Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ନୌସେନା ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଦକ୍ଷିଣ ନୌସେନା କମାଣ୍ଡରଙ୍କ ତତ୍ୱାବଧାନରେ ଆନୁଷ୍ଠାନିକ ଭାବେ ନାଇଟ୍ ପାସ୍ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି।ଯାହାକି ଭାରତୀୟ ନୌସେନା ୨୫୮୫ ଜଣ ଆଗ୍ନିଭର୍ସଙ୍କୁ (ପୁରୁଷ ଏବଂ ମହିଳା) ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ଦେଇ ସୁଦକ୍ଷ ଭାବେ ଦେଶ ସେବା କରିବାର ସୁଯୋଗ ଦେଇଛି। ପ୍ରଥମ ବ୍ୟାଚରେ ୨୭୩ ଜଣ ମହିଳା ସାମିଲ ଥିଲେ। ଉକ୍ତ ପ୍ୟାରେଡକୁ ଆଡମିରାଲ ଆର ହରି କୁମାର ପିଭିଏସଏମ, ଏଭିଏସଏମ, ଭିଏସଏମ, ଏଡିସି,ନୌସେନା କର୍ମଚାରୀଙ୍କ ମୁଖ୍ୟ ଭିଏଡଏମ ଏମଏ ହାମ୍ପିହୋଲି ପିଭିଏସଏମ, ଏଭିଏସଏମ, ଏନଏମ,ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ସାଉଥ୍ ନାଭାଲ୍ କମାଣ୍ଡ, ସାଂସଦ ସଦସ୍ୟ ପି.ଟି ଉଷା, ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ମିତାଲି ରାଜ, ବରିଷ୍ଠ ନୌସେନା ଅଧିକାରୀ ପ୍ରମୁଖ ସମୀକ୍ଷା କରିଥିଲେ। ଏଥିସହିତ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର…

Read More

ନୂଆଦିଲ୍ଲୀ: ରାତିର ନିଦ ଆମ ପାଇଁ ଏକ ଔଷଧ ପରି ବିବେଚନା କରାଯାଏ। କାରଣ ଆପଣଙ୍କର ନିଦ ଯେତେ ଗଭୀର, ଆପଣଙ୍କର ସ୍ୱାସ୍ଥ୍ୟ ସେତେ ଭଲ ରହିବ। ଭଲ ନିଦ ଦ୍ୱାରା ଆପଣଙ୍କ ମସ୍ତିଷ୍କ ମଧ୍ୟ ସଠିକ୍ ଭାବରେ କାମ କରିବ। ମାଂସପେଶୀର ପୁନରୁଦ୍ଧାର ହେବ ଏବଂ ଆପଣଙ୍କ ମନୋବଳ ମଧ୍ୟ ଭଲ ରହିବ। ଯେତେବେଳେ ଆପଣ ରାତିରେ ଶୋଇବା ସମୟରେ ଘର ଆଲୋକ ସହିତ ଶୋଇଥା’ନ୍ତି, ସେତେବେଳେ ଆପଣଙ୍କ ଶୋଇବା ଚକ୍ରକୁ ବିଚଳିତ କରେ। ଆପଣଙ୍କର ମସ୍ତିଷ୍କ ଆଲର୍ଟ ମୋଡରେ ଆସେ ଏବଂ ଏହା ଶୀଘ୍ର କାମ କରିବା ଆରମ୍ଭ କରେ। ଅନ୍ୟ ପଟେ, ଯଦି ଆପଣ ମଧ୍ୟ ରାତିରେ ଲାଇଟ୍ ସହିତ ଶୋଇଥା’ନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ। ଆସନ୍ତୁ ଜାଣିବା… ୧- ଉଦାସୀନତା: ଆଲୋକ ସହିତ ଶୋଇବା ଅବସାଦ ସହିତ ଜଡିତ। ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକରୁ ନୀଳ ଆଲୋକ ଆପଣଙ୍କ ମନୋବଳ ଉପରେ ଖରାପ ପ୍ରଭାବ ପକାଇପାରେ।…

