ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ଏହି ଅବସରରେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଓ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ (Passport to Women Empowerment),ଏବଂ ନୂତନ ୱେବସାଇଟ୍ ଉନ୍ମୋଚିତ ହୋଇଥିଲା। ଏହା ସହିତ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ…
Author: Samikhsya Bureau
ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ଏହାର ୩୩/୧୧ କେଭି କ୍ୟାମ୍ପସ ସବଷ୍ଟେସନରେ ଏକ କେନ୍ଦ୍ରୀୟ ମନିଟରିଂ ଏବଂ ସୁରକ୍ଷା (ସିପିଏମ) ସିଷ୍ଟମ ସହିତ ସମୃଦ୍ଧ ଏକ ଉନ୍ନତ ଡିଜିଟାଲ୍ ସବଷ୍ଟେସନକୁ ସଫଳତାର ସହ ବିକଶିତ ଏବଂ କାର୍ଯ୍ୟକ୍ଷମ କରିଛି, ଯାହା ସ୍ୱଦେଶୀ ବିଦ୍ୟୁତ୍ ପ୍ରଣାଳୀ ନବସୃଜନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ସିଷ୍ଟମ ପ୍ରତିଷ୍ଠାନର ସମଗ୍ର ବୈଦ୍ୟୁତିକ ବଣ୍ଟନ ନେଟୱର୍କର ରିଅଲ-ଟାଇମ ମନିଟରିଂ ଏବଂ ସୁରକ୍ଷାକୁ ସକ୍ଷମ କରିବ। ନୂତନ ଭାବରେ ବିକଶିତ ଡିଜିଟାଲ୍ ସବଷ୍ଟେସନ୍ ୧୦ ଫେବୃଆରୀ ୨୦୨୬ରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ବିଶାଳ କୁମାର ଦେବ, ଆଇଏଏସ୍ ଦ୍ୱାରା ଉଦଘାଟିତ ହୋଇଥିଲା। ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ, ଆଇଏଏସ୍; ଆଇଆଇଟି ଭୁବନେଶ୍ୱରର ପ୍ରୋଜେକ୍ଟ ଇନ୍ଭେଷ୍ଟିଗେଟର ପ୍ରଫେସର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମିଶନ୍ ମୋଡ୍ରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟର ୪୬, ୫୩୧ ଟି ଗ୍ରାମ ମଧ୍ୟରୁ ୨୧, ୭୨୧ ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ ଅଛି । ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ…
ଭୁବନେଶ୍ବର: ଆମ୍ବୁଲାନ୍ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତର ମାନଙ୍କ ଅବଦାନ ପ୍ରତି ଗୁରୁତ୍ବଦେଇ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହୋଇଛି। ସେହିପରି ୫ରୁ ୧୦ ବର୍ଷ ମଧ୍ୟରେ ସେବା କରିଥିବା ଡାକ୍ତର ମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧିପାଇଁ…
ଭୁବନେଶ୍ବର: କଟକରେ ଗତକାଲି ବିଶିଷ୍ଟ ସିତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ପ୍ରଥମ ଏକାଦଶ ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ରାଜ୍ୟର ବିଶିଷ୍ଠ କଳାକାରମାନେ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ପଣ୍ଡିତ ରବି ଶଙ୍କର ଗତ ମାସ 29 ତାରିଖରେ ପରଲୋକ ଗମନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା। ପଣ୍ଡିତ ରବି ଶଙ୍କର ଓଡିଶା ତଥା ଜାତୀୟ ସ୍ତରର ଜଣେ ପ୍ରତିଷ୍ଠିତ ସୀତାର ବାଦକ ଭାବେ ବେଶ ଜଣାଶୁଣା। ସେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ ଏ ଗ୍ରେଡ ସୀତାର ବାଦକ। ଏଥିସହିତ ସେ କୋଣାର୍କ ନାଟ୍ୟ ମଣ୍ଡପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଭାବେ ପରିଚିତ। ସେ ଗୁରୁ ଗଂଗାଧର ପ୍ରଧାନଙ୍କୁ ବହୁ ନୃତ୍ୟାଭିନୟରେ ସୀତାର ବାଦକ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ହେମାମାଳିନୀ, ମାଧବୀ ମୁଦୁଗଲ, ସଂଯୁକ୍ତା ପାଣିଗ୍ରାହୀ, ସୋନାଲ ମାନସିଂହ, ବିରଜୁ ମହାରାଜା ଏବଂ ଗୁରୁ…
Coal Exchange Proposal Approved: ଏନଏସଇ ବୋର୍ଡ NSE Board ପକ୍ଷରୁ ଏହାର ପ୍ରସ୍ତାବିତ ଆଇପିଓ ((Initial Public Offering) ସମ୍ପର୍କିତ ପ୍ରମୁଖ ନିଷ୍ପତି ନିଆଯାଇଛି । ଯେଉଁଥିରେ ଏକ ଉତ୍ସର୍ଗୀକୃତ ଆଇପିଓ କମିଟିର ପୁନର୍ଗଠନ ମାଧ୍ୟମରେ ଏହାର ପରିଚାଳନା ଢାଂଚାକୁ ଅଧିକ ସୁଦୃଢ କରିବା ଅନ୍ତର୍ଭୁକ୍ତ ରହିଛି । ଏନଏସଇ ବୋର୍ଡ ନିୟାମକୀୟ ଅନୁମୋଦନ ଅନୁଯାୟୀ ଏକ କୋଲ୍ ଏକ୍ସଚେଞ୍ଜ ସ୍ଥାପନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥାର ଅନ୍ତର୍ଭୁକ୍ତୀକରଣକୁ ଅନୁମୋଦନ ଦେଇଛି । ପୁନର୍ଗଠିତ ଆଇପିଓ କମିଟିରେ ଅନ୍ତର୍ଭୁକ୍ତ ଥିବା ସଦସ୍ୟମାନେ ହେଉଛନ୍ତି: ଶ୍ରୀ ତବଲେଶ ପାଣ୍ଡେ- ଅଧ୍ୟକ୍ଷ (ଅଣସ୍ୱାଧୀନ ନିର୍ଦ୍ଦେଶକ), ଶ୍ରୀ ଶ୍ରୀନିବାସ ଇଞ୍ଜେଟି- ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ପ୍ରଫେସର. (ଡଃ). ମମତା ବିଶ୍ୱାଳ – ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ଜଷ୍ଟିସ (ଅବସରପ୍ରାପ୍ତ) ଶ୍ରୀମତି ଅଭିଳାଷା କୁମାରୀ- ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ପ୍ରଫେସର.ଜି. ଶିବକୁମାର – ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ) ଏବଂ ଶ୍ରୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଆଜି ଥିଲା ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ପ୍ରତ୍ୟେକ ଥର ପରି ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ପ୍ରକୋଷ୍ଠ ବାହାରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣି ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୩୨ ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଜଟିଳ ରୋଗରେ ପିଡୀତ ଥିବା ଭଦ୍ରକ ଜିଲ୍ଲାର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଓ ଯାଜପୁର ଜିଲ୍ଲାର କାର୍ତ୍ତିକ ସି ଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଥିଲେ। ଏଥି ସହିତ ଚିକିତ୍ସା ଆବଶ୍ୟକ କରୁଥିବା ଅନ୍ୟ ଅଭିଯୋଗକାରୀଙ୍କ ଦରଖାସ୍ତ…
