କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ସିଦ୍ଧାର୍ଥ ନଗରରେ ରହୁଥିବା ଦୁଇ ଭାଇ ସଲିଳ ମିଶ୍ର ଓ ଶରତ ମିଶ୍ର ଗତ ୨୦୧୦ ମସିହାରେ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରର ଦୁଇ ଭାଇ ଡଃ ଦିଲିପ ମିଶ୍ର ଓ ଅଶୋକ କୁମାର ମିଶ୍ରଙ୍କ ଠାରୁ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ମୌଜାର ୬ ଟି ପ୍ଲଟ୍ ଜମି କିଣିଥିଲେ। କିନ୍ତୁ ଦୁଇ ଭାଇ ବାହାରେ ରହୁଥିବାରୁ ଏହା ମଧ୍ୟରେ ଜମି ବିଷୟରେ ଧ୍ୟାନ ଦେଇନଥିଲେ। ଏହି କିଛି ଦିନ ତଳେ ଦୁଇ ଭାଇ ଛୁଟିରେ ଆସି ଉକ୍ତ ଜମିରେ ପାଚେରୀ ନିର୍ମାଣ ପାଇଁ ଜମି ନିକଟରେ ପହଞ୍ଚିଲେ ଏବଂ କାମ ଆରମ୍ଭ କରିବାକୁ ଉଦ୍ୟମ କରିବା ବେଳକୁ କିଛି ଲୋକ ଆସି ବିରୋଧ କରି ନିଜର ଜମି ବୋଲି ଦାବି କରିଥିଲେ। ଏହି ସମୟରେ ଦୁଇ ଭାଇ ସଲିଳ ଓ ଅଶୋକ ଅବାକ୍ ହେଇଗଲେ ଓ ସେଠାରୁ…
Author: Samikhsya Bureau
ନୂଆଦିଲ୍ଲୀ: ପଞ୍ଜାବର ଗୋଟିଏ ଲୋକସଭା ଆସନ ପାଇଁ ଭୋଟ୍ ଦେବା ସହିତ ଆଜି ଉତ୍ତରପ୍ରଦେଶ, ଓଡିଶା ଏବଂ ମେଘାଳୟର ଚାରିଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ଉତ୍ତରପ୍ରଦେଶର ସ୍ଵାର ଏବଂ ଛାନବେ, ଓଡିଶାର ଝାରସୁଗୁଡା ଏବଂ ମେଘାଳୟର ସୋହିୟୋଙ୍ଗ ବିଧାନସଭା ଆସନରେ ଭୋଟ୍ ଚାଲିଛି। ଏଥି ସହିତ ପଞ୍ଜାବର ଜଲନ୍ଧର ଲୋକସଭା ଆସନରେ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। କୋର୍ଟଙ୍କ ଦ୍ଵାରା ଦଣ୍ଡିତ ହେବା ପରେ ବରିଷ୍ଠ ଏସପି ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେତୁ ସ୍ଵାରର ଆସନ ଖାଲି ପଡିଥିଲା। ବିଜେପିର ସହଯୋଗୀ ଅପନା ଦଳ (ସୋନେଲାଲ) ବିଧାୟକ ରାହୁଲ କୋଲଙ୍କ ମୃତ୍ୟୁ କାରଣରୁ ଛାନବେ ଆସନ ଖାଲି ପଡ଼ିଥିଲା। ପଞ୍ଜାବ: କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ପରେ ଜଲନ୍ଧର ଆସନ ଖାଲି ପଡିଥିଲା। ଚଳିତ ବର୍ଷ ଜାନୁଆରୀରେ ସେ ଜଲନ୍ଧରର…
ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଳାଞ୍ଜଳି ଆର୍ଟିଷ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ଏକ ସାମାଜିକ ଓ ସାଂସ୍କୃତିକ ଉତ୍ସବ ଉତ୍କଳ କଳା ମଣ୍ଡପ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ ଗଣେଷୀଲାଲ୍ ମୁଖ୍ୟ ଅତିଥି, ରାଜ୍ୟସଭା ସାଂସଦ ଅମରଜିତ୍ ପଟ୍ଟନାୟକ, ଓଡ଼ିଶାର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବି ଗଣ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇ ମନମୁଗ୍ଧକର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପୁରସ୍କୃତ ହୋଇଥିଲେ। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ବାରିପଦାର ବରିଷ୍ଠ ସମାଜସେବୀ ଓ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେନ୍ଦ୍ର ସ୍ଥଳ ଓ ପୁରାତନ ରାଜଧାନୀ ଭାବେ ଜଣାଶୁଣା ଜୁନାଗଡ ସହରରେ ଥିବା ଜାତୀୟ ରାଜପଥରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ଏବେ ଜନୈକ ପୁଞ୍ଜିପତି ପ୍ରଭାବଶାଳୀ ବ୍ୟବସାୟୀଙ୍କ ନାମରେ ଦରଜ କରାଯାଇଥିବା ଜଣାପଡିଛି। ଯାହାଫଳରେ ଏବେ ସରକାରଙ୍କ ଦଲିଲ ଦସ୍ତାବିଜ ୱେବ ସାଇଟ ଭୁଲେଖ ଏବଂ ଜୁନାଗଡ ମୌଜାର ସରକାରୀ ମେପ ରୁ ଉକ୍ତ ରାସ୍ତା ଗାଏବ ହୋଇ ଯାଇଥିବା ଦେଖା ଯାଉଛି। ରାଜସ୍ବ ବିଭାଗର ଅମିନଙ୍କ ଦ୍ବାରା ପ୍ରସ୍ତୃତ ସ୍କେଚ ମେପ ଅନୁସାରେ ବିକ୍ରି ବଟା ହେବା ପରେ ଜୁନାଗଡ ସବ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଜୁନାଗଡ ତହସିଲଦାର ଙ୍କ ଦ୍ବାରା ରେଜିଷ୍ଟ୍ରେସନ ଗ୍ରହଣ ହେବା ସହ ଜୁନାଗଡ ତହସିଲଦାର ଙ୍କ ଦ୍ବାରା ମ୍ୟୁଟେସନ…
ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନର ବିଶେଷ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାର ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟି୍ରକ୍ ଟନ୍ରୁ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟି୍ରକ୍ ଟନକୁ ବୃଦ୍ଧି ପାଇଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ଅଧିକ ବୃଦ୍ଧି ଘଟାଇ ମୁଣ୍ଡପିଛା ହାରାହାରି ଦୁଗ୍ଧ ଉପଲବ୍ଧତା ବଢ଼ାଇବା ଦିଗରେ ଓମ୍ଫେଡ୍ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ମଙ୍ଗଳବାର ଦିନ କୃଷି ଭବନଠାରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ ‘ଓମ୍ଫେଡ୍’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ…
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଗତକାଲି ପ୍ରତୁ୍ୟଷରେ ପାଳିତ ହୋଇଛି। ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ରାମହରି ଜେନା, ପ୍ରବୀର ମହାନ୍ତି, ରାଜକୁମାର ସୁବୁଦ୍ଧି, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ, ମୀନକେତନ ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ନୂଆଦିଲ୍ଲୀ: ଆରସିବି ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ୮୩ ରନ୍ର ଉତ୍କୃଷ୍ଟ ଇନିଂସ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସମେତ ମୋଟ ୫ ଟି ପୁରସ୍କାର ପ୍ରଦାନ କରାଯାଇଛି। ଏହି ମ୍ୟାଚରେ ସୂର୍ଯ୍ୟ ମଧ୍ୟ ଆଇପିଏଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ମୁମ୍ବାଇ ଏବଂ ଆରସିବି ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଅନେକ ବଡ ରେକର୍ଡ ଭାଙ୍ଗିଥିବାର ଦେଖାଯାଇଛି। ଏହି ମ୍ୟାଚ୍ରେ ମୁମ୍ବାଇ ୬ ଟି ୱିକେଟ୍ ରେ ଜିତିଛି। ଆସନ୍ତୁ ଜାଣିବା ଏହି ମ୍ୟାଚ୍ ସମୟରେ କେଉଁ ବଡ଼ ରେକର୍ଡ ସୃଷ୍ଟି ହୋଇଛି ଏବଂ ଭାଙ୍ଗିଛି। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଆଇପିଏଲ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ୮୩ ରନ୍ର ଏକ ଇନିଂସ ସୂର୍ଯ୍ୟଙ୍କ ବ୍ୟାଟରୁ ବାହାରିଥିଲା। ଏହାପୂର୍ବରୁ ଆଇପିଏଲରେ ସୂର୍ଯ୍ୟଙ୍କ ସର୍ବାଧିକ ସ୍କୋର ୮୨ ରନ୍ ଥିଲା। ଏହି ମ୍ୟାଚରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସମେତ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ ୧୧:୪୫ ରେ ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ। ନାଥଦ୍ୱାରରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ୫୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଯନ, ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପର ଧ୍ୟାନ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ରହିବ। ସଡକ ଏବଂ ରେଳ କ୍ଷେତ୍ରର ପ୍ରକଳ୍ପଗୁଡିକ ସାମଗ୍ରୀ ଏବଂ ସେବାଗୁଡିକର ଗତିବିଧିକୁ ମଧ୍ୟ ସହଜ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ରେ ଉନ୍ନତି ଆସିବ। ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ…
ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ଜୀବନର ସନ୍ତୁଳନ ପ୍ରଦାନ କରେ। ଯେତେବେଳେ ଏହି ସନ୍ତୁଳନ ଅସମାନ ହୁଏ, ମଣିଷ ଏକାକୀ ଏବଂ ସମୁଦାୟ ଭାବରେ ଅନେକ ପ୍ରକାରର ଅସୁବିଧା ଏବଂ ସମସ୍ୟାର ଶିକାର ହୁଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ପାଞ୍ଚଟି ଉପାଦାନରୁ ସୃଷ୍ଟି ହୋଇଥିବା ଜୀବଙ୍କର ଦକ୍ଷତା ବିକାଶ କରିବାର ଶକ୍ତି ସ୍ୱୟଂଚାଳିତ ଭାବରେ ପାଞ୍ଚଟି ଉପାଦାନ – ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶର ଉପଯୁକ୍ତ ବ୍ୟବହାର ଦ୍ୱାରା ନିର୍ମିତ ଏକ ବାସଗୃହରେ ସୃଷ୍ଟି ହୁଏ। ମାନବ ଶରୀର 5 ଟି ଉପାଦାନରେ ଗଠିତ – ବାସ୍ତୁ ଏକ ପ୍ରାଚୀନ ବିଜ୍ଞାନ। ଆମ ସାଧୁମାନେ ଏହି ବିଜ୍ଞାନକୁ ଆମ ଚାରିପାଖରେ ଥିବା ବିଶ୍ବରେ ଥିବା ନକାରାତ୍ମକ ଶକ୍ତିରୁ ରକ୍ଷା କରିବାର ଲକ୍ଷ୍ୟରେ ବିକଶିତ କରିଥିଲେ। ବାସ୍ତୁ ବେଦରୁ ଉତ୍ପନ୍ନ ହୋଇଛି, ଯାହା ଅଥର୍ବବେଦର ଏକ ଅଂଶ। ଏହି ସୃଷ୍ଟି ସହିତ ମାନବ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ। ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ। ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ -୧ ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗରୁତ୍ୱ ବହନ କରେ। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ସମ୍ପୂର୍ଣ୍ଣ…
ଭୁବନେଶ୍ୱର: ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ପରିସରରେ ଥିବା ସେମିନାର ଗୃହରେ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଛଅଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୬ ଜଣ ନିପୁଣ ଶିଳ୍ପୀ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟକ୍ଷ ଭାବେ ହସ୍ତଶିଳ୍ପ ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଦ୍ୱାରା କାରିଗରମାନଙ୍କର ମଧ୍ୟ ଦକ୍ଷତା ବିକାଶ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ସିଡାକ୍ର ସଦସ୍ୟ ସଚିବ ଶିଶିର କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋକପାତ କରି ନିପୁଣ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ସିଡାକ୍ର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।
