Author: Samikhsya Bureau

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରତିକ୍ରୀୟାରେ କହିଛନ୍ତି ଯେ ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ଦଳ ନିଜ ନେତାଙ୍କ ଉପରୁ ଭରଷା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଧ୍ୱନି ଦେଇ ଗଣମାଧ୍ୟମକୁ ପ୍ରକମ୍ପିତ କଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଧ୍ୱନି, ଭଲ କଥା ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୩ ବର୍ଷ ଶାସନ ପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା? ଓଡ଼ିଶା କଂଗ୍ରେସ ଦଳର ସଭାପତି…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଡଇଁଚା ପ୍ୟାକ୍ସରେ ବ୍ୟାଙ୍କିଙ୍ଗ ସେବା ଓ କୃଷି ଋଣ କର୍ମଶାଳା ସଭାପତି ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥି ଭାବରେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ୍ କୁମାର ପୂଜାରୀ ଯୋଗ ଦେଇ ସରକାରଙ୍କ ଜନ ହିତକାରୀ ଯୋଜନା ସଂପର୍କରେ ଆଲୋଚନା କରିବା ସହ ଆସିଥିବା ଚାଷୀ ମାନଙ୍କର ବିଭିନ୍ନ ଅଭିଯୋଗକୁ କିପରି ସମାଧାନ କରାଯାଇପାରିବ ସେ ଦିଗରେ ବିହୀତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆର୍ ସି ଏସ୍ ଗିରିଶ୍ ଚନ୍ଦ୍ର ପୁରୋହିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମବାୟର ଆବଶ୍ୟକତା ଏବଂ ସମବାୟ ଦ୍ବାର ଲୋକ ମାନଙ୍କର କଣ କଣ ସବୁ ସୁବିଧା ହୋଇ ପାରୁଛି ସେ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ ଏଂ ସମବାୟ ବିଭାଗର ନିରୀକ୍ଷକ ଯୋଗଦେଇଥିଲେ। ୪ ଜଣ…

