Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଜାରି ରହିଛି ପବିତ୍ର ଶ୍ରାବଣ ମାସ। ବୋଲବମ ଭକ୍ତମାନେ ବିଭିନ୍ନ ଶୈବ ପିଠରେ ଜଳଲାଗି କରୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସେବା ଲାଗି ବହୁ ସ୍ଵେଚ୍ଛାସେବୀ ଧାର୍ମିକ ସଂଗଠନ ମାନେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ ଶତାଧିକ ଶିବ ଭକ୍ତ ମାନେ ଜଳଲାଗି କରୁଛନ୍ତି। ଆସନ୍ତାକାଲି ଶ୍ରାବଣର ଦ୍ଵିତୀୟ ସୋମବାର ଥିବା ବେଳେ ଅଞ୍ଚଳର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବଜାର ସାହିସ୍ଥିତ ରଙ୍କନାଥ ଦେବ ମନ୍ଦିର ପରିସରରେ ସେବା କାର୍ଯ୍ୟ ଜାରି ରହିଛି। ବୋଲବମ ପାଣି ନେଇ ଯାଉଥିବା ଭକ୍ତ ମାନଙ୍କ ସେବା ଜାରି ରଖିଛି ଉକ୍ତ ଅନୁଷ୍ଠାନ। କମିଟିର କର୍ମକର୍ତ୍ତାମାନେ ପ୍ରତି ବର୍ଷ ଶ୍ରାବଣ ମାସରେ ଉକ୍ତ ସେବା କାର୍ଯ୍ୟ କରିଥାନ୍ତି। କମିଟି କର୍ମକର୍ତ୍ତା ଙ୍କ ପକ୍ଷରୁ ଭକ୍ତଙ୍କ ରହିବା ଓ…

Read More

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। ଦଳର ରାଜନୈତିକ ବ୍ୟାପାର କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସୂଚନା ପ୍ରଦାନ କରି ଏଏପି ସାଂସଦ ରାଘବ ଚଢା କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ବିରୋଧୀ ଦଳର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। କଂଗ୍ରେସ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବାର କିଛି ଘଣ୍ଟା ପରେ AAP ର ନିଷ୍ପତ୍ତି ଆସିଛି। ବୈଠକ ପରେ ରାଘବ ଚଢା କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର PAC ବୈଠକରେ ପ୍ରତ୍ୟେକ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ଦିଲ୍ଲୀର ଏହି ନିୟମ ସ୍ପଷ୍ଟ ଭାବେ ଜାତୀୟ ବିରୋଧୀ। ଏହାକୁ ସମର୍ଥନ କରୁଥିବା ସମସ୍ତେ ଜାତୀୟ ବିରୋଧୀ ଅଟନ୍ତି। ଦେଶର ଗଣତନ୍ତ୍ରକୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି କଳା ଅଧ୍ୟାଦେଶ ବିରୁଦ୍ଧରେ ନିଜର ଭୋଟ୍ ଦେବେ। ସେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶା ବିଜ୍ଞାନ ଏକଡେମୀ ପକ୍ଷରୁ ‘ବୈଜ୍ଞାନିକ ସମ୍ବଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୦’ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ। ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟ ଅପ୍ ଓ ଇକୋ-ସିଷ୍ଟମ୍‌ ବିକାଶ କ୍ଷେତ୍ରରେ ସଫଳ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥୁ ରୂପେ ଯୋଗଦେଇଏକଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରର ଅଡିଓ ସଂସ୍କରଣ ଜାରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଓଡ଼ିଶାରେ କାର୍ଯ୍ୟରତ ଯୁବ- ବୈଜ୍ଞାନିକ ଡ. ଶଶାଙ୍କ ଶେଖର ସ୍ଵାଇଁଙ୍କୁ ଜୀବ ଓ…

