Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ପାନ୍ଥନିବାସରୁ ଏକ ବେସରକାରୀ ଯାତ୍ରୀବାହୀ ଡଙ୍ଗା ୮ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ଜଟିଆ ନାସି ଠାରେ ଘେରି ଜାଲ ଲାଗିଯିବାରୁ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା। ଯାହାଫଳରେ ଚିଲିକ‍ା ମଧ୍ୟରେ ଡଙ୍ଗାଟି ଫସି ରହିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯାତ୍ରୀ ଏ ନେଇ ବଡ଼କୂଳ ଓଟିଡିସି ପରିଚାଳକ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ଓଟିଡିସି ଏବଂ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ଉକ୍ତ ଡଙ୍ଗା ସମେତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିବା ଶ୍ରୀ କର ସୂଚନା ଦେଇଛନ୍ତି। ଖବର ପାଇ ବାଲୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଯାତ୍ରୀଙ୍କ ସହ ଆଲୋଚନା ପରେ ସମସ୍ତ ଯାତ୍ରୀ ପୁରୀ ବରହମପୁର ଅଞ୍ଚଳର ବୋଲି ଅଗ୍ନିଶମ ଅଧିକାରୀ ମୋହନ ଦଳେଇ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକ…

Read More

ଦିଲ୍ଲୀ: କୃଷି ଉଡାନ ଯୋଜନା ୨.୦ ଅଧୀନରେ ୫୮ଟି ବିମାନ ବନ୍ଦରକୁ ସାମିଲ୍ କରା ଯାଇଛି , ଯେଉଁଥିରେ ଓଡିଶାର ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ। ୨୭ ଅକ୍ଟୋବର ୨୦୨୧ ମସିହାରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା କରାଯାଇଥିଲା, ଯାହା ଅଧୀନରେ ଝାରସୁଗୁଡା ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଓଡିଶାର ଉତ୍ପାଦକମାନେ ଏବେ ଏହା ମାଧ୍ୟମରେ ସେମାନଙ୍କର ଶୀଘ୍ର କ୍ଷୟଶୀଳ ଉତ୍ପାଦକୁ ବିମାନ ପରିବହନ ବ୍ୟବସ୍ଥା ମାଧ୍ୟମରେ ଅନ୍ୟ ସ୍ଥାନକୁ ପଠାଇ ପାରିବେ। କୃଷି ଉଡାଣ ଯୋଜନା ୨.୦ ଏମିତି ଏକ ଯୋଜନା ମୁଖ୍ୟତଃ ପାହାଡିଆ ଅଂଚଳ, ଉତ୍ତର- ପୂର୍ବ ରାଜ୍ୟ ତଥା ଆଦିବାସୀ ଅଂଚଳରୁ ଶୀଘ୍ର କ୍ଷୟଶୀଳ ଖାଦ୍ୟ ପଦାର୍ଥ ପରିବହନ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ବିମାନ ଦ୍ୱାରା କୃଷି ଉତ୍ପାଦର ପରିବହନକୁ ସୁଗମ କରିବା ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଭାରତୀୟ ମାଲବାହୀ ଏବଂ ପି୨ସି (ଯାତ୍ରୀ – ଠାରୁ…

Read More

ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେହିପରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେତିକି ନୁହେଁ ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ପଦମପୁରବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ , ପଦମପୁରର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦମପୁରବାସୀଙ୍କ ବିଜୟ। ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ ଧର୍ଯ୍ୟ ଓ ନିଷ୍ଠାର ସହ କାମ କରିଛନ୍ତି। ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ ଓସୱାନ ସେଣ୍ଟର୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁ୍ଷ୍ଠ।ନ ମାନଙ୍କରେ ଯେପରି ରାସାୟନିକ ଦୁର୍ଘଟଣା ନ ଘଟେ, ସେଥି ପ୍ରତି ବିଶେଷ ଯତ୍ନବାନ୍ ଏବଂ ଜୀବନହାନୀ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିବା ସହ ଆପାତକାଳୀନ ଟିମର ଅଧିକାରୀ ଦାୟିତ୍ବବାନ ହେଲେ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ବୈଠକରେ ରାସାୟନିକ ପଦାର୍ଥ ବହନ କାରୀ ଭାରୀଯାନ ଗୁଡ଼ିକ ଚଳାଚଳ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ତଥା ପ୍ରଶାସନିକ ଅଧିକାରୀଙ୍କ ସହ ଶିଳ୍ପାନୁଷ୍ଠ।ନ କର୍ମକର୍ତ୍ତା ସମନ୍ଵୟ ରକ୍ଷାକରି ଏ ଦିଗରେ ଯତ୍ନବାନ୍ ହେବାକୁ ମତପ୍ରକାଶ ପାଇଥିଲା। ଦୈବାତ କୌଣସି ଅଘଟଣ ଘଟିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ମିଳିତଭାବେ କାର୍ଯ୍ୟାନୁଷ୍ଠ।ନ ନେବାକୁ ସହମତି ପ୍ରକାଶ ପାଇଲା। ଜିଲ୍ଳାପାଳ ସମସ୍ତ ଶିଳ୍ପାନୁଷ୍ଠାନର ଆପାତ କାଳୀନ…

