Author: Samikhsya Bureau

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିର ଶିବରାମ ସେଠୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଶିବାନୀକୁ ତଣ୍ଟିଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୁଚନା ଅନୁଯାୟୀ ଅଭିଯୁକ୍ତ ଶିବରାମ ଗତ କିଛି ବର୍ଷ ପୂର୍ବେ ଶିବାନୀକୁ ବୈଦିକ ରୀତିରେ ବାହା ହୋଇଥିଲା ଓ ବେଳେ ବେଳେ ମନୋମାଳିନ୍ୟ ଘଟୁଥିଲା। କିନ୍ତୁ ଗତ ବୁଧବାର ଦିନ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। ଏହି ସମୟରେ ଶିବରାମ ସ୍ତ୍ରୀ ଶିବାନୀ କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଖବର ପାଇ ତାଙ୍କ ଶାଶୁ ସେଠାରେ ପହଞ୍ଚି ଶିବରାମ କୁ ଛଡ଼ାଇବା ବେଳେ ସେ ଶାଶୁମା କୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲା। ଯାହା ଫଳରେ ଶାଶୁମା ଝିଅ ଶିବାନୀକୁ ଚିକିତ୍ସା ନିମନ୍ତେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଚିକିଟି ବ୍ଳକ ଅନ୍ତର୍ଗତ ଗୋବିନ୍ଦନଗର ଗ୍ରାମରେ ଅବସ୍ଥିତ କରୁଣା ଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଞାନ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତକଡା ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘ସଲିଡ୍’ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଏହି ଅନୁଷ୍ଠାନ ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାରେ ପ୍ରୟାସ ଜାରି ରଖିଛି ଓ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୧ ଥର ଏହି ଭଳି ସଫଳତା ହାସଲ କରିଥିବା ଅନୁଷ୍ଠାନ ଅଧ୍ୟକ୍ଷ ଙ୍କ ଠାରୁ ପ୍ରକାଶ। ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଏହି ଅନୁଷ୍ଠାନର ମୋଟ ୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୭, ଦ୍ଵିତୀୟ ଶ୍ରେଣୀରେ ୩୬ ଓ ତ୍ରୁତୀୟ ଶ୍ରେଣୀରେ ୭ ଜଣ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ର…

Read More

ଭୁବନେଶ୍ୱର: ଗବେଷଣା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ରର ଉଦ୍‌ଭାବନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗବେଷକ। ଏହି ଫର୍ମୁଲେସନ୍‌ଗୁଡ଼ିକ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ବୁଧବାର ଭାରତ ସରକାରଙ୍କ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହିତ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ କରାଯାଇଛି। ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରଗୁଡ଼ିକ ଦ୍ୱାରା ଶୁଷ୍କ ଆଖି, ଗଳାରେ ସଂକ୍ରମଣ ଓ ଦୀର୍ଘକାଳୀନ କ୍ୟାନ୍ସର ଚିକିତ୍ସାକୁ ସହଜ କରିବା ସମ୍ଭବ ହୋଇପାରିବ ବୋଲି ଏହି ଗବେଷଣା ଟିମ୍‌ର ନେତୃତ୍ୱ ନେଇଥିବା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ ସୂଚନା ଦେଇଛନ୍ତି। ଏସ୍‌ପିଏସ୍ ପରିଚାଳିତ ସୋଆ-ଡିବିଟି ବିଲ୍ଡର ନ୍ୟାସ୍‌ନାଲ୍ ଲାବାରେଟୋରୀର ଗବେଷକମାନେ ଏଭଳି ଅଭିନବ ସୂତ୍ର ବିକଶିତ କରିଛନ୍ତି ଯାହା ଆଖିରେ ପ୍ରିଜରଭେଟିବ ସମ୍ବଳିତ ଡ୍ରପ୍ ବ୍ୟବହାର କରୁଥିବା ଲୋକଙ୍କ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମର ଦୀପକ୍ ପାହାଣ ନାମକ ଜଣେ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଥାଉକି ଦୀପକ୍ କମାପଲ୍ଲୀ ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଜନୈକା ନାବାଳିକା ସହ ପରିଚୟ ହୋଇଥିଲା ଓ ଧିରେ ଧିରେ ସମ୍ପର୍କ ବଢ଼ି ଚାଲିଥିଲା। ଏହା ମଧ୍ୟରେ ନାବାଳିକା ଜଣକ ନିଜ ମାମୁଁ ଘର ଲାଞିପଲି ଯାଇଥିଲା ବେଳେ କୌଶଳ କ୍ରମେ ଦୀପକ୍ ତାକୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଜଣକ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଥିଲେ ଓ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଦୀପକ୍ କୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି। ସ୍ଥାନୀୟ ମିଡ଼୍‌ଟାଉନଠା୍‌ରେ ଶୁକ୍ରବାର ଅପରାହ୍ନ ୪ଘଟିକାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା। କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରି ସାରା କଳାହାଣ୍ଡି ଭ୍ରମଣ କରିଥିଲା। ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍…

