Author: Samikhsya Bureau

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଳା କ୍ଷେତ୍ରକୁ ଯୋଗଦାନ ନିମନ୍ତେ ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ବିସ୍ତୃତ ବିବରଣୀ – ୧. ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ମାଗୁଣି ଚରଣ କୁଅଁର ୧. କେନ୍ଦୁଝରର ପ୍ରସିଦ୍ଧ କଣ୍ଢେଇ ନାଚ କଳାକାର ମାଗୁଣି ଚରଣ କୁଅଁର ନିଜର ଅଦ୍ଭୂତ କଣ୍ଢେଇ ନାଚ କଳା ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେ ମାତ୍ର ୧୫ ବର୍ଷ ବୟସରେ ନିଜର ଗୁରୁ ମକରଧ୍ୱଜ ବେହେରାଙ୍କ ଠାରୁ ଏହି କଳା ସଫଳତା ପୂର୍ବକ ଶିଖିଥିଲେ ଏବଂ କଣ୍ଢେଇ ନାଚ ପାଇଁ ‘ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ’ ନାମକ ଏକ ସାଂସ୍କୃତିକ ଦଳ ଗଢ଼ିଥିଲେ ଓ ସାରା ଦେଶରେ କଣ୍ଢେଇ ନାଚ ପରିବେଷଣ କରିଥିଲେ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ କୋଭିଡ-୧୯ ଭେରିଏଣ୍ଟ ଓ ଇନଫ୍ଲୁଏଞ୍ଜା ବା ସର୍ଦ୍ଦିରୋଗର ପ୍ରକାର ଏବଂ ଦେଶର ଜନସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଦେଶରେ ଇନଫ୍ଲୁଏଞ୍ଜା ଭଳି ସର୍ଦ୍ଦିରୋଗ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଗତ ଦୁଇ ସପ୍ତାହ ମଧ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦୃଷ୍ଟିରୁ ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା। ଏଥିପୂର୍ବରୁ ୨୨ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ ସମୀକ୍ଷା ବୈଠକରେ କେତେକ ନିର୍ଦ୍ଦେଶ ଦେଇଥିଲେ, ସେ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜିର ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ୨୦ଟି ମୁଖ୍ୟ…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନନ୍ଦିତା ଦାସ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜ୍ବିଗାଟୋର ସୁଟିଂ ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ କରାଯାଇଛି । ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯିବା ସହ କଳାତ୍ମକ ଦିଗ ପ୍ରତି ଉଚିତ୍ ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଥିଲେ । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

Read More

ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜଣେ Food delivery rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି। ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି। ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି। ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।…

Read More

ଭୁବନେଶ୍ଵର: ଓଡ଼ିଶାରେ ବିରୋଧୀଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି। ମିଛର ଆଶ୍ରୟ ନେଇ ବିରୋଧୀଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି। କିନ୍ତୁ ମିଛକୁ ରଣନୀତି କରି ବିରୋଧୀଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ। ଆଜି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଏଭଳି ଜବାବ ଦେଇଛି ବିଜୁ ଜନତା ଦଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ନୁହନ୍ତି, ସେ ଜଣେ ଓଡ଼ିଶା ବିରୋଧୀ ନେତା। ସେ ଯେଉଁଭଳି ଟିପ୍ପଣି ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାନ୍ତି ନାହିଁ। ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ। ବିଧାନସଭା ଭିତରେ ହେଉ କି ବାହାରେ; ସଦାବେଳେ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ମନ୍ତବ୍ୟ ଦିଅନ୍ତି ଏବଂ ଓଡ଼ିଶାକୁ ନିଂଦିତ…

