Author: Samikhsya Bureau

ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି। ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସୋମବାର ରାଜ୍ୟ ସଂଗ୍ରହଳୟ ଓ କଟକସ୍ଥିତ ମାରିଟାଇମ ମ୍ୟୁଜିଅମ ପରିଦର୍ଶନ କରିଛନ୍ତି। ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ଠାରେ ସୋଆ ପକ୍ଷରୁ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ ହୋଇଛନ୍ତି ଏହି ପ୍ରତିନିଧି ଦଳ। ଏହି ଅବସରରେ ସୋଆ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଚାନସେଲର ପ୍ରଫେସର ଅମିତ ବାନାର୍ଜୀ, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅଡିସନାଲ ଡିନ (ସ୍ଟୁଡେଣ୍ଟସ ଅଫେୟାର୍ସ ), ଆଇଟିଇଆର ପ୍ରଫେସର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡାଙ୍କୁଲି ଛକରେ ଦୁର୍ଘଟଣା ଘଟି ଗୋଟିଏ ଅଟୋ ଚୁରମାର୍ ହୋଇଯାଇଛି। ଏଥିରେ ପିତାଙ୍କର ମୃତ ହୋଇଥିବା ବେଳେ ପୁତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ପୋଲସରା ଅଞ୍ଚଳର ମୁଳ ବାସିନ୍ଦା ଗୋବିନ୍ଦ ସାହୁ ପୁଅ ରବିନ୍ଦ୍ର ସହ ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗରରେ ଘର ଭଡ଼ା ନେଇ ରହୁଥିଲେ ଓ ଆଖୁରସ ବ୍ୟବସାୟ କରୁଥିଲେ। ଇତ୍ୟବସରରେ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ମେରୁ ଯାତ୍ରାରେ ଆଖୁରସ ଦୋକାନ ଖୋଲିବା ପାଇଁ ନିଜ ଅଟୋରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ଅଟୋ ଟି ରାସ୍ତା କଡ଼କୁ ଓଲଟି ପଡିଥିଲା ଓ ପିତା ଗୋବିନ୍ଦଙ୍କ ମୃତ ହୋଇଥିଲା। ଗୋବିନ୍ଦଙ୍କ ମୃତ ଦେହ ରାସ୍ତା କଡ଼ରେ ପଡ଼ିଥିଲା ବେଳେ ପୁତ୍ର ରବିନ୍ଦ୍ର ଗୁରୁତର ଆହତ ହୋଇ ପଡ଼ିଥିଲା। ଏହି ସମୟରେ ଅଞ୍ଚଳ ବାସିନ୍ଦା ଉଭୟଙ୍କୁ…

Read More

ନୂଆଦିଲ୍ଲୀ: ସରକାର ଅମରନାଥ ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏହି ଯାତ୍ରା ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୬୨ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହେବ। ପ୍ରକାଶ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ଜମ୍ମୁ କାଶ୍ମୀର ସମ୍ବନ୍ଧୀୟ ସୁରକ୍ଷା ସମୀକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା, ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକର ଗୋଟିଏ ଦିନ ପରେ ଏହି ଯାତ୍ରା ଘୋଷଣା କରାଯାଇଛି। ଉପ-ରାଜ୍ୟପାଳ କ’ଣ କହିଲେ?: ପବିତ୍ର ତୀର୍ଥଯାତ୍ରା ଏବଂ ପଞ୍ଜୀକରଣ ତାରିଖ ଘୋଷଣା କରି ଉପ-ରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିନ କହିଛନ୍ତି ଯେ, ସୁଗମ ତଥା ସମସ୍ୟାମୁକ୍ତ ତୀର୍ଥଯାତ୍ରା ନିଶ୍ଚିତ କରିବାକୁ ପ୍ରଶାସନ ପ୍ରତିବଦ୍ଧ। ସେ କହିଛନ୍ତି ଯେ,…

Read More

ବାସ୍ତୁ ଶାସ୍ତ୍ର: ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ। ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ। ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା ଉଚିତ। ଏହିପରି…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Read More

