Author: Samikhsya Bureau

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ମହିଳାଙ୍କୁ ବସ୍ତ୍ରହୀନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସ୍ମୃତି ଇରାନୀ କହିଛନ୍ତି ଯେ, ରାଜ୍ୟରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଯାଇଛି। କିନ୍ତୁ ଶାସକ ଟିଏମସି ସରକାର କୌଣସି ବିବୃତ୍ତି ଦେଇ ନାହିଁ କି କଂଗ୍ରେସ ପ୍ରଶ୍ନ ଉଠାଇ ନାହିଁ। ସଂସଦରେ ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ବିରୋଧୀ ମନା କରିଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ମାଲଦାଠାରେ ଦୁଇ ଜଣ ମହିଳାଙ୍କୁ କିପରି ଉଲଗ୍ନ କରାଯାଇଥିଲା, ସେ ବିଷୟରେ କଂଗ୍ରେସ କିଛି କହୁନାହିଁ, କାରଣ ଟିଏମସି ସହିତ ମେଣ୍ଟ ପାଇଁ କଂଗ୍ରେସ ଲୋଭୀ। ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ଗୁଢାଙ୍କ ବିଷୟରେ ସେ କହିଛନ୍ତି ଯେ, ଆପଣଙ୍କ ମନ୍ତ୍ରୀ ନିଜେ କହୁଛନ୍ତି ଯେ ମଣିପୁର ଅପେକ୍ଷା ରାଜସ୍ଥାନରେ ଅଧିକ ମହିଳା ଉତ୍ପୀଡନ ହେଉଛନ୍ତି। ମହିଳାମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ କୌଣସି ପଦକ୍ଷେପ ନେବା ବଦଳରେ ମୁଖ୍ୟମନ୍ତ୍ରୀ ଅଶୋକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ଜି -୨୦ ଶକ୍ତି ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଭାରତକୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତ, ସ୍ଥିରତା, ଅଭିବୃଦ୍ଧି ଏବଂ ବିକାଶ ବିଷୟରେ କୌଣସି ଆଲୋଚନା ଶକ୍ତି ବିନା ଅସମ୍ପୂର୍ଣ୍ଣ ଅଟେ କାରଣ ଏହା ସବୁ ସ୍ତରରେ ବ୍ୟକ୍ତିବିଶେଷ ଏବଂ ରାଷ୍ଟ୍ରର ବିକାଶ ଉପରେ ପ୍ରଭାବ ପକାଇଥାଏ। ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯଦିଓ ଶକ୍ତି ରୂପାନ୍ତରଣ ପାଇଁ ପ୍ରତ୍ୟେକ ଦେଶର ଭିନ୍ନ ବାସ୍ତବତା ଏବଂ ଲକ୍ଷ୍ୟ ଅଛି, ତଥାପି ସେ ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦେଶର ଲକ୍ଷ୍ୟ ସମାନ। ସବୁଜ ଅଭିବୃଦ୍ଧି ଏବଂ ଶକ୍ତି ରୂପାନ୍ତରଣରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ସେ ଦର୍ଶାଇଛନ୍ତି ଯେ ଭାରତ ହେଉଛି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ତଥାପି…

Read More

ଭୁବନେଶ୍ଵର: ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ କଳାହାଣ୍ଡି ଜିଲ୍ଲା ଏମ. ରାମପୁର-ନରଲା ରାଜ୍ୟ ରାଜପଥରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଶିକାରୀ ଜଣକ ହେଉଛନ୍ତି ଏମ. ରାମପୁର ଥାନା ଅଞ୍ଚଳର ଖଗେଶ୍ୱର ପୁଟେଲ (୫୬)। ତାଙ୍କ ନିକଟରୁ ତିନି ଗୋଟି ଚିତ୍ତା ବାଘ ଛାଲ ଓ ତିନି ଗୋଟି ହରିଣ ଛାଲ ଜବତ କରିଛି ଏସଟିଏଫ। ଅଭିଯୁକ୍ତଜଣଙ୍କ ବେଆଇନ ବନ୍ୟଜନ୍ତୁ ଛାଲ କାରବାର କରୁଥିବାର ଖବର ପାଇ ଗତକାଲି ସନ୍ଧ୍ୟାରେ ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୧୪/୨୩ ରେ ମାମଲା ରୁଜୁ କରି ଅଭିଯୁକଙ୍କୁ କୋର୍ଟଚାଲାଣ କରିଛି। ଅପରପକ୍ଷେ ଜବତ ଛାଲଗୁଡ଼ିକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।