Read More

ଭୁବନେଶ୍ଵର/ନୂଆଦିଲ୍ଲୀ: କେନ୍ଦୁଝର ଠାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଥିଲା। ଏଥିସହିତ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଇପିଏଫଓ ସଦସ୍ୟମାନଙ୍କର ଲାଭ ଓ ସୁବିଧା ପାଇଁ ଇ-ପାସବୁକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସଦସ୍ୟମାନେ ଗ୍ରାଫିକ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବିବରଣୀ ଦେଖିପାରିବେ। ଶ୍ରୀ ଯାଦବ ୧୦୦ କିମ୍ବା ତତୋଧିକ କର୍ମଚାରୀ କାମ କରୁଥିବା ଇପିଏଫଓର ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚ୍‌ ସୁବିଧାକୁ ଉଦଘାଟନ କରିଥିଲେ ଏବଂ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଆଞ୍ଚଳିକ କାର୍ଯ୍ୟାଳୟ କୋଠା ପାଇଁ ଶିଳାନ୍ୟାସ କରିଥିଲେ। ଏଥିପୂର୍ବରୁ ଇପିଏଫ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୩ତମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନିମ୍ନ ନିଷ୍ପତ୍ତିଗୁଡ଼ିକ ନିଆଯାଇଥିଲା: ୨୦୨୨-୨୩ ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବର୍ଷ ପାଇଁ ଇପିଏଫଓ ଦ୍ୱାରା କାର୍ଯ୍ୟକାରୀ ହେଉଥିବା…

Read More

ଭୁବନେଶ୍ବର: ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଚଳିତ ବର୍ଷ ଏହି ତିଥୀ ବା ରାମ ନବମୀ ଏହି ମାର୍ଚ୍ଚ ୩୦ ତାରିଖରେ ପଡୁଅଛି। ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଅନେକ ସ୍ଥାନରେ ମାସାଧିକ ସମୟ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ଭକ୍ତମାନେ ଉପବାସ ଧାରଣ କରି ବ୍ରତ କରିଥାନ୍ତି। ରାମ ନବମୀରେ ପୂଜା ମୁହୁର୍ତ୍ତ ନବମୀ ତିଥୀ ପ୍ରାରମ୍ଭ- ୨୯ ମାର୍ଚ୍ଚ ୨୦୨୩ ରାତ୍ର ୯ ଟା ୦୭ ମିନିଟ ନବମୀ ତିଥୀ ଶେଷ- ୩୦ ମାର୍ଚ୍ଚ ୨୦୨୩ ରାତ୍ରୀ ୧୧ ଟା ୩୦ ମିନିଟ ରାମ ନବମୀର ଶୁଭ ମୁହୁର୍ତ୍ତ ଆରମ୍ଭ- ୩୦ ମାର୍ଚ୍ଚ ୨୦୨୩ ସକାଳ ୧୧ ଟା…

Read More

ଭୁବନେଶ୍ବର: ଆଜି ବୁଧବାରରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ବୈଠକରେ ନୀତି ନିର୍ଘଣ୍ଟ ହୋଇଯାଇଛି। ସେହି ଅନୁସାରେ ଭୋର ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହୋଇ ୫ଟା ୩୦ରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ରହିବ। ସକାଳ ୭ଟାରୁ ୮ଟା ମଧ୍ୟରେ ସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଅପରାହ୍ନ…

Read More

ଭୁବନେଶ୍ବର: ବିଜୁ ଜନତା ଦଳ କେତେବେଳେ କଣ କରୁଛି ତାହା କାହାକୁ ଜଣା ନ ଥାଏ। କାରଣ ଦଳ ଲୋକଙ୍କ ନିକଟତର ହେବା ପାଇଁ ଜନହୀତକର କାର୍ଯ୍ୟ ସହିତ ପ୍ରଚାରର ନୂଆ ନୂଆ ମାଧ୍ୟମ ମଧ୍ୟ ଆପଣେଇବାରେ ଲାଗିଛି। ଯାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଉଛି। ନିକଟରେ ବିଜେଡି ଦଳ ତରଫରୁ ‘ଶଙ୍ଖ ମୋ ଗର୍ବ’ କହି ସବୁ ନେତା ସମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟିଂ କରିଥିଲେ। ଉଚ୍ଚ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ତଳ ସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ। ଏପରି ହେଲା ଯେ, ବିରୋଧୀ ତାହାକୁ ବିରୋଧ ନ କରି ଆଉ ଧର୍ଯ୍ୟ ଧରି ରହି ପାରିଲେ ନାହିଁ। ‘ଶଙ୍ଖ ମୋ ଗର୍ବ’ କହିବାର କିଛି ସମୟ ମଧ୍ୟରେ ବିରୋଧୀ ଏହାକୁ ବିରୋଧ କରିବା ଆରମ୍ଭ କଲେ। କେତେକ ‘ବାପାମା ମୋ ଗର୍ବ’ କହି ଭିଡିଓ ପୋଷ୍ଟିଂ…