Read More

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତନ ଘଟୁଛି। ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତନ ଘଟିବ। ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ ବୋଲି ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ୬ ମାସରୁ କମ୍ ସମୟ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ଚାଟ୍‌ଜିପିଟି ବିଶ୍ୱରେ ଏକ ବୈପ୍ଳବିକ ପରିବର୍ତନ ଆଣିଛି। ତେଣୁ ଏ କ୍ଷେତ୍ରରେ ଯୁବପିଢ଼ି ଇନ୍‌ଷ୍ଟାଗ୍ରାମ୍‌, ରିଲ୍‌ସ ଓ ୟୁଟ୍ୟୁବ୍‌କୁ ଛାଡ଼ି ନୂତନ ଜ୍ଞାନକୌଶଳ ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶନିବାର ଦିନ ଆୟୋଜିତ ସୋଆ ସ୍କେଲର୍ସ ୨.୦ ଆଇଟିଇଆର୍ ଶାଖାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଏହା କହିଛନ୍ତି ଟାଲି ସଲ୍ୟୁସନ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ଚିଫ୍ ପିପୁଲ ଅଫିସର ନାଗନାଗୌଡା ଏସ୍‌.ଜେ। ଶ୍ରୀ ନାଗନାଗୌଡା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିବା ବକ୍ତବ୍ୟରେ କହିଛନ୍ତି…

Read More

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଜିତ ପାୱାର ଦଳର ନେତା ଆଜି ଶରଦ ପାୱାରଙ୍କୁ ମୁମ୍ବାଇରେ ଭେଟିଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ ଏବଂ ଅନ୍ୟ ନେତାମାନେ ଏହି ନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ସାକ୍ଷାତ ପରେ ପ୍ରଫୁଲ୍ଲ ପଟେଲ ମୁମ୍ବାଇର ୱାଇବି ଚହ୍ଵାନ କେନ୍ଦ୍ରରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ଅଜିତ ପାୱାର, ଛଗନ ଭୁଜବଲ ଏବଂ ଆମେ ସମସ୍ତେ ସମ୍ମାନିତ ଶରଦ ପାୱାରଙ୍କ ଆଶୀର୍ବାଦ ପାଇବାକୁ ଆସିଛୁ। ଆମେ ତାଙ୍କ ପାଦ ଛୁଇଁଲୁ ​​ଏବଂ ଦଳକୁ ଏକଜୁଟ ରଖିବାକୁ ବିଚାର କରିବାକୁ ଅନୁରୋଧ କଲୁ। ସେ କୌଣସି ଉତ୍ତର ଦେଲେ ନାହିଁ। ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସମୟ ମାଗି ନପାରି ଆମେ ସିଧାସଳଖ ଆସିଛୁ। ଆମେ ଜାଣିବାକୁ ପାଇଲୁ ଯେ, ଶ୍ରୀ ପାୱାର ଆସିଛନ୍ତି, ତେଣୁ ଆମେ ତାଙ୍କୁ ଭେଟିବାକୁ ଆସି ତାଙ୍କ ପାଦ ଛୁଇଁଲୁ ​​ଏବଂ ଦଳକୁ…

Read More

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ମଶା ଘାତକ ତରଳ କିମ୍ବା ଧୂପ ମଶାମାନଙ୍କଠାରୁ ମୁକ୍ତି ଦେଇପାରେ। କିନ୍ତୁ ଆପଣ ଜାଣନ୍ତି କି ମଶା ଘାତକ ତରଳ ବା ଧୂପ ମଧ୍ୟ ଅନେକ ରୋଗର କାରଣ ଅଟେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୧୦୦ ଟି ସିଗାରେଟ୍ ପରି ମଶା ଧୂପ ବିପଜ୍ଜନକ ଅଟେ। ଏଥିରୁ ପ୍ରାୟ ୨.୫ ପିଏମ ଧୂଆଁ ବାହାରିଥାଏ। ସେହିଭଳି ବଜାରରେ ଉପଲବ୍ଧ ହେଉଥିବା ମଶା ଘଉଡାଇବା ତରଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ଏପରି ପରିସ୍ଥିତିରେ, ମଶା ମାରିବାର ତରଳ ପଦାର୍ଥରେ କ’ଣ ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତାହା ଜାଣିବା ଆବଶ୍ୟକ। ତେବେ ଜାଣନ୍ତୁ ଏହି ତରଳ କିପରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ… ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ କାହିଁକି?: ବାସ୍ତବରେ, ମଶାମାନଙ୍କୁ ମାରିବାର ତରଳ ପଦାର୍ଥରେ ଏପରି କିଛି ପଦାର୍ଥ ଅଛି, ଯାହା ଶ୍ୱାସ ସହିତ ଭିତରକୁ ଯାଏ ଏବଂ…

