Author: Samikhsya Bureau

ନୂଆଦିଲ୍ଲୀ: ଜ୍ଞାନବାପି ସର୍ଭେ ସପକ୍ଷରେ ବାରାଣାସୀ କୋର୍ଟ ରାୟ ଦେଇଛନ୍ତି। ବିବାଦୀୟ ଅଂଶ ବ୍ୟତୀତ ASI ସର୍ଭେକୁ କୋର୍ଟ ଅନୁମୋଦନ କରିଛନ୍ତି, ସମଗ୍ର କ୍ୟାମ୍ପସର ASI ସର୍ଭେକୁ ଅନୁମୋଦନ କରାଯାଇଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, କୋର୍ଟ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋର ଆବେଦନ ଗ୍ରହଣ କରାଯାଇଛି। ASI ଏହି ସର୍ଭେ ରିପୋର୍ଟକୁ ଜିଲ୍ଲା ଜଜଙ୍କୁ ଅଗଷ୍ଟ ୪ ତାରିଖରେ ପ୍ରଦାନ କରିବ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୨୨ ଜୁଲାଇ, ୨୦୨୩ ପୂର୍ବାହ୍ନ ୧୦.୩୦ ରେ ନବ ନିଯୁକ୍ତ ମାନଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର /କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତିରେ ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ ବିଭାଗ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ / ବିଭାଗରେ ଯୋଗଦେବେ। ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା…

Read More

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୭.୨୦୨୩)  ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଭାସୀ ମାଧ୍ୟମରେ  ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସମୂହ ବୈଠକରେ ଉଦ୍‌ବୋଧନ ଦେଇଛନ୍ତି। ଗଣ୍ୟମାନ୍ୟ ଅତିଥିଙ୍କୁ ଇନ୍ଦୋରକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଓ ଚଳଚଞ୍ଚଳ ନଗରୀ  ଏହାର ସମୃଦ୍ଧ ପାକ ପ୍ରସ୍ତୁତି ପରମ୍ପରା ପାଇଁ ଗର୍ବିତ। ଅତିଥିଗଣ ନଗରୀକୁ ଉପଭୋଗ କରିବା ସହ ଏହାର ଭବ୍ୟ ରଙ୍ଗ ଓ ବାସ୍ନାକୁ  ଭଲ ପାଇବେ ବୋଲି ସେ ଆଶା କରିଥିଲେ। ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି। ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ତଥା ସାଂସଦ ଜୟନ୍ତ ଚୌଧୁରୀଙ୍କ ବିବୃତ୍ତି ୟୁପି ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଖୁବ ଶୀଘ୍ର ସଂସଦ ଭିତରେ ରହିବେ। ବର୍ତ୍ତମାନ ତାଙ୍କ ବିବୃତ୍ତିରୁ କଳ୍ପନାଜଳ୍ପନା କରାଯାଉଛି ଯେ, ଚନ୍ଦ୍ରଶେଖର ଆଜାଦ ଏସପି-ଆରଏଲଡି ମିଳିତ ମେଣ୍ଟରେ ଆରଏଲଡି ଟିକଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଚନ୍ଦ୍ରଶେଖର ଆଜାଦ ସହାରନପୁର ଆସନରୁ ଆରଏଲଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ପଶ୍ଚିମ ୟୁପିର ଅନେକ ଆସନ ଉପରେ ଆରଏଲଡିର ପ୍ରଭାବ ରହିଛି ଏବଂ ଆରଏଲଡି ମଧ୍ୟ ଏହି ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇପାରେ। ତେବେ ଏପର୍ଯ୍ୟନ୍ତ ଏସପି-ଆରଏଲଡି ମିଳିତ ମେଣ୍ଟ ମଧ୍ୟରେ ସିଟ୍ ବଣ୍ଟନ ହୋଇନାହିଁ। ଏବେ ଦେଖିବାକୁ ପଡ଼ିବ ଲୋକସଭା ନିର୍ବାଚନରେ ​​ଆରଏଲଡି କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନିକଟରେ ଜୟନ୍ତ ଚୌଧୁରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ଯେ ସେ…

