କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରେ ନିୟମିତଭାବେ ଗାଡି ବ୍ୟାଟେରି ଚୋରି ହେଉଥିôବାର ଅଭିଯୋଗ ହୋଇଆସୁଥିଲେ ବି ପୂର୍ବରୁ କୁଜଙ୍ଗ ପୋଲିସ ଚୋରଙ୍କର ଟେର ପାଇପାରୁନଥିଲା। ମାତ୍ର ନୂତନ ଅଧିକାରୀଭାବେ ରଶ୍ମିରଂଜନ ଦାଶ ଯୋଗଦେବାପରେ କୁଜଙ୍ଗ ପୋଲିସ ବୁଧବାର ବିଳମ୍ବିତ ରାତିରେ ତିନି ଜଣା ବ୍ୟାଟେରି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଜରେ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ତତ ସହିତ ଚୋରି ସାମଗ୍ରି ସମେତ ଗୋଟେ ମଟର ସାଇକେଲ ଓ ତିନୋଟି ମୋବାଇଲ , ଦୁଇଟି ଟ୍ରକ ବ୍ୟାଟେରି ଜବତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟକି ରାସ୍ତାକଡରେ, ଘର ସାମ୍ନାରେ ଯଦି ଭାରିଯାନ ବା ଚାରି ଚକିଆଯାନ ଛିଡା ହେଉଥିଲା ଚୋରମାନେ ରାତ୍ରିରେ ସୁଯୋଗ ଉଣ୍ଡି ବ୍ୟାଟେରି ଚୋରି କରି ନେଇ ବିକ୍ରି କରୁଥିବାର ଖବର ପାଇବାପରେ ଥାନା ଅଧିକାରୀ ଶ୍ରୀ ଦାଶ ଚୋରଙ୍କ ଉପରେ କଡା ନଜର ରଖିବାକୁ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।…
Author: Samikhsya Bureau
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କଟକ ଶିଖରପୁର ଅଞ୍ଚଳର ଜନୈକା ନାବାଳିକା ଗର୍ଭବତୀ ଅବସ୍ଥାରେ ଥିବା ଖବର ପାଇ ବୁଗୁଡ଼ା ସିଡିପିଓ ବୁଗୁଡ଼ା ପୋଲିସ୍ ସହାୟତାରେ ଉଦ୍ଧାର କରିଛନ୍ତି। ସୁଚନା ଅନୁଯାୟୀ, ବୁଗୁଡ଼ା ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମର ସୁରେନ୍ଦ୍ର ଡାକୁଆ ଉକ୍ତ ନାବାଳିକାକୁ ପ୍ରେମ ଜାଲରେ ବାନ୍ଧି ନିଜ ଘରେ ଆଣି ରଖିଥିଲା। ଉକ୍ତ ନାବାଳିକା ୩ ମାସର ଗର୍ଭବତୀ ବୋଲି ପ୍ରଶାସନ ନିକଟକୁ ଖବର ଆସିବା ପରେ ଆଜି ସିଡିପିଓ ବବିତା ରାଣୀ ପଣ୍ଡା ବୁଗୁଡ଼ା ଥାନା ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ ଅନ୍ୟାନ୍ୟ କର୍ମଚାରୀଙ୍କ ସହାୟତାରେ ଚଢ଼ାଉ କରି ସୁରେନ୍ଦ୍ର ଘରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ନାବାଳିକାକୁ ପୋଲିସ ଓ ପ୍ରଶାସନ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି।
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଜୟୀ ରାଜଗୁରୁ ଟାଉନ ହଲ ଠାରେ ପୂର୍ବାହ୍ନ 11 ଟାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ଅଧ୍ୟକ୍ଷା, ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରା ରାଣୀ ଗୁମାନ ସିଂହ, ଅଧ୍ୟକ୍ଷା, ପୋୖର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ମହିଳା ସଭାନେତ୍ରୀ ଗୀତା ପାଟ୍ଟଶାଣୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ଡିଭିଜନାଲ ଲେବର କମିଶନର, ଖୋର୍ଦ୍ଧା, ସ୍ଵାଗତ ଭାଷଣ ରଖିଥିବା ବେଳେ ବିକାଶ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ, ଖୋର୍ଦ୍ଧା ବିଶଦ ଭାବେ ଯୋଜନା ବିଷୟରେ ବିବରଣୀ ରଖିଥିଲେ। ଓଡ଼ିଶା ସରକାରଙ୍କ…
ଭୁବନେଶ୍ୱର : କେନ୍ଦୁ ପତ୍ର ଶ୍ରମିକଙ୍କୁ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା ପରେ ବିଜେପି ଏହାକୁ ସମାଲୋଚନା କରିବା ଆରମ୍ଭ କରିଛି। ବିଜେପି କହିଛି ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ହଜାର ବନ୍ଧେଇ ଶ୍ରମିକ ଓ ୨୨ହଜାର ସିଜିନାଲ କର୍ମଚାରୀ ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ୍” ଧରାଇ ଦେଲେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି। ତେବେ ବିଜେପିର ଏହି ସମାଲୋଚନାକୁ ଜବାବ ଦେଇଛି ବିଜେଡି। ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ। ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ୍ ସାହାସ ନାହିଁ। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ…
ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ରାଜନୀତି ବେଶ ସକ୍ରିୟ ହୋଇପଡିଛି। ପୁଣି ଥରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଚିଲିକା ଗସ୍ତ କରିଛନ୍ତି। ସେ ନାଚୁଣୀଠାରେ ଚିଲିକା ବ୍ଲକର ଜିଲ୍ଲା ପରିଷଦ ଜୋନ ୪, ୫, ୬ ର କର୍ମକର୍ତ୍ତାମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଚିଲିକାରେ କିପରି ଦଳକୁ ସୁୃଦୃଢ କରାଯିବ ସେ ନେଇ ସେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ୍ୟ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ଚିଲିକା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଏବଂ ଚିଲିକା ବ୍ଲକ ର ସମସ୍ତ ବିଜେଡି ନେତା, କର୍ମୀ, ଛାତ୍ର, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ବିଧାୟକ ପ୍ରତିନିଧି, ଏମପି ପ୍ରତିନିଧି, ସଭାପତି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା କିଛି ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟରେ କାର୍ଯ୍ୟରତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପଞ୍ଜିକୃତ ସମସ୍ତ ସାମ୍ବାଦିକ ଓ ସେମାନଙ୍କ ପରିବାର ଏହାର ସୁବିଧା ପାଇ ପାରିବେ। ଯାହାକୁ ନେଇ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ଓ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏଥିସହିତ ଦୀର୍ଘ ଦିନ ଧରି ରାଜ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ନାର୍ଯ୍ୟ ଦାବି କରିଆସୁଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଏବଂ ଶାଳିଆ ପ୍ରେସ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରାଜାଜ (ଏଡ଼ିଜେ) ନ୍ୟାଳୟର ପ୍ରତିଷ୍ଠା ପାଇଁ ଆଜି ସ୍ଥାନ ପରିଦର୍ଶନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ନ୍ୟାୟମୁର୍ତ୍ତି ଡ଼ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ନ୍ୟାୟମୁର୍ତ୍ତି ଡ଼. ଷଡ଼ଙ୍ଗୀ ବାଣପୁର କୋର୍ଟ ପରିସରରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ ସେ ନୂତନ ଏଡ଼ିଜେ କୋର୍ଟ ପ୍ରତିଷ୍ଠା ପାଇଁ ବାଣପୁରରେ ଏକାଧିକ ସରକାରି ସ୍ଥାନ ପରିଦର୍ଶନ କରିଥିବା ବେଳେ ପରିଶେଷରେ ଏକ ନିର୍ଦ୍ଦିଷ୍ଠ ସ୍ଥାନ ସ୍ଥିର କରିଥିଲେ। ଯଥାଶୀଘ୍ର ଉକ୍ତ ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଏଡ଼ିଜେ) ନ୍ୟାୟାଳୟ ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନ୍ୟାୟମୁର୍ତ୍ତି ଡ଼ ଷଡ଼ଙ୍ଗୀ। ସୂଚନା ଥାଉକି ବାଣପୁରରେ ଉକ୍ତ ନ୍ୟାୟାଳୟ ପ୍ରତିଷ୍ଠା…
