Author: Samikhsya Bureau

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗାଁ ନିକଟରେ ଏଚ୍ ଜଗନ୍ନାଥ ପାତ୍ର ନାମକ ଜଣେ ମଇଁଷି ଚରାଳି କିଛି ମଇଁଷି ଧରି ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଗଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳର ପୁଷ୍ପାଞ୍ଜଳି ସାବତ ନାମ୍ନୀ ଜଣେ ମହିଳାଙ୍କୁ ଦୁଇ ଜଣ ମହିଳା ମାଡ଼ ମାରିବା ସହ ସେ ପିନ୍ଧିଥିବା ମଙ୍ଗଳସୁତ୍ର ହାର ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଆକ୍ରମଣର ଶୀକାର ମହିଳାଙ୍କ ସ୍ବାମୀ ଗୋଟିଏ ଫାଷ୍ଟ୍ ଫୁଡ୍ ଦୋକାନ ରେ କାମ କରୁଥିବା ବେଳେ ଆକ୍ରମଣକାରୀ ଦୁଇ ମହିଳା ମଧ୍ୟ ସେହି ଦୋକାନରେ କାମ କରୁଛନ୍ତି। କିନ୍ତୁ କୌଣସି କଥାକୁ ନେଇ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ସେମାନେ ପୁଷ୍ପାଞ୍ଜଳିଙ୍କ ଘରକୁ ଯାଇ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିଥିଲେ। ସେ ଆପତ୍ତି କରିବାରୁ ଉକ୍ତ ଦୁଇ ମହିଳା ପୁଷ୍ପାଞ୍ଜଳିଙ୍କୁ ଘୋଷାଡି ଆଣି ତଳେ ପକାଇ ମାଡ଼ ମାରିବା ସହ ସେ ପିନ୍ଧିଥିବା ମଙ୍ଗଳସୁତ୍ର ହାରକୁ ଛିଣ୍ଡାଇ ନେଇଥିଲେ ଓ ଏତିକି ବେଳେ ଉକ୍ତ ମହିଳାଙ୍କ ଜଣେ ସମ୍ପର୍କୀୟ ଯୁବକ ସେଠାରେ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ନୂତନ ସଂସଦ ଭବନ ଉଦ୍ଘାଟନ କରିବାକୁ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନୂତନ ସଂସଦର ଉଦଘାଟନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣିବାକୁ ମନା କରି ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ‘ଏପରି ଆବେଦନ କରିବା ପାଇଁ ଆମେ କାହିଁକି ଜୋରିମାନା ଆଦାୟ କରିବୁନାହୁଁ।’ ଏହି ଆବେଦନକୁ ସିଆର ଜୟସୁକିନ୍ ନାମକ ଜଣେ ଓକିଲ ଦାଖଲ କରିଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ‘ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ମୁଖ୍ୟ ପଦବୀ ରହିଛି। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ। ରାଷ୍ଟ୍ରପତିଙ୍କର ସାମ୍ବିଧାନିକ ମୁଖ୍ୟ ପଦ ରହିଛି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯେଉଁଥିରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ୍। କାର୍ଯ୍ୟନିର୍ବାହୀ ମୁଖ୍ୟ (ପ୍ରଧାନମନ୍ତ୍ରୀ) ସଂସଦର ଜଣେ ସଦସ୍ୟ। ସାମ୍ବିଧାନିକ ମୁଖ୍ୟ (ରାଷ୍ଟ୍ରପତି) ସଂସଦର ଏକ ଅଂଶ। ଆମେ ଏହି ଆବେଦନକୁ ଖାରଜ କରିବାକୁ ଯାଉଛୁ। ଏହା…

