Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୯ ତାରିଖରେ ନବୀନ ନିବାସ ଘେରାଉ ପ୍ରଦେଶ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବହିଷ୍ମାର ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆସନ୍ତା ଶନିବାର ୨୯ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ନୱାଜ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କର ଅଡିଓ ଭାଇରାଲ ହେବାରେ ଲାଗିଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ଆଣି ନାହିଁ। ଏହି ଦାବୀକରି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବା ବୋଲି ନୱାଜ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ନଳିନୀକାନ୍ତ ନାୟକ, ରଞ୍ଜିତ ସେନାପତି ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ଆତ୍ମହତ୍ୟା, ଅର୍ଚ୍ଚନା ବ୍ଲାକମେଲିଂର ନିରପକ୍ଷ ତଦନ୍ତ ଦାବୀ କରି ସବ୍‌ଡିଭିଜନ ଘେରିବ ବିଜେପି

ଭୁବନେଶ୍ୱର : ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି ବିରୋଧରେ ସବଜିଭିଜନ ଘେରିବ ବିଜେପି। ଆଦି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ

ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ସମୀର ଦାଶ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନ୍‌ଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି ।

ସେହିପରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଏସିପି, ଡିସିପି ଓ ପୋଲିସ କମିଶନରଙ୍କୁ ବାରମ୍ବାର ଭେଟି ଅଭିଯୋଗ ଦେବା ସତ୍ୱେ କାହିଁକି କେସ୍‌ର ତଦନ୍ତ ଆଗଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପୋଲିସ ଡିଜି ଏହାର ଉତର ରଖନ୍ତୁ । ଓଡ଼ିଶା ପୋଲିସ ସମ୍ବିଧାନକୁ ମାନିବା ସହ ନିଜର ବିବେକାନୁମୋଦିତ କାର୍ଯ୍ୟ କରିବା ଲାଗି ଲେଖାଶ୍ରୀ ଆହ୍ୱାନ ଦେଇଛନ୍ତି ।

ଯଦି ରାଜ୍ୟ ସରକାର ଏସବୁ ନିରପେକ୍ଷ ତଦନ୍ତ ନ କରନ୍ତି ତାହାଲେ ଆଗାମୀ ୭ଦିନ ଭିତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ଆନ୍ଦୋଳନ ପ୍ରତିବାଦ କରାଯିବ ବୋଲି ଲେଖାଶ୍ରୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ବରିଷ୍ଠ ନେତା ତଥା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଜ୍ଜନ ଶର୍ମା, ବରିଷ୍ଠ ନେତା ଶ୍ରୀ ସୁଦର୍ଶନ ନାୟକ, ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ବର୍ଷର ପଦାର୍ପଣ ପରିପ୍ରେକ୍ଷୀରେ ଏହାର ପ୍ରତିଷ୍ଠା ଦିବସ କାର‌୍ୟ୍ୟକ୍ରମକୁ ଗତ ଏକ ତାରିଖରେ ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ନିଗମର ୫୦ତମ ବର୍ଷ ପୂର୍ତ୍ତିକୁ ନେଇ ନିଗମ ଅନେକ କାର‌୍ୟ୍ୟକ୍ରମ ହାତକୁ ନେଇଛି।

ଏହି ଅବସରରେ ଗତ ୨୧ ତାରିଖ ପୂର୍ବାହ୍ଣରେ ଭୁବନେଶ୍ୱର ଓଏଲ୍ଆଇସି ଡିଭିଜନ ଠାରେ ନୂତନ ଟେକ୍ନୋଲୋଜିର ଆଇ.ଏସ୍.ଓ ପ୍ରାମାଣୀକୃତ ପମ୍ପ ପରୀକ୍ଷା ପ୍ରୟୋଗଶାଳା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ନିଗମର ସାସ୍କୃତିକ ପାରିଷଦ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳସଂପଦ , ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦାନ କରି ବାର୍ଷିକ ପତ୍ରିକା ଉନ୍ମୋଚନ ପୂର୍ବକ ଓ ସଫଳ ଚାଷୀମନଙ୍କୁ ସମର୍ଦ୍ଧିତ କରିଥିଲେ।

ମନ୍ତ୍ରୀ ନିଜ ବକ୍ତବ୍ୟରେ ଜଳସେଚନ କ୍ଷେତ୍ରରେ ଓଏଲ୍ ଆଇ ସିର ଉଦ୍ୟମ ପ୍ରଶଂସନୀୟ ରହିଛିବୋଲି ପ୍ରକାଶ କରିବା ସହ ନିଗମ ଆଗକୁ ଆହୁରି ଭଲ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ, ଏବେ ଓଏଲ୍ଆଇସି ଗୋଲ୍ଟଡ କ୍ୟାଟେଗୋରୀରେରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ କୃଷି ଓ କୃଷକର ଉନ୍ନତିରେ ଓଏଲ୍ଆଇସିର କାର‌୍ୟ୍ୟକୁ ପ୍ରସଂସା କରିଥିଲେ ।

ତତ୍ ସହିତ ଉପସ୍ଥିତ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ କୃଷକମାନଙ୍କୁ କେବଳ ଧାନ ଫସଲ ନକରି ଅଧିକରୁ ଅଧିକ ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକରୀ ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଯେଉଁ ସ୍ଥାନରେ ଅନ୍ୟ ବିଭିନ୍ନ ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ସହଜ ହୋଇପାରୁ ନାହିଁ, ସେ କ୍ଷେତ୍ରରେ ଓଏଲ୍ଆଇସି ସବୁ ଅପହଂଚ ସ୍ଥାନରେ ପହଞ୍ଚି ପାରୁଛି । ମୁଖ୍ୟମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ରେ ୫ଲକ୍ଷ ହେକ୍ଟର ଜମିରେ ଜଳସେଚନ ର ଯେଉଁ ଧାର‌୍ୟ୍ୟ ଲକ୍ଷ୍ୟ ଦେଇଛନ୍ତି, ତାହାକୁ ପୂରଣ କରିବାକୁ ଓଏଲ୍ଆଇସି ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ପତ୍ରୀ କହିଥିଲେ ।

ଏହି ବର୍ଷ ଓଏଲ୍ଆଇ ସିଗୋଷ୍ଠୀ ଉଠା ଜଳସେଚନ ନିମନ୍ତେ ଜାତୀୟ ସ୍ତରୀୟ ପୁରସ୍କାରରେ ପୁରସ୍କୃତ ହୋଇଛି । ଏଥିପାଇଁ ସମସ୍ତ କର୍ମଚାରୀ ଓ ଚାଷୀ ଭାଇମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମର୍ଦ୍ଧିତ ଚାଷୀମାନଙ୍କ ମଧ୍ୟରେ ବହୁ ମହିଳା ସଫଳ ଚାଷୀ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ହୋଇଥିବା ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦେଶିକା ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିବା ବେଳେ ନିଗମର କାର‌୍ୟ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ୱର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ନିଗମର ସାସ୍କୃତିକ ପରିଷଦ ଦ୍ୱାରା ସାମାଜିକ ନାଟକ ‘ଶେଷ ନିଷ୍ପତ୍ତି’ ପରିବେଷଣ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଷ୍ଟାର୍ଟଅପ୍‌ ଟାସ୍କ ଫୋର୍ସ ପକ୍ଷରୁ ୧.୫୩ କୋଟି ମଞ୍ଜୁର