Read More

କୁଜଙ୍ଗ: ଜଗତସିଂହପୁର କୁଜଙ୍ଗ ଓକିଲ ସଙ୍ଘର ୪୦ ତମ ବାର୍ଷିକ ଉତ୍ସବ ବିଚାର ବିଭାଗୀୟ ଅଦାଲତ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୂରଲୀଧର ବକ୍ତବ୍ୟ ପ୍ରଦାନକରି କୁଜଙ୍ଗ ଓକିଲ ସଙ୍ଘର ସଦସ୍ୟ ମାନଙ୍କର କାର୍ଯ୍ୟଦକ୍ଷତା, ନିଜର ପେଶାପ୍ରତି ନିଷ୍ଠା ତଥା ସଙ୍ଘକୁ ସବୁ ଦୃଷ୍ଟିକୋଣରୁ ରାଜ୍ୟର ଶ୍ରେଷ୍ଠ ସଙ୍ଘଭାବେ ଗଢି ତୋଳିବାର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେହିପରି ଭାବେ ସହକର୍ମୀ ମାନଙ୍କ ଠାରୁ କୁଜଙ୍ଗ ଓକିଲ ସଙ୍ଘ ସମ୍ପର୍କରେ ଶୁଣିବାପରେ ଗତ ଦୁଇବର୍ଷ ହେବ ଏଠାକୁ ଆସିବାକୁ ଉଦ୍ୟମ କରିଆସୁଥିଲେ ମଧ୍ୟ ଆଜି ଏହା ସଫଳ ହୋଇଥିବା ସେ ପ୍ରକାଶ କରିଥିଲେ। ସେମାନଙ୍କର ଆନ୍ତରିକ ଉଦ୍ୟମ ଫଳରେ କୁଜଙ୍ଗରେ ଏକ କୋର୍ଟ କଂପ୍ଲେକ୍ସ ନିର୍ମାଣ କରିବା ସମ୍ଭବ ହୋଇଛି। କୁଜଙ୍ଗର ବିଚାର ବ୍ୟବସ୍ଥା ତଥା ଓକିଲ ମାନଙ୍କର ନିଷ୍ଠା ଅନ୍ୟମାନଙ୍କ ପ୍ରତି ଏକ ଉଦାହରଣ ବୋଲି ସେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଥାନା ନିକଟସ୍ଥ ପୁଇଁତଳା ଗ୍ରାମ ଛକରେ ଥିବା ଏକ ଢ଼ାବା ପାଖରୁ ଚା’ ପାନ ଦୋକାନ କରିଥିବା ଦୁଇ ଭାଇ ପଞ୍ଚାନନ ସାହୁ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କୁ କିଛି ଯୁବକ ମାଉଜର ଦେଖାଇ ଅପହରଣ କରିନେଇଛନ୍ତି। ଚାରିଜଣ ଯୁବକ ଦୁଇଟି କାର୍ ରେ ଆସି ଉକ୍ତ ଦୋକାନ ସମ୍ମୁଖରେ ପହଞ୍ଚି ଥିଲେ ଓ କିଛି କଥାବାର୍ତ୍ତା ନକରି ଦୁଇ ଭାଇଙ୍କ ମୁଣ୍ଡରେ ମାଉଜର ଲଗାଇ ଗାଡ଼ିରେ ବସିବାକୁ କହି ଅପହରଣ କରି ନେଇଥିବା ଜଣାପଡିଛି। ଅପହରଣର କାରଣ ଜଣାପଡୁନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳର କିଛି ଲୋକ ଓ ଦୋକାନୀ ଆସି ମିଳିତ ଭାବେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରି କ୍ଷୋଭ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଟିମ୍ ଗଠନ କରି ଅପହରଣ ହୋଇଥିବା ଦୁଇ ଭାଇ ଙ୍କ…

Read More

ଭୁବନେଶ୍ଵର: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ଯେ, ଏହି ମେଗା ରିଆଲିଟି ଶୋ’ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛି ଆଜି ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ଶୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା ଲିଟିଲ ଚାମ୍ପସ ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଓଡ଼ିଶାର କିଛି ପ୍ରମୁଖ ସହରରେ ‘ସାରେଗାମାପା ଲିଟିଲ ଚାମ୍ପସ…

