Author: Samikhsya Bureau

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟର ୭ଟିସ୍ତାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱରେ ଦୁଇଟି ସଂସ୍ଥା ରହିଛନ୍ତି। ବିଧାନସଭାରେ ପର୍ଯ୍ୟଟନମନ୍ତ୍ରୀ ପ୍ରଭାତି ପରିଡା ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ଇକୋ ରିଟ୍ରିଟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ ଆୟୋଜନ କରାଯାଇଛି । ଏହିସବୁସ୍ଥାନଗୁଡିକ ହେଲା କୋଣାର୍କର ରାମଚଣ୍ଡି, ଭିତରକନିକାର ପେଣ୍ଠ, ସାତକୋଶିଆର ବାଲିପୁଟ, ସମ୍ବଲପୁରର ହୀରାକୁଦ, କନ୍ଧମାଳର ଦାରିଙ୍ଗିବାଡି, କୋରାପୁଟର ପୁଟସିଲ ଓ ଗଞ୍ଜାମର ସୋନାପୁର ବେଳାଭୂମି । ଏହି ସମସ୍ତ ଇକୋ ରିଟ୍ରିଟର ଆୟୋଜନ କରିଛନ୍ତି ଇ-ଫ୍ୟାକ୍ଟର ଏକ୍ସପେରିଏନ୍ସ ଲିମିଟେଡ ଓ ୟାଲା ଇକୋ ରିଟ୍ରିଟ୍‍ ପ୍ରାଇଭେଟ ଲିମିଟେଡ । ଚଳିତବର୍ଷର ଆୟୋଜନ ପାଇଁ ରାମଚଣ୍ଡି ଇକୋ ରିଟ୍ରିଟ ଲାଗି ଇ-ଫ୍ୟାକ୍ଟର ସର୍ବାଧିକ ୨୪ କୋଟି ୬୪ଲକ୍ଷ ଟଙ୍କା ନେବାକୁ ଥିବାବେଳେ କନ୍ଧମାଳର ଦାରିଙ୍ଗିବାଡି ଇକୋ ରିଟ୍ରିଟ…

Read More

Odisha HLCA Meeting: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼। ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି। ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ,…

Read More

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ତେବେ ସୁଭଦ୍ରା ଯୋଜନାଟି ମିଶନ ଶକ୍ତି ବିଭାଗର ପରିସରଭୁକ୍ତ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡା ସ୍ପଷ୍ଟ କରିଛନ୍ତି । ଲକ୍ଷପତି ଦିଦିଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ମୋଟ୍‍ ୬,୦୨,୦୧୩ ସଂଖ୍ୟକ ସ୍ୱୟଂ ସହାୟିକା ଗୋଷ୍ଠି କାର୍ଯ୍ୟରତ ଅଛନ୍ତି ଓ ସେଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟା ସମ୍ପୃକ୍ତ ଅଛନ୍ତି । ବିଭିନ୍ନ ଆର୍ଥିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬,୪୧,୭୪୮ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି ।

Read More

ଭୁବନେଶ୍ୱର: ପାଠପଢାକୁ ଶୃଙ୍ଖଳିତ ଓ ସୁଚାରୁ ରଖିବାପାଇଁ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୧୭୫୩ ଜଣ ଅତିଥି ଅଧ୍ୟାପକ ନିୟୋଜନ କରାଯାଇଛି। ଏମାନେ ମାସକୁ ସର୍ବାଧିକ ୩୫ ହଜାର ଟଙ୍କାର ପାଉଣା ପାଇବେ। ରାଜ୍ୟର ମହାବିଦ୍ୟାଳୟଗୁଡିକରେ ଅତିଥି ଅଧ୍ୟାପକ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବାଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ପାଠପଢା କାର୍ଯ୍ୟ ବ୍ୟାହତ ନହେବା ପର୍ଯ୍ୟନ୍ତ ଏବଂ ପାଠପଢାକୁ ଶୃଙ୍ଖଳିତ ଓ ସୁଚାରୁ ରଖିବାପାଇଁ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୧୭୫୩ ଜଣ ଅତିଥି ଅଧ୍ୟାପକ ନିୟୋଜନ କରାଯାଇଛି । ଏହି ଅତିଥି ଅଧ୍ୟାପକମାନଙ୍କୁ ପ୍ରତି କ୍ଲାସ ପ୍ରତି ୭୦୦ ଟଙ୍କା ହାତରେ ମାସିକ ସର୍ବାଧିକ ୫୦ଟି କ୍ଲାସ ପାଇଁ ସର୍ବାଧିକ ୩୫ହଜାର ଟଙ୍କା ପ୍ରଦାନ କରାଯାଉଛି । ସେହିଭଳି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉଚ୍ଚଶିକ୍ଷା…

