Categories
ଆଜିର ଖବର ରାଜ୍ୟ ଖବର

ଜାତିସଂଘ ଦିବସ ଉପଲକ୍ଷେ ଶାନ୍ତି ପଦଯାତ୍ରା

ଭୁବନେଶ୍ୱର : ଜାତିସଂଘ ଦିବସ ଉପଲକ୍ଷେ ସୋମବାର ପୂର୍ବାହ୍ନରେ ରାଜ୍ୟ ଯୁବ ସାମୁଖ୍ୟ ସମିତି ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ôଚ, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶାନ୍ତି ପଦଯାତ୍ରାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ । ୧୯୪୫ ମସିହାରେ ବିଶ୍ୱ ଦରବାରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅଗଷ୍ଟ ୬ ତାରିଖ ଫେଡାଲ୍‌ଗନ ଓ ଅଗଷ୍ଟ ୯ ତାରିଖ ଲିଟିଲ୍‌ବଏ ନାମକ ଦୁଇଟି ପରମାଣୁ ବୋମା ଜାପାନର ହିରୋସୀମା ଓ ନାଗାସାକୀ ଉପରେ ଆମେରିକା ନିକ୍ଷେପ କରିଥିଲା ।

ଫଳରେ ଏକଲକ୍ଷ ଚାଳିଶ ହଜାର ନିରୀହ ଜନସାଧାରଣ ମୃତ୍ୟୁବରଣ କରିଥିଲେ । ଏହି ଜଘନ୍ୟ ମୃତ୍ୟୁର ତାଣ୍ଡବଲୀଳା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା । ଏଣୁ ବିଶ୍ୱରେ ଶାନ୍ତି ସ୍ଥାପନ ନିମନ୍ତେ ଶାନ୍ତି ଓ ସଂହତି ରକ୍ଷା ପାଇଁ ଏହିଦିନ ଗଠିତ ହୋଇଥିଲା ଜାତିସଂଘ । ସେହି ଦିନଟିକୁ ସ୍ମରଣ କରି ବିଶ୍ୱ ଦରବାରରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ଯୁବସାମୁଖ୍ୟ ସମିତି ତରଫରୁ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

ଆଜିର ଦିନରେ ବିଶ୍ୱ ଦରବାରରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଜାତିସଂଘ ଏଥିରେ ହସ୍ତକ୍ଷେପ କରୁନଥିବାରୁ ସମିତି ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା । ସମିତିର ସମ୍ପାଦକ ଅଭୟ ବଡ଼ଜେନା, ବିଶିଷ୍ଟ ଗାନ୍ଧିବାଦୀ ସୁଧାଂଶୁ ମହାପାତ୍ର, ସମାଜସେବୀ ଆନନ୍ଦ ପଟ୍ଟନାୟକ, ଗିରିଜା ଶଙ୍କର ମହାପାତ୍ର, ବ୍ରଜବନ୍ଧୁ ପରିଡ଼ା, କେଶବ ରଣା, ପ୍ରମୋଦ ପରିଡ଼ା, ନିର୍ମଳ ଚନ୍ଦ୍ର ମଲ୍ଲିକ, ସୁକାନ୍ତ ରାଉତ ପ୍ରମୁଖ ଏହି ପଦଯାତ୍ରାରେ ଯୋଗଦାନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’, ଆଶ୍ଚର୍ଯ୍ୟଜନକ ବେପାର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଏକାମ୍ର ହାଟଠାରେ ଅକ୍ଟୋବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’ ଶେଷ ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାରୁ ୨୫୦ରୁ ଅଧିକ ହସ୍ତଶିଳ୍ପ କାରିଗର ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।

କୁଇବାହାଲ ଓ ସିଲାଟି(ସୁବର୍ଣ୍ଣପୁର), ବରପାଲି(ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋର୍ଦ୍ଧା), ଲୁଣୁକୁଆ (ଜଗତସିଂହପୁର), କୁସୁମି (କୋରାପୁଟ) ପରି କେତେକ ମୁଖ୍ୟ ଟେରାକୋଟା ପୁଞ୍ଜ ସହିତ ଅନ୍ୟ ସମସ୍ତ ଜିଲ୍ଲାର ଟେରାକୋଟା ପୁଂଜ ଅଞ୍ଚଳ ଏଥିରେ ସାମିଲ ହୋଇଛନ୍ତି ।

ଏହି ପ୍ରଦର୍ଶନୀରେ ଦର୍ଶକମାନେ ବିଭିନ୍ନ ଟେରାକୋଟା ହସ୍ତଶିଳ୍ପ ପ୍ରତି ଆକୃଷ୍ଟ ହେବା ସହିତ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ। ରାଜ୍ୟର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ନେଇ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାଟିରେ ତିଆରି ଘରୋଇ ଉପକରଣ, ହାଣ୍ଡିକଡ଼େଇ, ରୋଷେଇଘର ସାମଗ୍ରୀ, ଅଳଙ୍କାର, ଦୀପାବଳି ସାମଗ୍ରୀ, ଦୀପ, ବଗିଚା ସାମଗ୍ରୀର ଚାହିଦା ମେଳାରେ ଦେଖିବାକୁ ମିଳିଥିଲା।

ଏହି ‘ମୃତ୍ତିକା-୨୨’ ମେଳାରେ ୨ ଲକ୍ଷରୁ ଅଧିକ ଦର୍ଶକ ଓ ପର୍ଯ୍ୟଟକ ଯୋଗଦେଇଥିବା ଆକଳନ କରାଯାଇଛି। କାରିଗରମାନେ ୨ କୋଟି ୩ ଲକ୍ଷ ୪୭ ହଜାର ଟଙ୍କାର ବେପାର କରିଥିବା ରେକର୍ଡ କରାଯାଇଛି । ଶେଷ ଦିନ ପର୍ଯ୍ୟନ୍ତ ଏହି ମେଳା ଅତି ଉତ୍ସବମୁଖର ଓ ଶାନ୍ତିଶୃଙ୍ଖଳା ସହିତ ଆୟୋଜିତ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପ୍ରଶଂସକଙ୍କୁ ଦେଖି ଭାବପ୍ରବଣ ହେଲେ ବିରାଟ, ଟିମ୍ ଇଣ୍ଡିଆର ବିଜୟର ଭିଡିଓ ସେୟାର କଲା ଆଇସିସି, ଦେଖନ୍ତୁ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଭାରତର ବିଜୟର ହିରୋ ଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ଟିମ୍ ଇଣ୍ଡିଆ ପାଇଁ ପ୍ରାୟ ହାରିଯାଇଥିବା ମ୍ୟାଚ୍ ଜିତିବା ପାଇଁ କଠିନ ପରିସ୍ଥିତିରେ ୫୩ ବଲରୁ ଅପରାଜିତ ୮୨ ରନ୍ କରିଥିଲେ। ଏହି ବିଜୟ ପରେ ସମସ୍ତ ଖେଳାଳି ବହୁତ ଭାବପ୍ରବଣ ଦେଖାଯାଉଥିଲେ।

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ଏହି ବଡ ବିଜୟ ପରେ ଜବରଦସ୍ତ ଆକ୍ରୋଶ ପ୍ରଦର୍ଶନ କରି ଉତ୍ସବ ପାଳନ କରିଥିବାବେଳେ ମ୍ୟାଚ ଜିତିବା ପରେ ବିରାଟ କୋହଲି ପ୍ରଶଂସକଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ପରେ ଆଇସିସି ଏକ ଭିଡିଓ ସେୟାର କରିଛି, ଯାହା ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ବିଜୟ ପରେ ଆଇସିସି ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଏଥି ସହିତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ଇନିଂସ ଖେଳିବା ପରେ ବିରାଟ ପ୍ରଶଂସକଙ୍କୁ ଦେଖି ଭାବପ୍ରବଣ ହୋଇଯାଇଛନ୍ତି। ଏହି ଭିଡିଓରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିରାଟଙ୍କୁ ତାଙ୍କ କାନ୍ଧରେ ଉଠାଇଥିବାର ନଜର ଆସିଛନ୍ତି। ଆଇସିସି ଦ୍ୱାରା ଅଂଶୀଦାର ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

୧୬୦ ରନର ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳର ଆରମ୍ଭ ମଧ୍ୟ ଖରାପ ଥିଲା। ଭାରତୀୟ ଦଳ ୩୧ ରନ୍ ରେ ଚାରିଟି ୱିକେଟ୍ ହରାଇଥିଲା। ଏଠାପରେ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ବେଦନଶୀଳ ଇନିଂସ ଖେଳିଥିଲେ। ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୮୨ ଟି ବଲରେ ୧୧୩ ରନର ଭାଗିଦାରୀ ହୋଇଥିଲା। ଏହି ସହଭାଗୀତା ଭାରତକୁ ବିଜୟର ଦ୍ୱାରଦେଶକୁ ନେଇଯାଇଥିଲା।

ଏହି ମ୍ୟାଚରେ ଅନେକ ଉତ୍ଥାନ-ପତନ ଘଟିଥିଲା। ଏହା ଅନୁଭବ କରାଯାଉଥିଲା ଯେ, ପାକିସ୍ତାନ ଦଳ ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି। କିନ୍ତୁ ଶେଷ ୮ ଟି ବଲରେ ସ୍ଥିତି ସଂପୂର୍ଣ୍ଣ ବଦଳିଯାଇଥିଲା। ଏହି ଅନ୍ତିମ ୮ ଟି ବଲରେ ଭାରତୀୟ ଦଳ ୨୮ ରନର ବିସ୍ପୋରକ ପାଳି ଖେଳି ଆକର୍ଷଣୀୟ ବିଜୟ ହାସଲ କରିଥିଲେ। ବିରାଟ କୋହଲିଙ୍କ ୫୩ ରନରୁ ୮୨ ରନର ଅପରାଜିତ ଇନିଂସ ଯୋଗୁଁ ଭାରତ ୪ ୱିକେଟରେ ମ୍ୟାଚ ଜିତିଥିଲା।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି ୨୩୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ, ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୨୧୯ ଟ୍ରେନ୍ କୁ ସମ୍ପୂର୍ଣ୍ଣ ବାତିଲ କରିଛି। ସେହିଭଳି ୧୨ ଟି ଗାଡିକୁ ଆଂଶିକ ବାତିଲ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

କାରଗିଲରେ ପହଞ୍ଚିଲେ ପିଏମ ମୋଦୀ: ଭାରତୀୟ ଯବାନଙ୍କ ସହ ପାଳିବେ ଦିୱାଲୀ

ନୂଆଦିଲ୍ଲୀ: ସୈନିକମାନଙ୍କ ସହ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କାରଗିଲରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଦେଶର ସାହସୀ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦିୱାଲୀରେ ଦେଶବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ଦୀପାବଳି: ଭୁବନେଶ୍ବରରେ ଆପଣ ମାତ୍ର ଦୁଇ ଘଣ୍ଟା କରିପାରିବେ ଢୋ ଢା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦୀପାବଳି ଉତ୍ସବ। ଏହି ଉତ୍ସବରେ ବାଣଫୁଟ ଏକ ପ୍ରମୁଖ ପର୍ବ। ହେଲେ ଏହି ବାଣ ଫୁଟାଇବା ପାଇଁ କମିଶନରେଟ ପୋଲିସ ଜାରୀ କରିଛି ନିର୍ଦ୍ଦେଶନାମା।  ଆପଣ ଭୁବନେଶ୍ବରରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବା ଲାଗି କମିସନରେଟ୍‍ ଅନୁମତି ଦେଇଛି। ଯେଉଁ ନିର୍ଦ୍ଦେଶନାମା ଜାରୀ ହୋଇଛି ତାହା ହେଲା..

  • ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
  • ନିଷିଦ୍ଧାଞ୍ଚଳ ଯଥା ହସ୍ପିଟାଲ୍‍, ଶିକ୍ଷାନୁଷ୍ଠାନ ଓ କୋର୍ଟରେ ବାଣ ଫୁଟାଇବା ମନା
  • ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମରେ ୩ ମିଟର ଦୂରତା
  • ଦୋକାନଗୁଡ଼ିକ ପରସ୍ପରର ମୁହାଁମୁହିଁ ହେବେ ନାହିଁ
  • ପ୍ରତ୍ୟେକ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ ବର୍ଗ ମଧ୍ୟରେ ସୀମିତ
  • ତେଲରେ ଜଳୁଥିବା ଦୀପ, ଗ୍ୟାସ୍‍ ଲ୍ୟାମ୍ପ, ମହମବତୀ ବ୍ୟବହାର କରାଯିବ ନାହିଁ
  • ଦୋକାନ ଠାରୁ ୫୦ ମିଟର ମଧ୍ୟରେ ଆତସବାଜି ପ୍ରଦର୍ଶନ ଅନୁମତି ନାହିଁ
  • ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନ ଅନୁମତି ଦିଆଯିବ ନାହିଁ
  • ଦୋକାନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଏବଂ ପ୍ରଥମ ସହାୟତା ଦୋକାନରେ ରଖାଯିବ
  • କେବଳ ସବୁଜ କ୍ରାକର (ଯାହା କମ୍‍ ପ୍ରଦୂଷିତ)ଗୁଡ଼ିକ ବିକ୍ରୟ ପାଇଁ ଅନୁମତି
Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking: ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ସି-ତ୍ରାଙ୍ଗ ହେବ ଭୀଷଣ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସି-ତ୍ରାଙ୍ଗ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ରୂପ ଧାରଣ କରିବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି।  ଏହି ବାତ୍ୟା ସି-ତ୍ରାଙ୍ଗ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ।

ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ସି-ତ୍ରାଙ୍ଗ ଘଣ୍ଟା ପ୍ରତି ୧୫ କିମି ବେଗ ରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ହାଲକା ପବନ ପ୍ରବାହିତ ହେବ ବୋଲି ଜଣାପଡିଛି। ଏ ନେଇ ବନ୍ଦରଗୁଡିକରେ ବିପଦ ସଙ୍କେତ ଜାରୀ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଦୀପାବଳି, ଜାଣନ୍ତୁ ଏହି ଦିନ ମା କାଳୀଙ୍କୁ କାହିଁକି ପୂଜା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?

ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ।

ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର, ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ଭଜା ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଦୀପାବଳିରେ ମା ଲକ୍ଷ୍ମୀଙ୍କ ପୂଜା କରୁଥିଲେ ୫ ଟି ବିଷୟରେ ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଆଜି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ସାଧାରଣତଃ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି।

ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ

୧- ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ ଲାଗି କରନ୍ତୁ ନାହିଁ।

୨- ଲକ୍ଷ୍ମୀ ପୂଜାର ଭୋଗ ଅପେକ୍ଷା ଦୀପ ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଦୀପ ହେଉଛି ମାଙ୍କର ପସନ୍ଦ। ହେଲେ ଏହି ଦୀପକୁ ଠିକ ଦିଗରେ ନ ରଖିଲେ ତାହା ମଧ୍ୟ ପୂଜା ନିତିରେ ଭୁଲ ହୋଇଯିବ। ମା ଲକ୍ଷ୍ମୀଙ୍କ ପୂଜା ବେଳେ ଦୀପକୁ ଡାହାଣ ପାର୍ଶରେ ରଖନ୍ତୁ। କୌଣସି ପରିସ୍ଥିତିରେ ବାମ ପଟେ ଦୀପ ରଖନ୍ତୁ ନାହିଁ।

୩- ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରେ ଭୁଲନ୍ତୁ ନାହିଁ। ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜା ନ କରନ୍ତି ତେବେ ଲକ୍ଷ୍ମୀ ପୂଜା ଅଧା ରହିଲା ବୋଲି ଧରିବାକୁ ହେବ। ଆପଣ ପ୍ରଥମେ ଶ୍ରୀ ଗଣେଷଙ୍କୁ ପୂଜା କରନ୍ତୁ, ଏହାପରେ ଲକ୍ଷ୍ମୀ ଏବଂ ଶେଷରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

୪- ମା ଲକ୍ଷ୍ମୀଙ୍କୁ କେବେ ବି ଧଳା ଫୁଲରେ ପୂଜା କରନ୍ତୁ ନାହିଁ। କାରଣ ମା ଲକ୍ଷ୍ମୀ ସଦା ସୁହାଗିନୀ। ସେଥିପାଇଁ ଧଳା ଫୁଲ ଲାଗି କରିବା ଅନୁଚିତ। ମା ଲକ୍ଷ୍ମୀ ଲାଲ ଫୁଲକୁ ବେଶୀ ପସନ୍ଦ କରନ୍ତି। ଧଳା ରଂଗର ଫୁଲ ବ୍ୟତିତ ଅନ୍ୟ ରଂଗର ଫୁଲ ଚଢା ଯାଇପାରିବ।

୫- ମା ଲକ୍ଷ୍ନୀକୁ ପୂଜା କରିବା ବେଳେ ଭୋଗ ବା ପ୍ରସାଦକୁ ଦକ୍ଷିଣ ଦିଗରେ ରଖନ୍ତୁ। ପୂଜା ସାମଗ୍ରୀ ଯେପରି ଫୁଲ ପ୍ରଭୃତି ମାଙ୍କ ଆଗରେ ରଖନ୍ତୁ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଦୀପାବଳି: ହିନ୍ଦୁମାନଙ୍କର ଏହି ଜାତୀୟ ପର୍ବ ବିଷୟରେ କିଛି ଜାଣିବା କଥା

ଦୁଷ୍ମନ୍ତ କୁମାର ପଣ୍ଡା

ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ଦୀପ୍” ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି।

ଦୀପାବଳି ହିନ୍ଦୁମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି। ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ କରିଥାନ୍ତି। ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ମୀ ପୂଜା ଦୀପାବଳିର ଏକ ପ୍ରଧାନ ଅଂଶ। ଯେ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଆସନ୍ତି।

ଆନନ୍ଦ ମୁଖରିତ ପରିବାର ବର୍ଗଙ୍କର ଦୀପସଜ୍ଜା ଏବଂ ଆତସ ବାଜିର ବିସ୍ଫୋରଣ ରେ ଗ୍ରାମ ଗ୍ରାମ ସହର ପ୍ରକାଶିତ ଓ ମୁଖରିତ ହୋଇ ଉଠେ। ସାଧାରଣ ଗରିବ ପରିବାର ମଧ୍ୟ ଗୋଠ ମାତିଳେ ଖଣ୍ଡିଆ ମାତିଲା ପରି ସାଧ୍ୟ ମତେ କିଛି ଯୋଗାଡ଼ କରି ପର୍ବ ପାଳନ କରିବାକୁ ବାଧ୍ୟ ହୋଇଥାଏ। ନୂତନ ବ୍ୟବସାୟ ଆରମ୍ଭ, ନାଟ୍ୟାରମ୍ଭ, ଅଳଙ୍କାର ଧାରଣ ଆଦି ନୂତନ କାର୍ଯ୍ୟ କରାଯାଇଥାଏ।

“କୋଷମୁଳାଃ ସର୍ବାରମ୍ଭ” ଅର୍ଥାତ ଯେ କୌଣସି ମରମର ଆରମ୍ଭ କରିବା ପାଇଁ କୋଷ ହେଉଛି ମୂଳ। ଅର୍ଥାତ ଅର୍ଥ ହେଉଛି ପ୍ରଥମ ଆବଶ୍ୟକତା, ଯେହେତୁ ଧନ ଧାନ୍ୟ ଶ୍ରୀ ଆରୋଗ୍ୟ ସୌନ୍ଦର୍ଯ୍ୟର ଦାତ୍ରୀ ଭାବେ ଭଗବତୀ ମହା ଲକ୍ଷ୍ମୀ ଏହି ଦିନ ଆରାଧୀତା ହୋଇଥାନ୍ତି। ତେଣୁ ହିନ୍ଦୁ ଆଧ୍ୟାତ୍ମିକତା ଏବଂ ଭଗବତ ବିଶ୍ବାସୀ ତାକୁ ନବ କର୍ମାରମ୍ଭ ର ପ୍ରେରଣା ଯୋଗାଇ ଦେଇଥାଏ ଓ ତାକୁ ଆସ୍ତିକ କରି ଗାଡି ତୋଳେ। ଅର୍ଥର ପ୍ରତିବନ୍ଧକୁ ଦୂର କରି ଆସ୍ତିକତା ତା ଭିତରେ ଅନ୍ତର୍ବଳ ଓ ଆତ୍ମବିଶ୍ଵାସ ଭରି ଦେଇଥାଏ ଆଗେଇ ଯିବା ପାଇଁ। ଏହି ଶରତ ଓ ହେମନ୍ତ ସନ୍ଧିର ଲକ୍ଷ୍ମୀ ପୂଜା ସମଗ୍ର ଦେଶରେ ଏକ ଯଜ୍ଞ ସ୍ବରୂପ ହୋଇପଡେ।

“ଯଜ୍ଞ କର୍ମ ସମ୍ୟୁଦଭବଃ” ଗୀତାବାଣୀ ଅନୁଯାୟୀ ସମଗ୍ର ଦେଶ କର୍ମ ମୁଖର ହୋଇଉଠେ। ଆତସବାଜି, ଦୀପ, ତେଲ, ପୂଜା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ସମେତ ମିଷ୍ଟାନ୍ନ ପ୍ରଭୃତିର ବ୍ୟବସାୟ ଓ ବ୍ୟବହାର ବଢିଯାଏ। ଅତୀତରେ ଓଡ଼ିଶାର ସାଧବ ମାନେ ବହିର୍ବାଣିଜ୍ୟ ସମାପନ କରି ଦୀପାବଳୀ ସମୟକୁ ଫେରିଆସି ପୁଣି କାର୍ତ୍ତିକ ପୁର୍ଣିମା ପରଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ। ଓଡିଆମାନେ ଦୀପଦାନ ପୂର୍ବକ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିଛନ୍ତି। ଏହା ହିଁ ଦୀପାବଳି ର ସ୍ଥାନୀୟ ତାତ୍ପର୍ଯ୍ୟ।

