ସୀତାରାମ ଅଗ୍ରୱାଲ କାଳୁପଡ଼ା: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ଖୁବ ଶୀଘ୍ର ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ସୂଚନା ମୁତାବକ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ତେବେ ଏହାକୁ ଗୁରୁତ୍ୱ ଦେଇ ନିକଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଅନୁରୋଧ କରିଥିଲେ। ଯାହା ଫଳରେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରେଳବାଇ ବୋର୍ଡ ଉକ୍ତ ଅନୁରୋଧକୁ ମାନି ନେଇଛି ଏବଂ ଖୁବ କମ ଦିନ ମଧ୍ୟରେ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହିବ…
Author: Samikhsya Bureau
ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ୱର ସ୍ଥିତ ସିଟିଟିସି ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏଥିରେ ଜି-୨୦ ଲୋଗୋ ଡିଜାଇନ କରିଥିଲେ। ଅନୁରୂପ ଭାବେ ଭୁବନେଶ୍ୱରର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଭାରତରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଏଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ) ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଓ ଭ୍ରମଣ ଅଧ୍ୟୟନ ବିଭାଗ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉଭୟ ଶିକ୍ଷାନୁଷ୍ଠାନ ପକ୍ଷରୁ ‘ଐତିହ୍ୟ : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ବିଷୟକୁ ନେଇ ଏକ ସେମିନାର ଆୟୋଜନ କରାଯାଇଥିଲା। …
ରଣପୁର: ରାଜ୍ୟ ସରକାର ରାଜ୍ୟର ପୂର୍ବ ଐତିହ୍ୟକୁ ସୁରକ୍ଷା ଦେବାଲାଗି ପ୍ରାଚୀନ ଶିଳାଲେଖ ଓ ଐତିହାସିକ ପୀଠ ସ୍ଥଳୀଗୁଡିକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହିତ ସହ ବନ୍ଧିତହୋଇ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସେଗୁଡିକର ପୁନରୁଦ୍ଧାର ଓ ସ୍ଥାୟିତ୍ୱ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ପାଇଁ ଦୀପତଳ ଅନ୍ଧାର ସଦୃଶ ଏଇମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଳକ୍ କ୍ୟାମ୍ପସରେ। ବ୍ଳକର ପୁରୁଣା କାର୍ଯ୍ୟାଳୟ ସମୁଖରେ ରଣପୁରର ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ଭବିଷ୍ୟତ ରଣପୁରିଆ ଦାୟଦମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଦୁଇଗୋଟି ସ୍ମୃତିସ୍ତମ୍ଭ ବା ପ୍ରାଚୀନ ଶିଳାଲେଖ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ସୂଚନା ଆଉକି’, ରଣପୁର ବ୍ଳକ୍ ପୁରୁଣା କାର୍ଯ୍ୟାଳୟ ସମ୍ମୁଖରେ ପ୍ରବେଶ ପଥ ଫାଟକ ଆଡ଼କୁ ସାମନା କରି ତତ୍କାଳୀନ ପଞ୍ଚାୟତରାଜ୍ ମନ୍ତ୍ରୀ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ କରକମଳରେ ୨୬ ଫେବୃଆରୀ,୧୯୬୩ ରେ ଦୁଇଟି ସ୍ମୃତି ସ୍ତମ୍ଭରେ ଶିଳାଲେଖ କରାଯାଇ ସ୍ଥାପନ କରାଯାଇଥିଲା। ବ୍ରିଟିଶ…
