ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଧାର୍ମିକ ଚିହ୍ନ ଏବଂ ଧାର୍ମିକ ନାମ ବ୍ୟବହାର କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ସେମାନଙ୍କର ସ୍ୱୀକୃତି ବାତିଲ କରିବା ଉପରେ ଏକ ଆବେଦନ କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହି ମାମଲା ସହ ଜଡିତ ବିଚାରାଧୀନ ଆବେଦନ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ହାଇକୋର୍ଟରେ ସୂଚନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଆଡଭୋକେଟ୍ ଦୂଷ୍ୟନ୍ତ ଦେଭ୍ କୋର୍ଟଙ୍କୁ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରତୀକ ଏକ ପଦ୍ମ ଫୁଲ, ଯାହା ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ପ୍ରତୀକ ଅଟେ। ଏହା ବ୍ୟତୀତ ସେ ଶିବସେନା, ଶିରୋମଣି ଅକାଳୀ ଦଳ, ହିନ୍ଦୁ ସେନା, ହିନ୍ଦୁ ମହାସଭା, ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ଫ୍ରଣ୍ଟ, ଇସଲାମ ପାର୍ଟି ହିନ୍ଦ ଇତ୍ୟାଦି ୨୬ ଟି ଦଳକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଆବେଦନ ଶୁଣାଣି ଯୋଗ୍ୟ ଉପରେ ଏଆଇଏମ୍ଆଇଏମ୍ ପକ୍ଷରୁ ବରିଷ୍ଠ ଓକିଲ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ହେଉଛି ପଖାଳ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡ଼କୁଳ ପାନ୍ଥନିବାସ ଠାରେ ବହୁ ଆଡମ୍ବରରେ ପଖାଳ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପାନ୍ଥନିବାସ କର୍ତ୍ତୃପକ୍ଷ ସବ୍ୟସାଚୀ କରଙ୍କ ଆମନ୍ତ୍ରଣ କ୍ରମେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସ୍ଥାନୀୟ ଜନ ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସହିତ ବିଭିନ୍ନ କିଶମର ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଓଟିଡିସି ପକ୍ଷରୁ ପରସି ଦିଆଯାଇଥିଲା। ଯାହାର ଭରପୁର ମଜା ନେବାସହ ଆଗାମି ଦିନରେ ପଖାଳ ଚାରିଆଡେ ଖ୍ୟାତି ଲାଭ କରିବ ବୋଲି ଅତିଥି ମାନେ ଆଲୋଚନା କରିଥିଲେ। ଏଥିସହିତ ନିଳାମ୍ବୁ ଚିଲିକା ତୀରେ ଅବସ୍ଥାପିତ ଓଟିଡ଼ିସି ପାନ୍ଥନିବାସ ପ୍ରତିଟି ମୁହୂର୍ତ୍ତରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଯୋଗାଇ ସାରା ରାଜ୍ୟରେ ବେଶ ସୁଖ୍ୟାତି ଲାଭ କରିଥିବା ବେଳେ ଆଗକୁ ଖରାର ପ୍ରକୋପ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନସ୍ଥ ଚକଟିପୁର ରେଳବାଇ ଗେଟ ନିକଟରୁ ଦୁଇ ପକ୍ଷୀ ଶିକାରୀଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି। ଖବର ମୁତାବକ ଆଜି ସକାଳୁ ଉକ୍ତ ରେଳବାଇ ଗେଟ ନିକଟରେ ଦୁଇ ପକ୍ଷୀ ଶିକାରୀ ଏକ ବାଇକ ଯୋଗେ ମୃତ ପକ୍ଷୀ ନେଇ ଯାଉଥିବା ବେଳେ ବନ୍ୟପ୍ରାଣୀ ବିଭାଗ ହାତରେ ଧରା ପଡ଼ିଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଟାଙ୍ଗୀ ହାଟବରଡ଼ି ଅଞ୍ଚଳର ସୁବାସ ଚନ୍ଦ୍ର ବେହେରା (୪୯) ଏବଂ ଝାରଖଣ୍ଡର ଜୟକୃଷ୍ଣ ସିଂ (୩୬)। ସେମାନଙ୍କ ନିକଟରୁ ତିନି ଗୋଟି ମୃତ ବିଦେଶୀ ପକ୍ଷୀ, ଦୁଇ ଗୋଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
