Author: Samikhsya Bureau

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ଏହା ଥିଲା ତାଙ୍କର ରାଷ୍ଟ୍ରପତି ହେବା ପରେ ପ୍ରଥମ ଓଡିଶା ଗସ୍ତ। ମୁଖ୍ୟତଃ ସେ ଶ୍ରୀମନ୍ଦିର ଦର୍ଶନରେ ଆସିବା ସହିତ ନିଜ ସ୍କୁଲ ପରିଦର୍ଶନ କଲେ। ହେଲେ ସମ୍ବିଧାନର ମୁଖ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଓଡିଶା ବିଧାନସଭା ପୁରା ଚୁପ ରହିଗଲା। ଯାହା ସାଧାରଣରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହେଲେ ମିଜୋରାମ ପରି ରାଜ୍ୟ ବିଧାନସଭାରେ କରାଯାଇଥିଲା ଏକ ସ୍ବତନ୍ତ୍ର ଅଧିବେସନ। ନଭେମ୍ବର ତିନି ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିିନଆ ମିଜୋରାମ ଗସ୍ତରେ ଯାଇଥିଲେ ଦ୍ବିତୀୟ ଦିନରେ ତାଙ୍କୁ ମିଜୋରାମ ବିଧାନସଭା ତରଫରୁ ସ୍ବାଗତ କରାଯାଇଥିଲା। ରାଷ୍ଟ୍ରପତି ମିଜୋରାମ ଗସ୍ତରେ ଆସୁଥିବାରୁ ରାଜ୍ୟ ବିଧାନସଭା ତରଫରୁ ଏକ ସ୍ବତନ୍ତ୍ର ଅଧିବେସନ ଡକାଯାଇଥିଲା। ଯାହା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଏହି ଅଧିବେସନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏହା ଥିଲା…

Read More

ନୂଆଦିଲ୍ଲୀ: ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ଦିନ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀରକୁ ଫେରାଇ ଆଣିବା ଭଳି ଆଦେଶ କାର୍ଯ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ, ପିଓକେ ସମ୍ବନ୍ଧରେ ସରକାରଙ୍କ କୌଣସି ନିର୍ଦ୍ଦେଶ ପାଳନ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଲେଫ୍ଟନାଣ୍ଟ ଜେନେରାଲ୍ ଦ୍ୱିବେଦୀ କହିଛନ୍ତି ଯେ, ସେନା ସବୁବେଳେ ଚାହିଁଥାଏ ଯେ, ଅସ୍ତ୍ରବିରତି ନଭାଙ୍ଗୁ। କାରଣ ଏହା ଉଭୟ ଦେଶ ପାଇଁ ଭଲ। କିନ୍ତୁ ଯଦି ସୀମା ଆରପାରିରୁ ଏହାକୁ ଭାଙ୍ଗିଦିଆଯାଏ, ତେବେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବୁ। ” ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ, ଅଗଷ୍ଟ ୨୦୧୯ରେ ଧାରା ୩୭୦ର ରଦ୍ଦ ହେବା ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ସୁରକ୍ଷା ପରିସ୍ଥିତିରେ ଏକ ବଡ ପରିବର୍ତ୍ତନ ଆସିଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ନିୟନ୍ତ୍ରଣ…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ଡିସେମ୍ବର ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଏହି ଯାତ୍ରା ଡିସେମ୍ବର ୪ ତାରିଖରୁ ଦିନିକିଆ ମ୍ୟାଚ୍ ସହିତ ଆରମ୍ଭ ହେବ। ଏଥି ସହିତ, ଏହି ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଏହି ସିରିଜରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିପାରେ। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ‘ଜାଡେଜା ଅନେକ ଥର ଏନସିଏକୁ ଚେକଅପ୍ ପାଇଁ ଯାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ବାଂଲାଦେଶ ଗସ୍ତରେ ସିରିଜ୍ ପାଇଁ ଫିଟ୍ ହେବାର ସମ୍ଭାବନା ନାହିଁ। ଜାଡେଜାଙ୍କ ବଦଳରେ ସୁର୍ଯ୍ୟକୁମାର ଯାଦବଙ୍କୁ ଦଳରେ ଅନ୍ତର୍ଭୁକ୍ତ…

