Author: Samikhsya Bureau

ନୂଆଦିଲ୍ଲୀ: ହିନ୍ଦୁ ଧାର୍ମିକ ଶାସ୍ତ୍ରରେ କେବଳ ପୂଜାପାଠ ନୁହେଁ, ପ୍ରାୟ ସମସ୍ତ କାର୍ଯ୍ୟ ପାଇଁ ଆବଶ୍ୟକ ନିୟମ ଏବଂ ଦିନ ଉଲ୍ଲେଖ କରାଯାଇଛି। କେବଳ ଏହି ନିୟମ ମାନିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଏବଂ ଖୁସି ରହିଥାଏ। ହିନ୍ଦୁ ଧର୍ମରେ ଘରର ମହିଳାମାନେ ଘରର ଲକ୍ଷ୍ମୀ ଭାବରେ ପରିଗଣିତ ହୁଅନ୍ତି। ଘରର ସୁଖ ଏବଂ ସମୃଦ୍ଧି ଘରର ଲକ୍ଷ୍ମୀ ଅର୍ଥାତ୍ ମହିଳାଙ୍କ ସହିତ ଜଡିତ। ଏପରି ପରିସ୍ଥିତିରେ, ଘରର ମହିଳାମାନେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏହି ନିୟମଗୁଡ଼ିକୁ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ମହିଳା ଅଶୁଭ କାର୍ଯ୍ୟ କରନ୍ତି କିମ୍ବା ନିୟମ ପାଳନ କରନ୍ତି ନାହିଁ, ତେବେ ଏହା ପରିବାର ତଥା ଘରର ସୁଖ ଏବଂ ସମୃଦ୍ଧି ତଥା ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ। ଏହି ନିୟମ ମଧ୍ୟରୁ ଗୋଟିଏ ହେଉଛି କେଶ ଧୋଇବାର ନିୟମ ଏବଂ ଦିନ। ମହିଳା କେଶ ପାଇଁ ଶୁଭ ଏବଂ ଅଶୁଭ ଦିନ:…

Read More

ଭୁବନେଶ୍ବର: ସାବିତ୍ରୀ ଉପଲକ୍ଷେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କ ଭେରିଫାଏଡ ଫେସବୁକ ପେଜରେ ଏକ ଲେଖା ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ସେ ସାବିତ୍ରୀ ଉପଲକ୍ଷେ ନିଜର ରାଗକୁ ଏହି ଲେଖାରେ ଉପସ୍ଥାପିତ କରିଛନ୍ତି। ତେବେ ସେ କାହା ଉଦ୍ଦେଶ୍ୟରେ ଏପରି ଲେଖିଛନ୍ତି ତାହା ହିଁ ମୁଖ୍ୟ ଚର୍ଚ୍ଚା। ସେ ଯାହା ଲେଖିଛନ୍ତି ତାହା ତଳେ ଉଲ୍ଲେଖ କରାଗଲା। ” ପବିତ୍ର ସାବିତ୍ରୀ ଓଷା ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହଉଛି ଏକ ଅନନ୍ୟ ସୃଷ୍ଟି। ସେ ମା ରୂପରେ , ଭଉଣୀ ରୂପରେ , ସ୍ତ୍ରୀ ରୂପରେ , ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି। ଆଜି ଏଇ ବାର୍ତା ଟି ସେଇ ନାରୀ ମାନଙ୍କ ପାଇଁ ଯେଉଁମାନେ ନାରୀ ହେଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ…

Read More

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ। କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତର ୧୦୧ତମ ଅଧ୍ୟାୟ ପାଇଁ ଲୋକଙ୍କୁ ନିଜ ବହୁମୂଲ୍ୟ ପରାମର୍ଶ ପଠାଇବା ପାଇଁ ଏକ ଲିଙ୍କ୍ ଏବଂ ଫୋନ ନମ୍ବର ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ମୁଁ ଆସନ୍ତା ୨୮ ତାରିଖରେ ପ୍ରସାରିତ ହେବାକୁ ଥିବା ମନ୍ କୀ ବାତର ୧୦୧ ଅଧ୍ୟାୟ ପାଇଁ ଆପଣଙ୍କର ବହୁମୂଲ୍ୟ ପରାମର୍ଶର ପ୍ରତୀକ୍ଷା କରୁଛି । ଆପଣଙ୍କର ବାର୍ତ୍ତା ୧୮୦୦-୧୧-୭୮୦୦ ନମ୍ବରରେ ରେକର୍ଡ କରି ପଠାନ୍ତୁ କିମ୍ବା ନମୋ ଆପ୍‌/ମାଇ ଗଭ୍ ରେ ଲେଖନ୍ତୁ ।’