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍‌କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନକ୍ୟବେଟରକୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି ୨୦୧୬ ଅଧାରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଏସିଏସ, ଏମ୍‌ଏସ୍‌ଏମ୍‌ଇ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଏହି ପ୍ରୋତ୍ସାହନ ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କର ଉତ୍ପାଦର ବିକାଶ ଏବଂ ଏହାକୁ ବଜାରକୁ ନେବାରେ ସାହାଯ୍ୟ କରିବ କହିଥିଲେ । ଏଥି ସହିତ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପର୍ଯ୍ୟନ୍ତ ବିସ୍ତାରିତ ଆର୍ଥିକ ସହାୟତା ସୁବିଧା ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଯେଁଉ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭଦାୟକ ହେବେ ସେଗୁଡ଼ିକ ମଧ୍ୟରେ ଏୟୁୟୁଏମ୍‌ ପ୍ଲାଟଫର୍ମ ଯାହା ଏସୱାସନର ନାମକ ପିପିଇ କିଟ୍‌ର ଏକ ଅଭିନବ ମଡେଲ୍‌ ଉପରେ କାର୍ଯ୍ୟ କରୁଛନ୍ତି, ସେହିଭଳି ଅମଳ ପରବର୍ତ୍ତୀ ବୈଷୟିକ ଉପରେ କାର୍ଯ୍ୟ କରୁଥିବା ମାଟି ଫାର୍ମସ୍‌ ନାମକ ଷ୍ଟାର୍ଟଅପ୍‌ ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ଦିଗରେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇଥିଲେ, ଓଡିକାଷ୍ଟ ଡିଜିଟାଲ୍‌ ଭାରତର ସର୍ବବୃହତ ସ୍ୱାସ୍ଥ୍ୟ ମିଡିଆ ନେଟୱାର୍କ ଉପରେ କାମ କରନ୍ତି, ଟିଏସ୍‌ ଓରିଜିନାଲ୍ସ ପିଭିଟି ଲିମିଟେଡ୍‌ ବିକାଶ ଉପରେ ଧ୍ୟାନ ଦେଇ ସ୍ୱଦେଶୀ, ସମସ୍ତ ହାତରେ ମିଶ୍ରିତ, ହର୍ବାଲ୍‌ ଚା ଉତ୍ପାଦନ କରନ୍ତି।

ସେହିପରି କୋଡିଗେରାଓ ଇନନୋଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାନୋପାର୍ଟିକାଲ୍‌ ସହିତ ଜୈବିକ ବ୍ୟବହାର କରି ସୂତା ଉତ୍ପାଦନ କରୁଛି, ମିଓର୍ଗ୩୬୦ ଇନୋଭେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୱାନ୍‌ ଷ୍ଟପ୍‌, ମାଗଣା କ୍ଲାଉଡ୍‌-ଆଧାରିତ ମାନବ ସମ୍ବଳ ସଫଫେୱୟାର୍‌ ଯାହା ନିଯୁକ୍ତି, ଦକ୍ଷତା, ଅନୁପାଳନ, ବେତନ ଏବଂ ଅନ୍ୟାନ୍ୟ ସେବା ଯୋଗାଉଛି, କ୍ଲାଭିକଫର ଏକାଡେମୀ, ଶିକ୍ଷା ବୈଷୟିକ ଷ୍ଟାର୍ଟଅପ୍‌ ଏଆଇ-ଆଧାରିତ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ଲାଟଫର୍ମ ପ୍ରସ୍ତୁତ କରୁଅଛି ।

ଅନ୍ୟ ଷ୍ଟାର୍ଟଅପ୍‌ଙ୍କ ମଧ୍ୟରେ ଆଇଓନୋକ୍ସ ସଫଫେୱୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏମ୍‌ପିବିଏସ୍‌ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ଏଲ୍‌ଏଲ୍‌ପି, ଥିଙ୍କ୍‌-ଜେନିକ୍ସ ବାୟୋଟେକ୍‌, ପ୍ୟìରିପେଟାଲ୍‌ ଆଲାଏନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ରାୟଓରିଟିଜ୍‌ ମେଡ୍‌ ଇଜି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ , ଲାପି ସ୍ୱାସ୍ଥ୍ୟ କେୟାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୫ଷ୍ଟାର୍‌ ଅପ୍ନିସେବା ପ୍ରାଇଭେଟ୍‌ ଲିମିଟେଡ୍‌, କୋଏଲ୍‌ ଫ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ୟୋଶିନୋ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌, ୱେଟୁୱର୍ଥ ଏଲ୍‌ ପି, ହଳଦୀ ତତ୍ତ୍ୱ ପ୍ରାଇଭେଟ୍‌ ଲିମିଟେଡ୍‌, କିଓମସ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ କେଡଟେକ୍ମାଟିକ୍‌ ଟେକ୍ନୋଲୋଜିସ୍‌ ।

ସ୍ଥାୟୀ ଜୀବନଶୈଳୀ, ଜୈବସାର, ଜୈବଖାଦ୍ୟ, ଇଭି ଯାନ, ଏଆର /ଭିଆର ଉପରେ କାର୍ଯ୍ୟ କରୁଥିବା ଅନ୍ୟ ଷ୍ଟାର୍ଟଅପ୍‌ ଓଏସପି ୨୦୧୬ ଅଧୀନରେ ଆର୍ଥିକ ପ୍ରୋତ୍ସାହନ ପାଇଥିଲା ।
ଏହି ବୈଠକରେ ଶ୍ରୀ ବିଭୁତି ଭୂଷଣ ଦାଶ, ସ୍ୱତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ ବିଭାଗ, ସାଦିକ୍‌ ଆଲାମ, ଶିଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ସ୍ମିତା ରାଉତ, ଅର୍ଥ ବିଭାଗର ଉପସଚିବ, ରଜେନ୍‌ ପାଢ଼ୀ, ୟୁସିସିଆଇ, ଜୟଶ୍ରୀ ମହାନ୍ତି, ଲୁମିନୌସ ଇନ୍‌ଫାେୱସ୍‌, ଶ୍ରୀ ଐଶକାନ୍ତ ମହାନ୍ତି, ଏମ୍‌ଡି, ତତୱା ଟେକ୍ନୋଲୋଜି, ଡକଫର ଏସ ଏମ ମୁସ୍ତାକିମ, ଆଇଏମଏମଟି ଭୁବନେଶ୍ୱର ଏବଂ ଡକଫର ସଂଯୁକ୍ତା ବଢ଼ାଇ, ଇଭାନ୍‌ଜେଲିଷ୍ଟ, ଷ୍ଟାର୍ଟଅପ୍‌ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବରଗଡ ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ୫-‘ଟି’ ସ୍କୁଲ ରୂପାନ୍ତରୀକରଣ ପ୍ରକ୍ରିୟାର ଶୁଭାରମ୍ଭ