Read More

ଭୁବନେଶ୍ବର: ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏକ ଜବରଦସ୍ତ ଖୁସି ଖବର। ଓଡ଼ିଶାର ପ୍ରିମିୟମ ଇଣ୍ଟରଟେନମେଣ୍ଟ ଆପ ‘କଞ୍ଚା ଲଙ୍କା’ ଏବେ ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲର ଆପର ଏୟାରଟେଲ ‘ଏକ୍ସଷ୍ଟ୍ରିମ’ରେ ଉପଲବ୍ଧ ହେବ। ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ସାଜିଥିବା ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ଆରମ୍ଭ ହେବା ଦିନଠାରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଏବେ ଏହା ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ସ୍ଥାନ ପାଇ ୫,୦୦,୦୦୦ ରୁ ଅଧିକ ଥର ଡାଉନଲୋଡ ହୋଇ ଖାଣ୍ଟି ଓଡ଼ିଆରେ ମନୋରଞ୍ଜନର ମାଧ୍ୟମ ପାଲଟିଛି। କଞ୍ଚା ଲଙ୍କା ଓ ଏୟାରଟେଲ ଷ୍ଟ୍ରିମର ସହଯୋଗୀତା ଦର୍ଶକମାନଙ୍କ ପାଇଁ ଭଲ ଓଡ଼ିଆ କାହାଣୀ ଓ କଥାବସ୍ତୁ ନେଇ ଆସିବା ସହ ଏୟାରଟେଲ ଉପଭୋକ୍ତାମାନେ ବିଭିନ୍ନ ପ୍ୟାକେଜରେ ଏହାର ଲାଭ ଉଠେଇପାରିବେ ଏବଂ ଏକ୍ସଷ୍ଟ୍ରିମ୍ ଆପରେ ପ୍ରିମିୟମ କାହାଣୀ ସବୁ ଦେଖିପାରିବେ। ଏଠାରେ ଉଲ୍ଲେଖ ଯୋଗ୍ୟ…

Read More

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତକୁ ବିଶ୍ୱର ଶୀର୍ଷ ୫ଟି ଦେଶ ଗୁଡିକ ମଧ୍ୟରେ ଏବଂ ଜି ୨୦ ଦେଶ ଗୁଡିକ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ମିଳିଛି। ଜର୍ମାନସ୍ଥିତ ଜର୍ମାନ୍ ୱାଚ, ନ୍ୟୁ କ୍ଲାଇମେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଆଣ୍ଡ କ୍ଲାଇମେଟ୍ ଆକ୍ସନ ନେଟୱର୍କ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ, ୨୦୨୩) ଅନୁସାରେ ଭାରତ ତାଲିକାରେ ୨ଟି ସ୍ଥାନ ଉପରକୁ ଉଠିଛି ଏବଂ ଏବେ ଅଷ୍ଟମ ସ୍ଥାନରେ ରହିଛି। ନଭେମ୍ବର ୨୦୨୨ରେ ସିଓପି ୨୭ରେ ଜାରି ସିସିପିଆଇର ନୂତନ ରିପୋର୍ଟରେ କେବଳ ଚାରୋଟି ଛୋଟ ଦେଶ, ଡେନମାର୍କ, ସ୍ୱିଡେନ୍‌, ଚିଲି ଏବଂ ମରକ୍କୋକୁ ଭାରତ ଉପରେ କ୍ରମାନୁସାରେ ୫ମ, ୬ଷ୍ଠ ଏବଂ ୭ମ ସ୍ଥାନ ମିଳିଛି। ଏହି ଅନୁସାରେ ଦେଖିଲେ, ସମସ୍ତ ବୃହତ୍ ଅର୍ଥବ୍ୟବସ୍ଥା ଗୁଡିକ ମଧ୍ୟରେ ଭାରତର ସ୍ଥିତି ସବୁଠାରୁ ଭଲ ରହିଛି। ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ୱଚ୍ଛତା ବୃଦ୍ଧି କରିବାକୁ ସିସିପିଆଇ ଲକ୍ଷ୍ୟ ରଖିଛି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି କଟକ କମିଶନେରେଟ ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଦୁଇ ଜଣ ଲୁଗା ଦୋକାନୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବାଲୁଗାଁର ସିମାଞ୍ଚଳ ସାହୁ ଏବଂ ସାଗର ସାହୁ। ଉକ୍ତ ଦୁଇ ଦୋକାନୀ କଟକ ପିଠାପୁର ଅଞ୍ଚଳର ଜଣେ ଲୁଗା ହୋଲସେଲରଙ୍କ ଚାରି ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବାକି ରଖିବା ସହ ଦୀର୍ଘ ଦିନ ହେବ ପଇସା ନ ଦେବାରୁ ପୁରିଘାଟ ପୋଲିସ ଉଭୟଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ ବାଲୁଗାଁ ମେନ ରୋଡସ୍ଥିତ ଏକ ଲୁଗାଦୋକାନ ମାଲିକ ସିମାଞ୍ଚଳ ସାହୁ ଓ ସାଗର ସାହୁ ୨୦୨୦-୨୧ ଆର୍ଥିକ ବର୍ଷରେ ପିଠାପୁର ସ୍ଥିତ ଜଣେ ହୋଲସେଲ ଲୁଗା ବେପାରୀଙ୍କ ଠାରୁ ୪ ଲକ୍ଷ ୨୧ ହଜାର ୫୦୯ ଟଙ୍କାର ଲୁଗା କିଣିଥିଲେ। ତେବେ ଉକ୍ତ ରାଶିକୁ ୬ ମାସ ମଧ୍ୟରେ ସୁଝିବେ କହି ଉଭୟ ସିମାଞ୍ଚଳଙ୍କ ପତ୍ନୀ ଯମୁନା ସାହୁଙ୍କ ନାମରେ ୪ ଲକ୍ଷ…

