ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ପ୍ରଥମ ବର୍ଷ ପୂରଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ରାଷ୍ଟ୍ରପତି ଟୁଇଟର୍ ହ୍ୟାଣ୍ଡେଲରୁ ହୋଇଥିବା ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂରଣ କରିଥିବାରୁ ତାଙ୍କୁ ଅଭିନନ୍ଦନ। ଜନସେବା ପ୍ରତି ତାଙ୍କର ନିରନ୍ତର ନିଷ୍ଠା ଏବଂ ପ୍ରଗତି ପାଇଁ ତାଙ୍କ ନିରନ୍ତର ପ୍ରୟାସ ଅତ୍ୟନ୍ତ ପ୍ରେରଣାଦାୟକ। ତାଙ୍କ ବିଭିନ୍ନ ଉପଲବ୍ଧି ତାଙ୍କ ନେତୃତ୍ୱର ପ୍ରଭାବକୁ ପ୍ରତିଫଳିତ କରିଥାଏ।’
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି। ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ “ଭାରତ ମଣ୍ଡପମ୍” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ନୂତନ ଉତ୍ସାହ ଏବଂ ମନୋବଳକୁ ସୂଚାଇବା ପାଇଁ ଏକ କବିତା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ଭାରତ ମଣ୍ଡପମ୍ ହେଉଛି…
ନୂଆଦିଲ୍ଲୀ: ବନ ସୁରକ୍ଷା ସଂଶୋଧନ ବିଲ୍-୨୦୨୩ ଆଜି ଲୋକସଭାର ଅନୁମୋଦନ ଲାଭ କରିଛି। ଏହି ବିଲ୍କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲୋକସଭାରେ ଆଜି ଆଗତ କରିଥିଲେ। ଏହାକୁ ସଂସଦର ଯୁଗ୍ମ କମିଟି ବିଚାରକୁ ନେବା ପରେ ମନ୍ତ୍ରୀ ବିଲ୍କୁ ଅନୁମୋଦନ କରିବାକୁ ଗୃହର ଅନୁମତି ଲୋଡି ଥିଲେ। ବିଲ୍ ଉପରେ ସଦସ୍ୟମାନେ ଆଲୋଚନା କରିବା ପରେ ଏହା ଗୃହୀତ ହୋଇଥିଲା। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ୧୯୮୦ ବନ ସୁରକ୍ଷା ଆଇନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସଂରକ୍ଷିତ ଜଙ୍ଗଲକୁ ଅଣ ସଂରକ୍ଷିତ କରିବା, ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ କାମରେ ଲଗାଇବା, ଜଙ୍ଗଲ ଜମି ଲିଜ୍ ବା ଅନ୍ୟ ଆକାରରେ ଘରୋଇ ସଂସ୍ଥା/ ବ୍ୟକ୍ତି ବିଶେଷଙ୍କୁ ଦେବା ଏବଂ ଜଙ୍ଗଲାଞ୍ଚଳରେ ପ୍ରାକୃତିକ ଭାବେ ଉଠିଥିବା ଗଛଲତାକୁ ସଫା କରି ନୂଆ ବନୀକରଣ କରିବା ଆଦି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗୁଆ…
ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଂଶ ଭାବରେ ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମତିକୁ ଅପେକ୍ଷା କରିଛି। କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (CRS) ଏ.ଏମ.ଚୌଧୁରୀ ନୂତନ ଲାଇନରେ ଥିବା ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟଗୁଡିକ ନୀରିକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ନୀରିକ୍ଷଣ କରିଛନ୍ତି। ଶ୍ରୀ ଚୌଧୁରୀ ନିରାପତ୍ତା ଦିଗଗୁଡିକ ଯେପରିକି ଓଭରହେଡ୍ ଇକୁଇପମେଣ୍ଟ, ବ୍ରିଜ୍, ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍ ଏବଂ ମାନବ ରହିତ ଲେବଲ କ୍ରସିଂ। ଏହା ସହିତ, ରେଳ ସେକ୍ସନର ନିରାପତ୍ତା ଦିଗଗୁଡିକୁ ସମୀକ୍ଷା କରିବା ପାଇଁ ଦଶପଲ୍ଲା ଏବଂ ନୂଆଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ଏହି ସଫଳତା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ଖୋର୍ଦ୍ଧା: ଆଜି ଅପରାହ୍ନ 3.00ଟା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ର ବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ଦିବସ-2023 ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ 2022ଵର୍ଷରେ ପ୍ରସ୍ତୁତ ବୈଠକ ବିବରଣୀ ପାଠ କରି ଜିଲ୍ଲାପାଳଙ୍କ ଅନୁମତି କ୍ରମେ ସମସ୍ତ ଙ୍କ ମତାମତ ଲୋଡିଥିଲେ। ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ତରଫରୁ ଅଗଷ୍ଟ -15 ତାରିଖ ଦିନ 4.30 ମିନିଟ ସମୟରେ ରାମଧୁନ ଗାନ କରାଯିବା ସଙ୍ଗେସଙ୍ଗେ ପଡ଼ିଆରେ ମାଇକ ର ସୁବ୍ୟବସ୍ଥା ପାଇଁ ଡି.ଜି ର ସ଼ଯୋଗ କରିବା କୁ ଓ ଭଲ ଫଟୋ ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସକାଳ 7.00ଟା ରେ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରିବାକୁ ପୌରପରିଷଦ ଏବଂ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସକାଳ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩)ରେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଡାକ୍ତରୀ ପେସା ହେଉଛି ସେବାର ଏକ ସଂକଳ୍ପ। ସେବା ପ୍ରତି ନିଷ୍ଠା ଏବଂ ସମାଜ ପାଇଁ ପ୍ରତିବଦ୍ଧତା ନଥିଲେ ଜଣେ ଭଲ ଡାକ୍ତର ହୋଇପାରିବେ ନାହିଁ। ରାଷ୍ଟ୍ରପତି କହିଛନ୍ତି, ଯେକୌଣସି ସମାଜ ପାଇଁ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ, ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ, ଆମେ ମୂଲ୍ୟବାନ ଜୀବନରକ୍ଷାରେ ସକ୍ଷମ ହୋଇପାରିଛୁ। ଗବେଷଣା ଉପରେ ଧ୍ୟାନ ଦେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ପୁରୁଣା ଔଷଧ ପାଇଁ ସୁପାରିସ କରିବା ସହିତ ନୂଆ ଔଷଧ ବିକଶିତ କରିବା ମଧ୍ୟ ଜରୁରୀ। ସେ ଆହୁରି କହିଛନ୍ତି ଯେ, ଗବେଷଣା ଭାରତୀୟ ଚିକିତ୍ସା ବିଜ୍ଞାନୀମାନଙ୍କୁ ଏକ ନୂଆ ପରିଚୟ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩ରେ) କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ଏହା ଦର୍ଶାଉଛି ଯେ, ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା। ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ‘ଆଇନ ଦିବସ’ ଭାବେ ପାଳନ କରାଯାଉଛି । ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ପାଇଁ ‘ମହାତ୍ମା ଗାନ୍ଧୀ’ ଏବଂ ‘ମଧୁ ବାରିଷ୍ଟର’ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା,…
ସିତରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ଯୋଗଜନ୍ମା ମହାପୁରୁଷ ତଥା ପଞ୍ଚସଖାର ଅନ୍ୟତମ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ଦିବସ ଏବଂ ତାଙ୍କରି ନାମରେ ନାମିତ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଜେନତେଣ ପ୍ରକାରରେ ସମ୍ପାଦନ କରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି ହୀରକ ଜୟନ୍ତୀ ପାଳନ କରିବା ପୁରାତନ ଛାତ୍ର ସଂଘର କର୍ତ୍ତବ୍ୟ। ଏହାକୁ ଆଖି ଆଗରେ ରଖି ଅଧ୍ୟକ୍ଷ ପ୍ରଫେସର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ସୁଦୂର ନୂଆଦିଲ୍ଲୀରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଉକ୍ତ ଟିମ ସହ ଓସେପା