କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୦୨୦ ମସିହା ଜାନୁଆରୀ ୨୨ ତାରିଖରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଳନ୍ଥରା ଅଞ୍ଚଳର ୩ ଭାଇ ବିଜୟ ନାଇକ, ଅଜୟ ନାଇକ ଓ ବିଶିକେଶନ ନାଇକ ଜନୈକା ମହିଳାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ମହିଳାଙ୍କ ତରଫରୁ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୨୯୪/୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିଥିଲେ ଓ ତଦନ୍ତ ପରେ ଉକ୍ତ ୩ ଭାଇଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ଅଦାଲତ ଜେ ଏମ୍ ଏଫ୍ ସି ଜୁଏଲ ପଟ୍ଟନାୟକ ଉକ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ସରକାରୀ ଏପିପି ମକଦ୍ଦମା ପରିଚାଳନା କରୁଥିଲେ।
Author: Samikhsya Bureau
ଗଜପତି: ଦେବେନ୍ଦ୍ର ମାଳି ନାମକ ଜଣେ ଶିକ୍ଷକ ସ୍ବାମୀଙ୍କ ବିରୋଧରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ରଶ୍ମି ବେହେରା ନାମ୍ନୀ ଜଣେ ମହିଳା ନିମଖଣ୍ଡି ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଦାଖଲ କରିଛନ୍ତି। ରଶ୍ମି ବେହେରାଙ୍କ ଏତଲା ଅନୁଯାୟୀ ସେ ଦେବେନ୍ଦ୍ର ମାଳିଙ୍କୁ ବିବାହ କରିଛନ୍ତି। ବାହାଘର ବେଳେ ଦାବି ମୁତାବକ ୪୦ ଭରି ସୁନା, ନଗଦ ୫ ଲକ୍ଷ ଟଙ୍କା ସମେତ ବହୁ ଗୃହ ଉପକରଣ ସାମାନ ଓ ଆସବାବପତ୍ର ଇତ୍ୟାଦି ଦେବେନ୍ଦ୍ରଙ୍କୁ ତାଙ୍କ ବାପା ଦେଇଥିଲେ। ଏତଦବ୍ୟତୀତ ଆହୁରି ଅଧିକ ଯୌତୁକ ଆଣିବା ପାଇଁ ମୋତେ ଚାପ ପ୍ରୟୋଗ ସହ ମାରପିଟ୍ କରୁଛନ୍ତି। ଏହି କିଛି ଦିନ ପୁର୍ବରୁ ମୁଁ ଶୁଣିବାକୁ ପାଇଲି ମୋତେ ବାହା ହେବା ପୁର୍ବରୁ ଦେବେନ୍ଦ୍ର ଆଉ ଜଣଙ୍କୁ ବିବାହ କରିଛନ୍ତି। ଏହି ବିଷୟରେ ଆଲୋଚନା କରିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ସହ ମୁଁ ଅତ୍ୟଧିକ ଶାରୀରିକ ଓ…
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀକୁ ଏସିଡ ପକାଇ ମାରିଦେବା ଧମକ ହୋଇଛି। ଏହି ଘଟଣାରେ ମଙ୍ଗରାଜପୁର ଗ୍ରାମର ଜନୈକ ଯୁବକ ଗିରଫ ହୋଇଛି। ସେହିଭଳି ଅନ୍ୟ ଏକ ଘଟଣାରେ ଜନୈକା ନାବାଳିକାକୁ ଅପହରଣ ଅଭିଯୋଗରେ ଆଉ ଜଣେ ଯୁବକକୁ କୁଜଙ୍ଗ ପୋଲିସ ଗିରଫ କରିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅଂଚଳର ଜନୈକା ଛାତ୍ରୀକୁ ବଳପୂର୍ବକଭାବେ ବାହାହେବାପାଇଁ କହିବା, ମୋବାଇଲକୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଓ ଶେଷରେ ଏସିଡ ପକାଇ ମାରିଦେବା ପାଇଁ ଧମକ ଦେଇଚାଲିଥିଲା। ଏହି ପ୍ରରିପ୍ରେକ୍ଷୀରେ ନାବାଳିକାଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇ ମଙ୍ଗରାଜପୁର ଗ୍ରାମର ଅଭିଯୁକ୍ତ ବାଦଲ ସାମଲ (୩୬)କୁ ଗିରଫ କରିଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନଂ୨୧୨/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ବାଦଲ ଫେରାର ଥିବା ସମୟରେ କୁଜଙ୍ଗ ପୋଲସି ପାରାଦ୍ୱିପରୁ ଗିରଫ କରିବାରେ ସକ୍ଷମ…
ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଦଳ ଜିଦ୍ ଧରିଛନ୍ତି। ଲୋକସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ସ୍ଲୋଗାନ ଦେବା ସହ ହଙ୍ଗମା କରିବା ଆରମ୍ଭ କରିଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭାର ପ୍ରକ୍ରିୟାକୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ନୂଆଦିଲ୍ଲୀ: ନାସା X-59 ନାମକ ଏକ ସୁପରସୋନିକ୍ ବିମାନ ତିଆରି କରିଛି, ଯାହା ଉଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ, X-59 ପୃଥିବୀର ଯେକୌଣସି ଦୁଇଟି ପଏଣ୍ଟ ମଧ୍ୟରେ ପ୍ରାୟ 2 ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବ। ଏପରି ପରିସ୍ଥିତିରେ ଏହି ଦାବି ଦର୍ଶାଏ ଯେ ଏହାର ଗତି ଆଶ୍ଚର୍ଯ୍ୟଜନକ ହେବ। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଲକ୍ହିଡ୍ ମାର୍ଟିନ୍ ନାସା ପାଇଁ X-59 କ୍ୱିଟ୍ ସୁପରସୋନିକ୍ ଟେକ୍ନୋଲୋଜି ବିମାନ ନିର୍ମାଣ କାର୍ଯ୍ୟ ଶେଷ କରିଛି। ସୁପରସୋନିକ୍ ବିମାନ X-59 କୁ ‘ସନ ଅଫ୍ କନକର୍ଡ’ କୁହାଯାଉଛି। କୋଡିଏ ବର୍ଷ ପୂର୍ବରୁ କନକର୍ଡ ଲଞ୍ଚ କରାଯାଇଥିଲା: ଉଲ୍ଲେଖନୀୟ କଥା ହେଉଛି, କୋଡିଏ ବର୍ଷ ପୂର୍ବେ ଦୁନିଆର ପ୍ରଥମ ‘ସୁପରସୋନିକ୍ ବିମାନ କନକର୍ଡ’ ଲଞ୍ଚ କରାଯାଇଥିଲା, ଯାହା ନ୍ୟୁୟର୍କରୁ ଲଣ୍ଡନକୁ 3 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଯାଇପାରିଥାନ୍ତା। ଏହି ସୁପରସୋନିକ୍ ବିମାନର ଗତି ଘଣ୍ଟା ପ୍ରତି 2172 କିଲୋମିଟର…
ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟ ଯେତିକି ପାଖେଉଛି ସେଠାକାର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଉଭୟ ବିଜେପି କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ ପରେ ସେଠାକାର ରାଜନୀତି ଆହୁରି ଗମ୍ଭିର ହେବାରେ ଲାଗିଛି। ମୋଦି ରାଜସ୍ଥାନର ସୀକାରରେ ଏକ ରାଲିକୁ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି କହିଥିଲେ ଯେ, ନାଲି ଡାଇରୀ କଂଗ୍ରେସର ପେଡି ଖୋଲିବ। ସେହି ଡାଇରୀ ପୃଷ୍ଠା ଖୋଲିଲେ କଂଗ୍ରେସର ବଡବଡ ନେତା ଓଲଟି ପଡିବେ। ନାଲି ଡାଇରୀକୁ ନେଇ ରାଜ୍ୟର କଂଗ୍ରେସ ସରକାର ବିଚଳିତ ହୋଇପଡିଛି। ଏଥର ରାଜସ୍ଥାନ ନିର୍ବାଚନରେ କଂଗ୍ରେସକୁ ଏହି ନାଲି ଡାଇରୀ ଖାଇବ ବୋଲି ମୋଦି ଜନସମାଗମକୁ ଉଦବୋଧନ ଦେଇ କହିଥିଲେ। ବର୍ତ୍ତମାନ ରାଜସ୍ଥାନରେ ନାଲି ଡାଇରୀକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ମୁଖ୍ୟମନ୍ତ୍ରୀ ଗେହେଲଟ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୋଧାଙ୍କୁ ମନ୍ତ୍ରୀପଦରୁ ବହିସ୍କୃତ କରିଛନ୍ତି। ଏହାପରେ ସେ…
ନିରାକାରପୁର: ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଏକ ବସକୁ ଅଟକାଇ ଦୁଇ ଜଣ ଯୁବକ ଚୋରି ଉଦ୍ୟମ ସହିତ ବସରେ ଥିବା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଭୂବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ସିୟାରାମ ବସ ନଂ ଓଡି-୦୨ ଏଭି ୩୨୬୬ ନାମକ ଏକ ବସ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଗୋଡିପଡା ଛକ ଠାରୁ ଅନୁସରଣ କରି ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ। ଏହା ସହିତ କେତେକ ମହିଳା ମାନଙ୍କୁ ମାଡମାରି ସୁନାଚେନ ଓ ଟଙ୍କା ଲୁଟପାଟ କରିଥିଲେ। ବସରେ ଥିବା ଯାତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିଲେ।କିଛିସମୟ ଧରି ବସ ଯାତ୍ରୀଙ୍କ ସହିତ ପାଟିତୁଣ୍ଡ ହେବା ସମୟରେ ବସରେ ଥିବା ଯାତ୍ରୀମାନେ ଲୁଟପାଟ କରୁଥିବା ଯୁବକ ଜଣଙ୍କୁ ଅଟକାଇ ନିରାକାରପୁର…