Read More

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ଖରାପ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ତାଙ୍କୁ ସ୍ୱାସ୍ଥ୍ୟ ଆଧାରରେ ଏହି ଜାମିନ ଦିଆଯାଇଛି। ଗତ କିଛି ଦିନ ହେବ ଜୈନଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ଗୁରୁବାର ଦିନ ଜେଲର ୱାଶରୁମରେ ମୁଣ୍ଡ ବୁଲାଇବାରୁ ସେ ପଡିଯାଇଥିଲେ। ତାଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜାମିନ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣିକୁ ଇଡି ବିରୋଧ କରିଛି। ଇଡିରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ସରକାରରେ ଜେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଛନ୍ତି, ତେଣୁ ଏଲଏନଜେପି ହସ୍ପିଟାଲର ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ ନାହିଁ। ଆମେ ଦାବି କରୁଛୁ ଯେ, AIIMS ଡାକ୍ତରମାନଙ୍କର ଏକ ସ୍ଵତନ୍ତ୍ର ଡାକ୍ତରୀ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ସେହି ଆଧାରରେ ଯଦି ତାଙ୍କୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩କୁ ଉଦଘାଟନ କରିଛନ୍ତି। ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩ର ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ଉତର ପ୍ରଦେଶ କ୍ରୀଡା ପ୍ରତିଭାମାନଙ୍କର ଏକ ସଙ୍ଗମ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରୁଥିବା ୪୦୦୦ କ୍ରୀଡାବିତ ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଆସିଛନ୍ତି ଏବଂ ସାଂସଦ ଭାବରେ ସେ ସେମାନଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ନିଜର ନିର୍ବାଚନ ମଣ୍ଡଳୀ ବାରାଣସିରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭାରତ ଯେତେବେଳେ ଏହାର ଆଜାଦୀ କା…

Read More

ଭୁବନେଶ୍ଵର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ମିଳିଛି। ଖୁବ ଶୀଘ୍ର ପରୀକ୍ଷା ଫଳ ଘୋଷଣା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖରେ ଏନେଇ ସ୍ପଷ୍ଟ ହୋଇପାରେ। ଏହି ଦିନ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ତାହା ଉପରେ ତାରିଖ ଘୋଷଣା କରାଯାଇପାରେ। ତେବେ ଆସନ୍ତା ୩୦ କିମ୍ବା ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସମ୍ଭାବନା ରହିଛି। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏବଂ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ।

Read More

ନୂଆଦିଲ୍ଲୀ: ଜେନେଭା ଠାରେ ଅନୁଷ୍ଠିତ ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ସମୟରେ ଯକ୍ଷ୍ମା (ଟିବି) ଉପରେ ଏକ କ୍ୱାଡ୍ ପ୍ଲସ୍ ସାଇଡ୍ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୱାଡ୍ ପ୍ଲସ୍ ଦେଶ ଗୁଡିକରୁ ବିଶିଷ୍ଟ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା, ଯାହା ଯକ୍ଷ୍ମା ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ପ୍ରତିବଦ୍ଧତାକୁ ମଜଭୁତ କରିଥଲା । ଯକ୍ଷ୍ମା ମହାମାରୀ ଉପରେ ଭାରତର ସକ୍ରିୟ ପ୍ରତିକ୍ରିୟା ଉପରେ ଆଲୋକପାତ କରି ଡଃ ମାଣ୍ଡଭିୟ କହିଛନ୍ତି, “ଚଳିତ ବର୍ଷ ଆମେ ଭାରତରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିଥିଲୁ , ଯେଉଁଥିରେ ବାଧ୍ୟତାମୂଳକ ଭାବେ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟର ଲୋକାଚାର ଉପରେ ଆଲୋକପାତ କରା ଯାଇଥିଲା, ଯାହା ଉପରେ…