Read More

ନୂଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ଦୂରସଞ୍ଚାର (ବ୍ରଡକାଷ୍ଟିଂ ଏବଂ କେବୁଲ୍) ସେବା (ଅଷ୍ଟମ) (ଆଡ୍ରେସେବଲ୍‌ ସିଷ୍ଟମ୍) ଟାରିଫ୍ (ତୃତୀୟ ସଂଶୋଧନ) ଆଦେଶ, 2022 (2022 ର 4) ଏବଂ ଦୂରସଞ୍ଚାର (ବ୍ରଡକାଷ୍ଟିଂ ଏବଂ କେବୁଲ୍) ସର୍ଭିସେସ୍ ଇଣ୍ଟରକନେକ୍‌ସନ (ଆଡ୍ରେସେବଲ୍ ସିଷ୍ଟମ) (ଚତୁର୍ଥ ସଂଶୋଧନ) ନିୟମାବଳୀ, 2022 (2022 ର 2)କୁ ଜାରି କରିଛନ୍ତି। କେବୁଲ ଟିଭି କ୍ଷେତ୍ରର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ସହିତ, 3 ମାର୍ଚ୍ଚ 2017ରେ ଟ୍ରାଇ ବ୍ରଡକାଷ୍ଟିଂ ଓ କେବୁଲ ସର୍ଭିସ ପାଇଁ ‘ନୂତନ ନିୟାମକ ଢ଼ାଞ୍ଚାକୁ ପ୍ରସ୍ତୁତ କରିଛି। ମାନ୍ୟବର ମାଡ୍ରାସ ହାଇକୋର୍ଟ ଏବଂ ମାନ୍ୟବର ସୁପ୍ରିମକୋର୍ଟରେ ଆଇନଗତ ଯାଞ୍ଚ ପରେ ଏହି ନୂତନ ଢ଼ାଞ୍ଚା 29 ଡିସେମ୍ବର 2018 ରୁ କାର୍ଯ୍ୟକାରୀ ହୋଇଛି। ଯେହେତୁ ନୂତନ ନିୟାମକ ଢ଼ାଞ୍ଚା ଦ୍ବାରା କିଛି ବ୍ୟବସାୟିକ ନିୟମରେ ପରିବର୍ତ୍ତନ ହୋଇଛି ଯେଉଁ କାରଣରୁ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି। ଅବଶ୍ୟ, ନୂତନ ନିୟାମକ ଢ଼ାଞ୍ଚା 2017…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଗାମୀ ୨୪ ତାରିଖ ଦିନ ପାଳିତ ହେବ ଓଡ଼ିଶା ରାଜ୍ୟ ଦିବସ । ଏକାଦଶ ଦିବସରେ ଓଡ଼ିଶା ପାଭିଲିୟନ ପକ୍ଷରୁ ପ୍ରଗତି ମୈଦାନ ପରିସରସ୍ଥ ଆମ୍ଫି ଥିଏଟର-୧ ରେ ଅପରାହ୍ନ ୨ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଏହି ଦିବସ ପାଳନ ପାଇଁ ଭାରତୀୟ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ସହମତି କ୍ରମେ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଓଡ଼ିଶା ରାଜ୍ୟ ଦିବସରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କ ସମେତ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ରବିକାନ୍ତ…