Read More

ରଣପୁର: ରଣପୁର ବ୍ଲକ ନିକଟସ୍ଥ ମଝିଆଖଣ୍ଡ ଗ୍ରାମପଂଚାୟତରେ ୧୩୬୫ ମସିହାରୁ ପାଳନ କରାଯାଉଛି ଏହି ନିଆରା ପର୍ବ ଅଶୋକା ଅଷ୍ଟମୀ। ନୀତି ଅନୁଯାୟୀ ପ୍ରଭୁ କମଳେଶ୍ୱର ଦେବ ଶହ ଶହ ଭକ୍ତଙ୍କର ଗହଣରେ ରୁଙ୍କୁଣା ରଥରେ ବସି ୭ ଦିନ ପାଇଁ ମାଉସୀ ମା ‘ ମନ୍ଦିର କୁ ବିଜେ କରିବେ। ତେଣୁ ନୀତି ପରମ୍ପରା ଅନୁଯାୟୀ ରଥର ସମସ୍ତ ନୀତିକାନ୍ତି ପରେ ରଥ ଉପରକୁ ପ୍ରଭୁ କମଳେଶ୍ୱର ଦେବ ବିଜେ କରିଥିଲେ। ଏହା ପରେ ଭକ୍ତମାନେ ରଥକୁ ଟାଣି ଟାଣି ଅଶୋକ ବଜାର ଠାରେ ଥିବା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଏହି ରଥ ଟଣା ସମୟରେ ରଣପୁର ଦେବୋତ୍ତର ବିଭାଗ ଅଧିକାରୀ ତଥା ରଣପୁର ତହସିଲଦାର ଇପ୍ସିତ ସାହୁ, ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ୮ ଜଣଙ୍କୁ ଡିଲିଟ୍ ୨ଜଣଙ୍କୁ ଡିଏସସି ,୭୦ ଜଣଙ୍କୁ ପିଏଚଡି ଓ ୪୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ଉପାଧି ପ୍ରଦାନ କରିଥିଲେ। ଉତ୍ସବରେ ଯୋଗଦାନ ସ୍ଵରୁପ ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଜରିଆରେ ବୁଝାଇଥିଲେ ଯେ ୫୭ ବର୍ଷର ଏହି ଅନୁଷ୍ଠାନ ବହୁ ପ୍ରତିଭା ସ୍ରୁଷ୍ଟି କରିଛି ଓ ଆମେ ବସୁଦୈବ୍ୟ କୁଟୁମ୍ବକମ୍ କୁ ବିଶ୍ୱାସ କରୁ ଓ ବୈଶ୍ଵକ ନାଗରିକ ଆଚରଣ କୁ ପ୍ରୋତ୍ସାହନ ଯୋଗାଇବା ସହ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିଯୋଗିତା ମୁଳକ ମୁଲ୍ୟବୋଧ କୁ ପ୍ରୋତ୍ସାହନ କରିବା ଆମର କର୍ତ୍ତବ୍ୟ ଅଟେ। ଆଗାମୀ ୨୦୨୪ ଓ ୨୫ ରେ ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୈତିକ ଅଭିବୃଦ୍ଧି ହେବାକୁ ଯାଉଛି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଳି ଗୋବିନ୍ଦପୁର ଠାରେ ପୂଜା ପାଆନ୍ତି ପଶ୍ଚିମାଭିମୁଖୀ ଠାକୁର ଶ୍ରୀ ଶ୍ରୀ ବୁଢା ଗତିଃଶ୍ଵରଦେବ। ଉକ୍ତ ମନ୍ଦିରରେ ବୁଧବାର ପରମ୍ପରା ଅନୁଯାୟୀ ପବିତ୍ର ଅଶୋକଷ୍ଟମୀ ପର୍ବ ଖୁବ ଧୂମଧାମରେ ପାଳନ କରାଯାଇଛି। ପ୍ରଭୁ ଗତିଃଶ୍ଵର ଦେବ ଏ ଅଂଚଳର ଏକ ପ୍ରତ୍ୟେକ୍ଷ ଠାକୁର। ପରମ୍ପରା ଅନୁଯାୟୀ ଏହି ଦିନ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ, ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଏବଂ ମା ଭଗବତୀଙ୍କ ପିତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଗତିଃଶ୍ଵରଙ୍କ ପୀଠକୁ ଆସିଥାନ୍ତି। ତତସହିତ ଗତିଃଶ୍ୱରଙ୍କ ମୂଳ ପୀଠ କୁହାଯାଉଥିବା ଦୁଲଣୀ ଗ୍ରାମର ଗୋପୀନାଥ ଦେବଙ୍କ ଆଗମନ ହେବାରୁ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୁଏ। କିମ୍ବଦନ୍ତୀ ଅନୁସାରେ ମା’ ଭଗବତୀ ବର୍ଷକୁ ଚାରିଦିଗକୁ ଯାତ୍ରା କରିଥାନ୍ତି। ପୂର୍ବ କାଳରେ ମା ଦକ୍ଷିଣ ଦିଗରେ ଥିବା ଗଞ୍ଜାମ ଜିଲ୍ଲାର ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଅଶୋକଷ୍ଟମୀ…

Read More

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚଳାମୀ ଓ ପାଗଳାମୀରୁ ବିରୋଧୀଦଳ ନେତା କ୍ଷାନ୍ତ ରହିବା ଉଚିତ। ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ବିବୃତି ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ। ଶ୍ରୀ ସାହୁ କହିଛନ୍ତି ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଶ୍ରୀ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ…