Read More

ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୨୨ – ୨୩ କୃଷି ବର୍ଷ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ପ୍ରକାଶ ପାଇଛି । ଏହି ଅବସରରେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଚଳିତ କୃଷି ବର୍ଷରେ ୩୩୦୫.୩୪ ଲକ୍ଷ ଟନ୍ ଖାଦ୍ୟ ଉତ୍ପାଦନ ଅନୁମାନ କରାଯାଉଛି । ଶ୍ରୀ ତୋମାର କହିଛନ୍ତି ଯେ କୃଷକଙ୍କ ପରିଶ୍ରମ, ବୈଜ୍ଞାନିକ ମାନଙ୍କର ଦକ୍ଷତା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ କୃଷକ ବନ୍ଧୁ ନୀତି ଯୋଗୁଁ କୃଷି କ୍ଷେତ୍ର ଦିନକୁ ଦିନ ବିକାଶ କରୁଛି ।  ବିଭିନ୍ନ ଫସଲର ଉତ୍ପାଦନର ମୂଲ୍ୟାଙ୍କନ ରାଜ୍ୟ ଗୁଡିକରୁ ପ୍ରାପ୍ତ ମତାମତ ଉପରେ ଆଧାରିତ ଏବଂ ଅନ୍ୟ ଉତ୍ସରୁ ଉପଲବ୍ଧ ସୂଚନା ସହିତ ବୈଧ ହୋଇଛି । ରାଜ୍ୟ ଗୁଡିକରୁ, ବିକଳ୍ପ ଉତ୍ସରୁ ଏବଂ ଅନ୍ୟାନ୍ୟ କାରଣ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ। କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା…

Read More

ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ ।  କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆସାମ ରୋଜଗାର ମେଳାଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମ ସରକାରରେ ସରକାରୀ ଚାକିରି ପାଇଁ ନିଯୁକ୍ତି ପାଇଥିବା ଯୁବକ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଗତ ମାସରେ ବିହୁ ଅବସରରେ ରାଜ୍ୟ ଗସ୍ତକୁ ମନେ ପକାଇ କହିଥିଲେ ଯେ ଆସାମ ସଂସ୍କୃତିର ଗୌରବର ପ୍ରତୀକ ଥିବା ଏହି ମହୋତ୍ସବର ସ୍ମୃତି ତାଙ୍କ ମନରେ ଏବେ ବି ସତେଜ ରହିଛି । ସେ କହିଛନ୍ତି ଯେ ଆଜିର ରୋଜଗାର ମେଳା ଆସାମର ଯୁବକଙ୍କ ଭବିଷ୍ୟତ ପ୍ରତି ଗମ୍ଭୀରତାର ପ୍ରତିଫଳନ ଅଟେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ରୋଜଗର ମେଳା ମାଧ୍ୟମରେ ୪୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି । ସେ ସୂଚନା ଦେଇଛନ୍ତି ଯେ ଆଜି ପ୍ରାୟ ୪୫ ହଜାର ଯୁବକଙ୍କୁ ନିଯୁକ୍ତି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି। ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି। ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ସମସ୍ତଙ୍କୁ ଡେରାଡୁନ-ଦିଲ୍ଲୀ ମଧ୍ୟରେ ବଂଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ଟ୍ରେନ ଦେଶର ରାଜଧାନୀକୁ ଦେବଭୂମି ଉତ୍ତରାଖଣ୍ଡ ସହ ସଂଯୋଗ କରିବ ବୋଲି କହିଥିଲେ। ଦୁଇ ନଗରୀ ମଧ୍ୟରେ ଯାତ୍ରା ଅବଧି ଆହୁରି ହ୍ରାସ ପାଇବ ଓ ଟ୍ରେନରେ ଥିବା ସୁବିଧା ଯାତ୍ରୀମାନଙ୍କୁ ଏକ ଆମୋଦଦାୟକ ଅଭିଜ୍ଞତା ଦେବ। “ତାଙ୍କର ତିନି ଦେଶ ଜାପାନ, ପାପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବିଶ୍ୱ ଭାରତ ଠାରୁ ଅନେକ…