ଉପ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଯୁଗ ନିର୍ଦ୍ଦେଶିକା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ବିଇଓ ସନାତନ ଜାଲୀ ଏବଂ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ଥିଲେ। ଉକ୍ତ ଟିମ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଅଧ୍ୟୟନ କରୁଥିବା ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ। ତତସହିତ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ବିଧାୟକ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବିଜୁ ଜନତା ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ। ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ…
ଭୁବନେଶ୍ଵର: ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଏପରି ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ତଥା ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କୃତ କରିବା ଲାଗି ଆଇନ ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା ନେଇ ଆୟକର ବିଭାଗ ଜନସାଧାରଣଙ୍କୁ ସଚେତନ କରାଇ ଦେଇଛି। ବେନାମୀ ନେଣଦେଣର ଅର୍ଥ ହେଉଛି ଏପରି ଏକ ନେଣଦେଣ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରାଯାଇଥାଏ ଏବଂ ପ୍ରତିଫଳ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଶୋଧ କିମ୍ବା ଯୋଗାଇ ଦିଆଯାଇଥାଏ। ତେଣୁ ଦୁଇଟି ପକ୍ଷ ଅର୍ଥାତ୍ ବେନାମୀଦାର ଏବଂ ହିତାଧିକାରୀ ମାଲିକଙ୍କ ମଧ୍ୟରେ ଏକ ବେନାମୀ ନେଣଦେଣ ସମ୍ପାଦନ କରାଯାଇଥାଏ। ହିତାଧିକାରୀ ମାଲିକ ହିଁ ବାସ୍ତବ ମାଲିକ ହୋଇଥାନ୍ତି ଯିଏକି ନେଣଦେଣରେ ପ୍ରତିଫଳ ପରିଶୋଧ କରିଥାନ୍ତି। ଏହାର ବିପରୀତ, ବେନାମୀ ନେଣଦେଣ ପାଇଁ ହିତାଧିକାରୀ ମାଲିକଙ୍କୁ ସମ୍ପତ୍ତି ଉଧାର…
ସୀତାରାମ ଅଗ୍ରୱାଲ ବାଣପୁର: ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି। ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଙ୍କ ନେତୃତ୍ୱରେ ଏକ ଟିମ ବାଲେଡିହ ଗ୍ରାମ ଛକରେ ଚଢ଼ାଉ କରି କୋଷରଡ଼ା ଗ୍ରାମର ଅଭିଯୁକ୍ତ ଲବ ଶବର (୨୩) ଙ୍କୁ ଗିରଫ କରିଛନ୍ତି। ଲବଙ୍କ ନିକଟରୁ ଏକ ବାଇକ ସହ ସମୁଦାୟ ୨୨୫ ଲିଟର ଦେଶୀ ମଦ ଜବତ ହୋଇଛି। ଲବ ଉକ୍ତ ଦେଶୀ ମଦ ନିଜ ଗ୍ରାମରୁ ଆଣି ବେପାର ଉଦ୍ଦେଶ୍ୟରେ ବାଣପୁର ଅଭିମୁଖେ ଆସୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ, ସମ୍ବଲପୁର ହିତୈଷିଣୀର ସମ୍ପାଦକ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ ସାରଥୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୯ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପାଳିତ ହୋଇଛି। ପ୍ରତ୍ୟୁଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଦୀପଦାନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର୍ୟ୍ୟକ୍ରମ ପ୍ରାରମ୍ଭରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଉପସ୍ଥିତ ପୂଜ୍ୟପୂଜାପ୍ରେମୀ ନିଜ ବକ୍ତବ୍ୟରେ ବାଙ୍କୀ ବୈଦେଶ୍ୱର ମାଟିର ବରପୁତ୍ର ନୀଳମଣି ଶିକ୍ଷାଲାଭ ପରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର୍ୟ୍ୟ ଆରମ୍ଭ କଲେ ଛବାମଣ୍ଡାର ଗୁଣଗ୍ରାହୀ ମହାରାଜା ସାର ବାସୁଦେବ ସୁଢ଼ଳ ଦେବଙ୍କ ଆମନ୍ତ୍ରଣ କ୍ରମେ ବାମଣ୍ଡାରେ ଅବସ୍ଥାନ କରି ସମ୍ବଲପୁରୀ ହିତୈଷିଣୀ ଖବରକାଗଜ ସମ୍ପାଦନା କରିଥିଲେ। ଓଡ଼ିଆ ଭାଷାକୁ ବିଲୋପ…