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୀପାବଳି ଆଲୋକ ଉତ୍ସବ ମହା ସମାରୋହରେ ପାଳନ କରାଯିବା ର ପରମ୍ପରା ରହିଛି। ଏହି ସାଂସ୍କୃତିକ ପର୍ବର ରଉପ ଅବଶ୍ୟ ଭିନ୍ନ ଭିନ୍ନ ଅଟେ। ଏହି ପର୍ବ ଭାରତୀୟ ସଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ ଆନଂଦ ଓ ଆଲୋକର ପର୍ବ ପର୍ବାଣି ଏବଂ ଆଲୋକ ର ପର୍ବ ଦୀପାବଳିକୁ ଅନ୍ଧାର ଉପରେ ଆଲୋକର ବିଜୟ ରୂପେ ଶିକ୍ଷିତ ଲୋକମାନେ ବିଚାର କରୁଥିବା ବେଳେ ନିମ୍ନ ସ୍ତରର ଲୋକ ମାନେ ଭୟ ଓ ହତାଶର ବିତାଡନ ନିମନ୍ତେ ଏହାକୁ ପାଳନ କରାଯାଉଛି ବୋଲି ଧରି ନେଇଛନ୍ତି।

କେବଳ ଓଡ଼ିଶା ନୁହେଁ ସାରା ଭାରତରେ କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଇଥାଏ। ସାରାରାତି ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଓ ବାହାର ଆଲୋକିତ ହୋଇଥାଏ ଦୀପ ଆଲୋକ ମାଳ ରେ। ଏହି ଉତ୍ସବ କାହିଁକି ପାଳନ କରାଯାଏ ସେହି ବିଷୟ ରେ କଲିକା ପୁରାଣ, ସ୍କନ୍ଧ ପୂରାଣ, ଲିଙ୍ଗ ପୂରାଣ ଆଦି ରେ ବର୍ଣ୍ଣିତ ହୋଇଛି। ଦୀପାବଳି ଅମାବାସ୍ୟାର ପୂର୍ବ ଦିନ ଚତୁର୍ଦଶୀକୁ ନରକ ଚତୁର୍ଦଶୀ ବୋଲି କୁହାଯାଏ କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକକସୁରକୁ ବଧ କରିଥିଲେ।

କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି। ଏହି ଦୀପାବଳି ସହ କାଳୀପୂଜାର ସମ୍ବନ୍ଧ ଥିବାରୁ ଏହା ଦୀପାବଳି ବା ଦିବାଲି ଭାବରେ ନାମିତ ହେବା ସହ କାଳୀପୂଜା ବା ଶ୍ୟାମା କାଳୀପୂଜା ଦିବସ ରୂପେ ସର୍ବତ୍ର ସ୍ଵୀକୃତ। ଏହି ଦିନ ରାତିରେ ପ୍ରତିଘରୁ ନିଃସୃତ ହୋଇଥାଏ ଦୀପଦାନ ଏବଂ ବାଣ ଫୁଟାଇବା କାର୍ଯ୍ୟ।

ସାଧାରଣତଃ ଓଡିଆମାନେ ପିମ୍ପେଇ ଡାକ କରିଥାନ୍ତି ଆଶ୍ବିନ ମାସର ମହାଳୟା ଓ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପିତୃ ପୁରୁଷ ଙ୍କ ନିମିତ୍ତ ପୂଜା କରିବା ପାଇଁ ଶ୍ରେଷ୍ଠ ତିଥି ଅଟେ। ଏହିଦିନ ରାତିରେ ପ୍ରତିଘରୁ ନିଃସୃତ ହୁଏ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବଂଶଧର ତଥା ଆତ୍ମୀୟଙ୍କ କଣ୍ଠରୁ ନିବେଦନ “ପିତୃଲୋକ ପରିତ୍ୟଜ୍ୟ ଆଗତ ଯେ ମହାଲୟେ, ଉଜ୍ବଳଂ ଜ୍ୟୋତିଶାଂ ମାର୍ଗ ପ୍ରପସ୍ୟନ୍ତେ ବ୍ରଜନ୍ତୁତେ”। ଅର୍ଥାତ ପିତୃଲୋକ ତ୍ୟାଗ କରି ମହଳୟା ରେ ଯେଉଁ ମାନେ ଆସିଥିଲେ ସେମାନେ ଏହି ତେଜୋଦୀପ୍ତ ମାର୍ଗ ଦର୍ଶନ କରନ୍ତୁ। ମାସକ ତଳେ ମହାଳୟା ଅମାବାସ୍ୟା ଯାଇଛି, ସେହିଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା।

ଆଜି ସେହି ପିତୃ ପୁରୁଷ ତାଙ୍କର ଉତ୍ତର ପୁରୁଷ ତଥା ଆତ୍ମୀୟଙ୍କ ଘରୁ ଶ୍ରଦ୍ଧା ନିବେଦନ ଗ୍ରହଣ କରି ଫେରି ଯାଉଛନ୍ତି। ତେଣୁ ସେହି ମାନଙ୍କୁ ମାର୍ଗ ଦର୍ଶନ ପାଇଁ ଘରେ ଘରେ ଦୀପ ପ୍ରଜ୍ବଲନ କରିବା ସହିତ କାଉଁରିଆ କାଠି ଜଲାଇ ମାତୃ ଭାଷାରେ ନିବେଦନ କରାଯାଇଥାଏ।

ବିଶେଷତଃ ଓଡ଼ିଶାରେ ଦୀପାବଳୀ ଦିନ ଗୟା ଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ପାଖରେ କିମ୍ବା ପୟା ଦଣ୍ଡା ଖୋଲି କିମ୍ବା ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳ ମୂଳ ତଥା ଦୀପଦାନ କରାଯାଇଥାଏ। ବଡ ବଡିଆ ଅର୍ଥାତ ପିତୃପୁରୁଷଙ୍କୁ କଉଁରିଆ କାଠି ଜଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି। ଯେଉଁ ପିତୃ ପୁରୁଷ ମାନେ ପିତୃପକ୍ଷ ଅର୍ଥାତ ଆଶ୍ଵିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆସି ଜୀବିତ ଉତ୍ତର ଦାୟାଦଙ୍କ ଠାରୁ ତର୍ପଣ ଏବଂ ମହାଲୟାରେ ପିଣ୍ଡ ପ୍ରଭୃତି ଗ୍ରହଣ କରି ଏଠାରେ ଥାଆନ୍ତି ସେମାନଙ୍କର ପ୍ରୟାଣ ଉଦ୍ଦେଶ୍ୟରେ ପିତୃ ଲୋକେ ପଥ ପ୍ରଦର୍ଶନ ପାଇଁ ଏହି ଆଲୋକ ବର୍ତ୍ତିକା ର ପ୍ରଦର୍ଶନ ପୂର୍ବକ ଭକ୍ତିପୂତ ଭାବେ ଦୀପାବଳି ପାଳନ କରାଯାଇଥାଏ। ସାଧାରଣ ଲୋକେ କହିଥାନ୍ତି, ହେ ପିତୃପୁରୁଷ ଅନ୍ଧାରରେ ଆସିଥିଲ ଏବେ ଆଲୋକରେ ଯାଅ। ଆମର ମଙ୍ଗଳ ହେବ, ଅଜ୍ଞାନ ଅନ୍ଧାରରୁ ଅଆମକୁ ମୁକ୍ତ କରି ଜ୍ଞାନାଲୋକ ର ମାର୍ଗର ପଥିକ କର, ସତ ପଥରେ ଯିବାକୁ ମାର୍ଗ ପ୍ରଦର୍ଶନ କର।

ଏହି ପବିତ୍ର ଦୀପାବଳିରେ ଆଉ ଏକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ, ତାହା ହେଉଛି ଶ୍ୟାମା କାଳି ପୂଜା। ଭଗବତୀ ବ୍ରହ୍ମ ସ୍ବରୂପା ମହା କାଳୀଙ୍କର ଏହି ଦିନ ଆବିର୍ଭାବ ଉତ୍ସବ ପାଳିତ ହୋଇଥାଏ। ସୃଷ୍ଟି ( ମାତୃ ରୂପା ), ସ୍ଥିତି ( ବର ଓ ଅଭୟ ରୂପା ) ଏବଂ ସଂହାର ( ଖଡଗ ଓ ମୁଣ୍ଡ ଧାରିଣୀ ରୂପା) ଅର୍ଥାତ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ଜଗଦମ୍ବା ମହାକାଳୀଙ୍କର ଆରାଧନା ପଛରେ ମାନବ ସମାଜ ତାର ଦୁର୍ଗତି ନାଶ କରି ସାଂସାରିକ ଐଶ୍ବର୍ଯ୍ୟ ଭୋଗ ପୂର୍ବକ ମୁକ୍ତି କାମନା କରିଥାଏ। ଏହି ମହାଶକ୍ତି ମହାମାୟା ତ୍ରିପୁର ସୁନ୍ଦରୀ ମହାକାଳୀଙ୍କ ର ଆରାଧନା ରେ ମାନବ ଭୋଗ ଏବଂ ଐଶ୍ବର୍ଯ୍ୟ ର ଅଧିକାରୀ ହୋଇ ମୋକ୍ଷ ଲାଭ କରିଥାଏ।

ଦୀପାବଳି ପର୍ବ ପାଳନ କରିବା ପଛରେ ଅନେକ ପୌରଣିକ ଓ ଐତିହାସିକ ପୃଷ୍ଠ ଭୂମି ନିହିତ। ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରତାପୀ ନରକାସୁର ର ଅତ୍ୟାଚାର ରେ ଦେବଗଣ ଭୀତତ୍ରସ୍ତ ହୋଇ ଶ୍ରୀକୃଷ୍ଣ ଙ୍କର ଶରଣାପନ୍ନ ହେଲେ। ଷୋହଳ ସହସ୍ର କନ୍ୟାନକୁ ସେମାନଙ୍କ ଆର୍ତ୍ତନାଦ ଶୁଣି ଶ୍ରୀକୃଷ୍ଣ ବାକୁଳାଞ୍ଚଳ ପର୍ବତରେ ପ୍ରବେଶ କରି ପ୍ରଥମେ ନରକାସୁରର ପୁତ୍ର ଭଗଦତ୍ତ ର ସଂହାର କରି ପରେ ନରକାସୁର କୁ ନାଶ କରିଥିଲେ। ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀ ଦେବୀଙ୍କର ବିନୟ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ଭଗଦତ୍ତକୁ ଜୀବ ଦାନ ଦେଇ ସିଂହାସନାରୂଢ କରାଇ ବନ୍ଦୀଥିବା ଷୋହଳ ସହସ୍ର ସୁନ୍ଦରୀ କନ୍ୟା ଙ୍କୁ ମୁକ୍ତି ଦେଇ ସସମ୍ମାନେ ଦ୍ବାରିକା ପଠାଇ ଥିଲେ। ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା ଓ ଶାନ୍ତି ପ୍ରତିଷ୍ଠିତ ହେଲା। ସମସ୍ତେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କଲେ। ସେହି ଉତ୍ସବକୁ ନରକୋତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ସେହିଦିନ ଚତୁର୍ଦଶୀ ତିଥି ଥିବା ହେତୁ ସେହି ଦିନକୁ ନରକ ଚତୁର୍ଦଶି ମଧ୍ୟ କୁହା ଯାଇ ଥାଏ। ପରଦିନ ନରକାସୁର ର ବଧ ହେବା ପରେ ସମସ୍ତେ ନିର୍ଭୟରେ ଆଲୋକ ଜଲାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବାରୁ
ଦୀପା ବଳି ଉତ୍ସବ ସେହିଦିନରୁ ପାଳିତ କରାଯାଉଥିବା ଜଣାଯାଏ।