Read More

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ଭାବରେ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ ଚାରି ଜଣ ମହିଳା ସାଂସଦଙ୍କୁ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ କରିଛନ୍ତି। ପ୍ୟାନେଲକୁ ମନୋନୀତ ହୋଇଥିବା ସମସ୍ତ ମହିଳା ସଦସ୍ୟ ହେଉଛନ୍ତି ପ୍ରଥମ ଥର ସଂସଦୀୟ ସଦସ୍ୟ  ଏବଂ ଫାଙ୍ଗନୋନ୍ କୋନ୍ୟାକ ହେଉଛନ୍ତି ନାଗାଲ୍ୟାଣ୍ଡର ସର୍ବପ୍ରଥମ ମହିଳା ଯିଏକି ରାଜ୍ୟସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ପୁନର୍ଗଠିତ ହୋଇଥିବା ପ୍ୟାନେଲରେ ମୋଟ ଆଠ ଜଣଙ୍କ ନାମ ରହିଛି,  ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ମହିଳା। ଉଚ୍ଚ- ସଦନର ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେ ଉପାଧ୍ୟକ୍ଷ ମାନଙ୍କ ପ୍ୟାନେଲରେ ମହିଳା ସଦସ୍ୟ ମାନଙ୍କୁ ସମାନ ପ୍ରତିନିଧିତ୍ୱ ଦିଆଯାଇଛି। ଅନ୍ୟ ଏକ ଉଲ୍ଲେଖନୀୟ ବିକାଶ ଅନୁସାରେ ରାଜ୍ୟସଭା ଚେୟାର ସମ୍ପୂର୍ଣ୍ଣ ଡିଜିଟାଲ୍ ହୋଇ ପାରିଛି। ଗୃହରେ ପ୍ରାସଙ୍ଗିକ ଆଚରଣ, ଗୃହରେ ଉପସ୍ଥିତ ରହିବା, ସଭ୍ୟ ମାନଙ୍କର କଥାବାର୍ତ୍ତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୂଚନା ପାଇଁ…

Read More

କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୋଲକାତା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଶେଖ ନୁର ଆଲାମ ବୋଲି ଜଣାପଡିଛି। ଏହି ବ୍ୟକ୍ତି ସିଏମ୍ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତଙ୍କ ନିକଟରୁ ଛୁରୀ ଏବଂ ଅସ୍ତ୍ର ମଧ୍ୟ ଜବତ କରାଯାଇଛି। ପୋଲିସ କମିଶନର ଭିନେଟ ଗୋୟଲଙ୍କ କହିବାନୁସାରେ, ଗିରଫ ବ୍ୟକ୍ତି ଶେଖ ନୁର ଆଲାମ ବୋଲି ଜଣାପଡିଛି। ବନ୍ଧୁକ ଏବଂ ଛୁରୀ ବ୍ୟତୀତ ଅଭିଯୁକ୍ତ ଶେଖ ନୁର ଆଲାମଙ୍କ ନିକଟରୁ କିଛି ନିଷିଦ୍ଧ ପଦାର୍ଥ ମଧ୍ୟ ମିଳିଛି। କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କଠାରୁ ଏଜେନ୍ସିର ଅନେକ ଆଇଡି କାର୍ଡ ମଧ୍ୟ ମିଳିଛି। ଯେଉଁ କାରରେ ସେ ସେଠାରେ ପହଞ୍ଚିଥିଲେ, ସେଥିରେ ପୋଲିସ ଷ୍ଟିକର ଥିଲା। ପୋଲିସ, ଏସଟିଏଫ ଏବଂ ସ୍ୱତନ୍ତ୍ର ଶାଖା ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଜେରା କରୁଛନ୍ତି।