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମ୍ବଲପୁର ଜୋନର ୧୨ଟି ଜିଲ୍ଲାର ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମ୍ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ହିଁ ଆମର ଲକ୍ଷ୍ୟ। ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି ଆମକୁ ଶିକ୍ଷାକ୍ଷେତ୍ରରେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ। “୨୦୩୬ରେ ରାଜ୍ୟର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆମର ଲକ୍ଷ୍ୟ’’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି। ଡି.ଇ.ଓ ଏବଂ ବି.ଇ.ଓମାନେ ଏବଂ ସିଆର୍ସିସିମାନେ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ…
ଭୁବନେଶ୍ୱର: ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପ ବିକାଶ କାରଣରୁ କୃଷି ଉପଯୋଗୀ ଭୂମି ସଙ୍କୁଚିତ ହୋଇଚାଲିଛି। ଗ୍ରାମୀଣ ପରିବାରର ଜୀବନଜୀବିକା ମୁଖ୍ୟତଃ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ। ଭାରତର ପୂର୍ବ ପ୍ରାନ୍ତରେ ଥିବା ଅଧିକାଂଶ ଗ୍ରାମରେ ଲୋକମାନଙ୍କର ଘର ପଛପଟେ ଛୋଟ ଖଣ୍ଡେ ଜମି ଥାଏ। ଏଭଳି ଭୂମିହୀନ ଚାଷୀ ପରିବାର ପାଇଁ ଆହାର ବିବିଧତା ସୁନିଶ୍ଚିତ କରିବା ଏବଂ ପରିବାର ଲୋକଙ୍କ ପୋଷଣ ସୁରକ୍ଷା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତି ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକମାନଙ୍କ ଦଳ ଏକ ଅଭିନବ ଜ୍ଞାନକୌଶଳ ବିକଶିତ କରିଛନ୍ତି। ‘‘ଛତୁ ଓ କୁକ୍କୁଟପାଳନ ସହିତ ପନିପରିବା ଉତ୍ପାଦନ ପାଇଁ ମହିଳା ଅନୁକୂଳ ବହୁମୁଖି ସମନ୍ୱିତ ଭର୍ଟିକାଲ ନ୍ୟୁଟ୍ରି-ଫାର୍ମିଂ ପ୍ରଣାଳୀ’’ (ଆଇଭିଏନଏଫଏସ) ନାମକ ଏହି ଜ୍ଞାନକୌଶଳକୁ ଆଇସିଏଆର-ସିଏଡବ୍ଲୁଏର ବୈଜ୍ଞାନିକ ଡକ୍ଟର ତାନିଆ ସେଠ, ଡକ୍ଟର ଅରୁଣ କୁମାର ପଣ୍ଡା ଏବଂ ଇଞ୍ଜିନିୟର ଚୈତ୍ରାଳୀ ଶଶାଙ୍କ ମହାତ୍ରେଙ୍କ ଦଳ ଉଦ୍ଭାବନ କରିଛନ୍ତି। ଆଇଭିଏନଏଫଏସ ଜ୍ଞାନକୌଶଳ ମାଧ୍ୟମରେ ଚାଷ…
ଭୁବନେଶ୍ୱର: ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା (ଏଇପିଏସ୍)ର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଧିକାରୀମାନେ ପ୍ରତି ମାସରେ ସମନ୍ୱୟ ବୈଠକ କରି ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀ ଚୟନ ଓ ପ୍ରଶିକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ସହଯୋଗୀ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଗଣ୍ଡଗୋଳ ଅଭିଯୋଗରେ ଆଜି ପାଞ୍ଚ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି। ସୂଚନା ମୁତାବକ କିଛି ଦିନ ହେଲା ଚିଲିକା ଜେଟି ନିକଟରେ କିଛି ଅସାମାଜିକ ବ୍ୟକ୍ତିମାନେ ବେଆଇନ ନିଶା ସାମଗ୍ରୀ ଯଥା ମଦ, ଗଞ୍ଜେଇ ଆଦି ବିକ୍ରି କରିବା ସହ ବେଆଇନ ବିକ୍ରି ସ୍ଥାନ କବଜା ପାଇଁ ନିଜ ନିଜ ମଧ୍ୟରେ ଝଗଡା କରିଆସୁଥିଲେ। ଏପରିକି ଚିଲିକା ଜେଟି ଏବଂ ଏହାର ଆଖପାଖ ବୁଦା ଓ ଜଙ୍ଗଲ ଅଞ୍ଚଳରେ ଏହି ଅସାମାଜିକ ବ୍ୟକ୍ତି ମାନେ ଲୁଚେଇ ନିଶା ସାମଗ୍ରୀ ବିକ୍ରି କରୁଥିଲେ। ଏହା ଫଳରେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ। ତେବେ ବାଲୁଗାଁ ପୋଲିସ ଏହା ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ରବିବାର ରାତିରେ ନିଶା ଦ୍ରବ୍ୟ ବିକ୍ରି ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ପୋଲିସ ଉଭୟ ଗୋଷ୍ଠୀଙ୍କ…
ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖାଦେଇଛି। ଏନସିପି ନେତା ଅଜିତ ପାୱାରଙ୍କ ବିଷୟରେ ଚର୍ଚ୍ଚା ଚାଲିଛି ଯେ, ସେ ବିଜେପିରେ ସାମିଲ ହୋଇପାରନ୍ତି। କିନ୍ତୁ ଆଜି ଅଜିତ ପାୱାର ନିଜେ ଆଗକୁ ଆସି ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଏନସିପିରେ ଅଛି ଏବଂ ରହିବି। ଏହି ବିବୃତ୍ତି ସହିତ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ କୋଳାହଳ ମଧ୍ୟରେ ଏନସିପି କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହାପୂର୍ବରୁ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା କଳ୍ପନାକୁ ମଧ୍ୟ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଥିଲେ। ଶରଦ ପାୱାର ଗଣମାଧ୍ୟମକୁ କହିଛନ୍ତି, “ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଅଜିତ ପାୱାର କୌଣସି ବୈଠକ ଡାକିନାହାଁନ୍ତି। ସେ ଦଳ ପାଇଁ କାମ କରୁଛନ୍ତି, ଏସବୁ ଆପଣଙ୍କ ମନରେ ଚାଲିଛି।” ଉଲ୍ଲେଖନୀୟ କଥା ହେଉଛି, ଏନସିପି ବିଧାୟକ ଆନ୍ନା ବନସୋଡେ ଆଜି…
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଜାଗଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଭଜାଗଡ ଗ୍ରାମର ଡମ୍ବରୁ ବାରିକଙ୍କ ପୁତ୍ର ଆଲୋକ (୧୦) ପୋଖରୀରେ ଗାଧୋଇବାକୁ ଯାଇଥିଲେ। ସ୍କୁଲ୍ ରୁ ଫେରି ସାଙ୍ଗ ସାଥିମାନଙ୍କ ସହ ଘର ନିକଟସ୍ଥ ପୋଖରୀକୁ ଆଲୋକ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ପହଁରି ପହଁରି ଗଭୀର ଜଳକୁ ପଳାଇଯାଇଥିଲେ। ଯାହାପରେ ସେ ଆଉ କୂଳକୁ ଫେରି ପାରିନଥିଲେ। ପୋଖରୀରେ ବହୁ ଖୋଜା ଖୋଜି ପରେ ନାବାଳକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ଜବତ କରି ଟାଙ୍ଗୀ ପୋଲିସ୍ ଏବେ ତଦନ୍ତ କରୁଥିବା ଜଣାପଡ଼ିଛି।
ଭୁବନେଶ୍ବର: ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ। ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ରେଳ ପ୍ରତ୍ୟେକ ବର୍ଗ ଅନୁଯାୟୀ ସୁବିଧା ଯୋଗାଇଥାଏ ଏବଂ ଅଭାବୀ ଲୋକଙ୍କୁ ଭଡାରେ ରିହାତି ମଧ୍ୟ ଦେଇଥାଏ। ପ୍ରାୟତଃ ଲୋକମାନେ ବିଶ୍ବାସ କରନ୍ତି ଯେ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନେ ଟ୍ରେନ୍ ଭଡା ଛାଡ ପାଅନ୍ତି। କିନ୍ତୁ ଅସୁସ୍ଥ ବ୍ୟକ୍ତିଙ୍କ ସମେତ ଅନେକ ବର୍ଗର ଲୋକଙ୍କୁ ରେଳବାଇ ରିହାତି ଦେଉଛି। ରେଳବାଇ ଦ୍ଵାରା କେତେକ ରୋଗରେ ପୀଡିତ ଲୋକଙ୍କ ପାଇଁ ଭଡା ରିହାତିର ବ୍ୟବସ୍ଥା ରହିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ସେହି ରୋଗଗୁଡିକ କ’ଣ ଏବଂ କେତେ ଛାଡ ଦିଆଯାଉଛି? କିଏ ରିହାତି ପାଇବେ?: – କର୍କଟ ରୋଗୀ ଏବଂ ତାଙ୍କ ସହିତ ଯାଉଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଭଡାରେ ରିହାତି ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଯଦି ସେମାନେ ଚିକିତ୍ସା ପାଇଁ କୌଣସି ସ୍ଥାନକୁ ଯାଉଛନ୍ତି, ତେବେ ସେମାନେ ଏସି ଚେୟାର କାରରେ ୭୫ ପ୍ରତିଶତ ଛାଡ ପାଉଛନ୍ତି। ଏଥି ସହିତ ଏସି-୩ ଏବଂ ସ୍ଳିପରରେ…