Read More

ଭୁବନେଶ୍ୱର: ରିଅଲ୍‌ମି ପକ୍ଷରୁ ଗୁରୁବାର ନୂଆ ୫ଜି ସ୍ମାର୍ଟଫୋନ୍ ୧୦ ପ୍ରୋ ସିରିଜ୍‌କୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ରିଅଲ୍‌ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହିତ ମିଶି କଂପାନି ଅନେକ ପ୍ରକାରର ବଣ୍ଡଲ୍‌ଡ ଅଫର ଶୁଭାରମ୍ଭ କରିବ। ଏହି ସ୍ମାର୍ଟଫୋନ୍‌ର ବିକ୍ରି ଡିସେମ୍ବର ୧୪ରୁ ଆରମ୍ଭ ହେବ। ଏହି ଅବସରରେ ରିଅଲ୍‌ମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି ଯେ, “୫ଜି ଷ୍ଟାଣ୍ଡ୍‌-ଏଲୋନ୍‌, ଏନ୍‌ଆର୍‌ସିଏ, ବିଓଏନ୍‌ଆର୍ ଭଳି ପ୍ରଯୁକ୍ତି ଲାଗି ଜିଓ ସହିତ ରିଅଲ୍‌ମି ହାତ ମିଳାଇଛି। ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଜିଓ ସହ ସହଭାଗିତାରେ ରିଅଲ୍‌ମି ପକ୍ଷରୁ ନିର୍ଦିଷ୍ଟ କେତେକ ସୋ’ରୁମ୍‌ରେ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ମଧ୍ୟ ସ୍ଥାପନ କରାଯାଇଛି।’’ ଏହି ସହଯୋଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍ କହିଛନ୍ତି ଯେ, “ରିଅଲମି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରିଥିବାରୁ ଆମେ…

Read More

ନୂଆଦିଲ୍ଲୀ: ଗୁଜୁରାଟ, ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ମେନପୁରୀର ଲୋକସଭାରେ ଉପ-ନିର୍ବାଚନର ଫଳାଫଳ ସାରା ଦେଶରେ ଆଲୋଚନା ହେଉଛି। କିନ୍ତୁ ବିହାରର କୁଢନୀ ବିଧାନସଭା ଉପ-ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ପ୍ରାର୍ଥୀ ମନୋଜ କୁଶୱାହା ସମସ୍ତ ସମୀକରଣ ତାଙ୍କ ସପକ୍ଷରେ ଥିବା ସତ୍ତ୍ୱେ ହାରିଯାଇଛନ୍ତି। ଏହି ବିଜୟରେ ସବୁଠାରୁ ବଡ କାରକ ଭାବରେ ଚିରାଗ ପାସୱାନ୍ ଉଭା ହୋଇଛନ୍ତି। ଏହି ଆସନ ନୀତୀଶ କୁମାରଙ୍କ ସମ୍ମାନର ପ୍ରଶ୍ନ ପାଲଟିଥିଲା। ଆରଜେଡି ସହିତ ସରକାର ଗଠନ କରିବା ପରେ ନୀତୀଶ କୁମାରଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ଥିଲା। ନୀତୀଶ ନିଜକୁ ECB ର ନେତା ଭାବରେ ବିବେଚନା କରନ୍ତି। ଏହା ସହିତ, ଯଦି JDU-RJD ର ଭୋଟ୍ ପ୍ରତିଶତ ଯୋଡାଯାଏ, ତେବେ ବିହାରରେ ଗ୍ରାଣ୍ଡ୍ ଆଲାଏନ୍ସ ଏତେ ମଜବୁତ ଯେ ସେମାନଙ୍କ ସାମ୍ନାରେ ବିଜେପି କୌଣସି ସ୍ଥାନରେ ଠିଆ ହୁଏ…