Read More

କେଦାର ମିଶ୍ର ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର।  ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା। ବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେ। ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା। ଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି। ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ। କ୍ଷମତାର ସବୁଠୁ…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଂଗ ନେଇ ବିବାଦୀୟ ହୋଇଛନ୍ତି। ତାଙ୍କର ପତ୍ନୀ ବର୍ଷାଙ୍କ ବିବାହ ବିଛେଦ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଛି। ସେହିପରି ସେ କେତେବେଳେ ରାଜନୀତିକୁ ନେଇ, ପୁଣି କେତେବେଳେ ତାଙ୍କର ବାନ୍ଧବୀଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ସବୁ ବିବାଦ ଭିତରେ ଘାଣ୍ଟି ହେବା ପରେ ଏବେ ଅନୁଭବ ମହାନ୍ତି କୁଆଡେ ଲଣ୍ଡନ ପଳାଇଛନ୍ତି। ମିଛ କଥା ନୁହେଁ ସଂପୂର୍ଣ୍ଣ ସତ। ତେବେ ସେ ଲଣ୍ଡନ ରାଗି କରି ନୁହେଁ ବଂର ବିଗ ବଜେଟର ଏକ ନୂଆ ଚଳଚିତ୍ର ସୁଟିଂ ପାଇଁ ସେ ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ଏହି ଚଳଚିତ୍ରଟିର ନାମ ମଧ୍ୟ ରହିଛି ‘ଲଭ ଇନ ଲଣ୍ଡନ’। ନାମ ଅନୁସାରେ ଚଳଚିତ୍ରଟିକୁ ସେହିପରି କରିବା ପାଇଁ ବର୍ତ୍ତମାନ ପୁରା ଟିମ୍ ଲଣ୍ଡନ ଗସ୍ତରେ ଅଛନ୍ତି। ସେଠାରେ ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଚଳଚିତ୍ରଟିର…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କୌଣସି ଦେଶର ପ୍ରଗତି ଏବଂ ଦୁଃଖରେ ସେହି ଦେଶର ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। କାରଣ ଯୁବ ପିଢି ହେଉଛି ଦେଶର ଭବିଷ୍ୟତ। ସେମାନଙ୍କର ଦିଗ ଦେଶର ସ୍ଥିତି ସ୍ଥିର କରେ। ଯଦି ସେମାନେ ସଠିକ୍ ମାର୍ଗରେ ନାହାଁନ୍ତି, ତେବେ କେବଳ ସେମାନଙ୍କର ଭବିଷ୍ୟତ ନଷ୍ଟ ହେବ ନାହିଁ, ଏହା ଦେଶ ପାଇଁ ମଧ୍ୟ କ୍ଷତିକାରକ ହେବ। ଚାଣକ୍ୟ କହିଛନ୍ତି ଯେ, ଯୌବନରେ ଅନେକ ଜିନିଷ ଅଛି ଯାହା ତାଙ୍କୁ ବିଭ୍ରାନ୍ତ କରିବା ପାଇଁ କାମ କରେ। ଯଦି ଏହି ଜିନିଷଗୁଡ଼ିକଠାରୁ ଦୂରେଇ ରୁହନ୍ତି ନାହିଁ, ତେବେ ଯୌବନ ସହିତ ବୃଦ୍ଧାବସ୍ଥା ମଧ୍ୟ ଦୁଃଖ ଏବଂ ଅସୁବିଧାରେ ବିତାଇବ। ଭୁଲ ସଙ୍ଗତ: ଭଲ ହେଉ କି ଖରାପ, ପ୍ରତ୍ୟେକ ମଣିଷ ଉପରେ ବନ୍ଧୁର ପ୍ରଭାବ ପଡିଥାଏ। ଖରାପ କାମ କରୁଥିବା ଲୋକଙ୍କ ସହଭାଗୀତା ସେମାନଙ୍କୁ ଭୁଲ୍ କାର୍ଯ୍ୟ କରିବାକୁ ପ୍ରଭାବିତ କରିଥାଏ।…

