ନୂଆଦିଲ୍ଲୀ: ବିଜେପି ଏବଂ କଂଗ୍ରେସ ସମେତ ଅନେକ ଦଳ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ସଭାପତି ମମତା ବାନାର୍ଜୀ କହିଛନ୍ତି ଯେ, ଯଦି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଜେପିର ପତନ ଆରମ୍ଭ ହୁଏ, ତେବେ ମୁଁ ଖୁସି ହେବି। ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ଯେତେ ଶୀଘ୍ର କ୍ଷମତାରୁ ଦୂରେଇ ଯିବ, ଦେଶ ପାଇଁ ସେତେ ଭଲ ହେବ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଲୋକମାନେ ବିଜେପିକୁ ଭୋଟ୍ ଦେବା ଉଚିତ୍ ନୁହେଁ ଏବଂ ନିଜ ପସନ୍ଦର ଅନ୍ୟ କୌଣସି ଦଳକୁ ଭୋଟ୍ ଦେବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ବିଜେପି ଆଧ୍ୟାତ୍ମିକତାକୁ ନଷ୍ଟ କରିଦେଇଛି। ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଏବଂ…
Author: Samikhsya Bureau
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ନୁଆଁପଲି ଗ୍ରାମରେ ଗୁରୁବାରୀ ନାହାକ ନାମକ ଜଣେ ବୃଦ୍ଧଙ୍କୁ ଭଣଜା ଇଶ୍ୱର ପ୍ରଧାନ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ତ୍ରୀ ରଇବାରୀ ନାହାକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜମିବାଡ଼ି ସଂପର୍କିତ ଗଣ୍ଡଗୋଳକୁ ନେଇ ମାମୁଁ ଭଣଜା ମଧ୍ୟରେ ବହୁ ଆଗରୁ ମନୋମାଳିନ ଥିଲା। ଆଜି ଗାଁର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ଜାଗା ରେ ଘର କାମ ଦେଖିବାକୁ ଗୁରୁବାରୀ ଯାଇଥିଲା ବେଳେ ଈଶ୍ୱର ଏକ କଟୁରିରେ ମାମୁଁ ଅତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇଥିଲା। ଗାଁ ଲୋକେ ସଙ୍ଗେ ସଙ୍ଗେ ଗୁରୁବାରୀଙ୍କୁ ସୁମଣ୍ଡଳ ଡ଼ାକ୍ତରଖାନାକୁ ନେଇ ଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ର ଏତଲା ଗ୍ରହଣ କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଇଶ୍ୱର…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଚିକିଟି ଧାନଘର ଛକରେ ଛକି ରହି ଅବକାରୀ ଗୋଇନ୍ଦା ବିଭାଗକୁ ବଡ଼ ଧରଣର ସଫଳତା ମିଳିଛି। ଆଜି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିଭାଗୀୟ ନୀରିକ୍ଷକ ଓ କିଛି କର୍ମଚାରୀ ଧାନଘର ଛକରେ ପଇଂତରା ମାରୁଥିବା ବେଳେ ଗୋଟିଏ ବଡ଼ ମାଲବାହୀ ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେତେବେଳେ ସେଥିରୁ ୩୨୦ କିଲୋ ଗଞ୍ଜେଇ ସହ ସହଯୋଗ କରୁଥିବା ଏକ କାର୍ ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିଲା। ଏଥି ସହିତ ବିକ୍ରମ କୁମାର ସୁବୁଦ୍ଧି ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା।
ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି। ଏହି ପରୀକ୍ଷାରେ ୫୪ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ପରିଚାଳକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିବିଏସ୍ଇ ପାଠ୍ୟକ୍ରମ ଅନୁଯାୟୀ ରାଜ୍ୟର ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବୃଦ୍ଧି କରିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ…
ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ। ଠିକାଦାର ଚଳାଇଛନ୍ତି ମନମୁଖୀ କାର୍ଯ୍ୟ। ରାସ୍ତା କାମ ଠିକରେ ହେଉ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଠି ପୋଲ ପାଇଁ ଗାତ ଖୋଳା ଯାଉଛି ସେହି ଜାଗାକୁ ସଠିକ ଭାବେ ରେଡ ଫିତା ଦ୍ୱାରା ଚିହ୍ନଟ କରାଯାଉ ନାହିଁ। ରାସ୍ତା କାର୍ଯ୍ୟ ମଧ୍ୟ ବହୁ ଧୀର ହେଉଥିବା ଅଭିଯୋଗ ହେଉଛି। ଠିକାଦାରଙ୍କ ମନମୁଖୀ ବେପରୁଆ କାର୍ଯ୍ୟ ପାଇଁ ବହୁ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଆଜି ସନ୍ଧ୍ୟାରେ ସାନଗଡ଼ ଠାରେ ନିର୍ମାଣଧୀନ ଥିବା କଲଭର୍ଟ ପାଇଁ ଖୋଳା ହୋଇଥିବା ଏକ ଗଭୀର ଖାଲରେ ଏକ ସ୍କୁଟି ପଡି ଚାଳକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି। ସ୍କୁଟି ଆରୋହୀ ଜଣଙ୍କ ମାଳିସାହିର ସାଗର ବରାଡ଼ ବୋଲି ଜଣା ପଡିଛି। ସେ ମାଳି ସାହିରୁ ରଣପୁର ହଂସରା ଯାଉଥିବା…
ଭୁବନେଶ୍ୱର: ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ଯଥା: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବାଲେଶ୍ୱର ଶଙ୍ଖାରୀସ୍ଥିତ ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ପ୍ରକଳ୍ପ, ଭଦ୍ରକ ଗରଦପୁରସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, କଟକର ଉତ୍କଳ ଗାନ୍ଧୀ ସ୍ମାରକନିଧି, ଖୋଦ୍ଧା କେନ୍ଦୁଲୀସ୍ଥିତ ଶ୍ରୀଜୟଦେବ ପୀଠ, ପୁରୀ ଜିଲ୍ଲା ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକୀ ପ୍ରକଳ୍ପ, ଜିଲ୍ଲା ପାଠାଗାର ତଥା ଅନ୍ୟାନ୍ୟ ବିଭାଗୀୟ ପାଠାଗାର ପରିଚାଳନା, ଜିଲ୍ଲା ସଂସ୍କୃତି ପରିଷଦ/ ତଥା ଜିଲ୍ଲା ସାଂସ୍କୃତିକ ପାଣ୍ଠି ବିନିଯୋଗ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ, ଆଦର୍ଶ ବରପୁତ୍ର ଗ୍ରାମ, ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ, ବିଭାଗ ଅଧିନରେ ପରିଚାଳିତ ରାଜ୍ୟ ଏକାଡେମୀଙ୍କ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ…
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱର, ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର। ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର. ଅଜୟ ପରିଡାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ, ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧିତ ଆଇ.ଏଲ୍.ଏସ୍.ର ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ସମର୍ଥନ କରିଛି। ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଆଇ.ଏଲ୍.ଏସର ଏକାଧିକ ବୈଜ୍ଞାନିକମାନେ ଏହି ପ୍ରକଳ୍ପର ବିଭିନ୍ନ ଦିଗରେ ଗବେଷଣା କରୁଛନ୍ତି ଯାହାକି ଓଡିଶାର ଜନଜାତିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ। ଏହାର ଏକ ଅଧ୍ୟୟନରେ, ଆଇ.ଏଲ୍.ଏସ୍. ଗବେଷକମାନେ ଏହି ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉପକାରୀ ଜୀବାଣୁକୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ। ପ୍ରୋବାୟୋଟିକ ହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ…
