ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଥିବାବେଳେ ବିରୋଧୀ ଦଳର ୨୬ ଟି ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (INDIA) ନାମକ ଏକ ନୂତନ ମିଳିତ ମେଣ୍ଟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ‘INDIA’ ୨୦୨୪ ରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବ। ବର୍ତ୍ତମାନ ବିରୋଧୀ ସଭାରେ ଯୋଗ ଦେଇଥିବା ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏହି ବୈଠକ ସମ୍ପର୍କରେ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ବୈଠକକୁ ଜବାବ ଦେଇ ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ଏହି ବୈଠକରେ ପ୍ରତ୍ୟେକ ନେତା ଲୋକମାନଙ୍କର ସମସ୍ୟା ଏବଂ ଏଜେଣ୍ଡା ବିଷୟରେ ଆଲୋଚନା କରିଥିଲେ। ବୈଠକରେ ଦେଶର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କୌଣସି ଆଲୋଚନା ହୋଇନାହିଁ।” ଜୟନ୍ତ ଚୌଧୁରୀଙ୍କ ଏହି ଟୁଇଟ୍ ୟୁପିରେ ରାଜନୈତିକ ଆଲୋଡ଼ନ…
Author: Samikhsya Bureau
ନୂଆଦିଲ୍ଲୀ: ବର୍ତ୍ତମାନ ଏମର୍ଜିଙ୍ଗ ଏସିଆ କପ୍-୨୦୨୩ ଖେଳାଯାଉଛି। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ୍ ଖେଳାଯାଇଛି। ଆଜି ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଏମର୍ଜିଙ୍ଗ ଏସିଆ କପରେ ଦୁଇଟି ମ୍ୟାଚ୍ ଖେଳାଯିବ ଯେଉଁଥିରେ ଦ୍ୱିତୀୟ ମ୍ୟାଚ୍ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୟଶ ଧୁଲ ଇଣ୍ଡିଆ-ଏ ର ନେତୃତ୍ଵ ନେଉଛନ୍ତି। ଏଥିସହିତ ସାମ ଆୟୁବ ପାକିସ୍ତାନ-ଏ ଅଧିନାୟକତ୍ୱ କରୁଛନ୍ତି। ଗ୍ରୁପ୍-ବିରେ ଭାରତ ଏବଂ ପାକିସ୍ତାନର ଦଳ ଅଛନ୍ତି। ଉଭୟ ଦଳ ଏପର୍ଯ୍ୟନ୍ତ ୨-୨ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ଉଭୟ ଦଳ କୌଣସି ମ୍ୟାଚ୍ ହାରି ନାହାଁନ୍ତି। ୟୁଏଇ-ଏ ଏବଂ ନେପାଳ ବିପକ୍ଷରେ ଉଭୟ ଦଳ ନିଜ ନିଜ ମ୍ୟାଚ୍ ଖେଳିଛନ୍ତି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ରେ କେଉଁ ଦଳ କାହା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ରୋଜିରାଣୀ ମାଝୀ (୩୫)। ତାଙ୍କ ବାପ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମ ହୋଇଥିବା ବେଳେ ୧୨ ବର୍ଷ ପୂର୍ବେ ଡୁଙ୍ଗମାଳ ପଞ୍ଚାୟତ ନୀଳାଦ୍ରିବିହାରର କୈଳାଶ ମାଝୀଙ୍କ ପୁତ୍ର ରୋହିତ କୁମାର ମାଝୀଙ୍କୁ ବିବାହ କରିଥିଲେ। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ରୋଜି ଘର ପଙ୍ଖାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ରୋଜିଙ୍କ ପରିବାରବର୍ଗ ଶ୍ୱଶୁର ଘରେ ପହଞ୍ଚିଥିଲେ। ତେବେ ରୋଜିଙ୍କ ପିତା ଖଲି ଜେନା ଅଭିଯୋଗ କରିଛନ୍ତି କି ତାଙ୍କୁ ସଦାବେଳେ ସ୍ୱାମୀ ଓ ଶ୍ୱଶୁର ଘରେ ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ ଯାହାଫଳରେ ରୋଜି ମାନସିକ ଚାପରେ ଥାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି। ଅଭିଯୋଗ ଆଧାରରେ ବାଲୁଗାଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଆଭାସୀ ମାଧ୍ୟମରେ ପୋର୍ଟବ୍ଲେୟାର ଠାରେ ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ରହଣି ସ୍ଥଳ ଭବନର ବାର୍ଷିକ ୫୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ରହିଛି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯଦିଓ କାର୍ଯ୍ୟକ୍ରମ ପୋର୍ଟପ୍ଲେୟାରରେ ହେଉଛି, ତଥାପି ସମଗ୍ର ଦେଶ ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ଯାତ୍ରୀ ପରିବହନ ସାମର୍ଥ୍ୟ ବୃଦ୍ଧି ଘଟଣାକୁ ଖୁବ୍ ଉତ୍ସୁକତାର ସହ ଦେଖୁଛି ଯାହା ଆଜି ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସ୍ୱୟଂ ଉପସ୍ଥିତ ରହିବାର ଇଚ୍ଛା ପ୍ରକଟ କରିଥିଲେ। ସେ ଏହି ସୁଖଦ ମୁହୂର୍ତ୍ତର ଅଭିଜ୍ଞତା ଅର୍ଜନ କରିବା ସହ ନାଗରିକମାନଙ୍କ ଖୁସୀର ମୁହଁ ଦେଖିଥାନ୍ତେ ବୋଲି କହିଥିଲେ। “ଆଣ୍ଡାମାନ ପରିଦର୍ଶନରେ ଆସିବାକୁ ଉତ୍ସୁକ ବ୍ୟକ୍ତିମାନେ ମଧ୍ୟ…
ମେଷ ରାଶି- ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଆରାମ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ। ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ଚାଲିବ। ବୃଷ ରାଶି- ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ରୋଜଗାର ବୃଦ୍ଧି ପାଇବ। ଚାକିରିରେ ଅଧିକାର ବଢିପାରେ। ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ। ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ। ଧାରଣା ସକରାତ୍ମକତା ବୃଦ୍ଧି କରିବ। ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ। ମିଥୁନ ରାଶି- ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟ ଭଲ କରିବ। ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ। ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି। ଅଳସୁଆରୁ ଦୂରେଇ ରୁହନ୍ତୁ। ପରିବାର ଲୋକେ…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଧରଣର ବ୍ରାଉନ ସୁଗାର କାରବାରରେ ରୋକ ଲଗାଇବା ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ। ସୂଚନା ମୁତାବକ ସାମନ୍ତରାୟପୁର ସ୍ଵପ୍ନେଶ୍ଵର ସାହି ସ୍ଥିତ ଏକ ପରିତ୍ୟକ୍ତ ଘରେ ବ୍ରାଉନ ସୁଗର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ବିଳମ୍ବ ନକରି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସି ଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ଘରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର (୩୦୦ ଗ୍ରାମ) ଜବତ ହୋଇଥିବା ବେଳେ ଚାରି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସାମନ୍ତରାୟପୁର ସ୍ଵପ୍ନେଶ୍ଵର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତାଳସର ଗ୍ରାମର ରଙ୍ଗ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଡକାୟତି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡିଛି ଯେ, ଘର ମାଲିକ ରଙ୍ଗ ରାଉତ ଦାଣ୍ଡଘରେ ଶୋଇଥିବା ବେଳେ କୌଣସି ଚୋର ବାଡିପଟୁ ଆସି ଛାତ ଉପରେ ଚଢି ଘରର ସ୍କାଇଲାଇଟ୍ ଭାଙ୍ଗି ଘରର ପଛ କୋଠରୀକୁ ଯାଇ ସେଠାରେ ଥିବା କାଠ ଆଲମାରୀ ଭାଙ୍ଗି ଥିଲା ଓ ସେଥି ମଧ୍ୟରେ ଥିବା ଦୁଇଟି ସୁନା ଖାସୁ ମାଳ ୩ ଟି ସୁନା ମୁଦି ଓ ନଗଦ ୨୬ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଗ୍ରହଣ କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପରାମର୍ଶକ୍ରମେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ଡକ୍ଟର ଆରତି କରଙ୍କ ବିରଚିତ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଡିଏଭି ପୋଖରୀପୁଟର ଅଷ୍ଟମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ବଣ୍ଟନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ, ପୂଜ୍ୟପୂଜା ଓଡ଼ିଶାର ସଭାପତି ବିରଜା ପ୍ରସାଦ ଶତପଥୀ, ବାର୍ତ୍ତା ସମ୍ପାଦକ ରାମ ନାରାୟଣ ମିଶ୍ର, ଲେଖକ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ରମାକାନ୍ତ ମିଶ୍ର ଉପସ୍ଥିତ ରହିଥିଲେ। ଲେଖିକା ଡକ୍ଟର ଆରତି କର ରଚିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ନ୍ୟାସୀ ମଣ୍ଡଳର କର୍ମକର୍ତ୍ତାଗଣଙ୍କ ଏତାଦୃଶ ମହତ୍ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।ବରିଷ୍ଠ ଓଡ଼ିଆ ଶିକ୍ଷକ ଶୁଭ୍ରାଂଶୁ…
ରଣପୁର: ଆଜି ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଝୁନୁବାଳା ରଣସିଂ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି, ମେମ୍ବର, ସମ୍ମାନିତ ଅତିଥି ଭାବେ ୱାର୍ଡମେମ୍ବର ଶ୍ରଦ୍ଧାଞ୍ଜଳି ବେହେରା, କମିଟି ସଭ୍ୟା ଗାୟତ୍ରୀ ବେହେରା, ଇତିଶ୍ରୀ ରଣା, ଭାନୁମତି ପ୍ରଧାନ, ସଞ୍ଜୁଲତା ସାମନ୍ତ, ସଭ୍ୟ ଉମେଶ ପେଣ୍ଠଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟ ବିଦ୍ୟାଳୟର ପ୍ରଧାନ ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ୨୨୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କେବଳ ଦୁଇ ହଳ ପୋଷାକ ପ୍ରଦାନ କରାଯାଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ,…