Read More

ମେଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ। ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ। ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ମିଥୁନ:– ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ। ପରାମର୍ଶ ଦିଆଯାଇଛି ଯେ ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାରରୁ ମଧ୍ୟ ଦୂରେଇ ରୁହନ୍ତୁ। କ୍ରୋଧରୁ ଦୂରରେ ରୁହନ୍ତୁ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେବ।…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଧାରରେ ମିଶନ ଶକ୍ତି ବିଭାଗ ଅଧୀନରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ଗଠିତ ୭ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି, ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ। ତାହା ସହିତ, ସହରୀ ସଭ୍ୟତାର ଚାକଚକ୍ୟରୁ ମୁହଁ ଫେରେଇ କ୍ରମଶଃ ଗ୍ରାମ୍ୟ ସଭ୍ୟତା ପ୍ରତି ଲୋକମାନଙ୍କର ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି, ଏହି ଷ୍ଟଲମାନଙ୍କରେ। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ମିଶନ ଶକ୍ତି ବିଭାଗର ୫ ଟି ଷ୍ଟଲ ମଧ୍ୟରୁ ଗୋଟିଏ ଷ୍ଟଲରେ କନ୍ଧମାଳ ଜିଲ୍ଲାର ଜୟଶ୍ରୀ ମହିଳା ମଣ୍ଡଳ ଦ୍ୱାରା ସଂଗୃହୀତ ଓ ପ୍ରକ୍ରିୟାକୃତ ହଳଦୀ, ଅଦା, ଗୋଲମରିଚ, ପାମ୍ପଡ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ରହିଥିବାବେଳେ ଅନ୍ୟ ଏକ ଷ୍ଟଲରେ ପୁରୀ ଜିଲାର ରଘୁରାଜପୁର ସ୍ଥିତ ଗୃହଲକ୍ଷ୍ମୀ ମହିଳା ସ୍ୱୟଂ…

Read More

ଭୁବନେଶ୍ୱର: ରାଜ୍ୟ ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ରିହାତି ଦରରେ ଯୋଗାଇ ଦେଉଥିବା ପରିପ୍ରେକ୍ଷୀରେ ଆଜି ଚଳିତ ବର୍ଷର ରବି ଋତୁରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଭଦ୍ରକ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ଆଳୁ ଚାଷର ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି । ଭଦ୍ରକସ୍ଥିତ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ଆଳୁଚାଷୀମାନଙ୍କୁ ଆଳୁ ବିହନ ରିହାତି ଦରରେ ବଣ୍ଟନ କରାଯାଇଥିଲା । ବଣ୍ଟନ ନିମନ୍ତେ ଆସିଥିବା କୁଫି୍ରଜ୍ୟୋତି କିସମର ଆଳୁ ବିହନକୁ ସର୍ବପ୍ରଥମେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.…