Read More

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମର ଯୋଜନାକୁ ବୋର୍ଡ ତରଫରୁ ଅନୁମୋଦନ ମିଳିଛି। ପ୍ରସ୍ଥାବିତ ଏହି କମ୍ପେ୍ଲକ୍ସରେ ବିଶ୍ୱଶ୍ରେଣୀୟ କ୍ରାକର ୟୁନିଟ୍ ସ୍ଥାନ ପାଇବା ସହ ପଲି ପ୍ରୋପିଲିନ୍‌, ହାଇ-ଡେନ୍‌ସିଟି ପଲିଏଥିଲିନ୍‌, ପଲି ଭିନାଇଲ୍ କ୍ଲୋରାଇଡ ଆଦି ଉତ୍ପାଦନ ପାଇଁ ବିଭିନ୍ନ ଶିଳ୍ପ ୟୁନିଟ୍ ସ୍ଥାପନା ହେବ। ଓଡ଼ିଶାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହି ୟୁନିଟ୍ ଏକ ମାଇଲଷ୍ଟ୍ରୋନ ହୋଇ ରହିବ। ଟେକ୍ସଟାଇଲ ଶିଳ୍ପରେ ଗୁଜରାଟର ସୁରାଟ୍ ଯେଭଳି ଏକ ହବ୍ ହୋଇପାରିଛି ଆଗାମୀ ଦିନରେ ଓଡିଶା ଏହାର ସ୍ଥାନ ନେବାର ସୁଯୋଗ ଆସିଛି ବୋଲି ବିଜେପି ମୁଖପାତ୍ର ତଥା ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ ସୁଦୀପ୍ତ ରାୟ କହିଛନ୍ତି। ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରାୟ କହିଛନ୍ତି ଯେ,…

Read More

ଭୁବନେଶ୍ବର: ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ଭୁବନେଶ୍ଵର: ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗେଜ୍‌ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ୨,୮୨୨ ରୁଟ୍‌ କିଲୋମିଟର ବ୍ରଡ୍‌ ଗେଜ୍‌ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଲାଇନ୍‌ ହଲ୍‌ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ, ହଲେଜ୍‌ କ୍ଷମତା ଅଧିକ ହେବ, ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ଇନ୍ଧନ ଦକ୍ଷ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ। ଆହୁରି, ରେଳବାଇର ୧୦୦% ବିଦ୍ୟୁତିକରଣ ନେଟୱର୍କ ନୀତି ଅନୁରୂପ ନୂଆ ବ୍ରଡ୍‌…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିରମାନ ଆୟୋଜନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକର ଭେଟେଶ୍ୱର ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଏବଂ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଠାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରାମର୍ଶ ଶିବିରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରି ସଂସ୍ଥାମାନେ ଯୋଗ ଦେଇଥିଲେ। ଏହି ତାଲିମ ପ୍ରଦାନକାରି ସଂସ୍ଥା ମାନେ ବିଭିନ୍ନ ଟ୍ରେଡ଼ ମାନଙ୍କରେ ଜାତୀୟ ବୈଷୟିକ ଦକ୍ଷତା ଓ କୌଶଳ କର୍ପୋରେସନ ଦ୍ୱାରା ଜାରି କରାଯାଇଥିବା ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀ ମାନଙ୍କର ରୁଚି ଅନୁଯାୟୀ ତାଲିମ ପ୍ରଦାନ କରିବେ। ଏହାର ଅବଧି ଏକ ମାସରୁ ଛଅ ମାସ ମଧ୍ୟରେ…

Read More

ଭୁବନେଶ୍ୱର: ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ ପାଇଁ ଏକ ଦିନିକିଆ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଜିଲା ଶିକ୍ଷା ଅଧିକାରୀ /ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଏବେଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉନ୍ନୀତ ବିଦ୍ୟାଳୟ ଖୋଳାଯିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଉପରେ ଆଲୋଚନା କରିଥିଲେ।…