Read More

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟର ବିରାଟ କୋହଲି ଏକ ଅଗ୍ରଣୀ ହାସଲ କରିଛନ୍ତି। କୋହଲି ପୁଣି ଥରେ ତାଙ୍କ ପୁରୁଣା ଶୈଳୀକୁ ଫେରିଥିବାର ନଜର ଆସିଛନ୍ତି। ବିଗତ କିଛି ବର୍ଷ ଧରି ଖରାପ ଫର୍ମରେ ରହିବା ପରେ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦିନିକିଆ ଫର୍ମାଟରେ ତାଙ୍କ ର଼୍ୟାଙ୍କିଙ୍ଗରେ ବୃଦ୍ଧି ହୋଇଛି। ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧ ଶତକ ସହିତ ସେ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ସାତ ନମ୍ବରରେ ପହଞ୍ଚିଛନ୍ତି। କିଛି ସମୟ ପୂର୍ବରୁ ବିରାଟ କୋହଲି ଦିନିକିଆ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ-୧୦ ଖେଳାଳି ତାଲିକାରୁ ବାଦ ପଡିଥିଲେ। ବର୍ତ୍ତମାନ ତାଙ୍କର ଦିନିକିଆ ର଼୍ୟାଙ୍କିଙ୍ଗ ୭୧୯ ରେଟିଂ ସହିତ ୭ ନମ୍ବରରେ ଅଛନ୍ତି। ରୋହିତ ଶର୍ମାଙ୍କୁ କୋହଲିପଛରେ ପକାଇ ଦେଇଛନ୍ତି। ୭୦୭ ରେଟିଂ ସହ ଭାରତୀୟ ଅଧିନାୟକ ୮ ନମ୍ବରରେ ଅଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୋଲିସକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ସେମାନେ ନିଶାସକ୍ତ ଅବସ୍ଥାରେ କ୍ଷିପ୍ର ବେଗରେ ଗାଡ଼ି ଚଲାଉଛନ୍ତି। ଯାହା ଫଳରେ ନାଗରିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନୁରୂପ ଭାବେ ମଦ୍ୟପ ଗାଡିଚାଳକ ମାନେ ପଥଯାତ୍ରୀଙ୍କୁ ଗାଳିଗୁଲଜ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ଏହାକୁ ଗମ୍ଭୀରିତାର ସହ ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଦୀର୍ଘ ସମୟ ଧରି ଚଢ଼ାଉ ଜାରି ରଖିଥିଲା। ମଦ୍ୟପ ଗାଡ଼ି ଚାଳକଙ୍କୁ ଖୋଜି ଖୋଜି ପୋଲିସ ଧରିଥିଲା। ଏହି ପରିପ୍ରେକ୍ଷୀରେ ଚାରି ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ବାଲୁଗାଁ ମେଡିକାଲରେ ସେମାନେ କେତେ ପରିମାଣରେ ମଦ୍ୟପାନ କରିଛନ୍ତି ତାହାର ପରୀକ୍ଷା କରାଯାଇଥିଲା। ଗିରଫ ଚାରି ଅଭିଯୁକ୍ତମାନେ ହେଲେ ସୁକାନ୍ତ ପାଣିଗ୍ରାହୀ, ଅକ୍ଷୟ ପଣ୍ଡା, ଅରୁଣ…

Read More

ନୂଆଦିଲ୍ଲୀ: ଜମାକାରୀଙ୍କୁ ଦେୟ ପ୍ରଦାନ ପାଇଁ ସେବି ଠାରେ ସାହାରା ଗ୍ରୁପ୍ ଜମା କରିଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ କେନ୍ଦ୍ରର ଆବେଦନକୁ ସୁପ୍ରିମକୋର୍ଟ ବିଚାରକୁ ନେଇଛନ୍ତି। ପ୍ରକୃତରେ କେନ୍ଦ୍ର ଏକ ଜନସ୍ୱାର୍ଥ ମାମଲାରେ ଏହି ଆବେଦନ କରିଥିଲେ। ପିନାକି ପାଣି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ପିଏଲ୍ ଦାଖଲ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ଚିଟ୍ ଫଣ୍ଡ୍ କମ୍ପାନୀ ଏବଂ ସାହାରା କ୍ରେଡିଟ୍ କମ୍ପାନୀଗୁଡିକରେ ବିନିଯୋଗ କରିଥିବା ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ, ସାହାରା ଗୋଷ୍ଠୀର ସମବାୟ ସମିତି ଦ୍ୱାରା ପ୍ରତାରଣା ହୋଇଥିବା ଜମାକାରୀଙ୍କ ମଧ୍ୟରେ ଏହି ରାଶି ବଣ୍ଟନ କରାଯିବା ଉଚିତ। ଏଥିରେ କୁହାଯାଇଛି ଯେ, ସମଗ୍ର ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀଙ୍କ ଦ୍ୱାରା ତଦାରଖ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଧୂଆଁନଳି ସେକ୍ସନ ସିଲିଙ୍ଗପଡ଼ା ଜଙ୍ଗଲରେ ଆଜି ଏକ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ୩ ରୁ ୪ ବର୍ଷ ହେବ। ଖବର ପାଇ ଭୁବନେଶ୍ୱର ଆରସିସିଏଫ, ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଏସିଏଫ, ବାଲୁଗାଁ ରେଞ୍ଜର ଆଦି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତେବେ ହାତୀର ପ୍ରାକୃତିକ ମୃତ୍ୟୁ ହୋଇଥିବାର ଡ଼ିଏଫଓ ସୁଶ୍ରୀ ପାଣ୍ଡିଆନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଅଧିକ ତଦନ୍ତ ପାଇଁ ଏକ ଡାକ୍ତରୀଦଳ ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି। ଏବଂ ହାତୀର ଶବକୁ ଜଙ୍ଗଲରେ ପୋତିଦିଆଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Read More

