Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଲୋକସଭା ପ୍ରବାସ ଯୋଜନା ଅନ୍ତର୍ଗତ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ଆଜି ଅପରାହ୍ନରେ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ଦାସ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଆଦି ଉକ୍ତ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ। କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦ ନାଚୁଣୀଠାରେ ପୂର୍ବତନ ବିଧାୟକ ଡ଼ା ହରିଚନ୍ଦନଙ୍କ ଘରେ ଆତିଥ୍ୟ ଗ୍ରହଣ ପରେ ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଚିଲିକା ନିର୍ବାଚନମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ଏନଆଇଏମଏଫଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାରସାହି ପଞ୍ଚାୟତର ଚାଷୀମାନଙ୍କୁ ଗୋଖାଦ୍ୟ ବଣ୍ଟନ କରାଯିବା ସହିତ ଭାରତରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନ କରାଯାଇଥିଲା। ଅନ୍ୟପଟେ ରାଉରକେଲା ଏନଆଇଟି ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା ଯେଉଁଥିରେ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍ସରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ସ୍ଥାନୀୟ ବ୍ୟଞ୍ଜନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ସେହିପରି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପକ୍ଷରୁ ତପୋବନ ହାଇସ୍କୁଲ ଠାରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପାଇଁ ଚୟନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏହି ସମ୍ମିଳନୀକୁ ଉଦଘାଟନ କରି ଶିକ୍ଷାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ତଥା ବିଶ୍ୱ ନାଗରିକ ଗଠନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ପ୍ରତିଷ୍ଠାନର ଡିନ ପ୍ରଫେସର ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଛାୟା ସମ୍ମିଳନୀରେ ଜି-୨୦ର ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ରଛାତ୍ରୀ ଖୁବ ସୁନ୍ଦର ଭାବେ ନିଜ ଦେଶର ଶିକ୍ଷା, ବୈଷୟିକ ଜ୍ଞାନ, ପରିବେଶ ଓ ଜଳବାୟୁ, ବିଶ୍ୱ ଅର୍ଥବ୍ୟବସ୍ଥା ତଥା ସମାଜର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନ କରିବା ସହିତ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନଶିକ୍ଷକ ଅଖିଳେଶ୍ୱର ମିଶ୍ର,…

Read More

ରଣପୁର: ଆଜି କେନ୍ଦ୍ର ରେଳ ବିକାଶ ଓ ଖଦୀ ମନ୍ତ୍ରଣାଳୟ ମନ୍ତ୍ରୀ ଦର୍ଶନା ଜରଦୋସ୍ ଜୀ ଆଜି ରଣପୁର ଗ୍ରସ୍ତ ରେ ଆସିଥିବା ଜଣାଯାଇଛି। ମଧ୍ୟ୍ୟାହ୍ନ ରେ ସେ ରଣପୁର ପହଚିଂବା ପରେ ତାଙ୍କୁ ସ୍ଥାନୀୟ ପଚିଂଦୋଳ ପଡିଆରେ ସ୍ୱାଗତସମ୍ବଧନା ଦିଆଯାଇଥିଲା। ପରେ ସେ ରଣପୁର ପୁଦୋଳ ପଡିଆ ଥିବା ସହୀଦ୍ ରଘୁଦିବାକର ଙ୍କ ପ୍ରତିର୍ମୂୀ ରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସଂସଦପ୍ରାଥୀ ର୍ ତଥା ରାଷ୍ଠ୍ରୀୟ ବିଜେପି ପ୍ରବକର୍ତା ସମ୍ବିତ ପାତ୍ର ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢି ଉପସ୍ଥିତ ଥିଲେ। ମାଲ୍ୟାର୍ପଣ ପରେ ସହୀଦ୍ ମଣ୍ଡପ ରେ ରଣପୁର ବାର ଆସୋସିଏସନ୍ ର ସଭାପତି ଗିରିଜାକାନ୍ତ ମହାପାତ୍ର, ସଂପାଦକ ସତ୍ୟ ରଂଜନ ମା, ଆଇନଜିବୀ ପ୍ରିୟବ୍ରତ ପ୍ରହରାଜ ଓ ଅନ୍ୟ ସମସ୍ତ ଆଇନଜିବୀ ମାନେ ପହି କେନ୍ଦ୍ର ମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ରେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ରାଜ…