Read More

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣ ତଥା ହିଂସାକୁ ଏଡାଇବା ପାଇଁ ବୁଧବାର ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏଠାରେ ଅଧିକ ପୋଲିସ କର୍ମଚାରୀ ଏବଂ ଅତିରିକ୍ତ ବ୍ୟାରିକେଡ୍ ସ୍ଥାପନ କରାଯାଇଛି। ଦିଲ୍ଲୀର ବ୍ରିଟିଶ ହାଇ କମିଶନ ବାହାରେ ବ୍ୟାରିକେଡ୍ ହଟାଇବା ପଦକ୍ଷେପ ପରେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କ ସୁରକ୍ଷାକୁ ଅଧିକ ଜୋରଦାର କରାଯାଇଛି। ଏହାପୂର୍ବରୁ ଦିଲ୍ଲୀ ପୋଲିସ ବୁଧବାର ବ୍ରିଟିଶ ହାଇ କମିଶନଙ୍କ ସମ୍ମୁଖରେ ଅତିରିକ୍ତ ବ୍ୟାରିକେଡ ହଟାଇ ଦେଇଛି। ପୋଲିସ କହିଛି ଯେ, ହାଇ କମିଶନ ଆଡକୁ ଯାଉଥିବା ରାସ୍ତାରେ ଅତିରିକ୍ତ ବ୍ୟାରିକେଡ ବାଧା ସୃଷ୍ଟି କରୁଛି। ହାଇ କମିଶନ ବାହାରେ ସୁରକ୍ଷା କ୍ଷେତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ପୋଲିସର ଏହି କାର୍ଯ୍ୟ ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗରେ ଖାଲିସ୍ତାନୀ ପ୍ରଦର୍ଶନର ଗୋଟିଏ ଦିନ ପରେ ଘଟିଛି। ଏହା ସୁରକ୍ଷା ପ୍ରସଙ୍ଗ ବୋଲି ବ୍ରିଟିଶ ହାଇ କମିଶନ କହିଛନ୍ତି।…

Read More

ଭୁବନେଶ୍ୱର : ଆଜି ଗୀତ ଗୋବିନ୍ଦ ସଦନଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବଜେଟ ଉପରେ ଆଲୋକପାତ କରିଛନ୍ତି। ସେ କହିଲେ ଯେ ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ଆକଳନ ୩୬୭୦ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ଏହାର ପରିମାଣ ୩୫୬୬ କୋଟି ଟଙ୍କା ଥିଲା। ଚଳିତ ବର୍ଷ ବଜେଟ୍‌ରେ ଦୁଇଟି ନୂଆ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ଆଶୀର୍ବାଦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୧୫ରୁ ୧୯ ବର୍ଷର କିଶୋରୀ, ଗର୍ଭବତୀ ମହିଳା ଏବଂ ୬ ବର୍ଷରୁ କମ ଅତିଶୟ ପୁଷ୍ଟିହୀନ SAM ଓ MAM ଶିଶୁମାନଙ୍କୁ ପୁଷ୍ଟିକର ପୋଷଣ ଯୋଗାଇ ଦିଆଯିବ ଏବଂ ସେଥିପାଇଁ ୫ ବର୍ଷରେ ୨୬୭୩ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ହୋଇଥିବା ସ୍ଥଳେ ଏ…

