Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ବିଶ୍ୱସ୍ତରୀୟ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା, ଶିଳ୍ପ ଏବଂ ସମର୍ଥିତ ଭିତ୍ତିଭୂମି ଓ ପୁଞ୍ଜିନିବେଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଶିଳ୍ପ ବିଭାଗକୁ ୭୧୦.୨୦ କୋଟି ଟଙ୍କାର ବଜେଟ ଦିଆଯାଇଛି। ଶିଳ୍ପ ପ୍ରସ୍ତୁତି ଭିତ୍ତିଭୂମିର ଉନ୍ନତି କଳ୍ପେ ୫୫୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ କରାଯାଇଛି, ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଗୀତ ଗୋବିନ୍ଦ ସମ୍ମିଳନୀ କକ୍ଷରେ ବଜେଟ ୨୦୨୩-୨୪ ସଂକ୍ରାନ୍ତୀୟ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ଓ ଶିଳ୍ପ ପ୍ରତିଷ୍ଠା ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟସୂଚୀ ଅଟେ ଯେଉଁଥିରେ କି ଶିଳ୍ପ ଉନ୍ନୟନ ଭିତ୍ତିଭୂମି ନିଗମ(ଇଡ୍‌କେ) ବିଭିନ୍ନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଯେପରିକି…

Read More

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକସ୍ତରୀୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉତ୍କଳ କରାଟେ ସ୍କୁଲ ପରିସରଠାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୮୦ ଜଣ ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଥିଲା। ଏହି ଉଦ୍‌ଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌ ଆୟାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପ୍ରଫେସର ଡ. ନିବେଦିତା ଜେନା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ଏବଂ ଭବିଷ୍ୟତରେ ଆତ୍ମରକ୍ଷା ସଂପର୍କିତ କୌଶଳକୁ ସମାଜରେ ଉପଯୁକ୍ତ ପ୍ରୟୋଗ କରିବା ନିମନ୍ତେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଉତ୍କଳ କରାଟେ ସ୍କୁଲର ଅଧ୍ୟକ୍ଷ ଡ. ହରିପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶେଷରେ ଡ. ଗୌରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଭୁବନେଶ୍ବର: ପୁଣି ଥରେ ହୋଡିଂ ଉପରେ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଟୁଲୁ ପାତ୍ର। ସେ ଆଜି ସକାଳୁ ଶିଶୁଭବନ ଛକରେ ଥିବା ଏକ ୪୦ ଫୁଟ ହୋଡିଂ ଟାୱାରରେ ଚଢିଯାଇଥିଲେ। ଏହି ଖବର ଜଣାପଡିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେଷ ସେମାନେ ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ତାହାକୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ। ଉଦ୍ଧାର ହେବା ପରେ ତାଙ୍କୁ କ୍ୟାପିଟାନ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ଆତ୍ମହତ୍ୟା କରିବାର କାରଣରେ ଡ୍ରାଇଭର ସଂଘକୁ ଦାୟୀ କରିଛନ୍ତି। ସଂଘର ବାରମ୍ବାର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସେଥିପାଇଁ ସେ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ପୂର୍ବରୁ ସେହିପରି ଆଉ ଜଣେ ବ୍ୟକ୍ତି ଶିଶୁଭବନ…