Read More

ଭୁବନେଶ୍ବର: ଆଜି ପଦମପୁର ଉପନିର୍ବାଚନରେ ବାଜିମାତ କରିଛି ବିଜେଡି। ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ତିନି ହଜାର ପାଞ୍ଚଶହ ଚଉରାନବେ। ଏହି ବିଜୟରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ‘ ପଦମପୁର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ଐତିହାସିକ ବିଜୟ ହାସଲ କରିଥିବାରୁ ଆମ ଦଳର ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ମୋର ଶୁଭେଚ୍ଛା। ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ଵ ତଥା ପଦମପୁରବାସୀଙ୍କ ଅକୁଣ୍ଠ ଭଲପାଇବା ଓ ଆଶୀର୍ବାଦର ପ୍ରତିଫଳନ।’

Read More

ଭୁବନେଶ୍ୱର: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ। ଏହି ସର୍ଜିକାଲ ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଖୁବ୍ ବିରଳ ଏବଂ ବିପଦପୂର୍ଣ୍ଣ ପ୍ରକ୍ରିୟା ଥିଲା। କାରଣ ଏହି ହାଡଟି ରୋଗୀର ଖାଦ୍ୟ ନଳୀ ଏବଂ ଛାତିର ପାଶ୍ୱର୍ରେ ଅଟକି ଥିଲା ଓ ଏଣ୍ଡୋସ୍କୋପି ଦ୍ୱାରା ଏହାକୁ କାଢ଼ିବା ସମ୍ଭବ ନଥିଲା। ସେମାନେ ଏଣ୍ଡୋସ୍କୋପି ଦ୍ୱାରା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ତେଣୁ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନିଆଯାଇଥିଲା। ଏହି ଅସ୍ତ୍ରୋପଚାର ଖୁବ୍ ଅଭିନବ ଓ ବିପଦପୂର୍ଣ୍ଣ ଥିଲା। କାରଣ ଏହା ଛାତିର ମଝି ପାଶ୍ୱର୍ ଏବଂ ଶ୍ୱାସ ନଳୀର ଠିକ୍ ତଳେ ଅଟକି ଥିଲା ବୋଲି ସେ କହିଛନ୍ତି। ଡାକ୍ତର…

Read More

ନୂଆଦିଲ୍ଲୀ: ବୁଧବାର ଦିନ ଖେଳାଯାଇଥିବା ଲଙ୍କା ପ୍ରିମିୟର ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଅଲରାଉଣ୍ଡର ଚମିକା କରୁଣାରତ୍ନେ ଗୁରୁତର ଆହତ ହୋଇଛନ୍ତି। କ୍ୟାଚ ଧରିବା ବେଳେ କରୁଣାରତ୍ନେଙ୍କ ମୁହଁରେ ଆଘାତ ଲାଗିଥିଲା ​​ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ କରୁଣାରତ୍ନେଙ୍କ ଅବସ୍ଥା ଭଲ ଏବଂ ସେ କୌଣସି ବିପଦରେ ନାହାଁନ୍ତି। କରୁଣାରତ୍ନେ କାଣ୍ଡି ଫାଲକନ୍ସ ପାଇଁ ଖେଳୁଛନ୍ତି ଏବଂ ଲିଗ୍ ର ଚତୁର୍ଥ ମ୍ୟାଚ୍ ସମୟରେ ସେ ଆହତ ହୋଇଥିଲେ। କାର୍ଲୋସ ବ୍ରାଥୱାଇଟ୍ ଙ୍କ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବାବେଳେ କରୁଣାରତ୍ନେ ଆହତ ହୋଇଥିଲେ। ବଲକୁ ସଠିକ୍ ଅନୁମାନ କରିପାରୁ ନ ଥିବାରୁ ବଲଟି କରୁଣାରତ୍ନେଙ୍କ ମୁହଁରେ ପଡିଯାଇଥିଲା ଏବଂ ତାଙ୍କର ଚାରିଟି ଦାନ୍ତ ଭାଙ୍ଗି ଯାଇଥିଲା। ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦଳର ନିର୍ଦ୍ଦେଶକ ତାଙ୍କ ବିବୃତ୍ତି ଜାରି କରି କହିଛନ୍ତି ଯେ, କରୁଣାତ୍ନେଙ୍କ ଅବସ୍ଥା ଭଲ ଏବଂ ସେ ବିପଦରୁ ବାହାରିଛନ୍ତି। ଉଲ୍ଲେଖ…