Read More

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା ରେ ୪ ବର୍ଷିଆ BSc ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ ଏମ୍ ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ। ନିକଟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଏକ ବୈଠକ କରି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଯୁବପିଢ଼ିଙ୍କ ପାଇଁ ନୂତନ ଶିକ୍ଷା କାର‌୍ୟ୍ୟକ୍ରମ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଭାରତରେ ଶିକ୍ଷା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ସମେତ ଯୁବପିଢ଼ିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନୂତନ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି, ପୂର୍ବ ଘାଟରେ ଅବସ୍ଥିତ କୋରାପୁଟ…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ, ୨୦୨୨ -୨୩ ଆର୍ଥିକ ବର୍ଷରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ ପ୍ରତିରକ୍ଷା ମୂଲ୍ୟ ୧,୦୬,୮୦୦ କୋଟି ଟଙ୍କା ରହିଛି ଏବଂ ଅବଶିଷ୍ଟ ଘରୋଇ ପ୍ରତିରକ୍ଷା ଶିଳ୍ପରୁ ତଥ୍ୟ ଆସିବା ପରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ । ୨୦୨୧ -୨୨ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୫,୦୦୦ କୋଟି ଟଙ୍କା ଥିବାବେଳେ ୨୦୨୨ – ୨୩ ଆର୍ଥିକ ବର୍ଷରେ ବର୍ତ୍ତମାନର ପ୍ରତିରକ୍ଷା ଉତ୍ପାଦନର ମୂଲ୍ୟରେ ୧୨ % ଅଭିବୃଦ୍ଧି ଘଟିଛି। ସରକାର କ୍ରମାଗତ ଭାବରେ ପ୍ରତିରକ୍ଷା ଶିଳ୍ପ ଏବଂ ସେମାନଙ୍କ ସଙ୍ଗଠନ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ଦୂର କରିବା ଏବଂ ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି। ଯୋଗାଣ ଶୃଙ୍ଖଳରେ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପର ଏକୀକରଣ…

Read More

୨୦୦୦ ନୋଟ ହେବ ଅଚଳ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ୨୦୦୦ ଟଙ୍କାର ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଘୋଷଣା କରି ଆରବିଆଇ କହିଛି ଯେ କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ ଆରବିଆଇ ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ୨୦୦୦ ଟଙ୍କା ପ୍ରଚାରରେ ବନ୍ଦ ହୋଇପାରେ କିନ୍ତୁ ୨୦୦୦ ଟଙ୍କା ନୋଟ୍ ଆଇନଗତ ବୈଧତା ରହିବ। ଆରବିଆଇ କହିଛି ଯେ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକରେ ୨୦୦୦ ଟଙ୍କିଆ ନୋଟ୍ ପରିବର୍ତ୍ତନ କରାଯାଇପାରିବ। ଆହୁରି ମଧ୍ୟ, ବ୍ୟାଙ୍କଗୁଡିକରେ ଏବଂ ଆରବିଆଇର ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍ୟ ମୂଲ୍ୟର ମୁଦ୍ରା ସହିତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହୋଇପାରିବ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଆରବିଆଇର ଏହି ନିଷ୍ପତ୍ତି ପରେ, ଯେଉଁମାନଙ୍କ ପାଖରେ  ପୂର୍ବରୁ ୨୦୦୦ ଟଙ୍କା ନୋଟ୍ ଅଛି, ସେମାନଙ୍କ ପାଖରେ କେଉଁ ବିକଳ୍ପ ଅଛି? ୧. ଯେଉଁମାନଙ୍କର ୨୦୦୦…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ । ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ । ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ । ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ…