ଆଉ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଗତଜନନୀ ମାଁ ଦୂର୍ଗାଙ୍କୁ ସାଧନ କରି ବିଜୟା ଦଶମୀ ଦିନ ପାପାଚାରୀ ରାବଣ କୁ ବଧ କରିବା ପରେ ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଜା ମାନେ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଅଯୋଧ୍ୟା ନଗରୀ କୁ ଅଜସ୍ର ଦୀପଲୋକରେ ସୁସଜ୍ଜିତ କରିଥିଲେ। ସେହି ଶୋଭନୀୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଦୀପାବଳିର ସୂତ୍ରପାତ ବୋଲି କୁହ ଯାଇଥାଏ। ତ୍ରୁତୀୟତଃ ଅନ୍ୟ ହିନ୍ଦୁ ପୂରାଣ ଓ ଶାସ୍ତ୍ର ରେ ମଧ୍ୟ ଏହି ଦୀପାବଳି “ ବଳି ରାଜ୍ୟ ଉତ୍ସବ “ ଭାବରେ ପ୍ରଖ୍ୟାତ। ଏହି ଦିନ ରାଜା ବଳି ମର୍ତ୍ତ୍ୟ କୁ ଆଗମନ କରିଥିବା ଯୋଗୁଁ ତାଙ୍କର ପ୍ରଜାମାନେ ଏହି ଦିବସ ଟିକୁ ଦୀପମାଳା ରେ ସଜାଇ ରକାଙ୍କୁ ସ୍ବାଗତ କରିଥିଲେ। ଏହି ଅନନ୍ଦୋତ୍ସବ ସୂତ୍ର ରୁ ଦୀପାବଳି ଉତ୍ସବ ର ଆରମ୍ଭ ହୋଇଥିବା କୁହାଯାଇଥାଏ। ଏହି ଦିନ ଟିକୁ ବଳିରାଜ୍ୟ ଉତ୍ସବ ବୋଲି ମଧ୍ୟ କୁହ ଯାଇଥାଏ। ପୁନଶ୍ଚ ଜୀବ ଜଗତ ସୃଷ୍ଟି ହେବା ପୂର୍ବରୁ ଏ ଜଗତ ଘୋର ଅନ୍ଧକାରରେ ପୂର୍ଣ୍ଣ ଥିଲା। ସେହି ଅନ୍ଧକାର ମୟ ଧରଣି ର ଅନ୍ୟ ନାମ ହିଁ ନରକ। କାଳ କ୍ରମେ ସୁର୍ଯ୍ୟ ଙ୍କ ଉତ୍ପତ୍ତି ହେବା ପରେ ସେହି ଅନ୍ଧକାର କୁ ଦୂର କଲେ। ସେହି ଆଲୋକର ସ୍ମାରକୀ ପାଇଁ ଦକ୍ଷିଣ ଭାରତରେ ନରକାସୁର ବୃତ୍ତାନ୍ତ ପାଇଁ ଦୀପାବଳି ନାରକ ଚତୁର୍ଦଶୀ ଭାବରେ ପାଳିତ ହୋଇଥାଏ।

ଏହା ଛଡା ଐତିହାସିକ ପୃଷ୍ଠଭୂମି ର ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ଉଜ୍ଜୟନୀ ର ରାଜା ବିକ୍ରମାଦିତ୍ୟ ଏହିଦିନ ସିଂହସନାରୂଢ ହୋଇଥିବାରୁ ଲୋକେ ଦୀପ ଜାଳି ରାଜାଙ୍କୁ ଅଭ୍ୟର୍ଥନା କରିଥିଲେ। ମୋଗଲ ଯୁଗର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ ତାଙ୍କର “ ଆଇନ-ଇ-ଆକବରୀ” ରେ ଦିଵାଳି ସମ୍ବନ୍ଧରେ ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି। ବଣିକ ଗୋଷ୍ଠୀ ମଧ୍ୟରେ ଏହା ଏକ ସର୍ବାପେକ୍ଷା ଅଧିକ ଲୋକପ୍ରିୟ ପର୍ବ। ମୋଗଲ ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିବାର “ ଆଇନ-ଇ-ଆକବରୀ” ରୁ ଜଣାଯାଏ।

କନୌଜର ରାଜା ହର୍ଷବର୍ଦ୍ଧନ ତାଙ୍କର ଗୋଟିଏ ନାଟକ “ନାଗାବଳୀ” ରେ ଏହି ଉତ୍ସବକୁ “ଦୀପପ୍ରତି ପଦୂତ୍ସବ”। ଏହିସବୁ ଭିତ୍ତିଭୂମିକୁ ବଡ ଦେଲେ ସୁଦ୍ଧା ୧୬୬୨ ଖ୍ରୀଷ୍ଟାବ୍ଦ ରେ ଏହି କାର୍ତ୍ତିକ ଅମବାସ୍ୟା ତିଥିରେ ଶିଖ ଧର୍ମାବଲମ୍ବୀ ମାନଙ୍କ ଷଷ୍ଠ ଧର୍ମଗୁରୁ ଗୋବିନ୍ଦ ସିଂ ୫୨ ଜଣ ରାଜପୁତ ଙ୍କ ସହ ଗ୍ୱାଲିୟର ଦୁର୍ଗ ରୁ ମୁକ୍ତ ହୋଇଥିଲେ। ସେହି ଦିନ ଶିଖ ମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଦୀପମାଳାରେ ସୁସଜ୍ଜିତ କରିବା ସହିତ ଦରଗା ସାହେବ ପୁଷ୍କରିଣୀରେ ସ୍ନାନ କରି ଅତି ପବିତ୍ର ଭାବରେ ଦିନଟି କଟାଇ ଥାନ୍ତି। ଏତଦ ବ୍ୟତୀତ ଆର୍ଯ୍ୟ ସମାଜର ପ୍ରବର୍ତ୍ତକ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କର ତିରୋଧାନ ମଧ୍ୟ ଏହି ଦିନରେ ହୋଇଥିଲା। ସ୍ବାମୀ ରାମତୀର୍ଥ ଙ୍କ ଆବିର୍ଭାବ ଓ ତିରିଧାନ ମଧ୍ୟ ଏହି ଦିନରେ ହୋଇଥିଲା। ତେଣୁ ଆର୍ଯ୍ୟ ସମାଜର ଲୋକେ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରିଥାନ୍ତି।

ତେବେ ଦୀପାବଳି ଯେ ଏକ ସାଂସ୍କୃତିକ ପରମ୍ପରାର ପ୍ରତିକ ଏହା ଦୃଢତାର ସହ କୁହାଯାଇପାରେ। “ତମସୋ ମାଁ ଜ୍ୟୋତିର୍ଗମୟ, ମୃତ୍ୟୋ ର୍ମା ଅମୃତୋମୟ”, ଆଲୋକର ଆଲିଙ୍ଗନ ପାଇଁ ଏ ବାଣୀ କେବଳ ଯେ ପ୍ରାଚ୍ୟ ଭୂଖଣ୍ଡରେ ଉଚ୍ଚାରିତ ହୋଇଛି ତହ ନୁହେଁ। ଏ ଆକାଂକ୍ଷା ସର୍ବ ବ୍ୟାପୀ। ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ସେହି ଆକୁଳ କାକୁତି କେବଳ ଆଲୋକ ପାଇଁ। ଅଗ୍ନି ସମସ୍ତ ଜୀବ ଜଗତରେ ମୂଳ ହେତୁ ଜୀବନର ଅନ୍ୟ ନାମ ଆଲୋକ। ଏହି ଆଲୋକ ଅମୃତ ସାନ୍ନିଧ୍ୟ ଲାଭ କଲେ ମନୁଷ୍ୟର ହୃଦଯ ଉପବନରେ ଶାନ୍ତି ମୈତ୍ରୀ, କାରୁଣ୍ୟ, ସତ୍ୟ ଆଦିର ସୁବାସିତ ସୁମନ ବିକଶିତ ହୋଇଥାଏ। ଆଲୋକ ପଥର ଯାତ୍ରୀ ହେଲେ ବ୍ୟକ୍ତି ଅମରତ୍ଵ ଲାଭ କରେ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଯୋଗାଯୋଗ – ୯୧୧୪୯୩୯୩୨୯

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସଙ୍କଟ ସମୟରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଜିନିଷଗୁଡ଼ିକ ଉପରେ ଦିଅନ୍ତୁ ଧ୍ୟାନ, ଦୂର ହେବ ସମସ୍ୟା

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଅନୁଯାୟୀ, ସଙ୍କଟ କେବେ ଆଗୁଆ ସୂଚନା ଦେଇ ଆସେ ନାହିଁ। ଯେଉଁମାନେ ପ୍ରତ୍ୟେକ ସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିଥାନ୍ତି, ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡିବ ନାହିଁ। ସଙ୍କଟ ସମୟରେ, ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ପରାମର୍ଶ ସମ୍ପୂର୍ଣ୍ଣ ରୂପେ କାମରେ ଆସିବ।

ସଙ୍କଟ ସମୟରେ ଅବହେଳା ଅତ୍ୟଧିକ ଖରାପ ହୋଇପାରେ:

ଯଦି ଆପଣ ଏକ ଶକ୍ତିଶାଳୀ ଶତ୍ରୁକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ରଣନୀତି ପ୍ରସ୍ତୁତ କରାଯିବା ଉଚିତ୍। ଯେକୌଣସି ପ୍ରକାରର ଅବହେଳା ମହଙ୍ଗା ହୋଇପାରେ। ଚାଣକ୍ୟ ନୀତି ଅନୁଯାୟୀ, ସଙ୍କଟ ସମୟରେ ପ୍ରଥମେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍। ଏହା ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଯିବା ଉଚିତ୍। ଯେକୌଣସି ଯୁଦ୍ଧରେ ଜିତିବା ପାଇଁ ନିୟମ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ପରି ମହାମାରୀକୁ ଏଡାଇବା ପାଇଁ ନିୟମ ମଧ୍ୟ ଦିଆଯାଇଛି। ଏହି ନିୟମକୁ ଶକ୍ତିର ସହିତ ଅନୁକରଣ କରିବା ବୁଦ୍ଧିମାନ। କେବଳ ସେତେବେଳେ ସ୍ଵୟଂ ଏବଂ ଅନ୍ୟମାନଙ୍କୁ ଏହି ଶତ୍ରୁରୁ ରକ୍ଷା ପାଇପାରିବେ।

