କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ଅର୍ଦ୍ଧନିର୍ମିତ ଘରେ କିଛି ଯୁବକ ମେଳି ବସିଥିବା ସନ୍ଦେହକୁ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଦଳ ଘଟଣାସ୍ଥଳକୁ ଅଚାନକ ଚଢ଼ାଉ କରିଥିଲେ। ଯାହା ଫଳରେ ଉକ୍ତ ଘରେ କିଛି ଯୁବକ ଏକାଠି ହୋଇ କୌଣସି ଏକ ସ୍ଥାନରେ ଡକାୟତି ଯୋଜନା ପାଇଁ ଆଲୋଚନା ଚଳାଇଥିଲେ। ଘଟଣାସ୍ଥଳରୁ ପୋଲିସ କିଛି ଅଫୁଟା ବୋମା ଓ ୩ ଟି ଖଣ୍ଡା ଜବତ କରିବା ସହ ବଡ଼ବଜାର ଥାନା ଅଞ୍ଚଳର ଆର୍ ଅନୀଲ ରେଡି, ତୋଫାନ ନାୟକ, ସୁରେନ୍ଦ୍ର ସ୍ବାଇଁ,ଆକାଶ ପାତ୍ର ଓ ଲଣ୍ଡା ଗୌଡ଼ ନାମକ ୫ ଜଣ ଯୁବକ କୁ କାବୁ କରିଥିବା ବେଳେ ଆଉ ଦୁଇ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଡକାୟତି ଉଦ୍ୟମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନୀଲ ରେଡି ଓ ତା ନାମରେ ପୁର୍ବରୁ…
Author: Samikhsya Bureau
ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀ କାଳୁଆ ଛକରେ ଏକ ଯାତ୍ରୀବାହୀ ବସ୍ (ଇସ୍ପାତ) ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଛି। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ଵର ଯାଉଥିବା ଉକ୍ତ ବସ୍ ଉକ୍ତ ଦୁର୍ଘଟଣା ସ୍ଥାନରେ ଦଣ୍ଡୁଆ ଦଳ ପାର ହେଉଥିବା ଦେଖି ଡ୍ରାଇଭର ନିଜକୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ବସ୍ କୁ ଉଦ୍ଧାର କରିଥିଲେ।
ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ଵରେ ‘ଗୁଡ ଫ୍ରାଇ ଡେ’ ପାଳନ କରାଯିବ। ସାଧାରଣତଃ ସମସ୍ତ ପର୍ବ ଧୂମଧାମ ଏବଂ ଖୁସିରେ ପାଳନ କରାଯାଏ। କିନ୍ତୁ ‘ଗୁଡ ଫ୍ରାଇ ଡେ’ ଏପରି ଏକ ପର୍ବ, ଯାହା ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ଭାବରେ ପାଳନ କରାଯାଏ। ସେଥିପାଇଁ ଏହାକୁ କଳା ଶୁକ୍ରବାର ମଧ୍ୟ କୁହାଯାଏ ଏବଂ ଏହି ଦିନ ଲୋକମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରି ଶୋକ କରନ୍ତି। ‘ଗୁଡ ଫ୍ରାଇ ଡେ’ ଦିନ ପ୍ରଭୁ ଯୀଶୁଙ୍କୁ ଫାଶୀରେ ଚଢାଇ ଦିଆଗଲା। ସେଥିପାଇଁ ଲୋକମାନେ ଏହି ଦିନକୁ ଶୋକ ଭାବରେ ପାଳନ କରନ୍ତି। ଏହି କାରଣରୁ ଶୁକ୍ରବାର ଦିନ ସାଧାରଣ ଦିନ ପରି ଚର୍ଚ୍ଚରେ ଘଣ୍ଟି ବଜାଇବା ପରିବର୍ତ୍ତେ କାଠ ନକ୍ ବଜାଯାଏ ଏବଂ ଫାଶୀ ଚୟନ କରି ପ୍ରଭୁ ଯୀଶୁଙ୍କୁ ସ୍ମରଣ କରାଯାଇଥାଏ। ‘ଗୁଡ ଫ୍ରାଇ ଡେ’ କ’ଣ?: ‘ଗୁଡ ଫ୍ରାଇ ଡେ’ କଳା ଶୁକ୍ରବାର, ଗ୍ରେଟ ଫ୍ରାଇ ଡେ…
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ସଚେତନତା ସୃଷ୍ଟି ଲାଗି ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇଛି ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଜର)। ଗୁରୁବାର ପ୍ରତିଷ୍ଠାନ ପକ୍ଷରୁ ବ୍ରହ୍ମପୁର କେନ୍ଦ୍ର ବିଦ୍ୟାଳୟ ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ବିଶିଷ୍ଟ ଭାରତୀୟ ଜୈବ ରସାୟନ ବିଜ୍ଞାନୀ ୱାଇ ସୁବାରାଓଙ୍କ ଯୋଗଦାନ ବିଷୟରେ ଅବଗତ କକରାଯାଇଥିଲା। ଏଥିରେ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା।
ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୪୮୦ କିମି ଉପକୂଳ ଓ ବ୍ୟାପକ ଖାରିପାଣି ଅଞ୍ଚଳ ଯୋଗୁ ରାଜ୍ୟରେ ବ୍ୟାପକ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ସୁଯୋଗ ରହିଛି । ସାମୁଦି୍ରକ ଖାଦ୍ୟ ରପ୍ତାନୀ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏହି ରପ୍ତାନୀ କାରବାର ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପରିମାଣ ଏହି ସମୟରେ ୮ ଗୁଣା ବୃଦ୍ଧି ପାଇ ୧୦,୬୪୪ ମେଟି୍ରକ୍ ଟନ୍ରୁ ୮୬,୪୮୧ ମେଟି୍ରକ୍ ଟନ୍ରେ ପହଞ୍ଚିଛି । ଆଗାମୀ ଦିନରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଆହୁରି ଅଧିକ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାମୁଦ୍ରିକ ଖାଦ୍ୟ…
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ କିଟ୍ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ‘‘ନୂଆ ପ୍ରଯୁକ୍ତି ଦ୍ୱାରା ସୃଷ୍ଟି ସମସ୍ୟାର ମୁକାବିଲା କରିବା ଓ ଅନୁକୂଳନ ହେବା ଲାଗି ଯୁବବର୍ଗଙ୍କ ସଶକ୍ତିକରଣ’’ ବିଷୟବସ୍ତକୁ ନେଇ କିଟ୍ ପକ୍ଷରୁ ଏକ ବୌଦ୍ଧିକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଚୁଡ଼ାନ୍ତ ପର୍ଯ୍ୟାୟକୁ ୩୦ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଥିଲେ। ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।
ଭୁବନେଶ୍ୱର: ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା। ଏଥିନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ଵାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଅଛି। ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମ ଫଳକ ଲେଖା ଯାଇଅଛି। କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୁଦ୍ଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଅଛି। ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି…
ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ଜୁଆଖେଳର ବିଜ୍ଞାପନ/ପ୍ରୋତ୍ସାହନମୂଳକ ବିଷୟବସ୍ତୁ ପ୍ରସାରଣରୁ ବିରତ ରହିବାକୁ ପରାମର୍ଶ ଦେଇଛି। ଆଜି ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ, ଆଗଧାଡିର ମୁଖ୍ୟ ଇଂରାଜୀ ଏବଂ ହିନ୍ଦୀ ଖବରକାଗଜରେ ଜୁଆ ୱେବସାଇଟର ପ୍ରୋତ୍ସାହନମୂଳକ ବିଜ୍ଞାପନ ବିଷୟବସ୍ତୁକୁ ନେଇ ମନ୍ତ୍ରଣାଳୟ ଗଭୀର ଅସନ୍ତୋଷ ପ୍ରକଟ କରିଛି। ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍ ଖବର ପ୍ରକାଶକ ସମେତ ସମସ୍ତ ଗଣମାଧ୍ୟମକୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ସାମ୍ପ୍ରତିକ ସମୟରେ ଗଣମାଧ୍ୟମରେ ଏପରି ବିଜ୍ଞାପନ ପ୍ରକାଶ ପାଇଥିବାର ର୍ନିଦ୍ଦିଷ୍ଟ କେତେକ ଉଦାହରଣ ଦେଖାଯାଇଛି। ଏକ ର୍ନିଦ୍ଦିଷ୍ଟ ଜୁଆ ପ୍ଲାଟଫର୍ମ ଦ୍ୱାରା ଦର୍ଶକଙ୍କୁ ଏହାର ୱେବସାଇଟରେ ଏକ କ୍ରୀଡ଼ା ପ୍ରତିଯୋଗିତା ଦେଖିବା ପାଇଁ ଉତ୍ସାହିତ କରୁଥିବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ମଧ୍ୟ ଆପତ୍ତି ଉଠାଇଛି, ଯେଉଁଥିରେ ଏହା କପିରାଇଟ୍ ଆଇନ୍, ୧୯୫୭ ର ଉଲ୍ଲଂଘନ କରୁଥିବା ଜଣାପଡିଛି। ଆଇନଗତ…