Read More

ପ୍ରଦୀପ ସେନାପତି ଭୁବନେଶ୍ବର: ଏ କଳକୀ ଯୁଗରେ କୋଟିକୋଟି ପାତାଳଫୁଟି ଗର୍ଭରୁ ଶିବଲିଙ୍ଗମାନଙ୍କର ପୀଠସ୍ଥଳୀ ଅବିର୍ଭାବ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ରାଜା ସିଂହାସନରେ ଅଧିଷ୍ଠିତ, ପ୍ରତିଷ୍ଠିତ ଓ ବିଖ୍ୟାତ ହୋଇ ଥିବାରୁ ପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛନ୍ତି। କେଶରୀ ବଂଶର ରାଜା ଯଯାତି କେଶରୀ ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ “କାଶୀ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଜଣେ ନିଷ୍ଠାପର ପରମ ଭକ୍ତ, ତପସ୍ୟାବଳୀ ସାଧକ ଏବଂ ମହାଦେବ ଶିବ ଆରଧନାରେ ତାଙ୍କର ସ୍ଥାନ ଥିଲା ସ୍ୱତନ୍ତ୍ର। ଏହି ମହାଶକ୍ତି ଶିବଲିଙ୍ଗର ଆର୍ଶିବାଦ ପାଇ ଯଯାତି କେଶରୀ ତାଙ୍କୁ ସ୍ୱପ୍ନରେ ଏକ ଶିବଲିଙ୍ଗ ପ୍ରତିମୂର୍ତ୍ତୀ ଭାବରେ ତାଙ୍କ ଚକ୍ଷୁ ସମ୍ମୁଖରେ ଆବିର୍ଭାବ ହୋଇ କେତେକ ଶୂନ୍ୟବାଣୀ ପ୍ରଦାନ କରିଥଲେ। ସର୍ବବିଦ୍ୟମାନ, ଦେବାଧିଦେବ ମହାଦେବ “ଶିବ” ଆରଧନାରେ ମଧ୍ୟ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଅଟେ। ଯଯାତି କେଶରୀ ତ୍ରିଭୁବନ ଭ୍ରମଣ କରି ସମସ୍ତ ପାତାଳଫୁଟି ଶିବଲିଙ୍ଗମାନଙ୍କୁ…

Read More

ମେଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବୃଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ…

Read More

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ତିନି ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୬ କେଜି ବ୍ରାଉନ ସୁଗାର ଏବଂ ଗୋଟିଏ ମାମଲାରେ ଜବତ ହୋଇଥିବା ୧୦୫ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି। ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୬ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଦୁଇ ନିଶା ବେପାରିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ମା’ ବୁଢ଼ୀ ବାଘେଇ ଠାକୁରାଣୀ ମନ୍ଦିର ପରିସରରେ ଉକ୍ତ ନିଶା କାରବାର ଚାଲିଥିବା ଖବର ପୋଲିସ ପାଇଥିଲା। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଓ ଟାଙ୍ଗୀ ଆଇଆଇସିଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୧୮.୬୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ବାଇକ, ଗୋଟେ ମୋବାଇଲ ଫୋନ ଏବଂ ନକଦ ୬୧ ହଜାର ୫୫୦ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା…