ଶକ୍ତିଶାଳୀ ହୁଅନ୍ତୁ:

କୌଣସି ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱାସ କରିଥିଲେ ଯେ, ଯଦି ସ୍ୱାସ୍ଥ୍ୟ ଭଲ ହୁଏ ତେବେ କୌଣସି ରୋଗ ଏହାକୁ ଛୁଇଁ ପାରିବ ନାହିଁ। ସଫଳତା ପାଇଁ ନିଜର ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯେକୌଣସି ଆହ୍ଵାନ କେବଳ ସୁସ୍ଥ ରହିବା ଅବସ୍ଥାରେ ଲଢେଇ କରାଯାଇପାରେ। ତେଣୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନିରନ୍ତର ପ୍ରୟାସ କରାଯିବା ଉଚିତ୍।

ସଚେତନତା:

ସଚେତନତା କେବଳ ସଙ୍କଟରୁ ରକ୍ଷା କରିଥାଏ। ସଙ୍କଟ ସମୟରେ ଜଣେ ସଚେତନ ହେବା ଉଚିତ୍। ଯଦି ସମ୍ଭବ, ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଚେଷ୍ଟା କରନ୍ତୁ। ସଙ୍କଟରୁ ଭୟ କରନ୍ତୁ ନାହିଁ। ଉପଯୁକ୍ତ ପରାମର୍ଶ, ଜ୍ଞାନ, ଅଭିଜ୍ଞତା ଏବଂ ସାହସ ସହିତ, ସଙ୍କଟରୁ ରକ୍ଷା ପାଇବାକୁ ଚେଷ୍ଟା କରିବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଦୀପାବଳି ପୂଜା ବେଳେ ଏହି ସାତୋଟି କଥା ଉପରେ ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ବିଭ୍ରାଟ

ଦୀପାବଳି ୨୦୨୨: ଦୀପାବଳି ଦିନ ମୁଖ୍ୟତଃ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ପୂଜା କରାଯାଏ। ହେଲେ ଧ୍ୟାନ ରଖିବା ଉଚିତ ଯେ, ପୂଜା ଯେପରି ବିଧି ମୁତାବିକ ହେବା ଦରକାର। ଫଳରେ ଧନ ଏବଂ ସମୃଦ୍ଧତା ସହିତ ସୁଖ ଏବଂ ଶାନ୍ତି ବର୍ଷସାରା ରହିଥାଏ। ପୂଜା ସମୟରେ ଏହି କେତୋଟି କଥା ଭୁଲରେ କରିବା ଉଚିତ ନୁହେଁ।

ମଇଳା: ଦୀପାବଳି ଦିନ ଘରଟି ସଂପୂର୍ଣ୍ଣ ପରିସ୍କାର କରିବା ଉଚିତ। ଏହି ଦିନ ଘରେ ମଇଳା ରହିଲେ ଦେବୀ ଲକ୍ଷ୍ମୀ ରାଗିଯାଆନ୍ତି ବୋଲି ବିଶ୍ବାସ ରହିଛି। ଦୀପାବଳି ଦିନ, ମା ଲକ୍ଷ୍ମୀ ଘରେ ମଇଳା, ଅଳିଆ ଆବର୍ଜନା ଥିଲେ ସେ ଗୃହରେ ପ୍ରବେଶ କରନ୍ତି ନାହିଁ। ତେଣୁ ଏହି ଦିନ ଘରକୁ ସଫା ଏବଂ ପରିଷ୍କାର ରଖନ୍ତୁ।

ଉପହାର: ଦିୱାଲିରେ, ଛୁରୀ, କଞ୍ଚା, ବ୍ଲେଡ୍, ପେନ୍ ଇତ୍ୟାଦି କୈଣସି ତୀକ୍ଷ୍ଣ ଜିନିଷ କେବେବି ଉପହାର ଦେବା ଉଚିତ୍ ନୁହେଁ। ଏହା ଦୁର୍ଭାଗ୍ୟ ସୃଷ୍ଟି କରେ। ଏହି ଦିନ ରୁମାଲ ମଧ୍ୟ ଉପହାର ଦେବା ଉଚିତ୍ ନୁହେଁ।

ମୂର୍ତ୍ତିମାନଙ୍କର କ୍ରମ: ଦିୱାଲୀ ଦିନ ଚିତ୍ର କିମ୍ବା ମୂର୍ତ୍ତିଗୁଡିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଏ। ବାମରୁ ଡାହାଣକୁ ଭଗବାନ ଗଣେଶ, ମା ଲକ୍ଷ୍ମୀ , ଭଗବାନ ବିଷ୍ଣୁ, ମା ସରସ୍ୱତୀ ଏବଂ ମା କାଳୀଙ୍କ ମୂର୍ତ୍ତି ରଖାଯାଏ। ଏହା ପରେ ଲକ୍ଷ୍ମଣ, ରାମ ଏବଂ ପରେ ସୀତାଙ୍କ ଫଟୋ ବା ପ୍ରତିମୂର୍ତ୍ତି ରଖାଯାଏ।

ପୂଜା ସମୟରେ ଶବ୍ଦ କର ନାହିଁ: କୁହାଯାଏ ଯେ ମା ଲକ୍ଷ୍ମୀଙ୍କ ଆରତୀ ସମୟରେ ଉଚ୍ଚ ସ୍ୱରରେ କରତାଳି ଦିଅନ୍ତି ନାହିଁ କିମ୍ବା ଗୀତ ଗାଆନ୍ତି ନାହିଁ। ମାତା ଲକ୍ଷ୍ମୀ ଉଚ୍ଚ ଶବ୍ଦ ପସନ୍ଦ କରନ୍ତି ନାହିଁ। ଏଥିସହ ମନେରଖନ୍ତୁ ଯେ ପୂଜା କରିବା ସମୟରେ ବାଣ ଜାଳନ୍ତି ନାହିଁ କିମ୍ବା ପୂଜା ପରେ ପରେ ଶବ୍ଦ କରନ୍ତି ନାହିଁ।

ଭଗବାନ ବିଷ୍ଣୁଙ୍କ ସହିତ ଉପାସନା: ଯେଉଁମାନେ ସ୍ୱାମୀ ଶ୍ରୀ ହରି ବିଷ୍ଣୁଙ୍କୁ ପୂଜା କରନ୍ତି ନାହିଁ ସେହି ପୂଜାକୁ ମା ଲକ୍ଷ୍ମୀ ଗ୍ରହଣ କରନ୍ତି ନାହିଁ। ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରି ଦିୱାଲୀ ପୂଜା ଆରମ୍ଭ କରନ୍ତୁ।

ରାତିସାରା ଏକ ଦୀପ ଜାଳନ୍ତୁ: ଦିୱାଲୀ ଦିନ, ଅନେକ ଲୋକ ରାତି ସାରା ଦୀପ ଜାଳିବାକୁ  ଭୁଲିଯାଆନ୍ତି। ହେଲେ ଦୀପାବଳି ଦିନ ରାତିସାରା ଦୀପ ଜଳିବା ଉଚିତ। ଏକ ଦୀପକୁ ଏପରି ଆଲୋକିତ କରନ୍ତୁ ଯେ ଏହା ରାତିସାରା ଜଳି ରହିବ। ଘରର ଦକ୍ଷିଣ-ପୂର୍ବ କୋଣରେ ଘିଅ କିମ୍ବା ତେଲର ଦୀପ ଜାଳନ୍ତୁ।

ଶୋଇବା ପୂର୍ବରୁ ଘରକୁ ସଜାନ୍ତୁ: ଦିୱାଲୀ ଦିନ, ପୂଜାପାଠ ତଥା ବାଣ ଦୀପ ଯୋଗୁ ଘରେ ମଇଳା ହୋଇଯାଏ। ଅନେକ ସେହି ମଇଳାକୁ ସେମିତ ଛାଡି ଶୋଇପଡନ୍ତି। ହେଲେ ସେପରି କରିବା ବଡ ଭୁଲ। ଦୀପାବଳି ଦିନ ଅନ୍ଧାର ହେବା ପୂର୍ବରୁ ଘରର ଅଳିଆ ସଫା କରି ଏକ କୋଣରେ ରଖନ୍ତୁ ଏବଂ ସକାଳେ ଫୋପାଡି ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ରାଶିଫଳ: ଆଜି ୪ ଟି ରାଶିର ବ୍ୟକ୍ତିମାନେ ସାବଧାନ ରୁହନ୍ତୁ, ହୋଇପାରେ ଅସୁବିଧା

ମେଷ:- କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସକାଳ ସମୟ ଅନୁକୂଳ ହେବ। ଆଜି ସରକାରୀ ସୁବିଧା ହେବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ବ୍ୟବସାୟିକ ଲାଭ ହେବ। ବୃତ୍ତିଗତମାନଙ୍କର ଉଚ୍ଚ ଅଧିକାରୀମାନେ ସେମାନଙ୍କ ଉପରେ ସନ୍ତୁଷ୍ଟ ହେବେ। ଚିନ୍ତାଧାରାରେ ଶୀଘ୍ର ପରିବର୍ତ୍ତନ ଆସିବ। କିନ୍ତୁ ମଧ୍ୟାହ୍ନ ପରେ ମନର ଶକ୍ତି ଖାଲି ହୋଇଯିବ ଏବଂ ମନ ଚିନ୍ତାରେ ହଜିଯିବ। ମାନସିକ ସ୍ତରରେ ଆରାମଦାୟକ। ତରଳ ପଦାର୍ଥଠାରୁ ଦୂରରେ ରୁହନ୍ତୁ।

ବୃଷ:- ଆଜି ଆପଣଙ୍କ ପାଇଁ ଏକ ମଧ୍ୟମ ଫଳପ୍ରଦ ଦିନ। ଆଜି ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସାକ୍ଷାତ ଆନନ୍ଦଦାୟକ ହେବ। ଆପଣ ଟଙ୍କା ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବାରେ ଦିନର ଅଧିକାଂଶ ସମୟ ଅତିବାହିତ କରିବେ। କ୍ରୋଧର ପରିମାଣ ମଧ୍ୟ ବଢିପାରେ। ପରିବାର ଏବଂ ସହକର୍ମୀମାନଙ୍କ ସହିତ ଅଧିକ ବିତର୍କ କରନ୍ତୁ ନାହିଁ। ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତି ଦେବ।

ମିଥୁନ:- ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନଟି ଲାଭଦାୟକ ହେବ। ଆଜି ବନ୍ଧୁ ଏବଂ ପରିବାରର ସହଯୋଗକୁ ଖୁସି କରିବ। ଆଜି ଆପଣ ଭଲ ଖାଦ୍ୟ ଏବଂ ପୋଷାକର ସୁବିଧା ମଧ୍ୟ ପାଇବେ। କୈଣସି ପ୍ରକାରର ଖରାପ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ବ୍ୟବସାୟରେ ଏକ ଅନୁକୂଳ ପରିବେଶ ଆପଣଙ୍କୁ ଖୁସି ରଖିବ । ଆଜି ଦିନସାରା ଉତ୍ସାହ ଏବଂ ଆନନ୍ଦ ବିସ୍ତାର କରିବ।