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୫-‘ଟି’ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ରାଜ୍ୟରେ ସମ୍ଭବ ହୋଇନାହିଁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ମନ୍ତ୍ରୀ ଶ୍ରୀ ଅମାତ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ର ଛେତଗାଁ, ଭୁବନେଶ୍ୱରପୁର, ଝିଟିକି ଗସ୍ତ କରି ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମପଞ୍ଚାୟତ ହାଇସ୍କୁଲ ଛେତ୍‌ଗାଁ, ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଭୁବନେଶ୍ୱରପୁର ଏବଂ ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ୫-‘ଟି’ ଅନ୍ତର୍ଗତ ରୂପାନ୍ତରୀକରଣରେ ଅନ୍ତର୍ଭୁକ୍ତ ହୋଇଥିବାରୁ ରୂପାନ୍ତରୀକରଣ ପ୍ରକ୍ରିୟାର ଶୁଭାରମ୍ଭ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ପିଲାମାନେ ସ୍ମାର୍ଟ କ୍ଲାସ ରୁମ୍‌ରେ ପାଠ ପଢ଼ିବେ, ସମସ୍ତ ବିଦ୍ୟାଳୟରେ ଇଣ୍ଟରନେଟ୍‌ର ବ୍ୟବସ୍ଥା, ବିଜ୍ଞାନଗାର ଓ ଇ-ଲାଇବ୍ରେରୀ ହେବ। ବ୍ଲାକ୍‌ବୋର୍ଡ ବଦଳରେ ପିଲାମାନେ ସ୍ମାର୍ଟ ଇଣ୍ଟରଆକଫିଭ୍‌ ଫ୍ଲାଟ୍‌ ପାନେଲ୍‌ ବୋର୍ଡରେ ପଢ଼ିବେ। ଛାତ୍ରଛାତ୍ରୀମାନେ ଉନ୍ନତ ବୈଷୟିକ କୌଶଳଯୁକ୍ତ ଜ୍ଞାନ ଲାଭ କରି ରାଜ୍ୟ ତଥା ଦେଶର ପ୍ରଗତିରେ କର୍ଣ୍ଣଧାର ସାଜିବେ। ଶିକ୍ଷାର ଉନ୍ନତି ସହ ସମଗ୍ର ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିସଂପନ୍ନ ଚିନ୍ତାଧାରା ନିଶ୍ଚିତ ରୂପେ ପ୍ରଭାବଶାଳୀ ରୂପାନ୍ତରଣ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ଏହି ଅବସରରେ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍‌ ଉପାଧ୍ୟକ୍ଷ ସଂଜୀବ ବରିହା, ପାଇକମାଳର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଅଭିଭାବକ, ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଭୋଟ ଗ୍ରହଣ ବେଳେ ୫୦ ଭାଗ ବୁଥ୍‌ରେ ହେବ ୱେବକାଷ୍ଟିଂ, ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲୁ ରହିଛି ଓ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଉପନିର୍ବାଚନ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଗାମୀ ଉପନିର୍ବାଚନକୁ ପରିଚାଳନା କରିବା ପାଇଁ ସମୁଦାୟ ୧୧୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ଏହା ମଧ୍ୟରେ ସେମାନଙ୍କର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ପ୍ରଶାସନ ତରଫରୁ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା, ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବା କର୍ମଚାରୀମାନଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଉକ୍ତ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି । ଏପରିକି ଯେଉଁମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି, ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ । ଉପନିର୍ବାଚନରେ ସମୁଦାୟ ବୁଥ୍‌ର ଶତକଡ଼ା ୫୦ ଭାଗ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ କରାଯିବ ଓ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଧାମନଗର ଉପନିର୍ବାଚନ କାର୍ଯ୍ୟ ପର୍ଯ୍ୟବେକ୍ଷଣ ଲାଗି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର (ମୋବାଇଲ୍‌ ନଂ-୭୮୫୪୮୨୬୫୦୯)ଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍‌ ଗୁପ୍ତାଙ୍କୁ (ମୋବାଇଲ୍‌ ନଂ-୮୨୬୦୭୪୫୬୨୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଉପନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌ ଓ ଭିଭିପ୍ୟାଟ୍‌ ରିଟର୍ଣ୍ଣିଂ ଅଧିକାରୀଙ୍କ ସ୍ତରରେ ଗଚ୍ଛିତ ଅଛି । ଆସନ୍ତା ନଭେମ୍ବର ୧ ତାରିଖ ଦିନ ପୁଲିଙ୍ଗ୍‌ ପାର୍ଟିମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିର୍ବାଚନ ସାମଗ୍ରୀ ଧରି ଭୋଟଗ୍ରହଣ ନିମନ୍ତେ ନିଜ ନିଜ ବୁଥ୍‌ଗୁଡ଼ିକୁ ଯିବେ । ସମୁଦାୟ ୨୫୨ ବୁଥ୍‌ ମଧ୍ୟରୁ ୧୦୬ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ଓ ସେସବୁ ବୁଥ୍‌ରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ୬୪୧ ଗୋଟି ଅସ୍ତ୍ରଶସ୍ତ୍ର ଜବତ ସହ ୧୯୦୯ ଜଣ ବ୍ୟକ୍ତିଙ୍କୁ ସିଆର୍‌ପିସି ଧାରା ୧୦୭/୧୧୬ ଅନୁସାରେ ଅଟକ କରାଯାଇଛି । ୧୭୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଅବକାରୀ ବିଭାଗ ଦ୍ୱାରା ୧୫ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଏହାର ଉଲଂଘନ କରାଯାଇ ଜନସାଧାରଣଙ୍କ ସଂପତ୍ତି, କୋଠାବାଡ଼ି, ବିଦ୍ୟାଳୟ, ମହାବିଦ୍ୟାଳୟ ଇତ୍ୟାଦିକୁ ବିକୃତ କରି ପୋଷ୍ଟର, ବ୍ୟାନର ଆଦି ମାରିବା ଅଭିଯୋଗରେ ୧୨୮୭ ଗୋଟି କେସ୍‌ କରାଯାଇଛି ଓ ବ୍ୟକ୍ତିଗତ ସଂପତ୍ତିଗୁଡ଼ିକରେ ପୋଷ୍ଟରବ୍ୟାନର ଇତ୍ୟାଦି ମାରିବା ସହ ଆଦର୍ଶ ଆଚରଣବିଧି ଉଲଂଘନ ଅଭିଯୋଗରେ ୨୭ଗୋଟି କେସ୍‌ କରାଯାଇଛି ।

ସେହିପରି ଆଦର୍ଶ ଆଚରଣବିଧି ଉଲଂଘନ କରି ଏକ ନିର୍ଦ୍ଦିଷ୍ଟ ଭିଡ଼ିଓ ଫୁଟେଜ (ଦୁଇଜଣ ମହିଳାଙ୍କ କଥୋପକଥନ) ଲୋକଲୋଚନକୁ ଆସିବା ସଙ୍ଗେ ସଙ୍ଗେ ୪୮ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରାଯାଇ ଧାମନଗର ଥାନା କେସ୍‌ ନଂ ୩୯୧, ତା.୨୪/୧୦/୨୦୨୨ରିଖରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଇ) ଉପଧାରା ୧୨୩(୧)/୧୩୪ ଲୋକପ୍ରତିନିଧି ଆଇନ ଅନୁସାରେ କେସ୍‌ ରୁଜୁ କରାଯାଇଛି ।

ସେହିପରି ଅନ୍ୟ ଏକ ଭିଡ଼ିଓ ଫୁଟେଜ୍‌ ଆଦର୍ଶ ଆଚରଣବିଧି ଉଲଂଘନ କରି ଲୋକଲୋଚନକୁ ଆସିବା ପରେ ତତ୍‌କ୍ଷଣାତ୍‌ ଏହାର ତଦନ୍ତ କରାଯାଇ ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ୧୯୫୧ ଲୋକପ୍ରତିନିଧି ଆଇନର ଧାରା ୧୨୩(୧)/୧୨୩(୨) କ(ଆଇ)/୧୨୩ (୩କ)ରେ ଧାମନଗର ଜେଏମ୍‌ଏଫ୍‌ସି କୋର୍ଟରେ କେସ ରୁଜୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Bypoll: ଜଣେ ମହିଳା ମୁହଁ ଘୋଡାଇ ପଇସା ବାଣ୍ଟୁଛି, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ଆଜି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁରୁତର ଅଭିଯୋଗ କରିଛି। ତାହା ହେଲା ଧାମନଗରରେ ଜଣେ ମହିଳା ମୁହଁ ଘୋଡାଇ ପଇସା ବାଣ୍ଟୁଛି। ସେ ଏସଏଚଜି ମହିଳା କହି ବିଜେପି ନିନ୍ଦା କରିବା ପାଇଁ ଏପରି ନାଟକ କରିଛି। ଏହା ଦ୍ବାରା ବିଜେପି ଏସଏଚଜି ମହିଳାଙ୍କ ପ୍ରତି ଅପମାନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି କହିଛି ଯେ, ବର୍ତ୍ତମାନ ବିଜେପି ଧାମନଗନର ଉପନିର୍ବାଚନରେ ହାରିଯାଉଥିବାର ଜାଣି ବିଭିନ୍ନ ବେଆଇନ କାର୍ଯ୍ୟ କରିବାରେ ଲାଗିଛି। ଏହା ଉପରେ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଅଭିଯୋଗ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସେପ୍ଟେମ୍ବର ମାସରେ ଆଧାର ବ୍ୟବହାର କରି ହେଲା ୨୫ କୋଟି ଇ-କେୱାଇସି କାରବାର

ନୂଆଦିଲ୍ଲୀ: ଦେଶରେ ଆଧାର ଲାଗୁ ହେବା ପରେ ସାଧାରଣ ନାଗରିକମାନେ ଏହାକୁ ବେଶ ଉତ୍ସାହର ସହ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ ସହାୟକ ହୋଇଛି ।

କେବଳ ସେପ୍ଟେମ୍ବର ମାସରେ, ଆଧାର ଉପଯୋଗ କରାଯାଇ ୨୫.୨୫ କୋଟି ଇ-କେୱାଇସି କାରବାର ହୋଇଛି । ଅଗଷ୍ଟ ତୁଳନାରେ ଏହି କାରବାରରେ ପ୍ରାୟ ୭.୭% ବୃଦ୍ଧି ଦେଖିବାକୁ ମିଳିଛି।

କେବଳ ଆଧାର କାର୍ଡଧାରୀଙ୍କର ସ୍ପଷ୍ଟ ସହମତି ମିଳିଲେ ଏକ ଇ-କେୱାଇସି କାରବାର ସମ୍ପୂର୍ଣ୍ଣ ହୋଇଥାଏ। ଏଥିରେ କେୱାଇସି ପାଇଁ ଭୌତିକ କାଗଜପତ୍ର କାର‌୍ୟ୍ୟ କିମ୍ବା ବ୍ୟକ୍ତିଗତ ଯାଞ୍ଚ ଦରକାର ପଡ଼ିନଥାଏ।

ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସେବା ପାଇଁ ଆଧାର ଇ-କେୱାଇସି ସେବା ଦିନକୁ ଦିନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାରେ ଲାଗିଛି। ଏହା ଗ୍ରାହକମାନଙ୍କୁ ଉନ୍ନତ ଏବଂ ପାରଦର୍ଶୀ ଅନୁଭୂତି ପ୍ରଦାନ କରିବା ସହିତ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେଉଛି।

ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ଆଧାର ଜରିଆରେ ଇ-କେୱାଇସି କାରବାର ବା ଟ୍ରାଞ୍ଜାକ୍ସନ ସଂଖ୍ୟା ୧୨୯୭.୯୩ କୋଟିକୁ ବୃଦ୍ଧି ପାଇଛି।

ସେହିପରି, ଆଧାର ସଂଯୁକ୍ତ ପେମେଣ୍ଟ ବ୍ୟବସ୍ଥା (ଏଇପିଏସ) ଆୟ ବର୍ଗର ସବୁଠୁ ନିମ୍ନ ଭାଗରେ ରହୁଥିବା ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ସହାୟକ ହୋଇଛି।

ଏଇପିଏସ ଏବଂ ମାଇକ୍ରୋ ଏଟିଏମ ନେଟୱର୍କ ଜରିଆରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ମୋଟ୍ ୧୫୪୯.୮୪ କୋଟି ଅନ୍ତିମ ଧାଡ଼ିର ବ୍ୟାଙ୍କିଙ୍ଗ କାରବାର ସମ୍ଭବ ହୋଇପାରିଛି। କେବଳ ସେପ୍ଟେମ୍ବର ମାସରେ ସାରା ଭାରତରେ ମୋଟ୍ ୨୧.୦୩ କୋଟି ସଂଖ୍ୟକ ଏଇପିଏସ କାରବାର ହୋଇଛି।

ଆଧାର ଜରିଆରେ ସେପ୍ଟେମ୍ବର ମାସରେ, ୧୭୫.୪୧ କୋଟି ପ୍ରମାଣିକରଣ ବା ଅଥେଣ୍ଟିକେସନ କାରବାର ହୋଇଛି। ଏହି ମାସିକ କାରବାର ମଧ୍ୟରୁ ଅଧିକାଂଶ କାରବାର ଟିପ ଚିହ୍ନ ବାୟୋମେଟ୍ରିକ ପ୍ରମାଣିକରଣ ବ୍ୟବହାର କରି କରାଯାଇଛି । ଅବଶିଷ୍ଟ କାରବାର ଜନସାଂଖ୍ୟିକ ଏବଂ ଓଟିପି ପ୍ରମାଣିକରଣ ଜରିଆରେ କରାଯାଇଛି।

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୋଟ ୮୨୫୦.୩୬ କୋଟି ପ୍ରମାଣିକରଣ କାରବାର ସମ୍ପୂର୍ଣ୍ଣ ହୋଇଛି। ଏହା ଆଧାର ବ୍ୟବସ୍ଥାର ବିଶ୍ବସନୀୟତାକୁ ପ୍ରମାଣ କରୁଛି।

ଦେଶର ପ୍ରାପ୍ତ ବୟସ୍କ ଜନସଂଖ୍ୟା ମଧ୍ୟରେ ଆଧାର ସେଚୁରେସନ ବା ସମ୍ପୂର୍ଣ୍ଣତା ପ୍ରାୟ ସାର୍ବଜନୀନ ହେବା ନିକଟରେ ପହଞ୍ଚିଛି। ସବୁ ବୟସ ବର୍ଗଙ୍କ ମଧ୍ୟରେ, ସେପ୍ଟେମ୍ବର ଶେଷ ସୁଦ୍ଧା ଆଧାର ସେଚୁରେସନ ୯୩.୯୨%ରେ ପହଞ୍ଚିଛି।

ସେପ୍ଟେମ୍ବର ମାସରେ, ବାସିନ୍ଦାମାନେ ୧.୬୨ କୋଟି ଆଧାର ସଂଶୋଧନ କାର‌୍ୟ୍ୟ ସଫଳତା ପୂର୍ବକ ସମ୍ପାଦନ କରିଥିଲେ। ଅଗଷ୍ଟ ମାସରେ ଏହି ସଂଶୋଧନ ସଂଖ୍ୟା ୧.୪୬ କୋଟି ଥିଲ।

ବାସିନ୍ଦାମାନଙ୍କ ଅନୁରୋଧକ୍ରମେ ଏବେ ସୁଦ୍ଧା, (ସେପ୍ଟମ୍ବର ଶେଷ) ମୋଟ୍ ୬୬.୬୩ କୋଟିରୁ ଅଧିକ ଆଧାର ନମ୍ବର ସଂଶୋଧନ କରାଯାଇସାରିଛି।

ଉଭୟ ଭୌତିକ ଆଧାର କେନ୍ଦ୍ର ଠାରେ ଏବଂ ଅନଲାଇନ ଆଧାର ପ୍ଲାଟଫର୍ମର ଉପଯୋଗ କରାଯାଇ ଏହିସବୁ ଜନସାଂଖ୍ୟିକ ତଥା ବାୟୋମେଟ୍ରିକ ସଂଶୋଧନଗୁଡ଼ିକ କରାଯାଇଛି।

ଅନ୍ତିମ ଧାଡ଼ିରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଲାଗି ଏଇପିଏସ ହେଉ କିମ୍ବା ଇକେୱାଇସି, ଅଥବା ଆଧାର ସଂଯୁକ୍ତ ଡିବିଟି କିମ୍ବା ପ୍ରମାଣିକରଣ, ଆଧାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଛି।

ଉତ୍ତମ ପ୍ରଶାସନ ପାଇଁ ଏକ ଡିଜିଟାଲ ଭିତ୍ତିଭୂମି ଭାବେ, ଆଧାର ଉଭୟ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣକୁ ପ୍ରୋତ୍ସାହନ ଦେଉଛି । ଏହି ଡିଜିଟାଲ ପରିଚୟପତ୍ର କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ଦକ୍ଷତାରେ ସୁଧାର ଆଣିବା, ପାରଦର୍ଶିତା ସୁନିଶ୍ଚିତ କରିବା ଏବଂ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ କଲ୍ୟାଣମୂଳକ ସେବା ପହଞ୍ଚାଇବା କ୍ଷେତ୍ରରେ ସହାୟକ ହେଉଛି।

ଏବେ ସୁଦ୍ଧା, ଦେଶରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରାୟ ୧୦୦୦ କଲ୍ୟାଣମୂଳକ ଯୋଜନାରେ ଆଧାର ବ୍ୟବହାର ପାଇଁ ବିଜ୍ଞପିତ କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଗୁଜୁରାଟୀ ନବବର୍ଷ ଅବସରରେ ଗୁଜୁରାଟୀବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟୀ ନବବର୍ଷ ଅବସରରେ ଗୁଜୁରାଟୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବବର୍ଷ ସମସ୍ତଙ୍କ ଜୀବନକୁ ଆଲୋକିତ କରିବା ସହ ପ୍ରଗତି ପଥରେ ଆଗେଇ ନେଉ ବୋଲି ଶ୍ରୀ ମୋଦୀ କାମନା କରିବା ସହ ଗୁଜୁରାଟ ସର୍ବଦା ସଫଳତାର ନୂଆ ଦିଗନ୍ତ ହାସଲ କରୁ ବୋଲି କହିଛନ୍ତି ।

ଗୁଜରାଟୀ ଭାଷାରେ ଏକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଗୁଜରାଟୀ ନବବର୍ଷ ଉପଲକ୍ଷେ ଗୁଜରାଟୀବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ନୂଆ ବର୍ଷରୁ ଆପଣଙ୍କ ଜୀବନ ରାସ୍ତା ଆଲୋକିତ ହେଉ ଉନ୍ନତି ପଥରେ ଆଗେଇ ଯାଉ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଜି କୋର୍ଟରେ ହାଜରେ ହେଲେ ବ୍ଲାକମେଲର ଅର୍ଚ୍ଚନା ନାଗ, ତାଙ୍କୁ ଦେଖିବାକୁ ଭିଡ

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ଭୁବନେଶ୍ବର ଏସଡିଜିଏମ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ କଡା ସୁରକ୍ଷା ମଧ୍ୟରେ ଝାଡପଡା ଜେଲରୁ କୋର୍ଟକୁ ଅଣାଯାଇଥିଲା। ପୂର୍ବରୁ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ କୋର୍ଟରେ ହାଜର ହେଉଥିଲେ। ହେଲେ ଏଥର ସେ ନିଜେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ।

