ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗସ୍ (CSK) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଦଳ ମଧ୍ୟ ଚେନ୍ନାଇ ବିପକ୍ଷ ମ୍ୟାଚକୁ ୫ ୱିକେଟରେ ଜିତିଥିଲା ଏବଂ ପଏଣ୍ଟ ଟେବୁଲରେ ସେମାନଙ୍କ ଆକାଉଣ୍ଟ ଖୋଲିବାରେ ମଧ୍ୟ ସଫଳ ହୋଇଥିଲା। ୧୭୯ ରନ୍ର ଟାର୍ଗେଟକୁ ପିଛା କରି ଶୁଭମାନ ଗିଲ ୬୩, ବିଜୟ ଶଙ୍କର ୨୭ ଏବଂ ଗୁଜୁରାଟ ପାଇଁ ରସିଦ ଖାନ ୧୦ ରନ ସ୍କୋର କରିଥିଲେ। ଶୁଭମାନ ଗିଲ ଏବଂ ରିଦ୍ଧିମାନ ସାହା ଗୁଜୁରାଟ ଟାଇଟାନ୍ସ ଦଳ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ, ଯେଉଁଥିରେ ପ୍ରଥମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୩୭ ରନ୍ ଭାଗିଦାରୀ ଦେଖିବାକୁ ମିଳିଥିଲା। ଯେଉଁଥିରେ ସାହା ୨୫ ରନ୍ ସ୍କୋର କରି ପ୍ୟାଭିଲିୟନକୁ ଫେରିଥିଲେ। ଏଥି ସହିତ ସାଇ ସୁଦର୍ଶନଙ୍କ ସହ ଶୁଭମାନ ଗିଲ ଦ୍ୱିତୀୟ…
Author: Samikhsya Bureau
ରେଢ଼ାଖୋଲ: ନଦୀକୁ ଶୌଚ ପାଇଁ ଯାଉଥିଲା ବେଳେ ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ଯୁବକଙ୍କର ଅନ୍ତ ବୁଜୁଳା ବାହାରି ପଡିବା ଭଳି ଘଟଣା ଘଟିଛି। କିସିଣ୍ଡା ଥାନା ବ୍ରାହ୍ମଣୀପାଲି ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁୁରୁତର ଆହତ ବ୍ୟକ୍ତିଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ହସ୍ତଗତ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ପାଣିଗ୍ରାହୀପାଲି ଗ୍ରାମର ହରି କଂସରିଆ ନାମକ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସହ ବ୍ରାହ୍ମଣିପାଲି ଗ୍ରାମରେ ଏକ ଇଟାଭାଟିରେ କାମ କରୁଥିଲେ। ହେଲେ ଆଜି ସକାଳୁ ବ୍ରାହ୍ମଣିପାଲି ଗ୍ରାମର ବାଇଧର ଶବର ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ହରି ଆଜି ସକାଳ ପ୍ରାୟ ୬ଟା ବେଳେ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ନଦୀକୁ ଶୌଚ ହେବା ପାଇଁ ଗ୍ରାମର ସନୁ ଶବର ନାମକ ଜଣେ ବ୍ୟକ୍ତିଙ୍କ ଘର ଦେଇ ଯାଉଥିବା ବେଳେ ଘର…
ରଣପୁର: ପବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଛଳ ହୋଇଯାଇଛି। ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ରଣପୁରରେ ପ୍ରଥମ ଥର ପାଇଁ ଏଭଳି ଏକ ରାମନବମୀ ପାଳନ କରାଯାଇଛି। ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା। ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓବଡଦାଣ୍ଡ ଗୋରୁଆ ହନୁମାନ ପତକାରେ ଆଛାଦିତ ହୋଇଯାଇଥିଲା। ଗତକାଲି ଅପରାହ୍ନରେ ପ୍ରଥମେ ରଣପୁର ରାଜା ଦିଲ୍ଲିପଚନ୍ଦ୍ର ସଂହ ଦେଓ ଏକ ଶୋଭାଯାତ୍ରା ରେ ଆସି ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କର ପୂଜା ପାଠ ସହ ମନ୍ତ୍ର ଉଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତୀଥି ଭାବରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସଂହ ଦେଓ ଯୋଗ ଦେଇଥିଲେ। ସେଠାରେ ହଜାର…