Read More

ପୁର1: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଅପରାହ୍ନ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡର ୧୧୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡର ୧୧୩୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୭ ହଜାର ୨୬ ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ରୋଗୀମାନଙ୍କ ବିଷୟରେ କହିବାକୁ ଗଲେ, ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ଥିବା ମୋଟ ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୬୦ ରେ ପହଞ୍ଚିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ନୁଆ ଯୋଗିଆପଲୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ବୋମାମାଡ ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଛି। ଏହି ବୋମାମାଡରେ ଭାବିନିପୁର ଗ୍ରାମର କାଳିଆ ପାତ୍ର ଓ ତାର ସହଯୋଗୀ ଏନ୍ ମହେଶ ଦୋରାଙ୍କ ସହ ଯୋଗିଆପଲି ଗ୍ରାମର କାର୍ତ୍ତିକ ପାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯୋଗ୍ୟ ଯେ, କାଳିଆର ମାମୁଁ ଘର ଉକ୍ତ ଗ୍ରାମର ହୋଇଥିବା ବେଳେ କାର୍ତ୍ତିକ ସହ ପୁର୍ବରୁ ଶତ୍ରୁତା ଥିଲା। ଗତକାଲି କାଳିଆ ଓ ତା’ର ସହଯୋଗୀ ତାରାତାରିଣୀ ପୀଠରୁ ଭୋଜି ଖାଇ ମାମୁଁ ଘରକୁ ଗଲାବେଳେ ଛକରେ କାର୍ତ୍ତିକ ସହ ମୁହାଁମୁହିଁ ହୋଇ ଝଗଡ଼ା ହୋଇଥିଲା ଓ ସଙ୍ଗେ ସଙ୍ଗେ କାଳିଆ ଏକ ହାତ ବୋମା ଆଣି କାର୍ତ୍ତିକ ଉପରେ ପକାଇବା ବେଳକୁ ନିଜ ହାତରେ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଅପରାହ୍ନ ୧.୩୦ ରେ ଆରମ୍ଭ ହେବ। ଚେନ୍ନାଇର ଚେପାକ୍ ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁକାବିଲା କରିବେ। ଚେପକ୍ ପିଚ୍ ରେ ସାଧାରଣତଃ ସ୍ପିନ୍ କାମ ଦେଇଥାଏ। କିନ୍ତୁ ଏଥର ଦ୍ରୁତ ବୋଲରମାନେ ମଧ୍ୟ ଭଲ ସିମ୍ ଏବଂ ସୁଇଙ୍ଗ୍ ପାଇବେ ବୋଲି ଆଶା କରାଯାଏ, ତେଣୁ ଉଭୟ ଦଳ ଗତ ମ୍ୟାଚ୍ ର ଖେଳାଳି ଏକାଦଶରେ ପରିବର୍ତ୍ତନ କରିପାରନ୍ତି, ଏଠାରେ ଜାଣନ୍ତୁ … ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ: ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି। ଗତ ମ୍ୟାଚ୍‌ରେ ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠାରୁ ଖରାପ ପରାଜୟ ସତ୍ତ୍ୱେ ଭାରତୀୟ ଦଳ ପରିଚାଳନା ସମାନ ଖେଳାଳିଙ୍କୁ ପଡିଆକୁ ଓହ୍ଲାଇପାରେ। ଅର୍ଥାତ୍ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍, ଦୁଇଟି ସ୍ପିନ୍ ଏବଂ ଗୋଟିଏ ଦ୍ରୁତ ବୋଲିଂ ଅଲରାଉଣ୍ଡର,…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବହିଷ୍କୃତ ଯବାନଙ୍କୁ’ ଅଟକ ରଖାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଇନିସ୍ପେକ୍ଟର ହୃଦୟ ସାମନ୍ତ ଓ ଏସ୍ ଆଇ ସୁରେନ୍ଦ୍ର ପ୍ରଧାନ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ଗୋପାଳପୁର ଛକରେ ଏକ ଘରୋଇ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ସମୟରେ ବସ୍ ରୁ ତିନି ବ୍ୟାଗ୍ ଗଞ୍ଜେଇ ଜବତ ହୋଇଥିଲା। ଏବଂ ଗୋପାଳ ସିଂ ନାମକ ଜଣେ ବହିଷ୍କୃତ ଯବାନଙ୍କୁ ଅବକାରୀ ବିଭାଗ ଅଟକ ରଖିଥିଲା। ସୁଚନା ଥାଉକି ଅଟକ ବ୍ୟକ୍ତି ଜଣକ ଗୋଳାବନ୍ଧ ଆର୍ମି ଏଡି କଲେଜରେ ଚାକିରୀ କରୁଥିଲେ ଓ କୌଣସି କାରଣବଶତଃ ଚାକିରିରୁ ବହିଷ୍କୃତ ହୋଇଥିଲେ। ଜବତ ଗଞ୍ଜେଇର ଓଜନ ୬୦ କିଲୋ ଓ ଆନୁମାନିକ ମୁଲ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପତ୍ତିଜନକ ପୋଷ୍ଟର ଲଗାଇବା ସଂପର୍କରେ ଦିଲ୍ଲୀ ପୋଲିସ ୧୦୦ ଟି ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଖବର ଅନୁଯାୟୀ, ଏହି ପୋଷ୍ଟରରେ ଲେଖାଥିଲା ଯେ, ମୋଦୀ ହଟାଅ ଦେଶକୁ ବଞ୍ଚାଅ। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ଦୀପେନ୍ଦ୍ର ପୃଥକ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ କହିଛନ୍ତି ଯେ, ଏହି (ଆପତ୍ତିଜନକ) ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସ ବିଷୟରେ କୌଣସି ସୂଚନା ନାହିଁ। ସ୍ଵତନ୍ତ୍ର ସିପି ଦୀପେନ୍ଦ୍ର ପୃଥକ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଏହି ପୋଷ୍ଟରଗୁଡିକର ଲିଙ୍କ୍ ଆମ୍ ଆଦମୀ ପାର୍ଟି ସହିତ ଜଡିତ। ଦୀପେନ୍ଦ୍ର ପୃଥକ୍ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର କାର୍ଯ୍ୟାଳୟ ଛାଡିବା ମାତ୍ରେ ଏକ ଭ୍ୟାନକୁ ପୋଲିସ ଅଟକାଇଥିଲା, ଯେଉଁଥିରୁ ଅନେକ ପୋଷ୍ଟର ଜବତ କରାଯାଇଥିଲା ଏବଂ ଘଟଣାସ୍ଥଳରେ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇଟି ସହର ରାୟଗଡ଼ା ଓ ବ୍ୟାସନଗର ସହର ରହିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର. ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଏହା ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଂଚାଇଛି। ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି, ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ…