ଏହାପରେ ସେ ସେହି କଡା ସୁରକ୍ଷା ମଧ୍ୟରେ ଜେଲକୁ ଫେରିଯାଇଥିଲେ। ତାଙ୍କର ଓକିଲ ଦେବାଶୀଷ ମହାପାତ୍ର କହିଛନ୍ତି ଯେ, ତାଙ୍କର ଜାମିନୀ ପାଇଁ ଶୁଣାଣି ଥିଲା। ହେଲେ ତାହା ଆଜି ଶୁଣାଣି ହୋଇପାରିଲା ନାହିଁ। ପରବର୍ତ୍ତି ସମୟ ଧାର୍ଯ୍ୟ ହେଲେ ଜାମିନୀ ପାଇଁ କୋର୍ଟକୁ ନିବେଦନ କରିବୁ ବୋଲି ସେ କହିଛନ୍ତି। ବ୍ଲାକମେଲିଂ କରି ଅର୍ଚ୍ଚନା ନାଗ ଗତ ୭ ତାରିଖରେ ଗିରଫ ହୋଇ ଜେଲରେ ଅଛନ୍ତି। ତାଙ୍କୁ ଦେଖିବା ପାଇଁ କୋର୍ଟ ପରିସରରେ ଭିଡ ପରିଲକ୍ଷିତ ହୋଇଥିଲା।

Categories
ଆଜିର ଖବର ମତାମତ

ଆମ ଗାଆଁ ଦିଶିଯାଏ

ଅକ୍ଷୟ ଓଝା

ଶାଗୁଆ ରଙ୍ଗର ଧାନ କ୍ଷେତ ଭିତରେ ଅନନ୍ତ ଦୂରକୁ ଲମ୍ଭିଯାଇଥିବା କାକର ଧୁଆଁ ହିଡରେ ବାଟ ଚଲା ଆନନ୍ଦ କେତେବେଳେ ବୋଉ ସାଥୀରେ ମାମୁଁ ଘର ତ କେତେବେଳେ ଚଗଲା ସାଙ୍ଗମାନଙ୍କ ସହିତ ପଦ୍ମ ପୋଖରୀ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରାୟସର ସ୍ମୃତିରେ,
………. ମୋ ଗାଁ ଦିଶିଯାଏ ।

ଧାଡ଼ି ଧାଡ଼ି ଚାଳଘର ଉପରେ ମାଡିଥିବା ଲାଉ ପାଣିକଖାରୁ, କାକୁଡି, ବୋଇତାଳୁ କଖାରୁ ଥାଲୁକା ଥାଳୁକା ପତ୍ରରେ ଆଉ ପତ୍ର ସନ୍ଧି ରେ ହଳଦିଆ କଖାରୁ ଫୁଲରେ ଭଅଁର ଖେଳ ସହିତ ଚୁଲି ଧୁଆଁ ରେ ଚାଳ ଉପରେ ଧୁଆଁ କୁଣ୍ଡଳୀ ଭିତରେ ସ୍ମୃତିରେ,
………..ମୋ ଗାଆଁ ଦିଶି ଯାଏ ।

ନିର୍ମଳ ସଂଜ ଆକାଶରେ ବହଳ ନଡ଼ିଆ ଗଛ ଉହାଡରେ ପୁନେଇଁ ଜହ୍ନ ର ଧୋବ ଫରଫର ହସ ହସ ମୁଁହ ସହିତ ଚାନ୍ଦକୁ ଦେଖେଇ କୁନା ବୋଉର ଚାନ୍ଦ କୁ ଡାକିବା ସହିତ କୁନି ପିଲାମାନଙ୍କର ଜହ୍ନ ଆଲୁଅରେ ଚକା ଭଉଁରୀ ଖେଳ ଭିତରେ,
……….. ମୋ ଗାଆଁ ଦିଶିଯାଏ।

ମାଟିହାଣ୍ଡିର ପଖାଳ କଂସାଏ ସାଙ୍ଗକୁ ଧାନୁଆ ଲଙ୍କା ସୋରିଷ ତେଲ ରସୁଣ ଚକଟା ଭେଣ୍ଡି ବାଇଗଣ ଚକଟା ନେଇ ଶୀତୁଆ ଖରାରେ କୂଅ ପାଖେ ବସି ଭୂରି ଭୋଜନ ସ୍ମୃତିରେ ,
…………. ମୋ ଗାଆଁ ଦିଶିଯାଏ ।

ବେଳେ ବେଳେ ଆକାଶ ରଙ୍ଗେଇ ହେଇ ଯାଏ ପୁଳାପୁଳା ବାଦଲ ସହିତ । ବେଳେ ବେଳେ ଇନ୍ଦ୍ରଧନୁ ରେ ତ ରାତ୍ରି ସମୟରେ ସ୍ୱଚ୍ଛ ଆକାଶରେ ପୁଞ୍ଜି ତାରା ସହିତ । ନାନା ରଙ୍ଗର ସଜେଇ ଥିବା ଆକାଶ ସହିତ ଚିତ୍ର ଆଙ୍କିବା ସ୍ବପ୍ନ ରେ
………..ମୋ ଗାଆଁ ଦିଶିଯାଏ।

ବର୍ଷାରେ କାଦୁଆ ରାସ୍ତାରେ ସ୍କୁଲ୍ ଫେରନ୍ତା ପିଲାମାନଙ୍କ ଖିଲି ଖିଲି ହସର ଲହଡ଼ିରେ ଘର ଫେରନ୍ତା ଛୁଆଁଙ୍କ ମା ର ଜମା ଓହ୍ଲେଇ ଦେଉଦେଉ ତାଗିଦ ଭିତରେ,
….ମୋ ଗାଆଁ ଦିଶିଯାଏ ।

ପାଖ ବଜାରକୁ ଯିବା ଉଦ୍ଦେଶ୍ୟ ରେ ଘଣ୍ଟା ଘଣ୍ଟା ନଈ ଘାଟରେ ଡଙ୍ଗା କୁ ଅପେକ୍ଷା କରି ଓ ଡଙ୍ଗା ଚଢ଼ି ଘାଟ ପାର ହେଇ ବଜାର ରେ ପହଞ୍ଚିବା ଓ ପୁଣି ସଠିକ ସମୟରେ ଘରକୁ ଫେରିବା ସ୍ମୃତି ରେ ,
…… ମୋ ଗାଆଁ ଦିଶିଯାଏ ।

ଆମ୍ବ ତୋଟାର କୋଇଲି, ତାଳ ଗଛରେ ଝୁଲୁ ଥିବା ବାଇ ଚଢେଇ ବସା, ଗୋଧୂଳିର ଗାଈ ଗୋଠ,କଳେଇ ଭରା ଶଗଡ଼, ଚାଷୀ ଭାଇର ହିଡ ମୁଣ୍ଡରେ ପଖାଳ ଖିଆ, ପୋଖରୀ ପହଁରା, ଗୁଡ଼ି ଉଡ଼ା, ମାଛ ଧରା ,ନଈ ପହଁରା ,ଗଛ ଚଢ଼ା ଓ ସାଇକଲ ରେ ରିଙ୍ଗ ବନ୍ଧର ହାଲୁକା ପବନ , ଗଣ୍ଡବନ୍ଧ କଇଁ ପୋଖରୀ ସ୍ମୃତି ରେ ,
….. ମୋ ଗାଁ ଦିଶିଯାଏ ।

ଗାଆଁରେ ଜନ୍ମ ହେଲି। ଗାଆଁର ପାଣି ପବନ ପରିବେଶ ସହିତ ଜୀବନର ବାଲ୍ୟକାଳ କିଶୋର ଅବସ୍ଥା ବିତିଲା । ପାଠ ପଢା କୁ ନେଇ ପାଖ ସହର ଓ ରୋଜଗାର ଉଦ୍ଦେଶ୍ୟରେ ଏକ ଅଜଣା ସହରରେ ବସିଗଲି ।

ଗାଆଁ ବିଦେଶ ହୋଇଗଲା। ସହର ଦେଶ। ସମୟ ଚକ୍ରରେ ସମାଜ ବଦଳି ଗଲା ଲୋକଙ୍କ ରୁଚି ବଦଳି ଗଲା । ଇଛା ନ ଥିଲେ ବି ସହର ଆପଣାର ହେଇଗଲା ଆଉ ଗାଆଁ ପର।