Read More

ରଣପୁର; ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ଗ୍ରାମ ପଂଚାୟତର ବିଲଗାଡିଆ ଗ୍ରାମରେ ହନୁମାନ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହନୁମାନ ମନ୍ଦିର ପରିସର ମଧ୍ୟରେ ୭ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତ ୧୩ ତାରିଖ ରେ ଅଙ୍କୁରରୋପଣ କାର୍ଯ୍ୟ ସମାପନ କରାଯାଇଥିବା ବେଳେ ୧୪ ତାରିଖରେ ଶତାଧିକ ଶ୍ରଦ୍ଧାଳୁ ଲୋମ୍ବୋଡି ଗ୍ରାମ ନିକଟରେ ଥିବା ମନ୍ଦାକିନୀ ନଦୀ ରୁ ଜଳ ସଂଗ୍ରହ କରି କଳସୀ ପୂଜା ସାରିବା ପରେ କଳସୀ ଶୋଭାଯାତ୍ରାରେ ବାହାରି ଲେମ୍ବୋଡି, ଗୌଡିଆପଡା ଓ ବିଲଗାଡିଆ ଗ୍ରାମ ପରିକ୍ରମା ସାରି ହନୁମାନ ମନ୍ଦିର ନିକଟରେ ପହଂଚିଥିଲେ। ସେଠାରେ କଳସୀଧାରୀ ମାନେ ମନ୍ଦିର ଓ ଯଜ୍ଞ ମଣ୍ଡପ ପରିକ୍ରମା ସାରିବା ପରେ କଳସୀ ଗୁଡିକୁ ଯଜ୍ଞ ମଣ୍ଡପ ମଧ୍ୟରେ ସ୍ଥାପନା କରିଥିଲେ। ପରେ ହନୁମାନଙ୍କ ସହ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ବିଗ୍ରହ କୁ ମନ୍ଦିର ମଧ୍ୟରୁ ନିଆଯାଇ ଯଜ୍ଞ ମଣ୍ଡପରେ…

Read More

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଓଡ଼ିଶାରେ ପ୍ରଥମଥର ପାଇଁ  ଆଜି ଏକ ଦିବସୀୟ “ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ -୨୦୨୩ ”ରାଜ୍ୟ ଲୋକସେବା ଭବନ  କନଭେନସନ୍ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆଭାସୀ ଉପସ୍ଥିତି ମାଧ୍ୟମରେ ଶୁଭ ଉଦ୍‍ଘାଟନ କରିଥିଲେ। ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।  ଏହି ଅବସରରେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ମୁଁ ବହୁତ ଖୁସି, ଓଡିଶା ଫିଣ୍ଟେକ୍ ଫେଷ୍ଟିଭାଲ୍ , ଫିଣ୍ଟେକ୍ ଇଣ୍ଡଷ୍ଟ୍ରି କ୍ଷେତ୍ରର ନୂତନ ଉଦ୍ଭାବନ ଏବଂ ସମ୍ଭାବନା ବିଷୟରେ ବିଚାରବିମର୍ଷ ଓ ଫିଣ୍ଟେକ୍ ଉତ୍ପାଦର ପ୍ରଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିର ଏକ ରୋଡ୍ ମ୍ୟାପ୍ ତିଆରି କରିବାରେ ସହାୟକ ହେବ। ଉଦ୍‍ଘାଟନୀ ଉତ୍ସବରେ…

Read More

ଭୁବନେଶ୍ଵର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଂକର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିକୋଣରୁ ଝାରସୁଗୁଡା ଜିଲ୍ଲା ଗୋଟିଏ ସମୃଦ୍ଧଶୀଳ ଜିଲ୍ଲା। ତଥାପି ବିକାଶ ପହଂଚିପାରିନାହିଁ। ଜିଲ୍ଲାରେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବାବେଳେ ପ୍ରଦୁଷଣ ବର୍ତମାନ ଚିନ୍ତାର କାରଣ ସାଜିଛି। ଏହି କାରଣରୁ ଝାରସୁଗୁଡା…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବା ନିଷ୍ପତିକୁ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତି ଆମର ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି। ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିର୍ଣ୍ଣୟ ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂଆ ଦ୍ୱାର ଖୋଲିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି। ସିଏପିଏଫ ପାଇଁ କନଷ୍ଟେବଳ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଭାରତୀୟ ଭାଷାରେ ହେବା ଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗମାନେ ଉପକୃତ…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ। ଏହି ଧର୍ମଶାଳାରେ ଚାରିହଜାର ଲୋକ ରହିବାର ବ୍ୟବସ୍ଥା ଏ କରାଯାଉଛି। ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଂ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ପାଣ୍ଡିଆନ ପ୍ରଶାସନକୁ ପରାମର୍ଶ ଦେଉଥିଲେ। ସୂଚନାଯୋଗ୍ୟ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ପରିପ୍ରେକ୍ଷୀରେ ଉମାମହେଶ୍ୱର ଦେବଙ୍କ ପୀଠରେ ଗତ ସାନ୍ଧ୍ୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଧ୍ୟ ରାତ୍ରିରୁ ପାଟପଟୁଆର, ବାଜା ରୋଷଣୀରେ ଆଖପାଖ ଅଞ୍ଚଳର ୧୬ ଦେବା ଦେବୀଙ୍କ ବିଜେ ପ୍ରତିମାମାନଙ୍କ ଆଗମନ ହୋଇ ଆସ୍ଥାନ ବିରାଜମାନ କରିଥିଲେ। ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ କରାଯିବା ସହ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପୂର୍ଣ୍ଣାହୁତି ପରେ ସମସ୍ତ ବିଜେ ପ୍ରତିମା ଦେବା ଦେବୀଙ୍କ ନିକଟରେ ମେଳଣ ଭୋଗ ଲାଗି ହେବାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ବାବା ଉମାମହେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଯାହାକି…