Read More

ନୂଆଦିଲ୍ଲୀ: ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ପ୍ରକୃତି ଆମକୁ ଅନେକ କିଛି ଦେଇଛି ଏବଂ ଏଥିପାଇଁ ମୁଁ ପ୍ରକୃତି ମାତାଙ୍କ ପାଖରେ ସବୁବେଳେ କୃତଜ୍ଞ।  ବର୍ତ୍ତମାନ ସମୟରେ ଭବିଷ୍ୟତ ପିଢ଼ି ପାଇଁ ଆମ ପରିବେଶର ସୁରକ୍ଷା କରିବା, ଆମର ଏକ ଗୁରୁ ଦାୟିତ୍ୱ ହୋଇପଡିଛି। ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ, ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ। ଏହାର ନିରାକରଣ ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ। ଆମ…

Read More

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆଉ ଏକ ବଡ ଝଟକା ଲାଗିଥିବା ଜଣାପଡିଛି। ବାସ୍ତବରେ, ନାଗାଲାଣ୍ଡରେ ଦଳର ସମସ୍ତ ୭ ଜଣ ବିଧାୟକ ଅଜିତ ପାୱାରଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସମସ୍ତ ୭ ଜଣ ବିଧାୟକ ଗୁରୁବାର ଦିନ କହିଛନ୍ତି ଯେ, ନାଗାଲାଣ୍ଡର ଦଳର କର୍ମୀମାନେ ଚାହୁଁଛନ୍ତି ଯେ ସେମାନେ ଅଜିତ ପାୱାରଙ୍କୁ ସମର୍ଥନ କରନ୍ତୁ। ପ୍ରକାଶ ଯେ, ଜୁଲାଇ ଆରମ୍ଭରେ ଅଜିତ ପାୱାର ଦଳର ଆଠ ଜଣ ବିଧାୟକଙ୍କ ସହ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମିଳିତ ମେଣ୍ଟରେ ଯୋଗଦେବାକୁ ଘୋଷଣା କରିଥିଲେ। ଅଜିତ ପାୱାରଙ୍କ ଏହି ନିଷ୍ପତ୍ତି ପରେ ଏନସିପି ଦୁଇଟି ଶିବିରରେ ବିଭକ୍ତ ହୋଇଥିଲା। ଗୋଟିଏ ଶିବିର ହେଉଛି ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ଏବଂ ଅନ୍ୟଟି ଅଜିତ ପାୱାରଙ୍କୁ ସମର୍ଥନ କରୁଛି।

Read More

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସହ ଜଡିତ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ବିଆର ଗଭଇଙ୍କ ଖଣ୍ଡପୀଠ ଏହି ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ଏବଂ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ। ଆଜି କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ଖଣ୍ଡପୀଣ୍ଠର ଅଧ୍ୟକ୍ଷ ଜଷ୍ଟିସ୍ ବିଆର ଗଭଇ ଏହି ମାମଲାରେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଶୁଣାଣି ପାଇଁ ଉଭୟ ପକ୍ଷଙ୍କ ପରାମର୍ଶ ଲୋଡିଥିଲେ। ଜଷ୍ଟିସ ଗଭଇ କହିଛନ୍ତି ଯେ, ମୋ ବାପା କଂଗ୍ରେସର ନିକଟତର ଥିଲେ। ଭାଇ ଏବେ ବି କଂଗ୍ରେସ ସଦସ୍ୟ। ଆପଣମାନେ ସ୍ଥିର କରନ୍ତୁ ଯେ, ମୁଁ ଏହାର ଶୁଣାଣି କରିବି କି ନାହିଁ? ଯେତେବେଳେ ଜଷ୍ଟିସ୍ ଗଭଇ ଏପରି କହିଥିଲେ, ପୂର୍ଣ୍ଣେଶ ମୋଦୀଙ୍କ ପାଇଁ ହାଜର ହୋଇଥିବା ଓକିଲ ମହେଶ ଜେଠମାଲାନି କହିଥିଲେ ଯେ, ଆମର କୌଣସି ଆପତ୍ତି ନାହିଁ। ଏହା…