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଘଟିବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖରେ ସକାଳ ୭.୦୪ ରୁ ଅପରାହ୍ନ ୧୨.୨୯ ପର୍ଯ୍ୟନ୍ତ ହେବ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ପୌରାଣିକ ବିଶ୍ବାସ ଅନୁଯାୟୀ ସୂର୍ଯ୍ୟ ପରାଗ ସମୟରେ ରାହୁଙ୍କ ପ୍ରଭାବ ସୂର୍ଯ୍ୟଙ୍କ ଉପରେ ବଢିଥାଏ। ଏହି ସମୟରେ ସୂର୍ଯ୍ୟ କଷ୍ଟ ପାଆନ୍ତି, ତେଣୁ ଦେଶବାସୀ ଏହାର ଖରାପ ଫଳାଫଳ ପାଆନ୍ତି। ସୂର୍ଯ୍ୟ ପରାଗ ହେତୁ ଲୋକଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗିବାକୁ ପଡିବ। ଆସନ୍ତୁ ଜାଣିବା ଏହି ଦିନ ସୂର୍ଯ୍ୟ ଗ୍ରହଣର ଅପ୍ରୀତିକର ପ୍ରଭାବକୁ ଏଡାଇବା ପାଇଁ କେଉଁ ପଦକ୍ଷେପ ନିଆଯାଇପାରେ। ସୂର୍ଯ୍ୟ ପରାଗକୁ ଏଡାଇବା ପାଇଁ ଉପାୟ: ଗ୍ରହଣର ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡାଇବା ପାଇଁ ମନ୍ତ୍ର ଜପ ଏବଂ ଦାନ କରିବା ଉଚିତ୍। ବିଶ୍ୱାସ କରାଯାଏ ଯେ,…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମା’ଙ୍କ ପୀଠରେ ବାରମାସରେ ତେର ଯାତ। ଓଡ଼ିଆ ନବ ବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ପୀଠରେ ସମସ୍ତ ନୀତିକାନ୍ତି ସାରି ଗୋଧୂଳି ଲଗ୍ନରେ ନିଶଙ୍କୁଡ଼ି ଧୂପ ପରେ ଘଣ୍ଟା ଘଣ୍ଟ କାହାଳୀ ଆଲଟଚାମର ସହିତ ଥାଟ ପଟୁଆରରେ ନିଯୋଗୀ ସେବାୟତଙ୍କ ସହ ଉତ୍ତରଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ। ନୂତନ ବର୍ଷ ପ୍ରାରମ୍ଭ ଦିନରେ ସୂର୍ଯ୍ୟଦେବତାଙ୍କ ବିଷୁବ ରେଖାରେ ଅବସ୍ଥାନ ପରେ ଉତ୍ତରାୟଣ ଗତି ଆରମ୍ଭକୁ ଆଧାର କରି ମା’ଙ୍କ ଉତ୍ତର ଦିଗ ରକ୍ଷାକାରିଣୀ, ଶୋଲରୀ ପାହାଡ଼ କୋଳରେ ପୂଜିତା ଭଉଣୀ ମା’ ଶିଦ୍ଧେଶ୍ଵରୀଙ୍କ ନିକଟକୁ ଯାତ୍ରା କରିବାର ପରମ୍ପରା କେଉଁ ପ୍ରାଚୀନ କାଳରୁ ଚଳି ଆସୁଛି। ଏହି ଅନୁସାରେ ଯାତ୍ରା ପଥରେ ବଡ଼ହନ୍ତୁ ଆଡ଼ ଗ୍ରାମର ଦଣ୍ଡଠାକୁର ରାଜରାଜେଶ୍ଵରଙ୍କ ନିମନ୍ତ୍ରଣ ରକ୍ଷା କରି ଐତିହାସିକ ପଲଟଣ ପଡ଼ିଆରେ ଉଭୟ ଦେବା ଦେବୀ ବାଣ ରୋଷଣୀର ଶବ୍ଦ ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀରେ…

Read More

ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଜମ୍ମୁ ପୁଞ୍ଚର ସାଂସଦ ଯୁଗଳ କିଶୋର ଶର୍ମାଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି। ନିଜ ଟ୍ୱିଟରେ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ଯୋଗୁଁ ପୁଞ୍ଚର ଚଞ୍ଚଳା ଦେବୀଙ୍କ ଜୀବନରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମଏୱାଇ ମାଆ ଓ ଭଉଣୀମାନଙ୍କ ଜୀବନକୁ ସହଜ କରୁଛି। ସେ ଟ୍ୱିଟ କରିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା କିପରି ଆମ ମାଆ ଭଉଣୀମାନଙ୍କ ଜୀବନ ସହଜ ହେଉଛି ତାହା ଜମ୍ମୁ-କଶ୍ମୀରର ଚଞ୍ଚଳା ଦେବୀ ଜୀଙ୍କ ଏହି ଖୁସି ବଖାଣୁଛି।”

Read More

ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍‌ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି। ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୧୪ଟି ଖାଦ୍ୟ ଷ୍ଟଲ୍‌ରେ ଓଡ଼ିଶାର ବିଭିନ୍ନ ରୂଚୀକର ଖାଦ୍ୟ ପରଶା ଯାଇଥିଲା। ଏହି ଫୁଡ୍ ଫେଷ୍ଟିଭାଲ୍‌କୁ ସୋଆର କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ। ସୋଆ କ୍ୟାମ୍ପସ-୨ରେ ଆୟୋଜିତ ଏହି ଫୁଡ୍ ଫେଷ୍ଟିଭାଲ୍‌ରେ କର୍ଣ୍ଣଚାଟ୍‌, ବେଲପଣା, ଗୁପଚୁପ୍‌, ଲେମ୍ବୁ ସିକଞ୍ଜି, ଦହି ଲସି, ଆଳୁ ପରଟା, ଆଳୁ କଷା, ଛେନାଗଜା, ମାଲପୁଆ, ମୋମୋ, ଦହିବରା ଆଳୁଦମ୍‌, ଛେନା କାକରା, ଆରିଷା ପିଠା, ବରା ଓ ମଟର ତରକାରୀ, ଚକୁଳି ଓ ଡାଲମା ଏବଂ ଭେଜିଟେବୁଲ୍ ନୁଡୁଲ୍ସ ପରିବେଷଣ କରାଯାଇଥିଲା। ତେବେ ଏହି ଫୁଡ୍ ଫେଷ୍ଟିଭାଲ୍‌ର ଅନ୍ୟ ଏକ ଆକର୍ଷଣ ଥିଲା ମିଲେଟ୍…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଦ୍ଦଶ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ଉଦଘାଟନ କରିଥିଲେ। ପ୍ରତିଷ୍ଠାନର ଆର୍ଯ୍ୟଭଟ୍ଟ, ଅଗ୍ନି, ସୌର୍ଯ୍ୟ, ସ୍ଫୁଟନିକ ହାଉସ ଓ ଡିଏମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସମ୍ବଲପୁରୀ, ଓଡ଼ିଶୀ, ଭାରତନାଟ୍ୟମ, ମହାକାଳୀ ସ୍ମୃତି ଆଦି ପରିବେଷଣ କରାଯାଇଥିଲା। ଯାହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ଆପୋଲୋ ଓ ରୋହିଣୀ ହାଉସର ଛାତ୍ରଛାତ୍ରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଡିନ୍‌ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଏବଂ ଶିକ୍ଷୟିତ୍ରୀ ଜ୍ୟୋତି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର…