କୁଜଙ୍ଗ: କୁଜଙ୍ଗ ଥାନା ଅଧିନ ବଡ଼ଗବପୁର ଅଂଚଳରେ ଥିବା ପରିତ୍ୟକ୍ତ ପୋସ୍କୋ କଲୋନୀରୁ ମଙ୍ଗବାର ଦିନ ପୂର୍ବାହ୍ନରେ ଇଟା ଓ ଦସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଚୋରି କରିନେଇଯାଉଥିବା କୁଜଙ୍ଗ ଥାନାରେ ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକ୍ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ପୋଖରିଆପଡ଼ା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରାଉଳଙ୍କ ପୁଅ ତୋଫାନ ରାଉଳଙ୍କୁ ଗିରଫ କରିଥିଲା। ତତ୍ ସହିତ ଟ୍ରାକ୍ଟର ଓଡି୨୧ଏନ୍୫୮୭୬ ଓ ଡାଲା ନମ୍ବର ଓଡି୨୯ଏଫ୍୩୩୧୫ ସମେତ ଏକ ସ୍କୁଟି ଯାହାର ନମ୍ବର ଓଡି୦୫ଭି୧୨୯୭ ଓ ମଟର ସାଇକେଲ ଓଡି୨୧ଏଲ୍୪୮୧୪ ଗାଡିଟିକୁ ପୋଲିସ୍ ଘଟଣା ସ୍ଥଳରୁ ସିଜ୍ କରିଥିବା ଜଣା ପଡିଛି। ଅପରପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜୀବ ନାୟକ ଓ ସମୀର ମଲ୍ଲିକ୍ ଫେରାର ଥିବା ଜଣାପଡିଛି। ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ପୋଖରିଆ ପଡ଼ା ଗ୍ରାମର ରାଜୀବ, ସମୀର ଓ ତୋଫାନ ଏକ ଟ୍ରାକ୍ଟର ଦ୍ୱାରା ପୋସ୍କୋ କଲୋନୀରୁ…
ରଣପୁର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା। ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ। ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖି ପରେ ଛାଡି ଦେଇଥିଲା।
ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା। ଆଜି ସକାଳେ ରଣପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା। ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ। ସେଠାରୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ, ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।…
ଭୁବନେଶ୍ୱର: ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦୁଇଦିନିଆ ବିରୋଧୀ ବୈଠକରୁ ଯେଉଁ ଫଳାଫଳ ବାହାରିଛି ତାହା ହେଉଛି ମେଣ୍ଟର ନୂଆ ନାମ- INDIA ଅର୍ଥାତ୍ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ। ଏ ସବୁ ସତ୍ତ୍ୱେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କ ସାମ୍ନାରେ କିଏ ରହିବ? ଏହାର ନେତୃତ୍ୱ କିଏ ନେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। INDIAରେ ସାମିଲ ହୋଇଥିବା ୨୬ଟି ଦଳର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ଏଥିରେ ବିରୋଧୀ ମେଣ୍ଟର ଚେହେରା କିଏ ହେବ ତାହା ସ୍ଥିର ହେବ। ପରବର୍ତ୍ତୀ ବୈଠକର ତାରିଖ ମଧ୍ୟ ସ୍ଥିର ହୋଇନାହିଁ। ୧୧ ଜଣିଆ ସମନ୍ୱୟ କମିଟିଦ୍ୱାରା ସବୁକିଛି ସ୍ଥିର ହେବ। ଦିଲ୍ଲୀରେ ମଧ୍ୟ ମେଣ୍ଟର ଏକ ଅଲଗା କାର୍ଯ୍ୟାଳୟ ରହିବ। ବୈଠକ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ-ତେଜସ୍ୱୀ ସେଠାରେ ଉପସ୍ଥିତ…
ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ଏବଂ ଯୌନ ନିର୍ଯାତନା ମାମଲାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି କରାଯାଉଛି। ଏସବୁ ମଧ୍ୟରେ ଆଜି କେନ୍ଦ୍ର ସରକାର ସୋସିଆଲ ମିଡିଆରେ ମହିଳାଙ୍କ ଭାଇରାଲ ହେଉଥିବା ଭିଡିଓ ସେୟାର କରିବାକୁ ବାରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରି ମଣିପୁରୀ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭାଇରାଲ ଭିଡିଓ ସେୟାର କରିବା ବନ୍ଦ କରିବାକୁ କୁହାଯାଇଛି। ଗଣମାଧ୍ୟମରୁ ପ୍ରକାଶ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତୀୟ ନିୟମ ପାଳନ କରିବା ବାଧ୍ୟତାମୂଳକ, କାରଣ ଏହି ଘଟଣାର ତଦନ୍ତ ଚାଲିଛି। ଦୁଇ ମାସରୁ ଅଧିକ ସମୟ ଧରି ଜାତିଗତ ହିଂସାର ଶିକାର ହୋଇଥିବା ମଣିପୁରରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ମଣିପୁରର ସ୍ଥିତିରେ ସୁଧାର…
ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା…
ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ। କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ।…
ଭୁବନେଶ୍ଵର: ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ରେଳ ମନ୍ତ୍ରଣାଳୟ। ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/ କାମ୍ବୋ ମିଲସ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସେବାକୁ ସୁଗମ କରିବା ପାଇଁ ରେଳ ମନ୍ତ୍ରଣାଳୟ ଗତ 27.06.2013 ତାରିଖରେ ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛି ଯାହା ଦ୍ୱାରା ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧା ପ୍ରଦାନ ଯୋଗାଇଦେବ। ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ରେ ଏହି ସୁବିଧା ଉପଲବ୍ଧ ଆଇଆରସିଟିସି/IRCTC ର ରୋଷେଇ ୟୁନିଟ୍ ଏବଂ ଜନ ଆହାର କେନ୍ଦ୍ରରୁ ରୋଷାଇ ହୋଇଥିବା ଏହି ଖାଦ୍ୟ ଯୋଗାଇ ଦିଆଯିବ। ଏହି କାଉଣ୍ଟରଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର ହେବ ଯାହା ଦ୍ୱାରା ଏହି କାଉଣ୍ଟରଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ଵିତୀୟ…
ଭୁବନେଶ୍ଵର: ଯୁକ୍ତରାଷ୍ଟ୍ରର ଏକ ଅଣ-ଲାଭ ସଂଗଠନ ବିୟୁଟିଫୁଲ ମାଇଣ୍ଡସ୍ ୟୁଥ୍ ମେଣ୍ଟରିଂ ଫାଉଣ୍ଡେସନ (BMYM) ଯାହା ଭାରତରେ ଏକ ସେକ୍ସନ ୮ କମ୍ପାନୀ ଭାବରେ ଉପସ୍ଥିତ, ଯୁବକମାନଙ୍କ ମଧ୍ୟରେ (ସ୍ଟେମ) STEM ଶିକ୍ଷାକୁ ସମର୍ଥନ କରିବା ପାଇଁ ବିଏମୱାଇଏମ (BMYM) ବଡିଙ୍ଗ ସାଇଣ୍ଟିଷ୍ଟ ପ୍ରସଙ୍ଗକୁ ନେଇ ଏକ କାର୍ଯକ୍ରମ ଆୟୋଜନ କରିଥିଲା। ଚିକାଗୋ ରେ ୨୦୨୩, ଜୁଲାଇ ୭-୯ ରେ ଅନୁଷ୍ଠିତ ୫୪ ତମ ଓଡିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୈଜ୍ଞାନିକ ଅନୁସନ୍ଧାନ ଏବଂ ପତ୍ରିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଉତ୍ତର ଆମେରିକାର ଯୁବକ ଓଡିଆ ଯୁବକମାନଙ୍କୁ (ସ୍ଟେମ) (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ଭିତ୍ତିକ ପ୍ରକଳ୍ପରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା। ଚିକାଗୋରେ ଭାରତର କନସୁଲ୍ ଜେନେରାଲ୍ ସୋମନାଥ ଘୋଷଙ୍କ ସମେତ ଅନ୍ୟ ପ୍ରମୁଖ ବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ଯୁବ ବୈଜ୍ଞାନିକ…
ଭୁବନେଶ୍ୱର: ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଆଜି ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଢେଙ୍ଗ ସରପଞ୍ଚ ଶ୍ରୀ ତପନ କୁମାର ଚକ୍ରବର୍ତ୍ତୀ କହିଲେ ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷର ସଂସ୍ଥାନଙ୍କ ଦ୍ୱାରା ଗବେଷଣାରୁ ଭୁବନେଶ୍ୱର ଶିଖରଚଣ୍ଡୀଙ୍କ ସମ୍ପର୍କରେ ଜଣାପଡ଼ିଛି ଯେ, ଏହି ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷା ମର୍ଦ୍ଦିନୀଙ୍କ ମୂର୍ତ୍ତି ସପ୍ତମ ଶତାବ୍ଦୀର ଯାହାକି ୧୦୬୬-୬୭ ମସିହାର ବୋଲି ରିଭ୍ୟୁ ନିବନ୍ଧରେ ପ୍ରକାଶିତ ହୋଇଛି। ଏହି ମହିଷାମର୍ଦ୍ଦିନୀ ମୂର୍ତ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି। ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମିକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ…
