ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର ବିଦ୍ୟୁତ୍ କ୍ରୟ ପାଇଁ ଏକ ଯୋଜନା ଆରମ୍ଭ କରିଛି। ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପିଏଫ୍ସି କନ୍ସଲ୍ଟିଂ ଲିମିଟେଡ୍ (ପିଏଫ୍ସି ଲିମିଟେଡ୍ର ଏକ ସମ୍ପୂର୍ଣ୍ଣ ମାଲିକାନା ରହିଥିବା ସହାୟକ କମ୍ପାନୀ) ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ ହୋଇଛି। ଏହି ଯୋଜନା ଅଧୀନରେ, ପିଏଫ୍ସି କନ୍ସଲ୍ଟିଂ ଲିମିଟେଡ୍ ୪୫୦୦ ମେଗାୱାଟ ଯୋଗାଣ ପାଇଁ ବିଡ୍ ଆମନ୍ତ୍ରଣ କରିଛି। ଏପ୍ରିଲ୍ ୨୦୨୩ ରୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୨୭ ଏମ୍ଟିପିଏ ଆବଣ୍ଟନ କରିବାକୁ କୋଇଲା ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ଏହି ଯୋଜନା ପାଇଁ ଆଗ୍ରହ ଦେଖାଇଥିବା ସଂସ୍ଥାଗୁଡିକ ହେଉଛନ୍ତି, ଗୁଜୁରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍, ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍, ମଧ୍ୟ ପ୍ରଦେଶ ପାୱାର୍…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପ ଗୁରୁ ପୁରସ୍କାର ଏବଂ ୭୮ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର ଦିଆଯାଇଥିଲା। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଧ୍ୟକ୍ଷତା କରିଥିଲେ। ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଏବଂ ଭାରତୀୟ ହସ୍ତଶିଳ୍ପ ଓ ବୟନଶିଳ୍ପ କ୍ଷେତ୍ରର ମୂଲ୍ୟବାନ ଯୋଗଦାନକୁ ମାନ୍ୟତା ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ। ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା, ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ପାଇଁ ବିଶିଷ୍ଟ ଶିଳ୍ପକାରମାନଙ୍କୁ ଶିଳ୍ପୀଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଶିଳ୍ପଗୁରୁମାନେ ଶିଳ୍ପକଳାର ପ୍ରସାର ଏବଂ ଅନ୍ୟ ଶିଳ୍ପୀମାନଙ୍କୁ ପ୍ରଶିକ୍ଷଣ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏମାନେ ଭାରତର ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା କ୍ଷେତ୍ରରେ ବିଶେଷ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ‘ବରିଷ୍ଠ ନାଗରିକ ମଞ୍ଚ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଯୋଗ ଦେଇଥିଲେ। ବାଲୁଗାଁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ା ଯୋଗିନ୍ଦ୍ର ନାଥ ସେନାପତିଙ୍କ ସଭାପତିତ୍ୱରେ ସମ୍ପାଦକ ମୁରଲୀ ସାମନ୍ତସିଂହାର ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ସହ ନିବନ୍ଧକ ପ୍ରଫୁଲ କୁମାର ଜାଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ବୟସର ତାଳେ ତାଳେ ପରିଣତ ବୟସରେ ପ୍ରତିଟି ମୁହୂର୍ତ୍ତରେ ଉପେକ୍ଷିତ ହେଉଥିବା ବରିଷ୍ଠ ନାଗରିକମାନେ ପରିବାର ପ୍ରତି ମଧ୍ୟ ଅଲୋଡ଼ା ହୋଇଯାଉଥିବାର ଦୃଶ୍ୟ ପୁରପଲ୍ଲୀ ଠାରୁ…