Read More

ଗଜପତି: ଅଡବା ଥାନା ପୋଲିସ ପେଟ୍ରୋଲିଂ ସମୟରେ ଟିଟିଲିମା ଗ୍ରାମ ରାସ୍ତା କଡ଼ରେ ସନ୍ଦେହ ଜନକ ଭାବେ ୧୮ ଟି ଜରି ବସ୍ତାକୁ ଦେଖି ଯାଞ୍ଚ କରିଥିଲେ। ଯାହା ଫଳରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣି ପାରି ଉକ୍ତ ସମସ୍ତ ଗଞ୍ଜେଇ ବସ୍ତାକୁ ଥାନା କୁ ଆଣିଥିଲେ। ତହସିଲଦାର ହିମାଂଶୁ ଭୁଷଣ ପଲେଇଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ। ଯାହା କି ୫୫୮ କିଲୋ ରୁ ଉର୍ଦ୍ଧ୍ଵ ଓଜନ ଜଣାପଡିଛି। ଉକ୍ତ ଗଞ୍ଜେଇକୁ ଜବତ କରି ପୋଲିସ ଥାନାରେ ମହଜୁଦ ରଖିଛି। ହେଲେ ଗଞ୍ଜେଇ ବେପାରୀଙ୍କ ସନ୍ଧାନ ମଳିନାହିଁ।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଖଲ୍ଲିକୋଟ ବଡ ଘାଟିରେ ଏକ ଅଖା ବୋଝେଇ ଗାଡ଼ିକୁ ସନ୍ଦେହ କରି ଅଟକାଇ ଥିଲେ। କିନ୍ତୁ ଗାଡ଼ିର ଚାଳକ ସେଠାରୁ ତୁରନ୍ତ ଗାଡ଼ି ଛାଡ଼ି ଚାଲିଯାଇଥିଲେ। ଯାହା ଫଳରେ ପୋଲିସର ସନ୍ଦେହ ବଢ଼ିଥିଲା। ଗାଡ଼ିରୁ ଅଖା ବାହାର କରି ଦେଖିଲା ବେଳକୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ମିଳିଲା। ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇ ଉପରେ ଅଖା ଖାଲି କରି ଦେଖିଲା ବେଳକୁ ତା ଭିତରେ ବହୁତ ଅଖାରେ ଗଞ୍ଜେଇ ଭର୍ତ୍ତି ରହିଥିଲା। ତତକ୍ଷଣାତ୍ ଥାନା ଅଧିକାରୀ ତହସିଲଦାରଙ୍କୁ ଜଣାଇଥିଳା ଓ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୮୩୦ କିଲୋ ଓ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦିଗପହଣ୍ଡି ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୌକି କଳି ଲାଗିଥିବା ଖବର ଦାଣ୍ଡରେ ପଡି ହାଟରେ ଗଡୁଛି। ଖବରରୁ ପ୍ରକାଶ ଯେ, ଦିଗପହଣ୍ଡି ପୁର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ନାରାୟଣ ବେହେରାଙ୍କ ଗତ ଜୁନ ୩ ତାରିଖରୁ ବଦଳି ହୋଇଛି ଓ ତାଙ୍କରି ସ୍ଥାନରେ କାର୍ତ୍ତିକେଶ୍ଵର ପ୍ରଧାନଙ୍କୁ ଯୋଗଦାନ ଅନୁମତି ମିଳିଛି। କିନ୍ତୁ ନାରାୟଣ ବେହେରା ଏକ ସ୍ଥଗିତ ଆଦେଶ ଆଣି ପଦବୀ ରୁ ଅନ୍ତର ହୋଇନାହାନ୍ତି। ଯାହାର ଅବଧି ମାତ୍ର ୨୮ ଦିନ ଥିଲା। ଏହା ସତ୍ତ୍ୱେ ସେ ଅସୁସ୍ଥତା ଦେଖାଇ ଛୁଟି ଦରଖାସ୍ତ ଦେଇ ଅଫିସକୁ ଆସୁନାହାନ୍ତି। ଯାହା ଫଳରେ କାର୍ତ୍ତିକେଶ୍ଵର ପ୍ରଧାନ ଏଠି ଖାଲିରେ ପଡି ରହିଛନ୍ତି। ଯାହାକୁ ନେଇ ସରକାରୀ କାର୍ଯ୍ୟକ୍ରମରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହେଉଛି।