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ତାଙ୍କ ବିବୃତ୍ତି ହେତୁ ହେଡଲାଇନରେ ରହିଛନ୍ତି। ମଣିପୁର ହିଂସା ଅନ୍ତର୍ଗତ କୁକି ମହିଳାଙ୍କୁ ଉଲଗ୍ନ ପ୍ୟାରେଡ କରାଯିବା ଘଟଣା ପରେ ତାଙ୍କର ବିବୃତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ ଥିବା ସତ୍ୟପାଲ ମଲିକ ତାଙ୍କ ତାଜା ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। https://twitter.com/SatyapalmalikG/status/1682058575773048832?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1682058575773048832%7Ctwgr%5E6cf8bac9b3076c4f6ce2771d5e71b65076e4949a%7Ctwcon%5Es1_&ref_url=https%3A%2F%2Fwww.abplive.com%2Fstates%2Fdelhi-ncr%2Fsatya-pal-malik-taunt-narendra-modi-for-spoke-only-36-seconds-on-burning-manipur-2457462 ସେ କହିଛନ୍ତି ଯେ, ମନ କି ବାତ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରରେ ଘଟିଥିବା ଅମାନୁଷିକ ତଥା ଲଜ୍ଜାଜନକ ଘଟଣା ବିଷୟରେ ମାତ୍ର ୩୬ ସେକେଣ୍ଡ କଥା କହିଛନ୍ତି। ତାଙ୍କର କିଛି ସେକେଣ୍ଡର ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଯାଉଛି। ମଣିପୁର ହିଂସା ବିଷୟରେ ଶ୍ରୀ ମଲିକ ଟୁଇଟ୍ କରି କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ, ଯିଏ କି ପ୍ରତି ମାସରେ ଘଣ୍ଟା ଘଣ୍ଟା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ୍ ଓ’ କୋନୋରଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ୍ କରିଛନ୍ତି। ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବା ସହ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି। ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା କରିଛି ଏବଂ ଲୋକଙ୍କ ଦକ୍ଷତା ବୃଦ୍ଧି କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଯେ ଦୁଇ ଦେଶ ଭାରତରେ ଏହା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ମୟରେ ଉଭା ହେଉଥିବା ନୂଆ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପାୟ ଅନ୍ୱେଷଣ କରିବା ଉଚିତ୍। ଏହାବ୍ୟତିତ ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା, ଏଆଇ ରୋବୋଟିକ୍ସ ଭଳି…

Read More

ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଚାଲିଥିବାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ କ୍ରୋଧିତ ହୋଇଛି। ଆଜି କ୍ରୋଧିତ ଜନତା ମଣିପୁରର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାସ ସିଂଙ୍କ ଘର ଜାଳି ଦେଇଛନ୍ତି। ଭାଇରାଲ ଭିଡିଓରେ ଦୁଇଜଣ ମହିଳାଙ୍କୁ ଅଭିଯୁକ୍ତମାନେ ଉଲଗ୍ନ କରି ପ୍ୟାରେଡ କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି ମହିଳା ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ନିର୍ଦ୍ଦୟତା କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପୋଲିସ କହିଛି ଯେ, ଏହି ଘଟଣା ମେ ୪ ତାରିଖରେ ଘଟିଥିଲା। କୁହାଯାଉଛି ଯେ, ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉତ୍ତ୍ୟକ୍ତ ଜନତା ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ଅଧିକାଂଶ ମହିଳା ସମ୍ପୃକ୍ତ ଥିଲେ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ମେ ୪ ତାରିଖରେ ମହିଳାଙ୍କ ସହ ଘଟିଥିବା ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି।