ନୂଆଦିଲ୍ଲୀ: ଅନେକ ଲୋକଙ୍କ ମୁହଁରେ କଳା ଦାଗର ସମସ୍ୟା ଥାଏ। ଚର୍ମର ପୃଷ୍ଠରେ ଦୃଶ୍ୟମାନ ହେଉଥିବା ଏହି କଳା ଦାଗଗୁଡ଼ିକ ରାସାୟନିକ ସମୃଦ୍ଧ ଚର୍ମ ଯତ୍ନ ଉତ୍ପାଦ ପ୍ରୟୋଗ କରି, ଅତ୍ୟଧିକ ସୂର୍ଯ୍ୟ କିରଣରେ ରହି କିମ୍ବା ଚର୍ମର ଉପଯୁକ୍ତ ଯତ୍ନ ନ ଦେଲେ ଦେଖାଯାଏ। ପରିବେଶ ଯୋଗୁଁ ମଧ୍ୟ ଏହି ଦାଗଗୁଡ଼ିକ ହୋଇପାରେ। ଏପରି ପରିସ୍ଥିତିରେ ବେଳେବେଳେ ଏହି କଳା ଦାଗରୁ କିପରି ମୁକ୍ତି ପାଇବେ ତାହା ବୁଝିବା କଷ୍ଟକର ହୋଇଯାଏ। ଯଦି ଆପଣ ମଧ୍ୟ ସମସ୍ତ ପ୍ରକାରର ଚେଷ୍ଟା କରିବାରେ ଥକି ଯାଇଛନ୍ତି, ତେବେ ନଡିଆ ତେଲର ଏହି ଉପାୟ ଆପଣଙ୍କ ପାଇଁ ଉପଯୋଗୀ ହେବ। ନଡ଼ିଆ ତେଲରେ ଲବଙ୍ଗ ମିଶାଇ ଲଗାଇଲେ ମୁହଁରେ ଥିବା କଳା ଦାଗରୁ ମୁକ୍ତି ମିଳିଥାଏ। ମୁହଁରୁ ଦାଗ ହଟାଇବା ପାଇଁ ନଡ଼ିଆ ତେଲରେ ଲବଙ୍ଗ ମିଶାଇ କିପରି ପ୍ରୟୋଗ କରାଯାଇପାରିବ ଏଠାରେ ଜାଣନ୍ତୁ… ଦାଗ ହଟାଇବା ପାଇଁ ଘରୋଇ ଉପଚାର: ଲବଙ୍ଗ…

Read More

ଭୁବନେଶ୍ବର: ଏହାକୁ ଏକ ସଂଯୋଗ ବୋଲି କୁହାଯାଇ ପାରେ। କାରଣ ଆଜି ଘୋଷଣା ହୋଇଛି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ। ଭାରତ ମୁଖ୍ୟ ନିର୍ବାଚନ କମିଶନର ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ମେ ଦଶ ତାରିଖରେ ହେବ ଝାରସୁୁଗୁଡା ଉପନିର୍ବାଚନ। ସଂଯୋଗ ବଶତଃ ଏହି ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଖୋଦ ଜଣେ ପୋଲିସ କର୍ମଚାରୀ ହତ୍ୟା କରିବାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ସେଦିନ ଥିଲା ଜାନୁୟାରୀ ୨୯ ତାରିଖ, ଆଉ ଆଜି ହେଉଛି ମାର୍ଚ୍ଚ ୨୯ ତାରିଖ ଯେଉଁଠି ଝାରସୁଗୁଡା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।