ରଣପୁର: ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ ହୋଇଯାଇଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଏ ଆଜି ଅପରାହ୍ନରେ ରଣପୁର ଓ ଏହାର ଆଖପାଖ ଅଚଂଳରେ ବର୍ଷା ଲାଗିରହିଥିଲା। ଅପରାହ୍ନରେ କେତେକ ଅଚଂଳରେ ଘଡଘଡି ବିଜୁଳି ମଧ୍ୟ ମାରିଥିଲା। ବିଶେଷ କରି ନରସିଂହପୁର ଅଚଂଲରେ ବିଜୁଳିର ବେଗ ଜୋର ଥିଲା। ନରସିଂହପୁର ଗ୍ରାମର ମଧସୁଦନ ବେହରୋଙ୍କ ପୁଅ ରଞ୍ଜନ ବେହେରା (୨୨) ପ୍ରତିଦିନ ଭଳି ଆଜି ମଈଷି ଚରେଇବାକୁ ବିଲାକୁ ଯାଇଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ସେ ସେହିଠାରେ ଟଳି ପଡିଥିଲେ। ପରେ କିଛି ଲୋକ ଏହା ଜାଣିପାରି ରଞନ କୁ ଉଧାର କରି ରଣପୁର ମେଡିକାଲରେ ଭତି କରିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ରଣପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ରଞ୍ଜନର ପରିବାର ଗରିବ ଶେଣ୍ରୀର ହୋଇଥିବାରୁ ସରକାରି ସହାୟତା ଯୋଗାଇ ଦେବାକୁ ସର୍ବସାଧାରଣ ରେ ଦାବି ହୋଇଛି।
ଭୁବନେଶ୍ୱର: ଏପ୍ରିଲ୍ ୩ ତାରିଖରେ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ (ମିଳିତମଞ୍ଚ ୨୦୧୬ ରୁ ୨୦୨୨) ନିୟମିତ କରିବା ଦାବିରେ ସେମାନେ ଲୋୟର୍ ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିବେ। ମିଳିତମଞ୍ଚ ୨୦୧୬ ରୁ ୨୦୨୨ ଏ ନେଇ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି। ସଂଘର ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ଘୋଷଣା କରିଥିଲେ। ଏହାପରେ ସମସ୍ତ ବିଭାଗର ସରକାରୀ କର୍ମଚାରୀଙ୍କୁ ନିୟମିତ କରାଯାଇଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଅଧିନରେ କାର୍ଯ୍ୟ କରୁଥିବା ୨୦୧୬ ରୁ ୨୦୨୨ ବ୍ୟାଚ୍ ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇନାହିଁ। ଅନ୍ୟ ବିଭାଗର କର୍ମଚାରୀମାନେ ନିୟମିତ ହେବାପରେ ସମସ୍ତ ସରକାରୀ ସୁବିଧା ଲାଭ କରୁଛନ୍ତି। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ଘୋଷଣା କରାଯାଇନାହିଁ। ଫଳରେ ୧୮୦୦୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହିପରିକି କିଛି ଶିକ୍ଷକ ନିୟମିତ ନ ହୋଇପାରି ମୃତ୍ୟୁବରଣ କରିଛନ୍ତି। ତେଣୁ ଆସନ୍ତା…
ରଣପୁର: ରଣପୁର ଅଚଂଳରେ ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ୧୭ ଦିନଧରି ଦଣ୍ଡଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭକ୍ତ ମହଲରେ ଉତ୍ସାହ ଦେଖାଦେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭଗତାମାନେ କାମନା ଘରନିକଟରେ ଏକତ୍ରିତ ହେବାପରେ ବିଧି ବିଧାନ ଅନୁଯାଇ ପୂଜାପାଠ କରାଯାଇଥିଲା। ବୁଧବାର ଅପରାହ୍ନନରେ ସ୍ୱପ୍ନେଶ୍ୱର ଦେବଙ୍କ ମନ୍ଦିର ନିକଟରେ ରହିଥିବା ସାମୁକା ପୋଖରୀରେ ଓ ଚଣ୍ଡେଶ୍ୱର ଦେବ ବଧି ପୋଖରୀରେ ସ୍ନାନ କରିବା ପରେ ମନ୍ଦିରରେ ବେଢା କରାଯାଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରରେ ଅପରାହ୍ନ ୩.୩୦ ରେ ଚଣ୍ଡେଶ୍ଵର ଦେବ ପ୍ରଥମେ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂଥିଲେ। ପରେ ରାଜବାଟି ପରିଷରରେ ପହଚିଂଥିଲେ। ଘଂଟ ଢୋଲ ମାଡରେ ରଣପୁର କମ୍ପିଥିଲା। ଏତିକି ବେଳେ ରଣପୁରରେ ହୋଇଥିଲା ପ୍ରବଳ ବର୍ଷା। ଅପରାହ୍ନ ୫ ଟାରେ ସ୍ୱପ୍ନେଶ୍ୱର ଦେବ ଏକ ବିରାଟ ଶୋଭାଯାତ୍ରାରେ ସାମୁକା ସାହି ଦେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ। ମନ୍ଦିର ସମ୍ମୁଖରେ ଦଣ୍ଡ…