Read More

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ୨୫ ବର୍ଷ ପୂରଣ ହେବା ପରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଏ ସମ୍ପର୍କରେ ଜୁଲାଇ ୧୮ ତାରିଖରେ ନୂଆଦିଲ୍ଲୀରେ ମିଳିତ ମେଣ୍ଟର ଏକ ବଡ ବୈଠକ ଆୟୋଜିତ ହେଉଛି। ଏହି ବୈଠକ ପାଇଁ ଏପର୍ଯ୍ୟନ୍ତ ୧୯ ଟି ରାଜନୈତିକ ଦଳକୁ ନିମନ୍ତ୍ରଣ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ୨୫ ବର୍ଷ ପୂର୍ବେ ମେ ୧୯୯୮ରେ NDA ଗଠନ କରାଯାଇଥିଲା। ଦିବଙ୍ଗତ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଏହାର ପ୍ରଥମ ସଭାପତି କରାଯାଇଥିଲା। ବର୍ତ୍ତମାନ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଭାପତି। ଏହାର ଗଠନ ପରଠାରୁ ପ୍ରାୟ ୪୧ ଟି ଜାତୀୟ କିମ୍ବା ଆଞ୍ଚଳିକ ଦଳ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି, ଡିଏମକେ, ନ୍ୟାସନାଲ କନଫରେନ୍ସ, ଜେଡିୟୁ ସମେତ…

Read More

ନୂଆଦିଲ୍ଲୀ: ଅନେକ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେଇଛନ୍ତି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଛନ୍ତି। ଶ୍ରୀ ରାଜଭରଙ୍କ ଆଗମନ ପରେ ଏନଡିଏକୁ ମଜବୁତ କରାଯିବ ବୋଲି ସେ ଟୁଇଟ୍ କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୪ ତାରିଖରେ ଉଭୟ ନେତା ମଧ୍ୟ ସାକ୍ଷାତ କରିଥିଲେ। ଅମିତ ଶାହା ଏହି ସଭାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରାଜଭରଙ୍କ ସହ ତାଙ୍କ ପୁଅ ଅରବିନ୍ଦ ରାଜଭର ମଧ୍ୟ ନଜର ଆସିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ଦିଲ୍ଲୀରେ ଓପି ରାଜଭର ଜୀଙ୍କ ସହ ସାକ୍ଷାତ ହୋଇଛି ଏବଂ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କରୁଛି। ରାଜଭର ଜୀ ଆସିବା ପରେ ଉତ୍ତରପ୍ରଦେଶରେ ଏନଡିଏକୁ…

