ନୂଆଦିଲ୍ଲୀ: ୪ ଜଏଣ୍ଟ ଆଉଟପୋଷ୍ଟର ଉଦଘାଟନ ସହ ବିଏସଏଫକୁ ଆହୁରି ଦୃଢ଼ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ କରିଛନ୍ତି। ମୋଟ ୧୦୮.୩ କୋଟି ଟଙ୍କାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ଦୁଇଟି ଆବାସିକ କମ୍ପେ୍ଲକ୍ସ ଏବଂ ଜଣେ ଅଧିକାରୀଙ୍କ ମେସ୍ ମଧ୍ୟ ଉଦଘାଟନ କରାଯାଇଛି। ଏହି ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି ଯେ, ‘ଏହା ଆମ ସୀମା ସୁରକ୍ଷାକୁ ମଜଭୁତ କରିବ ଏବଂ ସାହସୀ ବିଏସଏଫ କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ’।
Author: Samikhsya Bureau
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ହିଲପାଟଣା ମୁଖ୍ୟ ରାସ୍ତାରେ କିଛି ଯୁବକ ଅଚାନକ ଆସି ଗୋଟିଏ ଟ୍ରାଭେଲ୍ସ ଏଜେନ୍ସି ଦୋକାନ ବାହାରେ ଥିବା ଏକ ମୋଟରସାଇକେଲକୁ ବିଭିନ୍ନ ମାରଣାସ୍ତ୍ର ଧରି ଭାଙ୍ଗୁଥିଲେ। ଏହି ସମୟରେ ଦୋକାନ ମାଲିକ ଗାଡ଼ି ଭଙ୍ଗାରୁଜା କରୁଥିବା ଯୁବକ ମାନଙ୍କୁ ଆପତ୍ତି କରିବାରୁ ଉକ୍ତ ଯୁବକ ମାନେ ଧାରୁଆ ଅସ୍ତ୍ରରେ ଦୋକାନ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ସୁଦର୍ଶନ ଦାସ ଓ ହରିହର ପାଣିଗ୍ରାହୀ ପ୍ରମୁଖ ଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିବା ସହ ଆକ୍ରମଣକାରୀ ଯୁବକ ମୁକେଶ ସାହୁ ସମେତ ୩ ଯୁବକକୁ ଥାନାରେ ଅଟକ ରଖି ଜେରା କରୁଛନ୍ତି। ଘଟଣାରେ ସଂପୃକ୍ତ ଆଉ କିଛି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିଜକୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱରର ଜଣେ ଉଚ୍ଚ ପଦାଧିକାରୀ ବୋଲି ପରିଚୟ ଦେଇ ଆଜକୁ ୩ ବର୍ଷ ହେଲା ଶୈଳବାଳା ମିଶ୍ର ନାମ୍ନୀ ଜଣେ ଉଚ୍ଚ ଶିକ୍ଷିତା ମହିଳା କିଛି ଠକ ଏଜେଣ୍ଟ୍ ମାନଙ୍କ ଦ୍ଵାରା ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ପୋଲସରା ପୋଲିସ ଦ୍ବାରା ନିଜର ସହଯୋଗୀ ଚିରିକିପଡା ଶାସନ ଗ୍ରାମର ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଭଞ୍ଜନଗର ଅଞ୍ଚଳର ଶିବରାମ ଗୌଡ଼ଙ୍କ ସହ ଗିରଫ ହୋଇ ଜେଲରେ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ଚିରିକିପଡା ଶାସନର ରଞ୍ଜନ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଙ୍କୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱରରେ କ୍ୟାଣ୍ଟିନ୍ କରାଇଦେବି ବୋଲି ଉକ୍ତ ମହିଳା ରଞ୍ଜନଙ୍କ ଠାରୁ ନଗଦ ୫୬ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିଲା ସିନା କୌଣସି ସଫଳତା ନପାଇ ରଞ୍ଜନ…
ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତି ନେଇ କରିଛନ୍ତି ଏକ ଘୋଷଣା। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେଡି ପୂର୍ବପରି ଏକାକୀ ଲଢିବ। କାହା ସହିତ ମେଣ୍ଟ କରିବ ନାହିଁ। ପୂର୍ବରୁ ବିଜେଡି ଯେପରି ବିଜେପି କଂଗ୍ରେସଠାରୁ ସମଦୂରତା ବଜାଇ ରହିଥିଲା ତାହା ବଜାଇ ରହିବ। ନବୀନଙ୍କ ଏପରି ବିବୃତି ପରେ ଜାତୀୟ ରାଜନୀତିରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ବିରାମ ଲାଗିଛି। ଏପରିକି ନୀତିଶ କୁମାରଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଇଛି। ନିକଟରେ ନୀତିଶ ଭୁବନେଶ୍ବର ଆସି ନବୀନଙ୍କୁ ମହାମେଣ୍ଟ ପାଇଁ ଯେଉଁ ବୁଝାମଣା ପ୍ରୟାଶ କରିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ଆପଣ ନୂଆଦିଲ୍ଲୀରେ କେତେକ ଅଣବିଜେପି ନେତାଙ୍କୁ ଭେଟିବେ କି ବୋଲି ପ୍ରଶ୍ନ ପଚାରିବାରୁ ନବୀନ ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ, ନବୀନ…
ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡ ଖବର। ଆସନ୍ତା ପାଞ୍ଚଦିନ ପାଇଁ ଓଡିଶାର ପାଣିପାଗରେ ହେବ ଅସ୍ବାଭିକ ପରିବର୍ତ୍ତନ। ଏଥିସହିତ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଭୁବନେଶ୍ବର: ଆଜି ସୁପ୍ରିମ୍ କୋର୍ଟ ଦିଲ୍ଲୀ ସରକାର ଏବଂ ଏଲଜି ବା ଦିଲ୍ଲୀ ଉପରାଜ୍ୟପାଳ ବିବାଦ ମାମଲାର ବିଚାର କରି ନିର୍ଦ୍ଧେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ କ୍ଷମତା ରହିଛି। ଉପରାଜ୍ୟପାଳ ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ମାନିବାକୁ ବାଧ୍ୟ ଏବଂ କର୍ମଚାରୀ ମାନଙ୍କର ନିୟୋଜନ ଏବଂ ବଦଳି ଉଭୟ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ରହିବ। କେନ୍ଦ୍ର ସରକାର ସେଥିରେ ସିଧା ସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ଏହାକୁ ନେଇ ଓଡିଶା ଆମ ଆଦମୀ ପାର୍ଟି ସ୍ବାଗତ କରିଛି। ପାର୍ଟି କହିଛି ଯେ, ପଛ ଦ୍ଵାର ଦେଇ କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ଆମ୍ ଆଦ୍ମୀ ପାର୍ଟି ସରକାରଙ୍କୁ ନିୟନ୍ତ୍ରିତ କରିବା ଯେଉଁ ଷଡଯନ୍ତ୍ର କରିଥିଲେ, ତାହା ଆଜି ବିଫଳ ହୋଇଅଛି। ସେଥିପାଇଁ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ତରଫରୁ ସୁପ୍ରିମ୍ କୋର୍ଟର ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଭାରତୀୟ ଜନତା ପାର୍ଟିରେ ଷଡଯନ୍ତ୍ରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଅଛି।
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଘଡେଇ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ। ବିଭାଗୀୟ ଯନ୍ତ୍ରୀମାନେ ଏଥିପାଇଁ ଉତ୍ତରଦାୟୀ ରହିବା ନିହାତି ଆବଶ୍ୟକ। ଯେଉଁ ଠିକାଦାର ଅଥବା ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି ବା ମାନ ଅନୁସାରେ କାମ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ରାଜିନାମା ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ସତର୍କ କରାଇଦେଇଛନ୍ତି। ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୁର୍ଣ୍ଣ କାର୍ଯ୍ୟଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ସେହିପରି ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ଏକ…