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ୭୮ କିଲୋ ଗଞ୍ଜେଇ ଜବତ କରିବା ସହ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ସୁଚନା ଥାଉକି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ଗୋଟିଏ ସ୍ଥାନରେ ଚଢାଉ କରିଥିଲା। ଏବଂ ସେଠାରୁ ୭୮ କିଲୋ ଗଞ୍ଜେଇ ସହ ଏକ ଅଟୋ ଜବତ୍ କରିଥିଲା। ଏହାସହିତ ୫ ମହିଳାଙ୍କ ସମେତ ୯ ଜଣଙ୍କୁ ଘଟଣାସ୍ଥଳରୁ ଧରିଥିଲା। ସମସ୍ତ ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ମାମଲା ନଂ ୫୧/୨୩ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଭୁବନେଶ୍ଵର: ଜାଲ୍ ସାର୍ଟିଫିକେଟ୍ ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ସହିତ ଫଟୋ ଦେଖାଇ ବିଜେଡି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଜେପି ଓ କଂଗ୍ରେସ ନେତାମାନେ ଆଜି ନିଜ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଫଟୋ ଦେଖାଇବା ସହ ଏଭଳି ଦୁଇ ବିରୋଧୀଦଳକୁ କଟାକ୍ଷ କରିଛନ୍ତି। ନରସିଂହ ମିଶ୍ରଙ୍କ ଭଳି ଜଣେ ସମ୍ମାନାସ୍ପଦ ବରିଷ୍ଠ ନେତା ଏଭଳି ନିମ୍ନ ମାନର ଫଟୋ ରାଜନୀତି କରୁଥିବାରୁ ସେ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଜାଲ୍ ସାର୍ଟିଫିକେଟ ମାମଲା ପଦାକୁ ଆସିବା ପରେ ଓଡ଼ିଶା ପୁଲିସ ଏହାର ଜୋରଦାର ତନାଘନା କରୁଛି। ତଦନ୍ତରୁ ଯିଏ ଦୋଷୀ ବାହାରିବ, କୋଠର ଦଣ୍ଡ ପାଇବ। ମାତ୍ର ଏଭଳି ଏକ ମାମଲାକୁ…
ନୂଆଦିଲ୍ଲୀ: ସୋସିଆଲ ଏବଂ ପ୍ରିଣ୍ଟ ମିଡିଆରେ ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀରେ ନିଯୁକ୍ତି ବିଷୟରେ ଏକ ମିଥ୍ୟା ବାର୍ତ୍ତା ପ୍ରଚାର କରାଯାଉଛି। ସମସ୍ତଙ୍କ ଅବଗତି ପାଇଁ ଏହା ସୂଚିତ କରାଯାଇଛି ଯେ, ଆରପିଏଫ କିମ୍ବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ଅଫିସିଆଲ ୱେବସାଇଟରେ କିମ୍ବା କୌଣସି ମୁଦ୍ରଣ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ପ୍ରଦାନ କରାଯାଇ ନାହିଁ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ସଭାପତିତ୍ବରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମୀକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ଯ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତା ବାବଦକୁ ଜିଆରଏସ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ଠାରୁ ମୋଟ ୧୫୧୦୦ ଟଙ୍କା ଆଦାୟ ପାଇଁ ଶ୍ରୀ ରାଉତରାୟ ନିଦ୍ଦେର୍ଶ ଦେଇଥିଲେ। ସ୍ବଛ ଭାରତ ମିଶନର କାର୍ଯ୍ୟକ୍ରମ ମନ୍ଥରକୁ ନେଇ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅମୃତ ସରୋବର କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ନିଦ୍ଦେର୍ଶ ଦେଇଥିଲେ। ବାଣପୁର ବ୍ଲକରେ ମୋଟ ୧୯୪୨୮ଟି ଶ୍ରମ କାର୍ଡରୁ ୧୦୮୮୫ ଟି…
ଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ଦେଶର ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ କରାଯାଇଛି। ୫୦,୦୦୦ ଅମୃତ ସରୋବର ନିର୍ମାଣର ଏକ ଲକ୍ଷ୍ୟ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଶେଷ ହେବାକୁ ସ୍ଥିର ହୋଇଥିଲା। ୧୧ ମାସର ସ୍ୱଳ୍ପ ଅବଧି ମଧ୍ୟରେ, ଏପର୍ଯ୍ୟନ୍ତ ୪୦,୦୦୦ ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇସାରିଛି, ଯାହା ମୋଟ ଲକ୍ଷ୍ୟର ୮୦% ଅଟେ। ‘ଜନ ଭାଗିଦାରୀ’ ଏହି ମିଶନର ମୂଳ ହୋଇ ରହିଆସିଛି ଏବଂ ସବୁ ସ୍ତରରେ ଲୋକଙ୍କ ଅଂଶଗ୍ରହଣକୁ ଜଡିତ କରିଛି। ପ୍ରତ୍ୟେକ ଅମୃତ ସରୋବର ପାଇଁ ଏପର୍ଯ୍ୟନ୍ତ ୫୪୦୮୮ ଉପଭୋକ୍ତା ଗୋଷ୍ଠୀ ଗଠନ କରାଯାଇଛି।…
ଭୁବନେଶ୍ଵର: କେନ୍ଦ୍ରରେ ୯ ବର୍ଷ ହେଲା ବିଜେପି ସରକାର ଶାସନ କରୁଛି। ଓଡ଼ିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ଯାଇଛନ୍ତି। ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ମାତ୍ର ଓଡ଼ିଶା ବିଜେପିର ଏହି ନେତାମାନେ କେବେ ସଂସଦରେ କୋଟିଆ ପ୍ରସଙ୍ଗ ଉଠାଇଛନ୍ତି କି? ଦିନକ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି କି? ନିଜ ଦାୟିତ୍ବ ନିର୍ବାହ ନକରି ସେମାନେ ଏବେ କୋଟିଆକୁ ନେଇ ହୀନ ରାଜନୀତି ଚଳାଇଛନ୍ତି। ସେମାନେ ଚାହୁଁଛନ୍ତି କୋଟିଆ ଓଡ଼ିଶାରୁ ଯାଉ ଏବଂ ଓଡ଼ିଶା ଅପଦସ୍ତ ହେଉ। ଆଜି ବିଧାନସଭାରେ ବିଜେପି ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇବା ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ସେମାନଙ୍କୁ ଏଭଳି ଢଙ୍ଗରେ କଡ଼ା ଜବାବ ଦେଇଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବିଧାନସଭାରେ ସମସ୍ତଙ୍କର କହିବାର ଅଧିକାର ଅଛି।…
ଭୁବନେଶ୍ଵର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରର ବିଜେଡି ବିଧାୟିକା ବର୍ଷା ସିଂ ବରିହା। ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି। ଆଜି ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଏବଂ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବର୍ଷା କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଏବଂ ଜଣେ ମହିଳା ବୋଲି ଅପମାନିତ କରୁଥିଲେ ଆପଣ ସେତେବେଳେ ଚୁପ୍ ରହିଥିଲେ। ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ ଏବଂ ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ। ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ। ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି…
ଭୁବନେଶ୍ବର: ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇବାରେ ସହାୟ ହେଲା ଓଡ଼ିଶା-ମୋ ପରିବାର, ଅସମୟରେ ସାଥିରେ ଛିଡ଼ା ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୋଟି ପ୍ରଣାମ ଜଣାଇଛନ୍ତି ପରିବାରବର୍ଗ । ସୂଚନାନୁସାରେ, ଗତ ମାର୍ଚ୍ଚ ୧୫ ତାରିଖରେ ନିରାକାରପୁରର ୨୩ବର୍ଷିୟ ମାନସ ମାଝି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ତୁରନ୍ତ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ଜରୁରୀକାଳିନ ଭିତ୍ତିରେ ଚିକିତ୍ସିତ ହୋଇ ସାରିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିବାରବର୍ଗ ହସ୍ପିଟାଲର ପ୍ରକ୍ରିୟା ବିଷୟରେ ଅଜ୍ଞ ଥିବାରୁ ସ୍ଵେଚ୍ଛାସେବୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ମୃତ୍ୟୁଞ୍ଜୟ,ଓଡ଼ିଶା-ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ, ଆବାହକଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ରୋଗୀ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଓଡିଶା-ମୋ ପରିବାର ଟିମ୍ ସେଠାରେ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲରେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଖବର ମୁତାବକ ଦାମିଆ ବରବରା ପଞ୍ଚାୟତ ମସକାବାରି ଗ୍ରାମର ପାଖାପାଖି ୨୦ ଜଣ ମହିଳା ଓ ପୁରୁଷ ରାସନ ଚାଉଳ ଆଣିବା ନିମନ୍ତେ ଏକ ଟାଟା ଏସିଇ ଗାଡ଼ିରେ ପଞ୍ଚାୟତ କାର୍ୟ୍ୟାଳୟକୁ ଯାଉଥିଲେ। ତେବେ ଦାମିଆ ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଲେଉଟି ପଡିଥିଲା। ଫଳରେ ସମସ୍ତ ବ୍ୟକ୍ତି ଆହତ ହୋଇଥିଲେ। ଏହାପରେ ଆହତ ବ୍ୟକ୍ତିମାନେ ବାଣପୁର ମେଡିକାଲକୁ ଚିକିତ୍ସାତ ହେବା ପାଇଁ ଆସିଥିବା ବେଳେ ୧୫ ଜଣ ସାମାନ୍ୟ ଆହତ ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ଭୁବନେଶ୍ୱର: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଭୁବନେଶ୍ୱର ଠାରେ ଯୁବ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ଯୁବ ଡାଏଲଗ୍ “ଓଡିଶା @୧୦୦ : ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା” କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଉତ୍କଳ ଦିବସ । ମୋ ମନରେ ସନ୍ଦେହ ନାହିଁ, ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର…
ପ୍ରଦୀପ ସେନାପତି ‘ଉତ୍କଳ’ ଉତ୍କୃଷ୍ଟ କଳାର ଦେଶ। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା। ୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଇତିମଧ୍ୟରେ ୧୯୩୬ରୁ ୨୦୨୨ ଦୀର୍ଘ ୮୬ବର୍ଷ ବିତିଯାଇଛି। ବ୍ୟକ୍ତିହେଉ କିମ୍ବା ଜାତିହେଉ ଆତ୍ମ ପରିଚୟ ହିଁ ତା’ର ନିଜସ୍ୱ ଜୀବନର ମହାର୍ଘପୁଞ୍ଜି। ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିନଥାଏ। ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ଦୀପାଳି ଦାସ। ଦୀପାଳି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ। ଫଳରେ ବିଜେଡି ପୁଣି ଥରେ ସହାନୁଭୂତି ଭୋଟ ହାତେଇବା ପାଇଁ ପଦ୍ମପୁର ପରି ଝାରସୁଗୁଡାରେ ସେହି ରଣନୀତି ଆପଣେଇଛି। ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ଥିବା ନବ ଦାସଙ୍କୁ ଚଳିଚ ବର୍ଷ ଜାନୁୟାରୀ 29 ତାରିଖରେ ହତ୍ୟା କରାଯାଇଥିଲା। ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାପରେ ଦୀପାଳି ଝାରସୁଗୁଡା ଦାୟିତ୍ବ ନେବେ ବୋଲି ଜଣାପଡିଥିଲା। ଏପରିକି ଗତ କିଛି ମାସ ଧରି ଦୀପାଳି ସେହି ଅଞ୍ଚଳରେ ନିଜର ଲୋକ ସଂପର୍କ ଜାରୀ ରଖିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର :- ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ଦିବସ ଗତକାଲି ପାଳିତ ହୋଇଛି। ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ରାମନବମୀ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁରର ଭେଟେଶ୍ୱର, ମଙ୍ଗରାଜପୁର, ପଦନପୁର ସମେତ ବହୁ ସ୍ଥାନରେ ରାମନବମି ପୂଜା ଅନୁଷ୍ଠିତ ହୋଇଯାଇଛି। ପୁରାଣ କଥା ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ଭିତରେ ତ୍ରେତୟାଯୁଗରେ ପ୍ରଭୁ ରାମଚନ୍ଦ୍ର ସପ୍ତମ ଅବତାର ଗ୍ରହଣ କରିଥିଲେ। ଅତ୍ୟାଚାରୀ ରାବଣକୁ ବଧ କରିବା ସହିତ ବିଭନ୍ନ ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବା ଏବଂ ସତ୍ୟ ରକ୍ଷା କରିବା ନିମିତ୍ତ ଏ ଧରାଧାମରେ ପ୍ରଭୁ ରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁ ସନାତନ ଧର୍ମୀ ଲୋକମାନଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ପବିତ୍ର ଦିନ। ମଙ୍ଗରାଜପୁର ଗ୍ରାମରେ ରାମ ନବମୀ ଠାରୁ ପାଞ୍ଚ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି। ଗ୍ରାମର ବହୁ…
ନାଚୁଣୀ: ଏ ବର୍ଷର ରାମ ନବମୀ ଦେଶର କୋଣ ଅନୁକୋଣ ରେ ପାଳିତ ହେଉଥିବା ସମୟରେ ନାଚୁଣୀ ରେ ସ୍ଥାନୀୟ ଅଞ୍ଚଳ ର ଯୁବକ ମାନଙ୍କ ପ୍ରୟାସ ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଯାହା କି, ଉଦୀୟମାନ ଯୁବକ ସାଇ ଅମିତ୍ ମହାପାତ୍ର ଙ୍କ ନେତୃତ୍ଵ ରେ ନାଚୁଣୀ ବାଇପାସ୍ ସନ୍ନିକଟ ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ନାଚୁଣୀ ବଜାର ମଧ୍ୟ ଦେଇ କଉଡ଼ିଖଣି ଠାରେ ସମାପ୍ତ ହୋଇଥିଲା ଏବଂ ଏଥିରେ ଯୁବକ ମାନେ ଜୟ ଶ୍ରୀ ରାମ ନାରା ଦେଇ ଆଗକୁ ବଢ଼ି ଦିବସ ଟିକୁ ସୋହାର୍ଦ୍ଦ୍ୟ ପୂର୍ଣ୍ଣ କରିଥିଲେ। ଶାନ୍ତି ଶୃଙ୍ଖଳା ନିମନ୍ତେ ନାଚୁଣୀ ଥାନା ପୋଲିସ ଏଥିରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଯୁବକ ମାନଙ୍କ ମଧ୍ୟରେ ଶୁଭମ୍ ତ୍ରିପାଠୀ, ତୋଫାନ ବେହେରା,ବାଦଲ ସୁବୁଦ୍ଧି ,ସାଇ ମହାପାତ୍ର ,ସୋମ ପ୍ରଧାନ ଆଦି ପ୍ରମୁଖ ଯୋଗ ଦେଇଥିଲେ।
ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି କଲ୍ଚରାଲ୍ ସେଂଟର୍ ଖୋଲିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ମାର୍ଚ୍ଚ ୩୧ ତାରିଖ ଶୁକ୍ରବାର ଦିନ ଦର୍ଶକମାନଙ୍କ ଲାଗି ଏହି ସେଂଟରକୁ ଉଦ୍ଘାଟନ କରାଯିବ। ଏଥିପାଇଁ ଦିନ ସାରା ବିଭିନ୍ନ ସୋ’ ଆୟୋଜିତ ହେବ। ସେଥିରେ ଦେଶବିଦେଶର କଳାକାର, ବଲିଉଡ୍ ଓ ହଲିଉଡ୍ ତାରକାମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସେଂଟର ଶୁଭାରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଜି ରାମ ନବମୀ ଅବସରରେ ନୀତା ଅମ୍ବାନି କଲଚାଲ ସେଂଟର ପହଂଚି ପୂଜାର୍ଚ୍ଚନା କରିଛନ୍ତି। କଲ୍ଚରାଲ୍ ସେଂଟର ଉଦ୍ଘାଟନୀ ଅବସରରେ “ସ୍ୱଦେଶ’ ନାମକ ଏକ ସ୍ୱତନ୍ତ୍ର କଳା ଓ ଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ। “ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍: ସିଭିଲାଇଜେସନ ଟୁ ନେସନ୍’ ନାମକ ଏକ ସଙ୍ଗୀତମୟ ନାଟକ ପ୍ରଦର୍ଶିତ ହେବ। ଭାରତୀୟ ପୋଷାକ ପରିଚ୍ଛଦକୁ ବର୍ଣ୍ଣନା କରୁଥିବା “ଇଣ୍ଡିଆ ଇନ୍ ଫେସନ୍’ ନାମକ ଏକ ପୋଷାକ କଳା…

