Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳବାଇ ଡିପୋରୁ ସିଗନାଲ କେବୁଲ ଚୋରି ଅଭିଯୋଗ ହୋଇଥିଲା। ଯାହାପରେ ବାଲୁଗାଁ ଆରପିଏଫ ତଦନ୍ତ ଆରମ୍ଭ କରିଥିଲା। ଏବଂ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଷ୍ଟେସନ ରୋଡର ମୋହନ ପ୍ରଧାନ (୫୮) ଏବଂ ଗଞ୍ଜାମ ଜିଲ୍ଲା ଭେଜିପୁର ଗ୍ରାମର ବେପାରି ସୁନୀଲ କୁମାର ସାହୁ (୨୬)। ସୂଚନା ମୁତାବକ ଗତ ୨୭ ତାରିଖ ଦିନ ବାଲୁଗାଁ ରେଳବାଇ ଡିପୋରୁ ୩୦ ମିଟର ସିଗନାଲ କେବୁଲ ଚୋରି ହୋଇଥିବାର ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲୁଗାଁ ଆରପିଏଫ ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ଖୋଦ ଆଇଆଇସି ଏହାର ତଦନ୍ତ ଜାରି ରଖିଥିଲେ। ତେବେ ସିସିଟିଭି ଫୁଟେଜ ଏବଂ ଗୁଇନ୍ଦା ଆଧାରରେ ଆରପିଏଫ କେବୁଲ ଚୋରି କରିଥିବା ଅଭିଯୁକ୍ତ ମୋହନ…

Read More

ବାସ୍ତୁ ଶାସ୍ତ୍ର: ଦୁନିଆ ଯେତେ ଦୂର ଯାଇଛି ନା କାହିଁକି, କିନ୍ତୁ ଘରେ ଟଙ୍ଗାଯାଇଥିବା ଘଣ୍ଟା ଏବେ ମଧ୍ୟ କାନ୍ଥର ସୌନ୍ଦର୍ଯ୍ୟ ବଢାଉଛି। ଘଣ୍ଟା ପ୍ରାୟତଃ ଭଲ ସମୟ ସହିତ ଜଡିତ। କୁହାଯାଏ ଯେ, ଯଦି ଘଣ୍ଟା ଘରେ କ୍ରମାଗତ ଭାବରେ ଚାଲୁଥାଏ, ତେବେ ଜୀବନ ମଧ୍ୟ ସମାନ ମାର୍ଗରେ ଆଗକୁ ବଢି ଚାଲିଥାଏ। ବାସ୍ତୁ ଶାସ୍ତ୍ର ବିଷୟରେ କଥାବାର୍ତ୍ତା କରି ଘରର ଦିଗ ବିଷୟରେ ଅନେକ ପରାମର୍ଶ ଦିଆଯାଇଛି। ବାସ୍ତୁ ଶାସ୍ତ୍ରୀ ମଧ୍ୟ ଘଣ୍ଟା ସମ୍ବନ୍ଧରେ ପରାମର୍ଶ ଦେଇଛନ୍ତି ଯେ, ଏହାକୁ କେଉଁଠାରେ, କିପରି ଏବଂ କେଉଁ ଅବସ୍ଥାରେ ଟଙ୍ଗାଯିବା ଉଚିତ୍। ଏଥି ସହିତ ବାସ୍ତୁରେ ଘଣ୍ଟା ଘରର ଆର୍ଥିକ ସ୍ଥିତି ସହିତ ମଧ୍ୟ ଜଡିତ। ଏଠାରେ ଜାଣନ୍ତୁ ଘରର କେଉଁ ଦିଗରେ ବାସ୍ତୁ ଘଣ୍ଟା ରଖିବାକୁ ପରାମର୍ଶ ଦିଏ ନାହିଁ ଏବଂ କେଉଁ ଦିଗକୁ ଘଣ୍ଟା ଟାଙ୍ଗିବା ଆର୍ଥିକ ସମସ୍ୟାର କାରଣ ବୋଲି ବିବେଚନା କରାଯାଏ। ଘଣ୍ଟା ପାଇଁ ବାସ୍ତୁ…

