ଭୁବନେଶ୍ୱର: ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି। ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି। ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ୍ କରିବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷ ପରି ୪ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି। ଏଥି ସହିତ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ଅଧୀନରେ ଓଡ଼ିଶା ସମେତ ୧୯ଟି ରାଜ୍ୟ ପାଇଁ ୬,୧୯୪ କୋଟି ୪୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଅର୍ଥରାଶି ମଧ୍ୟରେ ୨୦୨୨-୨୩ ଆର୍ଥିକ ପାଇଁ ୪ଟି ରାଜ୍ୟ – ଛତିଶଗଡ଼, ମେଘାଳୟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶକୁ ଏସଡିଆରଏଫ ବାବଦରେ କେନ୍ଦ୍ର ସରକାରଙ୍କ ଭାଗ ଆକାରରେ ୧୨୦୯ କୋଟି ୬୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହାଛଡ଼ା ୧୫ଟି ରାଜ୍ୟ – ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ପଞ୍ଜାବ, ତାମିଲନାଡୁ, ତ୍ରିପୁରା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ଏସଡିଆରଏଫ ବାବଦ ୪୯୮୪ କୋଟି ୮୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହି ଅର୍ଥରାଶିକୁ ବର୍ତ୍ତମାନର ମୌସୁମୀ ଋତୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି। ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି। ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି।…
ଭୁବନେଶ୍ଵର: ଆଷାଢ ମାସର ଶୁକ୍ଲ ପକ୍ଷର ପ୍ରଦୋଷ ବ୍ରତ ଅତ୍ୟନ୍ତ ସ୍ୱତନ୍ତ୍ର। ଆଜି ୨୦୨୩ ବର୍ଷର ଶେଷ ଶନି ପ୍ରଦୋଷ ବ୍ରତ ପାଳନ କରାଯିବ। ଯଦି ଶନିବାର ଦିନ ପ୍ରଦୋଷ ବ୍ରତ ପାଳନ କରାଯାଏ, ତେବେ ଏହାର ଗୁରୁତ୍ୱ ଦ୍ୱିଗୁଣିତ ହେବ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଉପବାସ ପାଳନ କରି ସନ୍ଧ୍ୟାରେ ଶିବଙ୍କୁ ପୂଜା କରି ଉଭୟ ମହାଦେବ ଏବଂ ଶନି ବହୁତ ଖୁସି ହୁଅନ୍ତି ଏବଂ ବ୍ରତଧାରୀଙ୍କୁ ଶନିଙ୍କ ମହାଦଶାଠାରୁ ଆଶ୍ଵସ୍ତି ମିଳିଥାଏ। ଯଦି ପୂଜାପାଠ ଏବଂ ଉପଚାର ରାଶି ଅନୁଯାୟୀ କରାଯାଏ, ତେବେ ଏହାର ପ୍ରଭାବ ଅଧିକ। ଆଷାଢ ମାସର ଶନି ପ୍ରଦୋଷ ଉପବାସରେ ରାଶି ଅନୁଯାୟୀ ଶିବଙ୍କ ଉପାସନା ଏବଂ ପଦକ୍ଷେପ ଜାଣିବା…. ଶନି ପ୍ରଦୋଷ ବ୍ରତ ୨୦୨୩: ଆଷାଢ ଶୁକ୍ଲ ତ୍ରୟୋଦଶୀ ତିଥି ଆରମ୍ଭ: ଭୋର ୦୧.୧୬ ଆଷାଢ ଶୁକ୍ଲ ତ୍ରୟୋଦଶୀ ତିଥି ସମାପ୍ତ: ରାତି ୧୧.୦୭ ଶିବ ପୂଜା ସମୟ: ସନ୍ଧ୍ୟା…
ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଅଧିକ ହେବ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍…
ଭୁବନେଶ୍ଵର: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ବଡ ଖବର ଆସିଛି। ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଟ୍ରେନ୍ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ୍ ମ୍ୟାନେଜରଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଏକ ନୂତନ ଦାୟିତ୍ଵ ଦିଆଯାଇଛି। ଦକ୍ଷିଣ ପୂର୍ବ ରେଳର ନୂତନ ଜେନେରାଲ ମ୍ୟାନେଜର ଭାବେ ଅନିଲ କୁମାର ମିଶ୍ରଙ୍କ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତାରେ ଆଜି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ରାଜ୍ୟରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ସଂଘର ବିଭିନ୍ନ ଦାବି ସଂପର୍କରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ବିଭାଗ ପକ୍ଷରୁ ସଂଘର ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସଂଘ ତରଫରୁ ତୁରନ୍ତ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ସଂଘର ସଭାପତି, ସାଧାରଣ ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଭୁବନେଶ୍ୱର: ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗ କଲ୍ୟାଣ କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଅବସର ନେଇଥିବା ଅନୁଶାସନ ସଚିବ ଦିଲ୍ଲୀପ କୁମାର ସିଂହଙ୍କ ବିଭାଗ ପ୍ରତି ଥିବା କର୍ତ୍ତବ୍ୟ, ନିଷ୍ଠା ଓ ଦାୟିତ୍ୱ ସଂପର୍କରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସୂଚନା ପ୍ରଦାନ କରିଥିଲେ। ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀ ଅନୁଶାସନ ସଚିବ ଶ୍ରୀ ସିଂହଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବଂ ବିଭାଗ ପ୍ରତି ତାଙ୍କର ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ। ଶ୍ରୀ ସିଂହ ନିଜର ଚାକିରି ଜୀବନରେ ଶକ୍ତି, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସଂପର୍କ ଆଦି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ନିଜର ଚାକିରି ଜୀବନର ଅଭିଜ୍ଞତା ବାବଦରେ ବର୍ଣ୍ଣନା କରିଥିଲେ। ବିଭାଗୀୟ…
ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍ଏଲ୍ଏନ୍)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ୍ ଯୋଗଦେଇ ଏଫ୍ଏଲ୍ଏନର ସମୀକ୍ଷା କରିବା ସହ ଏହାର ପ୍ରକୃତ ଲକ୍ଷ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ମୌଳିକ ଜ୍ଞାନ ସହ ଗାଣିତିକ ଜ୍ଞାନରେ ସୁଦୃଢ ହୋଇପାରିବେ, ତାହା ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଭାଷା ଓ ଗାଣିତିକ ଜ୍ଞାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏ ନେଇ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ ହୋଇଛି। ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜ, ସରଳ ଭାବେ ଶିଖିପାରିବେ। ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦିଆଯାଇଛି। ଏହି ବୈଠକରେ ଆଗାମୀ ୧୦ ମାସ ପାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାବାର୍ଷିକୀ ସମାରୋହ ଏପରି ସମୟରେ ହେଉଛି, ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି। ଯେ କୌଣସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଏହାର ସଫଳତାକୁ ପ୍ରତିଫଳିତ କରେ। ଡିୟୁର ୧୦୦ ବର୍ଷ ଯାତ୍ରାରେ ଅନେକ ଇତିହାସର ସାକ୍ଷୀ ହୋଇଛି । ଏହା ଅନେକ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅନ୍ୟ ଲୋକଙ୍କୁ ଜୀବନକୁ ଯୋଡିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ଏବଂ ଏହା ସବୁ ମୁହୂର୍ତ୍ତରେ ଜୀବନର ପ୍ରତ୍ୟେକ ଅଂଶକୁ ପୂରଣ କରିଛି । ପ୍ରଧାନମନ୍ତ୍ରୀ ଶତବାର୍ଷିକୀ ସମାରୋହ ଅବସରରେ ସମସ୍ତ…
ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହେବାସହ ତିନି ରଥ ସିଂହ ଦ୍ୱାର ନିକଟରେ ପହଚିଂଛି। ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବିଦଳନ ରଥ ଚଣ୍ଡେଶ୍ୱର ସାହି ଠାରେ ଅଟକି ରହିଥିଲା ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ପବିତ୍ର ବଡ ଏକାଦଶୀ ରେ ରଥଟଣା ବନ୍ଦ ରହିଥିବା ବେଳେ , ପଚୁଂଦୋଳ ପଡିଆଠାରେ ଓଡିଶାର ପ୍ରତିଷ୍ଟିତ କଣ୍ଠ ଶିଳ୍ପିମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହୋଇଯାଇଥିଲା। ଆଜି ରଣପୁର ରେ ଅସୟ ଗରମ ଅନୁଭୂତ ହୋଇଥିଲା। ଅପରାହ୍ନ ୩ ଟାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳ ମାନେ ଟାଣି ଥିଲେ। ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯାଇଥିଲା। ଅପରାହ୍ନ ୬ଟା ମିନିଟ୍ ରେ ନନ୍ଦିଘୋଷ ଦୋଳମଣ୍ଡପ ନିକଟରେ ଆସି ପହଚିଂଥିଲା। ପରେ…