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି। ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା। ରିଲାଏନ୍ସ ଫାଉଣ୍ଡେସନ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି। କାର୍ଗିଲ୍ ଯୁଦ୍ଧ ସମୟରେ ନିଜ ଜୀବନ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଭାରତ ମା’ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ଯବାନଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଥିଲେ ବୋଲି ରାଷ୍ଟ୍ରପତି କହିଥିଲେ । ସେ ଆହୁରି କହିଥିଲେ, ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କୁ ତାଙ୍କର ଯୋଗଦାନ ପାଇଁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଯବାନମାନଙ୍କ ସାହସିକତା ସବୁବେଳେ ଆମ ଦେଶର ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହ ସମ୍ପର୍କରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଥିଲେ ଯେ, ୭୫ ବର୍ଷର ସମୃଦ୍ଧଶାଳୀ ଯାତ୍ରାରେ ଓଡ଼ିଶା ହାଇକୋର୍ଟ ଅନେକ ଉଚ୍ଚ ମାନକ ପ୍ରତିଷ୍ଠା କରିଛି।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଯୋଗୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଉଦୟନାଥ ସେଠୀ ସମେତ ୫ ଜଣ ସୁପାରୀ କିଲର ଯଥା ରୁପକ ସେଠୀ, ଅନୁଜ ସେଠୀ, ସୁରଜ୍ ସେଠୀ ସୁରଜ ପରିଡ଼ା ଓ ନିରାକାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ କୁମାର ସୁଚନା ଦେଇଛନ୍ତି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ଖଜୁରିପଲୀ ଗ୍ରାମର ନିଜ ଶଳା ଭାଉଜଙ୍କ ସହ ସମ୍ପର୍କ ରଖିବାକୁ ନେଇ ମହିଳାଙ୍କ ଭାଇ ଯୋଗୀ ସେଠୀ ଆପତ୍ତି କରିଥିଲା। ଯ’ଦ୍ଵାରା ଉଦୟ ଓ ଯୋଗୀ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇ ବଢ଼ି ବଢ଼ି ଚାଲିଲା। ଏହି ଭଳି ପରିସ୍ଥିତିରେ ଉଦୟ ଯୋଗୀକୁ ସବୁ ଦିନ ପାଇଁ ରାସ୍ତାରୁ…
ସ୍ୱାସ୍ଥ୍ୟ ଟିପ୍ସ: ବର୍ଷା ଓ ବନ୍ୟା ଆଖିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ହଠାତ୍ ଆଇ ଫ୍ଲୁ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଛୋଟ ପିଲାମାନେ ଆଇ ଫ୍ଲୁରେ ପୀଡିତ ହେଉଛନ୍ତି। ଡାକ୍ତରମାନେ କହିଛନ୍ତି ଯେ, ବର୍ଷାରେ ଆର୍ଦ୍ରତା ହେତୁ ଅନେକ ପ୍ରକାରର ଜୀବାଣୁ ସକ୍ରିୟ ହୋଇଯାଆନ୍ତି। ଯେଉଁ କାରଣରୁ ଆଖି ଧରା ଭଳି ରୋଗ ବଢିବାରେ ଲାଗିଛି। ତେବେ ଏଥର ମାମଲା ଅଧିକ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ଯଦି ଶିଶୁର ଆଖି ଯନ୍ତ୍ରଣାଦାୟକ ଏବଂ ଲାଲ ହୋଇଯାଏ, ତେବେ ସତର୍କ ହେବା ଉଚିତ୍। କାରଣ ଏହା ଆଖି ଧରାର ଏକ ଲକ୍ଷଣ। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲକୁ ନ ପଠାଇବାକୁ ପରାମର୍ଶ ଦିଆଯାଇଛି। କାରଣ ଆଖି ଧରା ସଂକ୍ରମଣ ଦ୍ଵାରା ହୋଇଥାଏ। ଏହା ଅନ୍ୟ ପିଲାମାନଙ୍କୁ ମଧ୍ୟ ବ୍ୟାପିପାରେ। କେତେ ଦିନ ମଧ୍ୟରେ ଆଖି ଧରା ଭଲ ହୋଇଯାଏ?: ଚକ୍ଷୁ ବିଶେଷଜ୍ଞଙ୍କ ଅନୁଯାୟୀ,…
