ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ ।…
Author: Samikhsya Bureau
ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟସରକାରଙ୍କ ତରଫରୁ ସମୟ ସାରଣୀ ଧାର୍ଯ୍ୟକରାଯିବା ସହ ପ୍ରତି ଜିଲ୍ଲାକୁ ସେମାନଙ୍କ ପ୍ରକଳ୍ପ ଆକଳନ ଅନୁସାରେ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯାଇଛି। ଏଥିପାଇଁ ପୂର୍ତ୍ତିବିଭାଗ ପ୍ରମୁଖ ଶାସନ ସଚିବ ବୀର୍ ବିକ୍ରମ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କର ଯୁଗ୍ମ ସ୍ୱାକ୍ଷରିତ ନିର୍ଦ୍ଦେଶନାମା ଜିଲ୍ଲାପାଳମାନଙ୍କୁ ପଠାଯାଇଛି। ଚଳିତ ବର୍ଷ ମେ ୧୫ ତାରିଖ ସୁଦ୍ଦା ଟେଣ୍ଡର ପକ୍ରିୟା ଶେଷକରି କ୍ଷେତ୍ରସ୍ତରୀୟ କାର୍ଯ୍ୟାରମ୍ଭ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କୁହାଯାଇଛି। ନିର୍ଦ୍ଦାରିତ ମାନକ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ୧୪୭ ଟି ହସ୍ପିଟାଲ୍ ୫-ଟି ଢାଞ୍ଚାରେ ରୂପାନ୍ତରଣ…
ଭୁବନେଶ୍ବର: ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଷ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
ଭୁବନେଶ୍ୱର: ଜିଓ ସିନେମା ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି ଭାବେ ନିଜ ନାମରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓ ସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ପାଳି ଆରମ୍ଭ କରିବେ। ରୋହିତ ଶର୍ମା କହିଛନ୍ତି ଯେ, “ଭାରତରେ ମୋବାଇଲ୍ ଫୋନ୍ ଓ କନେକ୍ଟେଡ୍ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ପ୍ରଶସ୍ତ କରିବା ଦିଗରେ ଜିଓ ସିନେମା କାର୍ଯ୍ୟ କରୁଛି। ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ ଶୃଙ୍ଖଳା ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି। ଜିଓ ସିନେମା ସହିତ ଯୋଡ଼ି ହେବା ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ…
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଛୁଟିଛି ସମର୍ଥନର ସୁଅ। ନିର୍ବାଚନ ଘୋଷଣା ହେବା ପରଠାରୁ ଝାରସୁଗୁଡ଼ାରେ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତା ନିୟମିତ ବ୍ୟବଧାନରେ ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି। ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ,…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ନିୟମ ଅନୁଯାୟୀ ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସ୍କୁଲରେ ୪୧ ପ୍ରତିଶତ ଅଭିଭାବକ ଯୋଗଦେଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ବାଣପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନରସିଂହ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏଥିରେ ଶୈକ୍ଷିକ କ୍ୟାଲେଣ୍ଡର, ପୂର୍ଣ୍ଣ ଉପସ୍ଥାନ ଦିବସ, ଶିକ୍ଷା ସଚେତନତା ରଥ, ଗ୍ରୀଷ୍ମ ଅବକାଶ ଗୃହ କାର୍ଯ୍ୟ, ଅଂଶୁଘାତର ସାବଧାନତା କୌଶଳ, ଅନଲାଇନ ସମସ୍ୟା ସୁରକ୍ଷା ସମାଧାନ, ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଆଦି ଉପରେ ଆଲୋଚନା କରାଯାଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କର ଉତ୍ତର ଖାତା ନିଜ ନିଜର ଅଭିଭାବକଙ୍କୁ…
ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଓ ଭାରତୀୟ ଯବାନଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପଶ୍ଚିମାଭିମୁଖୀ ମହାଦେବ ପୀଠ ଶ୍ରୀ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ଚାରିଦିନ ବ୍ୟାପି ଚାଲିଥିବା ବିଶ୍ୱାଶାନ୍ତି ମହାଯଂଜ୍ଞ ଆଜି ପୂର୍ଣ୍ଣାହୁତି ଏବଂ ତେଇଶି ଦେବାଦେବୀଙ୍କ ମେଳଣ ପରେ ସମାପନ ହୋଇଯାଇଛି। ଚଳିତ ବର୍ଷ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିବା ଯଂଜ୍ଞ ଓ ମେଳଣ ପର୍ବ ଚତୁର୍ଦ୍ଧଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଗାଲୁଆ ଗ୍ରାମବାସୀଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂଜାବିଧି ପୂର୍ବକ ମଙ୍ଗଳବାର ଅଙ୍କୁରା ରୋପଣ, ବୁଧବାର ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଆହୁତି ଆରମ୍ଭ କରାଯାଇ ଗୁରୁବାର ପୂଜା ଓ ହୋମାଦି କାର୍ଯ୍ୟକ୍ରମ ପରେ ଶୁକ୍ରବାର ପୂର୍ଣ୍ଣାହୁତି ଓ ଦେବଦେବୀଙ୍କ ମେଳଣ ପର୍ବ ସମାହିତ ହୋଇଥିଲା। ବାବା ଗୁପ୍ତେଶ୍ୱରଙ୍କ ଯଂଜ୍ଞ କମିଟି ସଭାପତି ମନମୋହନ ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ହରିଚନ୍ଦନ, ବ୍ରଜକିଶୋର ଭୋପା ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଓ ବାଣପୁର ଆଇଆଇସି ଜୟକୃଷ୍ଣ ପରିଡାଙ୍କ ନିମନ୍ତ୍ରଣ ରକ୍ଷା…
ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଭୁବନେଶ୍ଵର ଥରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟ ଓ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେଟିକ୍ ଲିଡିରସିପ୍ (ଆଇଆଇଡିଏଲ୍)ର ମିଳିତ ଆନୁକୂଲ୍ୟରେ ସୋଆରେ ଆୟୋଜିତ ଏହି ମକ୍ ଜି୨୦ର ପ୍ରସଙ୍ଗ ରହିଥିଲା “ଭବିଷ୍ୟତର କାର୍ଯ୍ୟ”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ଭାଗ ନେଇଥିଲେ। ଜି୨୦ର କାର୍ଯ୍ୟଧାରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କାରଣ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ପ୍ରମୁଖ…
ସୀତାରାମ ଅଗ୍ରୱାଲ ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜରୁରୀ ସୂଚନା ଦେଇଛନ୍ତି। ବାଣପୁର ଅଞ୍ଚଳର ବିଭିନ୍ନ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଗ୍ରୀଷ୍ମ ଛୁଟି ସମୟରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟରେ ପଢିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମହାବିଦ୍ୟାଳୟର ବିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କଦ୍ଵାରା ପ୍ରତିଦିନ ସ୍ୱତନ୍ତ୍ର କ୍ଲାସ କରାଯିବ। ଜଣେ ଛାତ୍ରଛାତ୍ରୀ ଗୋଟିଏ ବିଭାଗରେ କ୍ଳାସ କରିପାରିବେ। ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ସତ୍ୟାନନ୍ଦ ମହାରଣା, ରଘୁନାଥ ଓଝା, ସୁବ୍ରତ ତ୍ରିପାଠୀ, ଆଦିତ୍ୟ ସାରଥୀ ବେଦମତ୍ତା, ଅଜୟ କୁମାର ଦାସ, ସପିନ କୁମାର ପୃଷ୍ଟି ଏବଂ ସୁରପ୍ରତାପ ନରେନ୍ଦ୍ର ସି° ବର୍ମା ଆଦି ଅଧ୍ୟାପକମାନେ ଉକ୍ତ କ୍ଳାସ ନେବେ ବୋଲି ଜଣାପଡିଛି। ତେଣୁ ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଜିଠାରୁ ଆସନ୍ତା ମେ…
ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ମୌଖିକ ସମନ ପଠାଇଛି। ତାଙ୍କୁ ୨୭ ଏବଂ ୨୮ ଏପ୍ରିଲରେ ହାଜର ହେବାକୁ ଏଜେନ୍ସି ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସିବିଆଇ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ଜମ୍ମୁ କାଶ୍ମୀରରେ ଦୁଇଟି ପ୍ରକଳ୍ପରେ ଅନିୟମିତତା ସମ୍ପର୍କରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସିବିଆଇ ତାଙ୍କୁ ଡାକିଛି। ଦୁଇଟି ଫାଇଲରେ ଦସ୍ତଖତ କରିବାକୁ ତାଙ୍କୁ ୩୦୦ କୋଟି ଅଫର ମିଳିଥିବା ମଲିକ ଦାବି କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ସିବିଆଇ ତାଙ୍କୁ ଜେରା କରିଥିଲା।
ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଘରେ ରହୁଥିବା ଲୋକ ଅସହ୍ୟ ତାତିକୁ ସହ୍ୟ କରିପାରୁନଥିବା ବେଳେ ଜରୁରୀ କାମରେ ବାହାରକୁ ଯାଉଥିବା ପଥିକଟିର ଅବସ୍ଥା ଆହୁରି ଖରାପ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ “ଜୟ ଓଡ଼ିଶା” ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ କରାଯାଇଛି। ଏହା ଆଜି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସସେଲର ଅପରାଜିତା ଚୌଧୁରୀ ଏହାର ଉନ୍ମୋଚନ କରିଛନ୍ତି। ଅନ୍ୟାନ୍ୟ ଅତିଥି ଭାବେ ରମାଦେବୀର ପିଜି କାଉନସିଲ ଚେୟରମ୍ୟାନ ଚଣ୍ଡୀ ରଥ, ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ଜେନେରାଲ ତଥା ‘ମୁକ୍ତା’ ଯୋଜନାର ଉପଦେଷ୍ଟା କୁମାରୀ ଇପ୍ସିତା ସାହୁ, ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଅମରଜିତ୍ ଗୋଡ଼ ଓ…
ଭୁବନେଶ୍ୱର: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ। ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍କ୍ଲେଭ୍ରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ରଛାତ୍ରୀମାନେ ଏହି ଅଭିନବ ଷ୍ଟାର୍ଟଅପ୍ ଚିନ୍ତାକୁ ପ୍ରଦର୍ଶନ କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକରେ ଅଗ୍ନିଜନିତ ଦୁର୍ଘଟଣାକୁ ରୋକିବା ସହିତ ସବୁ ପ୍ରକାର କ୍ଷତିକୁ ଏଡ଼ାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଯାହାକି ନିଆଁ ଲାଗିବାର ଆଗୁଆ ସୂଚନା ପ୍ରଦାନ କରିପାରିବା ସହ ସ୍ୱୟଂକ୍ରିୟ ଭାବେ ବିଜୁଳି ସଂଯୋଗକୁ କାଟିପାରିବ ବୋଲି ଆଇଟିଇଆର୍ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା କହିଛନ୍ତି। ଏହି କନ୍କ୍ଲେଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସୋଆ ଫ୍ୟାବ୍ ଲାବ୍ର ଛାତ୍ରଛାତ୍ରୀମାନେ ଆଡ୍ଭାନ୍ସଡ ଆଲଗୋରିଥିମ୍ ଓ ହାର୍ଡୱେୟାର ଇକ୍ୟୁପ୍ମେଂଟ ବ୍ୟବହାର…
ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆଜି ଏକ ବିଭାଗୀୟ ଏନସିପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଘାଟକୋପରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶରଦ ପାୱାରଙ୍କ ସମେତ ସମସ୍ତ ବଡ ନେତା ଅଂଶଗ୍ରହଣ କରୁଛନ୍ତି। କିନ୍ତୁ ଅଜିତ ପାୱାର ଏଥିରେ ଯୋଗ ଦେଉ ନାହାଁନ୍ତି। ସେଥିପାଇଁ ଦଳରେ ସବୁକିଛି ଠିକ୍ ନାହିଁ ବୋଲି ପୁଣି ଥରେ ଆଲୋଚନା ହେବାରେ ଲାଗିଛି। ତେବେ ଅଜିତ ପାୱାର ନିଜେ ସ୍ପଷ୍ଟ କରିଛନ୍ତି ଯେ, ପୁଣେରେ ତାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି, ତେଣୁ ସେ ମୁମ୍ବାଇରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ। ଏନସିପି ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ପାର୍ଟିରେ ସବୁକିଛି ଠିକ ଅଛି ବୋଲି ସେ କହିଛନ୍ତି। ଅଜିତ ପାୱାରଙ୍କ କାର୍ଯ୍ୟକ୍ରମ ପୁଣେରେ ସ୍ଥିର ହୋଇସାରିଛି। ସେଠାରେ ପାର୍ଟି କର୍ମୀଙ୍କର ଏକ କାର୍ଯ୍ୟକ୍ରମ ମଧ୍ୟ ଅଛି। ଯଦିଓ ପାର୍ଟି କର୍ମୀମାନେ ଏହା ମଧ୍ୟ କହିଛନ୍ତି ଯେ, ଅଜିତ ପାୱାର ଦଳ…
ରଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ନିୟମ ଅନୁଯାୟୀ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ଆବାହକତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବକାଶ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏଥିରେ ଶୈକ୍ଷିକ କ୍ୟାଲେଣ୍ଡର, ପୂର୍ଣ୍ଣ ଉପସ୍ଥାନ ଦିବସ, ଶିକ୍ଷା ସଚେତନତା ରଥ, ଗ୍ରୀଷ୍ମ ଅବକାଶ ଗୃହ କାର୍ଯ୍ୟ, ଅଂଶୁଘାତର ସାବଧାନତା କୌଶଳ, ଅନଲାଇନ ସମସ୍ୟା ସୁରକ୍ଷା ସମାଧାନ, ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଆଦି ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅଙ୍ଗନବାଡି କର୍ମୀ ପୁଷ୍ପ ମଞ୍ଜରୀ ଦେଇ, କାନନବାଳା ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଚନ୍ଦ୍ରକାନ୍ତ ମଙ୍ଗରାଜ, ଗଣେଶ୍ୱର ପ୍ରଧାନ, ସଂଜିତା ନାୟକ, ପ୍ରଦୀପ ମାନସିଂହ, କାଶୀନାଥ ଜୟସିଂହ, ବିନାୟକ ପ୍ରଧାନ,…
ସ୍ୱାସ୍ଥ୍ୟ ଟିପ୍ସ: ଋତୁ ଯାହା ବି ହେଉ, ଯଦି ଆପଣ ଆପଣଙ୍କର ଖାଦ୍ୟ ସହିତ ଏକ କପ୍ ଦହି ମିଶାଇବେ, ଖାଦ୍ୟର ସ୍ୱାଦ ବହୁଗୁଣିତ ହୁଏ। ଭିଟାମିନ୍ ବି-୨, ଭିଟାମିନ୍ ବି-୧୨, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭଳି ଗୁଣ ଥିବା ଏହି ଦହି ଉଭୟ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ପ୍ରଭାବ ପକାଇଥାଏ। ଯଦିଓ ପ୍ରୋବୋଟିକ୍ସରେ ଭରପୂର ଦହି ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଏହା ସହିତ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ନେବା କିମ୍ବା ଦହି ଖାଇବା ପରେ ତୁରନ୍ତ ଏହି ଜିନିଷ ଖାଇବା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା ଏହି ଖାଦ୍ୟଗୁଡ଼ିକ କ’ଣ? ମାଛ: ଆୟୁର୍ବେଦ ଅନୁଯାୟୀ, ସମାନ ସମୟରେ ପ୍ରୋଟିନ୍ ଅଧିକ ଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଉଭୟ ଦହି ଏବଂ ମାଛରେ ପ୍ରୋଟିନ୍ ଭରପୂର ଅଟେ, ଯେଉଁଥିପାଇଁ ଏହାକୁ ଏକାଠି ଖାଇବା ଦ୍ୱାରା ଚର୍ମ ସମସ୍ୟା ଏବଂ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର। କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ମନମୁଖୀ ଶାସନ ବିରୋଧରେ ଅଭିଯୋଗ ଆଣି ନିର୍ବାଚିତ ଜନପ୍ରତିନିଧିମାନେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ କାର୍ଯ୍ୟନିବାହୀ ଅଧିକାରିଣୀ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ କୌଣସି ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନାହାନ୍ତି। ସେହିପରି ଭାବେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବି ନେଇ ଜନପ୍ରତିନିଧିମାନେ ଧାରଣାରେ ବସି ରହିଛନ୍ତି। ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷା। ଅପରପକ୍ଷେ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପାଢ଼ୀଙ୍କୁ ପଚାରିବାରୁ ସମ୍ପୃକ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ସେହିପରି ଭାବେ ସମସ୍ତ ଜନ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି ଏବଂ ଉନ୍ନୟନ କାର୍ଯ୍ୟ ଆଇନ ଅନୁଯାୟୀ ହେଉଥିବାର କହିଛନ୍ତି ଶ୍ରୀମତୀ…