Read More

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି ।…

Read More

ଭୁବନେଶ୍ଵର: ଆଜି ଡିଏଭି ପୋଖରୀପୁଟରେ ସମାଜ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମ୍ବିଧାନ ପ୍ରଣେତା ବିଶିଷ୍ଟ ଜନନାୟକ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ତର ସୁଜାତା ପ୍ରଦୀପ ପ୍ରଜ୍ୱଳନପୂର୍ବକ ପୁଷ୍ପଗୁଚ୍ଛ ଅର୍ପଣ କରିଥଲେ। ଜଣେ ବିଶିଷ୍ଟ ଆଇନଜ୍ଞ, ବିଦ୍ୱାନ୍, ସମାଜ ସଂସ୍କାରକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ବିଦୂରିତ ନିମନ୍ତେ ପ୍ରୟାସ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧ୍ୟକ୍ଷା ନିଜର ଅଭିଭାଷଣରେ କହିଥିଲେ। ସମାଜ ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ଏହି ମହାନ୍ ଜନସେବକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଅସ୍ପୃଶ୍ୟତା କିପରି ହିନ୍ଦୁ ସାମାଜିକ ଜୀବନର ଏକ ମହାବ୍ୟାଧି, ସେ ସମ୍ପର୍କରେ ଆମ୍ବେଦକରଙ୍କ ଦୃଷ୍ଟିକୋଣ କିପରି ଥିଲା, ତାହା ଦର୍ଶାଇଥିଲେ। ବିଭାଗର ବରିଷ୍ଠ ଶିକ୍ଷକ ଅଖିଳ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ନିରୀକ୍ଷିକା /ନିରୀକ୍ଷକ ଓ…

Read More

ପାଟନା: ବିହାରର ହାଜିପୁରରେ ଦୁର୍ବୃତ୍ତମାନେ ଗୁରୁବାର ଦିନ ଭୀମ ଆର୍ମିର ଜିଲ୍ଲା ସଂଯୋଜକ ରାକେଶ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ପରେ କ୍ରୋଧିତ ଲୋକମାନେ ଏକ ହଙ୍ଗାମା ସୃଷ୍ଟି କରିଥିଲେ। କ୍ରୋଧିତ ଲୋକମାନେ ଲାଲଗଞ୍ଜର ଅନେକ ସ୍ଥାନକୁ ଭଙ୍ଗାରୁଜା କରିଥିଲେ। ଅନେକ ଦୋକାନ, ଯାନବାହାନ ଏବଂ ଘରକୁ ଟାର୍ଗେଟ କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ଅନ୍ତିମ ସଂସ୍କାର କରାଯାଇଥିଲା, ଯେଉଁଥିରେ ତାଙ୍କ ସମର୍ଥକମାନେ ମଧ୍ୟ ଅତ୍ୟନ୍ତ ଉଗ୍ର ନଜର ଆସୁଥିଲେ। ମୁଖ୍ୟାଳୟ ଡିଏସପି ଦେବେନ୍ଦ୍ର ପ୍ରସାଦ କହିଛନ୍ତି ଯେ ହାଜିପୁରର ଲାଲଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ପଞ୍ଚାମିଆ ଗ୍ରାମରେ ଭୀମ ଆର୍ମି ସଂଯୋଜକ ରାକେଶ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଛାତିରେ ଚାରିଟି ଗୁଳି ବାଜିଥିଲା। ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତାଙ୍କ ସମ୍ପର୍କୀୟ ତଥା ସମର୍ଥକମାନେ ରକ୍ତ ଜୁଡୁବୁଡୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ‘ଧରୋହର ଭାରତ କି’ ଉପରେ ଦୁଇ ଭାଗ ବିଶିଷ୍ଟ ଦୂରଦର୍ଶନ ଡକ୍ୟୁମେଣ୍ଟାରୀ ଦେଖିବାକୁ ମିଳିବ ଯାହା ୧୪ ଏବଂ ୧୫ ଏପ୍ରିଲ ରାତି ୮ ଟା ସମୟରେ ଡିଡି ନେସନାଲରେ ପ୍ରସାରିତ ହେବ। ଦୂରଦର୍ଶନର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମର ଐତିହ୍ୟ, ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଯେଉଁମାନେ ଆମର ସ୍ୱାଧୀନତାକୁ ସୁରକ୍ଷିତ ରଖିବାପାଇଁ ନିଜର ସର୍ବସ୍ୱ ଦାନ କରିଥିଲେ ଏବଂ ପୋଷକରେ ସେବା କରୁଥିବା ଲୋକଙ୍କ ବୀରତ୍ୱକୁ ଶ୍ରଦ୍ଧାଞ୍ଜଳି। https://twitter.com/narendramodi/status/1646755919597035520?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1646755919597035520%7Ctwgr%5E4c210c23c7e89c1e5d7d443e48bd75035998049f%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1916627 ଏହି ଦୁଇ ଭାଗର ଡକ୍ୟୁମେଣ୍ଟାରୀକୁ ୧୪ ଏବଂ ୧୫ ଏପ୍ରିଲରେ ରାତି ୮ଟା ସମୟରେ ରେ ଡିଡି ନେସନାଲରେ ଦେଖନ୍ତୁ।”