Read More

ନୂଆଦିଲ୍ଲୀ: ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ବିଏସ୍ଏଫ୍ ଅର୍ଥାତ୍ ସୀମା ସୁରକ୍ଷା ବଳ ଏକ ବିଶେଷ ସୁଯୋଗ ଆଣିଛି। ଯେଉଁମାନେ ସେନାରେ ସ୍ଥାୟୀ ସରକାରୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନେ ସୀମା ସୁରକ୍ଷା ବଳ ଦ୍ୱାରା ବାହାର କରାଯାଇଥିବା ହେଡ୍ କନଷ୍ଟେବଳ, ରେଡିଓ ଅପରେଟର ଏବଂ ରେଡିଓ ମେକାନିକ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ, ସୀମା ସୁରକ୍ଷା ବଳର ଅଫିସିଆଲ୍ ୱେବସାଇଟ୍ bsf.gov.in ପରିଦର୍ଶନ କରି ଆପଣଙ୍କୁ ଆବେଦନ କରିବାକୁ ପଡିବ। କିପରି ଆବେଦନ କରିବେ?: ଏପ୍ରିଲ ୨୨ ତାରିଖରୁ ସୀମା ସୁରକ୍ଷା ବଳ ଦ୍ୱାରା କରାଯାଇଥିବା ନିଯୁକ୍ତି ପାଇଁ ଆପଣ ଆବେଦନ କରିପାରିବେ। କାରଣ ଏହି ନିଯୁକ୍ତି ପାଇଁ ଆବେଦନ ଲିଙ୍କ କେବଳ ଏପ୍ରିଲ ୨୨ ତାରିଖରେ ଖୋଲିବ। ଏଥି ସହିତ, ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୧୨ ତାରିଖ ଭାବରେ ସ୍ଥିର…

Read More

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ସରକାର ଦିଲ୍ଲୀ ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିକଟକୁ ସିବିଆଇ ନୋଟିସ ପଠାଇବା ପରେ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (ଏଏପି) ଦେଶ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛି ଏବଂ ସେଥିପାଇଁ ଏହାକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି। ଏଠାରେ ଭାରତୀୟ ଜନତା ପାର୍ଟି ଆଜି ଦାବି କରିଛି ଯେ, ଅବକାରୀ ନୀତି ପ୍ରସଙ୍ଗରେ ସିବିଆଇ ଡକାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୟଭୀତ ହୋଇ କମ୍ପୁଛନ୍ତି। ସୂଚନାଯୋଗ୍ୟ ଯେ, ଅବକାରୀ ନୀତି ମାମଲାରେ ଜେରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ରବିବାର କେଜ୍ରିୱାଲଙ୍କୁ ଡକାଇଛି। ଏହାର ପ୍ରଥମ ପ୍ରତିକ୍ରିୟା ଦେଇ କେଜ୍ରିୱାଲ କହିଛନ୍ତି ଯେ ସେ ରବିବାର ଏଜେନ୍ସି ଆଗରେ ହାଜର ହେବେ।