୧. ଭୋଟର ଭାବରେ କିପରି ପଞ୍ଜିକୃତ କରାଯିବ? ଉତ୍ତର- ଫର୍ମ-୬ ରେ ମୂଦ୍ରିତ କପି ପୁରଣ କରି କିମ୍ବା Voter Helpline App କିମ୍ବା www.nvsp.in ପୋର୍ଟାଲ ମାଧ୍ୟମରେଆପଣଙ୍କ ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ। ଫର୍ମ-୬ର ମୂଦ୍ରିତ କପି ବୁଥ ସ୍ତରୀୟ ଅଧିକାରୀଙ୍କ ପାଖରେ ଉପଲବ୍ଧ କିମ୍ବା www.eci.gov.in କିମ୍ବା www.ceoorissa.nic.in ରୁ ଡାଉନଲୋଡ୍ କରି ଅନ୍ ଲାଇନ ରେ ଦାଖଲ କରିପାରିବେ। ୨. ଯୋଗ୍ୟତାର ମାନଦଣ୍ଡ ? ଉତ୍ତର- ପ୍ରତ୍ୟେକ ଭାରତୀୟ ନାଗରିକ ଯିଏ କି ୪ ଗୋଟି ଯୋଗ୍ୟତା ତାରିଖରେ ଯଥା ଜାନୁୟାରୀ, ଏପ୍ରିଲ୍, ଜୁଲାଇ ଓ ଅକ୍ଟୋବର ର ପ୍ରଥମ ଦିନ ସୁଦ୍ଧା ୧୮ ବର୍ଷ ବୟସର ହୋଇଥିବେ,ସେ ଯେଉଁ ସ୍ଥାନରେ ସାଧାରଣ ଭାବେ ବସବାସ କରନ୍ତି ସେହି ବିଧାନସଭା ନିର୍ବାଚନମଣ୍ଡଳୀର ସେହି ମତଦାନ କ୍ଷେତ୍ରର ଭୋଟର ତାଲିକାର ଭୋଟର ଭାବେ ପଞ୍ଜିକୃତ ହେବାକୁ ଯୋଗ୍ୟ ଅଟନ୍ତି। ୩. ଅଗ୍ରୀମ ଆବେଦନ କଣ? ଉତ୍ତର-ନିର୍ବାଚନ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଟମଣା ସରଂକ୍ଷିତ ଜଙ୍ଗଲରୁ ଜଣେ ଜଙ୍ଗଲୀ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଥାନା ଦୋଳଗୋବିନ୍ଦ ନୂଆ ସାହିର ତ୍ରିନାଥ ପ୍ରଧାନ (୫୦)। ତାଙ୍କ ନିକଟରୁ ୧୦ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଏକ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ। ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ଖବର ପାଇ ସଙ୍ଗେସଙ୍ଗେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ କେସ ନମ୍ବର ୬ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଧୂଁଆନଳୀ ବନପାଳ ଶିଳ୍ପୀ ସରିତା ମହାକୁଡ଼ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସାଲିଆସାହିର ନୀଳଚକ୍ର ନଗର ସ୍ଥିତ ବିର୍ସା ଭବନରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି। ସକାଳ 8ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ପ୍ରାୟ 90 ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଶିବିରରେ ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ଦୃଷ୍ଟି ଦୋଷ ଯଥା- ସମିପ, ଦୂର ଏବଂ ବକ୍ର ଦୃଷ୍ଟି ଦୋଷ ନିରୂପଣ କରାଯାଇ ସେମାନଙ୍କ ଚଷମାର ନମ୍ବର ଆଦି ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ବିଶେଷକରି ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ ଚିହ୍ନଟ ରୋଗୀମାନଙ୍କୁ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ରେ ସଂପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି ଏହାଛଡ଼ା ଯେଉଁମାନଙ୍କ ଚଷମା ଏବଂ ଆଇ ଡ୍ରପ୍ ଆବଶ୍ୟକତା ଅଛି ସେମାନଙ୍କୁ ଚଷମା ଏବଂ ଆଇ ଡ୍ରପ୍ ବଣ୍ଟନ କରାଯିବ ବୋଲି ଓଡ଼ିଶା-ମୋ…