Read More

ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଥିବା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକ, ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚଳଚ୍ଚିତ୍ର “ସରଗପୁରରୁ ଆସିଛି ପ୍ରିୟା’ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି। ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା। ଆଉ ସେପଟେ ଥରହର ଦେବତାଗଣ। ଏମିତି କିଛି ନିଆରା କାହାଣୀକୁ…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ମନୋଜ ଶର୍ମା ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ବାଘୁଆପାଳ-ବୁଢାପଙ୍କ ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଓ ରେଳ ବିକାଶ ନିଗମ ଲିମିଟେଡ (RVNL) ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ବିଭିନ୍ନ ସୁବିଧା ତଥା ଆନୁସଙ୍ଗିକ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରି ଟ୍ରେନ୍ ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟ ବାଘୁଆପାଳ ଷ୍ଟେସନ ମଧ୍ୟରେ ୯୨.୮୨୫ କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ ସିଙ୍ଗଲ ବିଦ୍ୟୁତିକରଣ ରେଳ ଲାଇନ…

Read More

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ମାନବ-ବନ୍ୟପ୍ରାଣୀ ସଂଘର୍ଷ (ଏଚଡବ୍ଲୁସି) କୁ ସମାଧାନ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି, ଯାହା ଭାରତରେ ଏଚଡବ୍ଲୁସି  ର ପ୍ରଭାବଶାଳୀ ତଥା ଉପଯୁକ୍ତ ପ୍ରଶମନ ପାଇଁ ପ୍ରମୁଖ ହିତାଧିକାରୀଙ୍କ ମଧ୍ୟରେ ଏକ ସାଧାରଣ ବୁଝାମଣାକୁ  ସୁଗମ କରିବାକୁ ଲକ୍ଷ୍ୟ ରଖିଛି। ଏହି ନିର୍ଦ୍ଦେଶାବଳୀ ପରାମର୍ଶ ଭିତ୍ତିକ ଅଟେ ଏବଂ ସ୍ଥଳ ଭିତ୍ତିକ ଏଚଡବ୍ଲୁସି ରେ ହ୍ରାସ କରିବାର ଉପାୟକୁ ଆଗକୁ ନେବାରେ ସୁବିଧା ପ୍ରଦାନ କରିବ।  ଏହି ନିର୍ଦ୍ଦେଶାବଳୀଗୁଡିକ ଏଚଡବ୍ଲୁସି କୁ ହ୍ରାସ କରିବା ପାଇଁ ଭାରତ ଜର୍ମାନ୍ ସହଯୋଗ ପ୍ରକଳ୍ପ ଅନ୍ତର୍ଗତ ବିକଶିତ କରାଯାଇଛି ଯାହା ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଡ୍ୟୁସ ଜେସେଲସାଫ୍‌ଟ ଫର ଇଣ୍ଟରନାସନାଲ୍ ଜୁସାନେନାରବିଟ୍ (ଜିଆଇଜେଡ୍‌) ଜିଏମବିଏଚ୍ ଏବଂ କର୍ଣ୍ଣାଟକ, ଉତ୍ତରାଖଣ୍ଡ ତଥା ପଶ୍ଚିମ ବଙ୍ଗର ରାଜ୍ୟ ବନ ବିଭାଗ ସହିତ ମିଶି…

