ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଜୁନାଗଡ ବ୍ଲକ ଅନ୍ତର୍ଗତ ବନ୍ଦୋଗୁଡା ଠାରୁ ସୋରିଷମାଳ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ସୂଚନା ଫଳକ ଅନୁସାରେ ଗତ ୩୦.୧୨.୨୦୨୧ ରେ ଆରମ୍ଭ ହୋଇ ୨୯.୦୯.୨୦୨୨ ରେ ଶେଷ ହୋଇ ଯାଇଥିବା ବେଳେ ବାସ୍ତବରେ ଅଦ୍ୟାବଧି କାର୍ଯ୍ୟ ଚାଲିଥିବାର ଦେଖା ଯାଉଛି। କାର୍ଯ୍ୟ ସ୍ଥଳରେ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବା ହେତୁ ସମ୍ପୃକ୍ତ ଠିକାଦାର ନିଜ ମନ ଇଚ୍ଛା କାମ କରୁଥିବାର ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରୁଛନ୍ତି। ରାସ୍ତାରେ ଥିବା ପୋଲରେ ଅଟକଳ ଅନୁସାରେ ବିନା କୌଣସି ବୈଷୟିକ କୌଶଳରେ ଆବଶ୍ୟକ ପରିମାଣର ଲୁହ ଛଡ, ସିମେଣ୍ଟ, ଗେଟି ପଥର, ବାଲି ଇତ୍ୟାଦିର ମିଶ୍ରଣ କରାଯାଇ ନ ଥିବା ସନ୍ଦେହ ପ୍ରକାଶ ପାଉଛି। ଯାହା ଫଳରେ ଉକ୍ତ ପୋଲର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପୋଲ ସଂଳଗ୍ନ ରାସ୍ତା ର ସ୍ଥାୟିତ୍ବ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍ଡିପିଆର୍ଆର)ର ତୃତୀୟ ଅଧିବେଶନକୁ ଉଦ୍ଘାଟନ କରିଛନ୍ତି। ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି।” ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାରପ୍ରାପ୍ତ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୨୦୨୩ ବର୍ଷ ପାଇଁ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓସ୍ଡମା ଏବଂ ମିଜୋରାମର ଲୁଙ୍ଗଲେଇ ଥାନା ଏହି ପୁରସ୍କାର ପାଇଛନ୍ତି। ବିପର୍ଯ୍ୟୟ ହ୍ରାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ଉପକରଣ, ଅଭିନବ ପରିକଳ୍ପନା ଓ ଟେକ୍ନୋଲୋଜିର ଏକ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ଘାଟନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁର୍କୀ ଓ…
ମେଷ:– ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି…
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଶିକ୍ଷା ହିଁ ଏହି ଉପେକ୍ଷିତ ଲୋକମାନଙ୍କର ସଶକ୍ତିକରଣ ପାଇଁ ବଳିଷ୍ଠ ଅସ୍ତ୍ର। ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି, ଆବାସିକ ଛାତ୍ରାବାସ ନିର୍ମାଣ, ପଢ଼ିବା ଲେଖିବା ଶିକ୍ଷା ସାମଗ୍ରୀ, ଅନ୍ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା, ଜୀବିକାର୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୩-୨୪ ବିଭାଗୀୟ ବଜେଟ ସମ୍ବନ୍ଧରେ ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮ ଶହ ୧୧ କୋଟି ଟଙ୍କା…