Read More

ଭୁବନେଶ୍ବର: ଆଜି ସାରା ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ବ୍ୟାପକ ଦେଖାଦେଇଛି। ଏହି ଅଞ୍ଚଳରେ ସକାଳୁ ମଧ୍ୟ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏହିପରି ପାଗ ଆହୁରି ଦୁଇଦିନ ପର‌୍ୟ୍ୟନ୍ତ ଲାଗି ରହିବ ବୋଲି କୁହାଯାଉଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀରର ତାପମାତ୍ରା ଆଜି ସର୍ବାଧିକ ରହିଛି। ଏହି ସହରର ତାପମାତ୍ର ୪୩.୭ ଡିଗ୍ରୀ ରହିଛି ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛି କି ? ତେବେ ଏହାକୁ ଶିଘ୍ର ବ୍ୟାଙ୍କରେ ଡିପୋଜିଟ କରି ଦିଅନ୍ତୁ। କାରଣ ଏହି ନୋଟ ପ୍ରଚଳନକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବନ୍ଦ କରିବାକୁ ଯାଉଛି। ଏ ନେଇ ଆରବିଆଇ ନୋଟିସ ମଧ୍ୟ ଜାରୀ କରିଛି। ତେବେ ଏହି ନୋଟ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଆରବିଆଇ ଏ ନେଇ ସମସ୍ତ ବ୍ୟାଙ୍କକୁ ମଧ୍ୟ ନୋଟିସ କରିଛି। ଏଥିରେ କୁହାଯାଇଛି ଯେ, ଏହି ଦୁଇ ହଜାର ଟଙ୍କିଆ ନୋଟ ଆଉ ଲୋକଙ୍କୁ ପ୍ରଦାନ କର ନାହିଁ। ହେଲେ ଲୋକମାନେ ଏହି ଟଙ୍କା ଦେଲେ ତାହାକୁ ନିର୍ଦ୍ଧାରିତ ତାରିଖ ଭିତରେ ଗ୍ରହଣ କର। ତେବେ ଜଣେ ଏକାଥରେ କୋଡିଏ ହଜାର ଟଙ୍କା ଜମା କରିପାରିବ ବୋଲି କୁହାଯାଇଛି। ଏହା ଚଳିତ ମାସ 23 ତାରିଖ ପରେ ବଦଳାଇବା ପାଇଁ ସମୟ ଦିଆଯାଇଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା,କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀ ପାଣ୍ଡିଆନ୍ ଉତ୍କେଲା ବିମାନ ଘାଟି ର ବିକାଶ କାମ ଅନୁଧ୍ୟାନ କରିଥିଲେ।କଳାହାଣ୍ଡି କୁ ବିମାନ ଯୋଗାଯୋଗ ର ବିକାଶ ପାଇଁ ଉତ୍କେଲା ବିମାନ୍ ଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ। ପରେ ଶ୍ରୀ ପାଣ୍ଡିଆନ୍ ବେଲଖଣ୍ଡି ର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ। ଦକ୍ଷ କନ୍ୟା ସତୀ, ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ନିଜ ପତିଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତିସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇଥିଲେ। ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୁଅନ୍ତି। ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ମା’ ଆରାଧ୍ୟା ଦେବୀ।ସେ ସତୀ , ସେ ପାର୍ବତୀ , ସେ ସାବିତ୍ରୀ ବୋଲି ବିଶ୍ୱାସ ଅଛି। କିନ୍ତୁ କଳି ଯୁଗରେ ମା’ ମାନବୀୟ ଲୀଳା ର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ। କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି…