ଜୀବନଶୈଳୀ: ଘୁଙ୍ଗୁଡି କେବଳ ଆପଣଙ୍କୁ ନୁହେଁ ବରଂ ପାଖରେ ଶୋଇଥିବା ଲୋକଙ୍କୁ ହଇରାଣ କରେ। ଏହି କାରଣରୁ, ଶୋଇବାରେ ବ୍ୟାଘାତ ସୃଷ୍ଟି ହେବା ସହିତ ଅନେକ ଥର ଏହି କାରଣରୁ ଜଣକୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଭୋକଲ କର୍ଡର ମାଂସପେଶୀ ଦୁର୍ବଳତା ହେତୁ ଘୁଙ୍ଗୁଡି ସମସ୍ୟା ଦେଖାଦେଇଥାଏ। ଏହାକୁ ଏଡାଇବା ପାଇଁ ଲୋକମାନେ ଅନେକ ପଦକ୍ଷେପ ନିଅନ୍ତି। ଯଦି ଆପଣ ମଧ୍ୟ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଏକ ବ୍ୟାୟାମ ଉପଯୋଗୀ ହୋଇପାରେ। ଏହା ଦ୍ଵାରା ଆପଣ ଶୀଘ୍ର ଆରାମ ପାଇପାରିବେ। ଆସନ୍ତୁ ଜାଣିବା… ଘୁଙ୍ଗୁଡି ହେବାର କାରଣ?: ଘୁଙ୍ଗୁଡି ସମସ୍ୟା ପଛରେ ଅନେକ କାରଣ ଥାଇପାରେ। ସାଧାରଣତଃ ଯେତେବେଳେ ଶୋଇବା ସମୟରେ ଆମ ଜିଭ, ଗଳା, ପାଟି, ଏବଂ ନିଶ୍ୱାସ ପ୍ରଶ୍ୱାସରେ କୌଣସି ପ୍ରକାରର ବାଧା ବା କୌଣସି କମ୍ପନ ଦେଖାଯାଏ, ସେତେବେଳେ ଘୁଙ୍ଗୁଡିର ଶବ୍ଦ ଆସିବା ଆରମ୍ଭ କରେ। ଶୋଇବା ସମୟରେ…
ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ଏକ ପଦକ୍ଷେପ ହୋଇଥିବା ଦୃଷ୍ଟିରୁ ଏନଆଇଟି ରାଉରକେଲା ପକ୍ଷରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ କରିବା ଲାଗି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଡିଜେଲ ଜେନେରେଟରରୁ ଅଙ୍ଗାରକାମ୍ଳ ବାଷ୍ପ ଅବଶୋଷଣ ଲାଗି ଏନଆଇଟି ରାଉରକେଲା ପକ୍ଷରୁ ଏକ ଦ୍ୱୈତ ଅବଶୋଷଣ ଚାମ୍ବର ବ୍ୟବହାର କରାଯାଇଛି। ଏହି ଉପକରଣ କ୍ୟାମ୍ପସ ପରିସରରେ ଡିଜେଲ ଜେନେରେଟରରୁ ସୃଷ୍ଟି ହେଉଥିବା ୬୫% ପ୍ରତିଶତ ଅଙ୍ଗାରକାମ୍ଳ ବାଷ୍ପ କମାଇବାରେ ସହାୟକ ହେବ। ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଝାରସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରରେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏନଆଇଟି ରାଉରକେଲା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀମାନେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ। ସେହିପରି ଏନଆଇଟି ରାଉରକେଲା ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା…
ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ସଚେତନତା ସୃଷ୍ଟି ଲାଗି ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗୁରୁବାର ଦିନ ଆଇଆଇଏମ ସମ୍ବଲପୁର ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ ଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଜି-୨୦ ରାଷ୍ଟ୍ରଗୋଷ୍ଠୀର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ।
ଭୁବନେଶ୍ବର: ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଝାରସୁଗୁଡାରେ ଥିବା ଜିଲ୍ଲାପାଳ ସରୋଜ ସାମଲଙ୍କ ବଦଳି ହୋଇଛି। ଏବେ ନୂଆ ଜିଲ୍ଲାପାଳ ଭାବେ ୨୦୧୫ ଆଇଏଏସ୍ ଆବୋଲି ସୁନୀଲ ନରଭଣେ ଯୋଗଦେବେ। ସୁଶ୍ରୀ ନରଭଣେ ବର୍ତ୍ତମାନ ସୋନପୁର ଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି। ସେ ତୁରନ୍ତ ଝାରସୁଗୁଡାରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ହେବ। ବର୍ତ୍ତମାନ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏପରି ପରିସ୍ଥିତିରେ ଝାରସଗୁଡା ଜିଲ୍ଲାପାଳ ସରୋଜ ସାମଲଙ୍କୁ କଣ ପାଇଁ ବଦଳି କରାଗଲା ତାହା ଜଣାପଡି ନାହିଁ।