Read More

ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ। ନିଦ୍ରା ଅଭାବ ହେବ ।…

Read More

ନୂଆଦିଲ୍ଲୀ: ଆଜି ରାତିରେ ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। କୋଠାଗୁଡ଼ିକର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ପ୍ରାୟ ଏକ ମିନିଟ୍ ପାଇଁ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଫଗାନିସ୍ତାନର ଫଇଜବାଦରେ ରିକ୍ଟର ସ୍କେଲରେ ୬.୬ ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୧୫୬ କିଲୋମିଟର ଗଭୀରରେ ଥିଲା। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଚଣ୍ଡିଗଡ଼ ଏବଂ ଶ୍ରୀନଗର ସମେତ ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା ଯେତେବେଳେ ଅଧିକାଂଶ ଲୋକ ଶୋଇବା ପାଇଁ ପ୍ରସ୍ତୁତ ହେଉଥିଲେ କିମ୍ବା ରାତ୍ରୀ ଭୋଜନ ପରେ ବିଶ୍ରାମ ନେଉଥିଲେ। କମ୍ପନ ପରେ ଲୋକଙ୍କ ମଧ୍ୟରେ ଅସ୍ଥିରତା ବୃଦ୍ଧି ପାଇଲା। ଅନେକ ଲୋକ ରାସ୍ତା ଓ ପାର୍କ ଆଡକୁ ଦୌଡିବାକୁ ଲାଗିଲେ। ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ…

Read More

ଭୁବନେଶ୍ୱର: ଓଡ଼ିଶା ଲଲିତ କଳା ଏକାଡ଼େମୀ,ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବୁଦ୍ଧ ଆର୍ଟ ଗ୍ୟାଲେରୀ ଭୁବନେଶ୍ଵର ଠାରେ ଆଜିଠାରୁ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିରରେ ୩୧ ଜଣ ମହିଳା ଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି। ଏହି ଶିବିରରକୁ ଆଜି ମୁଖ୍ୟ ଅତିଥି ଭାବେଯୋଗଦେଇ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡ଼େମୀ ସଭାପତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ପାରମ୍ପରିକ କଳାହିଁ ଆଧୁନିକ କଳାର ଜନକ ବୋଲିଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିରର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ୪ ଦିନ ଧରି…

Read More

ଭୁବନେଶ୍ବର: ଆଜି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜି ତିନିଜିନଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଓଡିଶାର କ୍ରୀଡା ଓ ଯୁବ କଲ୍ୟାଣ ତଥା ଗୃହ ରାଜ୍ୟମନ୍ତ୍ରୀ ତୁଶାରକାନ୍ତି ବେହେରା ସ୍ବାଗତ କରିଥିଲେ। ଏହାପରେ ସେ ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ। ମମତା ଆଜି ପୁରୀରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଗସ୍ତ କରି ଜଗନ୍ନାଥ ଦର୍ଶନ କରିବେ। ମନ୍ଦିରରେ ସେ ମା ଲକ୍ଷ୍ମୀ ଏବଂ ବିମଳାଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସେ ମଧ୍ୟ ପୁରୀରେ ରାତ୍ରୀ ଯାପନ କରିବା ପରେ ଗୁରୁବାର ଦିନ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ସେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ କୋଲକାତା ଫେରିଯିବେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ତିନି ଗୋଟି ଶକ୍ତିପୀଠ ର ଉନ୍ନତିକରଣ ନିମନ୍ତେ 5T ଉପକ୍ରମରେ ମାଷ୍ଟର ପ୍ଲାନ ଗୁଡିକୁ ଅନୁମୋଦନ କରିଛନ୍ତି। ତନ୍ମଧ୍ୟରୁ ବାଣପୁର ମା’ ଭଗବତୀ ପୀଠ ଅନ୍ୟତମ। ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଣପୁରବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ଲୋକ ମା’ ଭଗବତୀଙ୍କ ମନ୍ଦିର ରେ ଏକାଠି ହେବା ସହ ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ କି ଶ୍ରୀ ମଙ୍ଗରାଜ ସାଂସଦ ହେବା ପରେ ପ୍ରଥମେ ମା ଭଗବତୀଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିବା ବେଳେ ଭଗବତୀ ମନ୍ଦିର କୁ 5T ଯୋଜନାରେ ସାମିଲ କରିବା ପାଇଁ ବାଣପୁରବାସୀ ଅନୁରୋଧ କରିଥିଲେ। ତାଙ୍କରି ପ୍ରଚେଷ୍ଠାରେ ବର୍ତ୍ତମାନ…

