ଭୁବନେଶ୍ଵର/ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ରାଜ୍ୟ ପାଇଁ ପ୍ରଥମ ପୁରସ୍କାର ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ; ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ; ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାଦ୍ରୀ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ମାନପୁର ପାଟଣାରେ ଅଭାବନୀୟ ଘଟଣା ଘଟିଯାଇଛି। ବଂଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦମ୍ପତ୍ତି ଦ୍ୱୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ଅହିଛି। ମୃତ ଦଂପତି ହେଲେ ଦୁର୍ଗା ଚରଣ ପୃଷ୍ଟି (୫୦), ପତ୍ନୀଙ୍କ ନାମ ମାମିନା ପୃଷ୍ଟି (୪୨)। ଉଭୟେ ପାଂପଡ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିଲେ। କବାଟ ଭାଙ୍ଗି ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ୍ ଶବ ଜବତ କରିଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଅଧିକ ଅନୁ ସନ୍ଧାନ ପାଇଁ ଫରେନସିକ୍ ଟିମ୍ ଆସିବାକୁ ପୋଲିସ୍ ଅନୁରୋଧ କରିଛି।
ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ,…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏସ୍ ଆର୍ ଛାତ୍ରୀ ନିବାସରୁ ଡଃ ଶୁଭାନୀ ପଟ୍ଟନାୟକ ନାମ୍ନୀ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଡଃ ଶୁଭାନୀ ସ୍ନାତକୋତ୍ତର ଡିଗ୍ରୀ ଛାତ୍ରୀ ଅଟନ୍ତି। ତାଙ୍କ ଘର ପୁରୁଷୋତ୍ତମ ପୁର ପାର୍ଥ ସାହି ବୋଲି ଜଣାପଡିଛି। ସେ ମାତ୍ରାଧିକ ନିଦ ବଟିକା ଖାଇଥିବା ରୁମ୍ ମେଟ୍ ଙ୍କ ଠାରୁ ପ୍ରକାଶ। ସେ ଅଚେତ ହେବାର ଦେଖି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଓ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସନ୍ଦେହ ଜନକ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଖବରପାଇ ଡାକ୍ତରଖାନା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମେୟା ସରକାର ଆଜି ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ କ୍ୟାବିନେଟ ବୈଠକରେ ବିଜେପି ଶାସନ ସମୟରେ ଆଣିଥିବା ଧର୍ମାନ୍ତରଣ ବିରୋଧୀ ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ କର୍ଣ୍ଣାଟକର ସିଲାବସ୍ରୁ କେବି ହେଡଗେୱାର ସହ ଜଡିତ ଅଧ୍ୟାୟକୁ ବାଦ ଦେବାକୁ ନିଷ୍ପତ୍ତି ମଧ୍ୟ ଅନୁମୋଦନ ହୋଇଛି। କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗରପ୍ପା କହିଛନ୍ତି ଯେ, କର୍ଣ୍ଣାଟକ କ୍ୟାବିନେଟ୍ ଆରଏସଏସର ପ୍ରତିଷ୍ଠାତା କେ.ବି ହେଡଗେୱାର ଏବଂ ଅନ୍ୟମାନଙ୍କ ସହ ଜଡିତ ଅଧ୍ୟାୟଗୁଡ଼ିକୁ ସ୍କୁଲ ପାଠ୍ୟପୁସ୍ତକରେ ହଟାଇବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ସେମାନେ (ପୂର୍ବ ସରକାର) ଯାହା ପରିବର୍ତ୍ତନ କରିଥିଲେ, ଆମେ ଏହାକୁ ପରିବର୍ତ୍ତନ କରିଛୁ। କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ, ପୂର୍ବ ବିଜେପି ସରକାର ଆଣିଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ରଦ୍ଦ କରିବାକୁ କର୍ଣ୍ଣାଟକ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରାର୍ଥନା ସହିତ ସମ୍ବିଧାନର…