ଖୋର୍ଦ୍ଧା: ଆଜି ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ଏସ. କେ ଲୋହାନି, ମୁଖ୍ୟ ସଚିବ ଵି.ପରମେଶ୍ୱର, ନିର୍ଦ୍ଦେଶକ, ପ୍ରମୋଦ କୁମାର ନାୟକ ମୁଖ୍ୟ ଯନ୍ତ୍ରୀ, ଆର. ଡବ୍ଲୁ. ଏସ. ଏସ (ଗ୍ରାମୀଣ ଜଳ ପରିମଳ ସେବା, ରଶ୍ମିତା ଦାଶ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ, ଦିଗନ୍ତ ରାଉତରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବେଗୁନିଆ, ରଜନୀକାନ୍ତ ପାଣିଗ୍ରାହୀ, ଆଶିଷ୍ଟଣ୍ଟ ଯନ୍ତ୍ରୀ, ଆର. ଡବ୍ଲୁ. ଏସ ଏସ, ଗୁଣ୍ଡିଚା ବେହେରା, ଆସିଷ୍ଟାଣ୍ଟ ଡିରେକଟର, ଓରମାସ, ପ୍ରମୁଖ ପ୍ରଥମେ ବୈଦେଶ୍ଵର ଠାରେ ମହାନଦୀ ପାନୀୟ ପ୍ରକଳ୍ପ In take well ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦ୍ୱିତୀୟରେ ସାନ ନୟାପଲ୍ଲୀ water Treatment plant ତ୍ୱରାନ୍ୱିତ କରିବାକୁ ଏବଂ push palla water Treatment plant ତ୍ୱରାନ୍ୱିତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ପ୍ରତିଷ୍ଠାନ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ର ତିଷ୍ଠାନ ପରିସରରେ ଥିବା ପ୍ରାୟୋଗିକ ବହୁଉଦ୍ଦେଶୀୟ ବିଦ୍ୟାଳୟ (ଡିଏମ) ସ୍କୁଲର ଛାତ୍ରଛାତ୍ରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପକାଶ ଚନ୍ଦ୍ର ଅଗ୍ରୱାଲ ଡିଏମ ସ୍କୁଲର ଅଧ୍ୟକ୍ଷ ଏ ମିଶ୍ର, ଡିନ୍ ପ୍ରଫେସର ଏସ.ଆର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଜି୨୦, ନିପୁଣ, ଜାତୀୟ ଶିକ୍ଷା ନୀତି, ଡିଜିଟାଲ ଅଧ୍ୟୟନ ଆଦି ବିଷୟକୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ଜଗି ରହୁଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ। ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଧରିବାରେ ଲାଗିଛି। ଆଜି ପୂର୍ବାହ୍ନରୁ ରାତ୍ରି ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ତାଙ୍କର ମିଳିତ ଫାଇନ ଆଦାୟ ହୋଇଥିବା ବେଳେ ବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ ଦୃଢ଼ୀଭୂତ କରିବା ସହିତ ସେମାନଙ୍କର ଭରସାକୁ ଚରିତାର୍ଥ କରି ଜନଭାଗିଦାରୀ ଗଠନ ଦିଗରେ ଅଭିନବ ପ୍ରୟାସ କରିଛି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଗୋଷ୍ଠୀ ନିକଟରେ ପହଞ୍ଚିବା ସହିତ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ମହତ ଉଦ୍ଦେଶ୍ୟ ନେଇ ସ୍ଥାନୀୟ ସିଜୁଆ ଗ୍ରାମରେ ଏକ ସ୍ୱାସ୍ଥ୍ୟମେଳାର ଆୟୋଜନ କରିଛି ଏମ୍ସ ଭୁବନେଶ୍ୱର। ଜି-୨୦ ଜନଭାଗିଦାରୀ ଅଭିଯାନକୁ ଶାକାର ରୂପ ଦେବା ନିମନ୍ତେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦ୍ଘାଟନ କରିଥିଲେ। ଏହି ମହତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ। ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏଥିସହିତ ପ୍ରାକୃତିକ ଉପାୟରେ କିପରି ନିଜକୁ ଫିଟ୍ ଏବଂ ସୁସ୍ଥବାନ ରଖାଯାଇପାରିବ ସେନେଇ ମଧ୍ୟ ଆବଶ୍ୟକୀୟ ସଚେତନତା ବାର୍ତ୍ତା…