Read More

ଭୁବନେଶ୍ୱର: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ପ୍ରମୁଖ ରେଳ ସ୍ଥାପନଗୁଡ଼ିକରେ ସୁରକ୍ଷା ମାନଦଣ୍ଡ, ଭିତ୍ତିଭୂମି ସ୍ଥିତି ଏବଂ କାର୍ଯ୍ୟକ୍ଷମ ଦକ୍ଷତା ସମୀକ୍ଷା କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ନୟାଗଡ – ଜଖପୁରା ସେକ୍ସନର ଏକ ବ୍ୟାପକ ସୁରକ୍ଷା ଯାଞ୍ଚ କରିଥିଲେ। ତାଙ୍କ ସହିତ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ, ମୁଖ୍ୟାଳୟର ପ୍ରମୁଖ ବିଭାଗ ମୁଖ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ନିରୀକ୍ଷଣ ନୟାଗଡ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ମହାପ୍ରବନ୍ଧକ ପ୍ଲାଟଫର୍ମ, ପରିଚାଳନା ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧା ସମେତ ଷ୍ଟେସନ ଏବଂ ୟାର୍ଡର ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ଆହୁରି ମଧ୍ୟ କୃ ଲବି, ସ୍ୱାସ୍ଥ୍ୟ ୟୁନିଟ୍ ଏବଂ ରନିଂ ରୁମ୍, ରେଳବାଇ କଲୋନି ଏବଂ ଶିଶୁ ଉଦ୍ୟାନଏବଂ ସେକ୍ସନର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଯଥା କେନ୍ଦୁଝରଗଡ଼, ହରିଚନ୍ଦନପୁର ରେଳ…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏପ୍ରିଲ-ଜାନୁଆରୀ ୨୦୨୫-୨୬ ରେ ମାଲ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି, ଏବଂ ୨୦୨୪-୨୫ ର ସମାନ ଅବଧିରେ ୧୮୧.୨୪ ମିଲିଅନ ଟନ ତୁଳନାରେ ୧୯୯.୫୦ ମିଲିୟନ ଟନ ପ୍ରମୁଖ ସାମଗ୍ରୀ ପରିଚାଳନା କରିଛି। ଏହି ନିରନ୍ତର ବୃଦ୍ଧି ଜୋନର ଦୃଢ଼ କାର୍ଯ୍ୟକ୍ଷମତା ଏବଂ ଅର୍ଥନୀତିର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ସମର୍ଥନ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରୁଛି। କୋଇଲା ଏବଂ ଲୁହା ପଥର ମାଲ ପରିବହନର ମୁଖ୍ୟ ଆଧାର ରହିଥିବାବେଳେ, ସାର ଏବଂ ଖାଦ୍ୟ ଶସ୍ୟ ଲୋଡିଂରେ ଉଲ୍ଲେଖନୀୟ ବୃଦ୍ଧି କୃଷି ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ପୂର୍ବତଟ ରେଳପଥର ବର୍ଦ୍ଧିତ ଅବଦାନକୁ ଉଲ୍ଲେଖ କରୁଛି । ସାର ଲୋଡିଂରେ ଉଲ୍ଲେଖନୀୟ ବୃଦ୍ଧି ପଞ୍ଜିକରଣ ୨୦୨୫-୨୬ ଏପ୍ରିଲ-ଜାନୁଆରୀ ମଧ୍ୟରେ ସାର ଲୋଡିଂ ଗତ ବର୍ଷ ସମାନ ଅବଧିରେ ୫.୮୨ ମିଲିଅନ ଟନ ତୁଳନାରେ ୮.୨୨ ମିଲିଅନ ଟନକୁ…

