ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କାରଣରେ ସେ ଯାହା କହିଛନ୍ତି ତାହା ହେଲା ସଂଗଠନ କାମରେ ସମୟ ଦେଇପାରୁ ନ ଥିବାରୁ ଇସ୍ତଫା ଦେଲି। ତେବେ ତାଙ୍କ ଇସ୍ତଫା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜାରୀ ରହିଛି। ଦକ୍ଷିଣ ଓଡିଶାର ରାଜନୀତିରେ ଜୟରାମ ପାଙ୍ଗୀ ହେଉଛନ୍ତି ଜଣେ ଟାଣୁଆ ନେତା। ସେ ଚାରିଥର ବିଧାୟକ ଏବ ଥରେ ସାଂସଦ ହୋଇଛନ୍ତି। ସେ ସେ ଗତ ୧୯୭୭ରେ ଜନତା ପାର୍ଟି ଟିକେଟ୍ରେ ପଟ୍ଟାଙ୍ଗୀ ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ଗତ ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ବିଜେଡି…
Author: Samikhsya Bureau
ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ। ପରଂପରା ଅନୁସାରେ ଏହି ଅଧିବେସନ ଆରମ୍ଭ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ରାଜ୍ୟପାଳ ଡ ହରିବାବୁ କୁମ୍ଭମପାଟି ବିଧାନସଭାରେ ନିଜର ଅଭିଭାଷଣ ରଖୁଛନ୍ତି। ସେ ଜୟ ଜଗନ୍ନାଥ କହି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ସେ ଗୃହର ଦିବ୍ୟଗଂତ ପୂର୍ବତନ ବିଧାୟକ ଏବଂ ସିପାହୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ବିଧାନସଭାରେ ପ୍ରବେଶ କରିବା ପରେ ତାଙ୍କୁ ବାଚସ୍ପତି,ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ସ୍ବାଗତ କରିଥିଲେ। ଏହାପରେ ବିଧାନସଭା ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଆସନ୍ତା 20 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ ଉପସ୍ଥାପନା କରିବେ।
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଆଜି ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ” କିମ୍ବଦନ୍ତୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ଓଡ଼ିଶାର ସମସ୍ତ ଶ୍ରୋତାମାନଙ୍କ ମଧ୍ୟରେ ଚିର ସ୍ମରଣୀୟ। ସଙ୍ଗୀତ ନିର୍ଦ୍ଦେଶନା ମାଧ୍ୟମରେ ପ୍ରଫୁଲ୍ଲ କର ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଓଡ଼ିଆ ସଙ୍ଗୀତ ଜଗତକୁ ୠଦ୍ଧିମନ୍ତ କରିଛନ୍ତି। ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମ୍ଳାନ ପ୍ରତିଭା ଓ ସଙ୍ଗୀତମୟ ଜୀବନ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଆଦର୍ଶ ଏବଂ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ସଂରଚନା ଯୁବ ସଙ୍ଗୀତଜ୍ଞମାନଙ୍କୁ…
ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବଜେଟ୍ ଅଧିବେଶନକୁ ଗମ୍ଭୀରତାର ସହ ନେଇ ସରକାରଙ୍କ ବିଫଳତା ବିରୋଧରେ ସବୁ ସ୍ତରରେ ଲଢ଼ିବାକୁ ସେ ଆହ୍ୱାନ କରିଛନ୍ତି। ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର କେବଳ ବଡ଼ ବଡ଼ ଭାଷଣ ଓ ଫଟୋ ଉଠାରେ ବ୍ୟସ୍ତ। ହେଲେ ଆମ ଚାଷୀମାନେ ଶୀତ, କାକରରେ ନିଜ ଅମଳ ଧାନକୁ ମଣ୍ଡିରେ ରାତି ଅନିଦ୍ରା ହୋଇ ଜଗି ବସିଛନ୍ତି। ରାଜ୍ୟର ଏକମାତ୍ର ଦଳ ଭାବେ ବିଜୁ ଜନତା ଦଳ ଚାଷୀଙ୍କ ସହ ସବୁବେଳେ ଠିଆ ହୋଇଛି ଏବଂ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଲଢ଼େଇ କରୁଛି। ଦୀର୍ଘ ଏକ ମାସ ଧରି ବିଜେଡି ରାଜରାସ୍ତାରେ ଜୋରଦାର ପ୍ରତିବାଦ ଜାରି ରଖିଛି। ବିଶାଳ ରାଲି ଏବଂ ପ୍ରତିବାଦ ସଭା ମାଧ୍ୟମରେ ଲୋକଙ୍କ ସ୍ୱର ଶାଣିତ କରୁଥିବାରୁ ସଭାପତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…
ଭୁବନେଶ୍ବର: ଆଜି ପୂର୍ବତନ ବିଧାୟିକା ତଥା ସମ୍ବଲପୁରର ଜଣେ ପ୍ରତିଷ୍ଠିତ ଡାକ୍ତର ଓ ଜନସେବିକା ଡାକ୍ତର ରାସେଶ୍ବର ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ସ୍ନାୟୁ ରୋଗରେ ପିଡିତ ଥିଲେ। ଘରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ରାସେଶ୍ବରୀ ସମ୍ବଲପୁରର ଜଣେ ପ୍ରତିଷ୍ଠିତ ଡାକ୍ତର। ତାଙ୍କର ଜନସେବା ତଥା ଜନପ୍ରିୟତାକୁ ଲକ୍ଷ ରଖି ବିଜେଡି ସମ୍ବଲପୁରରୁ ବିଧାୟିକା ଭାବେ ଟିକେଟ ଦେଇଥିଲେ। ଫଳରେ ସେ 2014 ମସିହାରେ ସକ୍ରିୟ ରାଜନୀତିକୁ ଆସି ସମ୍ବଲପୁରର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ନିଜ ଅଞ୍ଚଳର ସ୍ବାସ୍ଥ୍ୟ, ମହିଳା ସଶକ୍ତିକରଣ, ନିଜ ଅଞ୍ଚଳ ଉନ୍ନୟନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ସେ ବିଧାୟିକା ହୋଇଥିଲେ ମଧ୍ୟ ଘରୋଇ ଭାବରେ ଲୋକମାନଙ୍କର ଚିକିତ୍ସା କରୁଥିଲେ। ତାଙ୍କର ବଡ ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ…
ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ବିଧାୟକମାନେ କିପରି ଶାନ୍ତି ଶୃଙ୍ଖଳା ଗୃହରେ ବଜାଇ ରଖିବେ ସେ ନେଇ ସମସ୍ତଙ୍କୁ ଅପିଲ କରିଛନ୍ତି। ଏହି ବୈଠକରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଜୟ ନାରାୟଣ ମିଶ୍ର, ବିଜେଡିର ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ ପ୍ରମୁଖ ଯୋଗଦେଇଥିଲେ। ବୈଠକ ପରେ ବାଚସ୍ପତି କହିଛନ୍ତି ଯେ, ବଜେଟ ଉପସ୍ଥାପନ ଯୋଗୁଁ ଏଥର ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ। ଗୃହ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ଏହା ଉପରେ ସବୁ ଦଳର ନେତାମାନଙ୍କ…
ଭୁବନେଶ୍ୱର: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ଋଷିବୋଧ ଉତ୍ସବ ରବିବାର ପୂର୍ବାହ୍ନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ସ୍ଵାମୀ ବ୍ରହ୍ମାନନ୍ଦ ଭବନ, ଚନ୍ଦ୍ରଶେଖରପୁରଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଶିଷ୍ଟ ସନ୍ଥ ପରମହଂସ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ମହର୍ଷି ଦୟାନନ୍ଦ ଆଜକୁ ୨୦୨ ବର୍ଷ ତଳେ ଭାରତବର୍ଷର ଗୁଜୁରାଟ ପ୍ରଦେଶ କାଥୁକାବାଡ଼ ଜିଲ୍ଲାର