Read More

ଭୁବନେଶ୍ଵର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ସେବା ସାମୟିକ ଭାବେ ପ୍ରଭାବିତ ହେବ। ପଢନ୍ତୁ ସଂପୂର୍ଣ୍ଣ ତାଲିକା…. ଟ୍ରେନ୍ ବାତିଲ୍: A. 08441/08442 ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 5 ଜୁନ୍ 2023 ରେ ବାତିଲ ରହିବ। B. 08264 ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। C. 08277 ଟିଟିଲାଗଡ଼-ରାଇପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। D. 08171 / 08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। E. 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। F. 08263 ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 8 ରୁ 10 ଜୁନ୍ ପର୍ଯ୍ୟନ୍ତ। G. 08278 ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ରାୟପୁରରୁ 8…

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…

Read More

ନୂଆଦିଲ୍ଲୀ: ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିଭଳି ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପିଏମଓ ଅନୁଯାୟୀ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି।

Read More

ଭୁବନେଶ୍ଵର: ଓଡିଶାରେ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଓଡିଶା ଟ୍ରେନ୍ ଦୁର୍ଘଟଣା ପାଇଁ ମର୍ମାହତ। ଏହି ଦୁଃଖ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ଅଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ରେଳମନ୍ତ୍ରୀ @ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇ ପରିସ୍ଥିତି ଅନୁଧ୍ୟାନ କରିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣା ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି। “

Read More

ନୂଆଦିଲ୍ଲୀ: ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବଙ୍ଗା ଆଜି ବିଶ୍ୱ ବ୍ୟାଙ୍କର ସଭାପତି ଭାବେ ଦାୟିତ୍ଵ ନେବେ। ମେ ୩ ତାରିଖରେ ବିଶ୍ୱ ବ୍ୟାଙ୍କର ୨୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ଅଜୟ ବଙ୍ଗାଙ୍କୁ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ସଭାପତି ଭାବରେ ମନୋନୀତ କରିଥିଲେ। ଅଜୟ ବଙ୍ଗା ଭାରତୀୟ-ଆମେରିକୀୟ ଏବଂ ଆମେରିକୀୟ ଶିଖ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବରେ ବିଶ୍ୱ ବ୍ୟାଙ୍କର ମୁଖ୍ୟ ହୋଇଛନ୍ତି। ଅଜୟ ବଙ୍ଗା ଡେଭିଡ ମାଲପାସଙ୍କ ସ୍ଥାନ ନେବେ। ଫେବୃଆରୀ ଶେଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ଵାରା ଶ୍ରୀଯୁକ୍ତ ବଙ୍ଗା (୬୩) ମନୋନୀତ ହୋଇଥିଲେ। ଜୋ ବାଇଡେନ କହିଥିଲେ ଯେ, ଏହି ବିଶ୍ୱସ୍ତରୀୟ ସଂଗଠନର ନେତୃତ୍ୱ ନେବା ପାଇଁ ଅଜୟ ବଙ୍ଗା ସବୁଠାରୁ ଉପଯୁକ୍ତ ବ୍ୟକ୍ତି।