Read More

ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ। ଆସନ୍ତାକାଲି ୨୯ ତାରିଖରୁ ଏହି ନୂଆ ପଶ୍ଚିମାଝଡର ପ୍ରଭାବ ଆରମ୍ଭ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ଏହା ୩୦ ତାରିଖରୁ ପ୍ରଭାବ ପକାଇବ ଏବଂ ୩୧ ତାରିଖରେ ସର୍ବାଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏହାଦ୍ବାରା ଝଡ଼-ପବନ, ଭାରି ବର୍ଷା ହେବ। ବର୍ଷାର ପରିମାଣ ପ୍ରାୟ ୭ ରୁ ୧୧ ସେମି ରହିବ। ଏଥିସହ ବିଜୁଳି ଘଡଘଡି ମଧ୍ୟ ଲାଗିରହିବ। ଆସନ୍ତା ଅପ୍ରେଲ ୧ ତାରିଖରେ ଝଡ଼-ପବନ ସହ ବିଜୁଳି ଘଡଘଡି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ କହିଛି।

Read More

ନୂଆଦିଲ୍ଲୀ: ବୈଷୟିକ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦୂରସଞ୍ଚାର ନେଟୱର୍କର ପ୍ରମୁଖ ଦୂରସଞ୍ଚାର ନେଟୱର୍କର ସଂଯୋଗ ବିଚ୍ଛିନ୍ନ ହେବା (ଆଉଟେଜ୍‌) ସମ୍ପର୍କରେ ଦୂରସଞ୍ଚାର ସେବା ପ୍ରଦାନକାରୀମାନେ ଭାରତୀୟ ଟେଲିଫୋନ ନିୟାମକ ପ୍ରାଧିକରଣ (ଟ୍ରାଇ)କୁ ସୂଚନା ଦେଉନଥିବା ଦେଖିବାକୁ ମିଳୁଛି। ଦୀର୍ଘ ସମୟ ଧରି ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ପ୍ରତିକୂଳ ପ୍ରଭାବ ବିଶେଷ କରି ସୀମାବର୍ତ୍ତୀ କ୍ଷେତ୍ର ଓ ପାର୍ବତ୍ୟାଞ୍ଚଳ ଉପରେ ପଡ଼ିଥାଏ। ଏହାଦ୍ୱାରା ପ୍ରଭାବିତ କ୍ଷେତ୍ରରେ ଦୂରସଞ୍ଚାର ସେବାର ଗୁଣବତ୍ତା ବାଧାପ୍ରାପ୍ତ ହୋଇଥାଏ। ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣକୁ ବୁଝିବା ଓ ଆବଶ୍ୟକତା ପଡ଼ିବା କ୍ଷେତ୍ରରେ ସେବା ପ୍ରଦାନକାରୀମାନଙ୍କୁ ସ୍ଥାନୀୟ ଅଧିକାରୀମାନଙ୍କ ଠାରୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରରେ ଏଭଳି କୌଣସି ଆଉଟେଜ୍‌ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ଦୂରସଞ୍ଚାର ଆକ୍ସେସ ସେବା ପ୍ରଦାନକାରୀଙ୍କୁ ନିମ୍ନଲିଖିତ ରିପୋର୍ଟ କରିବା ନିମନ୍ତେ…

Read More

ନୂଆଦିଲ୍ଲୀ: ଇପିଏଫ୍ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ର ୨୩୩ ତମ ବୈଠକ ଆଜି (୨୮-୦୩-୨୦୨୩) କେନ୍ଦ୍ର ଶ୍ରମ ଓ ନିୟୋଜନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉପାଧ୍ୟକ୍ଷ ତଥା କେନ୍ଦ୍ର ଶ୍ରମ, ନିୟୋଜନ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ସହ ଉପାଧ୍ୟକ୍ଷ ତଥା ଶ୍ରମ ଓ ନିୟୋଜନ ସଚିବ ଆରତୀ ଆହୁଜା, ସଦସ୍ୟ ସଚିବ ନିଲମ ଶାମୀ ରାଓ, କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ବୋର୍ଡ ଇପିଏଫ୍ ସଦସ୍ୟମାନଙ୍କ ଖାତାରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଷିକ ୮.୧୫ ପ୍ରତିଶତ ସୁଧ ଜମା କରିବାକୁ ସୁପାରିସ କରିଛନ୍ତି। ସୁଧହାର ନେଇ ସରକାରୀ ବିଜ୍ଞପ୍ତି ଗେଜେଟରେ ପ୍ରକାଶ ପାଇବ ଓ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଇପିଏଫଓ ହିତାଧିକାରୀ ଖାତାଧାରୀଙ୍କ ଖାତାରେ ସୁଧହାର ବାବଦ ଅର୍ଥ ଜମା କରିବେ।…