Read More

ଭୁବନେଶ୍ୱର: ସିଜୋଫ୍ରେନିଆ ଏକ ମାନସିକ ସମସ୍ୟା ଯାହାକି ମଣିଷକୁ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ କରିଥାଏ। ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ। ପ୍ରତ୍ୟେକ ୩୦୦ ଜଣଙ୍କ ମଧ୍ୟରୁ ଜଣେ ଏହି ସମସ୍ୟା ସହ ଲଢ଼ୁଥିବା ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ଓ ଇଣ୍ଡିଆନ ସାଇକିଆଟ୍ରିକ୍ ସୋସାଇଟି (ଓଡ଼ିଶା ଶାଖା)ର ମିଳିତ ସହଯୋଗିତାରେ ବୁଧବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସିଜୋଫ୍ରେନିଆ ଦିବସର ଥିମ୍ ରହିଥିଲା “ସେଲିବ୍ରେଟିଙ୍ଗ ଦ ପାୱାର ଅଫ୍ କମ୍ୟୁନିଟି କାଇଣ୍ଡନେସ୍‌”। ସିଜୋଫ୍ରେନିଆ ଏଭଳି ଏକ ମାନସିକ ଅସୁସ୍ଥତା ଯେଉଁଥିରେ କି ମସ୍ତିଷ୍କର କିଛି ଅଂଶରେ ରାସାୟନିକ ପଦାର୍ଥଗୁଡ଼ିକର ଭାରସାମ୍ୟ ରହି ନଥାଏ ଯାହା ଦ୍ୱାରା କି ମଣିଷର ଚିନ୍ତାଧାରା, ଭାବନା ଓ କାର୍ଯ୍ୟ…

Read More

ନୂଆଦିଲ୍ଲୀ: ଭାରତୀୟ ଏବଂ ଆଫଗାନିସ୍ତାନ ସିରିଜ୍ ଉପରେ ବିପଦର ମେଘ ବୁଲୁଛି। ବାସ୍ତବରେ ଏହା ପଛର କାରଣ ହେଉଛି ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ। ଭାରତୀୟ କ୍ରିକେଟ୍ ଦଳ ଆଫଗାନିସ୍ତାନ ସହିତ ୩ ଟି ଦିନିକିଆ ଖେଳିବାକୁ ପଡିବ, କିନ୍ତୁ ଏହି ସିରିଜ୍ ଅନୁଷ୍ଠିତ ହେବ କି? ଟିମ୍ ଇଣ୍ଡିଆ ଜୁନ୍ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ ମ୍ୟାଚ୍ ଖେଳିବ। ଆସନ୍ତା ମାସରେ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ କ’ଣ?: ଏଥି ସହିତ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପରେ ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ସହିତ ଏକ ସିରିଜ୍ ଖେଳିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜ୍ ୧୨ ଜୁଲାଇରୁ ଆରମ୍ଭ ହେବ। ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ସିରିଜ୍ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ। ୩ ଟି ଟି ଦିନିକିଆ ବ୍ୟତୀତ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ଟି ଟେଷ୍ଟ ମ୍ୟାଚ୍ ଏବଂ ୫…

Read More

ନୂଆଦିଲ୍ଲୀ: ୨୧ ଟି ବିରୋଧୀ ଦଳର ବର୍ଜନ ମଧ୍ୟରେ ମେ ୨୮ ତାରିଖରେ ହେବାକୁ ଥିବା ସଂସଦର ନୂତନ ଭବନର ଉଦ୍ଘାଟନୀ ସମାରୋହରେ ୨୪ ଟି ରାଜନୈତିକ ଦଳ ଅଂଶଗ୍ରହଣ କରିବେ। ଲୋକସଭା ସଚିବାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂତନ ଭବନକୁ ଉଦଘାଟନ କରିବେ। ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ୧୮ ଟି ଦଳ ଏବଂ ୬ ଟି ଅଣ ଏନଡିଏ ଦଳ ଅନ୍ତର୍ଭୁକ୍ତ। ଏନଡିଏରେ ଅନ୍ତର୍ଭୁକ୍ତ ଏହି ଦଳଗୁଡ଼ିକ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ: ସଂସଦର ନୂତନ ଭବନର ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରୁଥିବା ୧୮ ଟି ଏନଡିଏ ଦଳ ମଧ୍ୟରେ ବିଜେପି, ଶିବସେନା-ସିନ୍ଦେ, ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି, ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି, ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ଜନ-ନାୟକ ପାର୍ଟି, ଏଆଇଏଡିଏମକେ, ଆଇଏମକେଏମକେ, ଏଜିଏସୟୁ, ଆରପିଆଇ, ମିଜୋ ନ୍ୟାସନାଲ ଫ୍ରଣ୍ଟ, ତାମିଲ ମନିଲା କଂଗ୍ରେସ, ଆଇଟିଏଫଟି, ବୋଡୋ…

