ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ସୋମବାର ଦିନ ଚେନ୍ନାଇ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମିଶ୍ର ଚଳିତ ବର୍ଷ ଗାନ୍ଧୀ ନଗର ଠାରେ ଆୟୋଜିତ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଠକ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟାପକ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ହୋଇସାରିଛି। ସେ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଭୀଷଣ ଗ୍ରୀଷ୍ମ ଲହରୀ, କାନାଡା ଜଙ୍ଗଲରେ ନିଆଁ ଏବଂ ଏହାପରେ ଉତ୍ତର ଆମେରିକାର ବିଭିନ୍ନ ଭାଗରେ ସହରଗୁଡ଼ିକୁ ପ୍ରଭାବିତ କରୁଥିବା କୁହୁଡ଼ି ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପରେ ବଡ଼ ବାତ୍ୟା ଆଦିର ଉଦାହରଣ ଦେଇଥିଲେ। ୪୫ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠୁ ବଡ଼ ବନ୍ୟା ହୋଇଥିବା ପ୍ରମୁଖ ସଚିବ କହିଥିଲେ। ପ୍ରମୁଖ ସଚିବ ଜୋର ଦେଇ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟର ପ୍ରଭାବ ବହୁତ…
Author: Samikhsya Bureau
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବେ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ନୂଆ ଅଟ୍ଟାଳିକା ପାଇଁ ଶିଳାନ୍ୟାସ କରିବେ। ୨୬ ଜୁଲାଇ ୨୦୨୩ରେ ରାଷ୍ଟ୍ରପତି କଟକ ଠାରେ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ଦିନ ସେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନ ପରିସରରେ ଅତି ପଛୁଆ ଜନଜାତି ସମୁଦାୟର ସଦସ୍ୟମାନଙ୍କ ସହିତ ମତବିନିମୟ କରିବେ। ସେହିଦିନ, ସେ ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ…
କୁଜଙ୍ଗ: କୁଜଙ୍ଗ ବ୍ଲକ ବୋରିଖି ସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ବୋରିଖିର ଶିକ୍ଷକ ସୂର୍ଯ୍ୟକାନ୍ତ ମଲ୍ଲଙ୍କୁ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ସପ୍ତାହକୁ ୩ ଦିନ ପାଇଁ ବଦଳି କରାଯାଇଛି। ଶିକ୍ଷକ ୩ଦିନ ଅନ୍ୟ ବିଦ୍ୟାଳୟକୁ ଗଲେ ବିଦ୍ୟାଳୟର ପାଠ ପଢା ପ୍ରଭାବିତ ହେବ। ତେଣୁ ଏହି ଶିକ୍ଷକଙ୍କ ଅନ୍ୟତ୍ର ନବଦଳାଇବା ସହ ବିଦ୍ୟାଳୟର ଖାଲିପଡିଥିବା ଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରିବାକୁ ଆଜି ଏହି ବିଦ୍ୟାଳୟର ବିଦ୍ୟାର୍ଥୀ, ଅଭିଭାବକ ଓ ପରିଚାଳନା କମିଟିର ବହୁ ସଦସ୍ୟମାନେ ପ୍ରତିବାଦ କରିଥିଲେ। ପ୍ରକାଶ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ରାସ୍ତାରୋକ କରିବା ସହ ପ୍ରତିବାଦ କରାଯାଇଥିଲା। ଏହି ପ୍ରତିବାଦ ସମୟରେ ଶିକ୍ଷାବିଭାଗର ବ୍ଲକ ଅଧିକାରୀ ଘଟଣା ସ୍ଥଳରେ ପହଁଚି ପ୍ରତିବାଦକାରୀଙ୍କୁ ବୁଝାସୁଝା କରିବା ସହ ଏହି ବିଷୟରେ ଶିକ୍ଷା ବିଭିନ୍ନ ବିଷୟକୁ ଧ୍ୟାନ ଦେଇ ଉଚିତ ପଦକ୍ଷପ ନେବ ବୋଲି କହିଥିଲେ। ମାତ୍ର ଇତିମଧ୍ୟରେ ଆନ୍ଦୋଳନକୁ ୩ ସପ୍ତାହ ବିତିଯିବାକୁ…
