Author: Samikhsya Bureau

ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାଇୱେ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର୍‌ ସିଂ ପୁନିଆ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସନ୍ଦୀପ ସଂପତ୍‌ ମାଡ୍‌କର, ଇଡ୍‌କୋର ଜି.ଏମ୍‌. ଶ୍ରୀ କଲ୍ୟାଣ କୁମାର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ, ଚଣ୍ଡିଖୋଲ-ପାରାଦ୍ୱୀପ ଟୋଲଗେଟ୍‌ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ। ଜମି ନିକଟରେ ଏକ୍ସପ୍ରେସ ହାଇୱେ ଏବଂ ରେଳ ଲାଇନ ତଥା ବିଦୁ୍ୟତ ଲାଇନ…

Read More

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ କ୍ରିଡ଼ାରେ ମଧ୍ୟ ମନୋନିବେଶ କରିବା ଜରୁରୀ। ପାଠ ସହିତ କ୍ରିଡ଼ା ସମାନ୍ତରାଳ ଭାବେ ନ ରହିଲେ ଛାତ୍ରଛାତ୍ରୀଙ୍କୁ ଅର୍ଦ୍ଧ ଶିକ୍ଷିତ କୁହାଯିବ ବୋଲି କହିଛନ୍ତି ପୂର୍ବତନ କ୍ରୀକେଟର ତଥା କମେଂଟେଟର୍ ଅରୁଣ ଲାଲ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବାର୍ଷିକ କ୍ରିଡ଼ା ଉତ୍ସବ ସୋଆ କପ୍‌ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ବକ୍ତବ୍ୟ ରଖିଛନ୍ତି ଲାଲ। ପାଠପଢ଼ା ସହିତ ଶାରୀରିକ ଓ ମାନସିକ ସୁସ୍ଥତା ମଧ୍ୟ ଜରୁରୀ। ତେଣୁ ନିଜକୁ ଉନ୍ନତ କରିବାକୁ ହେଲେ ଖେଳକୁଦରେ ମଧ୍ୟ ରୁଚି ରଖିବା ଆବଶ୍ୟକ। ଯେ କୌଣସି କ୍ଷେତ୍ର ହେଉ ପଛେ କଠିନ ପରିଶ୍ରମ ଦ୍ୱାରାହିଁ ସଫଳତା ମିଳିପାରିବ ବୋଲି ଭାରତର ପୂର୍ବତନ ଟେଷ୍ଟ ଓପନର କହିଥିଲେ। ଦକ୍ଷତା, ପାରଦର୍ଶିତା, କଠିନ ପରିଶ୍ରମ, ଅଭ୍ୟାସ ଏବଂ ଇଚ୍ଛାଶକ୍ତି ଦ୍ୱାରା ହିଁ ସଫଳତା ହାସଲ କରିହେବ। ଛାତ୍ରାବସ୍ଥାର ଏହି ସୁବର୍ଣ୍ଣ ସମୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଟିଏମ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରାମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ଉକ୍ତ ଲୁଟେରାମାନେ ସଜାଗ ରହୁଛନ୍ତି  ଏବଂ ଅନଭିଜ୍ଞ ଜନସାଧାରଣଙ୍କୁ ଦେଖି ଟଙ୍କା ଲୁଟୁଛନ୍ତି। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି। ତେବେ ଆଜି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର ଥାନା ସାନହନ୍ତୁଆଡ଼ ଗ୍ରାମର ନାରାୟଣ ବିଶ୍ୱାଳ ଗୁରୁବାର ସକାଳେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଯାଞ୍ଚ ପାଇଁ ପତ୍ନୀଙ୍କ ଏଟିଏମ କାର୍ଡ ଧରି ଯାଇଥିଲେ। ତେବେ ନାରାୟଣ ଏଟିଏମ ମେସିନରୁ ଟଙ୍କା ଯାଞ୍ଚ କରିବା ନିମନ୍ତେ ପ୍ରକ୍ରିୟା ବିଷୟରେ ଅନଭିଜ୍ଞ ଥିବାରୁ ପୁର୍ବରୁ ସେଠାରେ ଉପସ୍ଥିତ ଥିବା ଏକ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲେ। ଏହାର ଫାଇଦା ନେଇ…