Read More

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ଏବଂ ସମୃଦ୍ଧତା ଆଣିଥାଏ ଏବଂ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ସନ୍ତୋଷୀ ମାତାଙ୍କ ପୂଜାପାଠ ସମୟରେ ଏହି ମନ୍ତ୍ର ଜପ କରିବା ଶୁଭ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ମନ୍ତ୍ରଗୁଡ଼ିକ କ’ଣ?….. ମା’ ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର: ऊँ श्रींह्रीं श्रीं कमले कमलालये प्रसीद प्रसीद श्रीं ह्रीं श्रीं ऊँ महालक्ष्मी नम:। ଅର୍ଥ ସମସ୍ୟା ଦୂର କରିବା ପାଇଁ ମନ୍ତ୍ର: ऊँ ह्रीं श्री क्रीं क्लीं श्री लक्ष्मी मम गृहे धन पूरये, धन पूरये, चिंताएं दूरये-दूरये स्वाहा:। ଶ୍ରୀ ଲକ୍ଷ୍ମୀ ମହାମନ୍ତ୍ର: ऊँ श्रीं ल्कीं महालक्ष्मी महालक्ष्मी एह्येहि सर्व सौभाग्यं देहि मे स्वाहा।। ସମସ୍ତ ମନସ୍କାମନା ପାଇଁ ଲକ୍ଷ୍ମୀ ମନ୍ତ୍ର: श्रीं ह्रीं क्लीं ऐं कमलवासिन्यै स्वाहा। ସଫଳତା ପାଇଁ ଲକ୍ଷ୍ମୀ ମନ୍ତ୍ର:…

Read More

ଭୁବନେଶ୍ଵର: ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ। ଭୁବନେଶ୍ୱରସ୍ଥିତ ହୋଟେଲ ଶୀତଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର “ଟ୍ୱିନ୍ସ” ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ,ଜୀସାର୍ଥକ ମାର୍କେଟିଙ୍ଗ ହେଡ୍ ଶ୍ରାବନ୍ତୀ ରୟ, ଜୀ ସାର୍ଥକ ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ଟ୍ୱିନ୍ସ ରେ ଦର୍ଶକ ଦେଖିବେ ଚୁଲବୁଲି ଅଭିନେତ୍ରୀ ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ନୂଆ ଯୋଡି। ଟ୍ଵିନ୍ସ ଅର୍ଥାତ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀ। ପାରମ୍ପରିକ…

Read More

ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଅନର୍ଗତ ତୁମୁରାପୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ପ୍ରତାପ ଗ୍ରାମରେ ନୂତନ ଭାବେ ଦୀର୍ଘ ଆଠ ବର୍ଷ ଧରି ନିର୍ମାଣଧୀନ ଶ୍ରୀ ଶ୍ରୀ ବାବା ପ୍ରତାପଶ୍ୱର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଉତ୍ସବ ଗତ ଶନିବାର ଠାରୁ ଆରମ୍ଭ ହୋଇ ଗୁରୁବାର ଯଂଜ୍ଞାହୂତି ଏବଂ ବିଗ୍ରହ ସ୍ଥାପନ ପରେ ସମାପନ କରାଯାଇଛି। ଶନିବାର ଅଙ୍କୁରରୋପଣ, ରବିବାର କଳସ ଯାତ୍ରା ଓ ବ୍ରାହ୍ମଣ ଦେବତାବରଣ ପରେ ଯଂଜ୍ଞ ଆରମ୍ଭ କରାଯାଇଥିଲା। ସୋମବାର ସୂର୍ଯ୍ୟପୂଜା, ଚଣ୍ଡୀପାଠ, ଅଭିଷେକ ପରେ ଯଂଜ୍ଞାହୂତିର ପ୍ରାରମ୍ଭ ହୋଇଥିଲା। ବୁଧବାର ଦେବଦେବୀ ପୂଜା ନୂତନ ବିଗ୍ରହଙ୍କ ମହାସ୍ନାନ ଓ ଶୟନ କାର୍ଯ୍ୟ ସମାପନ କରାଯାଇଥିଲା। ଗୁରୁବାର ଅନ୍ତିମ ଦିବସରେ ସୂର୍ଯ୍ୟପୂଜା ଦେବତା ମାନଙ୍କ ମନ୍ଦିର ପରିକ୍ରମା, ମନ୍ଦିରରେ ତ୍ରିଶୂଳ ଓ ଧୂଜା ସ୍ଥାପନ, ବିଗ୍ରହ ମାନଙ୍କ ଆସନ ବିରାଜମାନ ସହ ଯଂଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ମନ୍ଦିର…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ୍ ଶାହାଙ୍କ ଚାରଦିନିଆ ମଣିପୁର ଗସ୍ତ ଆଜି ଶେଷ ହୋଇଛି। ଗସ୍ତର ଅନ୍ତିମ ଦିବସରେ ଇମ୍ଫାଲ ଠାରେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ହିଂସାଗ୍ରସ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସେ ସବୁ ପକ୍ଷଙ୍କୁ ନିବେଦନ କରିବା ସହିତ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ବିଭିନ୍ନ ପକ୍ଷ ଏକାଠି ହୋଇ ଆପୋସ ଆଲୋଚନା ଜରିଆରେ ଶାନ୍ତି ଓ ସଦଭାବନା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସ୍ପର୍ଶକାତର ସମୟରେ ରାଜ୍ୟବାସୀ କୌଣସି ଗୁଜବ ଓ ଅପପ୍ରଚାରରେ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଶାହା ମୋଦୀ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ମଣିପୁର ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ କରାଯିବ। କୌଣସି ଏକ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ…