Read More

ନୂଆଦିଲ୍ଲୀ: ଶନିବାର ଦିନ ଶନି ଦେବଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ, ଯେଉଁମାନେ ଶନିଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି, ସେମାନେ ନିଜ ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଯଦି ଶନି ଦେବ ପ୍ରସନ୍ନ ହୁଅନ୍ତି, ତେବେ ଜଣେ ବ୍ୟକ୍ତି ଏକ ଭିକାରୀରୁ ମଧ୍ୟ ରାଜା ହୁଅନ୍ତି। ଶନି ଦେବ କେବଳ କାର୍ଯ୍ୟରେ ବାଧା ଦୂର କରନ୍ତି ନାହିଁ ବରଂ ଆତ୍ମବିଶ୍ୱାସ ବଢାନ୍ତି। ଏହି ଦିନ ପ୍ରକୃତ ହୃଦୟ ସହିତ ଶନି ଦେବଙ୍କୁ ପୂଜା କରିବା ଶୁଭ ଫଳାଫଳ ଦେଇଥାଏ। ଶନିବାର ଦିନ ନିଆଯାଇଥିବା କିଛି ଉପାୟ ଶୁଭ ଫଳାଫଳ ଦେଇଥାଏ। ଆସନ୍ତୁ ଜାଣିବା ଏହି ଉପାୟଗୁଡ଼ିକ ବିଷୟରେ…… ଶନିବାର ବ୍ରତ: ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ଉପବାସ ରଖନ୍ତୁ ଏବଂ ଶନି ଦେବଙ୍କୁ ପୂଜା କରନ୍ତୁ। ଏଥିପାଇଁ ବ୍ରହ୍ମ ମୁହୂର୍ତ୍ତରେ ଗାଧୋଇବା ପରେ ଶନି ଦେବଙ୍କ ମନ୍ଦିରକୁ ଯାଆନ୍ତୁ। ଶନି ଦେବଙ୍କୁ…

Read More

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ନୂତନ ଥାନାଗୃହର ଶୁଭ ଉଦଘାଟନ ହେବା ସହ ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ରାଜ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ଡଃ.ଅରବିନ୍ଦ ଢାଲି, ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡିଶା ପୁଲିସ ଗୃହ ନିର୍ମାଣ ବିଭାଗର ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିଶନର ଡଃ. ଉମାଶଙ୍କର ଦାଶ , ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ନୂତନ ଥାନା ଗୃହ ମାନଙ୍କରେ କାଉନ୍ସେଲିଂ, ଶିଶୁ ଡ଼େସ୍କ, ୱେଟିଙ୍ଗ ଲବି, କନଫରେନ୍ସ ହଲ…

Read More

ପାଟନା: ବିହାରର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ଏଥିସହ ଅନ୍ୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ମୋତିହାରୀର ଲକ୍ଷ୍ମୀପୁର ପହାଡପୁରରେ ବିଷାକ୍ତ ମଦ ପିଇ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୨୫ ଜଣ ଲୋକ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିହାର ବିଜେପି କଡ଼ା ଟାର୍ଗେଟ କରିଛି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଗତ ବର୍ଷ ସାରଣ ଜିଲ୍ଲାରେ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଙ୍କ ରିପୋର୍ଟକୁ ନେଇ ବିବାଦ ଲାଗି ରହିଥିଲା। ଏହି NHRC ରିପୋର୍ଟରେ ସାରଣ ବିଷାକ୍ତ ମଦ ମାମଲା ପାଇଁ ପ୍ରଶାସନକୁ ଦାୟୀ…

Read More

ନୂଆଦିଲ୍ଲୀ: ସାଉଦି ଏୟାରଲାଇନ୍ସର ଏକ କାର୍ଗୋ ବିମାନ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ପାଇଲଟ ବିମାନରେ ଥିବା ବିମାନର ଝରକା ଭାଙ୍ଗିବା ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବିମାନଟି ଆଜି ଅପରାହ୍ନ ୧୨.୦୨ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

Read More

ଭୁବନେଶ୍ଵର: ଆଜି ବି ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀ କାମ ନଥିଲେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ଜରୁରୀ କାମ ଥିଲେ ସାଥିରେ କଳା ଚଷମା, ଗାମୁଛା, ପାଣି ବୋତଲ ଇତ୍ୟାଦି ନେଇ ବାହାରକୁ ଯିବା ପାଇଁ କୁହାଯାଉଛି। ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଉଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସକାଳ ୧୧.୩୦ ସୁଦ୍ଧା ରାଜ୍ୟର ମୁଖ୍ୟ ସହରଗୁଡିକରେ କେତେ ତାପମାତ୍ରା ରହିଛି, ତାହା ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି। ୧- ଝାରସୁଗୁଡା: ୩୯.୨ ୨- ଡ଼ିଗ୍ରୀ ଭୁବନେଶ୍ୱର:୩୯.୦ ଡ଼ିଗ୍ରୀ ୩- କେନ୍ଦୁଝର: ୩୯.୦ ଡ଼ିଗ୍ରୀ ୪- ସମ୍ବଲପୁର: ୩୮.୨ଡ଼ିଗ୍ରୀ ୫- ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ ୬- ବାଲେଶ୍ୱର: ୩୬.୮ ଡ଼ିଗ୍ରୀ ୭- ହୀରାକୁଦ: ୩୬.୪ ଡ଼ିଗ୍ରୀ ୮- ଗୋପାଳପୁର: ୩୫.୦ ଡ଼ିଗ୍ରୀ ୯- ପୁରୀ:୩୩.୪ ଡ଼ିଗ୍ରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନିମ୍ନ ଭାଷାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ: ୧. ଅହମୀୟା ୨. ବଙ୍ଗଳା ୩. ଗୁଜରାଟୀ ୪. ମରାଠୀ ୫. ମାଲାୟଲମ ୬. କନ୍ନଡ଼ ୭. ତାମିଲ ୮. ତେଲୁଗୁ ୯. ଓଡ଼ିଆ ୧୦. ଊର୍ଦ୍ଦୁ ୧୧. ପଞ୍ଜାବୀ ୧୨. ମଣିପୁରୀ ୧୩.…