Read More

ନୂଆଦିଲ୍ଲୀ: ଭାରତର କୋଇଲା କ୍ଷେତ୍ର ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟମାସିକରେ 223.36 ମିଲିୟନ ଟନ୍ (ଏମଟି) ର ଏପର୍ଯ୍ୟନ୍ତର ସର୍ବାଧିକ କୋଇଲା ଉତ୍ପାଦନ ରେକର୍ଡ଼ କରି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହିପରି ଆର୍ଥିକ ବର୍ଷ 2022-23 ର ଏହି ଅବଧି ତୁଳନାରେ ହୋଇଥିବା 205.76 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 8.55 ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଏପ୍ରିଲ୍ ଓ ଜୁନ 2023 ମଧ୍ୟରେ 175.48 ମେଟ୍ରିକ୍ ଟନ୍ କୋଇଲାର ଉତ୍ପାଦନ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା 159.75 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 9.85 ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ହାରକୁ ଦର୍ଶାଇଥାଏ। କୋଇଲା ଉତ୍ପାଦନରେ ହେଉଥିବା ଏହି କ୍ରମାଗତ ବୃଦ୍ଧି ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ଏବଂ କ୍ରମାଗତ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଯେତେବେଳେ କି…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅପ୍ରେଲ ରୁ ଜୁନ ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓର ନେଟ ଲାଭ ୧୨ ପ୍ରତିଶତ ବୃଦ୍ଧି ସହିତ ୪୮୬୩ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ ଜିଓର ନେଟ ଲାଭ ୪୩୩୫ କୋଟି ଟଙ୍କା ରହିଥିଲା। ଅପ୍ରେଲ ରୁ ଜୁନ ତ୍ରୟମାସରେ ରିଲାଏନ୍ସ ଜିଓ ର ମୋଟ ଆୟ ପୂର୍ବ ବର୍ଷର ସମାନ ସମୟରେ ରହିଥିବା ୨୧୯୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୪୧୨୭ କୋଟି ଟଙ୍କାରେ ପହଂଚିଛି। ଏହି ତ୍ରୟମାସରେ ଜିଓ ୯୨ ଲକ୍ଷରୁ ଅଧିକ ଗ୍ରାହକ ଯୋଡି ଦେଶର ସର୍ବବୃହତ ଡିଜିଟାଲ ସେବାପ୍ରଦାନକାରୀ ଭାବରେ ନିଜର ସ୍ଥାନ ସୁଦୃଢ କରିବା ସହିତ ମୋଟ ଡାଟା ଟ୍ରାଫିକ ୨୮.୩ ପ୍ରତିଶତ ବୃଦ୍ଧି ପାଇ ୩୩.୨ ବିଲିଅନ ଜିବିରେ ପହଂଚିଛି। ଜୁନ…

Read More

ଭୁବନେଶ୍ଵର: ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତିରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀ ଙ୍କ ମନରେ ଓଡ଼ିଆ ସିନେମା ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ,…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌) ଦ୍ୱାରା ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି ଏଲ୍ ବର୍ମା, ସଚିବ, ସମବାୟ ମନ୍ତ୍ରଣାଳୟ, ଜ୍ଞାନେଶ କୁମାର, ସଚିବ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ, ଅଳ୍କେଶ କୁମାର ଶର୍ମା ଏବଂ ସିଏସସି-ଏସପିଭିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାକେଶ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହିତ ଉପସ୍ଥିତ ଥିଲେ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପିଏସିଏସ୍ ଏବଂ ସିଏସ୍‌ସିର ଏକତ୍ରିକରଣ ସହିତ ସମବାୟ ସମିତିକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପୂର୍ବାହ୍ନ ୧୦.୩୦ ରେ ନବ ନିଯୁକ୍ତ ମାନଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର /କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତିରେ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ ବିଭାଗ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ / ବିଭାଗରେ ଯୋଗଦେବେ। ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ…

Read More

ମେଷ– ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ କିଛି ଦିନ ତଳେ ବୁଗୁଡ଼ା ଡ଼ାକ୍ତରଖାନା ଛକରେ ରେଡିମେଡ୍ ଲୁଗା ଦୋକାନୀ ଦିଲେଶ୍ଵର ପାତ୍ରଙ୍କୁ ଏକ ଅଜଣା ମୋବାଇଲ ଫୋନରୁ ଫୋନ୍ କରି କିଛି ଯୁବକ ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ମଧ୍ୟ ରାତ୍ରୀରେ କିଛି ଯୁବକ ଆସି ସେଠି ବୋମାମାଡ କରି ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦିଲେଶ୍ଵର ପାତ୍ରଙ୍କ ଠାରୁ ଏତଲା ଗ୍ରହଣ କରିଥିଲେ। ପୋଲିସ ଏସ୍ ଆଇ ସମୀର ସେଠୀଙ୍କ ନେତୃତ୍ଵରେ ଛାନବିନ ଆରମ୍ଭ କରି ପ୍ରଥମେ ଜାଲ୍ ସିମ୍ ଦେଇଥିବା ଦୋକାନୀ ମାଲିକଙ୍କୁ ଧରି ଜେରା କରିଥିଲେ ଓ ପରବର୍ତ୍ତୀ ସମୟରେ ଅପରାଧୀଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅପରାଧୀ ମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୩ ଟି ଜୀବନ୍ତ ଗୁଳି, ଦୁଇଟି ବୋମା, ଗୋଟିଏ ମୋବାଇଲ ଫୋନ ଓ…