Read More

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ଲାଗିରହିଛି। ଏସବୁ ମଧ୍ୟରେ ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଟିକେଟ୍ ନ ପାଇବାରୁ ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଆଜି ବେଙ୍ଗାଲୁରୁରେ ବରିଷ୍ଠ କର୍ଣ୍ଣାଟକ କଂଗ୍ରେସ ନେତା ଡି ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମମେୟାଙ୍କୁ ଭେଟିଛନ୍ତି। କଂଗ୍ରେସ ନେତାମାନଙ୍କୁ ଭେଟିବା ପରେ ଲକ୍ଷ୍ମଣ କହିଛନ୍ତି ଯେ, ମୁଁ ଭାବୁଛି ଯେ ନିର୍ବାଚନରେ ​​ବିଜେପିର ବଡ ନେତାଙ୍କୁ ଏହିପରି ଅଣଦେଖା କରାଯିବା ଉଚିତ ନୁହେଁ। ଲକ୍ଷ୍ମଣ ସାବଦୀ ବୁଧବାର ଦିନ ବିଜେପି ଛାଡିବାକୁ ଘୋଷଣା କରିଥିଲେ। ନିର୍ବାଚନ ସମ୍ପର୍କରେ ଦଳର ହାଇକମାଣ୍ଡ ଦ୍ୱାରା ପ୍ରକାଶିତ ତାଲିକା ପରେ ମଙ୍ଗଳବାର ତାଙ୍କ ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଦଳ ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଛି। ତେଣୁ ଦଳର ଏହି ନିଷ୍ପତ୍ତିକୁ ବିରୋଧ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ଗତବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି, ଜିସିବି ଏବଂ ଗାଡ଼ିରେ ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ।…

Read More

ଭୁବନେଶ୍ଵର: ଓଡିଶାରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ୨୫ ଟି ସହରରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୧୦ ଟି ସହରରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଜି ବାରିପଦା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ବାରିପଦାରେ ଆଜି ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡା ଦ୍ଵିତୀୟ ସ୍ଥାନରେ ରହିଛି। ଝାରସୁଗୁଡାରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ତାଳଚେରରେ ୪୨.୬ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଟିଟିଲାଗଡରେ ୪୨.୫, ସମ୍ବଲପୁରରେ ୪୨.୨ ଡିଗ୍ରୀ, ବଲାଙ୍ଗୀରିରେ ୪୨.୫, ଅନୁଗୁଳରେ ୪୨.୧, ସୋନପୁରରେ ୪୨.୨, ସୁନ୍ଦରଗଡରେ ୪୨।ଓ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ଵରରେ ଆଜି…

Read More

ନୂଆଦିଲ୍ଲୀ: ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ସକାଳ ୧୧ ଟାରେ ହାଜର ହେବାକୁ ଡାକିଛି। ସିବିଆଇ ତାଙ୍କୁ ନୂଆ ଅବକାରୀ ନୀତି ମାମଲାରେ ପଚରାଉଚରା କରିବାକୁ ଚାହୁଁଛି। ସିବିଆଇ ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ଦୀର୍ଘ ଜେରା ପରେ ତାଙ୍କୁ ଫେବୃଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା। ଆମ୍ ଆଦମୀ ପାର୍ଟି ଏ ସମ୍ପର୍କରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛି।