Read More

ରଣପୁର: ରଣପୁର କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀ ରଶ୍ମିତା ମୁଖୀ ଜାନୁଆରୀ ୨୮ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ ପ୍ୟାରେଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପ୍ୟାରେଡ ଦିଲ୍ଲୀ କରିଅପା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।  ରଶ୍ମିତା ମୁଖୀ ରଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି। ଏଥି ପାଇଁ ରଶ୍ମିତାଙ୍କୁ ଆଜି ରଣପୁର ବାଘ ସାମନ୍ତ ପଡିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶୁଭାରମ୍ଭ ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା।

Read More

ରଣପୁର: ରଣପୁର ବିସି ହାଇସ୍କୁଲରେ ଦୀର୍ଘ ବର୍ଷ ଧରି ବନ୍ଦ ହେଇଯାଇଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପୁଣି ଥରେ ଆରମ୍ଭ ହୋଇ ସ୍ଥାନୀୟ ବାଘ ସାମନ୍ତ ପଡିଆରେ ଉଦଘାଟିତ ହୋଇଛି। ରଣପୁର ବିସି ହାଇସ୍କୁଲରେ ପ୍ରଥମେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଥିଲା।  କିନ୍ତୁ କୌଣସି କାରଣ ଯୋଗୁଁ ୧୯୭୦ ମସିହା ପରେ ବନ୍ଦ ହୋଇ ଯାଇଥିଲା। ପରେ ୧୯୮୨ ମସିହାରେ ହରିହର ନନ୍ଦ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା। କିନ୍ତୁ ୨୦୦୫ ମସିହାରେ ଶିକ୍ଷକ ଅଭାବରୁ ପୁଣି ଥରେ ବନ୍ଦ ହୋଇ ଯାଇଥିଲା। ରଣପୁର ମହୋତ୍ସବ-୨୦୨୩ ରେ ବିଶିଷ୍ଟ ଅତିଥି ଭାବେ ପୁରୀର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଫିସର କର୍ନେଲ ପ୍ରସନ୍ନ ପଣ୍ଡା ଯୋଗ ଦେଇ ରଣପୁରରେ ପୁଣି ଥରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ।…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି,ରାହାଜାନୀ ବଢୁଥିବା ବେଳେ ପୋଲିସର ନିଦ ହଜିଯାଇଛି।ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି।ଯାହାକି ଶନିବାର ଦିନ ବାଲୁଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରି ଛକ ନିକଟସ୍ଥ ମୋବାଇଲ ଟାୱାର ଗୃହରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଆଜି ବାଲୁଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ସମେତ ଗୋଟିଏ ବାଇକ ଏବଂ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ବାଲୁଗାଁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା…