Read More

ଭୁବନେଶ୍ୱର: ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍‌ ଆନୁକୂଲ୍ୟରେ ସେରିଫେଡ୍‌ର କାର୍ଯ୍ୟାଳୟ ପରିସରରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେରିଫେଡ୍‌ର ସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ସେରିଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସେରିଫେଡ୍‌ର ସଂପାଦକ ଡ. ପୁରୁଷୋତ୍ତମ ଦାଶ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ସହିତ ବୃକ୍ଷରୋପଣ କରିଥିଲେ। ଶ୍ରୀଜଗନ୍ନାଥଙ୍କର ବାସୁଙ୍ଗାପାଟର ମହତ୍ତ୍ୱ ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ସେରିଫେଡ୍‌ କାର୍ଯ୍ୟାଳୟ ପରିସରରେ ୩୦୦ କିଲୋଗ୍ରାମ ବାସୁଙ୍ଗାପାଟ ପ୍ରେରଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ସେରିଫେଡ୍‌…

Read More

ନୂଆଦିଲ୍ଲୀ: ଆଞ୍ଚଳିକ ସଂଯୋଗୀକରଣ ଯୋଜନା ବା ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆର୍‌ସିଏସ୍‌) ଉଡାନ୍ ଯୋଗେ ୬ ବର୍ଷ ପୂର୍ବେ ଶିମଲାକୁ ଦିଲ୍ଲୀ ସହ ସଂଯୋଗ କରି ବିମାନ ଉଡ଼ାଣ କରିଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରାଯାଇଛି। ୪୭୩ ରୁଟ୍ ଏବଂ ୭୪ କାର୍ଯ୍ୟକ୍ଷମ ଏୟାରପୋର୍ଟ, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରମ୍ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଗେମ୍‌-ଚେଞ୍ଜର ହୋଇପାରିଛି ବୋଲି ଟୁଇଟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ୯ ବର୍ଷରେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ବିମାନବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯାଇଛି, ନୂଆ ବିମାନବନ୍ଦର ନିର୍ମାଣ ଦ୍ରୁତଗତିରେ ହେଉଛି ଏବଂ ରେକର୍ଡ ସଂଖ୍ୟାରେ ଲୋକ ଉଡ଼ାଣ କରୁଛନ୍ତି। ଏହି ବର୍ଦ୍ଧିତ ଯୋଗାଯୋଗ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବେଶ୍ ପ୍ରୋତ୍ସାହିତ କରିଛି।

Read More

ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମକୁ ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ସମ୍ମାନ-୨୦୨୩ରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନିଗମର ପରିଚାଳନା ନିର୍ଦ୍ଦେର୍ଶକ ଗଣେଶ୍ୱର ଜେନାଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଣ୍ୟାଗାରଗୁଡିକର ସୁପରିଚାଳନା ପାଇଁୱେୟାରହାଉସ ମ୍ୟାନେଜମେଣ୍ଟ ସଲ୍ୟìସନର କାର୍ଯ୍ୟକାରିତା ନିମନ୍ତେ ନିଗମକୁ ସ୍କଚ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି। ନିଗମର ୪୪ଟି ପଣ୍ୟାଗାର ୱେୟାରହାଉସିଂ ଡେଭ୍‌ଲପ୍‌ମେଣ୍ଟ ଆଣ୍ଡ ରେଗୁଲେଟୋରୀ ଅଥରିଟି (ଡବ୍ଳୁ୍ୟଡିଆର୍‌ଏ) କର୍ତ୍ତୃପକ୍ଷଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବାରୁ କୃଷକ ଓ ଜମାକାରୀମାନେ ଗୋଦାମରେ ଗଚ୍ଛିତ ଶସ୍ୟ ପାଇଁ ହସ୍ତାନ୍ତର ଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କ ଋଣର ସୁବିଧା ପାଇପାରିବେ। ପଣ୍ୟାଗାରଗୁଡିକର ବ୍ୟବସାୟିକ ପରିଚାଳନାକୁ ମୂଲ୍ୟାୟନ କରାଯାଇ କର୍ମକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତତ୍ତ୍ୱାବଧାରକମାନଙ୍କୁ ପୁରସ୍କୃତ କରାଯିବା ପାଇଁ…

Read More

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ କରୁଥିବା ଏକ ପ୍ରତିସ୍ବରୂପ ସୃଷ୍ଟି କରାଯାଇଥିଲା। ଏମ୍‌ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏପରି ମାନବଶୃଙ୍ଖଳ ବେଶ ଆକର୍ଷଣୀୟ ହୋଇଥିଲା।  ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ  ବିଷୟବସ୍ତୁର ବିଶେଷତାକୁ ସାରା ବିଶ୍ବରେ ପହଞ୍ଚାଇବାର ପ୍ରୟାସ କରିଥିଲେ ଏମ୍‌ସର ଛାତ୍ରଛାତ୍ରୀ। ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଜି୨୦ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟ୍‌ର ବ୍ୟବହାର ସମେତ ପାର୍ଶ୍ୱିବର୍ତ୍ତୀ ଗ୍ରାମଗୁଡିକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏମ୍‌ସର…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସମାଜକୁ ବହୁ ନୀତି ବାଣୀ ପ୍ରଦାନ କରିଛନ୍ତି। ସେହିପରି ଏକ ବାଣୀ ହେଲା ଯେ, ଗୋପନୀୟ କଥାକୁ ବାହାରେ ପ୍ରଘଟ କଲେ ମଣିଷର ଅବସ୍ଥା କଣ ହୁଏ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ କହିବା କଥା ହେଲା ଯେ, ଯଦି ଜଣେ ଗୋପନ କଥା ବାହାରେ ପ୍ରଘଟ କଲା ତେବେ ତାହାର ଅବସ୍ଥା ପରବର୍ତ୍ତି ସମୟରେ ଭଲ ହେବ ନାହିଁ। ଏହାର ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସାପ ମୁଷା ଗାତରେ ପଶିରେ ଲାଭ ଅଛି। ହେଲେ ସେ ଯଦି ଉଈ ହୁଙ୍କାରେ ପଶିଲା ତେବେ ସାପ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଉଈଙ୍କ ଦ୍ବାରା ତାହାର ମୃତ୍ୟୁ ହୋଇଯାଏ। ସେହପିର ଖଳ ପ୍ରକୃତିର ଲୋକେ ନିଜର ବାହାଦୂରୀ ଦେଖାଇବା ପାଇଁ ଗପନ କଥା ପ୍ରକାଶ କରନ୍ତି। ସେହି ସମୟରେ ସେ ହୁଏତ ଭଲ ହୋଇପାରେ। ହେଲେ ପରବର୍ତ୍ତି…

Read More

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍‌ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପିଏମ୍‌-ପୋଷଣ, ୟୁଏନ୍‌ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ଅବସରରେ ଯାଜପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ଭାରତ ନିର୍ଦ୍ଦେଶିକା ଏଲିଜାବେଥ୍‌ ଫରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ସୁଷମ…

Read More

ବିଛା: – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ମକର : – ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ ।

Read More

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କୃଷି ଯାନ୍ତ୍ରିକୀକରଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ କୃଷି ଯନ୍ତ୍ରପାତି ବିକି୍ର ୨୦୨୨-୨୩ ଆର୍ଥିକ ବର୍ଷରେ ୮୦୫ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ହଜାର କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଆଜି କୃଷି ଭବନଠାରେ କୃଷି ଯନ୍ତ୍ରପାତି/ଉପକରଣ/ଯନ୍ତ୍ରାଂଶ ନିର୍ମାତାମାନଙ୍କ ଏକ ବୈଠକରେ ଯୋଗଦେଇ ଡ. ପାଢ଼ୀ କହିଛନ୍ତି ଯେ ରାଜ୍ୟର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବା ନିମନ୍ତେ ବିଭାଗ ପକ୍ଷରୁ କେତେଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫସଲ ବିବିଧିକରଣ କରାଯାଇ ଅଧିକରୁ ଅଧିକ ଅଣଧାନ ଫସଲ ଚାଷ କରି କୃଷକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଯନ୍ତ୍ରପାତିର ବ୍ୟବହାର କରି ମାନବସମ୍ବଳର ସମସ୍ୟାର ସମାଧାନ କରାଯାଇପାରିଛି। ଏଥି ସହିତ…