ଭୁବନେଶ୍ଵର: ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ଯେ, ଏହି ମେଗା ରିଆଲିଟି ଶୋ’ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛି ଆସନ୍ତା ଜୁଲାଇ ୨୨ରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ଶୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା ଲିଟିଲ ଚାମ୍ପସ ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଓଡ଼ିଶାର କିଛି ପ୍ରମୁଖ ସହରରେ ‘ସାରେଗାମାପା…
ଭୁବନେଶ୍ୱର: ଡି.ଏ.ଭି କଳିଙ୍ଗ ନଗର ପରିସରରେ ଶିକ୍ଷାବର୍ଷ ୨୦୨୨-୨୩ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କୃତ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଯୋଗ ଦେଇ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରି ଏହି ସଫଳତାକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ଅନୁଷ୍ଠାନର ସହ ନିର୍ଦ୍ଦେଶିକା ତଥା ଡି.ଏ.ଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ତଥା ଡି.ଏ.ଭି ୟୁନିଟ୍ – ୮ର ଅଧ୍ୟକ୍ଷା ଈପ୍ସିତା ଦାସ, ଓ ଏଲ୍ .ଆର୍ ଡି.ଏ.ଭି କଟକର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ…
ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଥିବା କୋଭିଡ ନିୟମ ସଂକ୍ରାନ୍ତ ମାର୍ଗଦର୍ଶିକାକୁ ଅଧିକ କୋହଳ କରିଛି। ଏହି ନୂଆ ମାର୍ଗଦର୍ଶିକା ବା ନିର୍ଦ୍ଦେଶାବଳୀ ୨୦୨୩ ଜୁଲାଇ ୨୦ ତାରିଖ ଅର୍ଥାତ୍ ୧୯ ତାରିଖ ରାତି ୧୨ଟାରୁ ଲାଗୁ ହୋଇଛି। ଏଯାଏ ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ ୨ଶତାଂଶଙ୍କର ଯେଉଁ ଆରଟି-ପିସିଆର ପରୀକ୍ଷା ର୍ୟାଣ୍ଡମ ଭିତ୍ତିରେ କରାଯାଉଥିଲା ତାହାକୁ ନୂଆ ମାର୍ଗଦର୍ଶିକାରେ ବନ୍ଦ କରାଯାଇଛି। ତେବେ ବିମାନ ଚଳାଚଳ ସଂସ୍ଥାର ଓ ଏହାର କର୍ମଚାରୀ ତଥା ଆନ୍ତର୍ଜାତିକ ଯାତ୍ରୀମାନେ ପୂର୍ବରୁ ଯେଉଁ କୋଭିଡ ବିରୋଧୀ ସତର୍କତା ଅବଲମ୍ବନ କରୁଥିଲେ ତାହା ଅନ୍ୟାଦେଶ ପର୍ଯ୍ୟନ୍ତ ଭାରତରେ ବଳବତ୍ତର ରହିବ। ଏହି ଅପଡେଟେଡ୍ ଗାଇଡ୍ ଲାଇନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍ ((https://www.mohfw.gov.in/) ରେ ଉପଲବ୍ଧ।…
ଭୁବନେଶ୍ବର: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜର ରଣକୌଶଳ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୮ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ଥିଲା। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୩୯ଟି ଦଳ ଯୋଗ ଦେଇଥିଲେ। ସେହିପରି ଦିଲ୍ଲୀ କ୍ଷମତା ହାସଲ ପାଇଁ ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳର ଏକ ବୈଠକ ବସିଥିଲା। ଏହି ବୈଠକରେ ବିରୋଧୀ ଦଳଗୁଡ଼ିକର ନୂଆ ମେଣ୍ଟର ନାମ ଚୂଡ଼ାନ୍ତ କରାଯାଇ ଏହାର ନାମ ଆଇ.ଏନ.ଡି.ଆଇ.ଏ (ଇଣ୍ଡିଆ) ରଖାଯାଇଛି। ୟୁପିଏ ବଦଳରେ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଆଲାଏନ୍ସ (ଇଣ୍ଡିଆ) ନାମକ ଏକ ନୂଆ ମେଣ୍ଟ ଗଠନ କରାଯାଇଥିଲା, ଯାହା ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ଟକ୍କର ଦେବ। ଏବେ ମୁଖ୍ୟ ମୁକାବିଲା ଏନଡିଏ ବନାମ ଇଣ୍ଡିଆ ହେବ ବୋଲି ସ୍ଥିର ହୋଇଛି। ଏଭଳି ସ୍ଥିତିରେ…