Read More

ଭୁବନେଶ୍ୱର: କିଡନୀ ରୋଗୀମାନଙ୍କ ସହ ଅପରେସନ୍ ପରବର୍ତ୍ତୀ ଚିକିତ୍ସା, ସେବା ଓ ପରାମର୍ଶ ନିମନ୍ତେ ଏସ୍.ସି.ବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ତରଫରୁ ନିୟମିତ ଭାବେ କରାଯାଉଥିବା ବ୍ୟବସ୍ଥାର ଏକ ଅଂଶ ଭାବେ ଆଜି ସ୍ଥାନୀୟ ଓଡ଼ିଶା ଔଷଧ ନିଗମ ପରିସରରେ ଏକ ସିଧାସଳଖ ଆଲୋଚନା ବୈଠକ ହୋଇଥିଲା। ଏଥିରେ କିଡନୀ ଟ୍ରାନସପ୍ଲାଣ୍ଟ ହୋଇଥିବା ପ୍ରାୟ ୯୦ ଜଣ ରୋଗୀ ଏବଂ ତାଙ୍କର ଯତ୍ନନେଉଥିବା ନିକଟ ସଂପର୍କୀୟ ଯୋଗଦେଇଥିଲେ । ଏସ୍.ସି.ବି. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅଧ୍ୟକ୍ଷ ପ୍ରଫେସର ଲୁସୀ ଦାସ୍, ୟୁରୋଲୋଜି ବିଭାଗର ପ୍ରଫେସର ସମୀର ସ୍ୱାଇଁ, ନେଫ୍ରେଲୋଜି ବିଭାଗ ପ୍ରଫେସର ଅରୁଣା ଆଚାର‌୍ୟ୍ୟ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ରୋଗୀ ଅନାମିକା ସାହୁ, ପୂଜା ଦାସ, ଦେବୀ ପ୍ରସାଦ ମହାନ୍ତି, ଉମାକାନ୍ତ ସାହୁ, ସୁଚେତା ପରିଡ଼ା, ରଜନୀ ପାତ୍ର, ଆଶ୍ରିୟା ଆଦିନୀ, ଅଶୋକ କୁମାର ସାହୁ, ସନ୍ଧ୍ୟା ଦେବୀ, ପଦ୍ମଲୋଚନ…

Read More

ଭୁବନେଶ୍ୱର: ଦେଶର ସ୍ୱାଧୀନତା ପାଇଁ ନିଜର ପ୍ରାଣବଳି ଦେଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା ଭାରତମାତାର ବୀରପୁତ୍ର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏହି ପୂଜ୍ୟପୂଜା କାର‌୍ୟ୍ୟକ୍ରମରେ ଯୋଗଦେଇ ୟୁନିଟ୍ -୧ ଆଦିବାସୀ ପ୍ରଦର୍ଶନୀ ପଡିଆଏବଂ କଳିଙ୍ଗ ହସ୍ପିଟାଲ ଛକଠାରେ ଥିବାଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତବିଭାଗର ଅନ୍ୟ ପଦାଧିକାରୀ, ଶବରୀ ସାଂସ୍କୃତିକ ପରିଷଦର ଉପସଭାପତି ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ଯଶୱନ୍ତ ଜୈନ, ଯୁଗ୍ମ ସଂପାଦକ ଶ୍ରୀ ନୀଳମାଧବ ଦାସ, କାର‌୍ୟ୍ୟନିର୍ବାହୀ କମିଟି ସଦସ୍ୟ…