ନୂଆଦିଲ୍ଲୀ: ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି। ଆମଦାନୀ ହେଉଥିବା ଖାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ଯାହା ଭାରତରେ ଖାଇବା ତେଲ କ୍ଷେତ୍ରରେ ସକାରାତ୍ମକ ଭାବେ ପ୍ରତିଫଳିତ ହୋଇଛି। ସୋଲଭେଣ୍ଟ ଏକ୍ସଟ୍ରାକସନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍ଇଏଆଇ) ଏବଂ ଇଣ୍ଡିଆନ ଭେଜିଟେବୁଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଭିପିଏ) ର ପ୍ରତିନିଧୀମାନେ ଆର୍ନ୍ତଜାତୀୟ ସ୍ତରରେ ମୂଲ୍ୟ ହ୍ରାସ ପରିଲକ୍ଷିତ ହୋଇଥିବାରୁ ଖାଇବା ତେଲର ଖୁଚୁରା ମୂଲ୍ୟରେ ଅଧିକ ହ୍ରାସ ବିଷୟରେ ଆଲୋଚନା କରିଥିଲେ। ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତ ଦୁଇ ମାସ ମଧ୍ୟରେ ବିଭିନ୍ନ ଖାଇବା ତେଲର ଆର୍ନ୍ତଜାତୀୟ ମୂଲ୍ୟ ଟନ୍ ପିଛା ୨୦୦ ରୁ ୨୫୦ ଡଲାର ହ୍ରାସ ପାଇଛି, କିନ୍ତୁ ଖୁଚୁରା ବଜାରରେ ଏହା ପ୍ରତିଫଳିତ ହେବାକୁ ସମୟ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମେ ୪, ୨୦୨୩)ରେ ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ। ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ। ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ଯ୍ୟ। ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଆୟତ୍ତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମର ଶତାଧିକ ଗ୍ରାମବାସୀ ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନୱାଡି ଗୃହ ନିର୍ମାଣକୁ ବିରୋଧ କରି ଆଜି ପୂର୍ବାହ୍ନରେ ପୁନର୍ବାର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଗୋପୀନାଥ ପ୍ରସାଦ (ଖ ) ନାମରେ ଆସିଥିବା ଅଙ୍ଗନୱାଡି ଗୃହକୁ ପାଳଧୁଆ ପଲ୍ଲୀ ମୌଜାରେ ଥିବା ପ୍ରାଥମିକ ସ୍କୁଲ ପରିସରରେ ନିର୍ମାଣ କରିବାକୁ ପ୍ରଶାସନ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ପାଳଧୁଆପଲ୍ଲୀ ମୌଜାର ବହୁ ଜାଗା ଉକ୍ତ ଗ୍ରାମବାସୀ ଅକ୍ତିଆର କରି ରଖିଥିବା ବେଳେ ଏବଂ ତାହା ସମାଧାନ ହୋଇନଥିବା ବେଳେ ପୁଣି ସ୍କୁଲ ଗୃହ ଅକ୍ତିଆର କରିବାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଯାହାଫଳରେ ସ୍କୁଲ ନିମନ୍ତେ ଖେଳ ପଡିଆ ଓ ଆବଶ୍ୟକ କାର୍ଯ୍ୟର ଭିତ୍ତିଭୂମି ଅଭାବ ଥିବା ସତ୍ତ୍ୱେ ଏଠାରେ ଗୃହ ନିର୍ମାଣ କଦାପି କରାଇଦିଆଯିବ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଚିଲିକା ତହସିଲ ଅନ୍ତର୍ଗତ ବିଭିନ୍ନ ମତ୍ସ୍ୟ ସମବାୟ ସମିତିର ପ୍ରତିନିଧି ପାରମ୍ପରିକ ମତ୍ସ୍ୟଜୀବୀ ମାନଙ୍କର ପ୍ରତିନିଧି, ଅଣପାରମ୍ପରିକ ମତ୍ସ୍ୟଜୀବୀ ତଥା ଚିଲିକା ହ୍ରଦ ଉପରେ ନିର୍ଭର କରି ଚଳୁଥିବା ପ୍ରତିନିଧି ମାନଙ୍କର ତହସିଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଉଛି।ଉକ୍ତ ବୈଠକରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ଯାହାକି ମତ୍ସ୍ୟଜୀବୀ ମାନଙ୍କର ଚିଲିକା ଭାତହାଣ୍ଡି ହୋଇଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ବିନା ଦ୍ଵିଧାରେ ଅକାତକାତ ଜଳରାଶିରେ ନିଜର ପେଶା ଜାରି ରଖିଥାନ୍ତି। ମତ୍ସ୍ୟଜୀବୀ ମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ତହସିଲ ଚିଲିକା ଜଳ ରାଶିରେ ମାଛ ଧରିବା କାର୍ଯ୍ୟ କରି ଆସୁଥିଲେ। ମାତ୍ର ଅନେକ ସମୟରେ ସେଠାକାର ଅଣମତ୍ସ୍ୟଜୀବୀମାନେ ନାନାଦି…