ନୂଆଦିଲ୍ଲୀ: ଆଜି ଓଡିଆ ଶିଳ୍ପପତି ତଥା ଓୟେ ହୋଟେଲ ମାଲିକ ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି। ସେ ଗୁରୁଗାଓଁ ର ଏକ ହୋଟେଲର କୋଡିଏ ମହଲାରୁ ଖସି ମୃତ୍ୟୁବରଣ କରିଥିବାର ଜଣାପଡିଛି। ଏହାକୁ ନେଇ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଛି। ସେ କିପରି ଏତେ ଉପରୁ ଖସି ମୃତ୍ୟୁବରଣ କଲେ ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି। ରିତେଶ ନିକଟରେ ବିବାହ କରିଛନ୍ତି। ଏହି ବିବାହରେ ଦେଶର ପ୍ରମୁଖ ଶିଳ୍ପପତି ତଥା ରାଜନେତା ଯୋଗ ଦେଇଥିଲେ। ଏହି ବିବାହ ଦିଲ୍ଲୀର ଏକ ତାରକା ହୋଟେଲରେ କରାଯାଇଥିଲା। ସେହି ବିବାହ ଉତ୍ସବରେ ଯୋଗଦେବା ପାଇଁ ତାଙ୍କର ବାପା ଦିଲ୍ଲୀରେ ଅବସ୍ଥାନ କରୁଥିଲେ। ରିତେଶ ହେଉଛନ୍ତି ଓଡିଶାର ରାୟଗଡା ବାସିନ୍ଦା।
ଭୁବନେଶ୍ଵର: ଓଡିଶାର ୩୧ ଜଣ ଛାତ୍ର ଏବଂ ଏନଆଇଟି ରାଉରକେଲାର ପାଞ୍ଚଞ୍ଜଣିଆ ସଂଯୋଜକ ଦଳ କେନ୍ଦ୍ର ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର ଯୁବାସଙ୍ଗମ କାର୍ଯ୍ୟକ୍ରମରେ ସିକ୍କିମ୍ ଭ୍ରମଣ ସହିତ ସେମାନଙ୍କର ଯାତ୍ରା ଶେଷ କରି ୮ ମାର୍ଚ୍ଚ ୨୦୨୩ ରେ ରାଉରକେଲାରେ ପହଞ୍ଚିଥିଲେ। ସିକ୍କିମରେ ମାର୍ଚ୍ଚ ୨ ତାରିଖରେ ପହଞ୍ଚଥିବା ଦଳ ସିକ୍କିମ ରାଜ୍ୟର ବିଭିନ୍ନ ସାମାଜିକ-ସାଂସ୍କୃତିକ ଦିଗ ସହିତ ପରିଚିତ ହୋଇଥିଲେ ଏବଂ ବହୁ ପର୍ଯ୍ୟଟନ ସ୍ଥଳୀ ତଥା ଧାର୍ମିକ ତଥା ଅର୍ଥନୈତିକ ଆଗ୍ରହ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ଦକ୍ଷିଣ ସିକ୍କିମର ରାଭଙ୍ଗଲା ଠାରେ ଏନ୍ଆଇଟି ସିକ୍କିମ୍ ପକ୍ଷରୁ ଛାତ୍ର ଏବଂ ସଂଯୋଜକମାନଙ୍କର ଗସ୍ତର ଆୟୋଜନ କରିଥିଲେ। ମାର୍ଚ୍ଚ ୩ ରେ ଏନଆଇଟି ସିକ୍କିମ୍ କ୍ୟାମ୍ପସରେ ଏକ ଉଚ୍ଛସ୍ୱିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସିକ୍କିମ୍ ଛାତ୍ରମାନେ ନୃତ୍ୟ, ନାଟକ ଏବଂ ବାଦ୍ୟ ପରିବେଷଣ ମାଧ୍ୟମରେ ଭ୍ରମଣକାରୀ ପ୍ରତିନିଧୀଙ୍କୁ ସିକ୍କିମର…
ସୀତାରାମ ଅଗ୍ରୱାଲ ବାଣପୁର:- ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଅନୁରୂପ ଭାବେ ବାଣପୁର ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି। ବିଗତ ଦିନରେ କରୋନା ପାଇଁ ଶିକ୍ଷା ବିଭାଗ ବହୁ ବାଧା ବିଘ୍ନରେ ପରୀକ୍ଷା ପରିଚାଳିତ କରିଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ହୋଇ ପରୀକ୍ଷା ଆରମ୍ଭ ହୋଇଛି। ଯାହାଫଳରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ ଘଟିକାରେ ଶେଷ ହୋଇଛି। ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୧୮୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୮୦୬ ଜଣ ପରୀକ୍ଷା ଦେଇଛନ୍ତି ଓ ୨୭ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି…
ଭୁବନେଶ୍ବର: ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦଘାଟନ କରିଛନ୍ତି। ୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି। ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ। ଏଠାରେ ଫୁଟବଲ ସମେତ ଡ୍ରାଗ୍ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ। ଏଥିସହିତ ଏଠାରେ ନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ଏହା ସହିତ ୨ମହଲା…
କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଏନ୍ ସି ସି ସମ୍ବଲପୁର୍ ଗୃପ ହେଡକ୍ୟୁଆଟରର ସହଯୋଗରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଦୁଇଟି ଏନ୍ ସି ସି ୟୁନିଟ୍ ଖୋଲିଛି। ଵାଳକ ବିଭାଗ ୟୁନିଟର ଏନ୍ ସି ସି ଅଫିସର ଭାଵେ ଶିକ୍ଷା ଵିଭାଗର ଅଧ୍ୟାପକ ହିମା°ଶୁ ବାରିକ୍ ନିଯୁକ୍ତ ହୋଇଥିବା ଵେଳେ ଵାଳିକା ଏନ୍ ସି ସି ୟୁନିଟର ଅଫିସର୍ ଭାବେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସଙ୍ଗୀତା ସେଠ୍ ନିଯୁକ୍ତ ହୋଇଛନ୍ତି। ତା ୧୦.୩.୨୩ ରିଖ ଦିନ ନାକ୍ଟିଦେଉଳ ମହାଵିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ସମ୍ବଲପୁର୍ ଏନ୍ ସି ସି ଗୃପ୍ ହେଡକ୍ୟୁଆଟର ର କମାଣ୍ଡିଙ୍ଗ ଅଫିସର୍ ସି .ସି ନାଗ୍ ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ସେ ଫିତା କାଟି ଓ ଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ ଡ଼୍ରିଲ୍ ଓ ଏନ୍…
ରଣପୁର: ରଣପୁର ବ୍ଲକ ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧିକାରିଣୀ ବନଲତା ବେହେରା ଯୋଗ ଦେଇଥିଲେ। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ସେଠି, ଭୀମସେନ ସେଠି, ମଞ୍ଜୁଲତା ପାଟଯୋଶୀ, ଗୌତମ ପ୍ରଧାନ, ମୁରଲୀଧର ମହାରଣା, ନରେନ୍ଦ୍ର ବେହୁରା, ଅଜୟ କୁମାର ଭଞ୍ଜ ଓ ଗୋପାଳ କ୍ରିଷ୍ଣା ବେହେରାଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିବା ରବୀନ୍ଦ୍ର କୁମାର ନାୟକ, ନିରୁପମା ମହାପାତ୍ର, ସୁଧାଂଶୁ ମଞ୍ଜରୀ ଦେବୀ, ବିଜୟ ଦାଶ, ପଦ୍ମିନୀ ପଣ୍ଡା, ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇଙ୍କୁ ମଧ୍ୟ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷୟତ୍ରୀ…
କନ୍ଦର୍ପ ବେହେରା ରେଢାଖୋଲ: ଜଣେ ବିବାହିତା ମହିଳା ଶାଶୂ ଘରର ଅତ୍ୟଧିକ ଗଞଣା ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ନାକଟିଦେଉଳ ଥାନା ଅଂଚଳରେ ଘଟିଛି। ସେ ପଟେ ନବ ବଧୂର ଶାଶୂ, ଶ୍ୱଶୁର ସମେତ ସ୍ୱାମୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପ୍ରକାଶ ଯେ, କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମର ପ୍ରେମାନନ୍ଦ ରାଉଳଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କର ଭଉଣୀ ମେନକା ରାଉଳ (୧୮)କୁ ନାକଟିଦେଉଳ ଥାନା ବିନ୍ଧପୁର ଗ୍ରାମର ଜୁଲୁ ସାହୁ(୨୨) ଗତ ବର୍ଷ ୧୦/୪/୨୦୨୨ ମଧ୍ୟ ରାତିରେ କେଉଁ ଆଡେ ଧରି ପଳାଇ ଯାଇଥିଲା। ସେ ମାସ ୧୮ ତାରିଖରେ ଝିଅର ବାପ ଘର ଖବର ପାଇ ବିନ୍ଧପୁର ଗ୍ରାମକୁ ଉପରମୁଣ୍ଡା ଗ୍ରାମର କିଛି ଭଦ୍ର ବ୍ୟକ୍ତିକୁ ଧରି ଯାଇଥିଲେ। ସେଠାରେ ହିନ୍ଦୁ ରୀତି ନୀତି ଅନୁସାରେ ମନ୍ଦିରରେ ବିବାହ କରାଯାଇଥିଲା। କିଛି ଦିନ…