କୁଜଙ୍ଗ: ଏରସମା ଥାନା କିଆଡିଙ୍ଗ୍ରୀ ଗ୍ରାମର ଜନୈକ ଯୁବକ ବିହାର ଅଂଚଳରେ ଏକ ସରକାରୀ ଚାକିରୀ କରିଆସୁଥିଲା। ସେହି ଅଂଚଳର ଜନୈକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାର ସମସ୍ତ ଅଳଙ୍କାର, ଏଟିଏମ୍ କାର୍ଡ ସମେତ କିଛି ଅର୍ଥ ଆଣି ପଳାଇଆସିଥିଲା। ଗ୍ରାମକୁ ଆସିଲା ପରେ ଜନୈକ ଯୁବକଙ୍କର ଅନ୍ୟତ୍ର ବିବାହ ହେବା ପରେ ଗତ ଦୁଇଦିନ ତଳେ ପ୍ରେମିକା ବିହାର ରାଜ୍ୟରୁ ଆସି ପ୍ରେମିକର ଘରେ ପୋଲିସ୍ ସହାୟତାରେ ପହଁଚିଥିଲା। ସୂଚନାଯୋଗ୍ୟ କିଆଡିଙ୍ଗ୍ରୀ ଗ୍ରାମର ଜନୈକ ଯୁବକ ବିହାର ରାଜ୍ୟରେ ରହି କାର୍ଯ୍ୟ କରି ତାର ପରିବାର ପ୍ରତିପୋଷଣ କରିଆସୁଥିଲା। ସେଠାରେ ଏକ ଯୁବତୀ ସହ ସାକ୍ଷାତ୍ ହୋଇଥିଲା। ପରେ ଦୁଇଙ୍କ ମଧ୍ୟରେ ପରିଚୟ ଆଦାନ ପ୍ରଦାନ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରୁ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଯୁବତୀ ଜଣଙ୍କ ଯୁବକ ଉପରେ ସମ୍ପୂର୍ଣ୍ଣ ଭାବେ ଭରସା କରି ତାର ଏଟିଏମ୍ କାର୍ଡ଼, ଅଳଙ୍କାର…
କୁଜଙ୍ଗ: ସୋମବାର ମଧ୍ୟାହ୍ନରେ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ତାଳଦଣ୍ଡା ଗ୍ରାମର ବିଶ୍ୱମ୍ବର ପଣ୍ଡାଙ୍କ ଘରୁ ଏକ ୬ ଫୁଟ ଲମ୍ବର ଏକ ଚମ୍ପାନାଗ ସାପ ଉଦ୍ଧାର କରାଯାଇଥିବାର ଜଣାପଡିଛି। ନାଗ ସାପଟି ବିଶ୍ୱମ୍ବର ପଣ୍ଡାଙ୍କ ଘରଭିତରକୁ ପସିଯାଇଥିବାର ଦେଖି ଭୟଭିତ ହୋଇଯାଇଥିଲେ। ପରେ ପରିବାର ଲୋକେ କୁଜଙ୍ଗର ସାପ ଧରାଳି ତଥା ସମାଜସେବୀ ପ୍ରଭାତ ବେହେରା(ବାବୁ) ଙ୍କୁ ଖବର ପ୍ରଦାନ କରିଥିଲେ। ବାବୁନି ତୁରନ୍ତ ଘଟଣାସ୍ଥଳରେ ପହଁଚି ସାହସିକତାରେ ସହ ବିଷାକ୍ତ ସାପକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ପାରାଦୀପ ଷଣ୍ଢକୁଦ ଅଂଚଳରେ ଏକ ପରିତ୍ୟକ୍ତ ଜଙ୍ଗଲରେ ଛାଡିଦେଇଥିଲେ।
କୁଜଙ୍ଗ: କୁଜଙ୍ଗ ପୋଲିସ୍ ଏକ ରାହାଜାନି ଓ ମାଡ଼ ମାରିଥିବା ଘଟଣାରେ ହାର୍ଡକୋର କ୍ରିମିନାଲକୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିବା ଜଣାପଡିଛି। କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍ରୁ ୩୦ ହଜାର ଟଙ୍କା ଉଠାଇ ଆଣିଆସୁଥିବା ବେଳେ ବଳରାମପୁର ଅଂଚଳରେ ପେଷାଦାର ଅପରାଧି ମହମ୍ମଦ ଇମ୍ରାନ୍ ଓରଫ ଇମା ଓ ତାର ସହଯୋଗୀ ସେହି ବ୍ୟକ୍ତିକୁ ମାଡ଼ ମାରିବା ସହିତ ୩୦ ହଜାର ଟଙ୍କା ଛଡାଇନେଇଥିଲେ। ଏହି ଘଟଣାରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ରେ ମାମଲା ରୁଜ୍ଜୁ କରିଥିଲା। ଅନ୍ୟପକ୍ଷରେ ଇମା କେଉଁଆଡେ ଫେରାର ହୋଇଯାଇଥିବା ବେଳେ ଗତକାଲି ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ତତ୍ୱାବଧାନ ଓ ବିଶ୍ୱଜିତ୍ ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରି ଇମାକୁ ଗିରଫ କରିବାରେ ସଫଳ ହୋଇଥିଲେ। କୁଜଙ୍ଗ ଥାନା ବଳରାମପୁର ଗ୍ରାମର ଏହି ଯୁବକ ଏକ ଗ୍ୟାଙ୍ଗ…