Read More

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ଆଶିଷ ବିଦ୍ୟାର୍ଥୀଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି, ଯିଏକି ଅନେକ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଖଳନାୟକ ଚରିତ୍ର ସହିତ ଲୋକଙ୍କ ହୃଦୟରେ ଗଭୀର ପ୍ରଭାବ ପକାଇଥିଲେ। ଖବର ଅନୁଯାୟୀ, ୬୦ ବର୍ଷ ବୟସରେ ଆଶିଷ ବିଦ୍ୟାର୍ଥୀ ଦ୍ୱିତୀୟ ଥର ପାଇଁ ଗୁପ୍ତରେ ବିବାହ କରିଛନ୍ତି। ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଏହି ଅଭିନେତା ଆସାମର ବାସିନ୍ଦା ରୁପାଲି ବରୁଆଙ୍କ ସହିତ ସାତ-ଜନ୍ମ ସଂପର୍କରେ ବନ୍ଧା ହୋଇଛନ୍ତି। ସେମାନଙ୍କର ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ଉଭୟ ଆଜି କୋର୍ଟର ବିବାହ କରିଥିଲେ। ଯାହାର କିଛି ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ପଦାକୁ ଆସିଛି। ଏହି ଚିତ୍ର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରକାଶ ଯେ, ରୁପାଲିଙ୍କ ପୂର୍ବରୁ ଅଭିନେତ୍ରୀ ରାଜୋଶୀ ବିଦ୍ୟାର୍ଥୀଙ୍କୁ ଆଶିଷ ବିବାହ କରିଥିଲେ। ଯିଏ ଅଭିନେତ୍ରୀ, ଗାୟକ ଏବଂ ଥିଏଟର କଳାକାର। କିନ୍ତୁ ଏହି ଦମ୍ପତିଙ୍କ ବିବାହ ବେଶୀ…

Read More

ଭୁବନେଶ୍ୱର: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ ଦେଇଥିଲେ। ଅମ୍ବିକା ପାତ୍ର ନାମକ ଏହି ବୟସ୍କା ମହିଳାଙ୍କର ଦୀର୍ଘ ୧୫ ବର୍ଷ ହେବ ବେକରେ ଫୁଲା ସହିତ ଯନ୍ତ୍ରଣା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଉଥିଲା। ସେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଯାଇଥିଲେ ମଧ୍ୟ ତାଙ୍କ ଅସୁସ୍ଥତାର ନିରାକରଣ ହୋଇପାରି ନଥିଲା। ସମ୍ମମ୍‌କୁ ଚିକିତ୍ସା ପାଇଁ ଆସିବା ପରେ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା ଡିଜିଟାଲ ସବ୍‌ଷ୍ଟ୍ରାକ୍ସନ୍ ଆନ୍‌ଜିଓଗ୍ରାଫି (ଡିଏସ୍‌ଏ) ମାଧ୍ୟମରେ ପରୀକ୍ଷା କରି ମହିଳା ଜଣକ ଆର୍ଟେରିଓଭେନସ୍ ମାଲ୍‌ଫର୍ମେସନ୍ (ଏଭିଏମ୍‌) ସମସ୍ୟାରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ସେହିପରି ରେଡିଓଲୋଜିଷ୍ଟ ଡାକ୍ତର ଗୋଲକ ପାସା ଏମ୍‌ଆର୍‌ଆଇ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରି ଗ୍ରାମରେ ଏକ ବହୁଦିନର ତେନ୍ତୁଳି ଗଛ ଉପୁଡି ଅଶୋକ ପ୍ରଧାନଙ୍କ ଘର ଉପରେ ପଡିଯାଇଥିବା ଖବର ହସ୍ତଗତ ହୋଇଛି। ଯାହାଫଳରେ ଅଶୋକଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଘର ପିଣ୍ଢାରେ ବସିଥିବା ଅଶୋକଙ୍କ ଭାଇ ସୁର ପ୍ରଧାନ ଗୁରତର ଆହତ ହେବା ସହ ଗ୍ରାମର ବିଦୁତ ଖୁଣ୍ଟ ଭାଙ୍ଗି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ସାହୁ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଆହତ ସୁରଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଖବରପାଇ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଓ ଟିମ ଘଟଣାସ୍ଥଳରେ ପହଂଚି ଘର ଉପରେ ପଡ଼ିଥିବା ଗଛକୁ ହଟାଇଥିବା ଜଣାଯାଇଛି। ତୁରନ୍ତ ଘର ମରାମତି ପାଇଁ ସରକାରୀ…