Read More

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍‌ର ନେତୃତ୍ୱରେ ୧୭୦ କୋଟି ଟଙ୍କାର ବହୁ-ସହଭାଗୀ ଶିକ୍ଷା ପ୍ରୟାସ ଶିକ୍ଷାନେକ୍ସଟ୍ (ShikshaNext) ଆରମ୍ଭ କରାଯାଇଛି। ତିନି ବର୍ଷ ଅବଧି ବିଶିଷ୍ଟ ଏହି ପ୍ରୟାସର ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଦେଶବ୍ୟାପୀ ୧.୩ କୋଟିରୁ ଅଧିକ ପିଲାଙ୍କୁ, ବିଶେଷକରି ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ, ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ଗୁଣାତ୍ମକ ଶିକ୍ଷା ସୁଯୋଗ ଉପଲବ୍ଧ କରାଇବା। ଏହି ପ୍ରୟାସର ଶୁଭାରମ୍ଭ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ଅବସରରେ କରାଯାଇଛି। ‘ଶିକ୍ଷା ନେକ୍ସଟ’ ରେ ରିଲାଏନ୍ସ ଫାଉଣ୍ଡେସନ୍ ସଂସ୍ଥାପକ ତଥା ରଣନୀତିଗତ ସହଭାଗୀ ଭାବେ ଭୂମିକା ନିଭାଉଛି। ଏହା ସହିତ ଗେଟ୍ସ ଫାଉଣ୍ଡେସନ୍ ସହ-ଆଙ୍କର ପାର୍ଟନର ଓ ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ୍ ପରିଚାଳନା ସହଯୋଗୀ ଭାବେ କାର୍ଯ୍ୟକ୍ରମର କ୍ରିୟାନ୍ଵୟନରେ ସମନ୍ୱୟ ରକ୍ଷା କରିବ। ଏଥି ସହିତ ମାଇକେଲ୍ ଏଣ୍ଡ ସୁସାନ୍ ଡେଲ୍ ଫାଉଣ୍ଡେସନ୍ ମଧ୍ୟ ଏହି ପ୍ରୟାସକୁ…

Read More

ମେଷ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ। ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ। ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ। ଆପଣ ଧର୍ଯ୍ୟବାନ ହେବା ଉଚିତ୍। ମିଥୁନ- ଆଜି ରୋଗ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବୀର ଯବାନ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଗୋବର୍ଦ୍ଧନ ସାହୁ ଆତ୍ମ ସୁରକ୍ଷା ତାଲିମ ର ଆବଶ୍ୟକତା ସମ୍ପର୍କ ରେ ଆଲୋକପାତ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏନ୍‌ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜ ମୋହନ ପ୍ରଧାନ, ଅଧ୍ୟାପିକା ଗିରିଶ ବାଳା ନାୟକ, ପ୍ରଶିକ୍ଷିକା ଭାବରେ ଯୋଗ ଦେଇଥିବା ତେଜସ୍ମିତା ସାହୁ ଓ ସୁଦାମ ଚରଣ ସାହୁ ଛାତ୍ରୀ ମାନଙ୍କର ସୁରକ୍ଷା ସମସ୍ୟା ବିଷୟ ରେ ଆଲୋଚନା କରିଥିଲେ । ଏସ୍ ଡି ଟି ପି…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଆସୁଥିବା ଶିଶୁମାନଙ୍କ ମଧ୍ୟରୁ ଯେଉଁ ମାନେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ରେ ଅଧ୍ୟୟନ କରୁଛନ୍ତି ତତ୍ ସହିତ ଅଣ ଆନୁଷ୍ଠାନିକ ଯତ୍ନର ସେବା ଯଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ପୃଷ୍ଟପୋଷକିୟ ସହାୟତା, ଆଶିର୍ବାଦ ଏବଂ ଗ୍ରୀନ ପ୍ୟାସେଜ୍ ରୁ ସହାୟତା ପାଉଥିବା ପିଲାମାନେ ସେମାନଙ୍କର ଭବିଷ୍ୟତ ପାଇଁ ଆଜି ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ଆଇ ଏଚ ଏମ ଏବଂ ଜଟଣୀ ସ୍ଥିତ ସାଇ ଏକ୍ସପର୍ତ୍ ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି। ଆଇ ଏଚ ଏମ ର ଅଧ୍ୟକ୍ଷା ସାରଦା ଘୋଷ ଏହି ପିଲାମାନଙ୍କୁ ସ୍ବାଗତ କରିବା ସହିତ ଏହି ବୟସରେ ସାଧାରଣତଃ ପିଲାମାନଙ୍କ ଦିଗହରା ହୋଇଯାଆନ୍ତି ଯାହାଫଳରେ ସେମାନେ ତାଙ୍କ…

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଆଜି ବିଭିନ୍ନ ମନ୍ଦିର ଚୋରି ଘଟଣାରେ ସଂଶ୍ଲିଷ୍ଟ ଥିବା ଦୁଇ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରାଧୀ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା (30) ଓରଫ ପାପା ଏବଂ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପାଣ୍ଡଵପାଟଣା ଗ୍ରାମର ବାଇଧର ପ୍ରଧାନ (28) ଓରଫ ମିତେଇ। ଉକ୍ତ ଦୁଇ ଅଭିଯୁକ୍ତ ଚଳିତ ମାସ 14 ତାରିଖରେ ବାଲୁଗାଁ ଅଞ୍ଚଳର ଏକାଧିକ ମନ୍ଦିର ଗୁଡ଼ିକରୁ ମୂଲ୍ୟବାନ ଅଳଙ୍କାର ସମେତ ଏକ ରୁପା ମୁକୁଟ ଚୋରି କରିଥିଲେ। ସେମାନଙ୍କ ନିକଟରୁ ଗଳାଇଥିବା ରୂପାର ମୁକୁଟ, ଲୁହା ରଡ଼, କଳା ହାତମୋଜା, ନକଦ 1200 ଟଙ୍କା ଓ ରାମ-ହନୁମାନ ଚିତ୍ର ଥିବା ଧାତୁର ମୁଦ୍ରା ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତ ବାଲୁଗାଁ ଅଞ୍ଚଳର ଅନେକ ମନ୍ଦିରରେ ଚୋରି କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର…

Read More

Odisha Tourism Budget: ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ଦୃଢ ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାର 2026-27 ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ 1,023 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯାହା ଗତ ବର୍ଷ ତୁଳନାରେ 25 % ଅଧିକ । ଓଡିଶାର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ପାଇଁ ଭୁବନେଶ୍ୱରଠାରେ 800 କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସେହିପରି ପୁରୀଠାରେ ଏକ ମେରାଇନ୍ ଆକ୍ୱାରିୟମ୍ ପ୍ରତିଷ୍ଠା ସହ ସମ୍ବଲପୁର, କଟକ, ଭୁବନେଶ୍ୱର, ବାରିପଦା ଏବଂ ବୈତରଣୀ ନଦୀ କୂଳରେ 500 କୋଟି ଟଙ୍କା ବ୍ୟୟରେ ନଦୀପଠାର (Riverfront) ସାମଗ୍ରିକ ବିକାଶ କରାଯିବ । ଏହାବ୍ୟତୀତ, ଆମେ 2047 ସୁଦ୍ଧା 25 ହଜାର ହୋଟେଲ ରୁମ୍ (Hotel Keys) ନିର୍ମାଣ ଲକ୍ଷ୍ୟରେ ଏକ ପର୍ଯଟନ ଲ୍ୟାଣ୍ଡ ବ୍ୟାଙ୍କ’ ଯୋଜନା ଆରମ୍ଭ କରୁଛନ୍ତି। ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ପାଇଁ ବାଲିପୁଟ,…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଏହାପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବଜେଟର ରୂପରେଖ ଉପରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ମୁଁ ଆଜି ବିଧାନ ସଭାରେ 2026-27 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଅଛି । ଏହି ବଜେଟ୍ର ସବୁ ବର୍ଗର ଜନସାଧାରଣଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ପୂରଣ କରିବା ସହ ରାଜ୍ୟକୁ ବିକାଶର ଗତିପଥରେ ତ୍ଵରିତ ବେଗରେ ଅଗ୍ରସର କରାଇବା ଦିଗରେ ସହାୟକ ହେବ । ଆମେ ସମୃଦ୍ଧ ଓଡ଼ିଶା–2036ର ମହାଯାତ୍ରା ଆରମ୍ଭ କରିଛୁ । ଏହି ବଜେଟ୍ କେବଳ ଆଗାମୀ ବର୍ଷର ଆୟ–ବ୍ୟୟର ହିସାବ ନୁହେଁ; ଏହା ଏକ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ ଓଡ଼ିଶା ଗଠନ ଦିଗରେ ଏକ ସୁଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ଅଟେ । ଗତବର୍ଷ ଜୁନ ମାସରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ…