Read More

ନୂଆଦିଲ୍ଲୀ: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମିଳିତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଅଲ ନାହ୍ୟାନ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ଜରୁରୀ ସମାଧାନ ନେଇ ସମ୍ମତି ବ୍ୟକ୍ତ କରିଛନ୍ତି। ତେବେ ଏହି ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଜଳବାୟୁ ପରିବର୍ତ୍ତନର ମୌଳିକ ନୀତି ଓ ଦାୟିତ୍ୱ (ୟୁଏନଏଫସିସିସି) ଓ ପ୍ୟାରିସ ରାଜିନାମା ଅନୁସାରେ ସମ୍ପନ୍ନ କରିବାକୁ ସହମତ ହୋଇଛନ୍ତି । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ନେଇ ଅଙ୍ଗାରକାମ୍ଲ ଉତ୍ସରଣ ସମସ୍ୟା ଓ ସ୍ୱଚ୍ଛ ଇନ୍ଧନ ନେଇ ସହଯୋଗ କରିବା ତଥା ୟୁଏନଏଫସିସିସିର ୨୮ତମ ଅଧିବେଶନରେ ଆଖିଦୃଶିଆ ଓ ସକାରାତ୍ମକ ଫଳାଫଳ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସମ୍ମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ ସିଓପି-୨୮ ର ଆୟୋଜନ ହୋଇଥିବାରୁ ୟୁଏଇକୁ ଅଭିନନ୍ଦନ ଜଣାଇବା ସହ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ମହାମହିମ ରାଷ୍ଟ୍ରପତି ଶେଖ ମହମ୍ମଦ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦଳ ବେହେରା ସାହିରେ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ରୁନୁ ବେହେରା (୪୦) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରୁନୁ ବେହେରା ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବିଷାକ୍ତ ସାପଟିଏ କାମୁଡ଼ି ଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକ ଏକାଠି ହୋଇ ସାପକୁ ଖୋଜିଥିଲେ। ପରେ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଡବାରେ ରଖିଥିଲେ। କିନ୍ତୁ ସେପଟେ ମହିଳାଜଣଙ୍କ ଗୁରୁତର ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଖୋର୍ଦ୍ଧା ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେପଟେ ମହିଳାଙ୍କ ସ୍ୱାମୀ ଶ୍ରାବଣୀ ଜଳ ଭାର ଲାଗି ଯାଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜୁଲାଇ ୧୮ ତାରିଖରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ଅମରାବତୀ (ଆପ୍ର) ଜନସେନା ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ଏନଡିଏ ବୈଠକରେ ଯୋଗଦେବେ। ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସଭାରେ ଭାଗ ନେବାକୁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା। ପୱନ କଲ୍ୟାଣ ଏବଂ ତାଙ୍କ ଦଳ ଜନ ସେନାର ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ନାନ୍ଦେଡଲା ମନୋହର ଏହି ମାସର ୧୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ। ଏଥିରେ ଏନଡିଏରେ ଅଂଶଗ୍ରହଣ କରୁଥିବା ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ୧୮ ଜୁଲାଇରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ: କିଛି ଦିନ ପୂର୍ବରୁ ଦଳ ବିଜେପିର ଶୀର୍ଷ ନେତୃତ୍ୱଙ୍କଠାରୁ ଏହି ନିମନ୍ତ୍ରଣ ପାଇଥିଲା। ବିଶେଷ କଥା ହେଉଛି ଆନ୍ଧ୍ରପ୍ରଦେଶରେ ଏକ ମିଳିତ ମେଣ୍ଟ ପାଇଁ ଜନସେନା ଏବଂ ପୂର୍ବତନ ଏନଡିଏ ସହଯୋଗୀ ଟିଡିପି ମଧ୍ୟରେ ଏକ ଗୁରୁତର…

Read More

ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଶନିବାର ଦିନ ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଏମ୍‌ସରେ ପ୍ରାଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ଉନ୍ନତି ଆଣିବ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ଅଭିଯାନକୁ ସାକାର କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଇ-ଅଫିସ୍‌ ବ୍ୟବସ୍ଥା ନିଷ୍ପତି ନେବା ପ୍ରକ୍ରିୟାକୁ ମଧ୍ୟ ଗତି ପ୍ରଦାନ କରିବ। ଯାହାକି ଏମ୍‌ସର କାର୍ଯ୍ୟଧାରାକୁ ଆହୁରି ଅଧିକ ଆଗକୁ ନେବ ବୋଲି ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଏମ୍‌ସ ଧର୍ମଶାଳା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ପର୍ଯ୍ୟାୟକ୍ରମେ ଏହି ଧର୍ମଶାଳା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାନେଇ ସୂଚନା ମିଳିଛି।…