Read More

ଭୁବନେଶ୍ୱର: ରେଳବାଇ ଗତ ନଅ ବର୍ଷ ମଧ୍ୟରେ ଓଡିଶାରୁ ହାରାହାରି ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଥିବାବେଳେ ସେହି ଅନୁପାତରେ ଓଡିଶାକୁ ଅର୍ଥ ପ୍ରଦାନ କରୁନାହିଁ। ଏପରିକି ଆଦିବାସୀ ଅଞ୍ଚଳ ଲୋକେ ନୂତନ ରେଳ ସଂଯୋଗ ପାଇ ନାହାନ୍ତି କି ଗତ ୫ବର୍ଷ ମଧ୍ୟରେ ଗୋଟିଏ ହେଲେ ନୂତନ ରେଳ ଲାଇନ୍‍ ମଞ୍ଜୁର ହୋଇନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗୋଟିଏ ଦେଶ କିମ୍ବା ରାଜ୍ୟର ଆର୍ଥିକ ବିକାଶରେ ରେଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଐତିହାସିକ ଭାବରେ, ଉନ୍ନତ ରେଳ ସଂଯୋଗ ଦ୍ୱାରା ବିକାଶକୁ ଚିହ୍ନିତ କରାଯାଇଛି। ବ୍ରିଟିଶ ଶାସନ କାଳରେ ଇଂରେଜମାନଙ୍କ ଆର୍ଥିକ ସ୍ୱାର୍ଥ ପାଇଁ କଞ୍ଚାମାଲ ପରିବହନ ସକାଶେ ରେଳ ବ୍ୟବହାର କରାଯାଇଥିଲା। ସ୍ୱାଧୀନ ଭାରତରେ, ଯେଉଁଠାରେ ରେଳବାଇ ବିକଶିତ ହୋଇଛି ଏହା ଆର୍ଥିକ ଅଭିବୃଦ୍ଧି ଉପରେ ପ୍ରଭାବ…

Read More

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଆ ଜାତିର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୯ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଥିଲେ। ସେହିପରି ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ଏବଂ ଶାଶ୍ୱତୀ ସାମାଜିକ ଓ…

Read More

ନୂଆଦିଲ୍ଲୀ: ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ୍ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ଟେଷ୍ଟ ସିରିଜ୍ ୨୬ ବର୍ଷ ପୂର୍ବେ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜକୁ ବର୍ଡର-ଗାଭାସ୍କର ଟ୍ରଫି ଭାବରେ ନାମିତ କରାଯାଇଥିଲା ଏବଂ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ୍ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଅନୁଷ୍ଠିତ ହେଉଅଛି। ଯେତେବେଳେ ଅକ୍ଟୋବର ୧୯୯୬ ରେ ପ୍ରଥମ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଇଥିଲା, ସେତେବେଳେ କେବଳ ଗୋଟିଏ ଟେଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆର ଦଳ ଭାରତ ଗସ୍ତରେ ଆସିଥିଲା ​​ଏବଂ ଏଠାରେ ସେମାନଙ୍କୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଭାବରେ ପ୍ରଥମ ବର୍ଡର-ଗାଭାସ୍କର ଟ୍ରଫି ଭାରତ ନାମରେ ନାମିତ ହେଲା। ଏଭଳି ସିରିଜ୍ ଏଠାରୁ ଆରମ୍ଭ ହୋଇଥିଲା ଯେ ବର୍ତ୍ତମାନ…

Read More

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ୯୮୫ଟି ରାସ୍ତା ନିର୍ମାଣ କରାଯାଇଛି। ୩୯୫୧.୨୦ କିମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ୱାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଯାଇଛି। ଏହା ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି। ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟ ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଶ୍ରୀମତୀ ଆରତୀ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡକଫର ଫଣୀନ୍ଦ୍ର ଭୂଷଣ ନନ୍ଦ ଉପସ୍ଥିତ ଥିଲେ। ଲୋକପି୍ରୟ ଶିଶୁ ପତି୍ରକା ‘ଶିଶୁଲେଖା’କୁ ଓଡ଼ିଶାର ୫୦ ହଜାର ବିଦ୍ୟଳୟକୁ ବଣ୍ଟନ କରିବା କାର୍ଯ୍ୟକ୍ରମ ରଖାଯାଇଛି । ଓଡ଼ିଶାର ୩୧୪ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ତାଙ୍କ ଅଧୀନରେ ଥିବା ବିଦ୍ୟାଳୟସମୂହ ପାଇଁ ‘ଶିଶୁଲେଖା’ ପ୍ରେରଣ ହେବାର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୧ ବ୍ଲକ୍‌କୁ ‘ଶିଶୁଲେଖା’ ଆଜି ପ୍ରେରଣ କରାଯାଇଛି।…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ସାପ କାମୁଡାର ପ୍ରତିକାର ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବକାଶ ସ୍ୱାଇଁ, ସାମ୍ବାଦିକ ବ୍ରଜ ରାଣସିଂହ, ଚନ୍ଦ୍ରଭାନୁ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁରକ୍ଷା ଓ ନିରାପତ୍ତା କାର୍ଯ୍ୟକ୍ରମ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ…