କଟକ: ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଶିଳ୍ପପତି ଅଶୋକ ସାମଲଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି କଟକ ତେଲଙ୍ଗାବଜାର ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅଶୋକ କଂଗ୍ରେସର ମୁଖପାତ୍ର ସହିତ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିଲେ। ସେ କଟକର କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ବେଶ ପରିଚିତ ଥିଲେ। ସରକାରଙ୍କୁ ଶାଣିତ ମାର୍ଗରେ କଟୁ ସମାଲୋଚନା କରିବାରେ କଳା ବେଶ ଜଣାଥିଲା। ତାଙ୍କ ବିୟୋଗରେ ବହୁ କଂଗ୍ରେସ ନେତା ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଜଟଣୀସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନ୍ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ନାଥଦ୍ୱାରରେ ୫୫୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିଛନ୍ତି। ବିକାଶ ପ୍ରକଳ୍ପଗୁଡ଼ିକ ସେହି ଅଞ୍ଚଳରେ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥାଏ ଯେଉଁଠାରେ ରେଳ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକ ସାମଗ୍ରୀ ଏବଂ ସେବାଗୁଡିକର ଗତିପଥକୁ ସୁବିଧାଜନକ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆସିବ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀନାଥଙ୍କ ଗୌରବମୟ ଭୂମି ମେୱାର ଦର୍ଶନ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦିନକ ପୂର୍ବରୁ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିରରେ ଦର୍ଶନ ଓ ପୂଜା କରିବା କଥା ମନେ ପକାଇ ଆଜାଦି କା ଅମୃତ କାଳରେ ଏକ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆଶୀର୍ବାଦ କାମନା କରିଥିଲେ। ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ…
ନୂଆଦିଲ୍ଲୀ: ଆସାମରେ ଅବସ୍ଥିତ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଏନଜିଓର ଜଣେ ଅଧିକାରୀଙ୍କ ଦ୍ଵାରା ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ପ୍ରସଙ୍ଗରେ ତାଙ୍କ ଆତ୍ମଜୀବନୀରେ କିଛି ଭୁଲ କଥା କୁହାଯାଇଛି ବୋଲି ଏହି ମାମଲାରେ ଦାବି କରାଯାଇଛି। ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଅଭିଜିତ୍ ଶର୍ମା ମାମଲା ଦାୟର କରିଛନ୍ତି। ଆବେଦନକାରୀ ଅଭିଜିତ୍ ଶର୍ମା ଗୁଆହାଟୀର କାମରୂପ (ମେଟ୍ରୋ) ଜିଲ୍ଲା ତଥା ସିଭିଲ୍ ଜଜ୍ କୋର୍ଟରେ ଗୋଗୋଇଙ୍କ ବିରୋଧରେ ୧ କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏହା ସହିତ ସେ ପୂର୍ବତନ CJI ଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍ ଫର ଦ ଜଜ୍’ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଆସାମ ପବ୍ଲିକ୍ ୱାର୍କର ଏନଜିଓର ସଭାପତି ଶ୍ରୀଯୁକ୍ତ ଶର୍ମା ରାଜ୍ୟରେ ଏନଆରସି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ…