Read More

ଭୁବନେଶ୍ଵର: ଆଜିଠାରୁ ରାଜ୍ୟ ଅମଲା ମଞ୍ଚ ଗ୍ରେଡ ପେ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି। ପ୍ରାୟ ୫୦ ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସରକାରୀ ଦପ୍ତରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଅମଲାମାନଙ୍କ ଦାବି ମୁତାବକ ୨୦୧୭ ପରେ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ। ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ ପେ, ଏବେ ବି ବଳବତ୍ତର ରହିଛି। ହେଲେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ ଅଭିଯୋଗ କରି ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅମଲାମାନେ ଦାବି କରିଆସୁଛନ୍ତି। ଏଥିପାଇଁ ମେ ୧ ତାରିଖରୁ ସରକାରଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାପରେ ମଧ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶର ସମସ୍ତ ଏମ୍ସ ମଧ୍ୟରେ ଏମ୍ସ, ନାଗପୁର ଏନଏବିଏଚ ମାନ୍ୟତା ପାଇବାରେ ପ୍ରଥମ ହୋଇଥିବାରୁ ଏମ୍ସ, ନାଗପୁର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଏମ୍ସ ନାଗପୁରର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହି ସଫଳତା ପାଇଁ @AIIMSNagpur ଟିମକୁ ଶୁଭେଚ୍ଛା। ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏହା ଏକ ମାନକ ସ୍ଥାପିତ କରିପାରିଛି।”

Read More

ଭୁବନେଶ୍ୱର: ଦେଶର ସବୁଠୁ ମୂଲ୍ୟବାନ ୫ ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସର ଦୁଇଟି ବ୍ରାଣ୍ଡ୍ ରିଲାଏନ୍ସ ଓ ଜିଓକୁ ସ୍ଥାନ ମିଳିଛି। ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ୍ କନ୍‌ସଲ୍‌ଟାନ୍ସି ସଂସ୍ଥା ଇଂଟରବ୍ରାଣ୍ଡ୍ ପକ୍ଷରୁ ଭାରତର ୫୦ ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ତାଲିକା ଜାରି କରାଯାଇଛି। ୧,୦୯,୫୭୬ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଟିସିଏସ୍ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଇଂଟରବ୍ରାଣ୍ଡ୍‌ର ଏହି ତାଲିକାରେ ରିଲାଏନ୍ସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜିଓ ପଂଚମ ସ୍ଥାନ ହାସଲ କରିଛି। ରିଲାଏନ୍ସର ବ୍ରାଣ୍ଡ୍ ମୂଲ୍ୟ ୬୫,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଓର ବ୍ରାଣ୍ଡ୍ ମୂଲ୍ୟ ୪୯,୦୨୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ତାଲିକାର ପଂଚମ ସ୍ଥାନରେ ରହିଛି। ଜିଓ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛି। ଜିଓଠାରୁ ଗୋଟିଏ ପାହାଚ ତଳେ ଷଷ୍ଠ ସ୍ଥାନରେ ଏୟାରଟେଲ୍ ରହିଛି। ଆଇଟି କଂପାନି ଇନ୍‌ଫୋସିସ୍ ୫୩,୩୨୩ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ…