Read More

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ବାରା ଧରାପଡ଼ି ଫୁଲବାଣୀ ଥାନାରେ ଅଟକ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ମହାନଦୀ ସୁରୁଣ୍ଡି ବାଲିଘାଟର ଲିଜ୍ ଧାରୀ ଶରତ ବେହେରାଙ୍କୁ ଥାନା ଅଧିକାରୀ ପୁଷ୍ପଲତା କୌଣସି କାରଣରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତଦନୁଯାୟୀ ଶରତ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଅବଗତ କରାଇବା ପରେ ବିଭାଗ ପକ୍ଷରୁ ଆଜି ଶରତଙ୍କ ଠାରୁ ଥାନା ଅଧିକାରୀ ନଗଦ ଏକ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲାବେଳେ ଭିଜିଲାନ୍ସ କର୍ମଚାରୀ ଚଢ଼ାଉ କରି ଥାନା ଅଧିକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ଏକ ମକଦ୍ଦମା ରୁଜୁ କରି ଫୁଲବାଣୀ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ମିଳଛି। ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକରଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଯଥା: ଜମି ରେକର୍ଡ଼ଗୁଡ଼ିକର କମ୍ପ୍ୟୁଟରୀକରଣ, ଭୂ- ନକ୍ସାର ଡିଜିଟାଇଜେସନ, ଭୂ-ନକ୍ସା ସହିତ ଖତୀୟାନର ସଂଯୋଗୀକରଣ, ଜମି ପଞ୍ଜିକରଣର କମ୍ପ୍ୟୁଟରୀକରଣ, ରାଜସ୍ୱ ଓ ଉପ-ନିବନ୍ଧକଙ୍କ କାର୍ଯ୍ୟ୍ୟାଳୟ ଦ୍ୱାରା ଜମି ରେକର୍ଡ଼ ସହିତ ପଞ୍ଜିକରଣ ଏକକୀକରଣ, ଆଧୁନିକ ଅଭିଲେଖାଳୟରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ୨୦୨୩ ଦିନ ନୂଆ ଦିଲ୍ଲୀ ବିଜ୍ଞାନ ଭବନ, ପ୍ଲେନେରୀ ଗୃହ ଠାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବାଲିଅନ୍ତା ତହସିଲଦାର ବିମଲ କୁମାର ଲେଙ୍କା, ବାଲିପାଟଣା ତହସିଲଦାର ବୁଲବୁଲ ବେହେରାଙ୍କୁ ଭୂ- ସମ୍ମାନ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଛି।

Read More

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ ଖରିଫ ବିପଣନ ଋତୁରେ  ଏଫସିଆଇ ୯ ଲକ୍ଷ ୧୭ ହଜାର ୬୫୧ ମେଟ୍ରିକ୍‌ ଟନ୍‌ରୁ ଅଧିକ ଚାଉଳ ସଂଗ୍ରହ କରିଥିଲା। ସେହିପରି ୨୦୨୦-୨୧ ଏବଂ ୨୦୧୯-୨୦ ଖରିଫ ବିପଣନ ଋତୁରେ ଯଥାକ୍ରମେ ୧୮ ଲକ୍ଷ ୯୯ ହଜାର ୪୯୦ ମେଟ୍ରିକ୍‌ ଟନ୍‌ ଏବଂ ୧୭ ଲକ୍ଷ ୧୫ ହଜାର ୧୦୮ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବିକେନ୍ଦ୍ରିକୃତ କ୍ରୟ (ଡିସିପି) ରାଜ୍ୟ ମାନ୍ୟତା ଲାଭ କରିଛି ଯେଉଁଠାରେ ରାଜ୍ୟ…