ନୂଆଦିଲ୍ଲୀ: ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ୧୬ ଜୁଲାଇ ୨୦୨୩ ସୁଦ୍ଧା ତାପଜ ବିଦ୍ୟୁତ କେନ୍ଦ୍ରରେ ଶେଷ କୋଇଲା ଷ୍ଟକ୍ ୩୩.୪୬ ନିୟୁତ ଟନ୍ (ମେଟ୍ରିକ୍ ଟନ୍) ରହିଛି, ଯାହା କି ଗତ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୨୮% ଅଧିକ। ଖଣି ଶେଷରେ ପିଟହେଡ୍ କୋଇଲା ଷ୍ଟକ୍, ଟ୍ରାନଜିଟ ଏବଂ ଟିପିପି ସମେତ ସମସ୍ତ ସ୍ଥାନରେ କୋଇଲା ଉପଲବ୍ଧତା ୧୦୩ ମେଟ୍ରିକ୍ ଟନ୍ ରହିଛି, ଯାହା ଗତବର୍ଷ ୭୬.୮୫ ମେଟ୍ରିକ୍ ଟନ୍ ଥିଲା, ଯାହା କି ୩୪% ଅଧିକ। ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ଜେନକୋ ଏବଂ ରାଜ୍ୟ ଜେନକୋ ସହିତ ମଧ୍ୟ ଘନିଷ୍ଠ ସମନ୍ୱୟ ରଖିଛି ଏବଂ ଶକ୍ତି କ୍ଷେତ୍ର ପାଇଁ କୋଇଲାର କୌଣସି ଅଭାବ ନାହିଁ। କୋଇଲା ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଜୁଲାଇ, ୨୦୨୩ରେ ଉତ୍ପାଦନ ଗତ ବର୍ଷର…
ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ସମୟ ବ୍ୟବଧାନ ପରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ବିଜେଡିର ଟାଣୁଆ ନେତା। ସେମାନେ ମା’ମେଘମ୍ବାରି କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ନିକଟରେ ପ୍ରଣୟନ ହୋଇଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର କିପରି ସୁବିନିଯୋଗ ହୋଇପାରିବ ସେ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବାଣପୁର ବ୍ଲକର 15ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ତତ୍ୱାବଧାନରେ ଏହି ବୈଠକ କରାଯାଇଥିଲା। ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୋରସିଂହ…
ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଶ୍ରୀ ଓମାନ ଚାଣ୍ଡିଙ୍କ ଦେହାନ୍ତରେ ଆମେ ଜଣେ ନମ୍ର ତଥା ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛୁ, ଯେ କି ନିଜ ଜୀବନକୁ ଜନସେବାରେ ଉତ୍ସର୍ଗ କରିଥିଲେ ଏବଂ କେରଳର ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ତାଙ୍କ ସହ ହୋଇଥିବା ବିଭିନ୍ନ କଥାବାର୍ତ୍ତା ମନେ ଅଛି, ବିଶେଷକରି ଯେତେବେଳେ ଆମେ ଦୁହେଁ ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲୁ ଏବଂ ପରେ ମୁଁ ଯେତେବେଳେ ଦିଲ୍ଲୀକୁ ଗଲି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ’।
ସୀତାରାମ ଅଗ୍ରୱାଲ ଚିଲିକା: ଜି-୨୦ ଥୀଙ୍କ ଶିଖର ସମ୍ମିଳନୀର ଏକ ଅଂଶ ଭାବରେ, ଭାରତୀୟ ନୌସେନା ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ସ୍କୁଲ ପିଲାମାନଙ୍କ ପାଇଁ ‘ଇଣ୍ଡିଆନ୍ ନେଭି କୁଇଜ୍ (G20 THINQ)’ ନାମକ ଏକ ଜାତୀୟ ତଥା ଆନ୍ତର୍ଜାତୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ, ଜାତୀୟ ରାଉଣ୍ଡ ଏବଂ ଆନ୍ତର୍ଜାତୀୟ ରାଉଣ୍ଡରେ କରାଯିବ ବୋଲି ଯୋଜନା କରାଯାଇଛି। ଜି-୨୦ ଅଧୀନରେ ଆନ୍ତର୍ଜାତୀୟ ରାଉଣ୍ଡ ଆୟୋଜନ କରାଯିବାର ଯୋଜନା ରହିଛି। କୁଇଜ୍ ପ୍ରିଲିମ ପ୍ରତିଯୋଗିତା ଅନଲାଇନ ଏବଂ ସେମି ଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ମୁମ୍ବାଇର ଗେଟୱେ ଏଫ ଇଣ୍ଡିଆ ଠାରେ ଅନୁଷ୍ଠିତ ହେବ। ସର୍ବୋତ୍ତମ କୁଇଜ୍ ଟିମ ଗୁଡିକ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ରାଉଣ୍ଡରେ ଭାଗ ନେଇ ଭାରତର ପ୍ରତିନିଧିତ୍ୱ କରିବେ। ଆଗ୍ରହୀ ବିଦ୍ୟାଳୟଗୁଡ଼ିକ www.theindiannavyquiz.in ୱେବସାଇଟରେ ପଞ୍ଜୀକୃତ ହୋଇ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଭାରତୀୟ…
ଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାର (ସିଆରସିଏସ୍)-ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.inଶୁଭାରମ୍ଭ କରିଛନ୍ତି। ସାହାରା ଗ୍ରୁପ୍ ର ସମବାୟ ସମିତି- ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରାୟାନ୍ ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍ ଏବଂ ଷ୍ଟାର୍ସ ବହୁମୁଖୀ ସମବାୟ ସମିତି ଲିମିଟେଡ୍ ର ପ୍ରକୃତ ଜମାକାରୀଙ୍କ ଦାବି ଦାଖଲ ପାଇଁ ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା, ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ତଥା ସମବାୟ ମନ୍ତ୍ରଣାଳୟର ସଚିବ ଜ୍ଞାନେଶ କୁମାରଙ୍କ ସମେତ ସାହାରା ଗ୍ରୁପର ୪ଟି ସମବାୟ ସମିତିର ଜମାକାରୀମାନେ ଉପସ୍ଥିତ ଥିଲେ। ଅମିତ ଶାହା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ୪ଟି ସମବାୟ ସମିତିରେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମାନସିକ ବିକାରଗ୍ରସ୍ତ ଅଜଣା ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଏସପି କିଶୋର ମୁଣ୍ଡ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଚୈତନ୍ୟ ନାୟକ ଓରଫ ରବି (୩୦) ବୋଲି ଜଣାପଡିଛି। ପ୍ରଥମ ଥର ପାଇଁ ବାଣପୁର ଥାନା ଅଞ୍ଚଳରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଏକ ଛୋଟ ଅସ୍ପଷ୍ଟ ସିସି ଟିଭି ଫୁଟେଜ ମିଳିଥିଲା, ଯେଉଁଥିରେ ଅଭିଯୁକ୍ତଙ୍କୁ ଚି଼ହ୍ନଟ କରିବା କାଠିକାର ପାଠ ଥିଲା। ପୋଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏସପି ଉକ୍ତ ଘଟଣାକୁ…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନ NDA ବନାମ INDIA ମଧ୍ୟରେ ହେବ। ବିରୋଧୀ ଦଳର ବୈଠକ ପରେ ବର୍ତ୍ତମାନ ୟୁପିଏର ନାମ INDIA ରେ ପରିବର୍ତ୍ତନ କରାଯାଇଛି। ସମସ୍ତ ବିରୋଧୀ ଦଳର ନେତାମାନେ ଏ ବିଷୟରେ ଟୁଇଟ୍ କରୁଛନ୍ତି। ଯେଉଁଥିରେ କୁହାଯାଉଛି ଯେ ଆଗାମୀ ଲୋକସଭା ନିର୍ବାଚନ ଟିମ୍ ଇଣ୍ଡିଆ ଏବଂ ଟିମ୍ ଏନଡିଏ ମଧ୍ୟରେ ହେବ। ଗତ କିଛି ଦିନ ଧରି ୟୁପିଏର ନାମ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା, ଏହା ପରେ ବେଙ୍ଗାଲୁରୁରେ ଆୟୋଜିତ ବିରୋଧୀ ଦଳର ବୈଠକରେ ଏହାକୁ ଏକ ନୂତନ ନାମ ଦିଆଯାଇଥିଲା। ବିରୋଧୀ ଦଳର ମହା ମେଣ୍ଟର ନାମ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ଟ୍ୱିଟ୍ କରିଛି। ଯେଉଁଥିରେ କୁହାଯାଇଛି ଯେ, ବିରୋଧୀ ଏକତାର ନୂତନ ନାମ “INDIA” ଭାବରେ ରଖାଯାଇଛି। ଯାହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ଇଣ୍ଡିଆନ୍ ନ୍ୟାସନାଲ୍ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଏନ୍ସ। ଏହା ସହିତ ସମସ୍ତ…
ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସର ସମର୍ଥନ ସତ୍ତ୍ୱେ ଦିଲ୍ଲୀ ଅଧ୍ୟାଦେଶ ପାରିତ ହେବାରେ ସରକାର କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟସଭାରେ ଦିଲ୍ଲୀ ଅଧ୍ୟାଦେଶ ପାରିତ କରିପାରିବେ। ତେବେ ବିଜୁ ଜନତା ଦଳ ଏବଂ YSR କଂଗ୍ରେସ ପାର୍ଟିର ମନୋଭାବ ଉପରେ ମଧ୍ୟ ଅନେକ କିଛି ନିର୍ଭର କରିବ। ବାସ୍ତବରେ, ଆମ୍ ଆଦମୀ ପାର୍ଟି ଏହି ଅଧ୍ୟାଦେଶକୁ ନେଇ ପ୍ରାୟ ସମସ୍ତ ବିରୋଧୀ ଦଳର ସମର୍ଥନ ଦାବି କରୁଛି। କିନ୍ତୁ ରାଜ୍ୟସଭାର ପରିବର୍ତ୍ତିତ ଆକଳନ ବିଜେପିକୁ ମଜବୁତ କରୁଥିବା ଜଣାପଡିଛି। ଜୁଲାଇ ୨୪ ତାରିଖରେ ରାଜ୍ୟସଭାର ୧୧ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସର ଗୋଟିଏ ଆସନ ହ୍ରାସ ପାଇବ, ବିଜେପିର ଗୋଟିଏ ଆସନ ବୃଦ୍ଧି ପାଇବ। ରାଜ୍ୟସଭାରେ ମୋଟ ୨୪୫ ଟି ଆସନ ମଧ୍ୟରୁ ୭ ଟି ଆସନ ଜୁଲାଇ ୨୪ ତାରିଖ ପରେ ଖାଲି ରହିବ। ଜମ୍ମୁ କାଶ୍ମୀରରୁ ଚାରୋଟି…
କୁଜଙ୍ଗ: ପାରାଦ୍ଵୀପ ଉପକଣ୍ଠ ପିପିଏଲ ରାସ୍ତା ନିକଟରେ ବଟ ନଦୀ ଘେରରେ ମାଛ ମଡକ ଦେଖିବାକୁ ମିଳିଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ରୋହି, ଭାକୁର ଓ ବିଭିନ୍ନ ପ୍ରଜାତିର ମାଛ ନଦୀରେ ମରିକି ନଦୀରେ ଭାସୁଛନ୍ତି। ଚାଷୀ ମାନେ ଏହାକୁ ଦେଖି ଚିନ୍ତାରେ ପଡିଗଲେଣି।ମାଛ ଗୁଡିକ ମରି ଭାସିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ମାଛ ମଡକ ଘଟଣା ଏ ଅଞ୍ଚଳରେ ଚଳିତବର୍ଷ ବହୁବାର ହେଉଥିବା ଦେଖିବାକୁ ମିଳିଛି। ତେବେ ମାଛ ଗୁଡ଼ିକୁ କିଏ ବିଷ ପକାଇ ମାରୁଛି କି ବିଭିନ୍ନ କମ୍ପାନୀରୁ ବାହାରୁଥିବା ବିଷାକ୍ତ ପଦାର୍ଥ ପାଇଁ ମରୁଛନ୍ତି, ତାହା ଏବେ ତଦନ୍ତ କରିବାକୁ ଦାବି ହୋଇଛି।