ଭୁବନେଶ୍ବର: ଚଳିତ ବର୍ଷ ପ୍ରଭୃ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଆସନ୍ତା ୧୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ସେବାୟତ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚ଼ନା କରାଯାଇଛି। ଉକ୍ତ ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ସଠିକ୍ ସମୟରେ ମହାଦୀପ ଉଠିବା, ଶୃଙ୍ଖଳିତ ଦର୍ଶନ, ଶୂନ୍ୟ ଅଘଟଣକୁ ଗୁରୁତ୍ବ ଦେବା ସହ ଟ୍ରାଫିକ ସୁପରିଚାଳନା, ପାରିପାର୍ଶ୍ବକ ରାସ୍ତାଗୁଡିକୁ ପରିଷ୍କାର ପରିଚ୍ଛନ୍ନତା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା କରିବା ସହ ଶୃଙ୍ଖଳିତ…
Dhauli Kalinga Festival: ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ପାଦଦେଶରେ ଆୟୋଜିତ ହୋଇ ଆସୁଥିବା ୨୨ତମ ଧଉଳି-କଳିଙ୍ଗ ମହୋତ୍ସବ ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ସଂଧ୍ୟାରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ଶେଷ ସଂଧ୍ୟାରେ ଆୟୋଜକ ସଂସ୍ଥା ଓଡିଶା ଡ୍ୟାନସ ଏକାଡେମୀର ନୃତ୍ୟଶିଳ୍ପୀ ପରିବେଷଣ କରିଥିଲେ ନୃତ୍ୟାଭିନୟ ପଥ ରଜାପଥ। ଓଡିଶୀ ନୃତ୍ୟ ଗୁରୁ ତଥା ଏକାଡେମୀର ସମ୍ପାଦିକା ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀମାନଙ୍କ ଏହି ନୃତ୍ୟାଭିନୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଏହା ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ସମସାମୟିକ ନୃତ୍ୟର ଏକ ସମାହର ଥିଲା। ସେହିପରି ଏହି ସଂଧ୍ୟାରେ ଅନ୍ୟତମ ଆକର୍ଷଣ ଥିଲା କଥକ ନୃତ୍ୟ। କୋଲକାତାର ନୃତ୍ୟଦିଶାର ନୃତ୍ୟଶିଳ୍ପୀମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। କଥକ ନୃତ୍ୟ ଗୁରୁ ସୌଭିକ ଚକ୍ରବର୍ତ୍ତି ଏବଂ ତାଙ୍କର ଛାତ୍ରଛାତ୍ରୀଙ୍କ ଏହି ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା।…
ନବୀନଙ୍କ ପୁଣି କାର୍ଯ୍ୟାନୁଷ୍ଠାନ: ପୁଣି ଥରେ ବିଜେଡି ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିକଟରେ ଅରବିନ୍ଦ ମହାପାତ୍ର ଏବଂ ସନାତନ ମାହକୁଡଙ୍କୁ ନିଲମ୍ବନ କରି ନବୀନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ବ୍ୟବଧାନରେ ନବୀନ ପୁଣି ଥର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରାଇଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ଦଳ ତରଫରୁ ଉପସଭାପତି ପ୍ରତାପ ଜେନାଙ୍କୁ ଦସ୍ତଖତରେ ଏକ ନୋଟିସ ଜରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇଙ୍କୁ ନିଲମ୍ବନ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ରଶାସନିକ ଅରାଜକତା, ସାମାଜିକ ସ୍ଥାଣୁତା, ରାଜନୈତିକ ଅପାରଗତା ଯୋଗୁଁ ଏକ ବିରାଟ ସରକାର ବିରୋଧୀ ଜନମତ ସୃଷ୍ଟି ହୋଇଛି। ଦୀର୍ଘ ୨୪ ବର୍ଷର ବିଜେଡ଼ି ସରକାରକୁ ପରିବର୍ତ୍ତନ କରି ଲୋକେ ବିଜେପିକୁ ଭୋଟ ଦେଇ ସରକାରକୁ ଆଣିଥିଲେ। ହେଲେ ଅର୍ଥନୈତିକ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଅପରିଣାମଦର୍ଶୀ ନିଷ୍ପତ୍ତି ରାଜ୍ୟବାସୀଙ୍କ ଉପରେ ଭାରି ପଡ଼ି ଚାଲିଛି । ପରିସ୍ଥିତି ଏପରି ଜଟିଳ ହୋଇପଡ଼ିଛି