ବିଦ୍ୟୁତ ତାର ସହିତ ଧକ୍କା ହେଲା ବିମାନ, ପ୍ରାୟ ୯୦ ହଜାର ଘରକୁ କଟିଲା ବିଜୁଳି

Published: Nov 28, 2022, 10:41 am IST

ନୂଆଦିଲ୍ଲୀ: ଗତ ରାତିରେ ଆମେରିକାର ମେରିଲ୍ୟାଣ୍ଡ ରାଜ୍ୟରେ ବିଦ୍ୟୁତ୍ ତାର ସହିତ ଏକ ଛୋଟ ବିମାନ ଧକ୍କା ହୋଇଥିଲା। ସେବେଠାରୁ ମୋଣ୍ଟଗୋମେରୀ କାଉଣ୍ଟରରେ ବ୍ୟାପକ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବା ଖବର ପ୍ରକାଶ ପାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଏହା ଯୋଗୁଁ ୯୦ ହଜାରରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ କଟିଯାଇଛି। ଏହା ସହିତ ଲୋକଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି।

ମୋଣ୍ଟଗୋମେରୀ କାଉଣ୍ଟି ପୋଲିସ ବିଭାଗ ଟୁଇଟ୍ କରି କହିଛି ଯେ ରୋଥବରୀ ଡ ଏଣ୍ଡ ଗୋଶେନ୍ ରୋଡ ଅଞ୍ଚଳରେ ଏକ ଛୋଟ ବିମାନ ବିଦ୍ୟୁତ୍ ତାରରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ କାଉଣ୍ଟିର କିଛି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ବର୍ଷା ପାଗ ଯୋଗୁଁ ଏହି ଛୋଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକଳନ କରାଯାଇଛି ଯେ, ବିମାନଟି ନିଶ୍ଚିତ ଭାବରେ ୧୦ ମହଲା ପର୍ଯ୍ୟନ୍ତ ବୈଦ୍ୟୁତିକ ତାରକୁ ଧକ୍କା ଦେଇଥିଲା। ବର୍ତ୍ତମାନ ବିଦ୍ୟୁତ୍ କେବେ ଫେରିବ ତାହା ଜଣା ପଡିନାହିଁ।

Related posts