Read More

ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ତୂଳା : – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ।

Read More

ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ ।…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସାରା ଦେଶରେ ୯୧ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟରର ଶୁଭାରମ୍ଭ କରିଛନ୍ତି। ଏହି ୯୧ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟର ମଧ୍ୟରୁ ଓଡ଼ିଶାରେ ମଧ୍ୟ ୭ଟି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟରର ଉଦ୍‌ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଙ୍କ ସମେତ ପ୍ରସାର ଭାରତୀର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଓଡ଼ିଶାର କେନ୍ଦ୍ରାପଡ଼ା, ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଓ ଫୁଲବାଣୀଠାରେ ଏହି ଏଫ୍‌ଏମ୍‌ ରେଡ଼ିଓ ଟ୍ରାନ୍ସମିଟର ଉଦ୍‌ଘାଟିତ ହୋଇଛି।

Read More

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ୧୭୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ପୂର୍ବାହ୍ନରେ ବିଧାନସଭା ପରିସରସ୍ଥିତ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଦାଶରଥି ଶତପଥୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶିବପ୍ରସାଦ…

Read More

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସବୁଥିରେ ସ୍ୱତନ୍ତ୍ର।ତାଙ୍କର କାର୍ଯ୍ୟଧାରା,ତ୍ୟାଗ,ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡ଼ା ହୋଇ ନିଜର ଶ୍ରେଷ୍ଠତ୍ବ ସେ ପ୍ରତିପାଦନ କରିପାରିଥିଲେ।ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ଜୟଦେବ ଭବନରେ ଆୟୋଜିତ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ  ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ। ଏଥିସହ ଜଷ୍ଟିସ ଷଡଙ୍ଗୀ କହିଥିଲେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ।ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି  ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ଶୀଳଭଦ୍ର ଶାସ୍ତ୍ରୀ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ମହାତ୍ମାଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ ଗାଁ ସତ୍ୟଭାମାପୁର ଆସିଥିବା ପ୍ରସଙ୍ଗ…