Read More

ନୂଆଦିଲ୍ଲୀ: ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ପଶୁ ସମ୍ପଦ ଓ ମତ୍ସ୍ୟ ମନ୍ତ୍ରଣାଳୟ ପ୍ରଥମ କରି ପ୍ରାଣୀଧନ କ୍ଷେତ୍ରରେ ଏହି ଋଣ ଯୋଗାଣ ସୁନିଶ୍ଚିତ ନୀତି (କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ)କୁ ଲାଗୁ କରିଛି। ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏନ୍ ଆଇଡିଏଫ୍‌) ଦ୍ୱାରା ଏହା କାର୍ଯ୍ୟକାରୀ ହେବ। ଏହା ଫଳରେ ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଓ ଉଦ୍ୟୋଗୀ ବ୍ୟାଙ୍କ ଋଣ ଗ୍ୟାରେଣ୍ଟି ପାଇବେ। ସେମାନଙ୍କୁ ବିନା ବନ୍ଧକରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ତାଲିକାଭୁକ୍ତ ଯେକୌଣସି ବ୍ୟାଙ୍କ ଏବଂ ଜାତୀୟ ସମବାୟ ବିକାଶ ନିଗମରୁ ଋଣ ସହାୟତା ମିଳିବ। ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ, ଚାଷୀ ସହଜରେ ବ୍ୟାଙ୍କ ଋଣ ପାଇବେ ଏବଂ ଅର୍ଥାଭାବରୁ ବ୍ୟାବସାୟିକ କ୍ଷତିର ଆଶଙ୍କା ଦୂର ହେବ। ଋଣ ଗ୍ୟାରେଣ୍ଟି ସୁବିଧା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଚିଲିକାର ବିଜେଡି ରାଜନୀତିରେ ବର୍ତ୍ତମାନ ଘଡିକେ ଘୋଡା ଛୁଟୁଛି। କିଏ ସେ ବିଜେଡିର ନେତୃତ୍ବ ନେବ ତାହା ବର୍ତ୍ତମାନ କାହା ପାଖରେ ଖବର ନାହିଁ। ଏପରିକି ଚିଲିକା ଗସ୍ତରେ ଆସିଥିବା ବିଜେଡିର ମଙ୍ଗୁଆଳମାନେ ମଧ୍ୟ ଏ କଥାକୁ ସ୍ପଷ୍ଟ କଲେ ନାହିଁ। ଫଳରେ କର୍ମି ଆଗରୁ ଯେପରି ହତାସ ଥିଲେ ତାହା ପୁଣି ବୃଦ୍ଧି ପାଇଛି। ପ୍ରକୃତରେ ଚିଲିକାରେ ବିଜେଡିରୁ କିଏ ଟିକେଟ ପାଇବ ତାହା ଏବେ କେହି କହିପାରିବେ ନାହିଁ। ହେଲେ ବିଜେଡିର କିଏ ମଙ୍ଗ ଧରିବା ତାହାକୁ ସ୍ପଷ୍ଟ କରିବାରେ ବଡବଡିଆ ନେତାଙ୍କର କିଛି ଅସୁବିଧା ନାହିଁ। ହେଲେ ସେ କଥା ମଧ୍ୟ କେହି କହୁ ନାହାଁନ୍ତି। ଖାଲି ଏତିକି କହିଲେ ଯେ ଚିଲିକାରେ ନେତା କେହି ନାହଁନ୍ତି। ଆମର ଜଣେ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଏହି କଥାଟି ଏକ ଭିନ୍ନ ପ୍ରକାରର ଇଙ୍ଗିତ କରିଛି। କାରଣ ଆମର କେବଳ ଜଣେ…

Read More

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ’ ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି। ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି। ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି ପାଇଛି। ଅଣ- ବାସମତୀ ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ୦୮.୦୯.୨୦୨୨ ରେ ଲାଗୁ କରାଯାଇଥିଲା। ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୩୩.୬୬ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୧-୨୨) ରୁ ୪୨.୧୨ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୨-୨୩) କୁ ବୃଦ୍ଧି ପାଇଥିଲା। ଚଳିତ…