Read More

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଦିଲୋ ଗ୍ରାମର ବାସିନ୍ଦା ଅଭୟ କୁମାର ରାଉତ ଗତ ମାର୍ଚ୍ଚ ୧୫ତାରିଖ ବିଳମ୍ବିତ ରାତିରେ ହଠାତ୍ ହୃଦ୍ ଘାତର ଶିକାର ହେଲେ। ପରିବାରବର୍ଗ ନିଜର ବୁଦ୍ଧି ବଳରେ ପମ୍ପିଂ କରି ଅଭୟଙ୍କୁ ହୋସ୍ କୁ ଆଣିଥିଲେ। ପରବର୍ତ୍ତୀ ସମୟରେ କଣ କରିବେ ବୋଲି ଭାବି ଚିନ୍ତିତ ହୋଇ ଓଡ଼ିଶା-ମୋ ପରିବାରର ସହାୟତା ଲୋଡ଼ିଥିଲେ। ହେଲ୍ପଡେସ୍କ ସଂଯୋଜକ ରଶ୍ମୀ ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ସମ୍ ହସ୍ପିଟାଲ ଆସିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସେମାନେ ହସ୍ପିଟାଲରେ ପହଞ୍ଚିବା ପରେ ରଶ୍ମୀ, ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ, ତାଙ୍କ ହାର୍ଟରେ ଦୁଇଟି ବ୍ଲକେଜ ଥିବାର ଜଣା ପଡ଼ିଥିଲା। ପରବର୍ତ୍ତୀ ସମୟରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ହୋଇଥିଲା। ହୃଦ୍ ରୋଗ ବିଶେଷଜ୍ଞ ଡ଼ଃ ସୌମ୍ୟ ମହାପାତ୍ର ତାଙ୍କର…

Read More

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୧୯୮୬ ବ୍ୟଚ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଶ୍ରୀ ଜେନା ନିଜର ନିଷ୍ଠା ଓ ସମର୍ପିତ ସେବା ଦ୍ୱାରା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ଅଳଂକୃତ କରିଛନ୍ତି। ଏହା ୧୯୮୬ ବ୍ୟାଚ୍ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୈାରବ ଆଣିଛି। ଏହି ବ୍ୟାଚ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପାଶ୍ କରିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଶାସନ, ଶିକ୍ଷା ଶିଳ୍ପ, ବୈଜ୍ଞାନିକ ଗବେଶଣା, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସାଧନା, ସମାଜ ସେବା, ଓ ରାଜନୀତି ଆଦି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏହି ବନ୍ଧୁମାନେ ସାମୁହିକଭାବେ ଶ୍ରୀଯୁକ୍ତ ଜେନାଙ୍କୁ ଅଭିନନ୍ଦନ ଜଣାଇବା ସହ…

Read More

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ଅଧିକ ନିଯୁକ୍ତି, ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଅନୁଭବ କରି ଖଦୀ ଗ୍ରାମୋଦ୍ୟୋଗ ଓ କତାଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉନ୍ନତି ନିମନ୍ତେ ୨୦୧୧ ମସିହାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ଶିଳ୍ପ ବିଭାଗରୁ ପୃଥକ କରାଗଲା। ଆର୍ଥିକ ବର୍ଷ ୨୦୧୭-୧୮ ର ବଜେଟ ୯୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୫୭୦ କୋଟିରେ ପହଞ୍ଚିବା ବିଭାଗର ଗୁରୁତ୍ୱ ଦର୍ଶାଉଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏଥି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଯୋଜନା…

Read More