ମୁମ୍ବାଇ: ବଲିଉଡରୁ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ କାମ କରିଥିବା ଜଣେ ଅଭିନେତ୍ରୀ ଏପରି ଥିଲେ, ଯିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କ୍ୟାରିୟରରେ ଉତ୍ଥାନ-ପତନ ଘଟିଥିଲା, ଦୁର୍ଘଟଣାରେ ଚେହେରା ନଷ୍ଟ ହୋଇଯାଇଥିଲା। ସ୍ୱାମୀ-ଭଉଣୀ ପ୍ରତାରଣା କରିଥିଲେ। କିନ୍ତୁ ଶେଷରେ ସେ ଜୀବନରେ ପରାଜିତ ହୋଇଥିଲେ। ଆମେ ହିନ୍ଦୀ ସିନେମାର ଜଣେ ବରିଷ୍ଠ ଅଭିନେତ୍ରୀ ଲଲିତା ପାୱରଙ୍କ ବିଷୟରେ କହୁଛୁ। ରାମାନନ୍ଦ ସାଗରଙ୍କ ପୌରଣିକ ଶୋ ‘ରାମାୟଣ’ରୁ ମନ୍ଥରା ଭାବରେ ଲଲିତା ବେଶ୍ ଜଣାଶୁଣା। ଆଜି ଅର୍ଥାତ୍ ଏପ୍ରିଲ୍ ୧୮ ତାରିଖ ୨୦୨୩ ହେଉଛି ତାଙ୍କର ଜନ୍ମ ବାର୍ଷିକୀ। ଆସନ୍ତୁ ତାଙ୍କର ଶେଷ ମୁହୂର୍ତ୍ତ ବିଷୟରେ ଜାଣିବା…… ଲଲିତା ପାୱାର ଫେବୃଆରୀ ୨୨ ତାରିଖ ୧୯୯୮ରେ ତାଙ୍କ ବଙ୍ଗଳାରେ ମୃତ୍ୟୁ ବରଣ କରିଥିଲେ। ଲଲିତା ପାଟିରେ କର୍କଟ ରୋଗରେ ପୀଡିତ ଥିଲେ। ସେ ପୁଣେରେ ଚିକିତ୍ସିତ ହେଉଥିଲେ ଏବଂ ବହୁତ ଯନ୍ତ୍ରଣା ଭୋଗୁଥିଲେ। ଥରେ ସେ କହିଥଲେ ଯେ, ସେ ଅନେକ ଖରାପ…
ଭୁବନେଶ୍ଵର: ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହା ଭିତରେ ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୮ ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ହିଟୱେଭ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡିକ ହେଲା- ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୩ ରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟରେ ସଂଘର୍ଷ ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ହାଇଦ୍ରାବାଦର ଘରୋଇ ଗ୍ରାଉଣ୍ଡ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିବା ପାଇଁ ମୁମ୍ବାଇ ଦଳକୁ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ। ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା କରାଯାଉଛି। କାରଣ ହାଇଦ୍ରାବାଦ ଏବଂ ମୁମ୍ବାଇ ଦଳ ଶେଷ ମ୍ୟାଚ୍ ଜିତିଛନ୍ତି। ହାଇଦ୍ରାବାଦ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଲାଇଭ ଟେଲିକାଷ୍ଟକୁ ଆପଣ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ ଆସନ୍ତୁ ଜାଣିବା…. ଆଇପିଏଲ ୨୦୨୩ ରେ ଉଭୟ ଦଳର ଯାତ୍ରା ଭଲ ଆରମ୍ଭ ହୋଇନାହିଁ। ଏହି ସମୟରେ ମୁମ୍ବାଇ ଉଭୟ ଓପନିଂ ମ୍ୟାଚରେ ପରାସ୍ତ ହୋଇଥିଲା। ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ମୁମ୍ବାଇ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୭,୬୩୩ ଟି କରୋନା ମାମଲା ଚିହ୍ନଟ ହୋଇଛି। କିନ୍ତୁ ଗତକାଲି ୯ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିଲା। ଆଜି କରୋନାର ନୂତନ ମାମଲାରେ ହ୍ରାସ ପଞ୍ଜିକୃତ ହୋଇଛି। ଅତୀତରେ କରୋନାର ନୂଆ ମାମଲା ୧୦ ହଜାର ଅତିକ୍ରମ କରିଥିଲା। ତେବେ ଭାରତର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୬୧ ହଜାର ୨୩୩ ରେ ଅଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୭୦୨ ଲୋକ ସୁସ୍ଥ ହୋଇଛନ୍ତି। ଏହା ପରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୨ ଲକ୍ଷ ୪୨ ହଜାର ୪୭୪ କୁ ବୃଦ୍ଧି ପାଇଛି।
ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ତତଲା କଡେଇରେ ଫୁଟୁଛି ଓଡିଶା। ଦିନ ୧୧.୩୦ ସୁଦ୍ଧା କେଉଁ ସହରରେ କେତେ ତାପମାତ୍ରା ଅଛି ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ଵର ରହିଛି। ଭୁବନେଶ୍ଵରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୦.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି। https://twitter.com/mcbbsr/status/1648209540608065536?cxt=HHwWgIDU9Yb2zt8tAAAA ସେହିଭଳି କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ଥିବୀ ବେଳେ ସମ୍ବଲପୁରରେ ୩୮.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ ଓ ପାରାଦୀପରେ ୨୮.୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ନୂଆଦିଲ୍ଲୀ: ନେପାଳର ଆଠ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଅନ୍ନପୂର୍ଣ୍ଣା ଶିଖରକୁ ଜିତିବା ପରେ ପର୍ବତାରୋହୀ ବଲଜିତ୍ କୌରଙ୍କର ମୃତ୍ୟୁ ହୋଇଛି। ଶିଖର ଉପରକୁ ଚଢିବା ପରେ ବଲଜିତ୍ କୌର ତଳକୁ ଓହ୍ଲାଉଥିଲେ। ସେହି ସମୟରେ ସେ ନିଖୋଜ ହୋଇଯାଇଥିଲେ। ସେ ସପ୍ଲିମେଣ୍ଟ ଅମ୍ଳଜାନ ବ୍ୟବହାର ନକରି ଶିଖରକୁ ପରାସ୍ତ କରିଥିଲେ। ସେ ପ୍ରଥମ ଭାରତୀୟ ପର୍ବତାରୋହୀ ଯିଏକି ଏକ ମାସ ତଳେ ଆଠ ହଜାର ମିଟର ଚାରିଟି ଶିଖରକୁ ପରାସ୍ତ କରିଥିଲେ। ଏହି ଶିବିରର ଆୟୋଜକମାନେ ବଲଜିତ୍ କୌରଙ୍କ ମୃତଦେହ ଖୋଜିବା ପାଇଁ ତିନୋଟି ହେଲିକପ୍ଟର ପଠାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବଲଜିତ୍ କୌରଙ୍କ ମୃତଦେହ ମିଳିନାହିଁ। ଏହାପୂର୍ବରୁ ସୋମବାର ଦିନ ରାଜସ୍ଥାନର ବାସିନ୍ଦା ୩୬ ବର୍ଷିୟ ପର୍ବତାରୋହୀ ଅନୁରାଗ ମାଲୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଶିବିରରେ ଏପର୍ଯ୍ୟନ୍ତ ତିନିଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ଭାରତର ଅନୁରାଗ ମାଲୁ ଏବଂ ବଲଜିତ୍ କୌରଙ୍କ ସହ ଆୟର୍ଲାଣ୍ଡର ନୋଏଲ୍ ହନ୍ନା…
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ରାଜନୈତିକ ହଲଚଲ ବୃଦ୍ଧି ପାଇଛି। ଅଜିତ ପାୱାର ବିଜେପି ସହ ଯାଇପାରନ୍ତି ବୋଲି ଖବର ଆସୁଛି। ଯଦିଓ ଅଜିତ ପାୱାରଙ୍କ ସହିତ ୧୧ ରୁ ୧୨ ଜଣ ବିଧାୟକ ଅଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ସରକାର ଅଛି। ଅଜିତ ପାୱାର ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଏକ ବଡ଼ ଦାବି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ବଡ଼ ରାଜନୈତିକ ବିସ୍ଫୋରଣ ହେବ ବୋଲି ସୁପ୍ରିୟା ସୁଲେ କହିଛନ୍ତି।