ନୂଆଦିଲ୍ଲୀ: ଦାମୀ ଖାଇବା ତେଲର ମୂଲ୍ୟରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଧାରା ବ୍ରାଣ୍ଡ ନାମରେ ଖାଇବା ତେଲ ବିକ୍ରି କରୁଥିବା ମଦର ଡେୟରି ଲିଟର ପିଛା ୧୫ ରୁ ୨୦ ଟଙ୍କା ଏମଆରପି ହ୍ରାସ କରିବାକୁ ଘୋଷଣା କରିଛି। ଆସନ୍ତା ସପ୍ତାହରେ, ଯେତେବେଳେ ନୂଆ ଷ୍ଟକ୍ ବଜାରରେ ଆସିବ, ଲୋକମାନେ ଖୁଚୁରା ବଜାରରେ ଶସ୍ତା ଖାଇବା ତେଲ ପାଇପାରିବେ। ମଙ୍ଗଳବାର ଦିନ ଖାଦ୍ୟ ମନ୍ତ୍ରଣାଳୟ ଖାଇବା ତେଲର ମୂଲ୍ୟ ହ୍ରାସ କରିବା ପାଇଁ SEA କୁ ନିର୍ଦ୍ଦେଶ ଦେଇଛି, ଏହା ପରେ ମଦର ଡେୟରି ଖାଇବା ତେଲର ମୂଲ୍ୟ ହ୍ରାସ କରିଛଛି। ଏକ ମଦର ଡେୟରି ମୁଖପାତ୍ର କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଏବଂ ଘରୋଇ ଫସଲର ଉତ୍ତମ ଉତ୍ପାଦନ ପରେ ତୁରନ୍ତ ଧାରାର ଖାଇବା ତେଲର ସମସ୍ତ ଲିଟର ପିଛା ୧୫ ରୁ ୨୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋୟାବିନ୍…
ଭୁବନେଶ୍ଵର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ର ୧୦୦ ଟି ସୁସ୍ଥ ତଥା ସ୍ୱଚ୍ଛ ଖାଦ୍ୟ ଷ୍ଟ୍ରିଟର ବିକାଶ ପାଇଁ ‘ଫୁଡ୍ ଷ୍ଟ୍ରିଟ୍ ପ୍ରୋଜେକ୍ଟ’ର ସମୀକ୍ଷା କରିଛନ୍ତି। ଖାଦ୍ୟ ବ୍ୟବସାୟ ତଥା ସଦସ୍ୟଙ୍କ ମଧ୍ୟରେ ନିରାପଦ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଖରାପ ଖାଦ୍ୟ ଦ୍ବାରା ହେଉଥିବା ରୋଗକୁ ହ୍ରାସ କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ମଧ୍ୟ ଏହି ଯୋଜନାର ଲକ୍ଷ୍ୟ ଅଟେ। ଫୁଡ୍ ଷ୍ଟ୍ରିଟକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ପ୍ରତି ଫୁଡ ଷ୍ଟ୍ରିଟକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ଏହା ମାଧ୍ୟମରେ ପାଇଲଟ୍ ପ୍ରକଳ୍ପ ଭାବରେ ଦେଶର…
ଭୁବନେଶ୍ଵର: ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ସାତ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ଵର: ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି। କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ। ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା…
ଭୁବନେଶ୍ୱର: ବିକିରଣ (ରେଡିଏସନ୍) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ବିରଳ ଗଳା କର୍କଟ ରୋଗରେ ପିଡ଼ୀତ ଥିଲେ। ଏମ୍ସକୁ ଆସିବା ପୂର୍ବରୁ ଉକ୍ତ ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଏହାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବାକ୍ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଏହି ଟ୍ୟୁମର ଫଳରେ ଯୁବତୀଜଣଙ୍କ ଶ୍ବାସକ୍ରିୟା ଏବଂ କଥା କହିବାରେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଏବଂ କେମୋ ପ୍ରତିରୋଧୀ ଏହି ବିରଳ…