Read More

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଗ ସହ ମଧ୍ୟ ଜଡ଼ିତ ଥିଲା। ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ବହୁବିଧ ଟିମ୍ ଏହି ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନେଇଥିଲେ। ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ…

Read More

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ଉତ୍ସକୁ ଉଦ୍ଧୃତ କରି ଏହି ସୂଚନା ଗ୍ରହଣ କରାଯାଇଛି। ସୋମବାର ଦିନ ଲୋକସଭାର ବାଚସ୍ପତିଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ ହେବା ଏବଂ ଗୃହରେ ପକ୍ଷପାତିତା ଅଭିଯୋଗରେ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇପାରେ। ବାସ୍ତବରେ ଗୁଜୁରାଟର ଏକ ସୁରଟ କୋର୍ଟ ଦ୍ୱାରା ୨୦୧୯ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଲୋକସଭାରୁ ଅଯୋଗ୍ୟ ହୋଇଥିଲେ। ଚାରି ଚାରିଥର ସାଂସଦ ରହିଥିବା ରାହୁଲ ଗାନ୍ଧୀ ଅଯୋଗ୍ୟତା କାରଣରୁ ଆଠ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ, ଯଦି ହାଇକୋର୍ଟ ଦ୍ଵାରା ଏହି ଦଣ୍ଡାଦେଶ ଉପରେ ରୋକ ଲଗାଯାଏନାହିଁ। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ସଂସଦରେ ହଙ୍ଗମା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ପ୍ରଦର୍ଶନ…

Read More

ଭୁବନେଶ୍ୱର: ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି। ଏହି କର୍ମଶାଳାରେ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିନାୟକ ମହାନ୍ତି ଯୋଗ ଦେଇ ମରୁଡି ପରିସ୍ଥିତିରେ ଭଲ ଫସଲ ଓ ଜଳ ପରିଚାଳନା କ୍ଷେତ୍ରରେ ସଏଲ ମଏଶ୍ଚର ଡାଏନାମିକ୍ସ ଓ ଟେମ୍ପୋରାଲ୍ ଭାରିଏବିଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ଡ୍ରଟ ସିନାରିଓ ଇନ୍ ଓଡ଼ିଶା: ଆଡାପ୍‌ଟେସନ୍ ଆଣ୍ଡ ମିଟିଗେସନ୍ ଷ୍ଟ୍ରାଟେଜିସ୍‌’ ଶୀର୍ଷକ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ସଏଲ୍ ମଏଶ୍ଚର, ସଏଲ୍ ହାଇଡ୍ରୋଲିକ୍ସ ଓ ଇଭାପୋଟ୍ରାନ୍ସପିରେସନ୍ ଉପରେ ସାଟେଲାଇଟ୍ ରିମୋଟ୍ ସେନ୍ସିଂ ଟୁଲ୍ ବ୍ୟବହାର କରି…

Read More

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋନାଲ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ଜନ ଭାଗିଦାରୀ’ ପାଇଁ ପ୍ରୟାସ କରାଯିବ। ଏହି ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ…