ରଣପୁର: ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଏନ.ପି.ଏସ. ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ। ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ଏନ.ପି.ଏସ.ଶିକ୍ଷକ ଶିକ୍ଷୟତ୍ରୀଙ୍କ ୬ ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି। ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି। ଏ ନେଇ ଆଜି ରଣପୁର ଏନ.ପି.ଏସ. ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ ଓ ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ସମସ୍ତ ସଂଘୀୟ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା…
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଖେଲୋ ଇଣ୍ଡିଆ ଦଶ୍ କା ଦମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଉତ୍ସବର ଏକ ଅଂଶ ଭାବରେ ଆୟୋଜିତ ଏହି ପ୍ରତିଯୋଗିତା ଆଜି ଦେଶର ୫୦ ରୁ ଅଧିକ ସହରରେ ଏକକାଳୀନ ଭାବେ ଆରମ୍ଭ ହୋଇଛି। ଅନେକ ମାସରୁ ସାରା ଦେଶରେ ଚାଲୁଥିବା ଏକାଧିକ ଖେଲୋ ଇଣ୍ଡିଆ ମହିଳା ଲିଗ୍ ର ସଫଳତାର ଉପରକୁ ଯାଇ, ଦଶ୍ କା ଦମ୍ ପଦକ୍ଷେପ ସାରା ଦେଶରେ ହଜାର ହଜାର ମହିଳାଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ୧୦ ରୁ ୩୧ ମାର୍ଚ୍ଚ ମଧ୍ୟରେ ମୋଟ ୧୦ ଟି କ୍ରୀଡ଼ାରେ ଭାରତର ୨୬ ଟି ରାଜ୍ୟରେ ଅବସ୍ଥିତ ୫୦ ରୁ ଅଧିକ ସହରରେ ଏହି ପ୍ରତିଯୋଗିତାରେ ପାଖାପାଖି ୧୫୦୦୦ ଆଥଲେଟ୍ ଅଂଶଗ୍ରହଣ କରିବେ।…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ହାଇ ପ୍ରାଇସ୍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ (ପିୟୁଏସଏଚପି) ର ଶୁଭାରମ୍ଭ କରିଛନ୍ତି। ଏହା ସର୍ବୋଚ୍ଚ ଚାହିଦା ଋତୁରେ ଶକ୍ତିର ଅଧିକ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ। କେନ୍ଦ୍ର ଶକ୍ତି ଏବଂ ଏନଆରଇ ମନ୍ତ୍ରୀ ଆର କେ ସିଂହ ରାଜ୍ୟ ସରକାର ଏବଂ ଶକ୍ତି କ୍ଷେତ୍ରର ୨୦୦ ରୁ ଅଧିକ ହିତାଧିକାରୀଙ୍କ ଉପସ୍ଥିତିରେ ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୋର୍ଟାଲ୍ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର, ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, ସିଇଏର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ, ଆଇଇଏକ୍ସର ସିଏମ୍ଡି ଏସ୍ ଏନ ଗୋଏଲ୍, ଗ୍ରିଡ୍ ଇଣ୍ଡିଆର ସିଏମ୍ଡି ଏସ୍ ଆର ନରସିଂହନଙ୍କ ସମେତ ଶକ୍ତି ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗତ ବର୍ଷ ଶକ୍ତି ମନ୍ତ୍ରଣାଳୟ ସ୍ଥିତି ଅନୁଧ୍ୟାନ ପରେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶତାଧିକ କର୍ମଚାରୀ ଧାରଣା ଦେଇଛନ୍ତି।ପ୍ରମୁଖ ଦାବି ମଧ୍ୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି ମିଳିପାରିନାହିଁ, ଯାହାକି ଏସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରିବା ଫଳରେ ଟିପିସିଓଡିଏଲ ପକ୍ଷରୁ ପ୍ରକ୍ରିୟାକରଣ ହୋଇଥିବା ସୂଚନା ଦେଉଥିବା ବେଳେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇପାରିନାହିଁ। ସ୍ଥାୟୀ କର୍ମଚାରୀ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଠିକା କର୍ମଚାରୀ ମଧ୍ୟ ସେହି କାର୍ଯ୍ୟ କରୁଥିଲେ ସୁଦ୍ଧା ପ୍ରାପ୍ୟ ଠିକରେ ମିଳୁନଥିବାରୁ ସମାନ କାର୍ଯ୍ୟକୁ ସମାନ ଦରମା ଦେବା ପାଇଁ ଦାବି ହେଉଛି।ଏଥିସହିତ ଟିପିସିଓଡିଏଲ ପକ୍ଷରୁ ସମସ୍ତ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାସହ ଗ୍ରୁପ ହେଲଥ ଓ ଗ୍ରୁପ ଟିମ ବୀମା ପରିସରଭୁକ୍ତ କରିବା ପାଇଁ ସଙ୍ଘ…
ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲଦାର ଏକ ମହତ୍ତ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ବାଇକ ଚାଳକଙ୍କୁ ଚିଲିକା ତହସିଲଦାର ଉଦ୍ଧାର କରି ନିଜ ଗାଡି ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନା ମୁତାବକ ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ କରଡି ଛକ ଠାରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣାରେ ଉଭୟ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ବରଡି ଗ୍ରାମର ଜଣେ ୫୦ ବର୍ଷୀୟ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ଠିକ ସେହି ସମୟରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଫିଲଡ଼ କାମ ସାରି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଉକ୍ତ ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିସହିତ ଉଭୟ ବାଇକ ଚାଳକଙ୍କ…
ରାଉରକେଲା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ରାଉରକେଲା ସହରସ୍ଥିତ ପ୍ଲୁଟୋନ ମଲ୍ରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ରାଉରକେଲାର ପ୍ଲୁଟୋନ ମଲ୍ସ୍ଥିତ ନୂଆ ଟ୍ରେଣ୍ଡ୍ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି।…
ରଣପୁର: ରଣପୁର ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା କୁମାରୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଯୋଗ ଦେଇଥିଲେ। ସେହିପରି ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠିଙ୍କୁ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ରଣା ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଇ ଥିଲେ। ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ କୁଇଜ୍, ଚିତ୍ରାଙ୍କନ , ରଚନା ଇତ୍ୟାଦି ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଗ୍ରହଣ…