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡାଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପୁଅ ଦେବେନ୍ଦର ଦର୍ଡା ଏବଂ ଏମଏସ ଜେଏଲଡି ୟଭତମାଲ ଏନର୍ଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୟଶ୍ଵାଲଙ୍କୁ ମଧ୍ୟ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ କୋର୍ଟ ପୂର୍ବତନ କୋଇଲା ସଚିବ ଏଚ୍.ସି ଗୁପ୍ତା, ଦୁଇ ବରିଷ୍ଠ ସରକାରୀ କର୍ମଚାରୀ କେ.ଏସ୍ କ୍ରୋଫା ଏବଂ କେସି ସମରିଆଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୂର୍ବତନ କଂଗ୍ରେସ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡାଙ୍କ ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ୧୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ମନୋଜ କୁମାର ଜୟଶ୍ଵାଲଙ୍କ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ପୂର୍ବତନ…
ଜୀବନଶୈଳୀ: ଯଦି କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି। ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ – ୧- ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ୨- ହଳଦିଆ ରଙ୍ଗର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହାପରେ…
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏପରି ଜିନିଷ ଖାଇବା ଉଚିତ୍ ଯାହା ଶରୀରରେ ଅମ୍ଳଜାନର ସ୍ତର ବଢାଇଥାଏ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ, ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ। ଆସନ୍ତୁ ଜାଣିବା….. ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ: ପ୍ରଚୁର ଜଳ ପିଅନ୍ତୁ: ଅମ୍ଳଜାନ ସ୍ତର ବଢାଇବା ପାଇଁ ଖାଦ୍ୟରେ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମ କୋଷଗୁଡ଼ିକ ନିଶ୍ୱାସ ନେବା ଆବଶ୍ୟକ କରନ୍ତି ଏବଂ ଯେତେବେଳେ ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇଥାଉ, ଆମ ଶରୀର କୋଷକୁ ଅମ୍ଳଜାନ ଦେଇଥାଏ। ତେଣୁ ନିୟମିତ ଭାବେ ପ୍ରଚୁର ପାଣି ପିଅନ୍ତୁ। କମ୍ ଲୁଣିଆ ଖାଦ୍ୟ ଖାଆନ୍ତୁ:…
କୁଜଙ୍ଗ: ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣ କୁମାର ବେହରାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଅବସରରେ ଦଳର ବହୁ ନେତା ଓ କର୍ମୀଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଏହି ଅବସରରେ ମହ୍ଲାସାହି ସରପଞ୍ଚ ଧୃବ ଚରଣ ନାୟକ ତାଙ୍କୁ ନଡିଆ ଚାରା ଉପହାର ସ୍ୱରୂପ ଦେଇଥିଲେ ଯାହା ବେଶ ପ୍ରେରଣା ଦାୟୀ ହୋଇଥିଲା। ଏହି ଅବସରରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ, ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା, ଯୁବ ବିଜେଡି ନେତା ଅରୂପ ପ୍ରସାଦ ମହାନ୍ତି, ପୂର୍ବତନ ସମିତି ସଭ୍ୟ କବି ରଞ୍ଜନ ବେହେରା, ମହନୀ ଚରଣ ରାଉତଙ୍କ ସହ ବହୁ ସରପଞ୍ଚ ଓ ଦଳର ନେତା ଓ ସଂଗଠକ ଯୋଗଦେଇଥିଲେ।