କର୍କଟ:- ଆର୍ଥିକ ଦୃଷ୍ଟିକୋଣରୁ ଖର୍ଚ୍ଚ ଆଜି ଆୟଠାରୁ ଅଧିକ ହେବ। ଆଖି ରୋଗ ପାଇଁ ମାନସିକ ଚିନ୍ତା ବଢିପାରେ । ବକ୍ତବ୍ୟ ଉପରେ ଆଜି ସଂଯମତା ରଖନ୍ତୁ । ଧ୍ୟାନ ଦିଅନ୍ତୁ ଯେ କାହା ସହିତ ଯେପରି ଆଜି ଦ୍ୱନ୍ଦ୍ୱ ନ ହୁଏ । ମଧ୍ୟାହ୍ନ ଭୋଜନ ପରେ ସମସ୍ୟା ବଦଳିଯିବ। ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଏକ ଲାଭଦାୟକ ଦିନ। ପାରିବାରିକ ପରିବେଶ ମଧ୍ୟ ଭଲ ହେବ। ନକାରାତ୍ମକ ଭାବନାକୁ ମନରୁ ଦୂରେଇ ରଖନ୍ତୁ।

ସିଂହ:- ଆଜି ସକାଳେ ବହୁତ ଭଲ ଖର୍ଚ୍ଚ ହେବ। ଆପଣ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଉପଭୋଗ୍ୟ ଏବଂ ଲାଭଦାୟକ ଖବର ପାଇବେ। ସାଙ୍ଗମାନଙ୍କ ତରଫରୁ ମଧ୍ୟ ଭଲ ଖବର ପାଇବେ। ଆୟ ବୃଦ୍ଧି ପାଇବ ଏବଂ ଲାଭ ହେବ। ମଧ୍ୟାହ୍ନ ପରେ, ଆପଣ ଯତ୍ନବାନ ହେବା ଉଚିତ। ଆପଣ ବକ୍ତବ୍ୟ ଏବଂ ଆଚରଣ ଦ୍ୱାରା ଦ୍ୱନ୍ଦ୍ୱରେ ନ  ପଡନ୍ତୁ । ଦୁର୍ଘଟଣାର ସମ୍ଭାବନା ମଧ୍ୟ ଅଛି । ମାନସିକ ଚିନ୍ତା ହେବ। ପରିବାର ଏବଂ ପିଲାମାନଙ୍କ ସହିତ ଅଲଗା ହେବାର ଏକ ଘଟଣା ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ।

କନ୍ୟା:- ଆଜି ଆପଣଙ୍କ ଦିନ ଅନୁକୂଳ ହେବ। ପରିବାର ସହିତ ଆପଣଙ୍କର ସମ୍ପର୍କ ସ୍ନେହପୂର୍ଣ୍ଣ ହେବ। ବନ୍ଧୁ ଏବଂ ପରିବାରଙ୍କଠାରୁ ଉପହାର ଗ୍ରହଣ କରିବେ । ବ୍ୟବସାୟରେ ଉଚ୍ଚ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ଆପଣଙ୍କ ଖୁସି ମଧ୍ୟ ବୃଦ୍ଧି ପାଇବ। ଧ୍ୟାନ ଦିଅନ୍ତୁ ଯେ ମଧ୍ୟାହ୍ନ ପରେ ଆପଣଙ୍କ ବକ୍ତବ୍ୟ ଠିକ ରହିବା ଦରକାର। ଦୁର୍ଘଟଣାର ସମ୍ଭାବନା ଅଛି । କିଛି ଆନନ୍ଦଦାୟକ ସ୍ଥାନରେ ଏକ ସ୍ୱଳ୍ପ ରହଣି ଆୟୋଜିତ ହେବ। ବିବାହ ଆଶା କରୁଥିବା ବ୍ୟକ୍ତିମାନେ ଜୀବନସାଥୀ ପାଇବେ। ସାଙ୍ଗମାନେ ଉପକୃତ ହେବେ।

ତୂଳା:- ସକାଳେ ତୁମର ମନ ଚିନ୍ତିତ ହେବ। ସେଠାରେ ଶାରୀରିକ ଆରାମ ଏବଂ ଅଳସୁଆ ହେବେ। ବ୍ୟବସାୟରେ ଆପଣ ଅଧିକାରୀମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିବେ। ପିଲାମାନଙ୍କ ସହିତ ମଧ୍ୟ ପାର୍ଥକ୍ୟ ହୋଇପାରେ, କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଅଫିସ୍ ପରିବେଶରେ ଉନ୍ନତି ଆସିବ। ଉଚ୍ଚ ପଦାଧିକାରୀମାନେ ଆପଣଙ୍କୁ ଉପକୃତ କରିବେ, ତେଣୁ ପଦୋନ୍ନତି ହୋଇପାରେ। ସାମାଜିକ କ୍ଷେତ୍ରରେ ମଧ୍ୟ ସମ୍ମାନ ପାଇବା ପାଇଁ ଏକ ମାମଲା ହେବ। ସ୍ବାସ୍ଥ୍ୟ ଭଲ ରହିବ।

ବିଛା:- ଆଜି ଆପଣ ଆଧ୍ୟାତ୍ମିକତା ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା ମାଧ୍ୟମରେ ନକାରାତ୍ମକ ବିଷୟରୁ ମୁକ୍ତି ପାଇପାରିବେ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ରହିବେ। ଧ୍ୟାନ ଦିଅନ୍ତୁ ଯେ କୈଣସି ମାନହାନି ପରି କାମ କରିବେ ନାହିଁ। ଭାଷଣରେ ସଂଯମତା ରଖିଲେ ପରିସ୍ଥିତି ଅନୁକୂଳ ହେବ। ପେଟ ରୋଗ ବିଷୟରେ ଆପଣ ଚିନ୍ତିତ ହେବେ। ବ୍ୟବସାୟ କ୍ଷେତ୍ରରେ ଅସୁବିଧା ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ଭାବରେ ଚାଲନ୍ତୁ। ବ୍ୟବସାୟରେ ପରିସ୍ଥିତି ଅନୁକୂଳ ହେବ।

ଧନୁ:- ସୁଖ ଏବଂ ଦୁଃଖର ମିଶ୍ରିତ ଆତ୍ମା ​​ଦିନସାରା ରହିବ। ଆପଣ ସକାଳେ ଆନନ୍ଦ ଏବଂ ମନୋରଞ୍ଜନରେ ବୁଡି ରହିବେ । ପାରିବାରିକ ପରିବେଶ ମଧ୍ୟ ଉପଭୋଗ୍ୟ ହେବ। ଆପଣ ଶାରୀରିକ ଏବଂ ମାନସିକ ଭାବରେ ମଧ୍ୟ ସୁସ୍ଥ ରହିବେ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଭାବନା ହେତୁ ଆପଣ ଚାପ ଅନୁଭବ କରିବେ। ଏହା ମନକୁ ବିବ୍ରତ କରିବ।

ମକର:- ଆଜି କଥାବାର୍ତ୍ତା ସମୟରେ କ୍ରୋଧ କରନ୍ତୁ ନାହିଁ। ପରିବାରରେ ଶାନ୍ତି ଏବଂ ଆନନ୍ଦ ରହିବ। ସମ୍ମାନ ପାଇବା ସମ୍ଭାବନା ମଧ୍ୟ ଅଛି । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ମଧ୍ୟାହ୍ନ ଭୋଜନ ପରେ ଆପଣ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ସାଙ୍ଗକୁ ଭେଟିବା ପରେ ହୃଦୟ ଆନନ୍ଦିତ ହେବ। ପର୍ଯ୍ୟଟନ ସ୍ଥାନକୁ ଯାଇ ମନକୁ ଉପଭୋଗ କରିବାକୁ ଚେଷ୍ଟା କରିବା ସଫଳ ହେବ।

କୁମ୍ଭ:- ଆଜି କଳା ପ୍ରତି ଆପଣଙ୍କର ବିଶେଷ ଆଗ୍ରହ ରହିବ। ଆଜି ଖର୍ଚ୍ଚ ପରିମାଣ ଅଧିକ ହେବ । ପିଲାମାନଙ୍କ ସହ ଜଡିତ ପ୍ରଶ୍ନଗୁଡିକୁ ନେଇ ନିର୍ଯ୍ୟାତିତ ହେବେ । କିନ୍ତୁ ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ । ବ୍ୟବସାୟରେ ଆପଣ ସହକର୍ମୀଙ୍କ ସହଯୋଗ ମଧ୍ୟ ପାଇବେ। ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ।

ମୀନ:- ଆଜି ଅଧିକ ଭାବପ୍ରବଣ ନହେବାକୁ ପରାମର୍ଶ। ଅତ୍ୟଧିକ ଚିନ୍ତାଧାରା ହେତୁ  ମାନସିକ ଆରାମ ପାଇବେ। ଆଜି ଜମି ଓ ଘର ସମ୍ପତ୍ତି ବିଷୟରେ ଆଲୋଚନା ନ କରିବାକୁ ପରାମର୍ଶ ଦେଇଛନ୍ତି। ପେଟ ସମ୍ବନ୍ଧୀୟ ଅଦୃଶ୍ୟତା ଭଳି ରୋଗରୁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆଜି ଛାତ୍ରମାନଙ୍କ ପାଇଁ ଏକ ଲାଭଦାୟକ ଦିନ। ଭ୍ରମଣ ପାଇଁ ସମୟ ଅନୁକୂଳ ନୁହେଁ, ସମ୍ଭବ ହେଲେ ଯାତ୍ରାକୁ ଏଡାଇ ଦିଅନ୍ତୁ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି 7ମ ଆୟୁର୍ବେଦ ଦିବସ ମହା ସମାରୋହରେ ଆୟୋଜନ କରାଯାଇଛି। ଚଳିତ ବର୍ଷର 7ମ ଆୟୁର୍ବେଦ ଦିବସ ‘‘ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ’’ ର ଥିମ ସହିତ ଆୟୋଜନ କରାଯାଇଛି ଯଦ୍ବାରା ଆୟୁର୍ବେଦର ଲାଭକୁ ବ୍ୟାପକ ଓ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ମଧ୍ୟରେ ସଂପ୍ରସାରିତ କରାଯାଇ ପାରିବ। ଛଅ ସପ୍ତାହ ବ୍ୟାପି ଚାଲୁଥିବା ଏହି ସମାରୋହରେ ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ ଦେଖା ଯାଇଛି। ଭାରତ ସରକାରଙ୍କ  26 ରୁ ଅଧିକ ମନ୍ତ୍ରଣାଳୟ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ମିଶନ ତଥା ଦୂତାବାସର ସହଯୋଗ ଦ୍ବାରା ଆୟୁଷ ମନ୍ତ୍ରଣାଳୟରର ସଂସ୍ଥାନ/ ପରିଷଦ ଦ୍ବାରା 5000 ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱଲ୍‌, ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ; ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା, ଆୟୁଷ ମନ୍ତ୍ରଣାଳୟର ବିଶେଷ ସଚିବ ପ୍ରମୋଦ କୁମାର ପାଠକ ଏବଂ ଏଆଇଆଇଏର ନିର୍ଦ୍ଦେଶକ ପ୍ରଫେସର ତନୁଜା ମନୋଜ ନେସାରିଙ୍କ  ସହିତ ବିଦେଶୀ ଦୂତାବାସ ଏବଂ ଡବ୍ଲୁଏଚଓ-ଏସଇଏଆରଓ ର ପ୍ରତିନିଧିମାନେ ମଧ୍ୟ ସାମିଲ୍ ହୋଇଥିଲେ।