Read More

ନୂଆଦିଲ୍ଲୀ: ପୁଣେର ଲୋକସଭା ସଦସ୍ୟ ଗିରିଶ ବାପଟ ଆଜି ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ କରିଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ବାପଟ ଗତ ଦେଢ ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦୀନନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଜୀବନ ରକ୍ଷକ ପ୍ରଣାଳୀରେ ଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ବାପଟଙ୍କ ମୃତ୍ୟୁ ଖବର ଶୁଣି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଗିରିଶ ବାପଟ ତାଙ୍କ କଲ୍ୟାଣ କାର୍ଯ୍ୟ ମାଧ୍ୟମରେ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛନ୍ତି। ସେ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ। ଗିରିଶ ବାପଟଙ୍କ ପରିବାର ସଦସ୍ୟଙ୍କୁ ଓମ ବିର୍ଲା ମଧ୍ୟ ସମବେଦନା ଜଣାଇଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କ ସ୍ଥାନ ଘୋଷଣା କରିଛି। ଆଇପିଏଲ୍-୨୦୨୩ ରେ ଋଷଭଙ୍କ ସ୍ଥାନରେ ବେଙ୍ଗଲର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଆହତ କାରଣରୁ ପନ୍ତ ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସିଜିନରୁ ବାଦ୍ ପଡିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଆହତ ଅବସ୍ଥାରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ଡେଭିଡ ୱାର୍ନରଙ୍କୁ ଦଳର ଅଧିନାୟକ କରାଯାଇଛି। ଯେତେବେଳେ ଅକ୍ସର ପଟେଲ ଉପ-ଅଧିନାୟକ ଭୂମିକାରେ ଅଭିନୟ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବେଙ୍ଗଲର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରାଯାଇଛି। ନିକଟରେ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ ଋଷଭ ପନ୍ତଙ୍କ ସ୍ଥାନ ପାଇବା ପାଇଁ ଭାରତର କିଛି ୱିକେଟ୍ କିପରଙ୍କ ପରୀକ୍ଷା କରିଥିଲେ। ୫ ରୁ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଟ୍ରାଏଲରେ ଅନେକ ୱିକେଟ୍ କିପରଙ୍କୁ ଦିଲ୍ଲୀ ଡକାଯାଇଥିଲା। ଏହି ୱିକେଟ୍ କିପରମାନଙ୍କରେ…

Read More

ନୂଆଦିଲ୍ଲୀ: ଯଦି ଆପଣଙ୍କର ଏକ କାର୍ କିମ୍ବା ବାଇକ୍ ଅଛି, ତେବେ ଆପଣ ନିଶ୍ଚିତ ଭାବରେ ସେମାନଙ୍କ ମାଇଲେଜ୍ ପ୍ରତି ବିଶେଷ ଯତ୍ନବାନ ହେବେ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଉପରେ ମଧ୍ୟ ନଜର ରଖୁଥିବେ। କିନ୍ତୁ, ଆପଣ କେବେ ବିମାନ ବିଷୟରେ ଚିନ୍ତା କରିଛନ୍ତି, ବିମାନର ମାଇଲେଜ୍ କ’ଣ ଏବଂ ଏଥିରେ ବ୍ୟବହାର ହେଉଥିବା ଇନ୍ଧନର ମୂଲ୍ୟ କ’ଣ? ଉଡ଼ାଣର ଇନ୍ଧନ ବିଷୟରେ କହିବା ପୂର୍ବରୁ, ଏହା ଜାଣିବା ଜରୁରୀ ଯେ ଉଡ଼ାଣରେ କେଉଁ ଇନ୍ଧନ ବ୍ୟବହାର ହୁଏ ଏବଂ ବର୍ତ୍ତମାନ ଏକ ଲିଟର ତେଲର ମୂଲ୍ୟ କେତେ? ବିମାନରେ କେଉଁ ତେଲ ଢଳାଯାଏ?: ବିମାନ କିମ୍ବା ହେଲିକପ୍ଟର ପରି ଯେକୌଣସି ଜେଟ୍ ପାଇଁ ସ୍ୱତନ୍ତ୍ର ଜେଟ୍ ଇନ୍ଧନ ଅଛି। ଏହି ଜେଟ ଇନ୍ଧନକୁ ଆଭିଏସନ କେରୋସିନ କୁହାଯାଏ ଏବଂ ଏହାକୁ QAV ମଧ୍ୟ କୁହାଯାଏ। ଜେଟ ଇନ୍ଧନର କୌଣସି ପୃଥକତା ନାହିଁ ଏବଂ…