Read More

Odisha Budget 2026: ଆଜି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଓଡିଶା ବଜେଟ 2026 ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ସେ ଯେଉଁସବୁ ବିଭାଗକୁ ଅର୍ଥ ଅନୁମୋଦନ କରିଛନ୍ତି ତାହା ହେଲା.. ଗୃହ ବିଭାଗ- ୧୧୦୨୮.୫୬ କୋଟି ସାଧାରଣ ପ୍ରଶାସନ- ୮୦୫.୧୧ କୋଟି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ- ୨୨୭୧.୬୪ କୋଟି ଆଇନ ବିଭାଗ- ୧୦୯୪.୪୧ କୋଟି ଅର୍ଥ ବିଭାଗ- ୬୫,୨୯୫.୨୭ କୋଟି ବାଣିଜ୍ୟ ବିଭାଗ- ୩୧୭ କୋଟି ପୂର୍ତ୍ତ ବିଭାଗ- ୧୩,୪୫୧ କୋଟି ଓଡ଼ିଶା ବିଧାନସଭା- ୧୪୭.୪୦ କୋଟି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ- ୧୫୩୮.୨୮ କୋଟି ସ୍କୁଲ ଓ ଗଣଶିକ୍ଷା ବିଭାଗ- ୩୧,୯୯୭.୦୫ କୋଟି ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ- ୬୬୪୯.୩୩ କୋଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୨୩,୧୮୨.୧୪ କୋଟି ଗୃହ ଓ ନଗର ଉନ୍ନୟନ ବିଭାଗ- ୧୦୭୨୬.୮୬ କୋଟି ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ- ୩୮୫.୦୩…

Read More

ଭୁବନେଶ୍ବର: ଆଜି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଓଡିଶା ବଜେଟ 2026 ଉପସ୍ଥାପନା କରିଛନ୍ତି। ଏଥର ସେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ସେ ପ୍ରାୟ 17ଟି ନୂଆ ଯୋଜନା ଘୋଷଣା କରିଥିବା ବେଳେ ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଇଛି। ସେହିପରି ଏଥର ବଜେଟରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ 615 କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହି ବଜେଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ସେ ଆଜି ବିଧାନସଭାରେ ପୁରା ବଜେଟ ଶୁଣିବା ପରେ ବାହାରକୁ ଆସି ତାଙ୍କର ପ୍ରତିକ୍ରିୟା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଏହି ବଜେଟକୁ ନେଇ ମୁଁ କଣ କହିବି କିଛି ଭାବି ପାରୁ ନାହିଁ। ଏହା ହେଉଛି Full Menu in Empty Kitchen । ଅର୍ଥାତ ବହୁ ନୂଆନୂଆ…