Read More

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନ୍ୟାସନାଲ୍‌ ମିଶନ ଅଫ୍‌ ଏଡିବୁଲ୍‌ ଅଏଲ୍‌-ଅଏଲ୍‌ ପାମ୍‌ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଏହି ମର୍ମରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି। ଚଢ଼ା କମିଟି-୨୦୦୬ ଏବଂ ରେଥିୟମ୍‌ କମିଟି-୨୦୦୭ର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ ନିମନ୍ତେ ୨୩ ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ଚିହ୍ନଟ କରାଯାଇ କେନ୍ଦ୍ର ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ମୃତ୍ତିକା ଓ ପରିବେଶ ଅନୁକୂଳକୁ ଦୃଷ୍ଟିରେ ରଖି ଏବଂ ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଯୋଗୁଁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ…

Read More

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ସମୀର ରଂଜନ ଦାସ ଏବଂ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଏହି ପରି ସମୟରେ ପୁଣି ଏକ ବଡ ଖବର ଆସିଛି। ତାହା ହେଲା ନବୀନ ପୁଣି ଆଉ ଦୁଇ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବେ। ସେ ନେଇ ପ୍ରସ୍ତୁତି ସରିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଉପକୂଳ ଜିଲ୍ଲାର ମନ୍ତ୍ରୀ ଓ ଅନ୍ୟଜଣେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମନ୍ତ୍ରୀ। ଏମାନେ ନୂଆ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ କିଛି ଦିନ ତଳେ ବ୍ରହ୍ମପୁର ଏସ୍ ପି ସାମ୍ବାଦିକ ସମ୍ମିଳନୀରେ ଜଣାଇଥିବା ନିଷ୍ପତ୍ତି ଅନୁଯାୟୀ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ପକ୍ଷରୁ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ଗତ କାଲି ସମ୍ପତ୍ତି ବାଜ୍ୟାପ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ନେହେରୁ ନଗର ଅଞ୍ଚଳର ହତ୍ୟା ଅଭିଯୁକ୍ତ ଜଣେ ଅପରାଧୀକୁ ୱାରେଣ୍ଟ ଜାରି ସତ୍ୱେ ପୋଲିସକୁ ଧରା ନଦେବା ଫଳରେ ବ୍ରହ୍ମପୁର ଏସ୍ ଡି ପି ଓ, ଗୋଷାଣୀ ନୁଆଁଗାଁ ଥାନା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ଅପରାଧୀଙ୍କ ଘରର ବିଭିନ୍ନ ଆସବାବପତ୍ର ପତ୍ର ସହ ଘରକୁ ସିଲ୍ କରିଛନ୍ତି।

Read More

ଭୁବନେଶ୍ବର: ସ୍ବାମୀର ମଙ୍ଗଳ କାମନା କରି ସଧବା ସ୍ତ୍ରୀମାନେ ପାଳନ କରିଥାନ୍ତି ସାବିତ୍ର ବ୍ରତ ବା ଓଷା। ଏହିଦିନ ସ୍ତ୍ରୀମାନେ ସ୍ବାମୀର ମଙ୍ଗଳ ପାଇଁ ପୁରା ଉପବାସ ରୁହନ୍ତି। ଏହିପରି ଏକ ପବିତ୍ର ଦିନରେ ସ୍ତ୍ରୀକୁ ଛାଡି ଚାଲିଗଲା ସ୍ବାମୀ। ଯାହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ସେତିକି ନୁହେଁ ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଥିବା ବେଳେ ସେଠାରୁ ପୋଲିସ ତାକୁ ବାନ୍ଧି ନେଇଛି। ଏହିପରି ଘଟଣା ଭୁବନେଶ୍ବର ଭରତ ପୁର ଥାନା ଅଧିନସ୍ଥ ପାଣ୍ଡକୁରା ବସ୍ତିରେ ଘଟିଛି। ସେହି ବସ୍ତିରେ ବିଭୂ ନାୟକ ଏବଂ ତାହାର ସ୍ତ୍ରୀ ଏକାଠି ରହୁଥିଲେ। ହେଲେ ଅନ୍ୟ ଏକ ଝିଅ ସହିତ ବିଭୂର ପ୍ରେମ ହେବା ପରେ ତାକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଲେ। ଗତକାଲି ସେମାନଙ୍କ ନିର୍ବନ୍ଧ ହେଉଥିବା ବେଳେ ତାହାର ସ୍ତ୍ରୀ ଖବର ପାଇ ଥାନାରେ ଗୁହାରି କଲା। ଏହାପରେ ଭରତପୁର ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ…