ଟଙ୍କରା ଗ୍ରାମରେ ଏକ ସାମନ୍ତ ବ୍ରାହ୍ମଣ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପବିତ୍ର ଶିବରାତ୍ରୀରେ ଉଜାଗର ରହି ଶିବଙ୍କୁ ଉପାସନା କରିବା ସମୟରେ ସେ ପ୍ରକୃତ ଶିବଙ୍କ ଦର୍ଶନ ପାଇ ବ୍ୟାକୁଳ ହୋଇ ଉଠିଥିଲେ । ମହର୍ଷିଙ୍କ ଜୀବନ ଥିଲା ଏକ ସଂଘର୍ଷମୟ ଜୀବନ। ସତ୍ୟର ଅନୁସନ୍ଧାନ ପାଇଁ ବହୁ ଶାସ୍ତ୍ର ପଢିବା ସହ ଦଣ୍ଡି ବୀରଜାନନ୍ଦଙ୍କ ଭଳି ଗୁରୁହିଁ ତାଙ୍କୁ ଠିକଣା ମାର୍ଗଦର୍ଶନ ଦେଇଥିଲେ । ଭାରତବର୍ଷରେ ପ୍ରଥମ…
ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହି ମହାଦୀପ ରାତି 10 ଟା ବେଳେ ଉଠିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ତାହା ପ୍ରାୟ ଘଣ୍ଟେ ପୂର୍ବରୁ ମହାଦୀପ ଉଠିଥିଲା। ସମର୍ଥା ସେବକମାନେ ଏହି ମହାଦୀପକୁ ଧରି ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ। ଭକ୍ତମାନ ହରିବୋଲ ହୁଳହୁଳି ପକାଇ ଭକ୍ତିପୂତ ଭାବେ ମହାଦୀପକୁ ଦର୍ଶନ କରିଥିଲେ। ଏହାପରେ ସେମାନେ ଦିନ ସାରା କରିଥିବା ଉପବାସ ଭଙ୍ଗ କରିଥିଲେ। ଆଜି ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜମନ୍ଦିରରେ ସକାଳୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଲମ୍ବାଧାଡିରେ ଯାଇ ଭକ୍ତମାନେ ପ୍ରଭୃଙ୍କୁ ଦର୍ଶନ କରିଥିଲେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା। ଏହାପରେ ସଂଧ୍ୟାରେ ଏହି ଭିଡ ବୃଦ୍ଧି ପାଇଥିଲା। ଭକ୍ତମାନେ ମନ୍ଦିର ଚାରିପଟେ ଦୀପ ଲଗାଇ ଏହି ଜାଗର ବ୍ରତ ଆରମ୍ଭ କରିଥିଲେ। ଏହାପରେ ମହାଦୀପ ଉଠିବା ପରେ ତାହାକୁ ସମସ୍ତେ ଦର୍ଶନ କରିଥିଲେ।
ଭୁବନେଶ୍ବର: ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତଗୁରୁବାର ଦିନ ଏକ ସାହିତ୍ୟ ସଭାରେ ଯୋଗ ଦେଇଥିଲେ। ସେଠାରେ ସେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଓଡିଆ ଚଳଚିତ୍ର ତଥା ଆଧୁନିକ ଗୀତ ବୋଲି ସେ ଓଡିଶା ସଂଗୀତ ଜଗତରେ ଜଣେ ପରିଚିତ ବ୍ୟକ୍ତିତ୍ବ। ୧୯୭୦ ଦଶକରୁ ଗୀତା ପଟ୍ଟନାୟକ ଓଡ଼ିଆ ସଙ୍ଗୀତରେ ଏକ ପ୍ରମୁଖ ସ୍ୱର ହୋଇଆସିଛନ୍ତି। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଲୋକପ୍ରିୟ ଗୀତ ପାଇଁ ସେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଲୋକପ୍ରିୟ ଗୀତ ମଧ୍ୟରେ ରହିଛି “ଫୁର କିନା ଉଡ଼ିଗଲା ବଣି”, “ଏମିତି ପୁଅକୁ ମୁଁ ବାହା ହୁଏନ୍ତି”, “ବାହା ହେବି…
ଭୁବନେଶ୍ୱର: ଭାବ, ଭାବନା, କଳ୍ପନା ଓ ଅନୁଭବର ହୃଦୟଗ୍ରାହୀ ପ୍ରକାଶ ହେଉଛି ସାହିତ୍ୟ । ଏହା ଅସ୍ମିତାର ପରିଚୟ। ଏହା ବିସ୍ତୃତ ହେଲେ ସଫଳତା ମିଳେ ବୋଲି ପ୍ରସିଦ୍ଧ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ଗତକାଲି ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍ଯାପନ ଉତ୍ସବର ମୁକ୍ତ ଅଧିବେଶନରେ ଆଶୀର୍ବଚନ ଦେଇ ଡ. ପଟ୍ଟନାୟକ ସାହିତ୍ୟର ଦୂତମାନଙ୍କୁ ଅଧିକ ଅଗ୍ରସର ହେବା ପାଇଁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ସାହିତ୍ୟ ପର୍ବର ଉଦ୍ଯାପନ ଉତ୍ସବରେ ଯୋଗଦେଇ ଡ. ପଟ୍ଟନାୟକ ସାହିତ୍ୟ ସେବାରେ ମନୋନିବେଶ କରି ଅସ୍ମିତାର ପ୍ରତିଷ୍ଠା ପାଇଁ ପ୍ରତି ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁଲେଖକ ଅଧ୍ୟାପକ ଅଭିରାମ ବିଶ୍ୱାଳ କହିଛନ୍ତି ଯେ ଓଡ଼ିଆ ଅସ୍ମିତାର ମୁଖ୍ୟ ଆଧାର ଭାଷା ଏବଂ ଏହା ଔଦ୍ଧତ୍ୟ ନୁହେଁ ବରଂ…
ସମ୍ବଲପୁର: ଭାରତୀୟ ଶିଳ୍ପ ମହାସଂଘ (CII) ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପରିବର୍ତନଶୀଳ ପଦକ୍ଷେପର ଶୁଭାରମ୍ଭ କରାଯାଇଛି ଯାହା ପଶ୍ଚିମ ଓଡିଶାରେ ଶିକ୍ଷା, ଦକ୍ଷତା, ଉଦ୍ୟୋଗିକତା ଓ ବଜାର-ପରିଚାଳିତ କୃଷି ବିକାଶକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପଗୁଡିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦସ୍ଥିତ ଇକୋ ରିଟ୍ରିଟ ରିସର୍ଟଠାରେ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପ ନେତୃବୃନ୍ଦ, ନୀତିନିର୍ମାତା, ଉଦ୍ୟୋଗୀ ଓ ଯୁବପିଢିଙ୍କୁ ସମ୍ବୋଧିତ କରି ଶ୍ରୀଯୁକ୍ତ ପ୍ରଧାନ ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ଓ ଉଦ୍ଭାବନର ମହତ୍ୱକୁ ଆଲୋକପାତ କରିଛନ୍ତି । ଶ୍ରୀଯୁକ୍ତ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତିଯେ, ଶିକ୍ଷା ଓ ସଶକ୍ତିକରଣ ମଧ୍ୟରେ ରହିଥିବା ସଂଯୋଗକୁ ସୁଦୃଢ କରିବା ଦ୍ୱାରା ତାହା ପଶ୍ଚିମ ଓଡିଶାରେ ଯୁବପିଢିଙ୍କୁ ସଶକ୍ତ କରିବ ଏବଂ ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।…
India-UK Free Trade: ଗତ ବର୍ଷ ଜୁଲାଇରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ 2026 ରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ଏ ସଂପର୍କରେ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଭାରତ ଏବଂ ୟୁକେ, ଜୁଲାଇ 24, 2025 ରେ, ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (CETA) ସ୍ୱାକ୍ଷର କରିଥିଲେ। ଏହା ଅଧୀନରେ 99 ପ୍ରତିଶତ ଭାରତୀୟ ରପ୍ତାନି ଶୂନ୍ୟ ଶୁଳ୍କରେ ବ୍ରିଟିଶ ବଜାରରେ ପ୍ରବେଶ କରିବ।ଫଳରେ ଭାରତରେ କାର ଏବଂ ହ୍ୱିସ୍କି ଭଳି ବ୍ରିଟିଶ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେବ ବା ଶସ୍ତା ହେବ। ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ୟୁକେ ସଂସଦର ଅନୁମୋଦନ ଆବଶ୍ୟକ। ସେହିପରି ଭାରତରେ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଏପରି ଚୁକ୍ତିନାମାକୁ ଅନୁମୋଦନ କରିବ। ବ୍ରିଟିଶ ସଂସଦ ଦ୍ୱାରା ଅନୁମୋଦନ ପାଇବା ପରେ, ଏହା ପରସ୍ପର ସହମତ…