Read More

ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆକଳନର ପ୍ରସ୍ତାବ ଦେଉଛି । ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍ ଆକଳନରେ କାର୍ଯ୍ୟକ୍ରମ ବଜେଟର ପରିମାଣକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ମୁଁ ପ୍ରସ୍ତାବ ଦେଉଛି, ଯାହା ମୋଟ ବଜେଟ୍ ଆକଳନର ପ୍ରାୟ ୫୮ ପ୍ରତିଶତ ଅଟେ । ଚଳିତ ବଜେଟରେ ୭୨ ହଜାର ୧ ଶହ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଆକଳନ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୬.୫ ପ୍ରତିଶତ ଏବଂ ରାଜ୍ୟ ବଜେଟ ଆକଳନର ୨୩.୩ ପ୍ରତିଶତ ଅଟେ, ଯାହା ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧ‌ିକ…

Read More

ଭୁବନେଶ୍ୱର: ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଚାଷୀ ମୂଲିଆଙ୍କ ବନ୍ଧୁ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଗୌରଙ୍ଗ ଚରଣ ଦାସଙ୍କ ୫୪ ତମ ଓ ସଂଗ୍ରାମୀ ଗୌରଙ୍ଗ ଚରଣଙ୍କ ସୁପୁତ୍ର ସଂଗ୍ରାମୀ ଶଶୀଭୂଷଣ ଦାସଙ୍କ ୧୫ ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ସନ୍ଧ୍ୟାରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବାପରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଏହି ଭଳି ମହାନ ବିପ୍ଳବୀ ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବବେଳେ ମନ ଭିତରେ ଗର୍ବ ଆସେ, ସେହିମାନଙ୍କ ତ୍ୟାଗ ଓ ବଳିଦାନ ଉପରେ ଆମେମାନେ ଆଜି ସ୍ୱାଧୀନତା ଭୋଗ କରୁଛେ…

Read More

ଭୁବନେଶ୍ବର: ଆଜି ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ଫେବୃଆରୀ ୨୦ ତାରିଖ ଦିନ ଭୁବନେଶ୍ବର ଓ କଟକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ। ଏ ନେଇ ଟାଟା ପାୱାର ତରଫରୁ କୁହାଯାଇଛି। ସେହି ଅନୁସାରେ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳ, ଜାଭିୟର ହାତୀଆଶୁଣି ଅଞ୍ଚଳ, ନୟାପଲ୍ଲୀ ଜୟଦେବ ବିହାର ଅଞ୍ଚଳ, କଳିଙ୍ଗନଗର କେ-୯ ଅଞ୍ଚଳ, ଡୁମଡୁମା ପଞ୍ଚସଖା ନଗର ଅଞ୍ଚଳ, କାନନ ବିହାର ଶିଖରଚଣ୍ଡୀ ଅଞ୍ଚଳ, ଚନ୍ଦ୍ରଶେଖରପୁର ଆରଏମଆରସି ଓ କଳିଙ୍ଗ ହସ୍ପିଟାଲ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୨ଟା ଯାଏଁ, ବାରଙ୍ଗ ଅଞ୍ଚଳ ଓ ଚନ୍ଦ୍ରଶେଖରପୁର ପୋଖରଣ ଅଞ୍ଚଳରେ ସକାଳ ୧୦ଟା ରୁ ଅପରାହ୍ନ ୩ଟା ଯାଏଁ, ଲକ୍ଷ୍ମୀସାଗର ବମିଖାଲ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୨ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି କାନନବିହାର ପଟିଆ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୧ଟା…