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଏକଜିଟ୍ ପୋଲର ଆକଳନ ଆସିଛି। ଅନେକ ଏକଜିଟ୍ ପୋଲରେ କଂଗ୍ରେସ ସବୁଠୁ ବଡ ଦଳ ବୋଲି ମନେହୁଏ, କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରୁନାହିଁ। ତେବେ ଦୁଇଟି ପ୍ରମୁଖ ସର୍ଭେରେ ବିଜେପି ସରକାର ମଧ୍ୟ ଗଠନ ହୋଇଥିବା ଜଣାପଡିଛି। ନ୍ୟୁଜ୍ ନେସନ୍ ପାଇଁ କରାଯାଇଥିବା ସିଜିଏସ୍ ସର୍ଭେ ଅନୁଯାୟୀ ବିଜେପି ୨୨୪ ଟି ସିଟ୍ ମଧ୍ୟରୁ ୧୧୪ ଟି, କଂଗ୍ରେସ ୮୬, ଜେଡିଏସ୍ ୨୧ ଏବଂ ଅନ୍ୟାନ୍ୟ ୩ ଟି ସିଟ୍ ପାଇପାରନ୍ତି। ଭୋଟ୍ ପ୍ରତିଶତ ବିଷୟରେ କହିବାକୁ ଗଲେ ସର୍ଭେରେ କୁହାଯାଇଛି ଯେ, ବିଜେପି ୪୫.୩୪ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି। ଏଥି ସହିତ କଂଗ୍ରେସ ୩୦.୮୯ ପ୍ରତିଶତ ଏବଂ ଜେଡିଏସ ୧୪.୨୫ ପ୍ରତିଶତ ଭୋଟ୍ ପାଇପାରନ୍ତି। ଅନ୍ୟମାନେ ୯.୫୨ ପ୍ରତିଶତ ଭୋଟ୍ ପାଇପାରନ୍ତି। ଜନ କି ବାତ ଏହାର ଏକଜିଟ୍ ପୋଲରେ କହିଛନ୍ତି ଯେ, ବିଜେପି ନିଜେ ସରକାର ଗଠନ…
ନୂଆଦିଲ୍ଲୀ: ପ୍ରତ୍ୟେକ କ୍ରିକେଟରଙ୍କୁ ଦିନେ ନା ଦିନେ ଅବସର ନେବାକୁ ପଡିବ। ଅବସର ଗ୍ରହଣ କରିବାର ମୁଖ୍ୟ କାରଣ ହେଉଛି ବୟସ। କିନ୍ତୁ ବେଳେବେଳେ ଖରାପ ଫର୍ମ ଦେଇ ଯାଉଥିବା ଖେଳାଳିମାନେ ମଧ୍ୟ ଅବସର ଗ୍ରହଣ କରନ୍ତି। ଆଇପିଏଲ୍-୨୦୨୩ ରେ ଏପରି ଅନେକ ଖେଳାଳି ମଧ୍ୟ ଅଛନ୍ତି, ଯେଉଁମାନେ ବୋଧହୁଏ ସେମାନଙ୍କର ଶେଷ ଆଇପିଏଲ୍ ଖେଳୁଛନ୍ତି ଏବଂ ସେମାନେ ଏହି ସଂସ୍କରଣ ପରେ ଅବସର ନେଇପାରନ୍ତି। ଏହି ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ ୱାର୍ନରଙ୍କ ଠାରୁ ମୁମ୍ବାଇ ତାରକା ସ୍ପିନର ପୀୟୁଷ ଚାୱଲା ପର୍ଯ୍ୟନ୍ତ ମୋଟ ୧୦ଖେଳାଳି ଅନ୍ତର୍ଭୁକ୍ତ। ୧- ମନୀଷ ପାଣ୍ଡେ: ମନୀଷ ପାଣ୍ଡେ ଆଇପିଏଲ-୨୦୨୩ ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ୩୩ ବର୍ଷିୟ ମନୀଷଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ସାଧାରଣ ଅଟେ। ସେ ମାତ୍ର ୨୦ ହାରରେ ରନ୍ ସ୍କୋର କରୁଛନ୍ତି। ଏଭଳି ପରିସ୍ଥିତିରେ ମନୀଷ ତାଙ୍କର ବଢୁଥିବା ବୟସ ଏବଂ ଖରାପ ଫର୍ମ ଦେଖିବା ପରେ…
ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଆଜି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି। ଏହି ନିଷ୍ପତ୍ତି ପରେ ସିନ୍ଦେ ଗୋଷ୍ଠୀକୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି। ଏଥିପାଇଁ ବାଚସ୍ପତିଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ କହିଛନ୍ତି ଯେ, ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହୋଇନାହାଁନ୍ତି, ତେଣୁ ତାଙ୍କୁ ପୁନଃସ୍ଥାପିତ କରାଯାଇପାରିବ ନାହିଁ। ଗଣତନ୍ତ୍ର ଅନୁଯାୟୀ ଦଳରୁ ହ୍ଵିପ ଅଲଗା କରିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦଳ ହିଁ ଜନସାଧାରଣଙ୍କଠାରୁ ଭୋଟ୍ ଲୋଡିଥାଏ। କିଏ ହ୍ଵିପ ହେବ ତାହା କେବଳ ବିଧାୟକମାନେ ସ୍ଥିର କରିପାରିବେ ନାହିଁ। ଦଳ ବିଧାୟକଙ୍କ ବୈଠକରେ ଉଦ୍ଧବ ଠାକରେଙ୍କୁ ନେତା ବିବେଚନା କରାଯାଇଥିଲା। ଜୁଲାଇ ୩ ତାରିଖରେ ବାଚସ୍ପତି ଶିବସେନାର ନୂତନ ହ୍ଵିପକୁ ଅନୁମୋଦନ କରିଥିଲେ। ଏହିପରି ଦୁଇ ନେତା…
ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ଗିରଫ ହେବା ପରେ ଦେଶର ଅବସ୍ଥା ବିଗିଡି ଯାଇଛି। ପିଟିଆଇ ସମର୍ଥକମାନେ ପାକିସ୍ତାନର ଅନେକ ସହରରେ ହଙ୍ଗାମା ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ୧୯ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଶାହବାଜ ସରିଫଙ୍କ ସରକାର ବିଫଳ ହୋଇଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ୱତନ୍ତ୍ର ସହକାରୀ ଅତ୍ତା ତରାର ଦାବି କରିଛନ୍ତି ଯେ, ଆରଏସଏସ ଏବଂ ବିଜେପି ପଠାଇଥିବା ଲୋକମାନେ ପାକିସ୍ତାନରେ ଭଙ୍ଗାରୁଜା କରୁଛନ୍ତି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ଵତନ୍ତ୍ର ସହକାରୀ ଅତ୍ତା ତରାର ମଇ ୧୦ ତାରିଖରେ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁମାନେ ଭଙ୍ଗାରୁଜା କରୁଛନ୍ତି ଏବଂ ନିଆଁ ଲଗାଉଛନ୍ତି, ଏହି ସମସ୍ତ ଲୋକ ଭାରତରୁ ଆସିଛନ୍ତି। ଏହି ଲୋକଙ୍କୁ ଆରଏସଏସ ଏବଂ ବିଜେପି ପଠାଇଛି। ଇମ୍ରାନ ଖାନଙ୍କ ଗିରଫ ପଛରେ ଆରଏସଏସ ଏବଂ ବିଜେପି ସହ ଜଡିତ ଲୋକମାନେ ଅଛନ୍ତି। ଏହି ଘଟଣା…
ନୂଆଦିଲ୍ଲୀ: ହିରୋ ମୋଟୋକର୍ପ ଏହାର ବୈଦ୍ୟୁତିକ ସ୍କୁଟର ଭିଡା V1 ସହିତ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ହିରୋର ପ୍ରଥମ ବୈଦ୍ୟୁତିକ ସ୍କୁଟର 24 ଘଣ୍ଟା କ୍ରମାଗତ ଭାବରେ ଗତି କରି ପ୍ରାୟ 350 କିଲୋମିଟରର ପୂର୍ବ ରେକର୍ଡ ଭାଙ୍ଗିଛି। ଭିଡା V1 ଅପସାରଣ ଯୋଗ୍ୟ ବ୍ୟାଟେରୀ ସହିତ ଆସିଥାଏ ଏବଂ ଶ୍ରେଣୀ କାର୍ଯ୍ୟଦକ୍ଷତା, ପରିସର ଏବଂ ଟପ୍ ସ୍ପିଡ୍ ରେ ସର୍ବୋତ୍ତମ। ଏହି ରେକର୍ଡ ଏହି ସ୍କୁଟରର ଉତ୍ତମ ଉତ୍ପାଦ ଏବଂ ଯେକୌଣସି ପାଗରେ ଏହାର ଉତ୍ତମ କାର୍ଯ୍ୟଦକ୍ଷତାକୁ ସୂଚିତ କରେ। ଏହି ରେକର୍ଡକୁ ଚେଷ୍ଟା କରୁଥିବା 6 ଜଣିଆ ଦଳ ଏପ୍ରିଲ୍ 20 ତାରିଖରେ ସକାଳ 6: 45 ରେ ଯାତ୍ରା ଆରମ୍ଭ କରିଥିଲେ। ଏହି ଦଳ ଏପ୍ରିଲ୍ 21 ତାରିଖରେ ରାତି 2 ଟାରେ ସେମାନଙ୍କର ପୂର୍ବ ରେକର୍ଡ ଭାଙ୍ଗିଥିଲା। ଏବଂ ଏହାର ଶେଷ ରାଉଣ୍ଡ ଥିଲା ସକାଳ 6:45 ରେ ସମାପ୍ତ ହୋଇଥିଲା। ଏହି…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ଅଛି। ଖବର ମୁତାବକ ହଳନ୍ଦା ଗ୍ରାମର ସସ୍ମିତା ବେହେରା (୧୯) ମାତ୍ର ଏଗାର ଦିନ ତଳେ ତୁମୁରାପୁଟ ଗ୍ରାମର ସୁମନ ବେହେରା (୨୫) ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଆଜି ସକାଳୁ ହଠାତ ସସ୍ମିତାଙ୍କ ଦେହ ଖରାପ ହେବାରୁ ପରିବାରବର୍ଗ ତାଙ୍କୁ ବାଣପୁର ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ସସ୍ମିତାଙ୍କ ମାତାଙ୍କ ଅଭିଯୋଗ କ୍ରମେ ବାଣପୁର ପୋଲିସ କେସ ନମ୍ବର ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଜାରି ରଖିଛି। ଅପରପକ୍ଷରେ ବାଣପୁର ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଭୁବନେଶ୍ବର: ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଜି ଇନକମ ଟାକ୍ସ ରେଡ ଚାଲିଛି। ତାଙ୍କର କେନ୍ଦୁଝର, ଚମ୍ପୁଆ ଏବଂ ଭୁବନେଶ୍ବର ଘରେ ରେଡ ଚାଲିଥିବାର ଜଣାପଡିଛି। ଏହି ରେଡରେ କୋଡିଏ ଜଣ ଲେଖାଏଁ ଅଫିସର ମୁତୟନ ହୋଇଛନ୍ତି। ଘର ବାହାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ଭୁବନେଶ୍ବରର ସହୀଦନଗରରେ ଥିବା ତାଙ୍କ ବାସଭବନରେ ଏହି ଚଢାଉ ଜାରୀ ରହିଛି। ସେହିପରି ତାଙ୍କର ଜଣେ ଅଧିକାରୀଙ୍କ ଘରେ ମଧ୍ୟ ରେଡ ହେଉଥିବାର ଜଣାପଡିଛି।
ଭୁବନେଶ୍ବର: ଗତକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଭାଁ ଗଣ୍ଡଗୋଳ ବ୍ୟତିତ ଶାନ୍ତିଶୃଙ୍ଖଳାରେ ଏହି ମତଦାନ ଶେଷ ହୋଇଛି। ତେବେ ଗତକାଲି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଥିଲେ ମଧ୍ୟ ଭୋଟ ହାର ମଧ୍ୟ ବୃଦ୍ଧି ପାଇଛି। ଖରାରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଗତକାଲି ୭୯.୨୧ ପ୍ରତିଶତ ଭୋଟିଂ ହୋଇଛି । ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ଏକ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୭୪ ହଜାର ୮ ଜଣ ପୁରୁଷ ଓ ୭୭ହଜାର ୨୦ଜଣ ମହିଳା ଭୋଟର ରହିଛନ୍ତି। ଭୋଟଦାନରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ଆସନ୍ତା ୧୩ ତାରିଖରେ ଭୋଟ ଗଣତି କରାଯିବ।
ପାଟନା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ଥିବା ଆରସିପି ସିଂ ଆଜି ବିଜେପିରେ ଯୋଗଦେବେ। ଜେଡିୟୁରୁ ଇସ୍ତଫା ଦେବା ପରେ ଆରସିପି ସିଂ ନୀତୀଶ କୁମାରଙ୍କ ବିରୋଧରେ କ୍ରମାଗତ ଭାବେ ଏକ ମୋର୍ଚ୍ଚା ଖୋଲିଥିଲେ। ଇସ୍ତଫା ପରେ ସେ କୌଣସି ଦଳରେ ଯୋଗ ଦେଇନାହାଁନ୍ତି। କିନ୍ତୁ ଖୁବ ଶୀଘ୍ର ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହୋଇଥିଲା। ଆଜି ଏହା ଉପରେ ମୋହର ଲାଗିପାରେ। ଆରସିପି ସିଂ ମଧ୍ୟ ଜେଡିୟୁର ରାଷ୍ଟ୍ରୀୟ ସଭାପତି ରହିଛନ୍ତି। ସେ ଥରେ ନୀତୀଶ କୁମାରଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଉଥିଲା। ଆଜି ସେ ନୂଆଦିଲ୍ଲୀ ପାର୍ଟି କାର୍ଯ୍ୟାଳୟରେ ବିଜେପିରେ ଯୋଗଦେବେ। ମିଶନ ୨୦୨୪ ପୂର୍ବରୁ ମଧ୍ୟ ସରକାର ଏବଂ ନୀତୀଶ କୁମାରଙ୍କୁ ଆରସିପି ସିଂ ଟାର୍ଗେଟ କରୁଥିଲେ। ନୀତୀଶ କୁମାରଙ୍କ ମିଶନ ୨୦୨୪ ପୂର୍ବରୁ ନୀତୀଶଙ୍କ ପାଇଁ ଏହା ଛୋଟ ଝଟକା ହେବ ନାହିଁ, କାରଣ ଆରସିପି…