ଚିଲିକା: ଆଜି ହେଉଛି ମହାଶିବରାତ୍ରି। ଏହି ଉପଲକ୍ଷେ ଚିଲିକା ନିର୍ବାଚନ ମଣ୍ଡଳିର ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବିଭିନ୍ନ ଶୈବପୀଠ ଦର୍ଶନ କରିଛନ୍ତି। ଆଜି ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପ୍ରସିଦ୍ଧ ଶିବମନ୍ଦିର ହରିପୁରସ୍ଥିତ ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ବାବା ପ୍ରତାପେଶ୍ବର ଦେବଙ୍କୁ ଦର୍ଶନ କରିଛନ୍ତି। ସେଠାରେ ସେ ଦେବାଧିଦେବ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସେହିପରି କେଶରକ୍ଷେତ୍ର ଚ଼ଣ୍ଡେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡୀହରଦେବଙ୍କୁ ଦର୍ଶନ କରି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମନ୍ତ୍ରୀ ବଡ଼ପଦର-କଉଡ଼ିଖଣି ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କୁ ଦର୍ଶନ କରିବା ସହ “ରାମକୋଟି ବିଶ୍ଵଶାନ୍ତି ମହାଯଜ୍ଞ” ସମାରୋହରେ ଯୋଗଦେଇଛନ୍ତି। ସେଠାରେ ମଧ୍ୟ ସେ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ସେହିପରି ମନ୍ତ୍ରୀ ଭେଟେଶ୍ବର ସ୍ଥିତ…
ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ବିଜୁ ଜନତା ଦଳ ଘୋଷଣା କରିଛି ତାହା ମହିଳା ବାହିନୀର ନାମ। ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ। ଏଥିରେ ଜିଲ୍ଲା ସଭାପତିଙ୍କ ନାମ ସହିତ ଜୋନାଲ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଯେଉଁ ଜିଲ୍ଲାରୁ ମହିଳା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ.. ଏଥିସହିତ ବିଭିନ୍ନ ଜିଲ୍ଲାରେ ଜୋନ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ସାତ ଜଣ ନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଏହି ନିଯୁକ୍ତି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ମହାଶିବରାତ୍ରିର ପବିତ୍ର ଅବସରରେ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମିରେ ଭଗବାନ ଶିବଙ୍କୁ ସମର୍ପିତ ଏକ ଚମତ୍କାର ବାଲୁକା ଶିବଲିଙ୍ଗ ସୃଷ୍ଟି କରିଛନ୍ତି। ଏଥିରେ ସେ ୧୭,୦୦୦ ରୁଦ୍ରାକ୍ଷ ଏବଂ ୫୦୦ କ୍ଷୁଦ୍ର ଶିବ ଲିଙ୍ଗରେ ନିର୍ମାଣ କରିଛନ୍ତି। ଏହା ପୁରୀ ବେଳାଭୂମି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିବାରେ ଲାଗିଛି। ଏହି କଳାକୃତିରେ ସୁଦର୍ଶନ “ହର ହର ମହାଦେବ” ବୋଲି ଇଂରାଜୀରେ ଉଲ୍ଲେଖ କରିଛନ୍ତି। ଏଥିସହିତ ସେ ସେହିପରି ଇଂରାଜୀରେ ହାପି ଶିବରାତ୍ରି ବୋଲି ଲେଖଛନ୍ତି। ମହାଶିବରାତ୍ରି ଅବସରରେ ସୁଦର୍ଶନଙ୍କ ଏହି କଳା କୃତି ଭକ୍ତି ଏବଂ କଳାର ଏକ ଅପୂର୍ବ ସମନ୍ବୟ ସୃଷ୍ଟି ହୋଇଛି। Read in English:- Maha Shivaratri: Sand Shivalinga with 17,000 Rudraksha Beads at Puri Beach