Read More

ଭୁବନେଶ୍ୱର: କୋରାଇ ଠାରେ ସୋମବାର ସକାଳେ ପଣ୍ୟବାହୀ ଟ୍ରେନ୍ ଜନୀତ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣା ଏବଂ ପ୍ରଭାବିତ ହୋଇଥିବା ଅନ୍ୟାନ ରେଳ ସାମଗ୍ରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟକୁ କେବଳ ଘଟଣା ଠାରୁ ମାତ୍ର ୧୬ ଘଣ୍ଟା ମଧ୍ୟରେ ମରାମତି ସମ୍ପାଦନା କରାଯାଇ ପାରିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ନିଜେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ। ମହାପ୍ରବନ୍ଧକଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ମୁଖ୍ୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ। ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗର ଭଦ୍ରକ-କପିଳାସ ରୋଡ଼ ରେଳ ସେକ୍ସନ ମଧ୍ୟରେ କୋରେଇ ଷ୍ଟେସନ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଚଳାଚଳ ଉଭୟ ଲାଇନ କ୍ଷତିଗ୍ରସ୍ତ ହେବା ସହିତ ଟ୍ରେନ ଚଳାଚଳ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ଦୀପ୍ତିରଞ୍ଜନ ସେଠି। ୨୦୦୬ ବ୍ୟାଚର ଉକ୍ତ ଓଏଏସ ଅଧିକାରୀ ଏହା ପୁର୍ବରୁ ବାଲେଶ୍ୱର ଜିଲ୍ଲା ନୀଳିଗିରି ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ସେଠି ନୀଳଗିରି ଉପଖଣ୍ଡରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବାରେ ସଫଳ ହୋଇଥିଲେ। ତତସହିତ କୋଭିଡ ପରବର୍ତ୍ତୀ ସମୟରେ କିପରି ଉପଖଣ୍ଡ ବାସୀଙ୍କ ଜୀବନ ଜୀବିକା ପୁନଶ୍ଚ ଟ୍ରାକକୁ ଫେରିବ ସେ ଦିଗରେ ଯଥାସମ୍ଭବ କାର୍ଯ୍ୟ କରିଥିଲେ। ଅନୁରୂପ ଭାବେ ନୀଳଗିରି ଉପଜିଲ୍ଲାପାଳ ଥିବା ସମୟରେ ଶ୍ରୀ ସେଠିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ କିଛି ବ୍ୟକ୍ତି ଆସିଥିବା ବେଳେ ଦୁଇ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜାଣି ସଂଗେସଂଗେ ସେମାନଙ୍କ ଚିକିତ୍ସା କରାଇ ଗଣମାଧ୍ୟମରେ ଶ୍ରୀ ସେଠି ଚର୍ଚ୍ଚାକୁ ଆସିଥିଲେ। ତେବେ କିଛି ମାସ ହେବ ଖୋର୍ଦ୍ଧାର ପୂର୍ବତନ ଉପଜିଲ୍ଲାପାଳଙ୍କ ବଦଳି ପରେ…

Read More

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି । ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ଦ୍ୱାରା ସେମାନଙ୍କ ଅଧିନସ୍ଥ ସ୍କୁଲ, କଲେଜ, ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ପ୍ରତିଷ୍ଠାନଗୁଡ଼ିକରେ ଏହି ସମ୍ବିଧାନ ଦିବସ ସ୍ୱତନ୍ତ୍ର ରୂପେ ପାଳିତ ହେବ। ଏହି ଦିବସ ପାଳନ ସମୟରେ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ମୁଖ୍ୟ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳମାନେ ଏହି ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି…

Read More

ଭୁବନେଶ୍ୱର/ ନୟାଗଡ଼: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନୟାଗଡ଼ ଜିଲ୍ଲାର ରାଜସୁନାଖଳା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ରାଜସୁନାଖଳା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ରାଜସୁନାଖଳା ସହର ତଥା…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଏହି ଯାତ୍ରା ଡିସେମ୍ବର ୪ ତାରିଖରୁ ଦିନିକିଆ ମ୍ୟାଚ୍ ସହିତ ଆରମ୍ଭ ହେବ। ଏଥି ସହିତ, ଏହି ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ପ୍ରତ୍ୟେକ ମ୍ୟାଚ୍ ସୋନି ନେଟୱାର୍କରେ ସିଧା ପ୍ରସାରଣ ହେବ। ଏଥି ସହିତ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଏହି ସିରିଜର ପ୍ରତ୍ୟେକ ମ୍ୟାଚ୍ ଡିଡି ସ୍ପୋର୍ଟସରେ ଦେଖିପାରିବେ। ଭାରତ-ବାଂଲାଦେଶ ଭ୍ରମଣ କାର୍ଯ୍ୟସୂଚୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ ତାରିଖରେ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୭ ତାରିଖରେ ଖେଳାଯିବ। ଏଥି ସହିତ, ଏହି ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୦ ତାରିଖରେ ଖେଳାଯିବ। ଭାରତ-ବାଂଲାଦେଶ ସିରିଜର ସମସ୍ତ ତିନୋଟି…

Read More