Read More

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ର ନିର୍ଦ୍ଦେଶକ ଭାବେ ଆଇପିଏସ୍ ପ୍ରବୀଣ ସୁଦ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ। ଏହାପୂର୍ବରୁ ଆଇପିଏସ୍ ପ୍ରବୀଣ ସୁଦ କର୍ଣ୍ଣାଟକର ଡିଜିପି ଥିଲେ। ସୁବୋଧ କୁମାର ଜୟସୱାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରବୀଣ ସୁଦ ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରବୀଣ ସୁଦଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଚୟନ କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ମଇ ୧୩ ତାରିଖ ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଏବଂ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଏହି କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଆଜି ମଧ୍ୟାହ୍ନରେ ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ମେଡିକାଲରେ ଉପଲବ୍ଧ ସେବାଗୁଡ଼ିକ ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଡ଼ା ନାୟକ। ମେଡିକାଲର ଏକାଧିକ ୱାର୍ଡ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ସିଡ଼ିଏମଓ। ତେବେ ବାଲୁଗାଁ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏଠାରେ ରୋଗୀଙ୍କୁ ମିଳୁଥିବା ସେବାଗୁଡ଼ିକରେ ଯେପରି ଅବନତି ନଘଟେ ସେ ନେଇ ସମସ୍ତ କର୍ମଚାରୀଙ୍କୁ ତାଗିଦ କରିଥିଲେ ଡ଼ା ନାୟକ। ସିଡ଼ିଏମଓଙ୍କ ଉକ୍ତ ଗସ୍ତ ସମୟରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ା ରଶ୍ମିରେଖା ଜେନା, ବିପିଏମ ଆରତୀ ଦାସ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ଗତକାଲି ଅପରାହ୍ନରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ରାୟଗଡା-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଶିକାରୀ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଟିକିରି ଥାନା ନାକଟିଗୁଡ଼ା ଅଞ୍ଚଳର ଡମ୍ବୁରୁଧର ମାଝୀ। ତାଙ୍କ ନିକଟରୁ ତିନି ଗୋଟି ଚିତ୍ତା ବାଘ ଛାଲ ଜବତ କରିଛି ଏସଟିଏଫ। ଅଭିଯୁକ୍ତଜଣଙ୍କ ବେଆଇନ ବାଘ ଛାଲ କାରବାର କରୁଥିବାର ଖବର ପାଇ ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୧୨/୨୩ ରେ ମାମଲା ରୁଜୁ କରି ଅଭିଯୁକଙ୍କୁ କୋର୍ଟଚାଲାଣ କରିଛି। ଅପରପକ୍ଷେ ଜବତ ବାଘ ଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।

Read More