Read More

ନୂଆଦିଲ୍ଲୀ: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଆସନ୍ତା ମେ 10 ତାରିଖରେ ଏହି ଉପନିର୍ବାଚନ ହେବ। ସେହି ମେ 13 ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଆଜି ନିର୍ବାଚନ କମିଶନର ପାଞ୍ଚୋଟି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେଥିରେ ଓଡିଶାର ଝାରସୁଗୁଡା ଉପନିର୍ବାଚନ ମଧ୍ୟ ରହିଛି। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଆସନଟି ଖାଲି ପଡିଥିଲା।

Read More

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଗୋଟିଏ ପର୍ଯ୍ୟାୟରେ ମେ ୧୦ ତାରିଖରେ ମତଦାନ ହେବ। ରାଜ୍ୟରେ ୨୨୪ ଟି ବିଧାନସଭା ଆସନର ଫଳାଫଳ ଆସନ୍ତା ୧୩ ତାରିଖରେ ଘୋଷଣା କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ରାଜ୍ୟରେ ମୋଟ ୫,୨୧,୭୩,୫୭୯ ଭୋଟର ଅଛନ୍ତି। କର୍ଣ୍ଣାଟକରେ ୯.୧୭ ଲକ୍ଷ ନୂତନ ଭୋଟର ଯୋଗ କରାଯାଇଛି। ୧୦୦ ବର୍ଷରୁ ଅଧିକ ୧୬ ହଜାରରୁ ଅଧିକ ଭୋଟର ଅଛନ୍ତି। ୮୦ ବର୍ଷରୁ ଅଧିକ ଭୋଟରମାନେ ଘରୁ ଭୋଟ୍ ଦେବାକୁ ସମର୍ଥ ହେବେ। ଯେଉଁମାନେ ଏପ୍ରିଲ ୧ ତାରିଖରେ ୧୮ ବର୍ଷ ବୟସ ଅତିକ୍ରମ କରୁଛନ୍ତି ସେମାନେ ମଧ୍ୟ ଭୋଟ୍ ଦେବେ। ୨୨୪ ଟି ବୁଥ୍ ତିଆରି କରାଯାଇଛି, ଯେଉଁଥିରେ ଯୁବକ କର୍ମଚାରୀ ନିୟୋଜିତ ହେବେ। ୧୦୦ ଟି ବୁଥରେ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ହେବେ।

Read More

ଭୁବନେଶ୍ବର: ବିଜେଡିର ଟାଣୁଆ ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ କହିଲେ ଜୟ ଜଗନ୍ନାଥ। ସେ କହିବାର କାରଣ ରହିଛି। ଯେତେବେଳେ ବିଜେଡିର ସମସ୍ତ ନେତା ମନ୍ତ୍ରୀ ବିଧାୟକ ସାଂସଦ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ ସେତେବେଳେ କେତେକ ବିରୋଧୀ ସମାଲୋଚନା କଲେ। ତାହା ହେଲା ବିଜେଡି ସାଂସଦ ସସ୍ମିତ ପାତ୍ର କାହିଁକି ଜୟ ଜଗନ୍ନାଥ କହୁ ନାହାଁନ୍ତି। ଏପରି ଟିପଣ୍ମୀ ପରେ ଦିଲ୍ଲୀରେ ଥିବା ସସ୍ମିତ ଥରେ ନୁହେଁ ଦୁଇଥର ଭିନ୍ନ ପୋଷାକରେ ଜୟ ଜଗନ୍ନାଥ କହି ଭିଡିଓ ପୋଷ୍ଟିଂ କରିଛନ୍ତି। ସେ ସଂସଦ ଭବନରେ ଥରେ ହାପ ଜ୍ୟାକେଟ ପିନ୍ଧି କହିଥିବା ବେଳେ ପୁଣି ପଂଜାବୀ ଏବଂ ବେକରେ ନାଲି ଉତ୍ତରୀୟ ପକାଇ ଜୟ ଜଗନ୍ନାଥ କହିଛନ୍ତି। ଏପରି ଭିଡିଓ ଦେଖିବା ପରେ ବିରୋଧୀ ମୁହଁ ବନ୍ଦ ହୋଇଯାଇଛି।