Read More

ଭୁବନେଶ୍ୱର: ଦେଶରେ କ୍ଷମତାସୀନ ଏନଡିଏ ବିରୋଧରେ ନିକଟରେ ବେଙ୍ଗାଲୁରରେ ୨୬ଟି ବିରୋଧି ଦଳ ପକ୍ଷରୁ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (INDIA) ଗଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ INDIA ଦଳଭୁକ୍ତ ଦଳମାନେ ଶାସକ ବିଜେପିକୁ ପରାସ୍ତ କରିବେ ବୋଲି ସମସ୍ତ ବିରୋଧିଦଳଗୁଡ଼ିକ ଆଶା ବାନ୍ଧି ବସିଛନ୍ତି। ସର୍ବଭାରତୀୟ ସ୍ତରରେ ଏଭଳି ଏକ ମେଣ୍ଟ ହୋଇଥିବାବେଳେ ଓଡ଼ିଶାରେ ଏହା ସମ୍ଭ କି ନୁହେଁ ତାହା ଏବେ ଆଲୋଚନାର ବିଷୟ ହୋଇଛି। କଂଗ୍ରେସ ବିରୋଧୀ ଜନମତକୁ ପାଥେୟ କରି ୨୦୦୦ ମସିହା ପରଠାରୁ ପ୍ରଥମେ ବିଜେପି ସହିତ ମେଣ୍ଟ କରି, ୨୦୦୯ ପରଠାରୁ ଏକାକୀ ଶାସନ କ୍ଷମତାରେ ରହିଛି ବିଜୁ ଜନତା ଦଳ (ବିଜେଡି)। ୨୦୦୯ ପରଠାରୁ କେନ୍ଦ୍ରରେ ଯେଉଁ ଦଳ ଶାସନକୁ ଆସୁନା କାହିଁକି ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷାକରି ଶାସକ ବିଜେଡି କ୍ଷମତା ବଜାୟ ରଖିଛି। କିନ୍ତୁ କୌଣସି ସର୍ବଭାରତୀୟ ମେଣ୍ଟ ସହିତ ନାହିଁ ବିଜେଡି। ଏନଡିଏ…

Read More

ପାଣାଜୀ: ଭାରତର ଜି-20 ର ଅଧ୍ୟକ୍ଷତା ଅନ୍ତର୍ଗତ ଚତୁର୍ଥ ଶକ୍ତି ଅନ୍ତରଣ କାର୍ଯ୍ୟ ସମୂହ (ଇଟିଡବ୍ଲୁଜି) ର ବୈଠକ 19 ଜୁଲାଇ, 2023 ରେ ଗୋଆରେ ଆରମ୍ଭ ହୋଇଛି। ମୁଖ୍ୟ କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନ ସ୍ବଚ୍ଛ ଶକ୍ତି ଉପରେ 14ଶ ମନ୍ତ୍ରୀସ୍ତରୀୟ ଏବଂ 8ମ ମିଶନର ନବାଚାର ବୈଠକ 34 ରୁ ଅଧିକ ସଦସ୍ୟ ଦେଶଙ୍କ ଉତ୍ସାହ ଏବଂ ସକ୍ରିୟ ଭାଗିଦାରୀ ସହିତ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ଭାରତ ସରକାରଙ୍କ ପକ୍ଷରୁ ଉତ୍ସାହ ସହିତ ସ୍ବାଗତ ସହିତ ଆରମ୍ଭ ହୋଇଛି, ଏହା ପରେ ଅନ୍ୟ ସିଇଏମ୍ ଟ୍ରାଇକୋ ସଦସ୍ୟ (ଆମେରିକା ଓ ବ୍ରାଜିଲ୍‌) ର ବିଶେଷ ସମ୍ବୋଧନ ଏବଂ ସିଇଏମ୍ ତଥା ଏମଆଇ ସଚିବାଳୟଙ୍କ ଭାଷଣ ପ୍ରଦାନ କରାଯାଇଛି। ଚଳିତ ବର୍ଷର ବିଷୟ ହେଉଛି ‘‘ସ୍ବଚ୍ଛ ଶକ୍ତିକୁ ମିଳିମିଶି ଆଗକୁ ବଢ଼ାଇବା’’ ରହିଛି। ସିଇଏମ୍ ର ପ୍ରଥମ ଦିନ ସିଇଏମ୍ ୱାର୍କଷ୍ଟ୍ରିମ୍ ସମନ୍ବୟକାରୀ, ଆନ୍ତର୍ଜାତୀୟ ଏଜେନ୍ସି, ଗବେଷଣାକାରୀ, ନୀତି…