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ଆଜିଠାରୁ ଏକ ଶାନ୍ତିପୂର୍ଣ୍ଣ ଧାରଣା ମାଷ୍ଟରକ୍ୟାଣ୍ଟିନ ଠାରେ ସକାଳ ୧୦ ଘଟିକା ଠାରୁ ଆରମ୍ଭ କରାଯାଇଅଛି । ଏହି ଅହୋରାତ୍ର ଧାରଣା କ୍ରମାଗତ ଭାବେ ଆସନ୍ତା ୨୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ । ସମ୍ବିଧାନର ୯୩ତମ ସଂଶୋଧନ ଅନୁଯାୟୀ ରାଜ୍ୟ ସରକାର ଆଇନ ପ୍ରଣୟନ କରିବା, ଦଳିତ ଆଦିବାସୀ ନିର୍ଯ୍ୟାତନା ଆଇନର ତଦନ୍ତଭାର ପୂର୍ବପରି ଜଣେ ଡିଏସପିଙ୍କ ଦ୍ୱାରା କରାଇବା, ଓ.ଆର.ଭି ଆଇନର ସଚି଼ବ କ୍ରିୟାନ୍ୱୟନ କରିବା, ମନରେଗାକୁ ପୁନର୍ବାର ଚାଲୁ କରିବା, ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତ ଓ ନଗର ପଞ୍ଚାୟତ ଗୁଡ଼ିକୁ କ୍ଷମତା ହସ୍ତାନ୍ତର କରିବା, ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ମାଗଣାରେ ୩୦୦ ୟୁନିଟ…

Read More

Ambani Announcement: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଘୋଷଣା କରିଛନ୍ତି ଯେ, ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କୁ ମଧ୍ୟ ସାଧାରଣ ଭାରତୀୟଙ୍କ ପାଖରେ ସୁଲଭ ଦରରେ ଉପଲବ୍ଧ କରାଯିବ। ଏଥିସହିତ ସେ କହିଛନ୍ତି ଯେ, ‘ଭାରତ ବୁଦ୍ଧିମତ୍ତାକୁ ଭଡାରେ ନେଇପାରିବ ନାହିଁ’ ଏବଂ ଜିଓ ଦେଶକୁ ଇଣ୍ଟରନେଟ୍ ଯୁଗ ପରେ ବର୍ତ୍ତମାନ ‘ଇଣ୍ଟେଲିଜେନ୍ସ ଯୁଗ’ ସହିତ ଯୋଡ଼ିବ। ଏହି ଦିଗରେ ଜିଓ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଗାମୀ ସାତ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଭାରତରେ ଶକ୍ତିଶାଳୀ ଏଆଇ ଭିତ୍ତିଭୂମି ସୃଷ୍ଟି କରିବା ସହ ଆଗାମୀ ଦଶକଗୁଡିକ ପାଇଁ ଆର୍ଥିକ ଦୃଢ଼ତା ସୁନିଶ୍ଚିତ କରିବାର ଉଦ୍ଦେଶ୍ୟରେ କରାଯିବ ବୋଲି ସେ କହିଛନ୍ତି। କମ୍ପାନୀ ଜାମନଗରରେ ପର୍ଯ୍ୟୟକ୍ରମେ ମଲ୍ଟି-ଗିଗାୱାଟ୍ ଏଆଇ-ରେଡି ଡାଟା…

Read More

ଭୁବନେଶ୍ବର: ଆଜି କିଟ୍ ବିଶ୍ୱବିଦ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନୂତନଭାବେ ଯୋଗଦେଇଥିବା ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଇଁ ଆରମ୍ଭ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପୂର୍ତ୍ତ,ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ହରିଚନ୍ଦନ ନୂତନ ଯନ୍ତ୍ରୀମାନଙ୍କୁ ରାଜ୍ୟର ଭୂମିକାଗତ ଉନ୍ନୟନରେ ତାଙ୍କର ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ସ୍ପଷ୍ଟ ଦିଗଦର୍ଶନ ଦେଇଛନ୍ତି। ରାସ୍ତା, ସେତୁ ଓ ଭବନ କେବଳ ଢାଞ୍ଚା ନୁହେଁ, ସେଗୁଡ଼ିକ ହେଉଛି ଉନ୍ନତିର ମୂଳ ଭିତ୍ତି—ଏହି ବିଷୟରେ ଉଲ୍ଲେଖ କରି ଗୁଣମାନ, ସମୟବଦ୍ଧ କାର୍ଯ୍ୟସମ୍ପାଦନ ଓ ପାରଦର୍ଶିତାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୩୫,୫୦୦ କିମିରୁ…

Read More