Read More

ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ

Read More

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ବବୈଜ୍ଞାନିକମାନେ ଶନିବାର ଦିନ କକ୍ଷପଥରେ ଚନ୍ଦ୍ରୟାନ -୩ ମହାକାଶଯାନକୁ ଅଗ୍ରଗତି କରିବାର ପ୍ରଥମ ପ୍ରକ୍ରିୟାକୁ ସଫଳତାର ସହିତ ସମାପ୍ତ କରିଛନ୍ତି। ISRO ଏକ ସୋସିଆଲ ମିଡିଆ ପୋଷ୍ଟ କରି କହିଛି ଯେ, ଚନ୍ଦ୍ରାୟନର ସ୍ଥିତି ସ୍ୱାଭାବିକ। https://twitter.com/isro/status/1680239822110162944?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1680239822110162944%7Ctwgr%5E407897e48d751ae95d4f1fa7975d906927a557c0%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fchandrayaan-3-launch-updates-isro-countdown-begins-india-moon-mission-sriharikota-2453670 ISRO କହିଛି ଯେ, ଚନ୍ଦ୍ରୟାନ -୩ ମିଶନର ଲାଇଭ୍ ଅପଡେଟ୍ ଅନୁଯାୟୀ ମହାକାଶଯାନ ସାଧାରଣ ଅବସ୍ଥାରେ ଅଗ୍ରଗତି କରୁଛି ଏବଂ ISRO ଏହାର ପ୍ରଥମ କକ୍ଷପଥ, ISTRAC / ISRO କୁ ସଫଳତାର ସହିତ ସମାପ୍ତ କରିଛି। ଚନ୍ଦ୍ରୟାନ ବର୍ତ୍ତମାନ ୪୧୭୬୨ କିଲୋମିଟର *୧୭୩ କିଲୋମିଟର କକ୍ଷପଥରେ ଅଛି।

Read More

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁଲାଇ ୨୦୨୩ ରେ ଆବୁଧାବି ଠାରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ବିଗତ ଆଠ ବର୍ଷ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟମ ୟୁଏଇ ଗସ୍ତ ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୦୨୨ ରେ ଶେଷ ଥର ପାଇଁ ୟୁଏଇ ଗସ୍ତ କରିଥିଲେ। ଏହି ସମୟରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ୟୁଏଇ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ ବିଗତ ୩୪ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁଏଇ ଗସ୍ତ କରିଥିଲେ। ଏହାପରେ ୨୦୧୬ ରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଭାରତ ଗସ୍ତରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୧୫ ଜୁଲାଇ, ୨୦୨୩ ରେ ଆବୁଧାବି ଠାରେ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ ନାହ୍ୟାନଙ୍କ ସହିତ ପ୍ରତିନିଧିସ୍ତରୀୟ ଏବଂ ବ୍ୟକ୍ତିଗତ ଭାବେ ବୈଠକ କରିଥିଲେ। ଉଭୟ  ନେତା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଫିନ୍‍ଟେକ୍‌, ଶକ୍ତି, ଅକ୍ଷୟଶକ୍ତି, ଜଳବାୟୁ କାର୍ଯ୍ୟଯୋଜନା, ଉଚ୍ଚଶିକ୍ଷା ଏବଂ ଲୋକ ସମ୍ପର୍କ ଥିବା ଦ୍ୱିପାକ୍ଷିକ ସହଭାଗୀତାର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ଦୁଇ ନେତାଙ୍କ ଉପସ୍ଥିତିରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର ହୋଇଥିଲା। ସୀମାପାର କାରବାର ପାଇଁ ସ୍ଥାନୀୟ ମୁଦ୍ରା (ଆଇଏନଆର – ଏଇଡି) ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଏବଂ ୟୁଏଇ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ରାଜିନାମା। ସେମାନଙ୍କ ଦେୟ ଏବଂ ମେସେଜିଂ ସିଷ୍ଟମକୁ ଲିଙ୍କ୍ କରିବାରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଆରବିଆଇ ଏବଂ ୟୁଏଇ…

Read More

ରାୟପୁର/ଭୁବନେଶ୍ୱର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ  ଚଳିତ ଜୁଲାଇ ୧୪ ଓ ୧୫ ତାରିଖରେ ରାୟପୁରଠାରେ “ଓଡ଼ିଶା ନିବେଶକ ସମ୍ମିଳନୀ’ ସଫଳତାର ସହ  ଆୟୋଜନ କରାଯାଇଥିଲା। ବିଜୁ ଏକ୍ସପ୍ରେସ ୱେ ରେ “ବିଜୁ ଅର୍ଥନୈତିକ କରିଡର”ର ବିପୁଳ ସମ୍ଭାବନା ଏବଂ ଏହି କ୍ଷେତ୍ରରେ ଓଡ଼ିଶା ଦ୍ୱାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏବଂ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ଏହି ରୋଡ୍ ସୋ’ର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ରାଜ୍ୟ  ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇ ଥିଲେ। ଏହି ରୋଡ୍ ସୋ’ରେ ଛତିଶଗଡ଼ର…

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ…

Read More