Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଗୁପ୍ତେଶ୍ୱର ଦେବଙ୍କ ପୀଠରେ ସମାପନ ହେଲା ବିଶ୍ୱାଶାନ୍ତି ମହାଯଂଜ୍ଞ ଓ ଦେବାଦେବୀଙ୍କ ମେଳଣ ପର୍ବ
ଆଞ୍ଚଳିକ

ବାଣପୁର: ଗୁପ୍ତେଶ୍ୱର ଦେବଙ୍କ ପୀଠରେ ସମାପନ ହେଲା ବିଶ୍ୱାଶାନ୍ତି ମହାଯଂଜ୍ଞ ଓ ଦେବାଦେବୀଙ୍କ ମେଳଣ ପର୍ବ

April 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପଶ୍ଚିମାଭିମୁଖୀ ମହାଦେବ ପୀଠ ଶ୍ରୀ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ଚାରିଦିନ ବ୍ୟାପି ଚାଲିଥିବା ବିଶ୍ୱାଶାନ୍ତି ମହାଯଂଜ୍ଞ ଆଜି ପୂର୍ଣ୍ଣାହୁତି ଏବଂ ତେଇଶି ଦେବାଦେବୀଙ୍କ ମେଳଣ ପରେ ସମାପନ ହୋଇଯାଇଛି। ଚଳିତ ବର୍ଷ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିବା ଯଂଜ୍ଞ ଓ ମେଳଣ ପର୍ବ ଚତୁର୍ଦ୍ଧଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଗାଲୁଆ ଗ୍ରାମବାସୀଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ପୂଜାବିଧି ପୂର୍ବକ ମଙ୍ଗଳବାର ଅଙ୍କୁରା ରୋପଣ, ବୁଧବାର ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଆହୁତି ଆରମ୍ଭ କରାଯାଇ ଗୁରୁବାର ପୂଜା ଓ ହୋମାଦି କାର୍ଯ୍ୟକ୍ରମ ପରେ ଶୁକ୍ରବାର ପୂର୍ଣ୍ଣାହୁତି ଓ ଦେବଦେବୀଙ୍କ ମେଳଣ ପର୍ବ ସମାହିତ ହୋଇଥିଲା। ବାବା ଗୁପ୍ତେଶ୍ୱରଙ୍କ ଯଂଜ୍ଞ କମିଟି ସଭାପତି ମନମୋହନ ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ହରିଚନ୍ଦନ, ବ୍ରଜକିଶୋର ଭୋପା ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଓ ବାଣପୁର ଆଇଆଇସି ଜୟକୃଷ୍ଣ ପରିଡାଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଗ୍ରାମରୁ ବାଇଶି ଦେବାଦେବୀଙ୍କ ଯଂଜ୍ଞ ସ୍ଥଳକୁ ଆଗମନ ଶ୍ରଦ୍ଧାଳୁଙ୍କ ମନରେ ଶିହରଣ ଜାଗ୍ରତ ହୋଇଥିଲା।

ଖଣତ ଗ୍ରାମରୁ ଶ୍ରୀ ଶ୍ରୀ ଶ୍ରୀ ପାଦୁକାଇ ଦେବୀ, ଭୂଇଁୟାଣି ଦେବୀ, ଗୋପୀନାଥ ପୁରର ବାଟମଙ୍ଗଳା, ବିଂଝଳାରୁ ଉତ୍ତରାୟଣୀ ଦେବୀ ଏବଂ କପିଳେଶ୍ୱର ଦେବ, ସୋମନାଥ ଦେବଙ୍କ ସମେତ ଅନ୍ୟ ୧୮ ଶମ୍ଭୁଙ୍କ ପବିତ୍ର ଯଂଜ୍ଞ ସ୍ଥାନକୁ ଆଗମନ ହୋଇଥିଲା।

ସମସ୍ତ ଦେବଦେବୀଙ୍କୁ ନୂତନ ବସ୍ତ୍ର, ନୂତନ ଥାଳି, ଗୁଆ, ଚନ୍ଦନରେ ଆଭୂଷିତ କରାଯାଇ ଯଂଜ୍ଞ ସ୍ଥାନରେ ଉପବିଶନ କରାଯାଇଥିଲା। ଯଂଜ୍ଞ ପୂର୍ଣ୍ଣାହୁତି ପରେ ଗୋଧୂଳି ଲଗ୍ନରେ ସମସ୍ତ ଦେବାଦେବୀ ମେଳଣ ପଡିଆରେ ଏକାଠି ହୋଇଥିଲେ।

ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା, ବାଦ୍ୟ ଓ କାହାଳିରେ ପ୍ରଭୁ ଗୁପ୍ତେଶ୍ୱର ପୀଠ ଉଛୁଳି ପଡୁଥିଲା। ଗାଲୁଆ ଗ୍ରାମବାସୀଙ୍କ ତରଫରୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଚାରିଦିନ ବ୍ୟାପି ପ୍ରସାଦ ସେବନର ବନ୍ଦୋବ୍ୟସ୍ତ କରାଯାଇଥିଲା। ଗ୍ରାମର ଯୁବକ ମାନେ ପ୍ରଭୁଙ୍କ ସେବାରେ ନିୟୋଜିତ କାର୍ଯ୍ୟରେ ସହଯୋଗ କରିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.