ମୁମ୍ବାଇ: ଆଜି ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଭାରତର ପ୍ରଥମ ଆପଲ୍ ଷ୍ଟୋର ଖୋଲିଛି। ଏହି ଷ୍ଟୋରକୁ ଆପଲ୍ ସିଇଓ ଟିମ୍ କୁକ୍ ଉଦ୍ଘାଟନ କରିଛନ୍ତି। ଆଜି ଆପଲ୍ ଷ୍ଟୋର୍କୁ ଆସୁଥିବା ଗ୍ରାହକଙ୍କୁ ଟିମ୍ କୁକ୍ ସ୍ୱାଗତ କରୁଛନ୍ତି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସର ନୂତନ ଆପଲ୍ ଷ୍ଟୋର୍ରେ ଉତ୍ସବ ପାଳନ ହେଉଛି। ଆପଲରେ ଥିବା କର୍ମଚାରୀମାନେ ଉତ୍ସାହିତ ଅଛନ୍ତି। ଟିମ୍ କୁକ୍ ନିଜେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛନ୍ତି। ଆରମ୍ଭରେ, ଟିମ୍ କୁକ୍ ଙ୍କ ସହ ସେଲଫି ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି। ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟିମ୍ କୁକ୍ ଭେଟିବେ। ଏହା ବ୍ୟତୀତ ସେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଭେଟିବେ। ଏହା ପରେ ଗୁରୁବାର ଦିନ ଟିମ୍ କୁକ୍ ମଧ୍ୟ ଦିଲ୍ଲୀରେ ଆପଲ୍ ଷ୍ଟୋର୍ର ଉଦଘାଟନ କରିବେ।
ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାର ଠାକରେ ଗୋଷ୍ଠୀ ନେତା ଅମେୟ ଘୋଲେ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଏହା ପରେ ଯେତେବେଳେ ସାମ୍ବାଦିକମାନେ ଏହାର କାରଣ ପଚାରିଥିଲେ, ଅମେୟ ଘୋଲେ ଆଦିତ୍ୟ ଠାକରେଙ୍କ ନାମ ନେଇ ଦଳର ବରିଷ୍ଠ ନେତାଙ୍କ ଉପରେ ଅସନ୍ତୋଷ ଏବଂ ଦଳ ବଦଳର କାରଣ କହିଥିଲେ। ସୋମବାର ରାତିରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଥିଲେ। ଅମେୟ ଘୋଲେ କହିଛନ୍ତି ଯେ, ‘ମୁଁ ମୋର ଇସ୍ତଫା ପତ୍ରରେ ଦଳ ଛାଡିବାର କାରଣ ସ୍ପଷ୍ଟ ଭାବେ ଲେଖିଛି। ଏହା ବ୍ୟତୀତ ମୁଁ ଆଦିତ୍ୟ ଠାକରେଙ୍କୁ କହିସାରିଛି। ଆମେ ଏହା ବିଷୟରେ ଆଲୋଚନା କରିଥିଲୁ। ମୋତେ ସେନା ଭବନର କୌଣସି ସ୍ଥାନରେ ମୁକ୍ତ ଭାବରେ କାମ କରିବାକୁ ମିଳିନଥିଲା। ନିର୍ବାଚନମଣ୍ଡଳୀରେ ଯୋଗ୍ୟତା ଆଧାରରେ ଆମେ ଆମର କାର୍ଯ୍ୟ କରୁଥିଲୁ। ତେବେ ଏହି କାର୍ଯ୍ୟ କରିବାବେଳେ ବିଭାଗର ବରିଷ୍ଠମାନେ ଆମକୁ ଅସୁବିଧାରେ ପକାଉଥିଲେ। ଆମ ବିରୁଦ୍ଧରେ…
କଲିକତା: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରୟ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ପୁଅ ସୁଭ୍ରାଗଶୁ ରୟ ପିତାଙ୍କ ନିଖୋଜ ଥିବା ଦାବି କରିଛନ୍ତି। ତାଙ୍କ ପିତା ସୋମବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ସେ ରାତି ୯.୫୫ ରେ ଦିଲ୍ଲୀରେ ଅବତରଣ କରିବାର ଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ଜଣା ପଡି ନାହିଁ। ମୁକୁଲ ରୟଙ୍କ ପୁଅ ସୁଭ୍ରାଗଶୁ କହିଛନ୍ତି ଯେ, ସେ ତାଙ୍କ ପିତାଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ନୁହଁନ୍ତି। ସେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପିତା ମୁକୁଲ ରୟଙ୍କ ସହ ତାଙ୍କର କିଛି ଯୁକ୍ତିତର୍କ ହୋଇଥିଲା ବୋଲି ସୁଭ୍ରାଗଶୁ କହିଛନ୍ତି। ଯାହା ପରେ ସେ ଚାଲିଯାଇଥିଲେ ଏବଂ ତାଙ୍କ ବିଷୟରେ କିଛି ଜଣାପଡ଼ି ନାହିଁ। ବାପାଙ୍କ ନିଖୋଜ ହେବା ପରେ ପରିବାର ବିମାନବନ୍ଦର ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି…