ଗୋରଖପୁର: ଗୋରଖପୁରର ବିବାହ ପଞ୍ଚମି ଅବସରରେ ‘ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା’ ଅଧୀନରେ ଆୟୋଜିତ ହୋଇଥିବା ‘ସାମୁହିକ ବିବାହ ସମାରୋହ’ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା, ତାଙ୍କ ଘରେ ଝିଅମାନଙ୍କର ବିବାହ ଏକ ବଡ ସମସ୍ୟା ଥିଲା। ଅନେକ ଝିଅ କୁମାରୀ ରହିଯାଉଥିଲେ। ୨୦୧୭ରେ ଯେତେବେଳେ ରାଜ୍ୟରେ ଡବଲ୍ ଇଞ୍ଜିନ୍ ବିଜେପି ସରକାର ଗଠନ ହେଲା, ସେତେବେଳେ ଏହି ସମସ୍ୟାର ସମାଧାନ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା’ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ‘ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଦମ୍ପତିଙ୍କୁ ପ୍ରଥମେ ୩୧ ହଜାର ଦିଆଯାଇଥିଲା ଏବଂ ଏହା ପରେ ଏହି ପରିମାଣ ୫୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ଦୁଇ ଲକ୍ଷ ବିବାହ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ବାଲ୍ୟ…
ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ମହାନ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବରେ ଆୟୋଜନ କରାଯିବା ସଂପର୍କରେ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ କବିଙ୍କ ସ୍ମୃତିରେ ଭୁବନେଶ୍ବର ଠାରେ ଏକ ଭବନ ନିର୍ମାଣ କରାଯିବା ସହିତ ସ୍ବଭାବ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ମାର୍ଚ୍ଚ ୨୦୨୪ରେ ଆୟୋଜନ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା। ସ୍ବଭାବ କବିଙ୍କର ସ୍ମୃତିରେ ଭୁବନେଶ୍ବରରେ ଏକ ଭବ୍ୟ ଭବନ ନିର୍ମାଣ କରାଯିବା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ…
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ନେତା ସୁଶାନ୍ତ ସିଂଙ୍କୁ ହତ୍ୟା ଧମକ ନେଇ ବିଜେଡି ପୁଣି ଥରେ ଅଭିଯୋଗ କରିଛି। ଆଜି ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ଦଳ ତରଫରୁ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଜେଡି ନେତା ସୁଶାନ୍ତ ସିଂଙ୍କୁ ହତ୍ୟା କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଛି। ପୂର୍ବରୁ ବିଜେପୁର ଉପନିର୍ବାଚନ ବେଳେ ସୁଶାନ୍ତ ସିଂଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ସେଥିରେ ଯେଉଁମାନେ ଜେଲ ଯାଇଥିଲେ ସେମାନେ ମଧ୍ୟ ବର୍ତ୍ତମାନ ଜାମିନୀରେ ଆସି ପଦ୍ମପୁରରେ ପ୍ରଚାର କରୁଛନ୍ତି। ସେଥିପାଇଁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସୁଦୃଢ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ବିଜେଡି ଦାବୀ କରିଛି।