Read More

ଭୁବନେଶ୍ବର: ଆସନ୍ତାକାଲି ହେଉଛି ରାମ ନବମୀ। ସାରା ଓଡିଶାରେ ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେବ ସହରରୁ ଗ୍ରାମାଞ୍ଚଳ। ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଚଳିତ ବର୍ଷ ରାମ ନବମୀ ଏହି ମାର୍ଚ୍ଚ ୩୦ ତାରିଖ ଗୁରୁବାରରେ ପଡୁଅଛି। ବର୍ତ୍ତମାନ ମୋବାଇଲ ଯୁଗରେ ଆପଣମାନେ ଆପଣଙ୍କର ବନ୍ଧୁଙ୍କୁ ବାର୍ତ୍ତା ପଠାଇ ଶୁଭେଚ୍ଛା ପ୍ରଦାନ କରନ୍ତୁ। ସେଥିପାଇଁ ତଳେ କେତେକ ଇଂରାଜୀ ବାର୍ତ୍ତା ପ୍ରଦାନ କରାଯାଇଛି। ମୋବାଇଲରେ ଏହାକୁ କପି କରି ବନ୍ଧୁଙ୍କ ନିକଟକୁ ପଠାଇପାରିବେ। Wishing you love, health, peace, and prosperity this Ram Navami. May Lord Rama always guide you and your family on the right path. Shubh Ram Navami. With the…

Read More

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଏବଂ ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏହି ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କର ଅହଂକାର କାରଣରୁ ସଂସଦ ଦ୍ୱାରା ଅଯୋଗ୍ୟ ହୋଇଛନ୍ତି। ରାହୁଲ ଅଧିକାର ରାଜନୀତି କରନ୍ତି। ସେ ଭାବନ୍ତି ଯେ, ସେ ଆଇନ ଏବଂ ସମ୍ବିଧାନଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବାବାସାହେବଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଆଧାରରେ ନିର୍ମିତ ସମସ୍ତ ଅନୁଷ୍ଠାନ ତାଙ୍କ ତଳେ ଅଛନ୍ତି ବୋଲି ରାହୁଲ ଗାନ୍ଧୀ ବିଶ୍ୱାସ କରନ୍ତି। ସମ୍ବିଧାନ ବିଷୟରେ କହୁଥିବା ଲୋକ ଦେଶକୁ କୁହନ୍ତୁ ଯେ, ପ୍ରଧାନମନ୍ତ୍ରୀ ବିଦେଶରେ ଥିବାବେଳେ ଅଧ୍ୟାଦେଶକୁ ଚିରିଦେବା ସମ୍ବିଧାନର ଅସମ୍ମାନ ନଥିଲା କି? ସେ କହିଛନ୍ତି ଯେ, ଦେଶର ବିକାଶ ପାଇଁ ବିଜେପି ନୂଆ ଉତ୍ସାହ ସହ…

Read More

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ଜୀବାଣୁ ପୁଣି ଥରେ ଭୟଭୀତ କରିବାକୁ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧ ହଜାର ୧୫୧ ନୂତନ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ୯ ହଜାର ୬୭୬ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୧ ହଜାର ୯୦୩ କୁ ବୃଦ୍ଧି ପାଇଛି। ବୁଧବାର ସକାଳ ଆଠଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୫ ଲକ୍ଷ ୩୦ ହଜାର ୮୪୧ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୪୧ ଲକ୍ଷ ୬୬ ହଜାର ୯୨୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Read More