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା। ସେ ବୟସାଧିକ ବ୍ୟାଧିରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ। ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିବା ପାଇଁ ବହୁ ନେତା ଓ ସମର୍ଥକଙ୍କ ଭିଡ ଲାଗି ରହିଛି। କାହ୍ନ ଚରଣ ଲେଙ୍କା କଂଗ୍ରେସର ଜଣେ ବରିଷ୍ଠ ନେତା। ସେ କେନ୍ଦ୍ରରେ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଚୌଦ୍ୱାରର ବିଧାୟକ ଥିଲେ । ୧୯୮୮ରୁ ୧୯୯୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ପି.ଭି ନରସିଂହ ରାଓଙ୍କ ସରକାରରେ ସେ ରେଳ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ୱର: ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ସଚିବ ଶ୍ରୀ ଆଶିଷ କୁମାର ଭୂଟାନୀ, ଯୁଗ୍ମ ସଚିବ ଶ୍ରୀ ସିଦ୍ଧାର୍ଥ ଜୈନ ଏବଂ ନିର୍ଦ୍ଦେଶକ ଶ୍ରୀ ମୁକେଶ କୁମାରଙ୍କ ସହ ଓଡ଼ିଶା ଗସ୍ତ କରି ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସମବାୟ ବିକାଶ କମିଟି (ଏସସିଡିସି) ର ଚତୁର୍ଥ ବୈଠକରେ ଯୋଗ ଦେଇଥିଲେ। ଉଲ୍କେଖଯୋଗ୍ୟ ଯେ, ଭାରତ ସରକାରଙ୍କ “ସହକାର ସେ ସମୃଦ୍ଧି” ଦୃଷ୍ଟିକୋଣ ଅନୁଯାୟୀ ଗ୍ରାମୀଣ ଅର୍ଥନୀତିକୁ ‘ସମବାୟ ମାଧ୍ୟମରେ ସମୃଦ୍ଧି’ କରିବା ଲକ୍ଷ୍ୟ ନେଇ ସମବାୟ ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସମବାୟ ବିକାଶ କମିଟି ସମୀକ୍ଷା ଓ ମାର୍ଗଦର୍ଶନ କରିଆସୁଛନ୍ତି। ବୈଠକରେ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ସମବାୟ ସମିତି ନିବନ୍ଧକ( ଆରସିଏସ) କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ…
Konark Dance & Music Festival: ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବ 40ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ଫେବୃୟାରୀ 19 ତାରିଖରେ ସନ୍ଧ୍ୟା 6:30 ସମୟରେ କୋଣାର୍କର କୋଣାର୍କ ନାଟ୍ୟ ମଣ୍ଡପରେ ଏହା ଆୟୋଜିତ ହେବ। ଚାରି ଦଶନ୍ଧିର କଳାତ୍ମକ ଉତ୍କର୍ଷତାକୁ ପାଳନ କରି, ଏହି ମହୋତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ଐତିହ୍ୟକୁ ଜାରି ରଖିଛି। ପ୍ରଥମେ କୋଣାର୍କ ନାଟ୍ୟ ମଣ୍ଡପ ଦ୍ୱାରା ଘଣ୍ଟ ମର୍ଦ୍ଦଳରୁ ଆରମ୍ଭ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ତା’ପରେ ଆୟୋଜକ ଅନୁଷ୍ଠାନ ଦ୍ୱାରା ପଂଚଦେବୀ ସ୍ତୁତି ପରିବେଷଣ କରାଯିବ। ପ୍ରସିଦ୍ଧ ଗୁରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ କୋଣାର୍କ ନାଟ୍ୟ ମଣ୍ଡପ, କୋଣାର୍କ ଏବଂ ନୃତ୍ୟାଳୟ ନୃତ୍ୟ ଏକାଡେମୀ, ନିମାପଡ଼ା ଦ୍ୱାରା ମିଳିତ ଭାବରେ ଏକ ସ୍ୱତନ୍ତ୍ର ଗୁରୁ ଗଙ୍ଗାଧର ବନ୍ଦନା ପରିବେଷଣ କରାଯିବ। ମୁମ୍ବାଇର…
Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରୋଲ୍ସ-ରଏସ୍ ସିଇଓ ଟୁଫାନ ଏର୍ଗିନବିଲଜିକ୍ ଙ୍କୁ ଭେଟିଛନ୍ତି। ଏହା ଭାରତରେ ବ୍ରିଟିଶ ଇଞ୍ଜିନିୟରିଂ ମହାରଥୀଙ୍କ ପ୍ରବେଶକୁ ସଙ୍କେତ ପ୍ରଦାନ କରିଛି। ଉଭୟ ପକ୍ଷ ଇଞ୍ଜିନିୟରିଂ, ଉତ୍ପାଦନ ଏବଂ ନବସୃଜନ ସହଭାଗୀତାକୁ ବିସ୍ତାର କରିବାର ଉପାୟ ବିଷୟରେ ଆଲୋଚନା କରିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର ଭିନ୍ନ ଏକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସରେ ବୈଠକର ଫଟୋ ସେୟାର କରି କହିଛନ୍ତି ଯେ, “ଆଜି ସକାଳେ ରୋଲ୍ସ-ରଏସ୍ ସିଇଓ ଟୁଫାନ ଏର୍ଗିନବିଲଜିକ୍ ଙ୍କ ସହ ଏକ ଭଲ ସାକ୍ଷାତ ହୋଇଥିଲା। ଭାରତରେ ଏହାର କାର୍ଯ୍ୟକଳାପକୁ ବୃଦ୍ଧି କରିବା ଏବଂ ଆମର ଉଦ୍ଭାବନ ଏବଂ ଗତିଶୀଳ ଯୁବପିଢ଼ିଙ୍କ ସହ ସହଭାଗୀତା କରିବା ପ୍ରତି ରୋଲ୍ସ-ରଏସ୍ ର ଉତ୍ସାହକୁ ଆମେ ସ୍ୱାଗତ କରୁଛୁ,” ସେ ପୋଷ୍ଟରେ ଲେଖିଛନ୍ତି। ଏହି ସମୟରେ, ରୋଲ୍ସ-ରଏସ୍ ଇଣ୍ଡିଆ ମଧ୍ୟ ବୈଠକର ଏକ ଫଟୋଗ୍ରାଫ୍ ସେୟାର କରିଛି।…
ଭୁବନେଶ୍ବର- ଆଜି ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏଥିରେ ପାଞ୍ଚ ଜଣଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ତେବେ ପୂର୍ବ ବଦଳରେ ରଶ୍ମିତା ପଣ୍ଡାଙ୍କୁ ଦିଆଯାଇଥିବା ବିଡିଏ ଉପାଧ୍ୟକ୍ଷ ଏବଂ ସ୍ମାର୍ଟ ସିଟି ଏମଡି ନିଯୁକ୍ତିକୁ ସରକାର ବାତିଲ କରିଛନ୍ତି। ପୂର୍ବପରି ଚଞ୍ଚଳ ରଣା ସେହି ପଦବୀରେ ରହିବେ। ଆଜି ରାଜ୍ୟ ସରକାର ଯେଉଁ ସବୁ ଅଦଳବଦଳ କରିଛନ୍ତି ତାହା ହେଲା… ୧-ଭୂପେନ୍ଦ୍ର ସିଂ ପୁନିଆ- କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ବରେ ଅଛନ୍ତି। ୨- ରଶ୍ମିତା ପଣ୍ଡା- ଏମଏସଏମଇ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ତାଙ୍କ ନିକଟରେ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟିର ଏମଡି ଭାବେ ନିଯୁକ୍ତି ଦିଆଯାଇଥିଲା। ତାହାକୁ ବାତିଲ କରାଯାଇଛି। ୩- ଡି…
JioAirFiber: ଏୟାରଫାଇବର ଆରମ୍ଭ ହେବା ପରଠାରୁ ଜିଓର ହୋମ ବ୍ରଡବ୍ୟାଣ୍ଡ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ପ୍ରମୁଖ ବିଶ୍ଳେଷକ ସଂସ୍ଥା ବିଏନପି ପରିବାସର ଏକ ରିପୋର୍ଟ ଏବଂ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣର ସଦ୍ୟତମ ଉପଭୋକ୍ତା ତଥ୍ୟରୁ ଜଣାପଡିଛି। ଏହାର ବହୁଳ ଆଦୃତି କମ୍ପାନୀର ବ୍ୟବସାୟ ଅଭିବୃଦ୍ଧିର ଏକ ପ୍ରମୁଖ ଉପାଦାନ ଭାବରେ ଉଭା ହୋଇଛି। ବିଶ୍ଳେଷକଙ୍କ ଅନୁସାରେ, ଏହି ଦୃଢ଼ ଉପଭୋକ୍ତା ଅଭିବୃଦ୍ଧି ଏକ ସମ୍ଭାବ୍ୟ ଆଇପିଓ ପୂର୍ବରୁ ଜିଓର ବ୍ୟବସାୟ ପ୍ରୋଫାଇଲ୍ ଏବଂ ମୂଲ୍ୟାଙ୍କନରେ ସହାୟକ ହୋଇପାରେ। ଡିସେମ୍ବର ୨୦୨୫ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଓ ଏହି ଗୋଟିଏ ମାସରେ ପ୍ରାୟ ୮.୭ ଲକ୍ଷ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ଏୟାରଟେଲ ଅପେକ୍ଷା ପ୍ରାୟ ଦୁଇଗୁଣ ଅଧିକ ରହିଛି। ଏହି ଅଭିବୃଦ୍ଧି ପଛରେ ପ୍ରମୁଖ କାରଣ ରହିଛି ସାରା ଦେଶରେ ଏୟାରଫାଇବର ଏବଂ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବାର…