ନୂଆଦିଲ୍ଲୀ: ସୋମବାର କ୍ରିକେଟ୍ ପଡ଼ିଆରେ ରିତୁରାଜ ଗାଇକ୍ଵାଡ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବିଜୟ ହଜାରେ ଟ୍ରଫି କ୍ୱାର୍ଟର ଫାଇନାଲରେ ସେ ଗୋଟିଏ ଓଭରରେ ୭ ଛକା ମାରିଛନ୍ତି। ଏହିପରି ଭାବରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ୭ ଛକା ମାରି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୧୫୯ ବଲରୁ ୨୨୦ ରନ୍ ସ୍କୋର କରିବା ପରେ ସେ ଅପରାଜିତ ରହିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଏହା ତାଙ୍କର ପ୍ରଥମ ଦ୍ଵିଶତକ। ଏହାପୂର୍ବରୁ ତାଙ୍କର ସର୍ବୋତ୍ତମ ସ୍କୋର ଅପରାଜିତ ୧୮୭ ଥିଲା। ମ୍ୟାଚରେ ୟୁପି ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୫ ୱିକେଟ୍ ପାଇଁ ୩୩୦ ରନ୍ ସ୍କୋର କରିଥିଲା। ବିଜୟ ହଜାରେ ଟ୍ରଫିର ଶେଷ ୮ ଇନିଂସରେ ଏହା ମଧ୍ୟ ତାଙ୍କର ଷଷ୍ଠ ଶତକ। ୨୫ ବର୍ଷୀୟ ରିତୁରାଜ ଗାଇକ୍ଵାଡଙ୍କ ଶତକ ୧୦୯ ବଲରେ ଶେଷ ହୋଇଥିଲା। ମାତ୍ର ସେ ମାତ୍ର ୫୦…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’କୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପୋହି (POHI) ୨୦୨୨-୨୩ ଯୋଜନାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଅନୁଷ୍ଠିତ ଏହି ମେଳା ଜନସାଧାରଣଙ୍କ ନିମନ୍ତେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ବିଭିନ୍ନ ହସ୍ତତନ୍ତ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି ସହ ବୁଣାକାରମାନଙ୍କୁ ନିୟମିତ କାମ ଯୋଗାଇଦେବା ନିମନ୍ତେ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏହି ମେଳା ଆୟୋଜିତ ହୋଇଛି। ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ଆସିଥିବା ୩୫ଟି ସମବାୟ ସମିତି ଏବଂ ମହିଳା ସ୍ୱୟଂ ସହାୟକ…
ନୂଆଦିଲ୍ଲୀ: ଚାଇନାରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲା ପୁଣି ଥରେ ଲୋକଙ୍କ ପାଇଁ ଉଦ୍ବେଗ ସୃଷ୍ଟି କରିଛି। ଏହି ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଅସୁବିଧାରେ ପକାଉଛି କି ଏହା ପୁଣିଥରେ ଭାରତ ପାଇଁ ସତର୍କ ଘଣ୍ଟି? ଏ ସମ୍ପର୍କରେ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ଡାକ୍ତରମାନେ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କରୋନା ଯୋଗୁଁ ଚୀନ୍ର ଅବସ୍ଥା କ୍ରମାଗତ ଭାବରେ ଅନିୟନ୍ତ୍ରିତ ହୋଇପଡିଛି। ଚୀନ୍ ପାଇଁ ଅସୁବିଧା ବଢୁଥିବା ପରି ମନେ ହେଉଛି, ଏଭଳି ପରିସ୍ଥିତିରେ ସରକାର ‘ଜିରୋ କୋଭିଡ୍ ରଣନୀତି’ ବିଷୟରେ ପୁନର୍ବାର ଚିନ୍ତା କରିବା ଆବଶ୍ୟକ କରୁଛନ୍ତି। ଚାଇନାରେ କରୋନାର ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ଭାରତରେ ପ୍ରତିଷେଧକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ମଧ୍ୟ ଜରୁରୀ ହୋଇପଡିଛି। ମହାମାରୀ ଏବେବି ଜାରି ରହିଛି, ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଭୁଲ ସମସ୍ତଙ୍କ ପାଇଁ ଭାରୀ ହୋଇପାରେ।