Read More

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସରେ ଆଜି ସକାଳେ ରାଜ ଭବନସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତି ଓ ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ରାଉତରାୟ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉତ୍କଳ ସମ୍ମିଳନୀ ଓ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Read More

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମ ନିକଟରେ ମାଙ୍କଡା ପଥର ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ।ମୃତ ଶ୍ରମିକ ଜଣଙ୍କ ଗୟାବନ୍ଧ ଗ୍ରାମର ମନସୁର ଅଲୀ। ମନସୁର ପାଓ୍ବ।ର ଟିଲରରେ ଅପରେଟର ଭାବରେ ଖଣିରେ କାମ କରୁଥିଲେ। ଟ୍ରକ ଡ୍ରାଇଭରର ଅସାବଧାନତା ଯୋଗୁଁ ମନସୁର ଉପରେ ଟ୍ରକ ମାଡିଯାଇଥିଲା। ମନସୁରଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣିରୁ ଗୋଟିଏ ପାଓ୍ବ।ର ଟିଲର ଓ ଟ୍ରକ ଜବତ କରିବା ସହିତ ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ବର: ଭାରତର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ତାଙ୍କର ବାସ ଭବନ ଚେନ୍ନାଇସ୍ଥିତ ନୁନଗାମବାକମ ରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ରରେ କଣ୍ଠଦାନ କରି ସେ ପ୍ରତିଷ୍ଠା କରିଥିବା କୀର୍ତ୍ତିମାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

Read More

ଭୁବନେଶ୍ବର: ହିନ୍ଦୀ ସ୍କ୍ରିନରେ ଦମନର ଦବଦବା। ଓଡ଼ିଆ ପରେ ଏବେ ହିନ୍ଦୀରେ ସଫଳତା ହାସଲ କରିଛି। ଦେଶବ୍ୟାପୀ ୫୦୦ ହଲରେ ରିଲିଜ୍ ହୋଇଛି ଚଳଚ୍ଚିତ୍ର। ପ୍ରଥମ ଥର ପାନ୍ ଇଣ୍ଡିଆରେ ଲେଭଲରେ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମର ହିନ୍ଦୀ ରୂପାନ୍ତର। ଯେତେବେଳେ ଦର୍ଶକ ହଲରୁ ମୁହଁ ଫେରାଇ ନେଉଥିଲେ। ସେହି ସମୟରେ ଦମନ ଦେଇଥିଲା ଦମ୍ଭ। ଓଡିଆରେ ନିର୍ମିତ ଫିଲ୍ମ ଲୋକାଦୃତ ହେବା ସହ ଓଡିଶାରେ ରେକର୍ଡ ସଂଖ୍ୟକ ସଫଳତା ହାସଲ କରିଥିଲା। ପରେ ହିନ୍ଦୀରେ ନିର୍ମାଣ କରାଯାଇଥିଲା ଚଳଚ୍ଚିତ୍ର। ଫେବୃୟାରୀ ୩ ତାରିଖରେ ମୁମ୍ବାଇର ପିଭିଆର ହଲରେ ଫିଲ୍ମ ରିଲିଜ କରାଯାଇଥିବା ବେଳେ ମିଳିଛି ଦର୍ଶକଙ୍କ ଅହେତୁକ ସମର୍ଥନ ଓ ଭଲ ପାଇବା। ଏକ ସତ୍ୟ ଓ ବାସ୍ତବଧର୍ମୀ ଘଟଣାକୁ ନେଇ ଫିଲ୍ମ ଦମନର କାହାଣୀ ପ୍ରସ୍ତୁତ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମଡିବି ରେଟିଂରେ ୯ଦଶମିକ ୭ ପଏଣ୍ଟ ପାଇ RRR, କେଜିଫ୍-୨କୁ ପଛରେ ପକାଇଥିଲା।…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୯ ତାରିଖରୁ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ ର ଫାଇନାଲରେ ପହଞ୍ଚିବା ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍। ଏହି ସିରିଜର ଫଳାଫଳ ମୁଖ୍ଯତଃ WTC ଫାଇନାଲିଷ୍ଟ ଦଳ ସ୍ଥିର କରିବ। ଏହି ସିରିଜ୍ ସହିତ, WTC ଅଧୀନରେ ଆଉ ଦୁଇଟି ଟେଷ୍ଟ ସିରିଜ୍ ଖେଳାଯିବ ବାକି ଅଛି। ଏହି ଦୁଇଟି ସିରିଜର ଫଳାଫଳ ମଧ୍ୟ WTC ଫାଇନାଲ ପାଇଁ ପ୍ରତିଯୋଗୀମାନଙ୍କୁ ସ୍ଥିର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅଷ୍ଟ୍ରେଲିଆ ପାଇଁ ସହଜ ଉପାୟ: ବର୍ତ୍ତମାନ WTC ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଏବଂ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଯଦିଓ ଭାରତ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ୦-୩ ରେ ହାରିଯାଏ, ତଥାପି କଙ୍ଗାରୁ ଦଳ ଫାଇନାଲରେ ପହଞ୍ଚିବ। ଯଦି ୦-୪…