ପୁରୀ: ଆଜି ପୁରୀରେ ପୁଣି ନିଆଁ ଲାଗିଛି। ଗତକାଲି ପୁରୀର ମରିଚିକୋଟ ଛକରେ ଥିବା ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା। ସେଠାରେ ପ୍ରାୟ ଛତିଶ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ଏହି ଘଟଣା ନେଇ ପୁରୀବାସୀ ଆତଙ୍କିତ ଥିବା ବେଳେ ଆଜି ଅପରାହ୍ନରେ ପୁଣି ଏକ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଛି। ଘଟଣା ଅନୁସାରେ ଅପରାହ୍ନରେ ନୀଳାଦ୍ରୀ କଂପ୍ଲେକ୍ସରେ ଏହି ନିଆଁ ଲାଗିଛି। ଏହି କଂପ୍ଲେକ୍ସରେ ରହିଛି ଓଡିଶା ହ୍ୟାଣ୍ଡଲୁମର ସୋ ରୁମ। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ଅଗ୍ନଶମ ବିଭାଗ ପହଁଚି ନିଆଁଙ୍କୁ ଆୟତ କରିଥିବା ଜଣାପଡିଛି।
ଭୁବନେଶ୍ବର: ଦୋଳ ଉତ୍ସବ ବେଳେ ପାରିକୁଦ ରାଜା ସନ୍ତୋଷ କୁମାର ଦେବ ଘୋଷଣା କଲେ ଯେ ସେ ଚିଲିକାରୁ ବିଜେଡି ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ଏମିତି ତ ସେହି ନିର୍ବାଚନ ମଣ୍ଡଳୀ ପାଇଁ ବହୁ ନେତା ବିଧାୟକ ପ୍ରାର୍ଥୀ ହେବେ ବୋଲି ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ହଠାତ ପରିକୁଦ ରାଜା କାହିଁକି ଆଗ୍ରହୀ ହେଲେ। ଏହା ଭିତରେ କିଛି ଗୁପ୍ତ ରହସ୍ୟ ରହିଛି କି ? ବର୍ତ୍ତମାନ ଚିଲିକା ରାଜନୀତି ଯାହା ସେଥିରେ ରାଜା ସାହେବ କଣ ସେ ପାରିବେ ? ଏହିପରି ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୁରିବାରେ ଲାଗିଛି। ଅନେକ ସେହି ପାରିକୁଦ ରାଜା କିଏ, ସେ କେଉଁଠି ରୁହନ୍ତି ବୋଲି ଅନ୍ୟମାନଙ୍କୁ ପଚାରିବାରେ ଲାଗିଛନ୍ତି। କାରଣ ପାରିକୁଦ ରାଜାଙ୍କର ବାଲୁଗାଁ ବାଣପୁର ବା ଚିଲିକା ନିର୍ବାଚନ ମଣ୍ଡଳୀରେ କୌଣସି ପରିଚିତି ନାହିଁ। ସେ ସମସ୍ତଙ୍କ ପାଇଁ ଚିହ୍ନା ମୁହଁ ନୁହଁନ୍ତି। ତାଙ୍କର…
ନୂଆଦିଲ୍ଲୀ: ଖାଦ୍ୟ ନଷ୍ଟ ହେବା ଉଚିତ୍ ନୁହେଁ, ଏହା ସତ। କିନ୍ତୁ ବାସୀ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କୁ ଗୁରୁତର ସମସ୍ୟା ଦେଇପାରେ। ବାସୀ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଗରମ କରିବା ଏବଂ ଖାଇବା ଉଚିତ୍ ନୁହେଁ। ୧- ଅଣ୍ଡା: ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ ଯଦି ଅଣ୍ଡା ରାନ୍ଧିବା ପରେ କିଛି ସମୟ ପର୍ଯ୍ୟନ୍ତ ଖାଆନ୍ତି ନାହିଁ, ତେବେ ଏହା କେବଳ ଏହାର ସ୍ୱାଦରେ ପରିବର୍ତ୍ତନ ଆଣେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ତେଣୁ, ରାନ୍ଧିବା ପରେ ତୁରନ୍ତ ଅଣ୍ଡା ଖାଇବା ଭଲ। ୨- ଆଳୁ: ଅନେକ ଲୋକ ଆଳୁକୁ ଫୁଟାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତି। କିନ୍ତୁ ଏହା କ୍ଷତିକାରକ ହୋଇପାରେ। ଯଦି ଆପଣ ଦୀର୍ଘ…