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଅନେକ ଲୋକ କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଆନ୍ତି। ଏହି କାରଣରୁ, ସେମାନଙ୍କର ପେଟରେ ସମସ୍ୟା ଦେଖାଦେଇଥାଏ। ହଜମ ପ୍ରକ୍ରିୟା ବ୍ୟାଘାତ ହେବାର ସବୁଠାରୁ ବଡ କାରଣ ହେଉଛି ଖାଦ୍ୟର ସଠିକ୍ ହଜମ ଅଭାବ। ଏହି କାରଣରୁ ଅନେକ ଥର ପେଟ ଯନ୍ତ୍ରଣା, ଅମ୍ଳତା, ଗ୍ୟାସ୍, ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଝାଡା ଭଳି ସମସ୍ୟା ଦେଖାଦେଇପାରେ। ଯଦି ଆପଣଙ୍କୁ ସବୁବେଳେ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ, ଯାହାକୁ ଆପଣ ଗ୍ରହଣ କରି ଆପଣ ନିଜ ପେଟକୁ ସୁସ୍ଥ ରଖିପାରିବେ। ତେବେ ଆସନ୍ତୁ ସେହି ଟିପ୍ସଗୁଡ଼ିକ ବିଷୟରେ ଜାଣିବା- ୧- ସତେଜ ଖାଦ୍ୟ ଖାଅନ୍ତୁ: ପେଟକୁ ସୁସ୍ଥ ରଖିବା ପାଇଁ ସର୍ବଦା ସତେଜ ଏବଂ ରନ୍ଧା…
ଭୁବନେଶ୍ବର: ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ,ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଥିଲେ। ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥ ଙ୍କ ପୀଠ ର ଉନ୍ନତି ନିମନ୍ତେ 5T ଉପକ୍ରମ ରେ ମୁଖ୍ୟମନ୍ତ୍ରୀ ନେଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଆଲୋଚନା ସମୟରେ ସେମାନେ ପୁରୀଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କୁଲତା ସମାଜ ବହୁଳ ଗ୍ରାମ ଗୁଡିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ। କୁଲତା ସମାଜର ଲକ୍ଷ ଲକ୍ଷ…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ନଭେମ୍ବର ୩୦ ତାରିଖ ବୁଧବାର ଦିନ ଖେଳାଯିବ। ଏହି ସିରିଜରେ କିୱି ଦଳ ବର୍ତ୍ତମାନ ୧-୦ ରେ ଆଗରେ ଅଛି। ବାସ୍ତବରେ, ପ୍ରଥମ ଦିନିକିଆରେ କିୱି ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି। ଏଥି ସହିତ ବର୍ଷା ହେତୁ ଦ୍ୱିତୀୟ ମ୍ୟାଚ୍ ବାତିଲ କରାଯାଇଛି। ବର୍ତ୍ତମାନ ତୃତୀୟ ଏବଂ ଶେଷ ଦିନିକିଆ ପାଇଁ ଉଭୟ ଦଳ ଖ୍ରୀଷ୍ଟଚର୍ଚ୍ଚରେ ଖେଳିବେ। ଗୋଟିଏ ପଟେ ନ୍ୟୁଜିଲାଣ୍ଡ ଦଳ ଏହି ସିରିଜକୁ ଜିତି ୨-୦ ରେ ପରିଣତ କରିବ। ତେଣୁ ଭାରତୀୟ ଦଳ ଏହି ମ୍ୟାଚ ଜିତି ସିରିଜକୁ ବରାବର କରିବାକୁ ଚାହିଁବ। ବର୍ତ୍ତମାନ କେଉଁ ଦଳ ଏହି ମ୍ୟାଚ୍ ଜିତିବ ତାହା ଦେଖିବା ମଜାଦାର ହେବ। କେଉଁଠାରେ ମ୍ୟାଚ୍ ଖେଳାଯିବ?: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ…