Read More

ଭୁବନେଶ୍ବର: ପଦମପୁର ଉପନିର୍ବାଚନର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଛି। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ବିଜେଡି ପ୍ରାର୍ଥୀ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି। ତେବେ ନୋଟାରେ ମଧ୍ୟ ବେଶ ଭଲ ଭୋଟ ମିଳିଛି। ଗଣତି ଅନୁସାରେ ପଦମପୁରରେ ନୋଟା ସପକ୍ଷରେ ଯାଇଛି ଦୁଇ ହଜାର ସତାଅଶି ଖଣ୍ଡ ଭୋଟ।

Read More

ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ ସହିତ କଥା ହେବା ସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପଦମପୁରରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

Read More

ନୂଆଦିଲ୍ଲୀ: ଗୁଜରାଟରେ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ ସେ ରାଜ୍ୟରେ ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଗୁଜୁରାଟର ଦାୟିତ୍ୱରେ ଥିବା ରଘୁ ଶର୍ମା ଦଳର ସଭାପତିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ମୋର ପରାଜୟ ପାଇଁ ମୁଁ ଦାୟୀ ଅଟେ ଏବଂ ଏହି କାରଣରୁ ମୁଁ ମୋର ପଦବୀରୁ ଇସ୍ତଫା ଦେଉଛି। ଆପଣ ମୋର ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ। ଗୁଜୁରାଟ ନିର୍ବାଚନ ଫଳାଫଳରେ ଗତ ୨୭ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।

Read More

ଭୁବନେଶ୍ବର: ଶେଷରେ ଧାମନଗରର ବଦଲା ପଦମପୁରରେ ନେଇଛି ବିଜୁ ଜନତା ଦଳ। ଦଳ ଯାହା ଆକଳନ କରିଥିଲା ତାହା ହିଁ ହେଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାର ୦୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହି ନିର୍ବାଚନ ମଣ୍ଡଳୀରୁ ତାଙ୍କର ବାପା ମାତ୍ର ପାଞ୍ଚ ହଜାର ବ୍ୟବଧାନରେ ବିଜୟ ଲାଭ କରିଥିଲେ। ହେଲେ ଝିଅ ପୁରା ସୀମା ପାର ହୋଇ ବିଜୟ ହାସଲ କଲେ। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଶେଷ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଥିବାର ଜଣାପଡିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ। ତେବେ ବର୍ଷାଙ୍କୁ ୧୩୫ ଖଣ୍ଡ ପୋଷ୍ଟାଲ ବାଲାଟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନଈରୀ ଗ୍ରାମର ସାରଥୀ ନାୟକ ଏବଂ ତାଙ୍କ ପୁତ୍ର ସନତ ନାୟକ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ତେବେ ପ୍ରତିଦିନ ପରି ଆଜି ମଧ୍ୟ କୁକୁଡ଼ା ଫାର୍ମକୁ ଉଭୟ ବାପା ପୁଅ କାମ ପାଇଁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ଉଭୟ ବାପା ପୁଅଙ୍କୁ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ବାରଣ କରିବାରୁ ୩ ଜଣ ଉଭୟ ବାପ ପୁଅଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ପୁଅ ସନତ ଗୁରୁତର ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହୋଇଥିବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ…