ଭୁବନେଶ୍ଵର: ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି/ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି। ଏହା ସହାୟତାରେ ସାଇବର ଅପରାଧକୁ କମ୍ କରାଯାଇପାରିବ। ଏହା ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପି) ର ମିଳିତ ଗ୍ରାହକ ଡାଟାବେସ୍ ବିଶ୍ଳେଷଣ କରିଥାଏ ଏବଂ ନକଲି ମୋବାଇଲ୍ ସଂଯୋଗଗୁଡ଼ିକୁ ଚିହ୍ନଟ କରେ। ସିଷ୍ଟମ୍ ଗ୍ରାହକ ଚିତ୍ର ଗୁଡିକ ବ୍ୟବହାର କରେ ଏବଂ ଅନ୍ୟ ଗ୍ରାହକ ଚିତ୍ର ଗୁଡ଼ିକ ସହିତ ଏହାର ତୁଳନା କରେ। ଫଳସ୍ବରୂପ ସେହି ବ୍ୟକ୍ତିଙ୍କ ଭିନ୍ନ ନାମ ସହିତ ସମାନ ଚିତ୍ରର ଏକ ଆଉଟପୁଟ୍ ସୃଷ୍ଟି ହୁଏ। ଓଡିଆର ବିଭିନ୍ନ ଟେଲିକମ୍ ଅପରେଟରଙ୍କ ଦ୍ବାରା ଜାରି କରାଯାଇଥିବା ୫୨,୦୮୮ ସନ୍ଦିଗ୍ଧ ମୋବାଇଲ୍ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି। ଟେଲିକମ୍ୟୁନିକେସନ ବିଭାଗ, ଓଡିଶାର ନିର୍ଦ୍ଦେଶ ଅନୁଯାୟୀ, ଏହି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ…
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ବାର୍ତ୍ତାକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ଦଳ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହା ମଧ୍ୟ କହିଛି ଯେ, ନିର୍ବାଚନ ଆୟୋଗଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଦଳର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବାର୍ତ୍ତା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛନ୍ତି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତ୍ତି ସମ୍ପର୍କରେ ସେ କହିଛନ୍ତି ଯେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତାମାନେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। କଂଗ୍ରେସର ଅଭିଯୋଗ କ’ଣ?: କଂଗ୍ରେସ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚଣ୍ଡିଗଡରେ ଭାରତର ପ୍ରଥମ ଭାରତୀୟ ବାୟୁ ସେନା ଐତିହ୍ୟ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହା ଏକ ଉଲ୍ଲେଖନୀୟ ଉଦ୍ୟମ, ଯାହା ଆମ ଦେଶ ପ୍ରତି ବାୟୁ ସେନାର ସମୃଦ୍ଧ ଅବଦାନକୁ ଆହୁରି ଗୌରବାଜ୍ୱଳ କରିବ।”
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ମହତ୍ତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ ୫-‘ଟି’ ଉପକ୍ରମରେ ସାମିଲ କରାଯାଇ ଯୋଜନାର ରୂପାୟନକୁ ତ୍ୱରାନ୍ୱିତ କରାଯାଇପାରିଛି। ଏହା ଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନଙ୍କ ଆୟବୃଦ୍ଧି ଘଟିବା ସହିତ ସେମାନେ ଆତ୍ମନିର୍ଭର ହୋଇପାରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନରେ ଆୟୋଜିତ ବୈଠକରେ ୫-‘ଟି’ ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଭାଗଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କ ଆୟବୃଦ୍ଧି ଓ ଜୀବିକା ନିର୍ବାହ ଦିଗରେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ରାଜ୍ୟର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡ଼ନ୍ତି…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ବିଭିନ୍ନ ଫଳ ଦୋକାନ ଓ ତେଜରାତି ଦୋକାନକୁ ତନଖି କରାଯାଇଛି। ତନଖି ସମୟରେ ପ୍ରାୟ ଦୋକାନୀ ଖାଦ୍ୟ ସୁରକ୍ଷା ଆଇନର ପ୍ରମାଣପତ୍ର ହାସଲ କରି ନଥିବା ପରିଲକ୍ଷିତ ହୋଇଛି। ବଜାରର ଫଳ ଦୋକାନି ଗୁଡିକ ଫଳ ପଚାଇବା ପାଇଁ କାରବାଇଟ ଓ ଥିନାଇଲ ବ୍ୟବହାର ଉପରେ ତନଖି କରାଯାଇଛି। ପ୍ରାୟ ଦୋକାନୀ ଥିନାଇଲ ବ୍ୟବହାର କରୁଥିବା ଅଧିକାରୀ କହିଛନ୍ତି। କାରବାଇଟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବାରୁ ଥିନାଇଲ ସଠିକ ପରିମାଣର ବ୍ୟବହାର କରିବାକୁ ସଚେତନ କରାଯାଇଛି। ତତ ସହିତ ଖାଦ୍ୟ ସୁରକ୍ଷା ଆଇନର ପ୍ରମାଣପତ୍ର ହାସଲ କରିନଥିବା ତେଜରାତି ଦୋକାନୀଗୁଡିକୁ ବିଭାଗ ତରଫରୁ ନୋଟିସ ଜାରି ହେବା ସହ ପ୍ରତ୍ୟେକ ଦୋକାନୀଙ୍କୁ ପ୍ରମାଣପତ୍ର ହାସଲ ପାଇଁ ସଚେତନ କରାଯାଇଛି। ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଏହି…
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ୧- ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକାରୀ କରୁଛି। ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ଖାଦ୍ୟ ସବସିଡି ଜାରି କରାଯାଏ। ଏହି ଉଦ୍ଦେଶ୍ୟ ଲାଗି, ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ଏବଂ ଏମଓୟୁରେ ଦିଆଯାଇଥିବା ସର୍ତ୍ତାବଳୀଗୁଡ଼ିକୁ ରାଜ୍ୟ ସରକାରମାନେ ପାଳନ କରିବାର ଆବଶ୍ୟକତା ରହିଛି। ପ୍ରଚଳିତ ମାର୍ଗଦର୍ଶିକା, ଅସ୍ଥାୟୀ ଖର୍ଚ୍ଚ ପତ୍ରିକା, ଓପନିଂ ଓ କ୍ଲୋଜିଂ ବାଲାନ୍ସ ଷ୍ଟକ, କ୍ରୟ,…
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଯାଇଛି। ଓସେପାର ଷ୍ଟାରସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ତାଲିମର ମୂଳ ଉଦ୍ଦେଶ୍ୟ ହେଉଛି ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ରାଜ୍ୟରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ପୁନର୍ବିନ୍ୟାସ କରିବା। ଶିବିରକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ଏହି ଯୁଗାନ୍ତକାରୀ ପ୍ରୟାସରେ କାର୍ଯ୍ୟରତ ଧନ୍ଦାମୂଳକ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି। ସେମାନଙ୍କର ଦକ୍ଷତା ବିକାଶ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ। ଜାତୀୟ ଶିକ୍ଷାନୀତିରେ ତଥା ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି। ଧନ୍ଦାମୂଳକ…
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଙ୍ଗଳବାର ଦିନ ବହୁବିବାହକୁ ନିଷେଧ କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଆମେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଦେଇ ଯାଉନାହୁଁ, କିନ୍ତୁ ଏକ ରାଜ୍ୟ ଅଧିନିୟମ ଅନୁଯାୟୀ ବହୁବିବାହକୁ ବାରଣ କରିବାକୁ ଚାହୁଁଛୁ। ଆସାମ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେ ଏହି ଅଞ୍ଚଳରେ ବହୁବିବାହକୁ ନିଷିଦ୍ଧ କରିବାର ରାଜ୍ୟ ସରକାରଙ୍କର ଅଧିକାର ଅଛି କି ନାହିଁ। ରାଜ୍ୟରେ ବହୁବିବାହକୁ ନିଷିଦ୍ଧ କରିବାକୁ ସରକାର ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କମିଟି ଆଇନ ବିଶେଷଜ୍ଞଙ୍କ ସମେତ ସମସ୍ତ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା କରିବ ଏବଂ ମୁସଲିମ ପର୍ସନଲ ଲ (ଶରିୟତ) ଅଧିନିୟମ, ୧୯୩୭ ର ବ୍ୟବସ୍ଥାଗୁଡ଼ିକୁ ଯାଞ୍ଚ କରିବ। ହିମନ୍ତ କହିଛନ୍ତି ଯେ, ୟୁନିଫର୍ମ ସିଭିଲ କୋଡ ପାଇଁ ରାଜ୍ୟ ନୀତିର…