ଉପରୋକ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ସର୍ବାନନ୍ଦ ସୋନେୱାଲ୍ କହିଛନ୍ତି ଯେ ଆୟୁର୍ବେଦ ଏକ ରୋଗ ନିବାରଣ ବିଜ୍ଞାନ ଅଟେ। ଏହା ଏକ ପ୍ରାଚୀନ ଜ୍ଞାନ ଅଟେ ଏବଂ ଆମର ଗବେଷଣା ପରିଷଧ ଆୟୁଷ କ୍ଷେତ୍ରରେ କିଛି ପ୍ରଭାବଶାଳୀ ଗବେଷଣା କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ କ୍ୟାମ୍ପିଂର ଉଦ୍ଦେଶ୍ୟ ଆୟୁର୍ବେଦ ଏବଂ ଏହାର କ୍ଷମତାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଅଟେ। ଆୟୁର୍ବେଦ ଏବେ ବିଶ୍ବ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ଏବଂ କଠିନ ପରିଶ୍ରମ କାରଣରୁ ହୋଇପାରିଛି।

ଅର୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ, ‘‘ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଅଟେ। ଜଙ୍ଗଲରେ ରହୁଥିବା ଲୋକମାନଙ୍କ ସହଯୋଗ ଦ୍ବାରା ଆୟୁର୍ବେଦର ବିକାଶ କରାଯାଇପାରିବ। ଆୟୁର୍ବେଦ ହିଁ ଏପରି ଏକ ଚିକିତ୍ସା ବିଜ୍ଞାନ ଯାହା ରୋଗର ପ୍ରତିକାର ବିଷୟରେ କହିଥାଏ, ରୋଗ ହେବା ପରେ ଏହାର ଚିକିତ୍ସା ବିଷୟରେ ନୁହେଁ।

ଡା. ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦେଶରେ ସ୍ବାସ୍ଥ୍ୟର ଆୟୁଷ ପ୍ରଣାଳୀକୁ ଗତି ପ୍ରଦାନ କରିଛି ଏବଂ ଏବେ ଆୟୁର୍ବେଦକୁ 30 ଟି ଦେଶରେ ସ୍ବୀକୃତି ମିଳିସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆୟୁଷର ବର୍ତ୍ତମାନ ଟର୍ଣ୍ଣଓଭର 18.1 ବିଲିୟନ ଡଲାର ଅଟେ।

ମୀନାକ୍ଷି ଲେଖି କହିଛନ୍ତି ଯେ, ‘‘ଏହା ଆମର ପୂର୍ବପୁରୁଷଙ୍କ ବିଜ୍ଞାନର ପ୍ରଶଂସା କରିବାର ସମୟ ଅଟେ। 5000 ବର୍ଷ ରୁ ଅଧିକ ପୁରୁଣା ଏହି ବିଜ୍ଞାନର ସମାରୋହ, ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତଦାରଖରେ ଆୟୁର୍ବେଦ ଦିବସର ଅବସରରେ ପାଳନ କରାଯାଉଛି। ସେମାନେ ସର୍ବଦା ଆୟୁର୍ବେଦ ବିଜ୍ଞାନକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଗତ କିଛି ବର୍ଷ ଧରି ଏହା ଶୀର୍ଷରେ ପହଞ୍ଚି ସାରିଛି।

ପ୍ରଫେସର ତନୁଜା ନୋସାରି କହିଛନ୍ତି ଯେ ‘‘ଆଇ ସପୋର୍ଟ ଆୟୁର୍ବେଦ’’ ଅଭିଯାନକୁ ସମସ୍ତଙ୍କ ଠାରୁ ଅସୀମ ସମର୍ଥନ ମିଳିଛି ଏବଂ 6 ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ଦୀର୍ଘଅବଧି କାର୍ଯ୍ୟକ୍ରମରେ ଆୟୁର୍ବେଦ ଦିବସରେ ଆଧାରିତ ବିଭିନ୍ନ ସଂସ୍ଥା ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ 1.7 କୋଟିରୁ ଅଧିକ ଲୋକମାନେ ଅଂଶଗ୍ରହଣ କରିଛନ୍ତି ଏବଂ 56 ଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଛନ୍ତି।

ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି ଯାହା ସହାୟତାରେ ଉଭୟ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ, ସମନ୍ବୟ ଏବଂ ସଂଯୋଜନା କ୍ଷେତ୍ରକୁ ଅନୁସନ୍ଧାନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା ସ୍ବାକ୍ଷର କରାଯାଇଛି।

ଏହି ଅବସରରେ ‘ଦି ଆୟୁର୍ବେଦିକ ଫାର୍ମାକୋପିଆ ଅଫ ଇଣ୍ଡିଆ’, ‘ଦି ଆୟୁର୍ବେଦିକ ଫର୍ମୁଲାରି ଅଫ୍ ଇଣ୍ଡିଆ’ ଉପରେ ଏକ ପୁସ୍ତକର ବିମୋଚନ କରାଯାଇଛି। ଔଷଧୀୟ ବୃକ୍ଷର ସ୍ବାସ୍ଥ୍ୟ ଲାଭ ବିଷୟରେ ସଚେତନତା ସୃଜନ କରିବା ପାଇଁ, ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅଶ୍ବଗନ୍ଧା – ଏକ ସ୍ବାସ୍ଥ୍ୟ ପ୍ରବର୍ତ୍ତକ ଉପରେ ଏକ ପ୍ରଜାତି ବିଶିଷ୍ଟ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ପାଞ୍ଚ ଲଘୁ ଭିଡିଓ ପ୍ରତିଯୋଗୀତାର ପ୍ରଥମ ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking : ହେଲା ବାତ୍ୟା, ଆସନ୍ତାକାଲି ଦେଖାଇବ ଭୀଷଣ ରୂପ

ଭୁବନେଶ୍ବର: ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା ରୂପକୁ ପରିବର୍ତ୍ତନ ହୋଇଛି। ଏହି ବାତ୍ୟାର ନାମ ରହିଛି ସି-ତ୍ରାଙ୍ଗ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ବର୍ତ୍ତମାନ ଏହି ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଆସନ୍ତା କାଲି ଏକ ଭୀଷଣ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ପୂର୍ବରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଗଭୀର ଅବପାତ ସକ୍ରିୟ ହେବା ପରେ ବାତ୍ୟା ରୂପ ଧାରଣ କରିଛି। ଏହା ଦ୍ବାରା ଆଜି ରାତିରୁ ଉପକୂଳ ଓଡିଶାର ବର୍ଷା ଆରମ୍ଭ ହେବ ବୋଲି କୁହାଯାଇଛି। ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲାର ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ନିଯୁକ୍ତି ହେଲେ ୩୦ ଜିଲ୍ଲାରେ ୩୦ ବରିଷ୍ଠ ଆଇଏଏସ

ଭୁବନେଶ୍ବର: ରାଜ୍ୟର ୩୦ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଥା ଜନହୀତକାରୀ ଯୋଜନାର ତଦାରଖ କରିବା ପାଇଁ ରାଜ୍ୟର ୩୦ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଯେଉଁ ଜିଲ୍ଲାପାଇଁ ଯେଉଁ ବରିଷ୍ଠ ଆଇଏଏସ ନିଯୁକ୍ତି କରାଯାଇଛି ସେମାନେ ହେଲେ..

କଳାହାଣ୍ଡି- ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ

ମୟୂରଭଞ୍ଜ- ଅର୍ଥ ସଚିବ ବିଶାଳ କୁମାର ଦେବ-

କୋରାପୁଟ- ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ

କେନ୍ଦୁଝର– ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହ-

କନ୍ଧମାଳ – କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀ-

କଟକ– ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ

ପୁରୀ- ଜଳସମ୍ପଦ ସଚିବ ଅନୁ ଗର୍ଗ-

ଦେବଗଡ଼ – ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ-

ଢେଙ୍କାନାଳ– ଆଇଟି ସଚିବ ମନୋଜ କୁମାର ମିଶ୍ର

ଗଜପତି– ଶ୍ରମ ଓ ନିଯୁକ୍ତି ସଚିବ -ଚିତ୍ରା ଅରୁମଗମ୍‌

ଝାରସୁଗୁଡ଼ା – ଶିଳ୍ପ ସଚିବ ହେମନ୍ତ ଶର୍ମା

ଜଗତସିଂହପୁର– ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି

ସୁନ୍ଦରଗଡ଼– ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ- ବଲବନ୍ତ ସିଂ

ରାୟଗଡ଼ା– ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠ-

ସମ୍ବଲପୁର– ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବ

ଖୋର୍ଦ୍ଧା– ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମା

ମାଲକାନଗିରି– ସମବାୟ ସଚିବ ସଞ୍ଜିବ କୁମାର ଚଢ଼ା

ଗଞ୍ଜାମ– ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥି

ଯାଜପୁର – ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମା

ବଲାଙ୍ଗିର  – ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ

ସୋନପୁର– ଇପିକଲ ଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ

ନବରଙ୍ଗପୁର – ମହିଳା ଓ ଶିଶୁବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ-

କେନ୍ଦ୍ରାପଡ଼ା– କୃଷି ନିର୍ଦ୍ଦେଶକ -ପ୍ରେମଚନ୍ଦ୍ର ଚୌଧୁରୀ

ଅନୁଗୁଳ – ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡି

ବାଲେଶ୍ୱର – ଶ୍ରମ ଆୟୁକ୍ତ ଏନ୍ ଥିରୁମାଳା ନାଏକ-

ବରଗଡ଼ – ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ-

ଭଦ୍ରକ –ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ

ବୌଦ୍ଧ– ପଞ୍ଚାୟତିରାଜ୍ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ୍ କୁମାର-

ନୂଆପଡ଼ା– ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବ-

ନୟାଗଡ଼-ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱର

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ପ୍ରଭାବ, “ଦମନ୍‌”କୁ ମିଳିବ ସର୍ବାଧିକ ପ୍ରେକ୍ଷାଳୟ