Read More

ନୂଆଦିଲ୍ଲୀ: ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଏକତ୍ର ଯୋଡିବା ପାଇଁ ଇ-ଶ୍ରମ ପୋର୍ଟାଲ ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ସରକାର ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଆର୍ଥିକ ସହାୟତା ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ସରକାର ପଠାନ୍ତି। ଏହା ସହିତ ବୀମା ମଧ୍ୟ ଦିଆଯାଏ। ଇ-ଶ୍ରମ ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ଶ୍ରମିକଙ୍କ ବ୍ୟତୀତ ସାଧାରଣ ନାଗରିକ, ଛାତ୍ର ଏବଂ ଗରିବ ପରିବାର ମଧ୍ୟ ଇ-ଶ୍ରମ ଯୋଜନା ଅଧୀନରେ ପଞ୍ଜୀକୃତ ହୋଇପାରିବେ। ଏହି ଯୋଜନାର ଲାଭ ଧନୀ ଶ୍ରେଣୀକୁ ଦିଆଯାଉ ନାହିଁ। ଏହି ସ୍କିମ୍ ଅଧୀନରେ କିପରି ପଞ୍ଜୀକୃତ ହେବ ଏବଂ ଆପଣଙ୍କର କେଉଁ ଡକ୍ୟୁମେଣ୍ଟ୍ ରହିବା ଉଚିତ୍ ଆସନ୍ତୁ ଜାଣିବା…. ଇ-ଶ୍ରମ କାର୍ଡରେ କିପରି ପଞ୍ଜୀକୃତ ହେବେ: ଏପର୍ଯ୍ୟନ୍ତ ପ୍ରାୟ ୨୮.୫୦ କୋଟି ଲୋକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୟୁପିରୁ ସର୍ବାଧିକ ୮.୨ କୋଟିର ପଞ୍ଜୀକରଣ କରାଯାଇଛି।…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ। ଏହି ଭ୍ରମଣରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ର ଟି -୨୦ ସିରିଜ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡର ଏହି ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନ୍ୟୁଜିଲ୍ୟାଣ୍ଡ ଦଳର ଏହି ଯାତ୍ରା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ। ଏଥି ସହିତ, ଏହି ଭ୍ରମଣର ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ବନାମ ଇଣ୍ଡିଆ ସିରିଜ୍ କାର୍ଯ୍ୟସୂଚୀ: ପ୍ରଥମ ଦିନିକିଆ- ଜାନୁଆରୀ ୧୮ ତାରିଖ, ହାଇଦ୍ରାବାଦ ଦ୍ୱିତୀୟ ଦିନିକିଆ- ଜାନୁଆରୀ ୨୧ ତାରିଖ, ରାୟପୁର। ତୃତୀୟ ଦିନିକିଆ- ଜାନୁଆରୀ ୨୪ ତାରିଖ, ଇନ୍ଦୋର। ପ୍ରଥମ ଟି-୨୦- ଜାନୁଆରୀ ୨୭ ତାରିଖ, ରାଞ୍ଚି। ଦ୍ୱିତୀୟ ଟି-୨୦- ଜାନୁଆରୀ ୨୯ ତାରିଖ, ଲକ୍ଷ୍ନୌ। ତୃତୀୟ ଟି-୨୦- ଫେବୃଆରୀ ୧ ତାରିଖ, ଅହମ୍ମଦାବାଦ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମାଣ ବସା ଦିନ ଅଘଟଣ ଘଟିଛି। ସଳିତାରୁ ନିଆଁ ଲାଗି ୩ ବଖରା ଚାଳ ଘର ଜଳିଯାଇଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ବଡ ପୋଖରିଆ ପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ବଡ ପୋଖରିଆ ପାଟଣା ଗ୍ରାମରେ ମାଣ ବସା ପାଇଁ ଘରେ ଘରେ ପୂଜାର୍ଚ୍ଚନା ଚାଲିଥିଲା। ମା’ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ମହିଳା ମାନେ ଘରେ ଘରେ ପୀଠା ପଣା ସହ ଦୀପ ଆଳତି କରୁଥିଲେ। କିନ୍ତୁ ଏହି ସମୟରେ ଗାଁର କୌଣସି ଘର ଦୁଆରେ ଲାଗିଥିବା ଜଳନ୍ତା ଦୀପ ସଳିତାକୁ କାଉ ଆଣି ଚାଳରେ ପକାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ରବିନ୍ଦ୍ର କୁମାର ସାହୁଙ୍କର ୧ ବଖରା ଓ ଦିଲିପ କୁମାର ସାହୁଙ୍କର ୨ ବଖରା ଚାଳ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ…