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ନୀତି ଅପରିବର୍ତ୍ତିତ ରଖିଛି। ଆଜି ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ବିତ୍ତୀୟନୀତି (ମନିଟାରୀ ପଲିସି) ସମ୍ପର୍କରେ ତଥ୍ୟ ପ୍ରଦାନ କରି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମନିଟାରୀ ପଲିସି କମିଟି (ଏମ୍ପିସି) ରେପୋ ରେଟ୍କୁ ୬.୫୦%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛିି। ରେପୋ ରେଟ୍ର ଅର୍ଥ ହେଲା ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧ ହାରରେ ଋଣ ଦିଆଯାଏ। ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ପ୍ରଚଳିତ ଜମା ସୁବିଧା ବା ଏସ୍ଡିଏଫ୍ ହାର ମଧ୍ୟ ୬.୨୫ ଶତାଂଶରେ ସ୍ଥିର ରହିଛି। ଏହା ଛଡା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମ୍ଏସ୍ଏଫ)ହାର ଓ ବ୍ୟାଙ୍କ ରେଟ୍କୁ ୬. ୭୫%ରେ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି। ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ଯେ ଦେଶରେ ଏବେ ମୁଦ୍ରାସ୍ପୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ଉପରେ ରହିଛି ଏବଂ ଏହା ଏବେ…
ସୁନ୍ଦରଗଡ଼: ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି। ୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା। ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। “ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଚାଷ କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।…
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଜ୍ଜୟିନୀର ଶ୍ରୀମୌନତୀର୍ଥ ପୀଠରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ କରିଛନ୍ତି । ରାଜ୍ୟପାଳଙ୍କ ବ୍ୟକ୍ତିଗତ ଆଗ୍ରହ କ୍ରମେ ଏହା ସ୍ଥାପିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅନ୍ଲାଇନ୍ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷର ମହାତ୍ମ୍ୟ ରହିଛି। ଶ୍ରୀନନ୍ଦିଘୋଷ ରଥ ଚକ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ କୃପା ଅନେକଙ୍କୁ ପ୍ରାପ୍ତ ହେବ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଦର୍ଶନର ବ୍ୟାପକ ପ୍ରଚାର ହୋଇପାରିବ। ଉଜ୍ଜୟିନୀର ମହାକାଳ ଚକ୍ର ଓ ନନ୍ଦିଘୋଷ ରଥଚକ୍ର ହେଉଛି ହରି ଓ ହରଙ୍କ ପବିତ୍ର ଶାଶ୍ୱତ ଲୀଳାର ଅଂଶବିଶେଷ। ଉଜ୍ଜୟିନୀରେ ଅନୁଷ୍ଠିତ ଉତ୍ସବରେ ଧୀରଗୌର ପ୍ରଭୁଜୀ ମହାରାଜ, ସ୍ୱାମୀ ଆନନ୍ଦ ଜୀବନ ଦାସଜୀ ମହାରାଜ, କୈଳାଶ ବିିଜୟବର୍ଗୀୟ, ମଧ୍ୟପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ମୋହନ ଯାଦବ, ସାଂସଦ ଅନୀଲ ଫିରୋଜିୟା ପ୍ରମୁଖଙ୍କ ସମେତ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଇଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି। ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ୍ ସୁପରିଚାଳନା, ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ, ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ…