ବୋଉ ଆଉ ଗଛ । ପରସ୍ପର ପରିପୂରକ ହେଇ ଗଲେ। ବୋଉ ଗଛ ହେଇଗଲା ଆଉ ଗଛ ବୋଉ। ଦୁହେଁ କିଛି ମାଗନ୍ତିନି । ବୋଉ ନାହିଁ ଏବେ।

ଏମିତି ସ୍ମୃତି ସବୁ ସ୍ବପ୍ନ ଆଉ ସ୍ବପ୍ନ ସବୁ ସ୍ମୃତି ପାଲଟେ। ସବୁ ଏବେ ଧୂସର ଧୂଆଁ ପାଲଟି ଦିଗବଳୟ ରେ ଲିନ ହେଇ ଯାଏ ଆଉ ମୋତେ କେବଳ ମୋ ଗାଆଁ ଦିଶିଯାଏ।

ଅକ୍ଷୟ ଓଝା ରାଇଁଲୋ, ନୂଆପଡା, ଆଳି, କେନ୍ଦ୍ରାପଡ଼ା 8851134176

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ମଇଦାନକୁ ଭର୍ଚ୍ୟୁୟାଲି ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଧାମନଗର ଭୋଟ। ଏଥରର ଉପନିର୍ବାଚନ ଟିକିଏ ସରଗରମ ହେଉଛି। କାରଣ ପ୍ରଥମ ଥର ପାଇଁ ବିଜେଡିର ଜଣେ ବିଦ୍ରୋହୀ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେଥିପାଇଁ ପୁରା ଧାମନଗରରେ ବିଜେଡି ଟିମ୍ ନିଜର ଜାନ ଲଗାଇ କାମ କରୁଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପୁରା ସେଠାରେ ଶିବିର ପକାଇ ଜଗି ରହିଛନ୍ତି।

ଏହି ଉପନିର୍ବାଚନଟି ବେଶ ଟକରାଟକରି ହେଉଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ଥିଲା। ହେଲେ ଶେଷ ମୁର୍ହତରେ ଏହାକୁ ବନ୍ଦ କରାଗଲା। ଆଜି ଦଳ ତରଫରୁ କୁହାଯାଇଛି ଯେ, 31 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁୟାଲି ପ୍ରଚାର କରିବେ। ପୂର୍ବରୁ ଯେତେ ଉପନିର୍ବାଚନ ହୋଇଛି ସେଥିରେ ସେ ଭର୍ଚ୍ୟୁୟାଲି ପ୍ରଚାର କରିଛନ୍ତି। ଆଉ ସଫଳତା ମଧ୍ୟ ହାସଲ କରିଛନ୍ତି। ଏଥର ମଧ୍ୟ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦଳ ଆଶା ରଖିଛି।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ, ମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ହେଉଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ଉତ୍ସବ। ବାଣପୁରରେ ଜନ୍ମିତ ଓଡିଶାର ଏହି ମହାପୁରୁଷଙ୍କର 1956 ମସିହା ଅକ୍ଟୋବର 26 ତାରିଖରେ ପରଲୋକ ଘଟିଥିଲା। ତାଙ୍କର ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ,

ସାରସ୍ବତ ସାଧକ ତଥା ଆଧୁନିକ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଶିକ୍ଷା ଏବଂ ସମାଜ ସଂସ୍କାର ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ‘ଆଲେଖିକା’, ‘କାଳିଜାଇ’, ‘ଚୟନିକା’ ଭଳି କାଳଜୟୀ ସୃଷ୍ଟି ତାଙ୍କୁ ଚିରକାଳ ଅମର କରି ରଖିବ।

Categories
ଆଜିର ଖବର ରାଜ୍ୟ ଖବର

ଗତି କିଛି ଦିନ ଧରି ରାଜ୍ୟରେ ଲାଗି ରହିଛି କୁହୁଡି, ଖସୁଛି ପାରଦ

ଭୁବନେଶ୍ବର: ବର୍ତ୍ତମାନ ମୌସୁମୀ ଫେରିଯିବା ପରେ ରାଜ୍ୟରେ ଶୀତ ପ୍ରବେଶ କରିଛି। ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶୀତ ଅନୁଭୂତ ହେବାରେ ଲାଗିଛି। ଏପରିକି ସକାଳେ ଚାରିଆଡେ କୁହୁଡିରେ ଆଚ୍ଛନ୍ନ ହୋଇଯାଉଛି। ରାସ୍ତାଘାଟ ଦେଖିବା ମୁସ୍କିଲ ହୋଇପଡିଛି।

ଆଜି ସକାଳେ ଫୁଲବାଣୀ, ପାରଳାଖେମୁଣ୍ଡି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହୋଇଥିଲା। ଯାହା ଫୁଲବାଣୀ ରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଏବଂ ପାରଳାଖେମୁଣ୍ଡି ରେ ୫୦୦ ମିଟର ଥିଲା। ସେହିପରି ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ଗତକାଲି କୋରାପୁଟ ରେ ୧୫.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୬ ଡ଼ିଗ୍ରୀ ଏବଂ ଫୁଲବାଣୀ ରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳାରେ ଏଥର 400 ଜଣଙ୍କୁ ଦିଆଯିବ ଚାକିରୀ, ଯୋଗ୍ୟତା 5ମ ପାଶ୍

ଭୁବନେଶ୍ବର: କେନ୍ଦ୍ର ସରକାର ଆରମ୍ଭ କରିଥିବା ନିଯୁକ୍ତି ମେଳାରେ ଏଥର 400 ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତି କରିଛନ୍ତି। ସେହି ଅନୁସାରେ ଆସନ୍ତା 28 ତାରିଖରେ ଏହି ନିଯୁକ୍ତି ମେଳା ଭୁବନେଶ୍ବରର ପୋଖରୀପୁଟର ଗଣ୍ଡମୁଣ୍ଡାରେ କରାଯିବ। ସେଠାରେ ଥିବା କେନ୍ଦ୍ର ସରକାରଙ୍କ National Career Service Centre for Differently Abled ବା NCSCDA କାର୍ଯ୍ୟାଳୟରେ ସିଧା ପରୀକ୍ଷା କରାଯିବ।

ଏଥିରେ ରିଲେସନସିପ ମ୍ୟାନେଜର, ଟେଲିକଲର, ହାଉସକିପିଂ, ରୋଷେୟା ସହାୟତା, ସୁପରଭାଇଜର, ସର୍ପଟ ଷ୍ଟାଫ୍, ସେଲସ ଏଜକ୍ୟୁଟିଭ ପ୍ରଭୃତି ପଦବୀ ପାଇଁ ଏହି ସାକ୍ଷାତକାର ପରୀକ୍ଷା ହେବ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା 5ମ ପାଶ ରହିଥିବା ବେଳେ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

କୃଷ୍ଣ ଭକ୍ତଙ୍କ ପାଇଁ ରହିଛି ଏପରି ମନ୍ଦିର ଯାହାଙ୍କୁ ଦେଖିଲେ ସେମାନେ ହୁଅନ୍ତି ପାଗଳ

ନୂଆଦିଲ୍ଲୀ: ଭାରତରେ ଅନେକ ଶ୍ରୀକୃଷ୍ଣ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଭକ୍ତିର ରସପାନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚନ୍ତି। ଆଜି, କୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ଆମେ ଆପଣଙ୍କୁ ଦକ୍ଷିଣ ଭାରତରେ ଥିବା ତାଙ୍କ କୃଷ୍ଣ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁ ପ୍ରାଚୀନ ଏବଂ ପ୍ରସିଦ୍ଧ ଅଟେ। ଏଠାକୁ ଆସିବା ଦ୍ଵାରା ମଥୁରା-ଶ୍ରୀମନ୍ଦିର ଭଳି ଅନୁଭବ ହୁଏ

ଜଗନ୍ନାଥ ପୁରୀ, ଓଡ଼ିଶା:

ଓଡ଼ିଶାର ଜଗନ୍ନାଥ ପୁରୀ ମନ୍ଦିରର ମହିମା କିଏ ଜାଣେ ନାହିଁ? ଭାରତର ଚାରି ଧାମ ମଧ୍ୟରୁ ଏହି ମନ୍ଦିରରେ ଭଗବାନ କୃଷ୍ଣ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ବସିଛନ୍ତି। ବିଶ୍ୱାସ କରାଯାଏ ଯେ ଦ୍ଵାପର ଯୁଗ ପରେ ପ୍ରଭୁ ପୁରୀକୁ ଯାଇ ଏଠାରେ ରହିବାକୁ ଲାଗିଲେ। ପ୍ରତିବର୍ଷ ରଥଯାତ୍ରା ଜଗନ୍ନାଥ ପୁରୀରେ ହୋଇଥାଏ, ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଭକ୍ତମାନେ କୃଷ୍ଣଙ୍କ ରଥ ଟାଣିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଆପଣ ଭଗବାନଙ୍କୁ ଦେଖିବା ପାଇଁ ଜଗନ୍ନାଥ ପୁରୀ ଧାମକୁ ଯାଇପାରିବେ।