କୈଳାଶ ଚନ୍ଦ୍ର ଚୌଧୁରୀ ଛତ୍ରପୁର: ଗତକାଲି ସନ୍ଧ୍ୟାରେ ଛତ୍ରପୁର ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ଯାଉଥିବା ଉକ୍ତ ଟ୍ରେନର କୌଣସି କାରଣ ବଶତଃ ଏହି ଯୁବକ ଜଣକ ଖସିଯିବାରୁ ଗୋଡ଼ରେ ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି। ରେଲୱେ ପୋଲିସ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ କରାଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ହାଜିପୁର ଗ୍ରାମର ପ୍ରଭାତ ଲେଙ୍କା ଓ ତାଙ୍କର ବାପାଙ୍କ ନାମ ସୁକଦେବ ଲେଙ୍କା। ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବକଙ୍କ ପରିସ୍ଥିତି ବର୍ତ୍ତମାନ ଭଲ ଅଛି। ସେ ଘର ଲୋକଙ୍କ ସହ ମିଶିବାକୁ ଚାହୁଁଛନ୍ତି ବୋଲି ଛତ୍ରପୁର ରେଲୱେ ଥାନା ମୁଖ୍ୟ ସିପାହୀ କମଲ କୁମାର ପଣ୍ଡା ସୁଚନା ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାହକଙ୍କୁ ୨୪ * ୭ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାକୁ ଶକ୍ତି ବିଭାଗ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛି। ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସିର ୨୦୧୯ ରେ ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍ ବୃଦ୍ଧି କରିଛି। ସମ୍ପ୍ରତି ରାଜ୍ୟରେ ପାଖାପାଖି ୭,୨୯୦ ମେଗାୱାଟ୍ ବିଦ୍ୟୁତ ଉପଲବ୍ଧ ଥିବାରୁ, ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା, ଯାହାକି ପ୍ରାୟ ୪,୫୦୦ – ୫,୦୦୦ ମେଗାୱାଟ୍, ସୁରୁଖୁରୁରେ ପୂରଣ ହୋଇପାରୁଛି। ରାଜ୍ୟର ବିଦ୍ୟୁତ ପରିବହନ ଏବଂ ବିତରଣର ଭିତ୍ତିଭୂମି, ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଏବଂ ଶିଳ୍ପ ଓ ସେବା କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଚାହିଦା ସହିତ ସମାନୁପାତିକ ଭାବରେ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍ ୨୦୨୩-୨୪ ସଂପର୍କିତ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି। ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ। ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା…
ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ଆନ୍ତର୍ଜାତୀୟ ଖୁସି ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୁଖର ମହତ୍ତ୍ୱ ବିଷୟରେ ଅବଗତ କରାଇବା। ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଚାପ ଏବଂ ଚିନ୍ତାରେ ଅଧିକ ଜୀବନଯାପନ କରିବା ଆରମ୍ଭ କରିଛନ୍ତି। ଯେଉଁ କାରଣରୁ ଜୀବନ ନୀରସ ହୋଇଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସୁଖର ମହତ୍ତ୍ଵ ବିଷୟରେ ଅବଗତ କରାଇବା ପାଇଁ ୨୦୧୨ ରେ ଏକ ସଂକଳ୍ପ ନିଆଯାଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତୀୟ ସୁଖ ଦିବସ ସାରା ବିଶ୍ୱରେ ପାଳନ କରାଯାଏ। ଯଦିଓ ମାର୍ଚ୍ଚ ୨୦ ତାରିଖ ଅନ୍ତର୍ଜାତୀୟ ସୁଖ ଦିବସ ପାଳନ କରିବାକୁ ସ୍ଥିର କରାଯାଇଛି। କିନ୍ତୁ ପ୍ରତ୍ୟେକ ଦିନ ଖୁସିରେ ରହିବା ଉଚିତ। କାରଣ ସୁଖ ହେଉଛି ମାନବ ଜୀବନର ମୌଲିକ ଅଧିକାର। ସେଥିପାଇଁ ଆପଣଙ୍କୁ ଜୀବନରେ ସୁଖର ମହତ୍ତ୍ୱ ବୁଝିବାକୁ ପଡ଼ିବ…