Read More

ନୂଆଦିଲ୍ଲୀ: ଜନସାଧାରଣ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ପାରାସିଟାମୋଲ ସହିତ ଅନେକ ଜରୁରୀ ଔଷଧର ମୂଲ୍ୟ ଏପ୍ରିଲ ମାସରୁ ବୃଦ୍ଧି ପାଇବ। ଆଣ୍ଟିବାୟୋଟିକ୍, ଆଣ୍ଟି-ଇନଫେକ୍ଟିଭ୍, ଯନ୍ତ୍ରଣାକାରୀ, ହୃଦ ରୋଗ ପାଇଁ ଔଷଧ ଏହି ଔଷଧ ତାଲିକାର ଶୀର୍ଷରେ ଅଛି। ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବର୍ତ୍ତମାନ ହୋଲ୍ ସେଲରେ ଔଷଧକୁ ମହଙ୍ଗା ମୂଲ୍ୟରେ ବିକ୍ରି କରିବେ। ‘ହୋଲ୍ ସେଲ ଇଣ୍ଡେକ୍ସ’ର ବାର୍ଷିକ ଔଷଧ ଖର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଛି। ରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ନିର୍ଧାରଣ ପ୍ରାଧିକରଣ (NPPA) କହିଛି ଯେ, 2022 ମସିହାରେ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଇ) 12.12 ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ 2023 ବର୍ଷରେ ପୁଣି ଥରେ ଏହି ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଯାହା ଏପ୍ରିଲ୍ 2023 ରୁ ଲାଗୁ ହେବ।

Read More

ଭୁବନେଶ୍ବର: ଚଳିତ ବର୍ଷ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଆସନ୍ତାକାଲି ବୁଧବାରରେ ଅନୁଷ୍ଠିତ ହେବ। ଏଥର ଅପରାହ୍ନ ୩ ଟା ୩୦ ମିନଟରେ ରଥ ଟଣାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଏହି ରଥଯାତ୍ରାର ମହତ୍ବ ବେଶ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଜାଣିବା ଏହି ରଥଯାତ୍ରା ପଛରେ କଣ ରହିଛି ରହସ୍ୟ। ସାଧାରଣତଃ ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି। ରୁକୁଣା ରଥ ଯାତ୍ରାର ମହତ୍ବ ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏପରି ଜିନିଷ ଖାଇବା ଉଚିତ୍ ଯାହା ଶରୀରରେ ଅମ୍ଳଜାନର ସ୍ତର ବଢାଇଥାଏ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ, ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ। ଆସନ୍ତୁ ଜାଣିବା….. ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ: ପ୍ରଚୁର ଜଳ ପିଅନ୍ତୁ: ଅମ୍ଳଜାନ ସ୍ତର ବଢାଇବା ପାଇଁ ଖାଦ୍ୟରେ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମ କୋଷଗୁଡ଼ିକ ନିଶ୍ୱାସ ନେବା ଆବଶ୍ୟକ କରନ୍ତି ଏବଂ ଯେତେବେଳେ ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇଥାଉ, ଆମ ଶରୀର କୋଷକୁ ଅମ୍ଳଜାନ ଦେଇଥାଏ। ତେଣୁ ନିୟମିତ ଭାବେ ପ୍ରଚୁର ପାଣି ପିଅନ୍ତୁ। କମ୍ ଲୁଣିଆ ଖାଦ୍ୟ ଖାଆନ୍ତୁ:…

Read More

ନୂଆଦିଲ୍ଲୀ: ଆଜି ଉମେଶ ପାଲ ଅପହରଣ ମାମଲାର ସାଂସଦ-ବିଧାୟକ କୋର୍ଟ ରାୟ ଶୁଣାଇଛନ୍ତି। ମାଫିଆ ତିକ୍ ଅହମ୍ମଦଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିକଙ୍କ ଭାଇ ଆଶରଫ ଅହମ୍ମଦଙ୍କ ସମେତ ୭ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୦୫ ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ଅପହରଣ ମାମଲାରେ ପୂର୍ବତନ ସାଂସଦ ଅତିକ୍ ଅହମ୍ମଦଙ୍କ ଉପରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ସ୍ଵତନ୍ତ୍ର ସାଂସଦ-ବିଧାୟକ କୋର୍ଟ ତାଙ୍କ ନିଷ୍ପତ୍ତିରେ ପୂର୍ବତନ ସାଂସଦ ତଥା ଅନ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିକ୍ ଅହମ୍ମଦଙ୍କ ସମେତ ତିନିଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ କୋର୍ଟ ସେମାନଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଉମେଶ ପାଲଙ୍କ ପରିବାର ସଦସ୍ୟଙ୍କୁ…

Read More