Read More

ସ୍ୱାସ୍ଥ୍ୟ ଟିପ୍ସ: କିଛି ପନିପରିବା ଅଛି ଯାହା କେବଳ ଥଣ୍ଡା ସମୟରେ ଖାଇବାକୁ ଭଲଲାଗେ, ଯେପରିକି ପାଳଙ୍ଗ, ମୂଳା, ଗାଜର, ମଟର ଇତ୍ୟାଦି । କିନ୍ତୁ ଏହା ମଧ୍ୟରୁ ମୂଳା ଏପରି ଏକ ପନିପରିବା ଯାହା ଶୀତଦିନେ ପରାଠା, ଆଚାର ଏବଂ ସାଲାଡ ତିଆରିରେ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଏହା କିଛି ଜିନିଷ ସହିତ ଖାଆନ୍ତି ନାହିଁ, ନଚେତ୍ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ସହିତ ଆପଣ ମୂଳା ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ମୂଳା ସହିତ କଣ ଖାଇବା ଉଚିତ୍ ନୁହେଁ: – ମୂଳ ସହିତ କଦାପି କଲରା ଖାଆନ୍ତୁ ନାହିଁ। ଏହି ଦୁଇଟିରେ ମିଳୁଥିବା ଉପାଦାନଗୁଡ଼ିକ ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ। ଏହା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। – କାକୁଡି ଏବଂ ମୂଳା ମଧ୍ୟ ଏକାଠି ଖାଇବା ଉଚିତ୍…

Read More

ଭୁବନେଶ୍ବର: ଭାରତର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ତାଙ୍କର ବାସ ଭବନ ଚେନ୍ନାଇସ୍ଥିତ ନୁନଗାମବାକମ ରେ ପରଲୋକ ଘଟିଛି। ସେ ବୟସାଧିକ ରୋଗରେ ପିଡିତ ହୋଇ ମରିଥିବାର ଜଣାପଡିଛି। ନିକଟରେ ତାଙ୍କୁ ଭାରତର ତୃତୀୟ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ତାହାକୁ ଗ୍ରହଣ କରିବା ପାଇଁ ସେ ଜୀବିତ ରହିପାରିଲେ ନାହିଁ। ସେ ଭାରତୀୟ ସଂଗୀତ ଜଗତରେ ୫୦ ବର୍ଷ ପୁରଣ ଉତ୍ସବ ମଧ୍ୟ ନିକଟରେ ପାଳନ କରିଥିଲେ। ସେ ପ୍ରାୟ ୧୦୦୦୦ରୁ ଉର୍ଦ୍ଧ ଗୀତରେ କଣ୍ଠଦାନ କରିଛନ୍ତି। ସେ ତାମିଲ, କନ୍ନଡ, ମାଲାଲାୟମ, ହିନ୍ଦି, ଉର୍ଦ୍ଦ୍ବ, ମରାଠି, ବେଙ୍ଗଲୀ, ଭୋଜପୁରୀ, ଟୁଲୁ ଏବଂ ଓଡିଆ ଭାଷାରେ କଣ୍ଠଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି। ସେ ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଗୀତ ପାଇଁ ଓଡିଆ ସଂଗୀତ ଜଗତରେ…