ଯେ, ଜନସାଧାରଣ ସନ୍ଦିହାନ ଅବସ୍ଥାରେ। ପ୍ରାୟତଃ ସାରା ରାଜ୍ୟରେ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଗଳିକନ୍ଧିରେ ଏକ ସ୍ୱତନ୍ତ୍ର ରାଜନୈତିକ ବିକଳ୍ପ ପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି । ସରକାର ଗଠନର ଦୁଇବର୍ଷ ବି ପୂରିନି, କାହିଁକି ଏଭଳି ପରିସ୍ଥିତି ସୃଷ୍ଟିହେଲା ଓ ରାଜ୍ୟରେ ଏକ ରାଜନୈତିକ ବିକଳ୍ପର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ଆଲୋଚନା ପାଇଁ ଆମ ଜନତା ଅଧିକାର ନିଷ୍ପତ୍ତି ନେଇଥିଲା । ଏହି ପରିସ୍ଥିତିରେ ଶନିବାର…
ଭୁବନେଶ୍ବର: ଭାରତୀୟ ରାଜନୀତିର ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ଓଡ଼ିଶାର ଗର୍ବ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ର ଲୋକାର୍ପଣ ହୋଇଯାଇଛି। ରାଜ୍ୟପାଳ ଡ ହରିବାବୁ କୁମ୍ବମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପଣ କରିଛନ୍ତି। ଭୁବନେଶ୍ବରର କୃଷି ବିଶ୍ବବାଦ୍ୟାଳୟର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ଲେଖକ ବିଶ୍ବଭୂଷଣ ହରିଚନ୍ଦନ ଉପସ୍ଥିତ ରହି ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ପାଇକ ପୁଅ ଭାବେ ପରିଚିତ ବିଶ୍ବଭୂଷଣ ହରିଚନ୍ଦନଙ୍କ ଏହି ଦୁଇଟି ପୁସ୍ତକ ଓଡିଶାର ପାଇକ ବିଦ୍ରୋହ ଏବଂ ପାଇକ ବିରତ୍ବର ଗାଥା ବର୍ଣ୍ଣିତ କରାଯାଇଛି। ପୁସ୍ତକ ସଂପର୍କରେ ଖୋଦ ବିଶ୍ବଭୂଷଣ ହରିଚନ୍ଦନ ନିଜର ପାଇକ ଚେତନାକୁ ପରିପ୍ରକାଶ କରିଥିଲେ। ପୁସ୍ତକ ଦ୍ବୟକୁ ଉନମୋଚନ କରି ରାଜ୍ୟପାଳ କୁମ୍ବମପାଟି ବିଶ୍ବଭୂଷଣଙ୍କ ଏହି…
Tata Steel Result: ଟାଟା ଷ୍ଟିଲ୍ 2025-26 ଆର୍ଥିକ ବର୍ଷ (Q3FY26) ପାଇଁ ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ଫଳାଫଳ ଆଜି ଘୋଷଣା କରିଛି। ଏଥିରେ ସେପ୍ଟେମ୍ବର ତ୍ରୈମାସିକରେ 3,102 କୋଟି ଟଙ୍କା ତୁଳନାରେ 2,689 କୋଟି ଟଙ୍କାର ନିଟ୍ ଲାଭରେ 13.3% କ୍ଷତି ରିପୋର୍ଟ କରିଛି। ଟାଟା ଗ୍ରୁପର ବହୁରାଷ୍ଟ୍ରୀୟ ଷ୍ଟିଲ୍ ପ୍ରମୁଖ କମ୍ପାନୀର ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କାର୍ଯ୍ୟରୁ ରାଜସ୍ୱ 3% ହ୍ରାସ ପାଇ 57,002 କୋଟି ଟଙ୍କାକୁ ଆସିଛି। ଯାହା ପୂର୍ବ ସେପ୍ଟେମ୍ବର ତ୍ରୈମାସିକରେ 58,689 କୋଟି ଟଙ୍କା ଥିଲା। କାର୍ଯ୍ୟକ୍ଷମତା ଉପରେ, ଡିସେମ୍ବର ତ୍ରୈମାସିକରେ ଟାଟା ଷ୍ଟିଲ୍ର ସୁଧ, ଟିକସ, ମୂଲ୍ୟହ୍ରାସ ଏବଂ ଆମୋର୍ଟାଇଜେସନ୍ ପୂର୍ବରୁ ଆୟ (EBITDA) 7.8% ହ୍ରାସ ପାଇ 8,200 କୋଟି ଟଙ୍କାକୁ ଯାଇଛି। ଯାହା FY26 ର ଦ୍ୱିତୀୟ ତ୍ରୈମାସିକରେ 8,896 କୋଟି ଟଙ୍କା ଥିଲା। ମାର୍ଜିନ୍ 15.2% ରୁ କ୍ରମାଗତ ଭାବରେ 14.4% କୁ ହ୍ରାସ ପାଇଛି। Read…