Read More

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୂଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରିବା ସହିତ କହିଲେ ଯେ ବିଭାଗର ସ୍ୱଚ୍ଛତା ବଜାୟ ଲକ୍ଷ ନେଇ ସମ୍ପୁର୍ଣ୍ଣ ଡିଜିଟାଇଜେସନ୍‌ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି। ଏଣିକି ବିଭାଗର ସମସ୍ତ ପ୍ରକଳ୍ପ ଅନ୍‌ଲାଇନରେ ଅପଲୋଡ ହେବା ସହିତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯଥା: ପ୍ରଶାସନିକ ଅନୁମୋଦନ, ଇ-ମେଜରମେଣ୍ଟ, ପ୍ରୋକ୍ୟୋରମେଣ୍ଟ ଆଦି ଅନ୍‌ଲାଇନ୍‌ ମାଧ୍ୟମରେ ହେବ। ଯେ କୌଣସି ପ୍ରକଳ୍ପ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକଟି କାର୍ଯ୍ୟକୁ ଭିଡିଓଗ୍ରାଫି/ ଫଟୋଗ୍ରାଫି ମାଧ୍ୟମରେ ଉତ୍ତୋଳନ କରାଯାଇ ଦସ୍ତାବିଜ ପ୍ରସ୍ତୁତ…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଦାବି ପୂରଣ ନେଇ ଧର୍ମଘଟ, କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯିବା ଆଦି ସଂପର୍କରେ ବିଭାଗକୁ ଆସିଥିବା ଅଭିଯୋଗପତ୍ର ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏପରି ଧର୍ମଘଟ ବେଆଇନ ଓ ଏହା ଓଡ଼ିଶା ସଂଶୋଧିତ ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ଆଇନ ୨୦୨୦ର ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସାସେବାକୁ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ଏବଂ ରାଜ୍ୟରେ ନିରବଚ୍ଛିନ୍ନ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶା ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ସଂଶୋଧନ ଆଇନ-୨୦୨୦ର ଧାରା ୨ର ଉପଧାରା (୯) ଅନୁଯାୟୀ ରାଜ୍ୟର ସରକାରୀ ପ୍ରାଣୀ ଚିକିତ୍ସାଳୟ ଯଥା- ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସା ଡିସ୍‌ପେନ୍‌ସାରୀ, ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମଧୁବାବୁଙ୍କ ଜୟନ୍ତୀ ଏବଂ ଅଧିବକ୍ତା ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ବାର ଆସୋସିଏସନ ତରଫରୁ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, କନିଷ୍ଠ ବିଚାରପତି ସ୍ନାତକୀ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ସମ୍ପାଦକ ସୁଧୀର ପ୍ରଧାନ ଏବଂ ଉପସଭାପତି ପଦ୍ମଜା ପଟ୍ଟନାୟକ ମଞ୍ଚାସିନ ଥିଲେ। ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଉକ୍ତ ଜୟନ୍ତୀ ଉତ୍ସବରେ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଧୁବାବୁଙ୍କ ଜୀବନୀ ସହ ଜଡିତ ବହୁ ତଥ୍ୟ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ କି ମଧୁସୂଦନ ଦାସ ଓଡ଼ିଶାର ଘରେ ଘରେ ମଧୁ ବାବୁ ବା ମଧୁ ବାରିଷ୍ଟର ଭାବରେ ପରିଚିତ।…

Read More

ଭୁବନେଶ୍ଵର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆଜି ଭୁବନେଶ୍ଵର ଠାରେ ଉଦଯାପିତ ହୋଇଯାଇଛି। ଏହି ତିନି ଦିନିଆ ବୈଠକ ଓ ସେମିନାର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାଥମିକ କ୍ଷେତ୍ର ଯଥା: କ୍ଷମତା ନିର୍ମାଣ, ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିନିଧିସ୍ତରୀୟ ବୈଠକ ପୂର୍ବରୁ ଦକ୍ଷତା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍ଘାଟନ କରିଛନ୍ତି। ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ। ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ। ଏହି ଅବସରରେ ଉଦ୍ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଭାରେ ଉପସ୍ଥିତ ଥିବା ଅନେକ ପଦ୍ମ ପୁରସ୍କାର ବିଜେତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିବସଟି ଆକାଶବାଣୀର ଏଫ୍ଏମ୍ ସେବା ପ୍ରସାରଣ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହା ଯଥାର୍ଥରେ ସର୍ବଭାରତୀୟ ବା ଅଲ ଇଣ୍ଡିଆ ଏଫଏମ୍ ସେବା ହେବାକୁ ଯାଇଛି। ଆଜି ଉଦ୍ଘାଟିତ ହୋଇଥିବା ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ୮୫ଜିଲ୍ଳାର ଦୁଇକୋଟି ଜନତାଙ୍କ ପାଇଁ ଏକ ଉପହାର ସଦୃଶ। ଏହା ଭାରତର ବିବିଧତା ଓ ବର୍ଣ୍ଣାଳୀର ସ୍ପର୍ଶ ପ୍ରଦାନ କରୁଛି। ସେ ଆହୁରି କହିଥିଲେ ଯେ ଏହି ୯୧ଟି ଏଫ୍ଏମ୍ ଟ୍ରାନ୍ସମିଟର ଦେଶର ଆକାଂକ୍ଷୀ…

Read More

 ସୀତାରାମ ଅଗ୍ରୱାଲ ବାଲୁଗାଁ: ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷାl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତାଟି ଆବୃତ୍ତି କରିଥିଲେ। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ…

Read More