Read More

ନୂଆଦିଲ୍ଲୀ: ଭାରତରେ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ୱାଣ୍ଟେଡ୍ ହୀରା ବ୍ୟବସାୟୀ ମେହୁଲ ଚୋକସି କୋର୍ଟ ଯୁଦ୍ଧରେ ଜିତିଛନ୍ତି। ଆଣ୍ଟିଗୁଆ ଏବଂ ବାରବୁଡା ହାଇକୋର୍ଟ ଶୁକ୍ରବାର ଦିନ ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡାରୁ ବାହାର କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ମେହୁଲ ଚୋକସିଙ୍କୁ ଭାରତ ଆଣିବାରେ ଅସୁବିଧା ଉପୁଜିପାରେ। ତାଙ୍କ ନାଗରିକ ମକଦ୍ଦମାରେ ସେ ଯୁକ୍ତି କରିଛନ୍ତି ଯେ, ତାଙ୍କ ବିରୋଧରେ ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ ଏବଂ ପୋଲିସ ମୁଖ୍ୟଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ତଦନ୍ତ କରିବାର ଦାୟିତ୍ଵ ରହିଛି। ହାଇକୋର୍ଟରେ ମେହୁଲ ଚୋକସି କହିଛନ୍ତି ଯେ, ମେ ୨୩ ତାରିଖ ୨୦୨୧ରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ତାଙ୍କୁ ଅପହରଣ କରିନେବା ଘଟଣାର ତଦନ୍ତ ହେବା ଉଚିତ। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେହୁଲ ଚୋକସିଙ୍କୁ…

Read More

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଏବଂ ତାଙ୍କ ଇସ୍ତଫା ପରଠାରୁ ରାଜଧାନୀର ରାଜନୈତିକ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଗତକାଲି ଦିଲ୍ଲୀର ରାଜନୈତିକ ତାପମାତ୍ରା ଶିଖରରେ ପହଞ୍ଚିଛି। ଅବକାରୀ ଦୁର୍ନୀତିରେ ଜେରା ପାଇଁ ସିବିଆଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇ ରବିବାର ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ପରେ ଆମ୍ ଆଦମୀ ପାର୍ଟି ତଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ ବିଜେପି ଆହୁରି ଆକ୍ରମଣାତ୍ମକ ହୋଇପଡିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସିବିଆଇ ନୋଟିସ ପଠାଇବା ପରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଚୌଧୁରୀ ଅନୀଲ କୁମାର କହିଛନ୍ତି ଯେ, ତାଙ୍କ ଦଳ ଆରମ୍ଭରୁ କହିଆସୁଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଅବକାରୀ ଦୁର୍ନୀତିର ପ୍ରକୃତ ମାଷ୍ଟରମାଇଣ୍ଡ। ସେ କହିଛନ୍ତି ଯେ, ସିବିଆଇର ଜେରାରେ ତାଙ୍କ ପିଏ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତ୍ୟକ୍ଷ…

Read More

ନୂଆଦିଲ୍ଲୀ: ପୁଣି ଥରେ କରୋନା ଭୟଭୀତ କରୁଛି। ଯେଉଁଥିପାଇଁ କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୩ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି, ଯାହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୫୩ ହଜାର ୭୨୦ କୁ ବୃଦ୍ଧି ପାଇଛି। ଗତକାଲି କରୋନା ମାମଲା ୧୧ ହଜାର 109 ଥିଲା, ଯାହା ଆଜି କମ୍ ଅଟେ। ତେବେ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ପଞ୍ଜିକୃତ ହୋଇଛି। ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ୪ ଅଟେ।

Read More