Read More

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଥିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ। ସମ୍ବାଦ ପରିବେଷଣ କରିବା ସମୟରେ ଗଣମାଧ୍ୟମ ଉତ୍ତରଦାୟୀ, ବିଶ୍ୱସନୀୟ ଏବଂ ସତ୍ୟବାଦୀ ହେବା ଉଚିତ୍ ବୋଲି ସେ କହିଥିଲେ। ପିଆଇବି ଓ ଅଲ୍ ଇଣ୍ଡିଆ ରେଡିଓର ଯୁଗ୍ମ ନିର୍ଦ୍ଦେଶକ, ଆରଏନଆଇର ଉପ ପ୍ରେସ୍ ରେଜିଷ୍ଟ୍ରାର ତଥା ସିବିଏଫସିର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେ ତାଙ୍କର ବକ୍ତବ୍ୟରେ ବାର୍ତ୍ତାଳାପ କର୍ମଶାଳା ଆୟୋଜନର…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି। ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍‌ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ। କ୍ରିକେଟ ଫାଇନାଲ୍‌ରେ ସୋଆ ସହିତ ସି.ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଖେଳ ହୋଇଥିବା ବେଳେ ଏହା ଏକ ଉତ୍କଣ୍ଠାମୂଳକ ସ୍ଥିତିରେ ଟାଏ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସୋଆ ୧୨ ଓଭରରେ ୮ ଟି ୱିକେଟ୍ ହରାଇ ୯୧ ରନ୍ ହାସଲ କରିଥିବା ବେଳେ ସି.ଭି ରମଣ ୫ ୱିକେଟ୍‌ରେ ୯୧ ରନ୍ ହାସଲ କରିଥିଲା। ତେବେ ଟାଏ ବ୍ରେକର୍‌ରେ ସୋଆ ବିଜୟୀ ହୋଇଥିଲା। ଟେନିସ୍‌ରେ ସି. ଭି ରମଣକୁ ହରାଇ ସୋଆର ଖେଳାଳୀମାନେ ବିଜୟୀ ହୋଇଥିଲେ। ଅମିତୋଜ ସିଂହ ଏବଂ ଜୟଦୀଶ ଦୁଇଟି ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମହିଳା ସିଙ୍ଗଲ୍‌ସରେ ନିଲାଞ୍ଜନା…

Read More

ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସର ଅବ୍ୟବହତି ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର ନିରାକରଣ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯକ୍ଷ୍ମା ନିରାକରଣ ଦାୟିତ୍ୱରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଡ. ଅର୍ଘ୍ୟ ପ୍ରଧାନ ଏ ସଂପର୍କରେ ସମ୍ୟକ ସୂଚନା ଦେଇଥିବାବେଳେ ରିଚ୍‌ର ସଂଯୋଜକ ଲକ୍ଷ୍ମୀଧର ସିଂ ରାଜ୍ୟରେ ଜାରି ରହିଥିବା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ଏହାର ସଫଳତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଯୋଗଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଲେ ଯେ ‘ଟିବି ହାରିବ ଦେଶ ଜିତିବ’ ଅଭିଯାନର ଅଂଶ ସ୍ୱରୂପ ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସଂପୁର୍ଣ ନିରାକରଣ ନିମନ୍ତେ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, ସି, ବି-୧ ଏବଂ ବି-୬ ପରି ପୋଷକ ତତ୍ତ୍ୱରେ ଭରପୂର ଅଟେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଲ ପତ୍ର ସହାୟକ ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଏଗୁଡିକ ହୃଦୟ ସ୍ୱାସ୍ଥ୍ୟ ଏବଂ ଯକୃତର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହି ପତ୍ରକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ବେଲପତ୍ର ଦିନର ଯେକୌଣସି ସମୟରେ ଖାଇପାରିବେ। ତଥାପି, ଏହାକୁ ଖାଲି ପେଟରେ ଖାଇବା ଅଧିକ ଲାଭଦାୟକ ଅଟେ। କାରଣ ଏଥିରୁ…