ଭୁବନେଶ୍ଵର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ୫ମ ଦିନରେ ଦିନରେ ପହଞ୍ଚିଥିବା ବେଳେ ଏବେ ସାମାନ୍ୟ ଆଶ୍ବସ୍ତି ମିଳିଛି। ନିକଟ ଅତୀତରେ ମାଲକାନଗିରିରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ଓଲିଉଡ଼ର ସୁପରଷ୍ଟାର ବାବୁସାନଙ୍କୁ ନେଇ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ଦମନ୍”। “ଦମନ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଅନେକ ଥର ଯୋଜନା ହୋଇଥିବା ସତ୍ତ୍ୱେ ହଲ୍ ମିଳୁନଥିବା ଯୋଗୁଁ ମୁକ୍ତିଲାଭ କରିବା ନେଇ ପ୍ରଯୋଜକ ଚିନ୍ତିତ ଥିଲେ।

ପ୍ରଯୋଜକଙ୍କ ନୀରବ ପଦଯାତ୍ରାର ପ୍ରଭାବ ଏବଂ ଅନେକ ସମର୍ଥକଙ୍କ ଯୋଗୁଁ “ଦମନ୍” କୁ ମିଳିଛି ଓଡ଼ିଶାର ସର୍ବାଧିକ ପ୍ରେକ୍ଷାଳୟ। ଏଇ ଖୁସି ଖବର ସମସ୍ତ ପ୍ରଯୋଜକଙ୍କ ମୁହଁରେ ଆନନ୍ଦ ଭରିଦେଇଛି।

ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନଥିବା, ୨୦୦୮ ମସିହାରୁ ମିଳୁନଥିବା ସବ୍‌ସିଡି ସୁବିଧା, ଫାଇଲ୍ ଭିତରେ ପଡ଼ି ରହିଥିବା ଓଡ଼ିଆ ସିନେମା ନୀତି ଯୋଗୁଁ ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଦୀର୍ଘ ପାଞ୍ଚ ଦିନ ଧରି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ଚାଲିଅଛି। ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ।

ତେବେ ପ୍ରଯୋଜକ କହିଛନ୍ତି ଯେ, ଆଜି ଖୁସିର ଖବର, ଆମ ନୀରବ ପଦଯାତ୍ରା ଦେଖି ଚଳଚ୍ଚିତ୍ର “ଦମନ୍” କୁ ସାରା ଓଡିଶାରେ ସର୍ବାଧିକ ପ୍ରେକ୍ଷାଳୟ ମିଳିଲା ଓ ଏହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିବ। ଆମ ପ୍ରଯୋଜକମାନଙ୍କ ତରଫରୁ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ନିବେଦନ “ଦମନ୍” ଭଳି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦେଖନ୍ତୁ।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ AAP ବିଧାୟକ, ସମ୍ବିତ ପାତ୍ରଙ୍କୁ ଏହି ପଦବୀରୁ ହଟାଇବାକୁ କଲେ ଦାବି

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀଙ୍କୁ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅତିଶୀ ସିଂ ଏକ ପତ୍ର ଲେଖିଛନ୍ତି। ଏକ ନକଲ ମଧ୍ୟ କେନ୍ଦ୍ରୀୟ ଭିଜିଲାନ୍ସକୁ ପଠାଯାଇଛି। ସମ୍ବିତ ପାତ୍ରଙ୍କୁ ଭାରତୀୟ ପର୍ଯ୍ୟଟନ ବିକାଶ ଆୟୋଗର ଅଧ୍ୟକ୍ଷ ପଦରୁ ହଟାଇବାକୁ ଅତିଶୀ ସିଂ ଦାବି କରିଛନ୍ତି। ଶ୍ରୀ ପାତ୍ରଙ୍କୁ ନଭେମ୍ବର ୩୦ ତାରିଖ ୨୦୨୧ରେ ଭାରତୀୟ ପର୍ଯ୍ୟଟନ ବିକାଶ ଆୟୋଗର ଚେୟାରମ୍ୟାନ୍ କରାଯାଇଥିଲା।

ଅତିଶୀ କହିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଯେ, ସେ କୌଣସି ରାଜନୈତିକ ଦଳ ସହ ଜଡିତ ହୋଇପାରିବେ ନାହିଁ, କିମ୍ବା ସେ କୌଣସି ଦଳ ପାଇଁ ପ୍ରଚାର କରିପାରିବେ ନାହିଁ, କିମ୍ବା କୌଣସି ଦଳକୁ ପ୍ରୋତ୍ସାହିତ କରିପାରିବେ ନାହିଁ। ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ଶ୍ରୀ ପାତ୍ର ବିଜେପିର ଜାତୀୟ ମୁଖପାତ୍ର ଭାବରେ କାର୍ଯ୍ୟ ଜାରି ରଖିଛନ୍ତି।

ସେବା ନିୟମ ଅନୁଯାୟୀ, ଜଣେ ସରକାରୀ କର୍ମଚାରୀ କୌଣସି ଦଳ ସହିତ ଜଡିତ ହୋଇପାରିବେ ନାହିଁ। ସମ୍ବିତ ପାତ୍ର ଜୀ ତାଙ୍କ କାର୍ଯ୍ୟାଳୟରୁ ଅନେକ ଟ୍ୱିଟ୍ କରିଛନ୍ତି ବୋଲି ଆତିଶୀ ସିଂ କହିଛନ୍ତି। ସମ୍ବିତ ପାତ୍ରଙ୍କୁ ହଟାଇବା ପାଇଁ ଜି କିଶାନ ରେଡ୍ଡୀ ଏବଂ ସିଭିସିଙ୍କୁ ଏକ ପତ୍ର ଲେଖାଯାଇଥିବା ଆତିଶୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ମିଳିଲା “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍”

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଣ୍ଡେସନ ପକ୍ଷରୁ ଉନ୍ନତ ଚିତ୍ରକଳା ନିମନ୍ତେ ମର୍ଯ୍ୟାଦାଜନକ “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” ରେ ସମ୍ମାନୀତ କରାଯାଇଛି। ଦିଲ୍ଲୀସ୍ଥିତ ଏହି ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଣ୍ଡେସନ ତରଫରୁ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମହାବୀରପଡ଼ା ୱାର୍ଡ ନଂ ୧୦ର୍ ଯୁବ ଚିତ୍ରାଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଗୁନଗୁନ୍ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କର ମଧ୍ୟରେ ଅନିଶା ୱେବର ନିର୍ଦ୍ଦେଶକ ଅର୍ଜୁନ ଶେଖର ଓଡିଶା ନ୍ୟୁଜର ନିର୍ଦ୍ଦେଶକ ଅମର କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ୱାର୍ଡ ଚ୍ୟାରିଟି ୱେଲଫେୟାର ତରଫରୁ ଶ୍ରେଷ୍ଠ ପ୍ରତିଭା ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଖୋଲି ଭାହାର କରି ସେମାନଙ୍କୁ ଆଗକୁ ବଡିବାର ପ୍ରେରଣା ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମର୍ ଆୟୋଜନ୍ କରାଯାଇଥାଏ। କଳାହାଣ୍ଡି ଜିଲ୍ଲାର ଯୁବ ପ୍ରତିଭା କ୍ଷୀରସିନ୍ଧୁ ଭୋଇଙ୍କର୍ ଏଭଳି ପୁରୁସ୍କାର ଲାଭ କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ! ବନ୍ଦରଗୁଡିକରେ ବିପଦ ସଂକେତ, ଆଜି ରାତିରୁ ବର୍ଷା

ଭୁବନେଶ୍ବର: ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅବପାତ ଗତ ୬ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭କିମି ବେଗରେ ଗତିକରୁଛି।

ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଗାମୀ ୧୨ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

ଆଜି ରାତିରୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଦୀପାବଳିରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ବିଶେଷ ଖବର

ଦେଶକୁ ଦିୱାଲୀ ଉପହାର ଦେଲା ଟିମ୍ ଇଣ୍ଡିଆ, ବିଶ୍ଵକପରେ ପାକିସ୍ତାନକୁ ଶେଷ ବଲରେ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଦିୱାଲୀ ଅବସରରେ ଟିମ୍ ଇଣ୍ଡିଆ ଭାରତୀୟଙ୍କୁ ବିଜୟ ଉପହାର ଦେଇଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୬୦ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ଶେଷ ଓଭରର ଶେଷ ବଲରେ ଲକ୍ଷ୍ୟ ହାସଲ କରିଥିଲା। ବିରାଟ କୋହଲି ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ସେ ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ।

ପାକିସ୍ତାନ ଭଳି ଭାରତର ମଧ୍ୟ ଖରାପ ଆରମ୍ଭ ହୋଇଥିଲା। ପ୍ରଥମ ୪ ଟି ୱିକେଟ୍ ଭାରତ ଖୁବ୍ ଶୀଘ୍ର ହରାଇଥିଲେ। କିନ୍ତୁ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପିଚ ଉପରେ ଜମି ରହିଥିଲେ। କୋହଲି ୫୩ ବଲରୁ ଅପରାଜିତ ୮୨ ରନ୍ କରିଥିଲେ। ତାଙ୍କ ଇନିଂସରେ ୬ ଟି ଚୌକା ଓ ୪ ଟି ଛକା ସାମିଲ ଥିଲା। ପାଣ୍ଡ୍ୟା ୩୭ ବଲରୁ ୪୦ ରନ୍ ସଂଗ୍ରହ କରିଥିଲେ। ସେ ୨ ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।

ଏହି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ଅସଫଳ ହୋଇଥିଲେ। ୪ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ୪ ରନ୍ ସ୍କୋର କରିବା ପରେ କେ.ଏଲ୍ ରାହୁଲ ମଧ୍ୟ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୧୦ ବଲରୁ ୧୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୨ଟି ଚୌକା ରହିଥିଲା। ଏପରିକି ଅକ୍ସର ପଟେଲ କିଛି ବିଶେଷ କରିପାରିନଥିଲେ। ୧ ରନ୍ ସ୍କୋର କରିବା ପରେ ଦୀନେଶ କାର୍ତ୍ତିକ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ସେ ଶେଷ ବଲରେ ୧ ରନ୍ କରି ଭାରତକୁ ବିଜୟ ଦେଇଥିଲେ। ଏହିପରି ଟିମ୍ ଓଭର ୨୦ ଓଭରରେ ୬ ଟି ୱିକେଟ୍ ହରାଇ ଏହି ବଡ ମ୍ୟାଚ ଜିତିଥିଲା।

ଭାରତ ପାଇଁ ଚମତ୍କାର ବୋଲିଂ କରୁଥିବା ବେଳେ ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩-୩ ୱିକେଟ୍ ନେଇଥିଲେ। ୪ ଓଭରରେ ଅର୍ଶଦୀପ ୩୨ ରନ୍ ଦେଇଥିଲେ ଏବଂ ୪ ଓଭରରେ ହାର୍ଦ୍ଦିକ ୩୦ ରନ୍ ଦେଇଥିଲେ। ମହମ୍ମଦ ଶାମି ୪ ଓଭରରେ ୨୫ ରନ୍ ଦେଇ ୧ ୱିକେଟ୍ ନେଇଥିଲେ। ଭୁବନେଶ୍ୱର କୁମାର ୪ ଓଭରରେ ୨୨ ରନ୍ ଦେଇ ୧ ୱିକେଟ୍ ନେଇଥିଲେ।