Read More

ନୂଆଦିଲ୍ଲୀ: ମଣିପୁରରେ ହିଂସା ମଧ୍ୟରେ ବୁଧବାର ଦିନ ଦୁଇ ମହିଳାଙ୍କୁ ବର୍ବରତା କରିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଅନେକ ପ୍ରଶ୍ନ ଉଠାଇଛି ଏବଂ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ, ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳର ନେତା ‘INDIA’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ) ନେତା ଆସନ୍ତା ସପ୍ତାହ ଶେଷରେ ମଣିପୁର ଯାଇପାରନ୍ତି। ସୋମବାର ଦିନ ସଂସଦରେ ବିରୋଧୀ ଦଳର ବୈଠକରେ ତାରିଖର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମଣିପୁର ଯିବାକୁ ସୂଚିତ କରିଛନ୍ତି। ଟିଏମସି ମୁଖ୍ୟ ବାନାର୍ଜୀ ଗୁରୁବାର ଦିନ କହିଛନ୍ତି ଯେ, ସେ ମଣିପୁର ଗସ୍ତ ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ସୂଚନାନୁସାରେ, ସେ ମଣିପୁର ଯିବା ବିଷୟରେ ଆଜି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ କଥା ହୋଇଥିଲେ।

Read More

ଖୋର୍ଦ୍ଧା: ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଙ୍କିଆ ଥାନା କଲରାଝର ଗ୍ରାମର ବିରାଟ କେଶରୀ ବାରିକ (୩୬) ବୋଲି ଜଣାପଡିଛି। ଅଭିଯୁକ୍ତ ଜଣକ ବୋଲଗଡ ଥାନା କାନପୁର ଗ୍ରାମରେ ଏକ ସ୍କୁଟି ଯୋଗେ ଦେଶୀ ମଦ ଚାଲାଣ କରୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଅବକାରୀ ବିଭାଗ ୧୦୫ ଲିଟର ଦେଶୀ ମଦ ଓ ସ୍କୁଟି ଜବତ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Read More

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଏସି, ଏଲଇଡି ଟିଭି, ବ୍ୟାଟାରୀ, ଇନଭଟର, ସିସିଟିଭି ହାଡ ଡିକ୍ସ ସହିତ ଅନ୍ୟାନ୍ୟ ଜିନିଷପତ୍ର ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ଜଣାପଡିଛି। ସକାଳେ ମେଡ଼ିକାଲ କର୍ମଚାରୀ ମାନେ ମେଡ଼ିକାଲ ଖୋଲିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହଜ ବଜାରର ବିଭିନ୍ନ ସ୍ଥାନ ରେ ଲାଗିଥିବା ସିସିଟିଭି ଗୁଡିକ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Read More

ଜଙ୍କିଆ: ବିଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାୟା ଛକରୁ ଗୋଟିଏ ବିଦେଶୀ ମଦ ବୋଝେଇ ବୋଲେରୋ ଜଙ୍କିଆ ପୋଲିସ୍ ଜବତ କରିଛି। ଏହି ମଦ ରାମେଶ୍ୱରରୁ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିଲା। ଉକ୍ତ ବୋଲେରୋ ରୁ ୪୨୪ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଟାଧାରୀ ମଙ୍ଗରାଜ ଗିରଫ ହୋଇଥିବାର ସୂଚନା ମିଳିଛି। ଉକ୍ତ ଚଢାଉରେ ଜଙ୍କିଆ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଓ ତାଙ୍କ ଟିମ ସାମିଲ ଥିଲେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଏକ ପରିବା ଦୋକାନ ଠାରୁ ଲୁଟ ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏତଦବ୍ୟତୀତ ୫ ହଜାର ଟଙ୍କା ଜରିମାନା ସହ ଜରିମାନା ଅନାଦେୟ ବାବଦକୁ କୋର୍ଟ ୧ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ପ୍ରକାଶ ଯେ, ବାଣପୁର ଥାନା ଅନ୍ତର୍ଗତ ଦାସରଥପୁର ଗ୍ରାମର ସଜନୀ ନାୟକ ବାଲୁଗାଁ ବଜାରରେ ଏକ ପରିବା ଦୋକାନ କରି ନିଜ ଝିଅମାନଙ୍କୁ ଧରି ଚଳୁଥିଲେ। ଡିସେମ୍ବର ମାସ ୧୩ ତାରିଖ ୨୦୨୨ ରେ  ଦିବା ୧୧ ଘଟିକା ସମୟରେ ପାଟଣା ସାହିର ଚନ୍ଦନ ଘଡୁଆଳ ନାମକ ଜଣେ ଯୁବକ ଦୋକାନ ଭିତରେ ପସି ଟଙ୍କା ବାକ୍ସ ଭିତରେ ରଖିଥ‌ିବା ୩,୫୦୦ ଟଙ୍କା ଝାମ୍ପିନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସଜନୀ ଚିତ୍କାର କରିବାରୁ ବାଲୁଗାଁ ଥାନାର ପୋଲିସ ବାବୁ ଓ ସ୍ଥାନୀୟ ଲୋକମାନେ ଲୁଟେରାକୁ କାବୁ କରିନେଇଥିଲେ। ଏ…

Read More