କୁଜଙ୍ଗ: ଜଗତ୍ସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍.ଙ୍କ ନିର୍ଦ୍ଧେଶକ୍ରମେ କୁଜଙ୍ଗ ପୋଲିସ ଆଜି ଦିନ ତମାମ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଅସାମାଜିକ ଯୁବକଙ୍କୁ ସାବାଡ଼ କରିବା ସହିତ ଗାଡିରୁ ଜୋରିମାନା ଆଦାୟ କରିଥିଲେ। ପ୍ରକାଶ ଯେ, ଗୁରୁବାର ଦିନ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ୱାବଧାନରେ ୩ଟି ଟିମ୍ରେ ବିଭକ୍ତ ହୋଇ କୁଜଙ୍ଗ ପୁଲିସ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଇଣ୍ଡିଆନ୍, କାନାରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, କଟକ କେନ୍ଦ୍ର କୋ ଅପରେଟିଭ୍ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ ଆଜି ଦିନ ତମାମ ପଇଁତରା ମାରିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡି ଉପରେ କଡା ନଜର ରଖିଥିଲା। ଏପରିକି କେତେକ ଗାଡ଼ିରୁ ବେଆଈନ ପାର୍କିଂ କରିଥିବା ଅଭିଯୋଗରେ କୁଜଙ୍ଗ ପୁଲିସ ଜରିମାନା ଆଦାୟ କରିଥିଲା। ଏପରିକି ବ୍ୟାଙ୍କ୍ ସମ୍ମୁଖରେ ଖଟି କରୁଥିବା କିଛି ଅସାମାଜିକ ଯୁବକ ମାନଙ୍କୁ ପୋଲିସ ଏପରି ନକରିବାକୁ ଦାଗିଦ୍ କରିଥିବା…
ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି। ଏହି କଥାକୁ ନୂଆପିଢି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଲିଖିତ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଭାଷାର ଦ୍ୱିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ସଙ୍ଗୀତ ନାଟ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦୁଇ ଦିବସୀୟ ‘ଯାଜ୍ଞସେନୀ ଜାତୀୟ ସମ୍ମିଳନୀ’ରେ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନାଦି ଅନନ୍ତ କାଳରୁ ଆମର ସଭ୍ୟତା ସମସ୍ତଙ୍କୁ ଜୀବନ୍ତ ରୂପରେ ଦେଖିଛି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯, ଦ୍ୱାରକା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ର ଅଧିକ ଉନ୍ନତିକରଣ, ଉପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଏକ ଜଳ ବିଶୋଧନ କାରଖାନା, ମଇଳା ନିଷ୍କାସନ କାରଖାନା ଏବଂ ଅନ୍ୟାନ୍ୟଗୁଡ଼ିକ ମଧ୍ୟରେ ଏକ ଫ୍ଲାଇ ଓଭର ପୋଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ନବ ଉଦଘାଟିତ ରାଜକୋଟ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଗୃହରେ ଏକ ପଦଯାତ୍ରା କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେବଳ ରାଜକୋଟ ନୁହେଁ, ସମଗ୍ର ସୌରାଷ୍ଟ୍ର ଅଂଚଳ ପାଇଁ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ସିରିଆ, ଇଥିଓପିଆ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆ ପରିଚାଳିତ ଇନ୍ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟ୍ର ସାଇନ୍ସ ଆଣ୍ଡ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କନ୍ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍ନାଲ୍…
ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ମିଶନ ଲାଇଫ, ଜଳ ଶକ୍ତି ଅଭିଯାନ ଏବଂ ହର୍ ଘର୍ ଜଲ୍ ଉପରେ ଏକ ସଚେତନତା କର୍ମଶାଳା ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଅତିଥି ବକ୍ତା ଭାବେ ପରିବେଶବିତ୍ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବେତନଟୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ମୁଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ଡ. ପର୍ଶୁରାମ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦୈନନ୍ଦିନ ଅଭ୍ୟାସରେ ସୁଧାର ଅଣାଯାଇ କିପରି ପରିବେଶ ସୁରକ୍ଷା…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ହରିଣକୁ କୁକୁର କାମୁଡ଼ିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନ ଅପରାହ୍ନ ୪.୩୦ ସମୟରେ ଜଗନ୍ନାଥପ୍ରସାଦ ଶବରପଡ଼ା ଠାରେ ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ହରିଣକୁ କୁକୁର ଆକ୍ରମଣ କରିଥିଲା। କୁକୁରଟି ହରିଣର ପାଟିରେ କାମୁଡ଼ିଦେଇଥିବାରୁ ହରିଣଟି ମୃତ୍ୟୁବରଣ କରିଥିଲା। ଏସିଏଫ୍ ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଅରୁଣ କୁମାର ବେହେରା, ଫରେଷ୍ଟଗାର୍ଡ ସୁଭଦ୍ରା ରାଉଳ ତଥା ବନବିଭାଗର ଅନ୍ୟକର୍ମଚାରୀମାନେ ହରିଣକୁ ଉଦ୍ଧାର କରିଥିଲେ ମଧ୍ୟ ବଂଚାଇପାରି ନ ଥିଲେ।
ମେଷ: ଛାତ୍ର ଶ୍ରେଣୀ ସଫଳତା ପାଇବେ। ବ୍ୟବସାୟ ଅନୁକୂଳ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରଲୋଭିତ ହୁଅ ନାହିଁ । ଏକ କାର୍ନିଭାଲରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭ୍ରମଣ ଲାଭଦାୟକ ହେବ। ବୃଷ :ଅଧିକ ପ୍ରୟାସ କରିବାକୁ ପଡିବ। ବ୍ୟବସାୟ ଭଲ ହେବ। ଆୟ ହ୍ରାସ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭବ। ବୃଥା ପରିଶ୍ରମ ଚାଲିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନାବଶ୍ୟକ ବିବାଦ ଉପୁଜିପାରେ। ନିଜେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅ, ଅନ୍ୟମାନଙ୍କ ଦ୍ୱାରା ଉତ୍ତେଜିତ ନ ହେଲେ ଏହା ଲାଭଦାୟକ ହେବ। ମିଥୁନ : କୁମାରୀମାନେ ବିବାହ ପ୍ରସ୍ତାବ ପାଇପାରିବେ। ପ୍ରୟାସ ସଫଳ ହେବ। ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତି ହେବ। ବ୍ୟବସାୟ ଲାଭଦାୟକ ହେବ। ପ୍ରଲୋଭିତ ହୁଅ ନାହିଁ। ଶୀଘ୍ର କିଛି କର ନାହିଁ । କ୍ରନିକ ରୋଗ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ବାଣପୁର ଏନଏସି ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସୁମନ୍ତ ଦଣ୍ଡସେଣା ନାମକ ଯୁବକ ପରିବାର ପ୍ରତିପୋଷଣ ନିମନ୍ତେ ସୁଦୂର ଆବୁଧାବିକୁ ଶ୍ରମିକ ଭାବରେ ମାତ୍ର ଛଅମାସ ତଳେ କାର୍ଯ୍ୟ କରିବାକୁ ଯାଇଥିଲେ। ଗଲ୍ଫ ଏସିଆ ନାମକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟବରଣ କରିଥିବା ଗତ ସାତଦିନ ତଳେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଶବ ହସ୍ତାନ୍ତର କରିବାକୁ ପରିବାର ଲୋକ ଆକୁଳ ନିବେଦନ କରିବାରେ ଉକ୍ତ କମ୍ପାନୀ ଶବକୁ ବିଶାଖାପାଟଣା ପର୍ଯ୍ୟନ୍ତ ପଠାଇଥିଲେ। ସେଠାରୁ ନିଜ ଖର୍ଚ୍ଚରେ ଆଜି ସନ୍ଧ୍ୟାରେ ପରିବାର ଲୋକ ମୃତଦେହକୁ ଗ୍ରହଣ କରି ନିଜ ଗ୍ରାମକୁ ଆଣିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଗତକାଲି, ଜୁଲାଇ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି’।
ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକର ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଶ୍ରୀ ଅଶୋକ ଗେହଲଟ୍ ଜୀ, ପ୍ରୋଟୋକଲ ଅନୁଯାୟୀ ଆପଣଙ୍କୁ ଉପଯୁକ୍ତ ଭାବେ ନିମନ୍ତ୍ରଣ କରାଯାଇଛି ଏବଂ ଆପଣଙ୍କ ଭାଷଣ ମଧ୍ୟ ନିର୍ଦ୍ଧାରିତ ହୋଇଛି। କିନ୍ତୁ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆପଣ ସାମିଲ ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଆପଣଙ୍କୁ ସର୍ବଦା ନିମନ୍ତ୍ରଣ କରାଯାଇଛି ଏବଂ ଆପଣ ଉପସ୍ଥିତ ରହି ସେହି କାର୍ଯ୍ୟକ୍ରମଗୁଡ଼ିକର ଶୋଭା ବଢ଼ାଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ନିମନ୍ତେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଉଛି। ବିକାଶର ଅନେକ କାର୍ଯ୍ୟ ଫଳକରେ ମଧ୍ୟ ଆପଣଙ୍କ ନାଁ ରହିଛି। ଯଦି ଶାରୀରିକ ଭାବେ ଆପଣଙ୍କୁ କୌଣସି ଅସୁବିଧା ନ ଥାଏ ତେବେ ଆପଣଙ୍କ…
ନୂଆଦିଲ୍ଲୀ: ୧୯୯୦ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ତାଙ୍କ ପଦୋନ୍ନତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେ କ୍ରିଷ୍ଣା କିଶୋରଙ୍କର ଆୟକର କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ରହିଛି। ସେ ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ। ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଆୟକର ତଦନ୍ତ ନିର୍ଦ୍ଦେଶାଳୟ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ତାଙ୍କର ତତ୍ତ୍ୱାବଧାନରେ ସବୁଠୁ ଅଧିକ ନଗଦ ଟଙ୍କା ଜବତ କରାଯିବା ସହିତ ସର୍ବାଧିକ ଗୋପନୀୟ ଆୟ ଠାବ କରାଯିବା କ୍ଷେତ୍ରରେ ସଫଳତା ମିଳିଛି।
ଭୁବନେଶ୍ୱର: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ‘ରିସେଂଟ ଆଡଭାନ୍ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ’ (ଆଇସିଆର୍ଏଏମ୍ଇଆର୍ଡି) ଶୀର୍ଷକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍ଯାପିତ ହୋଇଯାଇଛି। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରରୁ ୨୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଶିକ୍ଷାବିତ୍, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ପାରଦର୍ଶିତା ଓ ଅଭିଜ୍ଞତା ବଖାଣି ଥିଲେ। ଏହି ସମ୍ମିଳନୀରେ ଏନର୍ଜି ଷ୍ଟୋରେଜ୍ ଆଣ୍ଡ କନ୍ଭର୍ସନ୍, ପାୱାର ସିଷ୍ଟମ ଇଞ୍ଜିନିୟରିଂ ସମେତ ନଭେଲ୍ ମାଟେରିଆଲ୍ସର ଅତ୍ୟାଧୁନିକ ଗବେଷଣା, ମେସିନ୍ ଲର୍ଣ୍ଣିଂ କ୍ଷେତ୍ରର ନୂତନ ଦିଗ…
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି। ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ୱେ, ସମ୍ବଲପୁର ରିଙ୍ଗ୍ ରୋଡ, କ୍ୟାପିଟାଲ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି। ଶ୍ରୀ ପ୍ରଧାନ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି। ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି। ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି। ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି। ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି। ବୁଧବାର…