ଭୁବନେଶ୍ବର: ଆଜି ଭୋର୍ ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଷୟରେ ବିତର୍କ ସାରା ଦେଶରେ ଚାଲିଛି। ଅନେକ ବିରୋଧୀ ଦଳ ୟୁସିସିକୁ ଦୃଢ ବିରୋଧ କରୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନିର୍ବାଚନ ଏଜେଣ୍ଡା ବୋଲି ଅଭିଯୋଗ କରି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟ ମଧ୍ୟ ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ପିନରାଇ ବିଜୟନ କହିଛନ୍ତି ଯେ, ୟୁନିଫର୍ମ ସିଭିଲ୍ କୋଡ୍ ସମ୍ବନ୍ଧରେ ବିଜେପି ପଦକ୍ଷେପ ଗ୍ରହଣ କରିବା ପଛରେ ଏକ ନିର୍ବାଚନ ଏଜେଣ୍ଡା ରହିଛି। ଏ ବାବଦରେ ନିଆଯାଇଥିବା ପଦକ୍ଷେପ ପ୍ରତ୍ୟାହାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ନେତା ବିଜୟ କହିଛନ୍ତି ଯେ, ଦେଶର ବହୁ-ସାଂସ୍କୃତିକ ବିବିଧତାକୁ ହଟାଇବା ଏବଂ କେବଳ ଗୋଟିଏ ସଂସ୍କୃତିର ସାମ୍ପ୍ରଦାୟିକ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରର ପଦକ୍ଷେପ ଏକ ଯୋଜନା ଭାବରେ ଦେଖାଯାଇପାରେ।…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତା ବେଗନର ବିଦ୍ରୋହ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରାଏଟର୍ସ ଏହି ସୂଚନା ଦେଇଛି। ରାଏଟର୍ସ ଋଷର ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉଦ୍ଧେଶ୍ୟରେ କହିଛି ଯେ, ଦ୍ୱିପାକ୍ଷିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ସମସାମୟିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଉଭୟ ନେତା ଋଷ ଏବଂ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ମିଳିତ ପ୍ରକଳ୍ପର ନିରନ୍ତର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଏକଡାଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଉକ୍ତ ଗ୍ରାମର ସ୍ବର୍ଗତ ମୋଚିରାମ ଦଳବେହେରାଙ୍କ ପତ୍ନୀ ଇଚ୍ଛା ଦେଇ (୫୭) କୌଣସି କାରଣବଶତଃ ନିଜ ଘର ବାରି କୂଅରେ ପଡିଯାଇଥିଲେ। ଏହାଦେଖି ପରିବାର ଲୋକ ତୁରନ୍ତ ବାଣପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ଅଧିକାରୀ ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଇଛାଙ୍କୁ କୂଅରୁ ଉଦ୍ଧାର କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ନୂଆଦିଲ୍ଲୀ: ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଆପ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଆଜି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ନିୟମ ଅସାମ୍ବିଧାନିକ ଅଟେ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଆପ ସରକାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ତୁରନ୍ତ ରୋକ ଲାଗିବା ଉଚିତ୍। ଗତ ମାସରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ସ୍ଥାନାନ୍ତର ତଥା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ରାଜଧାନୀ ଜନସେବା ପ୍ରାଧିକରଣ ଗଠନ ପାଇଁ କେନ୍ଦ୍ର ସରକାର ଏକ ଆଧ୍ୟାଦେଶ ଜାରି କରିଥିଲେ। ଯାହା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧ କରୁଛନ୍ତି। ଏହି ନିୟମ ଘୋଷଣା ହେବାର କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ପୋଲିସ, ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ସେବା ନିୟନ୍ତ୍ରଣକୁ ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ…
ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଦେଶରୁ ସିକଲ୍ ସେଲ୍ ରୋଗ ଉନ୍ମୁଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାତୀୟ ସିକଲ୍ ସେଲ୍ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା, ବିଶେଷ କରି ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ୨୦ଟି ଜିଲ୍ଲାରେ ଜାତୀୟ ସିକଲ୍ ସେଲ୍ ରୋଗ ମିଶନକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି। ଏସବୁ ଜିଲ୍ଲା ହେଲେ – ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼। ଓଡ଼ିଶା ବ୍ୟତୀତ ଉତ୍ତରାଖଣ୍ଡ (୧୩ ଜିଲ୍ଲା), ତେଲଙ୍ଗାନା(୯ ଜିଲ୍ଲା), ଗୁଜରାଟ(୧୪ ଜିଲ୍ଲା), ତାମିଲନାଡ଼ୁ(୩୨ ଜିଲ୍ଲା), ରାଜସ୍ଥାନ(୮ ଜିଲ୍ଲା), ଆସାମ(୩୪ ଜିଲ୍ଲା), ଛତିଶଗଡ଼(୩୩ ଜିଲ୍ଲା),…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) କୁ ସମର୍ଥନ କରିପାରେ। ଉତ୍ସଗୁଡିକ ଏହି ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ, ଉଦ୍ଧବ ଠାକରେଙ୍କ ଦଳର ନେତାମାନେ ୟୁନିଫର୍ମ ସିଭିଲ କୋଡ ଉପରେ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି, କିନ୍ତୁ ସୂତ୍ରରୁ ପ୍ରକାଶ ଯେ, ଯଦି ସଂସଦକୁ ଅଣାଯାଏ ତେବେ ଉଦ୍ଧବ ଠାକରେଙ୍କ ଦଳ ଏହି ବିଲକୁ ସମର୍ଥନ କରିବ। ବାଲାସାହେବ ଠାକରେଙ୍କର ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ୱପ୍ନ ଅଛି – ଅଯୋଧ୍ୟାରେ ରାମ ମନ୍ଦିର, କାଶ୍ମୀରରୁ ୩୭୦ ହଟାଇବା ଏବଂ ଦେଶରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା। ଜୁନ୍ ୨୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ ୟୁସିସି କୁ ସମର୍ଥନ କରିବା ବିଷୟରେ କହିଥିଲେ। ଏହା ସହିତ ସେ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଶିବସେନା (ୟୁବିଟି) ସାଂସଦ ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ ଆଜି ସକାଳେ ପୁରୀରୁ ସୁନାବେଶ ଦେଖି ଏକ ବୋଲେରୋ ଗାଡି ନଂ ଓଡ଼ି ୦୭ ଏଫ ୯୫୫୬ ଯୋଗେ ୧୦ ଜଣ ଯାତ୍ରୀ ବ୍ରହ୍ମପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଓ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରଙ୍କ ସମେତ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମାତ୍ର ଦୁର୍ଘଟଣା…
ସ୍ୱାସ୍ଥ୍ୟ ଟିପ୍ସ: ଚାଉଳ ଏପରି ଏକ ଖାଦ୍ୟ ଯାହା ବିରିୟାନି ଠାରୁ ପଲାଓ, ଖିଚିଡି ଏବଂ ଖୀରୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର ହୋଇଥାଏ। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ବଡ ସମସ୍ୟା ହେଉଛି ସେମାନେ ଧଳା ଚାଉଳ ଖାଇ ପାରିବେ ନାହିଁ, କାରଣ ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ ପରିମାଣରେ ମିଳିଥାଏ। କେବଳ ଏତିକି ନୁହେଁ, ଏହା କାର୍ବୋହାଇଡ୍ରେଟରେ ମଧ୍ୟ ଭରପୂର ଅଟେ, ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢିପାରେ, ତେଣୁ ମଧୁମେହ ରୋଗୀମାନେ ଚାଉଳ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। କିନ୍ତୁ କୌଣସି ଉପାୟ ଅଛି ଯାହା ଦ୍ଵାରା ମଧୁମେହ ରୋଗୀମାନେ ମୁକ୍ତ ଭାବରେ ଚାଉଳ ଖାଇପାରିବେ, ତେବେ ଆସାମର ଏକ ସ୍ୱତନ୍ତ୍ର ଚାଉଳ ଅଛି ଯାହାକୁ ମଧୁମେହ ରୋଗୀମାନେ ମଧ୍ୟ ଖାଇ ପାରିବେ। ଜୋହ ଚାଉଳ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ: ନିକଟରେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ ଅଫ୍…
ସ୍ୱାସ୍ଥ୍ୟ ଟିପ୍ସ: ଚର୍ମର ଯତ୍ନ, ସ୍ୱାସ୍ଥ୍ୟ ସେବା, କେଶର ଯତ୍ନ ବିଷୟରେ ସମସ୍ତେ କଥାବାର୍ତ୍ତା କରନ୍ତି, କିନ୍ତୁ ପାଟିର ସ୍ୱାସ୍ଥ୍ୟ ସେତେ ଅଧିକ କଥାବାର୍ତ୍ତା ହୁଏ ନାହିଁ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଯେତିକି ଆବଶ୍ୟକ, ସମାନ ଭାବରେ ପାଟି ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଜିର ଖରାପ ଜୀବନଶୈଳୀ ହେତୁ ଲୋକମାନଙ୍କର ଦାନ୍ତ ଅଳ୍ପ ବୟସରେ ଭାଙ୍ଗୁପଡୁଛି। ଆଜିର ଯୁଗରେ, ଯୁବକମାନଙ୍କ କେଶ ଯେପରି ଧଳା ହୋଇଯାଏ, ସେହିଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଦାନ୍ତ ସହ ଜଡିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକଙ୍କ ଦାନ୍ତ ହଳଦିଆ, ଭଙ୍ଗା ଏବଂ ଅଳ୍ପ ବୟସରେ ଝଡିପଡୁଥିବାର ଦେଖାଯାଏ, ଯାହା ସିଧାସଳଖ ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ଏବେ ପ୍ରଶ୍ନ ଉଠୁଛି ଯେ ଏହାକୁ କିପରି ସମାଧାନ କରାଯିବ। ଆଜିକାଲି କାହିଁକି ଯୁବକ ବାଳକ ଏବଂ ବାଳିକାମାନେ ଅଧିକ ଦାନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମଧୁମେହ…