Read More

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଦିଆଯାଇଥିବା ମାଗଣା ବିଦ୍ୟୁତ ସବସିଡି ବନ୍ଦ କରିବାକୁ ଆମ୍ ଆଦମୀ ପାର୍ଟି କିଛି ସମୟ ପୂର୍ବରୁ ଏକ ବଡ ଘୋଷଣା କରିଥିଲା। ଏହାର କାରଣ ବର୍ଣ୍ଣନା କରି ଶକ୍ତି ମନ୍ତ୍ରୀ ଅତିଶୀ କହିଥିଲେ ଯେ, ‘ଦିଲ୍ଲୀର ଉପ-ରାଜ୍ୟପାଳଙ୍କ କାରଣରୁ ଏହି ଯୋଜନାକୁ ବନ୍ଦ କରିବାକୁ ପଡିବ। କାରଣ ସେ ମାଗଣା ବିଦ୍ୟୁତ ସବସିଡି ଫାଇଲରେ ଦସ୍ତଖତ କରିନାହାଁନ୍ତି’। ଏହି ସାମ୍ବାଦିକ ସମ୍ମିଳନୀ ପରେ ଏବେ ଖବର ଆସିଛି ଯେ, ଦିଲ୍ଲୀର ଉପ-ରାଜ୍ୟପାଳ ମାଗଣା ବିଦ୍ୟୁତ ସବସିଡି ଫାଇଲରେ ଦସ୍ତଖତ କରିଛନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ସବସିଡି ପୁଣି ଆରମ୍ଭ ହେବ ବୋଲି ଲୋକମାନେ ଆଶା କରୁଛନ୍ତି। ସୂଚନାଯୋଗ୍ୟ, ଶକ୍ତି ମନ୍ତ୍ରୀ ଅତିଶୀ ଆଜି ଦାବି କରିଥିଲେ ଯେ, ବର୍ତ୍ତମାନ ଦିଲ୍ଲୀର ୪୬ ଲକ୍ଷରୁ ଅଧିକ ପରିବାର ଶନିବାରଠାରୁ ବିଦ୍ୟୁତ ସବସିଡି ପାଇବେ ନାହିଁ। ଉପ-ରାଜ୍ୟପାଳ ବିଦ୍ୟୁତ ସବସିଡି ଫାଇଲ ବନ୍ଦ କରିଦେଇଛନ୍ତି। ବିଦ୍ୟୁତ୍ ସବସିଡି ପାଇଁ ବଜେଟ୍ ବିଧାନସଭା…

Read More

ନୂଆଦିଲ୍ଲୀ: ଗୁରୁବାର ଦିନ ଝାଂଶିରେ ୟୁପି ପୋଲିସର ମାଫିଆ ଡନ୍ ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ଏବଂ ତାଙ୍କ ସହଯୋଗୀଙ୍କ ସହ ଏନକାଉଣ୍ଟର ହୋଇଥିଲା। ଏଥି ସହ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ଗୁରୁବାର ଦିନ କଙ୍ଗନା ରନାୱତ ଯୋଗୀ ଆଦିତ୍ୟନାଥଙ୍କ ଜୋରଦାର ଭାଷଣର ଭିଡିଓ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି କ୍ଲିପ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଧାନସଭାରେ କହୁଥିବା ଶୁଣିବାକୁ ମିଳୁଛି, “ଯେଉଁ ମାଫିଆଙ୍କ ନାମ ସାମ୍ନାକୁ ଆସୁଛି… କ’ଣ ଏହା ସତ୍ୟ ନୁହେଁ ଯେ, ସମାଜବାଦୀ ପାର୍ଟି ତାଙ୍କୁ ସାଂସଦ କରିଥିଲା। ସେ ସମାଜବାଦୀ ପାର୍ଟି ଦ୍ୱାରା ପାଳିତ ମାଫିଆ ଥିଲେ। ଆମ ସରକାର ସେମାନଙ୍କ ଅଣ୍ଟା ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛନ୍ତି। ମୁଁ ଏହାକୁ ମାଟିରେ ମିଶାଇବି। “କଙ୍ଗନା ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ, ମୋର ଭାଇ ଯୋଗୀ ଆଦିତ୍ୟନାଥଙ୍କ ପରି କେହି ନାହାଁନ୍ତି।

Read More