Read More

ନୂଆଦିଲ୍ଲୀ: ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ବିଳମ୍ବ ହେବା ଯୋଗୁ କେତେ ପରିମାଣରେ ଖର୍ଚ୍ଚ ବୃଦ୍ଧି ପାଇଛି ତାହାର ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ହିସାବ କରାଯାଇ ନାହିଁ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାମକୁ କେନ୍ଦ୍ର ସରକାର ଗୁରୁତ୍ୱର ଅନୁଧ୍ୟାନ କରୁଛନ୍ତି। କାମ ସାରିବାରେ ଦେଖା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ ମିଡ଼୍‌ଟାଉନ୍‌ଠାରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଓ ଶିଳ୍ପ କ୍ଷେତ୍ରରେ ଅବହେଳିତ ଯୋଗୁଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ହେଉଥିବା କହିଛନ୍ତି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରି ସେ କହିଛନ୍ତି ଯେ, ଏହି ଜିଲ୍ଲାରୁ ପୂର୍ବରୁ ନିର୍ବାଚିତ ସାଂସଦ ରେଳମନ୍ତ୍ରୀ ରହିଥିଲେ ମଧ୍ୟ ଜିଲ୍ଲାରେ ରେଳପଥର ବିକାଶ ଦିଗରେ ସେ ଯଥାଯଥ ଦୃଷ୍ଟି ଦେଇନାହାନ୍ତି। ଏକଦା ଦେଶର ଅନ୍ୟତମ ପଛୁଆ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଉଥିବା କେବଳ ଭାଷଣ କାଗଜପତ୍ରରେ ସୀମିତ ରହିଛି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି। ରେଳପଥ, ସଡ଼କ ସଂଯୋଗୀକରଣ, ଉପଯୁକ୍ତ ଶିକ୍ଷାର ଅଭାବ ଆଦି କାରଣରୁ ଜିଲ୍ଲାର ଅନେକ ବାସିନ୍ଦା ଏବେ…

Read More

ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ ।  ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।  ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ…

Read More

ଭୁବନେଶ୍ଵର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ଵାଦଶ ଶ୍ରେଣୀ 95 ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ୧୦୯ (ଦଶମ ୭୮, ଦ୍ଵାଦଶ ୩୧) ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ପ୍ରଦୀପ ପ୍ରଜ୍ଜ୍ଵଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି “ବିଜ୍ଞାନ ହିଁ ସମସ୍ତ ସଫଳତାର ପ୍ରଚ୍ଛଦପଟ ନାୟକ’ ବୋଲି ନିଜର ଅଭିଭାଷଣରେ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ/ଶିକ୍ଷକମାନଙ୍କ ଦ୍ଵାରା ପରିବେଷିତ ସମୂହ ଗାନ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ରଥ ଅତିଥିଙ୍କର ପରିଚୟ ପ୍ରଦାନ ସହ ‘କଠୋର ପରିଶ୍ରମ ହିଁ ସଫଳତାର ମହାମନ୍ତ୍ର’ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ଅଧିକାରୀ ଡକ୍ଟର ସୁଜାତା ଯୋଗଦାନ କରି ବିଦ୍ୟାର୍ଥୀର ସାଧନା, ଏକାଗ୍ରତା ଓ ନିଷ୍ଠା କେବେ ବିଫଳ ହୁଏ ନାହିଁ ବୋଲି…

Read More