ନୂଆଦିଲ୍ଲୀ: ଏସିଆ କପ୍ ଅଗଷ୍ଟ ୩୧ ତାରିଖ ୨୦୨୩ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ୧୩ ଟି ମ୍ୟାଚ୍ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟର ଚାରୋଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ଏହା ବ୍ୟତୀତ ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏସିଆ କପ୍ କୁ ନେଇ ଦୀର୍ଘ ସମୟ ଧରି ଲାଗିରହିଥିବା ବିବାଦ ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ହୋଇସାରିଛି। ଏହା ଦୁଇଟି ଦେଶରେ ଆୟୋଜିତ ହେବ। ପାକିସ୍ତାନରେ ୪ ଟି ମ୍ୟାଚ୍ ଖେଳାଯିବ। ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏସିଆ କପ୍ ର ଏହି ସଂସ୍କରଣରେ ଦୁଇଟି ଗ୍ରୁପ ରହିବେ। ଏଥର ପାକିସ୍ତାନରେ ଏସିଆ କପ୍ ଅନୁଷ୍ଠିତ ହେବାକୁ ଥିଲା। କିନ୍ତୁ ଭାରତୀୟ…
ଭୁବନେଶ୍ଵର: ରାଜ୍ୟରେ ପୁଣି ଆଜି ତାପମାତ୍ରାରେ ବୃଦ୍ଧି ହୋଇଛି। ଆଜି ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ତାପମାତ୍ରାରେ ବୃଦ୍ଧି ପାଇଥିବା କୁହାଯାଉଛି। କିନ୍ତୁ ଆସନ୍ତା ଦୁଇ ଦିନ ତାପମାତ୍ରାରେ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୨ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୪୩.୮ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୯.୨, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, କେଉଁଝରରେ ୩୮ ଡ଼ିଗ୍ରୀ, ପୁରୀରେ ୩୫ ଡ଼ିଗ୍ରୀ ଗୋପାଳପୁରରେ ୩୪ ଡ଼ିଗ୍ରୀ, ପାରାଦୀପରେ ୩୨.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨.୨ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୪୧.୪ ଡ଼ିଗ୍ରୀ, ସମ୍ବଲପୁରରେ ୪୧.୨ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, କେଉଁଝରରେ…
ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ବର୍ଜ୍ୟ ଏବଂ ଫ୍ଲାଏ ଆଶ୍ ଭଳି ସ୍ଥାୟୀ ସାମଗ୍ରୀର ଉପଯୋଗିତାକୁ ପ୍ରାଥମିକତା ଦିଆଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ଏନଏଚ-୩୩୪ବି ଉପରେ ୪୦.୨ କିଲୋମିଟର ଦୂରତାକୁ ବ୍ୟୟ ବହୁଳ ହେବାରୁ ବଞ୍ଚାଇବା ସହ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟ ନିଆଯାଇଛି। ରାଜପଥର ଏହି ଷ୍ଟ୍ରେଚ୍ ୟୁପି-ହରିୟାଣା ସୀମାର ବାଗପତରୁ ଆରମ୍ଭ ହୋଇ ହରିୟାଣାର ରୋହନା ପର୍ଯ୍ୟନ୍ତ ଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ଟୁଇଟର ଜବାବ ଦେଇ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି: ‘ସ୍ଥାୟୀ ବିକାଶ ଏବଂ ଉନ୍ନତ ସଂଯୋଗୀକରଣର ଏକ ସଠିକ୍ ମିଶ୍ରଣ। ଏହା ଆର୍ôଥକ ଅଭିବୃଦ୍ଧି ମଧ୍ୟ ବଢ଼ାଇବ।’
ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ ଯେଉଁମାନେ କି କ୍ଷେତ୍ର ସ୍ତରରେ ବାତ୍ୟା “ବିପର୍ଯ୍ୟୟ” ସଂକାନ୍ତୀୟ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏହି ସମସ୍ତ ଚ୍ୟାନେଲ ଦ୍ୱାରା ନିୟୋଜନ ବ୍ୟକ୍ତିମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି। ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ କ୍ଷେତ୍ର ସ୍ତରରୁ ରିପୋର୍ଟିଂ କରିବା ଏହି ଘଟଣାର ଖବର ପାଇଁ ବେସରକାରୀ ଟିଭି ଚ୍ୟାନେଲ ଦ୍ୱାରା ନିୟୋଜିତ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ତଥା ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗୁରୁତର ବିପଦ ଆଣିପାରେ। ମନ୍ତ୍ରଣାଳୟ ମଧ୍ୟ ଉଦବେଗ ପ୍ରକାଶ କରିଛି ଯେ ଏହିପରି କ୍ଷେତ୍ରସ୍ତରୀୟ ରିପୋର୍ଟିଂ ପାଇଁ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆସିପାରେ। ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ନିୟୋଜିତ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ରମ୍ଭା ଥାନା ପୋଲିସ ଦୁଇ ଏଟିଏମ୍ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ଦୁଇ ଜଣ ଯୁବକ ମଧ୍ୟରେ ଜଣେ ଚମାଖଣ୍ଡି ଥାନା ଅନ୍ତର୍ଗତ ଶୀତାରାମପୁର ଗ୍ରାମର ହରିହର ରେଡି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡି ବୋଲି ଜଣାପଡିଛି। ଉଭୟଙ୍କ ନିକଟରୁ ୧୨ ଟି ଏ ଟି ଏମ୍ କାର୍ଡ ଓ ନଗଦ ୯୨ ହଜାର ଟଙ୍କା ପୋଲିସ ଜବତ କରିଛନ୍ତି। ଏହି ଦୁଇ ଲୁଟେରା ବେଲଗୁଣ୍ଠା ଓ ପୁରୀ ଜିଲ୍ଲା କ୍ରୁଷ୍ଣପ୍ରସାଦ ଅଞ୍ଚଳରେ ଏ ଟି ଏମ୍ କାର୍ଡ ବଦଳାଇ ଟଙ୍କା ଲୁଟି ଚାଲିଥିଲେ। ଘଟଣା ବିଷୟରେ ପୋଲିସ ନିକଟରେ ରମ୍ଭା ଅଞ୍ଚଳରୁ ଦୁଇଟି ଓ ବେଲଗୁଣ୍ଠା ଅଞ୍ଚଳରୁ ଗୋଟିଏ ଅଭିଯୋଗ ପାଇ ଅନୁସନ୍ଧାନ ଚଳାଇ ଉକ୍ତ ଦୁଇ ଲୁଟେରା କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ହରିହର ନାମରେ ପୁର୍ବରୁ ବିଭିନ୍ନ ଥାନାରେ ମକଦ୍ଦମା ଥିବା…
ପୁରୀ: ଆସନ୍ତା ୧୯ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସକାଳ ୮ ଟା ରୁ ୯ ଟା ଯାଏଁ ପାରିମାଣିକ ଦର୍ଶନ କରାଯିବ। ସେଥିପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ମୋଟ ୭୦୦୦ ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ରହିଛି। ହେଲେ ଜଣେ ଭକ୍ତଙ୍କୁ କେବଳ ଦୁଇଟି ଟିକେଟ ମିଳିପାରିବ। ତେବେ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପାରିମାଣିକ ଦର୍ଶନ କରିପାରିବେ। ଏହାପରେ ସକାଳ ୯ ଟାରୁ ୧୧ ଟା ଯାଏଁ ସର୍ବ ସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନେସି ଇଣ୍ଟରନେସନାଲ ଆନିମେସନ୍ ଫେଷ୍ଟିଭାଲ୍ (ଏଆଇଏଏଫ୍) ରେ ଭାରତ ଅଂଶଗ୍ରହଣ କରିଛି। ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରାଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧୀଦଳ ଆନିମେସନ୍ ଶିଳ୍ପର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହିତ ଏଆଇଏଫ୍ ଠାରେ ବିଶ୍ୱ ଶ୍ରୋତାମାନଙ୍କ ପାଇଁ ଆନିମେସନ୍ ଏବଂ ଭିଏଫଏକ୍ସ ବିଷୟବସ୍ତୁ ସୃଷ୍ଟି କରିବାରେ ଭାରତର କ୍ଷମତା ପ୍ରଦର୍ଶନ କରୁଛନ୍ତି। ଭାରତ ସମ୍ପ୍ରତି ଭିଏଫ୍ଏକ୍ସ ର ଏକ ପସନ୍ଦର ଗନ୍ତବ୍ୟସ୍ଥଳ ଏବଂ ବିଶ୍ୱ ଉତ୍ପାଦନ କ୍ଷେତ୍ର ପାଇଁ ଆନିମେସନ୍ ବିଷୟବସ୍ତୁ ଭାବରେ ଉଭା ହୋଇଛି। ଭାରତରେ ଆନିମେସନ୍ ଏବଂ ଭିଏଫଏକ୍ସ ବଜାରର ମୂଲ୍ୟ ୨୦୨୧ ମସିହାରେ ୧୦୯ ବିଲିୟନ ଡ଼ଲାର ମୂଲ୍ୟାଙ୍କନ କରାଯାଇଥିଲା ଏବଂ କେବଳ ଭିଏଫଏକ୍ସ ବ୍ୟବସାୟରେ ୫୦ ବିଲିୟନ ଟଙ୍କା ରହିଥିଲା। ଇଆଣ୍ଡୱାଇ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୨୦୨୪ ସୁଦ୍ଧା ୧୮୦ ବିଲିୟନ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।…
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଗତ ମାସରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯୌନ ଶୋଷଣ ଅଭିଯୋଗ କରିଥିଲେ, ଯାହା ପରେ ଦିଲ୍ଲୀ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା ଏବଂ ଆଜି ଏହି ଅଭିଯୋଗ ଉପରେ ଆଜି ଆଭେନ୍ୟୁ କୋର୍ଟରେ ୧୦୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଅନ୍ୟପକ୍ଷରେ, ପୋକ୍ସୋ ମାମଲାରେ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବହୁତ ଆଶ୍ଵସ୍ତି ମିଳିଥିବାର ନଜର ଆସିଛି। ପଟିଆଲା ହାଉସ କୋର୍ଟରେ ପୋକସୋ ମାମଲାରେ ଦିଲ୍ଲୀ ପୋଲିସ ଏକ କ୍ଳୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ଦିଲ୍ଲୀ ପୋଲିସ କହିଛି ଯେ, ଏହି ମାମଲାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ, ତେଣୁ ଆମେ ଏହି ମାମଲାର ତଦନ୍ତ ବନ୍ଦ କରୁଛୁ। ପୋଲିସର ରିପୋର୍ଟକୁ ଗ୍ରହଣ କରି କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ସ୍ଥିର କରିଛନ୍ତି।
ଭୁବନେଶ୍ଵର: ଏଥର ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର ‘ରଜ କୁଇନ୍–ଉଡ଼ିଯା…ଆକାଶଟା ତୋ’ର’। ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହୋଇ ଆସୁଛି ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକରେ। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି। ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ। ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍” ରିଏଲିଟି ସୋ ପହଞ୍ଚିଛି ତାର ‘ଗାଲା’ ରାଉଣ୍ଡରେ। ପ୍ରତିଯୋଗୀ ମାନେ ଗୀତ ଗାଇବା ରାଉଣ୍ଡରେ ପହଁଚିଛନ୍ତି ଓ ଜବରଦସ୍ତ…
ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ କୋଇଲମା-ଗୈାରାଙ୍ଗପୁର ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଠିକାଦାର ଚେତିବା ସାଙ୍ଗକୁ ନିମ୍ନମାନର ରାସ୍ତା କାମର ପୁନଃ ନିର୍ମାଣ କରିଥିବା ଜଣାଯାଇଛି। ସୂଚନା ଥାଉ କି ଉକ୍ତ ରାସ୍ତାକାମ ନିର୍ମାଣର ସପ୍ତାହ ନପୁରୁଣୁ ପିଚୁ ଉଠିଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ଅଚଂଳବାସୀ ଅସନ୍ତୋଷ ଜାହିରି କରିଥିଲେ। ଏପରିକି ଅଚଂଳବାସୀ ଠିକାଦାରଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅପର ପକ୍ଷେ ରଣପୁର ପୁର୍ତ ବିଭାଗ ଅଧିନ କୋଇଲମା-ଗୈାରାଙ୍ଗପୁର ରାସ୍ତା ଦୀର୍ଘବର୍ଷ ଧରି ଖାଲଖମା ରେ ପରିପୂର୍ଣ୍ଣ ହେବା ଫଳରେ ଯାତାୟତ ରେ ବ୍ୟାପକ ସମସ୍ୟା ଉପୁଜୁଥିଲା। ତେବେ ନୂତନ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେବାପରେ ଲୋକମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆର୍ଥିକ ବର୍ଷ ୨୦୨୨-୨୩ ରେ ଅଟକଳ…
ରଣପୁର: ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ତଥା ସମଗ୍ର ବ୍ଲକ୍ ର ବିଭିନ୍ନ ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ଉପଖଣ୍ଡର ହଂସରା ଗ୍ରାମପଚାଂୟତ କରଡାପଲ୍ଲୀ ଠାରେ ଥିବା ମହାବୀର ମନ୍ଦିରରେ ଦୀର୍ଘ ୯ ବର୍ଷ ଧରି ରଜ ମହୋତ୍ସବ ପାଳିତ ହୋଇଆସୁଅଛି। କରଡାପଲ୍ଲୀ ଯାତ୍ରା ଦଳ ରାମ ଜନ୍ମ ନାଟକ ମଚଂସ୍ଥ କରୁଥିବା ଜଣାପଡିଛି। ସେହିଭଳି ଭାବରେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ନାରାୟଣୀ ଠାକୁରାଣୀଙ୍କ ଠାରେ ରାଜରାଜୁଡା ଅମଳରୁ ରଜ ମହୋତ୍ସବ ପାଳନ ହୋଇଆସୁଅଛି। ରଣପୁର ନୂଆଗାଁ ଠାରେ ଥିବା ରଣପୁର ରାଜାଙ୍କର ଗଡ ଠାକୁରାଣୀ ବାଳମୁକୁଳି ଦେବୀଙ୍କ ପୀଠରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହେଉଅଛି। ସେହିପରି ରଣପୁର ବ୍ଲକ୍ ଅନ୍ତର୍ଗତ ହରିପୁର, ଗଡବାଣିକିଲୋ,ତଳମଣିନାଗ ପୀଠ ଓ ବସନ୍ତପୁର ଆଦି ଗ୍ରାମ ମାନଙ୍କରେ ରଜ ପର୍ବ ପାଳନ ହେବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ସ୍ଥାନରେ…
ନୂଆଦିଲ୍ଲୀ: ବିଦେଶରୁ ଚାଲୁଥିବା ଖାଲିସ୍ତାନ ଆନ୍ଦୋଳନକୁ ଆଉ ଏକ ବଡ଼ ଝଟକା ଲାଗିଛି। ବ୍ରିଟେନରେ ରହୁଥିବା ଏବଂ ଅମୃତପାଲଙ୍କୁ ମାର୍ଗଦର୍ଶନ ଦେଉଥିବା ଖାଲିସ୍ତାନୀ ସମର୍ଥକ ଅବତାର ସିଂ ଖଣ୍ଡାଙ୍କର ବର୍ମିଂହାମ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏଜେନ୍ସିଗୁଡିକର ଉଦ୍ଧୃତ କରି ଏହି ସୂଚନା ସାମ୍ନାକୁ ଆସିଛି। କୁହାଯାଇଛି ଯେ, ଖାଣ୍ଡା ଆଇସିୟୁରେ ଲାଇଫ୍ ସପୋର୍ଟରେ ଥିଲେ, ଗତ କିଛି ଦିନ ହେବ ତାଙ୍କ ଅବସ୍ଥା ଗୁରୁତର ଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ ଅବତାର ସିଂ ଖଣ୍ଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ଅବତାର ସିଂ ଖାଣ୍ଡା ମୁଖ୍ୟ ଅଭିଯୁକ୍ତ ଥିଲେ। ଏହା ପରେ ଏନଆଇଏ ତାଙ୍କୁ ନିରନ୍ତର ଭାରତ ଆଣିବାକୁ ଚେଷ୍ଟା କରୁଥିଲା। ଖାଣ୍ଡକୁ ଏନଆଇଏର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅମୃତପାଲଙ୍କ ପୂର୍ବରୁ ଖାଣ୍ଡା ‘ୱାରିସ୍ ପଞ୍ଜାବ ଦେ’ ସଂଗଠନ ଚଳାଉଥିବା ଦୀପ ସିଦ୍ଧୁଙ୍କ ସହ…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳି ଯାଇଛି। ସୂଚନା ମୁତାବକ ବାଣପୁର ଏନଏସି ଦାଶରଥିପୁର ଗ୍ରାମ ହରିଜନ ସାହିର ଯୁଗଳ ନାୟକ ଏବଂ ପାଣୁ ନାୟକଙ୍କ ଚାଳ ଘରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଉଭୟ ପରିବାରର ଚାରି ବଖରା ଘର ଓ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହା ମନୁଷ୍ୟକୃତ ଅଗ୍ନିକାଣ୍ଡ ଏବଂ ଦୁର୍ବୁତ୍ତମାନେ ଜାଣିଶୁଣି ଉକ୍ତ ଘର ଗୁଡିକରେ ନିଆଁ ଲଗାଇଥିବା କ୍ଷତିଗ୍ରସ୍ତ ପରିବାରବର୍ଗ ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ଆଜି ଉକ୍ତ ପରିବାରବର୍ଗ ଥାନାର ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି। ତେବେ କ୍ଷତିଗ୍ରସ୍ତ ପରିବାରବର୍ଗ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ମିଳୁ ବୋଲି ସାଧାରଣରେ…
ଟାଙ୍ଗୀ: ଆଜି ପହିଲି ରଜରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମା’ ଉଗ୍ରତାରାଙ୍କ ପୀଠ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି। ଏହି ଉତ୍ସବ ଜୁନ ୧୪ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ପୋଲିସ ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ଆର. ଡବ୍ଲୁ. ଏସ. ଏସ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ସବରେ ଭକ୍ତଙ୍କ ସୁବିଧା ନିମନ୍ତେ ସଜାଗ ରହି ସହାୟତାର ହାତ ବଢ଼ାଇ ଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ପୀଠରେ ମା ‘ ଙ୍କ ଦର୍ଶନ କରୁଛନ୍ତି। ଜଳଛତ୍ର ସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଘୋଳଦହିର ପରିବେଷଣ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସି.ଡ଼ି.ଏମ. ଓ ଡ଼. ଆର୍ତ୍ତବନ୍ଧୁ ନାୟକଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କୁ ଏକ ଷ୍ଟଲ ଖୋଲାଯାଇଛି।…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ଆଜିଠାରୁ ରଜ ଆରମ୍ଭ ହୋଇଥିବା ବେଳେ ଗାଁ ଗାଁ ରେ ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଉଛି। ତାକୁ ଆଖିରେ ରଖି ପୋଲିସ ତନାଘନା ଜାରି ରଖିଛି। ଆଜି ଅପରାହ୍ନରେ ଭେଟେଶ୍ୱର ପଞ୍ଚାୟତ କୁରୁଞ୍ଜିପୁର ଗ୍ରାମର ରତ୍ନାକର ପଲେଇ (୪୦) ନିଜ ଘରେ ପଛପଟେ ମଦ ରଖି ବିକ୍ରି କରୁଥିବାର ସୂଚନା ପାଇ ରତ୍ନାକରଙ୍କ ଘର ଉପରେ ଚଢ଼ାଉ କରିଥିଲା ପୋଲିସ। ଉକ୍ତ ସ୍ଥାନରୁ ଦୁଇ ବସ୍ତା ଦେଶୀମଦ (୮୦ ଲିଟର) ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ। କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ। କିନ୍ତୁ ପରେ ରାଜା ରାଜୁଡା…