ଭୁବନେଶ୍ବର: ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍ରେ ପରୀକ୍ଷାର ସମୟ। ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଆଜି ଏହି ପରିପ୍ରେକ୍ଷୀରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀ ମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା ହୋଇ ପରୀକ୍ଷା ସମୟର ପ୍ରସ୍ତୁତି ଏବଂ ପାଠପଢା ସମୟର ପ୍ରସ୍ତୁତି ବିଷୟରେ ପରାମର୍ଶ ଦେଇଥିଲେ। ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ ପଢିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚୋକୋଟୀର ହେବ। ପରୀକ୍ଷା ସମୟରେ ଏହି ଦୁଇଟି ଜିନିଷ ପ୍ରତ୍ୟେକ ପିଲାଙ୍କ…
ଭୁବନେଶ୍ବର: ଜରାଜୀର୍ଣ୍ଣ ଅବସ୍ଥା ପୁରୀରେ ପଡିରହିଥିବା ଅନ୍ନପୂର୍ଣ୍ଣ ରଂଗମଞ୍ଚର ପୁନଃଉଦ୍ଧାର କରାଯିବ। ପୁଣିଥରେ ହସିବ ଏହି ରଂଗମଞ୍ଚ। ଏ ନେଇ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ଟାଟା କନସଲ୍ଟିଂ ଇଞ୍ଜିନିୟରସ୍ ଲିମିଟେଡ ଦ୍ୱାରା ଏହାର ଏକ ଡିଜାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ପୁନଃନିର୍ମାଣ କାର୍ଯ୍ୟ ଓବିସିସି ଦ୍ବାରା କରାଯିବ। ଅନ୍ନପୂର୍ଣ୍ଣ ରଂଗମଞ୍ଚ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଭାରତୀୟ ସାଂସ୍କୃତିକ ପରମ୍ପରାରେ ଏକ ସମୃଦ୍ଧ ଓ ଗୌରବମୟ ସ୍ଥାନ ଅଧିକାର କରିଛି। ପୁନଃନିର୍ମାଣ ପରେ ଏହି ଥିଏଟର ଓଡ଼ିଶାର ଲୋକକଳା, ନାଟ୍ୟ ଶୈଳୀ, ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ଲମ୍ବୋଦରପୁର ଗ୍ରାମରେ ଜନ୍ମ ନେଇଥିବା ଏହି ଥିଏଟର ଏକଦା ସାରା ରାଜ୍ୟରେ ଚହଲ ପକାଇଥିଲା। ଏହି ବୈଠକରେ ଓ.ବି.ସି.ସି.ର ମୁଖ୍ୟ ମହାପ୍ରବନ୍ଧକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଥିଲେ ଯେ ଓଡ଼ିଶାରେ ଖୁବ ଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ। ଚଳଚ୍ଚିତ୍ର ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର, ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି। ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ରର ବିଷୟବସ୍ତୁ ଏବଂ ସାମାଜିକ ମୂଲ୍ୟବୋଧ, ସାଂସ୍କୃତିକ ପରମ୍ପରା ଏବଂ ପାରିବାରିକ ନୀତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା…
Odisha Budget 2026: ଆମ ସରକାର ହେଉଛି ଲୋକଙ୍କ ସରକାର । ଆମ ପାଇଁ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର । ତେଣୁ ସରକାରଙ୍କ ବଜେଟ ପ୍ରସ୍ତୁତ ପ୍ରକ୍ରିୟା ଏବେ ସଚିବାଳୟରୁ ବାହାରି ଲୋକଙ୍କ ପାଖକୁ ଯାଇଛି। ଜନସାଧାରଣଙ୍କ ଠାରୁ ସେମାନଙ୍କ ବହୁମୂଲ୍ୟ ମତାମତ ଆହ୍ୱାନ କରି ଅନୁଧ୍ୟାନ ଓ ତର୍ଜମା ପରେ ବଜେଟରେ ସ୍ଥାନୀତ କରାଯାଉଛି । ଏହା ସବୁ ଦୃଷ୍ଟିରୁ ଲୋକଙ୍କ ବଜେଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରାକ୍ ବଜେଟ ପରାମର୍ଶ ସଭା ଅବସରରେ କହିଛନ୍ତି । ଲୋକସେବା ଭବନ କନ୍ଭେନସନ୍ ହଲ ଠାରେ ଆୟୋଜିତ ପ୍ରାକ୍ ବଜେଟ ପରାମର୍ଶ ସଭା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରାକ୍ ବଜେଟ ପରାମର୍ଶ ଆଲୋଚନା କରିଛନ୍ତି। ନିକଟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜନମତରୁ ସଂଗ୍ରହ କରାଯାଇଥିଲା । ଆହୁରି…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ। ଗତବର୍ଷ ପ୍ରଥମ ଥର ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଆହୁରି ଭବ୍ୟ ରୂପେ ଯେପରି ପାଳନ କରାଯିବ ସେ ନେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ପକ୍ଷ ପାଳନ ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଆୟୋଜନ କରାଇବା ଏବଂ ଏଥିରେ ସମସ୍ତ ଜନସାଧାରଣଙ୍କ ଅଂଶୀଦାରିତାକୁ ସୁନିଶ୍ଚିତ କରାଇବା ଉପରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଆ ପକ୍ଷ ପାଳନ ସମୟରେ ଓଡ଼ିଶା ସରକାରଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍ରେ ୫୭ଟି ନୂଆ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ୍ରେ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏଥିରେ କଟକ ତହସିଲ୍ ଅଧିନରେ ଏକ ଅତିରିକ୍ତ ସବ୍ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡୁଥିଲା। ଏଥିପାଇଁ ଆମେ ସଂକଳ୍ପ ନେଇଥିଲୁ, ସରକାରଙ୍କ ପାଖକୁ ଲୋକେ ଆସିବେ ନାହିଁ, ସରକାର ଯିବେ ଲୋକଙ୍କ ପାଖକୁ। ତେଣୁ, ସମସ୍ତ ତହସିଲ୍ରେ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରି ଆମେ ଏ କ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ହାସଲ କରିଛୁ। ଉଭୟ ତହସିଲ୍ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉତ୍ତମ ସମନ୍ବୟ ରଖି କାର୍ଯ୍ୟକରି ପାରିବେ ଏବଂ ରେଜିଷ୍ଟ୍ରେସନ ପରେ ମ୍ୟୁଟେସନ ପଟ୍ଟା ସହଜରେ ହେବା ସହିତ, ରେଜିଷ୍ଟ୍ରେସନ୍ କ୍ଷେତ୍ରରେ…
ଭୁବନେଶ୍ୱର: ଆଜି ସକାଳ ସମୟ ୦୮:୫୧ ଘଟିକା ସମୟରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଜଖପୁରା ୟାର୍ଡ ସେକ୍ସନ ନିକଟରେ ଟ୍ରେନ୍ ନମ୍ବର ୨୨୬୧୧ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଦିବା ୧୩:୦୫ ଘଟିକା ସମୟରେ ପୁନଃ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏଠାରେ କହିରଖୁଛୁ ଯେ ଏସି ୨-ଟାୟାର କୋଚ୍କୁ ୧୩:୩୦ ସମୟରେ ପୁନଃସ୍ଥାପନ କରାଯାଇଥିଲା, ତା’ପରେ ପ୍ରଥମ ଜେନେରାଲ କୋଚ୍କୁ ୧୩:୫୦ ଘଟିକା ସମୟରେ ଏବଂ ଦ୍ୱିତୀୟ ଜେନେରାଲ କୋଚ୍କୁ ୧୪:୪୫ ଘଟିକା ସମୟରେ ପୁନଃସ୍ଥାପନ କରାଯାଇଥିଲା। ଏହା ପରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ କରାଯାଇଥିଲା। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟକୁ କଡ଼ାକଡ଼ି ତଦାରଖ କରିଥିଲେ। ପୂର୍ବ ତଟ ରେଳପଥ ମଧ୍ୟ କର୍ତ୍ତବ୍ୟରତ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉଦାହରଣୀୟ ସତର୍କତା ଏବଂ ଉପସ୍ଥିତ ବୁଦ୍ଧିକୁ ମଧ୍ୟ…