ନୂଆଦିଲ୍ଲୀ: ୧,୪୪,୦୦୦ କେଜି ଭଳି ବିପୁଳ ପରିମାଣର ଡ୍ରଗ୍ସ ନଷ୍ଟ କରି ଭାରତ ହାସଲ କରିଥିବା ଐତିହାସିକ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଟୁଇଟ୍ କରି କହିଥିଲେ ଯେ, ଭାରତ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧ ନିୟୁତରୁ ଅଧିକ ଡ୍ରଗ୍ସ ନଷ୍ଟ କରି ଚମତ୍କାର ରେକର୍ଡ ହାସଲ କରିବାରେ ସଫଳ ହୋଇଛି। ଡ୍ରଗ୍ସ କାରବାର ଏବଂ ଜାତୀୟ ସୁରକ୍ଷା ଉପରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରେ ଏହି ଉଲ୍ଲେଖନୀୟ ଉପଲବ୍ଧି କଥା ଆଲୋଚନା ହୋଇଥିଲା। ଏହା ଡ୍ରଗ୍ସ ମୁକ୍ତ ଭାରତ ନିର୍ମାଣରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପ୍ରତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦୃଢ଼ ଏବଂ ନିରନ୍ତର ଉଦ୍ୟମର ଉଦାହରଣ। ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ବହୁତ ଭଲ! ଭାରତକୁ ଡ୍ରଗ୍ସ ବିପଦରୁ ମୁକ୍ତ କରିବା ପାଇଁ ଆମ ଉଦ୍ୟମକୁ ଏହା ଶକ୍ତି ଯୋଗାଇଥାଏ’।
ନୂଆଦିଲ୍ଲୀ: ଆଇସିସି ଅନୁଯାୟୀ, ଟ୍ରିନିଦାଦରେ ଭାରତ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ୱେଷ୍ଟଇଣ୍ଡିଜ୍ ସେମାନଙ୍କର ୧୩ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ଜଣେ ଯୁବ ସ୍ପିନର ମଧ୍ୟ ଅଛନ୍ତି। ନୂତନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରର ପ୍ରଥମ ମ୍ୟାଚ୍ ରେ ଭାରତ ଠାରୁ କାରିବିଆନ୍ ଏକ ନିରାଶାଜନକ ଇନିଂସ ଏବଂ ୧୪୧ ରନ୍ ହାରିଥିଲା ଏବଂ ଦ୍ୱିତୀୟ ଟେଷ୍ଟ୍ ଓଭାଲ୍.କେ କୁଇନ୍ସରେ ଆରମ୍ଭ ହେବାପରେ ବିଜୟ ଧାରା ଏବଂ ସିରିଜ୍ କୁ ବରାବର କରିବାକୁ ଉଦ୍ୟମ କରିବ। ୱେଷ୍ଟଇଣ୍ଡିଜ୍ ଡୋମିନିକାରେ ଭାରତ ଠାରୁ ହାରିଥିବା ଅଧିକାଂଶ ଖେଳାଳିଙ୍କ ଉପରେ ଭରଷା ରଖିଥିବାବେଳେ ସାଥୀ ଅଲରାଉଣ୍ଡର ରାମନ୍ ରିଫରଙ୍କ ସ୍ଥାନରେ ରୋମାଞ୍ଚକର ଅଫ୍ ସ୍ପିନର କେଭିନ୍ ସିନକ୍ଲେୟାରଙ୍କୁ ଅନ୍ତର୍ଭୁକ୍ତ କରିଛି। ଭାରତ ବିପକ୍ଷ ଓପନିଂ ଟେଷ୍ଟରେ ରିଫର କୌଣସି ୱିକେଟ ହାସଲ କରିନଥିବା ବେଳେ କେବଳ ଦୁଇ ଏବଂ ୧୧ ରନ୍ ସ୍କୋର କରିଥିଲେ, କିନ୍ତୁ ସେ…
ଅହମ୍ମଦାବାଦ: ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀ ଆଜି ଗ୍ରୁପର ଏଜିଏମ୍କୁ ସମ୍ବୋଧିତ କରିବାବେଳେ ଦଳର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଗ୍ରୁପର ଅଗ୍ରଗତି ଏବଂ ସାମ୍ପ୍ରତିକ ସ୍ଥିତି ବିଷୟରେ ଅଂଶୀଦାରମାନଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ବକ୍ତବ୍ୟ ସମୟରେ ଗୌତମ ଆଦାନୀ ଅଂଶୀଦାରମାନଙ୍କୁ କମ୍ପାନୀ ଉପରେ ହୋଇଥିବା ଆକ୍ରମଣ ଏବଂ କମ୍ପାନୀର ଶକ୍ତି ବିଷୟରେ କହିଥିଲେ। ଏହି ଅବଧିରେ ମଧ୍ୟ ନିବେଶକଙ୍କ ବିଶ୍ୱାସ କିପରି କମ୍ପାନୀ ଉପରେ ରହିଲା ତାହା ମଧ୍ୟ କହିଲେ। ଅର୍ଥନୀତି ଉପରେ ଗୌତମ ଆଦାନୀ: – ୨୦୫୦ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। – ଭାରତ ଯାହା ପୂର୍ବରୁ ବିଶ୍ଵର ୫ ମ ବୃହତ୍ତମ ଅର୍ଥନୀତି ଅଟେ ୨୦୩୦ ପୂର୍ବରୁ ଏହା ତୃତୀୟ ବୃହତ୍ତମ ହେବ। – ଆମ ଦେଶର ଜନସଂଖ୍ୟାଗତ ଡିଭିଡେଣ୍ଡ ରେକର୍ଡ ବେଗରେ ବ୍ୟବହାର ଏବଂ ଟିକସ ପ୍ରଦାନକାରୀ ସମାଜର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା…