Read More

ନୂଆଦିଲ୍ଲୀ: ଗତକାଲି ରାତିରେ ଦିଲ୍ଲୀ ଏନସିଆର ସମେତ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ଭୂକମ୍ପ ଏକ ଅକସ୍ମାତ ଘଟଣା। ଏହା କେବେ ଏବଂ କେଉଁଠାରେ ଆସିବ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଭୂକମ୍ପ ଘଟିଲେ ନିଜକୁ ରକ୍ଷା କରିବା ପାଇଁ କ’ଣ କରିବା ଉଚିତ, ସେ ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ ଅଟେ। ଭୂକମ୍ପ ପୂର୍ବରୁ ଏବଂ ପରେ ନିଜକୁ ରକ୍ଷା କରିବା ପାଇଁ ଆମକୁ କ’ଣ କରିବା ଉଚିତ୍? ଆସନ୍ତୁ ଜାଣିବା ଭୂକମ୍ପ ପୂର୍ବରୁ କଣ କରିବା ଉଚିତ୍?: ଯଦି ଆପଣଙ୍କର ଘର ବହୁତ ପୁରୁଣା, ତେବେ ନିଶ୍ଚିତ ଭାବରେ ଘରର ସମ୍ଭାବ୍ୟ ଦୁର୍ବଳତାକୁ ଚିହ୍ନଟ କରନ୍ତୁ। ଘରେ ଜିନିଷଗୁଡିକ ସଜାନ୍ତୁ, ଯାହା ଭୂମିକମ୍ପ ହେଲାବେଳେ ଖସିପାରେ କିମ୍ବା ଭାଙ୍ଗିପାରେ। ସୁରକ୍ଷିତ କିମ୍ବା ଆଲମାରୀର ତାଲା ଲଗାନ୍ତୁ। ଗ୍ୟାସ ସଂଯୋଗକୁ ବିଶେଷ ଭାବରେ ଘର ଉପକରଣରେ…

Read More

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ କୋରାପୁଟଠାରେ ଏନ୍‌ସିସି ଗ୍ରୁପ୍‌ ହେଡ୍‌କ୍ୱାଟରର ଉଦ୍‌ଘାଟନ କରିଛନ୍ତି । ୨୦୧୭ ମସିହାରେ କୋରାପୁଟଠାରେ ଗ୍ରୁପ୍‌ ହେଡ୍‌କ୍ୱାଟର ନିର୍ମାଣ ପାଇଁ ସରକାରଙ୍କ ଅନୁମୋଦନ ମିଳିଥିଲା । କିନ୍ତୁ କୋଭିଡ୍‌ ପରିସ୍ଥିତି ଯୋଗୁଁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିଲା । ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଛି । ୧୯୬୫ ମସିହାରେ କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ଗ୍ରୁପ୍‌ ହେଡ୍‌କ୍ୱାଟର ପ୍ରତିଷ୍ଠା ପରେ କୋରାପୁଟଠାରେ ୯୮ତମ ଗ୍ରୁପ୍‌ ହେଡ୍‌କ୍ୱାଟର ପ୍ରତିଷ୍ଠା ହେବା ଏକ ଉଲ୍ଲେଖଯୋଗ୍ୟ ସଫଳତା । ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାର ଛାତ୍ରମାନଙ୍କୁ କୋରାପୁଟର ଗ୍ରୁପ୍‌ ହେଡ୍‌କ୍ୱାଟରଠାରେ ଏନ୍‌ସିସି ପକ୍ଷରୁ ତାଲିମ ପ୍ରଦାନ କରାଯିବ। ଏହି ଗ୍ରୁପ୍‌ ହେଡ୍‌କ୍ୱାଟର ଅଧିନରେ ୪ଟି ୟୁନିଟ୍‌ ରହିବ। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର…

Read More

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁନଃ ପ୍ରଦର୍ଶିତ ହେବ ଓଡ଼ିଶାର ଅଦ୍ୱିତୀୟ କଳାସଂସ୍କୃତି ଓ କାରିଗରୀର ବେଜୋଡ୍ ନମୁନା। ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ। ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଜାତୀୟ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ପର୍ବ-୨୦୨୩’, ଯାହା ହେଉଛି ପରିଚୟ ଓଡ଼ିଆ ଅସ୍ମିତାର, ଗାଥା ଗାଏ ଯିଏ ଓଡ଼ିଆ ସ୍ୱାଭିମାନ, ଗୌରବପୂର୍ଣ୍ଣ ଐତିହ୍ୟ ଓ ଉଜ୍ଜ୍ୱଳ ପରମ୍ପରାର। କରୋନା ମହାମାରୀର ଦୁର୍ଦ୍ଦିନକୁ ପଶ୍ଚାତ୍‌ପଦ କରି ଏକ ନୂତନ ଦିଶାଭିମୁଖୀ ମାନବସମାଜ ମଧ୍ୟରେ ଏହି କାର୍ଯ୍ୟକ୍ରମ ନା କେବଳ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି କରିବ ତାହା ବ୍ୟତୀତ ସେମାନଙ୍କ ମାନସପଟଳରେ ଏହା ଆଙ୍କିଦେବ ଉତ୍କଳୀୟତାର ଏକ ଅପୂର୍ବ ଅଲିଭା ପଟ୍ଟଚିତ୍ର। ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା “ଓଡ଼ିଶା ପର୍ବ’ କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ଓ ୨ ବର୍ଷ ଧରି ଏହା ଆଭାସୀ ମାଧ୍ୟମରେ ପ୍ରସାରିତ…