ଭୁବନେଶ୍ବର: ଅନୁବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦୁଇଦିନିଆ ସମ୍ମିଳନୀ ରାଉରକେଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଶାଖା ସଭାପତି ତଥା ରାଜ୍ୟ ସଂଘର ଉପସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ବୈଠକରେ ସଂଘର ୨୬ଟି ଜିଲ୍ଲାରୁ ସଭାପତି, ସମ୍ପାଦକ, ଉପଦେଷ୍ଟା ତଥା ରାଜ୍ୟ ଓ ଜିଲ୍ଲା ଶାଖା କର୍ମକର୍ତ୍ତା ମାନେ ଯୋଗଦେଇ ବୈଠକର ଆଭିମୁଖ୍ୟକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମ୍ମିଳନୀର ପ୍ରଥମ ଦିନରେ ବଣେଇ ସ୍ଥିତ ଖଣ୍ଡାଧାରର ପାଦଦେଶରେ ଆୟୋଜିତ ଚିତ୍ତାକର୍ଷକ ବଣଭୋଜି ଓ ବନ୍ଧୁମିଳନ ପର୍ବ ସଭିଙ୍କ ପାଇଁ ବେଶ୍ ଉପଭୋଗ୍ୟ ଥିଲା। ସ୍ଵାଦିଷ୍ଟ ଭୋଜନ ଓ ମନୋରମ ପରିବେଶ ସମସ୍ତ ପ୍ରତିନିଧିଙ୍କ ମନରେ ଅଦମ୍ୟ ସ୍ଫୁର୍ତ୍ତି ଭରି ଦେଇଥିଲା। ରାଉରକେଲା ସ୍ଥିତ ବ୍ରାହ୍ମଣୀ କ୍ଲବ୍ ପରିସରରେ ଆୟୋଜିତ ଦ୍ଵିତୀୟ ଦିନର ସାଂଗଠନିକ ବୈଠକକୁ ସଂଘ ପକ୍ଷରୁ ସଂକଳ୍ପ…
ଭୁବନେଶ୍ବର: ଆଜି ପଦ୍ମପୁରରେ ତିନିଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏଥିରେ ସଶସ୍ତ୍ର CRPF ଉପସ୍ଥିତିରେ ଚଢ଼ାଉ ଚାଲିଥିବାର ଜଣାପଡିଛି। ଏମାନେ ସମସ୍ତେ ବିଜେଡି କର୍ମି ବୋଲି କୁହାଯାଉଛି। ତେବେ ପଦ୍ମପୁରରେ ଉପନିର୍ବାଚନ ଚାଲିଥିବାରୁ ଏପରି ଚଢାଉକୁ ସାଧାରଣରେ ନିନ୍ଦା କରାଯାଇଛି। ଏହା ଉପରେ ବିଜେଡି ତାହାର ପ୍ରତିକ୍ରିୟା ରଖିଛି। ବିଜେଡି ନେତା ସୁଶାନ୍ତ ସିଂ କହିଛନ୍ତି ଯେ, ବିଜେପି ହାରିଯିବା ଭୟରେ ଏପରି କରୁଛି।
ମେରଠ: ମେରଠର ଏକ କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣ କରିଥିବା ଭିଯୋଗ ହୋଇଛି। ଛାତ୍ରମାନଙ୍କ ଏହି କାର୍ଯ୍ୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପରେ ଶିକ୍ଷୟତ୍ରୀଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଶିକ୍ଷୟତ୍ରୀଙ୍କ ଅଭିଯୋଗ ଅନୁଯାୟୀ ୪ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରିଥିବା ତିନିଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରାଯାଇଛି। ଏହି ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି। ସେମାନଙ୍କ ବିରୋଧରେ ହତ୍ୟା ଧମକ, ଛାତ୍ରୀଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅଧୀନରେ ମାମଲା ରୁଜୁ ହୋଇଛି। ଏହି ଘଟଣାର ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାରେ ଚାରିଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସର ସୂଚନାନୁସାରେ, ଏହି ମାମଲା କିଠୋର ପୋଲିସ ଷ୍ଟେସନ ପରିସରରେ ଥିବା ରାଧନା ଇନାୟତପୁର ଗାଁର ଏକ କଲେଜ ସହ ଜଡିତ।…