ନୂଆଦିଲ୍ଲୀ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେହେରା ବୋଲି ଘୋଷଣା କରିବାକୁ ସେ ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳର ଚେହେରାର ଅଭାବ ନାହିଁ। ୟୁପିର ଆଇନ ଶୃଙ୍ଖଳା ବିଷୟରେ ସେ କହିଛନ୍ତି ଯେ, ଯଦି ବୁଲଡୋଜର ଆଇନ ଶୃଙ୍ଖଳା ପରିଚାଳନା କରୁଛି, ତେବେ ପୋଲିସକୁ ମ୍ୟୁନିସିପାଲିଟି କର୍ପୋରେସନ୍, ଜଳସେଚନ କିମ୍ବା ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରାଯିବା ଉଚିତ। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଭିତରେ କିଛି ଲୋକ ଅଛନ୍ତି, ଯେଉଁମାନେ ଦଳକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଗଠନ ପାଇଁ କଂଗ୍ରେସର ଉଦ୍ୟମକୁ କ୍ରମାଗତ ଝଟକା ଲାଗୁଛି। ଗତ ମାସରେ ତେଲେଙ୍ଗାନା ସିଏମ କେସିଆର, ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ…
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାମ ଉପରେ ଏବେବି ଚର୍ଚ୍ଚା ଚାଲିଛି। ସୂତ୍ରରୁ ପ୍ରକାଶ ଯେ, ଆପ ର ପୂର୍ବତନ ନେତା ତଥା ପ୍ରସିଦ୍ଧ କବି କୁମାର ବିଶ୍ବାସଙ୍କୁ ବିଜେପି ପକ୍ଷରୁ ଏମଏଲସି ଆସନ ଦିଆଯାଇଥିଲା, କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବିଜେପିରେ ଆଉ ତିନିଟି ନାମରେ ଚର୍ଚ୍ଚା ଚାଲିଛି। ସୂଚନାନୁସାରେ, ୟୁପି ବିଜେପିରେ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାଁରେ ମନ୍ଥନ ତୀବ୍ର ହୋଇଛି। ତେବେ ସୂତ୍ରରୁ ପ୍ରକାଶ ଯେ, ପାର୍ଟି ପୂର୍ବରୁ ବିଖ୍ୟାତ କବି କୁମାର ବିଶ୍ୱାଙ୍କୁ ଏମଏଲସି ପାଇଁ ଏକ ଅଫର ପଠାଇଥିଲା। କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ଜାତୀୟ ରାଜନୀତିରେ ପ୍ରବେଶ କରିବେ ବୋଲି କହି କୁମାର ବିଶ୍ବାସ ସେହି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି। ଯାହା ପରେ ବର୍ତ୍ତମାନ ଦଳ ଅନ୍ୟ ନାମ ଉପରେ ଆଲୋଚନା ଆରମ୍ଭ କରିଛି।…
ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୧୦ ୱିକେଟ୍ ରେ ପରାସ୍ତ କରିଛି। ଭାରତ ଦେଇଥିବା ୧୧୮ ରନର ଲକ୍ଷ୍ୟକୁ ୧୧ ଓଭରରେ ଅଷ୍ଟ୍ରେଲିଆ ହାସଲ କରିଛି। ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟିଂ ଫ୍ଲପ୍ ହୋଇଥିଲା। କେବଳ ବିରାଟ କୋହଲି ୩୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। କେବଳ ଏତିକି ନୁହେଁ, ଏକ ସମୟରେ କୋହଲି କ୍ରିଜରେ ଜମି ରହିଥିଲେ ମଧ୍ୟ ଏଲିସ୍ ଙ୍କ ସିଧା ବଲ୍ କୁ ଖେଳିବା ସମୟରେ ଏଲବିଡବ୍ଲ ଆଉଟ ହୋଇଥିଲେ। ଯାହା ପରେ କୋହଲିଙ୍କ ଆଉଟକୁ ନେଇ ସୁନୀଲ ଗାଭାସ୍କର ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ, କୋହଲି କ୍ରମାଗତ ଭାବରେ ଏଭଳି ଭୁଲ କରୁଛନ୍ତି। ଷ୍ଟାର୍ ସ୍ପୋର୍ଟସ୍ ରେ କୋହଲିଙ୍କ ୱିକେଟ୍ ବିଷୟରେ ଗାଭାସ୍କର କହିଥିଲେ ଯେ, ‘ସେ ପୁଣି ଥରେ ଲାଇନ୍ ବଲ୍ କୁ ଓଲଟା ଖେଳିଥିଲେ। ଏଭଳି ସେ ନିୟମିତ ଖେଳି ଆଉଟ ହେଉଛନ୍ତି। ଆଜିକାଲି ସେ ଲାଇନ ବଲକୁ…
ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ଓଡିଶାରେ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ହୋଇଥିବାରୁ ଏହିଦିନକୁ ସମସ୍ତେ ବେଶ୍ ଆଗ୍ରହ ସହକାରେ ପାଳନ କରିଥାନ୍ତି। ଏପରିକି ତାରକା ହୋଟେଲର ମଧ୍ୟ ପଖାଳ ଦିବସ ଉପଲକ୍ଷେ ଗ୍ରହାକକଙ୍କୁ ପଖାଳ ପରଷି ଦିଆଯାଉଛି। ଏହି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,’ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। ପଖାଳ ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି।’
ଭୁବନେଶ୍ବର: ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା। ଏହାପରେ ଏପ୍ରିଲ୍ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ। ଏ ନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସେ କହିଛନ୍ତି ଯେ, ଏହି ଖାତା ଦେଖିବା ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ କିପରି ଖାତାଗୁଡ଼ିକ ସୁରକ୍ଷିତ ଭାବେ ଯିବ ସେ ନେଇ ପଦକ୍ଷେପ ନିଆଯାଉଛି। ପରୀକ୍ଷା ଖାତା ଦେଖିବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇ ସେମାନଙ୍କୁ ସୂଚନା ଦିଆଯାଇଛି। ଏଥର ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି କହିଛନ୍ତି।
ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ପରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ମାଟ୍ରିକ ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଏହି ହଟ୍ଟଗୋଳ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ପରିସ୍ଥିତିରେ କୌଣସି ସୁଧାନ ନ ଆସିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଦଳର ନେତାମାନେ ଶୋକ ବାର୍ତ୍ତା ଦେବା ପରେ ଏକ…
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କଠାରୁ ମିଳିଥିବା ଧମକ ପରେ ପୋଲିସ ଏବେ ଆଲର୍ଟ ମୋଡରେ ଆସିଛି। ରବିବାର ଦିନ ମୁମ୍ବାଇ ପୋଲିସ୍ ସଲମାନ ଖାନଙ୍କ ଘର ଗାଲାକ୍ସି ବାହାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ବାସ୍ତବରେ ମାର୍ଚ୍ଚ ୧୮ ତାରିଖରେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଗୋଲଡି ବରାଡଙ୍କ ଦ୍ୱାରା ପଠାଯାଇଥିବା ଚିଠିକୁ ସଲମାନ ଖାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକର ମିଳିଥିଲା। ଯାହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ବାନ୍ଦ୍ରା ପୋଲିସ ଆଇପିସିର ଧାରା ୫୦୬ (୨), ୧୨୦ (ବି), ୩୪ ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ, ଲରେନ୍ସ ବିଶ୍ନୋଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯୁଦ୍ଧ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ରହିବେ ତେବେ ମୋଦୀଙ୍କୁ କେହି ପରାସ୍ତ କରିପାରିବେ ନାହିଁ। କାରଣ ରାହୁଲ ଗାନ୍ଧୀ ହେଉଛନ୍ତି ମୋଦୀଙ୍କ ସବୁଠାରୁ ବଡ ଟିଆରପି। ବର୍ତ୍ତମାନ ମମତାଙ୍କୁ କଂଗ୍ରେସ ପାଲଟା ଆକ୍ରମଣ କରିଛି। ମମତା ବାନାର୍ଜୀଙ୍କ ବିବୃତ୍ତିରେ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି ଯେ, ବଙ୍ଗଳାରେ ମମତା ବାନାର୍ଜୀ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ରାହୁଲ ଗାନ୍ଧୀ ଭାବମୂର୍ତ୍ତି ଏବଂ କଂଗ୍ରେସକୁ ଧ୍ୱଂସ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଆଧୀର ରଂଜନ ଚୌଧୁରୀ କହିଛନ୍ତି। ମମତା ବାନାର୍ଜୀଙ୍କ ସ୍ଲୋଗାନ ବଦଳିଛି, ସେ ଇଡି-ସିବିଆଇ ଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି। ଯିଏ କଂଗ୍ରେସକୁ ବିରୋଧ କରିବ,…
ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ କୋଭିଡର ୯୧୮ ନୂତନ ମାମଲା ରିପୋର୍ଟ ହୋଇଛି। ଯାହା ପରେ ସକ୍ରିୟ ମାମଲା ବର୍ତ୍ତମାନ ୬ ହଜାର ୩୫୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୭୯ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୫୯ ହଜାର ୧୮୨ ରେ ପହଞ୍ଚିଛି।
ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ। ପ୍ରକୃତରେ ମାର୍ଚ୍ଚ ୨୦…
ଭୁବନେଶ୍ବର: କାମ ହେଉଛି ଗୋଟିଏ। ହେଲେ ପ୍ରଶଂସା ନେବାକୁ ବିଜେପି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଆଉ କାମଟି ହେଲା ଖୋର୍ଦ୍ଧା ନିରାକାରପୁର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଥିବା ନୂଆ ଜଗନ୍ନାଥ ସଡକ। ପ୍ରସଂଗଟି ହେଲା ୪୦ କିଲୋମିଟର ଦୀର୍ଘ ଏହି ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ମାନ୍ୟତା ଦାବୀ କେବେଠାରୁ ହୋଇ ଆସୁଛି। କାରଣ ଏହି ରାସ୍ତାଟି ବ୍ରହ୍ମପୁର ଆଡୁ ଆସୁଥିବା ପୁରୀ ଯାତ୍ରୀଙ୍କ ପାଇଁ ବେଶ ସୁବିଧାଜନକ। ହେଲେ ଏହି ରାସ୍ତାଟିର ଅବସ୍ଥା ଭଲ ନ ଥିବାରୁ ଲୋକେ ଯିବାକୁ ପସନ୍ଦ କରୁ ନାହାଁନ୍ତି। ଏହି ରାସ୍ତାଟି ଏନଏଚ୍ ୧୬ ସହିତ ସଂଯୋଗ ଥିବାରୁ ଜାତୀୟ ରାଜପଥ ଘୋଷଣା ପାଇଁ ଦାବୀ ହେଉଛି। ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ…
ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ଯାହା ଲେଖିଥିଲା ତାହା ହେଲା …. କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ। ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ। ଜଳବାୟୁ…
ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉଦବେଗ ପ୍ରକାଶ କରିଛନ୍ତି। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, ‘‘ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ। ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି। ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ। କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି, କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା…
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ । ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ । ସିଂହ: କାର୍ଯ୍ୟ…