Read More

ନୂଆଦିଲ୍ଲୀ: ୨୦୨୩ ମସିହା ମଇ ମାସରେ ସଂଗୃହିତ ମୋଟ ଦ୍ରବ୍ୟ ଓ ସେବା କର (ଜିଏସଟି) ରାଜସ୍ୱ ହେଉଛି ୧,୫୭,୦୯୦ କୋଟି ଯେଉଁଥିରୁ ସିଜିଏସ୍‍ଟି ହେଉଛି ୨୮,୪୧୧ କୋଟି, ଏସଜିଏସଟି ହେଉଛି ୩୫,୮୨୮ କୋଟି, ଆଇଜିଏସ୍‍ଟି ହେଉଛି ୮୧,୩୬୩ କୋଟି (ସାମଗ୍ରୀ ଆମଦାନୀରୁ ସଂଗ୍ରହ ହୋଇଥିବା ୪୧,୭୭୨ କୋଟି ସହିତ) ଏବଂ ସେସ୍ ହେଉଛି ୧୧,୪୮୯ କୋଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୧୦୫୭ କୋଟି ଅନ୍ତର୍ଭୂକ୍ତ)। ସରକାର ସିଜିଏସଟିରୁ ୩୫,୩୬୯ କୋଟି ଏବଂ ଆଇଜିଏସଟି ରୁ ଏସଜିଏସଟିକୁ ୨୯,୭୬୯ କୋଟି ଟଙ୍କା ଚୂଡାନ୍ତ କରିଛନ୍ତି। ଚୂଡାନ୍ତ ପରେ ମଇ ୨୦୨୩ ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୬୩,୭୮୦ କୋଟି ଏବଂ ଏସଜିଏସଟି ପାଇଁ ୬୫,୫୯୭ କୋଟି। ମଇ ୨୦୨୩ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍‍ଟି ରାଜସ୍ୱ ପରିମାଣ ଗତ ବର୍ଷ ସମାନ ସମୟ ତୁଳନାରେ ୧୨% ଅଧିକ ରହିଛି। ଗତବର୍ଷର ଏହି ସମୟ ତୁଳନାରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ ଏହି ଅବସରରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଏକ ଟାଇଗର ଆନ୍ଥେମ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ @timesofindia ସମୂହର ଏକ ନିଆରା ଉଦ୍ୟମ। ଦେଶବାସୀଙ୍କୁ ଧନ୍ୟବାଦ, ଆମ ଦେଶ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି।” https://twitter.com/narendramodi/status/1664120575558828032?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1664120575558828032%7Ctwgr%5E765ec51652855d0442ea48d4d93a17702d81ade3%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1929002

Read More

ମୁମ୍ବାଇ: ଏନସିପି ସଭାପତି ଶରଦ ପାୱାର ଆଜି ମୁମ୍ବାଇର ସରକାରୀ ବାସଭବନ ବର୍ଷା ବଙ୍ଗଳା ଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି। ମରାଠା ମନ୍ଦିର ସଂସ୍ଥାକୁ ୭୫ ବର୍ଷ ପୂରଣ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିବାକୁ ଶରଦ ପାୱାର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଛନ୍ତି। ଏହି କାର୍ଯ୍ୟକ୍ରମ ଜୁନ୍ ୨୪ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଶରଦ ପାୱାର ମରାଠା ମନ୍ଦିର ସଂସ୍ଥାର ସଭାପତି। ଶିବସେନା (ୟୁବିଟି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ବିଦେଶ ଗସ୍ତରେ ଅଛନ୍ତି। ଏପରି ସମୟରେ ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି। ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଲୋକସଭା ନିର୍ବାଚନ ପୂର୍ବରୁ ଶରଦ ପାୱାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଜୁନ୍ ୧୨ ତାରିଖରେ ପାଟନାରେ ବିରୋଧୀ ଦଳର…

Read More