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ନେତାଙ୍କ ଦଳ ପରିବର୍ତ୍ତନ ଜାରି ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କିମ୍ବା ଟିକେଟ୍ ବଣ୍ଟନ ସମୟରେ ନେତାମାନେ ଭିନ୍ନ ଭିନ୍ନ ଦଳରେ ଯୋଗଦେବାର ଖବର ଆମେ ପ୍ରାୟତଃ ଦେଖୁ, କିନ୍ତୁ ଏମସିଡି ନିର୍ବାଚନରେ ମତଦାନ ତାରିଖ ପାଖେଇ ଆସିବା ପରେ ମଧ୍ୟ ଏହି ପ୍ରକ୍ରିୟା ବନ୍ଦ ହୋଇନାହିଁ। ବହୁ ସଂଖ୍ୟାରେ ଆମ୍ ଆଦମୀ ପାର୍ଟି କର୍ମୀ ବିଜେପିରେ ଯୋଗ ଦେଉଛନ୍ତି। ଅନ୍ୟପକ୍ଷରେ, ଏହି ନିର୍ବାଚନରେ ବିଜେପିର ବିଦ୍ରୋହୀ ନେତାମାନେ ଆପ୍ ଉପରେ ଭରସା କରୁଛନ୍ତି, ଯେଉଁମାନେ ଶାସକ ବିଜେପିକୁ କଡ଼ା ମୁକାବିଲା କରୁଛନ୍ତି। ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ, ଏହି ବିଦ୍ରୋହୀ ନେତାମାନେ ଶେଷ ମୁହୂର୍ତ୍ତରେ ଅନ୍ୟ ଦଳକୁ କେତେ ସଫଳତା ଦେଉଛନ୍ତି। ରବିବାର ଦିନ ଦଳର ବଡ ବଡ ନେତାମାନେ ପ୍ରଚାର ଅଭିଯାନରେ ନିଜ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଥିଲେ। ଶୀର୍ଷ ନେତାମାନେ ପ୍ରଚାର ପାଇଁ ଯୁଦ୍ଧରେ…
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବଡ ବଡ ଦାବି କରୁଥିବା ଆମ୍ ଆଦମୀ ପାର୍ଟିକୁ ଭୋଟ୍ ପୂର୍ବରୁ ଝଟକା ଲାଗିଛି। କଚ୍ଛ ଜିଲ୍ଲାର ଅବଡାସା ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ବସନ୍ତ ଭଲଜୀଭାଇ ଖେତାନି ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି। ରବିବାର ଦିନ ଖେତାନି ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ବିଜେପି ପ୍ରାର୍ଥୀ ପ୍ରଦ୍ଯୁମ୍ନ ସିଂ ଜାଡେଜାଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଗୁଜୁରାଟର ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ କଚ୍ଛରେ ମତଦାନ ଅନୁଷ୍ଠିତ ହେବ। କଚ୍ଛ ଜିଲ୍ଲାରେ ମାଣ୍ଡଭି, ଅଞ୍ଜାର ଏବଂ ଗାନ୍ଧୀଧାମମ ବ୍ୟତୀତ ପାକିସ୍ତାନ ସୀମାବର୍ତ୍ତୀ ଅବଡାସା, ଭୁଜ ଏବଂ ରାପର ସମେତ ୬ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ୨୦୧୭ ରେ…
ନୂଆଦିଲ୍ଲୀ: ଗତ ରାତିରେ ଆମେରିକାର ମେରିଲ୍ୟାଣ୍ଡ ରାଜ୍ୟରେ ବିଦ୍ୟୁତ୍ ତାର ସହିତ ଏକ ଛୋଟ ବିମାନ ଧକ୍କା ହୋଇଥିଲା। ସେବେଠାରୁ ମୋଣ୍ଟଗୋମେରୀ କାଉଣ୍ଟରରେ ବ୍ୟାପକ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବା ଖବର ପ୍ରକାଶ ପାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଏହା ଯୋଗୁଁ ୯୦ ହଜାରରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ କଟିଯାଇଛି। ଏହା ସହିତ ଲୋକଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। ମୋଣ୍ଟଗୋମେରୀ କାଉଣ୍ଟି ପୋଲିସ ବିଭାଗ ଟୁଇଟ୍ କରି କହିଛି ଯେ ରୋଥବରୀ ଡ ଏଣ୍ଡ ଗୋଶେନ୍ ରୋଡ ଅଞ୍ଚଳରେ ଏକ ଛୋଟ ବିମାନ ବିଦ୍ୟୁତ୍ ତାରରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ କାଉଣ୍ଟିର କିଛି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ବର୍ଷା ପାଗ ଯୋଗୁଁ ଏହି ଛୋଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକଳନ କରାଯାଇଛି ଯେ, ବିମାନଟି ନିଶ୍ଚିତ ଭାବରେ ୧୦ ମହଲା ପର୍ଯ୍ୟନ୍ତ ବୈଦ୍ୟୁତିକ ତାରକୁ ଧକ୍କା…