ଶ୍ରୀକୃଷ୍ଣ ମଠ ମନ୍ଦିର ଉଡୁପି, କର୍ଣ୍ଣାଟକ:

କର୍ଣ୍ଣାଟକର ଉଡୁପିରେ ଅବସ୍ଥିତ ଶ୍ରୀକୃଷ୍ଣ ମଠ ଦକ୍ଷିଣ ଭାରତର ଭଗବାନ କୃଷ୍ଣଙ୍କର ଅନ୍ୟତମ ପ୍ରସିଦ୍ଧ ମନ୍ଦିର। ଏହି ମନ୍ଦିର କାଠ ଓ ପଥରରୁ ନିର୍ମିତ ହୋଇଛି। ଏଠାରେ ଭଗବାନ କୃଷ୍ଣଙ୍କୁ ଝରକାର ନଅଟି ଛିଦ୍ର ଦେଇ ପୂଜା କରାଯାଏ। ମନ୍ଦିର ନିକଟରେ ଏକ ପୋଖରୀ ଅଛି, ଯେଉଁଥିରେ ମନ୍ଦିରର ପ୍ରତିଫଳନ ଦେଖାଯାଏ। ପ୍ରତିବର୍ଷ ଜଜନ୍ମାଷ୍ଟମୀ ଅବସରରେ ଏଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ପ୍ରଭୁଙ୍କ ଜନ୍ମ ବାର୍ଷିକୀ ଏଠାରେ ଏକ ମହାନ ଉପାୟରେ ପାଳନ କରାଯାଏ। ଜନ୍ମାଷ୍ଟମୀ ଅବସରରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ।

ଗୁରୁଭାୟୁର ମନ୍ଦିର, କେରଳ:

ଦକ୍ଷିଣର ଦ୍ୱାରକା ନାମରେ ଜଣାଶୁଣା ଗୁରୁଭାୟୁ ମନ୍ଦିର କେରଳରେ ଅଛି। ଏହି ମନ୍ଦିରକୁ ଭୁଲୋକା ବୈକୁଣ୍ଠ ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ, ଏହା ପୃଥିବୀରେ ଭଗବାନ ବିଷ୍ଣୁଙ୍କ ପବିତ୍ର ବାସସ୍ଥାନ ଅଟେ। ଏଠାରେ ଭଗବାନ କୃଷ୍ଣ ମଧ୍ୟ ଏକ ଶିଶୁ ରୂପରେ ବସିଛନ୍ତି, ଯାହାକୁ ଗୁରୁଭାଇରପନ୍ କୁହାଯାଏ। ଏହି ମନ୍ଦିର ବିଷୟରେ ଏକ କିମ୍ବଦନ୍ତୀ ଅଛି ଯେ ଗୁଜୁରାଟର ଦ୍ୱାରକାଠାରେ ଯେତେବେଳେ ବନ୍ୟା ଆସିଲା ସେତେବେଳେ ଭଗବାନ କୃଷ୍ଣଙ୍କ ପ୍ରତିମା ବନ୍ୟାରେ ଧୋଇ ହୋଇଗଲା। ଏହି ପ୍ରତିମାକୁ ପାଣିରେ ଦେଖି ବୃହସ୍ପତି ଜୀ ଏହାକୁ ସାଙ୍ଗରେ ଆଣି ପୁନର୍ବାର ସ୍ଥାପନ କରିବାକୁ ଚିନ୍ତା କଲେ। ସେ ସେହି ସ୍ଥାନ ଖୋଜୁଥିବା ସମୟରେ କେରଳରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଦର୍ଶନ କରିଥିଲେ। ସେ କୃଷ୍ଣଙ୍କ ମୂର୍ତ୍ତି ନିଜେ କେରଳରେ ସ୍ଥାପନ କରିବାକୁ ବୃହସ୍ପତି ଦେବଙ୍କୁ କହିଥିଲେ। ଯାହା ପରେ ବୃହସ୍ପତି ଜୀ ବାୟୁ ଦେବଙ୍କ ସାହାଯ୍ୟରେ ଏହି ପ୍ରତିମା ସ୍ଥାପନ କଲେ। ତେଣୁ ଏହି ମନ୍ଦିରକୁ ଗୁରୁ ବୃହସ୍ପତି ଏବଂ ବାୟୁ ଦେବଙ୍କ ନାମରେ ଗୁରୁଭାୟୁର ନାମ ଦିଆଗଲା।

ପାର୍ଥସାରଥୀ ମନ୍ଦିର ତ୍ରିପଲୀକେନ, ଚେନ୍ନାଇ:

ଚେନ୍ନାଇର ପାର୍ଥସାରଥୀ ମନ୍ଦିରକୁ ଦକ୍ଷିଣ ଭାରତର ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ମଧ୍ୟରେ ନାମିତ କରାଯାଇଛି। ଏହି ମନ୍ଦିର ତ୍ରିପଲୀକେନରେ ଅବସ୍ଥିତ। ଏହି ମନ୍ଦିର ସହିତ ଜଡିତ ଅନେକ ବିଶ୍ୱାସ ଅଛି। ମନ୍ଦିରର ଇତିହାସ ବହୁ ପୁରୁଣା ବୋଲି କୁହାଯାଏ। ଏହାର ସ୍ଥାପତ୍ୟ ପାଇଁ ମଧ୍ୟ ଏହା ପ୍ରସିଦ୍ଧ। ଏହା ହେଉଛି ଏକ ମନ୍ଦିର ଯେଉଁଠାରେ ଭଗବାନ ବିଷ୍ଣୁଙ୍କର ଚାରୋଟି ଅବତାର କୃଷ୍ଣ, ରାମ, ନରସିଂହ ଏବଂ ଭଗବାନ ବାରହା ଭାବରେ ପୂଜା କରାଯାଏ।

Categories
ଆଜିର ଖବର

ଶେଷ ହେଲା ଚଳିତ ବର୍ଷର ସୂର୍ଯ୍ୟ ପରାଗ, ଏହାପରେ କଣ କରିବେ

ଭୁବନେଶ୍ବର: ବର୍ତ୍ତମାନ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଶେଷ ହୋଇଛି। ଏହି ପରାଗ ଆଶିଂକ ଭାବେ ଭାରତରେ ଦୃଶ୍ୟମାନ ହୋଇଥିଲା। ଶାସ୍ତ୍ର ଅନୁସାରେ ଭାରତରେ ଏହି ସୂର୍ଯ୍ୟ ପରାଗ ପ୍ରାୟ ୪ ଟା ୨୯ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୦୯ ମିନିଟ ରେ ଶେଷ ହେଲା। ଏହାର ୧୨ ଘଣ୍ଟା ପୂର୍ବରୁ ସୂତାକ ଅବଧି ଆରମ୍ଭ ହୋଇଥିଲା।

ତେବେ ପରାଗ ପରେ ବର୍ତ୍ତମାନ କଣ କରିବେ ସେ ନେଇ ବିଭିନ୍ନ ଶାସ୍ତ୍ର ବିଶେଷଜ୍ଞ ସେମାନଙ୍କ ମତ ରଖିଛନ୍ତି। ସେମାନଙ୍କର କହିବା କଥା ଯେ, ଏଥର ସୂର୍ଯ୍ୟ ପରାଗ ଶେଷ ହେବା ପରେ ସୂର୍ଯ୍ୟାସ୍ତ ହୋଇଗଲା। ସେଥିପାଇଁ ଆଜି ସକାଳୁ ସୂର୍ଯ୍ୟଙ୍କୁ ପୂଜା କରି ଦିନ ଆରମ୍ଭ କରାଯିବ। ଏହି ସମୟରେ ସୂର୍ଯ୍ୟ ଗାୟିତ୍ରୀ ମନ୍ତ୍ର ପାଠ କରି ଦିନକାର୍ଯ୍ୟ ଆରମ୍ଭ କରାଯିବ।

Categories
ଆଜିର ଖବର ଧର୍ମ

କେବଳ ଦୀପାବଳିରେ ନୁହେଁ, ଅନ୍ୟ ସମୟରେ ମଧ୍ୟ ଆମେ ଦୀପ ଜାଳୁ, ତେବେ କାହିଁକି ??