Read More

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ପରେ ବିହାର ପୋଲିସ ସୁରଟ କ୍ରାଇମ ଶାଖାରୁ ସାହାଯ୍ୟ ମାଗିଥିଲା। କ୍ରାଇମ ବ୍ରାଞ୍ଚ ଲସ୍କାନାରୁ ଯୁବକଙ୍କୁ ଧରି ବିହାର ପୋଲିସକୁ ହସ୍ତାନ୍ତର କରିଛି। ଏଥି ସହିତ ଅଭିଯୁକ୍ତଙ୍କୁ ଗଣମାଧ୍ୟମରୁ ଲୁଚାଇବାକୁ ମଧ୍ୟ ଉଦ୍ୟମ କରାଯାଇଛି। ଅଭିଯୁକ୍ତଙ୍କୁ ବିହାର ପୋଲିସ ଗିରଫ କରିବା ମାତ୍ରେ ସେ ଗଣମାଧ୍ୟମଠାରୁ ଖସି ପଳାଇବା ଆରମ୍ଭ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧମକ ଦେଇଥିବା ଅଭିଯୁକ୍ତଙ୍କ ନାମ ଅଙ୍କିତ ମିଶ୍ର, ଯାହାର ବୟସ ୨୮ ବର୍ଷ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଙ୍କିତ ମିଶ୍ର ମାର୍ଚ୍ଚ ୨୦ ତାରିଖରେ ଇଣ୍ଟରନେଟ ମାଧ୍ୟମରେ ଏକ ମିଡିଆ ଚ୍ୟାନେଲ ସହ ଯୋଗାଯୋଗ କରିଥିଲେ। ଫୋନରେ ଅଭିଯୁକ୍ତଜଣଙ୍କ ୩୬ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବୋମାରେ ଉଡେଇଦେବାକୁ ଧମକ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିହାର ପୋଲିସର ଟିମ୍…

Read More

ଭୁବନେଶ୍ୱର: ଭୁବନେଶ୍ଵର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ(ସର୍କିଟ୍ ହାଉସ) ଠାରେ” ଶିଶୁଙ୍କ ପାଇଁ ଦିନଟିଏ” କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଖୋର୍ଦ୍ଧା ଶ୍ରୀମତୀ ପୁଷ୍ପାଞ୍ଜଳୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଏହି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶ , ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍, ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଦୀପ ରାଉତ, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍ , ଖୋର୍ଦ୍ଧାର ଅଧ୍ୟକ୍ଷ ନିରୂପମା ମଲ୍ଲିକ , ସ୍ଵାତୀ ତନୟା ମିଶ୍ର ଏବଂ ସମସ୍ତ ସିଡିପିଓ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ମେଡିକାଲ ଅଧିକାରୀ,ଏ.ଏଲ୍.ଓ.ପ୍ରଭାକର ବିଶ୍ଵାଳ ଏବଂ ଚାଇଲ୍ଡ ଲାଇନର ସଦସ୍ୟା ପ୍ରମୁଖ ଅଂଶଗ୍ରହଣ କରି ଶିଶୁ ଅଧିକାର, ଶିଶୁ ସୁରକ୍ଷା ତଥା ବାଲ୍ୟ ବିବାହକୁ ଜିଲ୍ଲାରେ…

Read More