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି।…
ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୧୮୨ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ ୧୬୩ ଟି ଅଭିଯୋଗ ବ୍ୟକ୍ତିଗତ ଥିଲାବେଳେ ୧୭ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା, ୨ ଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା। ଆଜିର ମିଳିତ ଜନ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ -ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ସି . ଡ଼ି ଏମ. ଓ. ଡ଼ ଆର୍ତ୍ତବନ୍ଧୁ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଗ୍ରୀଭାନ୍ସ, ବୋଲଗଡ଼ ଵି. ଡ଼ି. ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏଥର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି। ୱାସିମ ଜାଫର ବିଶ୍ୱକପ ପାଇଁ ଏକ ଦଳ ଚୟନ କରିଛନ୍ତି। ସେ ଏହି ଭାରତୀୟ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ଶ୍ରେୟସ୍ ଆୟରଙ୍କୁ ମଧ୍ୟ ସାମିଲ କରିଛନ୍ତି। ଏହି ଦୁଇ ଖେଳାଳି ଆହତ କାରଣରୁ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଛନ୍ତି। ଜାଫର ରୋହିତ ଶର୍ମାଙ୍କୁ ତାଙ୍କ ଦଳର ଅଧିନାୟକ କରିଛନ୍ତି। ଏହି ଦଳରେ କେବଳ ଅଭିଜ୍ଞ ଖେଳାଳିଙ୍କୁ ଏକ ସୁଯୋଗ ଦିଆଯାଇଛି। ଜାଫର ବିରାଟ କୋହଲି, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ଦେଇଛନ୍ତି। ଏଥି ସହିତ ଶିଖର ଧାୱନଙ୍କୁ ମଧ୍ୟ ଦଳର ଏକ ଅଂଶ କରାଯାଇଛି। ଧାୱନ କିଛି ସମୟ ପାଇଁ ଟିମ୍ ଇଣ୍ଡିଆରୁ ଦୂରେଇ…
ନୂଆଦିଲ୍ଲୀ: ଆଜି ୟୁପି ଏଟିଏସ୍ ରୋହିଙ୍ଗ୍ୟାଙ୍କ ବିରୋଧରେ ଏକ ବଡ ଅଭିଯାନ ଆରମ୍ଭ କରିଥିଲା। ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବେ ରହୁଥିବା ମୋଟ ୭୪ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯାଇଥିଲା। ୭୪ ରୋହିଙ୍ଗ୍ୟାଙ୍କ ମଧ୍ୟରୁ ୧୭ ଜଣ ଆଲଗିଡରୁ ଗିରଫ ହୋଇଥିଲେ। ପୋଲିସ୍ ପ୍ରାଧିକରଣ ଅଧିକାରୀ ନଗର ଅଭୟ ପାଣ୍ଡେ କହିଛନ୍ତି ଯେ, ଆଲିଗଡରୁ ଧରାଯାଇଥିବା ରୋହିଙ୍ଗ୍ୟାଙ୍କ ମଧ୍ୟରେ ୭ ପୁରୁଷ ଏବଂ ୧୦ ମହିଳା ଅଛନ୍ତି। ସଂପୃକ୍ତ ପୋଲିସ ଷ୍ଟେସନରେ ମାମଲା ରୁଜୁ କରି ରୋହିଙ୍ଗ୍ୟାଙ୍କ ବିରୋଧରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଭୟ ପାଣ୍ଡେ କହିଛନ୍ତି ଯେ, ଏଟିଏସ୍ ଏବଂ ଆଲିଗଡ ପୋଲିସ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୧୭ ରୋହିଙ୍ଗ୍ୟା ମଖଦୁମ୍ ନଗର ଅଞ୍ଚଳରେ ବେଆଇନ ଭାବରେ ରହୁଥିଲେ। ପଚରାଉଚରା ବେଳେ ଜଣାପଡିଥିଲା ଯେ, ଧରାଯାଇଥିବା ରୋହିଙ୍ଗ୍ୟାମାନେ ମିଆଁମାରର ବାସିନ୍ଦା। ପୂର୍ବରୁ ମଧ୍ୟ ରୋହିଙ୍ଗ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଭିଯାନ ଆରମ୍ଭ କରିଥିଲା।…
ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ରାମ ନବମୀ ଶୋଭାଯାତ୍ରା ସମୟରେ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ମମତା ସରକାରଙ୍କୁ ଏକ ବଡ ଝଟକା ଲାଗିଛି। କଲିକତା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ କଲିକତା ହାଇକୋର୍ଟଙ୍କ ଏହି ଆଦେଶକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ବିଚାର କରିବାକୁ କୋର୍ଟ ମନା କରି ଦେଇଛନ୍ତି।
କନ୍ଦର୍ପ ବେହେରା ରେଢ଼ାଖୋଲ: ସରକାର ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେଉଁଠି ଶିକ୍ଷକ ଅଭାବରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି ତ ଆଉ କେଉଁଠି ଶ୍ରେଣୀ କୋଠରୀ ଅଭାବରେ ଛାତ୍ରଛାତ୍ରୀମାନେ ଗଛ ମୁଳରେ ବସି ପାଠ ପଢ଼ୁଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଞ୍ଚାୟତର ଲାଣ୍ଡିମାଳ ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଆଜି ଗ୍ରାମବାସୀ ତାଲାମାରି ଧାରଣାରେ ବସିଥିଲେ। ଏହି ବିଦ୍ୟାଳୟରେ ବର୍ତ୍ତମାନ୧୧୧ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ପୂର୍ବରୁ ଗ୍ରାମବାସୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଆଉ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଁ ଲିଖିତାକାରରେ ଜଣାଇଥିଲେ। ଗ୍ରାମବାସୀଙ୍କ ଦାବୀକୁ ସରକାର ମାନି ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଇଥିଲେ। ହେଲେ ଗତ ମଇ ମାସ ୨୦୨୩ ରେ ଜନୈକ ଶିକ୍ଷକ ଅବସର ନେଇଥିଲେ ଏବଂ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଜୁଲାଇ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମ ନିକଟ ଶାଳିଆ କେନାଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ମୃତକଜଣଙ୍କ ବାଣପୁର ମଙ୍ଗରାଜପୁର ଗ୍ରାମର ଶରତ ପାଣି (୫୯) ବୋଲି ଜଣାପଡିଛି। ଗତକାଲି ଠାରୁ ସେ ନିଖୋଜ ଥିଲେ। ତେବେ ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଶରତଙ୍କୁ ପାଇନଥିଲେ। କିନ୍ତୁ ମୁକ୍ତାଦେଇପୁର କେନାଲରେ ଶରତଙ୍କ ମୃତଦେହ ଭାସୁଥିବାର ଜାଣି ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ବାଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି କେନାଲରୁ ଶରତଙ୍କ ଶବକୁ ଉଦ୍ଧାର କରିଥିଲା। ଶବ ଚି଼ହ୍ନଟ ପରେ ତାଙ୍କୁ ବାଣପୁର ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ବାଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ତ୍ରିନିଦାଦରେ ଖେଳାଯାଉଛି। ମ୍ୟାଚ୍ ର ଶେଷ ଦିନ ବର୍ଷା ଆରମ୍ଭ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ବର୍ଷା ହେତୁ ପିଚକୁ ଘୋଡାଇଦିଆଯାଇଛି। ଖବର ଲେଖିବା ପର୍ଯ୍ୟନ୍ତ ବର୍ଷା ବନ୍ଦ ହୋଇ ନାହିଁ। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇପାରେ। ଭାରତ ପ୍ରଥମ ଇନିଂସରେ ୪୩୮ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୮୧ ରନ୍ ସ୍କୋର କରି ଇନିଂସ ଘୋଷଣା କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବ। ତେବେ ୱେଷ୍ଟଇଣ୍ଡିଜ୍ ଦଳ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଛି। ଘରୋଇ ଦଳକୁ ଜିତିବା ପାଇଁ ଶେଷ ଦିନରେ ୨୮୯ ରନ ଆବଶ୍ୟକତା କରୁଥିବା ବେଳେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୮ ଟି ୱିକେଟ ହାସଲ କରିବାକୁ ପଡିବ।
ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି ଯେ, ମୁଁ ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି। କିନ୍ତୁ ବିରୋଧୀ ତାଙ୍କର ଦାବି ଉପରେ ଜିଦ୍ ଧରିଛନ୍ତି। ଲୋକସଭାର ପ୍ରକ୍ରିୟା ଆରମ୍ଭ ହେଉ ହେଉ ବିରୋଧୀମାନେ ସ୍ଲୋଗାନ ଦେବା ଆରମ୍ଭ କରି ଦେଉଛନ୍ତି। ଏହା ପରେ ଲୋକସଭା ବାଚସ୍ପତିଙ୍କୁ ଗୃହର କାର୍ଯ୍ୟକୁ ମୁଲତବୀ କରିବାକୁ ପଡିଛି। ଆସନ୍ତାକାଲି ଜୁଲାଇ ୨୫ ତାରିଖ ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାର ଉପ-ନେତା ରାଜନାଥ ସିଂ ସଂସଦରେ ମଣିପୁର ପ୍ରସଙ୍ଗରେ ହଟ୍ଟଗୋଳ ଶେଷ କରିବାକୁ ଉଦ୍ୟମ କରି ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ…
ନୂଆଦିଲ୍ଲୀ: ବରିଷ୍ଠ ଆରଏସଏସ ନେତା ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି ଯେ, ମଦନ ଦାସ ଦେବୀ ନିଜ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ଦିବଗଂତ ନେତାଙ୍କ ସହ ନିଜ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେପକାଇ କହିଛନ୍ତି ଯେ, ତାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ବହୁତ ଦୁଃଖିତ। ସେ ନିଜ ସମଗ୍ର ଜୀବନ ଦେଶସେବାରେ ସମର୍ପିତ କରିଦେଇଛନ୍ତି। ତାଙ୍କ ସହ ମୋର କେବଳ ଘନିଷ୍ଠ ସମ୍ପର୍କ ନ ଥିଲା ବରଂ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଛି। ଏହି ଦୁଃଖଦ ସମୟରେ ଈଶ୍ୱର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ନିମଖଣ୍ଡି ଥାନା ପୋଲିସ ଭାବିନିପୁର ବଜରଙ୍ଗ ନଗର ଠାରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଯେଉଁଥିରେ ୧୦ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ଗିରଫ କରିବା ସହ ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା, ଗୋଟିଏ ଏଟିଏମ୍ କାର୍ଡ, ଦୁଇଟି