ଖୋର୍ଦ୍ଧା: ଆଜି ଓସ୍ୱାନ ଭିଡ଼ିଓ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯୟ ବୈଠକ ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଏବଂ ବିଭିନ୍ନ ବ୍ଲକ, ତହସିଲ ସ୍ତରୀୟ ଅଧିକାରୀମାନଙ୍କ ସହ ଭିଡ଼ିଓ ମାଧ୍ୟମରେ ଆଲୋଚନା କରାଯାଇଥିଲା। R&B ବିଭାଗଙ୍କୁ ବିଭିନ୍ନ ବ୍ଲକରେ ହେଲିପାଡ଼ର ପ୍ରସ୍ତୁତି, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଡ୍ରେନେଜ ବିଷୟରେ ପଚାରି ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ରେନଗଜ ରିପୋର୍ଟିଂ ସଠିକ ସମୟରେ ରିପୋର୍ଟ ଦେବାକୁ ଉପ-ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ବିଡିଓମାନଙ୍କୁ ପଞ୍ଜିକୃତ ବୋଟ ଗୁଡିକୁ ଯାଞ୍ଚ କରିବା ସହିତ ଅଣ ପଞ୍ଜିକୃତ ବୋଟ ଗୁଡିକୁ ରବ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଲାଇଫ ଜ୍ୟାକେଟ, ଲାଇଫ ବୟ, ନାଇଲନ ରୋପ ର ଆବଶ୍ୟକତା ବିଷୟରେ ତୁରନ୍ତ ରିପୋର୍ଟ ଦେବାକୁ ଵି. ଡ଼ି. ଓ. ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ତରରେ ଏବଂ ବ୍ଲକ ସ୍ତରରେ…
ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ଜମିଅତ୍ ଉଲେମା-ଏ-ହିନ୍ଦର ଓକିଲମାନେ ପୁଣି ଥରେ ‘ଦ କେରଳ ଷ୍ଟୋରି’ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତେବେ ଜମିଅତର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଓକିଲ ଦାବି କରିଛନ୍ତି ଯେ, କେରଳ ହାଇକୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରୁନାହାଁନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ରିଲିଜ ହେବ, ତେଣୁ ସୁପ୍ରିମକୋର୍ଟ ଆଜି ଶୁଣାଣି ନିର୍ଦ୍ଦେଶ ଦେବା ଉଚିତ୍। ଏହା ଉପରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଏହି ମାମଲାରେ ହାଇକୋର୍ଟ ଏହାର ପ୍ରାରମ୍ଭିକ ମତ ଦେଇଛନ୍ତି। ଯଦି ଏହା ନିଷିଦ୍ଧ ଯୋଗ୍ୟ, ତେବେ ଏହା ହୋଇପାରିଥାନ୍ତା। ସେ କହିଛନ୍ତି ଯେ, “ଆପଣ ବାରମ୍ବାର ନିଷେଧାଦେଶ ଦାବି କରୁଛନ୍ତି, କିନ୍ତୁ ଆପଣ ଏହା ମଧ୍ୟ ଭାବିବା ଉଚିତ ଯେ ନିର୍ମାତା ସହିତ ଫିଲ୍ମ ସହ ଜଡିତ ଅନ୍ୟ ଲୋକମାନେ…
ଭୁବନେଶ୍ଵର: ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି। ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି। ତାଙ୍କର କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳି ସମାଜ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି। ସାନ୍ତାଳି ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଅଧକ୍ଷତାରେ ୫ ଟି ଅନ୍ତର୍ଗତ ବଳରାମ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଏକ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ କୃଷି ଅଧିକାରୀ ଅଜୟ କୁମାର କର, ବାଣପୁର ବ୍ଲକ ଅଧିନସ୍ଥ ସମସ୍ତ ବ୍ୟାଙ୍କ ପରିଚାଳକ, କୃଷି ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, ସମସ୍ତ ସମବାୟ ସମିତିର ସମ୍ପାଦକ, ଉଦ୍ୟାନ ଓ ମତ୍ସ୍ୟ ଓଡିଶା ଜୀବିକା ମିଶନ ସହ ସମସ୍ତ କୃଷକସାଥି ଉପସ୍ଥିତ ଥିଲେ। କୃଷି ଅଧିକାରୀ ଶ୍ରୀ କର ଭିଡିଓ ମାଧ୍ୟମରେ ବଳରାମ ଯୋଜନର ଆଭିମୁଖ୍ୟ ଓ ବାସ୍ତବକ୍ଷେତ୍ରରେ ତାହାର କାର୍ଯ୍ୟକାରିତା, ନୀତିନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କିପରି ଛୋଟଚାଷୀ, ଭାଗ ଚାଷୀ ମାନେ ବଳରାମ ଯୋଜନାରେ ଅଂଶ ଗ୍ରହଣ ପୂର୍ବକ ବ୍ୟାଙ୍କ ମାଧ୍ୟମରେ ଋଣ ଗ୍ରହଣ କରି…