ବୌଦ୍ଧ: ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ପୋଲିସର ଏକ ସ୍ବତନ୍ତ୍ର ଦଳ ଲମ୍ବସରୀ ନିକଟ ମାନପଦର ଗ୍ରାମରେ ଚଢ଼ାଉ କରି ୩୧ କୁଇଣ୍ଟାଲ୍ ଓ ୫ ଟି ବନ୍ଧୁକ ଜବତ କରିଥିଲା। ଏହା ସହ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଗ୍ରାମର ଅଜୟ ମଳିକ ଓ ପଙ୍କଜ ମଳିକ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ନିଶାଦ୍ରବ୍ୟ ଚାଲାଣ କରୁଥିବା ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏତଦବ୍ୟତୀତ ଜବତ୍ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି। କିନ୍ତୁ ଗଞ୍ଜେଇ ଚାଲାଣର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି, ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍ ଡି ପି ଓ ଦୃଢୋକ୍ତି ପ୍ରକାଶ…
ଅମରାବତୀ: ମାଷ୍ଟର ଡିଗ୍ରୀ ପଢିବା ପାଇଁ ଆମେରିକା ଯାଇଥିବା ଆନ୍ଧ୍ରପ୍ରଦେଶର ଜଣେ ୨୪ ବର୍ଷୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଆମେରିକାର ଓହିଓର ଇନ୍ଧନ ଷ୍ଟେସନରେ ଗୁଳି ଲାଗିବା ପରେ ଛାତ୍ର ଆହତ ହୋଇଥିଲେ, ଯେଉଁଠାରେ ସେ କାମ କରୁଥିଲେ। ଛାତ୍ରଏନକେ ପରିଚୟ ସାଇଶ ବୀରା ବୋଲି ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୀରା ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ। ସୂଚନା ଅନୁଯାୟୀ, “ଏପ୍ରିଲ୍ ୨୦ ତାରିଖ ଦିନ ୧୨.୫୦ରେ କଲମ୍ବସ୍ ପୋଲିସ୍ ଅଧିକାରୀମାନେ ଡବ୍ଲୁ ବ୍ରଡ୍ ସେଣ୍ଟ ର ୧୦୦୦ ବ୍ଲକ୍ ରେ ଗୁଳି ଚଳାଇଥିବାର ଖବର ପାଇଥିଲେ। ପୋଲିସ ପହଞ୍ଚି ପୀଡିତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ପୋଲିସ କହିଶଚି ଯେ, ଜୀବନ ରକ୍ଷାକାରୀ ପଦକ୍ଷେପ ସତ୍ତ୍ୱେ ପୀଡିତଙ୍କୁ ରକ୍ଷା କରାଯାଇ ପାରି ନାହିଁ ଏବଂ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ସିସିଟିଭି କ୍ୟାମେରାରେ ଦେଖାଯାଇଥିବା…
ଭୁବନେଶ୍ବର: ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ, ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ସେ ଥିଲେ ସାଧାରଣ ଲୋକର ବନ୍ଧୁ ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ। ସାଂସଦ, ବିଧାୟକ, ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟିର ଚେୟାରମ୍ୟାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି। ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସାକେତ କୋର୍ଟରେ ଜଣେ ମହିଳାଙ୍କୁ ଗୁଳି କରାଯାଇଛି। ଘଟଣା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନଏଫସି ପୋଲିସ ଷ୍ଟେସନ ମୁଖ୍ୟ ମହିଳାଙ୍କୁ ତାଙ୍କ କାରରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ, ମହିଳାଙ୍କୁ ଗୁଳି ଚଳାଇଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ସ୍ୱାମୀ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଓକିଲଙ୍କ ୟୁନିଫର୍ମରେ ସ୍ୱାମୀ କୋର୍ଟକୁ ଆସିଥିଲେ। କୁହାଯାଉଛି ଯେ, ଅଭିଯୁକ୍ତ ମହିଳାଙ୍କ ସହ ଟଙ୍କାକୁ ନେଇ ବିବାଦ ହୋଇଥିଲା। ଅଭିଯୁକ୍ତ ଜଣକ ବିହାରର ବାସିନ୍ଦା।