Read More

ଭୁବନେଶ୍ଵର: ମୁନ ଟିଭି ମୁଭିଜ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ” ର ସୁଟିଂ ଆରମ୍ଭ ହୋଇଯାଇଛି। ପ୍ରେମ କେମିତି ବି ହେଇପାରେ। ଏବେ ସୋସିଆଲ ମିଡ଼ିଆ ପ୍ରେମ ପାଇଁ ସହଜ ବାଟ ବୋଲି ପ୍ରାୟ ସମସ୍ତଙ୍କୁ ଜଣା। ଫେସବୁକ ମାଧ୍ୟମରେ ତ କିଏ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମରେ ପଡୁଛି। ତେବେ କେତେ ଚିରସ୍ଥାୟୀ ଏ ଫେସବୁକ ଲଭ? ଏମିତି କିଛି ସୋସିଆଲ ମିଡ଼ିଆ ଘଟଣାବଳୀ କୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଫେସବୁକ ଲଭ। ପୂର୍ବରୁ ଦର୍ଶକଙ୍କୁ ଏକାଧିକ ହିଟ୍ ସିନେମା ଦେଇଥିବା ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ ଙ୍କ ପ୍ରଯୋଜନାରେ ‘ଫେସବୁକ ଲଭ’ ର ସୁଟିଂ ଦ୍ରୁତ ଗତିରେ ଆଗେଇ ଚାଲିଛି। ଚଳଚ୍ଚିତ୍ରରେ ରହିଛି ସମୁଦାୟ ୫ ଟି ଗୀତ। ଯେଉଁ ଗୀତଗୁଡିକର ସ୍ୱର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କରିଛନ୍ତି ଏବଂ ଗୀତଗୁଡିକୁ କୋରିଓଗ୍ରାଫି କରୁଛନ୍ତି ଲୁବୁନ ଟୁବୁନ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ମାତ୍ର ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍ ରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ନିକଟରେ ହଠାତ୍ ଗୁଳିକାଣ୍ଡ ଘଟାଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ବସ୍ ର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣା ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ବସ୍ କୁ ବୈପାରିଗୁଡା ନେଇ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରୁଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରାହ୍ମପୁର: ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ ଙ୍କୁ ଗତ କିଛି ଦିନ ତଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଇତ୍ୟବସରରେ ସମ୍ପତ୍ତିର ଆକଳନ ଅନୁସାରେ ଅଧିକାରୀ ସାହୁଙ୍କ ସମ୍ପତ୍ତି ବହୁ ଗୁଣରେ ଅଧିକ ହେତୁ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Read More

ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ ବା ପୂଜା। ହିନ୍ଦୁ ପୁରାଣରେ ସତ୍ୟବାନ ସାବିତ୍ରୀ ଉପାଖ୍ୟାନକୁ ନେଇ ସାରା ଦେଶରେ ପାଳନ ହେଉଛି ଏହି ସାବିତ୍ରୀ ପୂଜା। ବିଶ୍ବାସ ରହିଛି ଜ୍ୟେଷ୍ଠ ଅମବାସ୍ୟାରେ ମା ସାବିତ୍ରୀଙ୍କୁ ପୂଜା କଲେ ସ୍ବାମୀଙ୍କର ମଙ୍ଗଳ ହୁଏ। ସେଥିପାଇଁ ହିନ୍ଦୁ ଧର୍ମର ସମସ୍ତ ସଧବା ନାରୀ ଏହି ଦିନ ବ୍ରତ କରିଥାନ୍ତି। ଏହି ପରିପ୍ରେକ୍ଷାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାବିତ୍ରୀ ଓଷା ପାଳନ କରିଛନ୍ତି। ସେ ନିଜ ଘରେ ଥିବା ମାଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ଥୋଇ ଏହି ପୂଜା କରିଛନ୍ତି। ଏ ନେଇ ଅପରାଜିତା ନିଜ ଟୁଇଟରରେ ପୂଜା କରୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Read More