Read More

ଭୁବନେଶ୍ୱର: ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ମହାନ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Read More

ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ସେ ଓଡିଶାର ତବଲା କ୍ଷେତ୍ରରେ ଜଣେ ପ୍ରଖ୍ୟାତ ଗୁରୁ ଭାବେ ପରିଚିତ। ସେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏକ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଯାଇଛି। ପଣ୍ଡିତ ଉମେଶ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ତବଲା ବିଭାଗର ମୁଖ୍ୟ ପରବର୍ତ୍ତି ସମୟରେ ସେଠାରେ ଅଧ୍ୟକ୍ଷ ହୋଇପାରିଥିଲେ। ସେ ସେହି ପଦରୁ ୨୦୧୦ ମସିହାରେ ଅବସର ଗ୍ରହଣ ଥିଲେ। ଓଡିଶାକୁ ଯେଉଁ ପ୍ରଖ୍ୟାତ ଶିଳ୍ପୀମାନେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆସନ୍ତି ସେମାନେ ପ୍ରଥମେ ଉମେଶ କରଙ୍କୁ ତବଲା ପାଇଁ ମନୋନିତ କରନ୍ତି। ସେ ଦେଶ ତଥା ବିଦେଶରେ ବହୁ ସ୍ଥାନରେ ତବଲା ବାଦନ କରି ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ସେ ନିଜେ ତବଲା ବାଦନ ସହିତ ଓଡିଶାରେ ଶହଶହ ତବଲା ବାଦ୍ୟକାରଙ୍କୁ ସୃଷ୍ଟି କରିବାରେ…

Read More

ନୂଆଦିଲ୍ଲୀ: ଏକ ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ପରି, ହିମାଚଳ ନିର୍ବାଚନ ଗଣନା ଚାଲିଛି। ବର୍ତ୍ତମାନ ବିଜେପି ଠାରୁ କଂଗ୍ରେସ ବହୁତ ଆଗରେ ଅଛି। ବିଜେପି 27 ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। କିନ୍ତୁ ଏହା ମଧ୍ୟରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଚାଲିଛି। କାରଣ କଂଗ୍ରେସ 38 ଟି ଆସନରେ ଆଗୁଆ ଚାଲିଥିବାବେଳେ 21 ଟି ଆସନରେ 1000 ରୁ କମ୍ ବ୍ୟବଧାନରେ ଉଭୟ ଦଳ ମଧ୍ୟରେ ଟକ୍କର ଜାରି ରହିଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ କେଉଁ ଦଳ କ୍ଷମତାକୁ ଆସିବ, ସ୍ପଷ୍ଟ ଭାବେ କହି ହେବନାହିଁ। ହିମାଚଳ ପ୍ରଦେଶ ବିଧାନସଭାର ସମୁଦାୟ 68 ଆସନ ଅଛି। ପ୍ରଥମ ଏବଂ ଦ୍ୱିତୀୟ ପ୍ରାର୍ଥୀଙ୍କ ମଧ୍ୟରେ ମାର୍ଜିନ୍ 1000 ରୁ କମ୍ ଅଟେ। ଆସନ୍ତୁ ଏହି 21 ଟି ଆସନର ପୁରା ତାଲିକା ଦେଖିବା… 1- ବଞ୍ଜର- କଂଗ୍ରେସ ପ୍ରାର୍ଥୀ ଠାରୁ ସ୍ୱାଧୀନ…

Read More

ଭୁବନେଶ୍ବର: ବହୁତ ବଡ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି। ବର୍ତ୍ତମାନ ୧୧ ରାଉଣ୍ଡ ସୁଦ୍ଧା ବର୍ଷା ୨୧ ହଜାର ୧୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭୋଟ /୧୧ ରାଉଣ୍ଡ ବିଜେଡି- ବର୍ଷା ସିଂ ବରିହା -୫୯୪୧୬ ବିଜେପି- ପ୍ରଦୀପ ପୁରୋହିତ -୩୮୦୬୫ କଂଗ୍ରେସ -ସତ୍ୟଭୂଷଣ ସାହୁ -୨୦୮୫

Read More