Read More

ନୂଆଦିଲ୍ଲୀ: ଭଗବାନ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ସେଥିପାଇଁ ସମସ୍ତେ ତାଙ୍କୁ ଭୟ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଜଣେ ବିଚାରପତି ଭାବରେ ବିବେଚନା କରାଯାଇଛି। ବିଶ୍ୱାସ କରାଯାଏ ଯେ, ଶନି ଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁସାରେ ଫଳ ଓ ଦଣ୍ଡ ଦିଅନ୍ତି। ପଣ୍ଡିତ ସୁରେଶ ଶ୍ରୀମାଲି ବ୍ୟାଖ୍ୟା କରିଛନ୍ତି ଯେ, ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ସଂକେତ ବିଷୟରେ କୁହାଯାଇଛି, ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ ଶନି ଦେବ ଆପଣଙ୍କ ଉପରେ ଖୁସି ଅଛନ୍ତି କି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଶନିବାର ଦିନ ଏହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଦେଖନ୍ତି, ତେବେ ବୁଝନ୍ତୁ ଯେ ଶନି ଦେବ ଆପଣଙ୍କ ପ୍ରତି ଦୟାଳୁ ଅଟନ୍ତି ଏବଂ ଆପଣଙ୍କର ଭଲ ସମୟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ ସେହି ୫ ଟି ସଂକେତ- ସକାଳେ ଭିକାରୀଙ୍କୁ ଦେଖିବା: ବିଶ୍ୱାସ କରାଯାଏ ଯେ ଯଦି…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆପଣ ନିଶ୍ଚୟ କଖାରୁ ତରକାରୀ, ହଲୱା ଖାଇଥିବେ। କିନ୍ତୁ ଆପଣ କେବେ କଖାରୁ ରସ ପିଇଥିବାର ଦେଖିଛନ୍ତି କି? କଖାରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଆପଣ ନିୟମିତ କଖାରୁ ରସ ପିଉଛନ୍ତି, ତେବେ ଆପଣ ନିଜ ପେଟର ଚର୍ବିକୁ ହ୍ରାସ କରିପାରିବେ। ଏହା ବ୍ୟତୀତ ଆପଣ ଅନେକ ରୋଗରୁ ମଧ୍ୟ ଦୂରେଇ ରହିବେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କଖାରୁ ଖାଇବାର ଲାଭ। ଓଜନ ହ୍ରାସ କରିବା: କଖାରୁରେ କମ୍ ପରିମାଣର କ୍ୟାଲୋରୀ ଥାଏ। ଏଥିରେ ଫାଇବର ଭରପୂର। ତେଣୁ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଏହା ବ୍ୟତୀତ କଖାରୁ ରସ ପିଇବା ଦ୍ୱାରା ଆପଣଙ୍କୁ ଅଧିକ ଖାଦ୍ୟ ଖାଇବାକୁ ମଧ୍ୟ ରୋକିଥାଏ। ଯେଉଁଥିପାଇଁ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ଭିଟାମିନ୍ ଡି ର ଏକ ଉତ୍ତମ…

Read More