବଂ ବନ୍ଦନା କରୁଛି। ଜୟ ହିନ୍ଦ୍‌!’

Read More

ଭୁବନେଶ୍ୱର: ଭାରତରେ ଡାଟାସେଣ୍ଟର ବିକାଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୃକଫିଲଡ ଇନଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହିତ ସହଭାଗିତା ଓ ନିବେଶ ଘୋଷଣା କରାଯାଇଛି। ଉଭୟ ବୃକଫିଲଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡିକର ୩୩.୩୩ ପ୍ରତିଶତ କିଣିବା ରିଲାଏନ୍ସ। ପ୍ରସ୍ତାବିତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଛି, ଯାହା ଆବଶ୍ୟକତା ହିସାବରେ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି କାରବାର ରେଗୁଲେଟରି ଅନୁମୋଦନ ଅଧୀନରେ ରହିଛି ଏବଂ ପ୍ରାୟ ତିନି ମାସ ଅବଧିରେ ସମ୍ପୂର୍ଣ୍ଣ ହେବାର ଆଶା ରହିଛି। ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବୃକଫିଲଡ ଇନ୍ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନିଗୁଡ଼ିକ ପାଇଁ ମହତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡାଟା ସେଣ୍ଟର ନିର୍ମାଣ କରୁଛି। ଏହି ସହଭାଗିତା ସହିତ…

Read More