ନୂଆଦିଲ୍ଲୀ: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା

ଧୂପର କିଛି ନିୟମ ମଧ୍ୟ ଅଛି:

୧- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ। ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ।

୨- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ।

୩- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ। ଏହି କାରଣରୁ, ଗୋଟିଏ ଏବଂ ସମସ୍ତ ପ୍ରକାର ଜୀବାଣୁ ନଷ୍ଟ ହୋଇଯାଉଥିବା ବେଳେ ବାସ୍ତୁ ତ୍ରୁଟି ମଧ୍ୟ ଦୂର ହୋଇଯିବ।

୪- ଏହା ବ୍ୟତୀତ ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଧୂପ ପୂଜା କରନ୍ତୁ ଏବଂ ଧୂପ ଓ ଦୀପ ଜାଳନ୍ତୁ । ଏହି ପ୍ରତିକାର ଦ୍ୱାରା ଜୀବନରେ ଧନ ଏବଂ ସମୃଦ୍ଧିର ରାସ୍ତା ଖୋଲାଯାଏ ଏବଂ ଶନି ଦୋଷ ମଧ୍ୟ ଦୂର ହୋଇଯାଏ।

Categories
ଆଜିର ଖବର ଧର୍ମ

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗ, ହେଲେ ବାସ୍ତୁ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟଙ୍କୁ ଦିଆଯାଇଛି ଗୁରୁତ୍ବ

ବାସ୍ତୁ ଶାସ୍ତ୍ର: ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ…

୧- ସୂର୍ଯ୍ୟୋଦୟ ପୂର୍ବରୁ ରାତି ୩ ରୁ ୬ ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ।

୨- ସକାଳ ୬ ରୁ ୯ ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ, ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ ଘରେ ସୁଖ ଶାନ୍ତି ପ୍ରବେଶ କରିବ।

୩- ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଦକ୍ଷିଣ-ପୂର୍ବରେ ରୁହନ୍ତି। ଖାଦ୍ୟ ରାନ୍ଧିବା ପାଇଁ ଏହି ସମୟ ଉପଯୁକ୍ତ ଅଟେ। ରୋଷେଇ ଘର ଏବଂ ବାଥରୁମଗୁଡ଼ିକ ଓଦା ରୁହେ। ତେଣୁ ଏଗୁଡ଼ିକ ଏପରି ସ୍ଥାନ ହେବା ଉଚିତ ଯେଉଁଠାରେ ସୂର୍ଯ୍ୟ କିରଣ ମିଳିପାରିବ, କେବଳ ସେତେବେଳେ ସେଗୁଡ଼ିକ ଶୁଖିଲା ଏବଂ ସୁସ୍ଥ ରହିପାରିବ।

୪- ମଧ୍ୟାହ୍ନ ୧୨ ଟା ୩ ଟା ଏକ ବିଶ୍ରାମ ସମୟ। ସୂର୍ଯ୍ୟ ଦକ୍ଷିଣରେ ଅଛି, ତେଣୁ ଶୋଇବା ଘର ଏହି ଦିଗରେ ତିଆରି ହେବା ଉଚିତ୍।

୫- ୩ ଟାରୁ ୬ ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୁକ୍ତ ସମୟ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମ ଭାଗରେ ରୁହନ୍ତି, ତେଣୁ ଏହି ସ୍ଥାନରେ ଏକ ଅଧ୍ୟୟନ କକ୍ଷ କିମ୍ବା ଲାଇବ୍ରେରୀ ପାଇଁ ଉପଯୁକ୍ତ।

୬- ସନ୍ଧ୍ୟା ୬ ରୁ ୯ ପର୍ଯ୍ୟନ୍ତ ସମୟ ଖାଇବା, ବସିବା ଏବଂ ପଢିବା ପାଇଁ, ତେଣୁ ଘରର ପଶ୍ଚିମ କୋଣ ଭୋଜନ କିମ୍ବା ସଭା କକ୍ଷ ପାଇଁ ଉପଯୁକ୍ତ।

୭- ସୂର୍ଯ୍ୟ ଘରର ଉତ୍ତର-ପଶ୍ଚିମ ଦିଗରେ ରାତି ୯ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ରୁହନ୍ତି। ଏହି ସ୍ଥାନ ଶୟନ କକ୍ଷ ପାଇଁ ମଧ୍ୟ ଉପଯୋଗୀ.

୮- ମଧ୍ୟରାତ୍ରିରୁ ସକାଳ ୩ ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଉତ୍ତର ଭାଗରେ ରୁହନ୍ତି। ଏହି ସମୟ ଅତ୍ୟନ୍ତ ଗୋପନୀୟ ଅଟେ। ମୂଲ୍ୟବାନ ଜିନିଷ କିମ୍ବା ଅଳଙ୍କାର ଇତ୍ୟାଦି ରଖିବା ପାଇଁ ଏହି ଦିଗ ଏବଂ ସମୟ ଭଲ ଅଟେ।

Categories
ଆଜିର ଖବର ଧର୍ମ

ଆଜି ଅକ୍ଟୋବର 26 ତାରିଖରେ ଆଠ ଟି ରାଶିର ବ୍ୟକ୍ତି ହେବେ ମାଲାମାଲ

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବ। ପରିବାର ପାଇଁ ଚିନ୍ତା ହେବ ।

ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ।

ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ। ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ବ୍ୟସ୍ତ ରହିବେ। ଜୀବନ ଖୁସି ହେବ।

କର୍କଟ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ। ଚାକିରିର ପଦୋନ୍ନତି ସମ୍ଭବ। ଟଙ୍କା ପାଇବା ସହଜ ହେବ। ଉତ୍ସାହର ସହିତ କାମ କରିବାକୁ ସମର୍ଥ ହେବେ। ଭଲ ଖବର ଗ୍ରହଣ କରାଯିବ।

ସିଂହ- ଅତିଥିମାନେ ଆଜି ଘରେ ପହଞ୍ଚିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ରହିବ । ରିସ୍କ ନେବାକୁ ସାହସ କରିବେ। ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ରହିବ। ନୂତନ ବନ୍ଧୁ ସୃଷ୍ଟି ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବିପଦ ଆସିପାରେ।

କନ୍ୟା- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ। ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ତତ୍ପରତା ହୁଅନ୍ତୁ ନାହିଁ ।

ତୂଳା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ। ଅଂଶୀଦାରମାନଙ୍କ ସହିତ ମତ ପାର୍ଥକ୍ୟ ହୋଇପାରେ। ଶାରୀରିକ ଆରାମ ମିଳିବ। ଆୟରେ ନିଶ୍ଚିତତା ରହିବ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ ।

ବିଛା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ। ମନଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ। ଚାକିରିରେ କୈଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ଶତ୍ରୁମାନେ ପରାସ୍ତ ହେବେ।

ଧନୁ- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆୟରେ ନିଶ୍ଚିତତା ରହିବ।

ମକର- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ। ଆଇନଗତ ପ୍ରତିବନ୍ଧକ ହଟାଯିବ।

କୁମ୍ଭ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଉତ୍ସାହ ବୃଦ୍ଧି ପାଇବ। ଆୟର ନୂତନ ମାଧ୍ୟମ ମିଳିବ। ରୋଜଗାର ସହଜ ହେବ। ଘର ବାହାରେ ସୁଖ ମିଳିବ ।

ମୀନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ ବୁଦ୍ଧି ବ୍ୟବହାର କରନ୍ତୁ। ଚାକିରୀର କ୍ଷେତ୍ରରେ ପ୍ରଭାବ ବୃଦ୍ଧି ଘଟିବ।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Bypoll: ନିର୍ବାଚନ ଅଧିକାରଙ୍କ ନିକଟରେ ବିଜେପି ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିଛି। ଧାମନଗର ଉପନିର୍ବାଚନରେ ବିଜେପିର ନେତାମାନେ ଭୋଟରମାନଙ୍କୁ ପ୍ରଲୋଭିତ କରୁଛନ୍ତି। ବିଜେପି ନେତାମାନେ ଭୋଟରଙ୍କୁ ଜବରଦସ୍ତ କିମ୍ବା ଟଙ୍କା ଦେଇ ପ୍ରଲୋଭନ କରିବାରେ ଲାଗିଛନ୍ତି। ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ବୋଲି କୁହାଯାଇଛି।

ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।