ମୋଟରସାଇକେଲ ଓ ୧୪ ଟି ମୋବାଇଲ ଫୋନ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ ପି ଙ୍କ ଠାରୁ ସୁଚନା ମିଳିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମୁକ୍ତାଦେଇପୁର ଗ୍ରାମ ନିକଟସ୍ଥ ଶାଳିଆ କେନାଲରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଭାସୁଥିବାର ଦେଖିବାକୁ ମିଳିଛି। ମୃତକଙ୍କ ଶବ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ତେବେ ମୃତକ ଜଣକ କିଏ ଏବଂ କ’ଣ ପାଇଁ କେନାଲରେ ତାଙ୍କ ଶବ ଭାସୁଛି ତାହା ଜଣାପଡ଼ିନାହିଁ।
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ, ବାରମ୍ବାର ବାରଣ କରିବା ପରେ ମଧ୍ୟ ସଞ୍ଜୟ ସିଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ତେଣୁ ତାଙ୍କୁ ସମଗ୍ର ମୋସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି।
ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟ ଏଏସଆଇର ସର୍ଭେ ସ୍ଥଗିତ ରଖିଛନ୍ତି। ଏହି ସ୍ଥଗିତାଦେଶ ଜୁଲାଇ ୨୬ ତାରିଖ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିବ। ଆଜି ସୁପ୍ରିମକୋର୍ଟ ମୁସଲମାନ ପକ୍ଷକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ସ୍ଥଗିତାଦେଶ ତାରିଖ ଶେଷ ହେବା ପୂର୍ବରୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ଉଚିତ୍। ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ମୁସଲମାନ ପକ୍ଷ ନିଶ୍ୱାସ ନେବାକୁ ମଧ୍ୟ ସମୟ ପାଇନାହାଁନ୍ତି। ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୌଣସି ଖୋଳିବା ହେବ ନାହିଁ। ଏପରିକି ଗୋଟିଏ ଇଟା ମଧ୍ୟ ହଟାଯାଇପାରିବ ନାହିଁ। ସର୍ଭେ, ଭିଡିଓଗ୍ରାଫି ଏବଂ ମ୍ୟାପିଂ ଇତ୍ୟାଦି କରାଯାଉଛି। ପ୍ରକାଶ ଯେ, କୋର୍ଟଙ୍କ ଆଦେଶ ଅନୁଯାୟୀ, କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଅବସ୍ଥିତ ଏହି ମସଜିଦ ଏକ ମନ୍ଦିର ଉପରେ ନିର୍ମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆଜି ସକାଳେ ସର୍ଭେ ପାଇଁ ଭାରତର…
ନୂଆଦିଲ୍ଲୀ: ରବିବାର ଦିନ ସୁଦାନ ବିମାନବନ୍ଦରରେ ଏକ ସାଧାରଣ ନାଗରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଚାରିଜଣ ସାମରିକ କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସୁଦାନ ସେନା ଏକ ବିବୃତ୍ତି ଜାରି କରିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ କନ୍ୟାର ଜୀବନ ରକ୍ଷା ପାଇଥିବା ସେନା କହିଛି। ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ବିମାନଟି ଉଡିବା ଆରମ୍ଭ କରିଥିଲା ଏବଂ ପରେ ସେଥିରେ ତ୍ରୁଟି ଦେଖାଦେଇଥିଲା, ଏହା ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା।

