Author: Samikhsya Bureau

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାଉନ ସୁଗାର ବେପାରିର ଗାଡ଼ି ଯାଞ୍ଚ କରି ଜବତ କରିଛି ଲକ୍ଷାଧିକ ଟଙ୍କା। ସୂଚନା ମୁତାବକ ଆଜି ଶିଆଳିଆ ଗ୍ରାମ ରାସ୍ତାରେ ଶରତ ବେହେରା ନାମକ ଜଣେ ନିଶା ବେପାରି ବ୍ରାଉନସୁଗାର କିଣିବା ପାଇଁ ରାଜଧାନୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ଖବର ପାଇ ଶରତଙ୍କ ଗାଡିକୁ ଅନୁସରଣ କରିଥିଲା। ଦୂରରୁ ପୋଲିସ ଗାଡ଼ି ଦେଖି ବ୍ରାଉନସୁଗାର ମାଫିଆ ଶରତ ଘଟଣାସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ। ତେବେ ଯାଞ୍ଚ୍ ସମୟରେ ଗାଡି ଭିତରୁ ନକଦ ୨୨ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଆଜି ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ମାସ ୨୧ ତାରିଖରେ ଟାଉନ ଥାନା ପୋଲିସ ନିଶା କାରବାରରେ ଜଡ଼ିତ ଥିବା କନୀ ବେହେରା, ସ୍ୱର୍ଣ୍ଣଲତା ବେହେରା, ଦମୟନ୍ତି…

Read More

ଭୁବନେଶ୍ୱର: ୨୦୧୯ ମେ ମାସରେ ଓଡିଶା ଉପକୂଳରେ ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫନି’ ପରେ ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଇଥିବା ମାରାତ୍ମକ ଚର୍ମ ରୋଗ ଲମ୍ପି ସ୍କିନ୍ ଡିଜିଜ୍ (ଏଲ୍‌ଏସ୍‌ଡି) ପୁଣି ଥରେ ଦେଖାଦେଇଛି ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀ ପକ୍ଷରୁ କୁହାଯାଇଛି। ଏହି ରୋଗଟି ସଂକ୍ରାମକ ଏବଂ ଟିଙ୍କ ଭଳି ରକ୍ତ ଶୋଷୁଥିବା କୀଟ ଓ ଏଡିସ୍ ମଶା ଦ୍ୱାରା ବ୍ୟାପି ଥାଏ ଏବଂ ପଶୁ ପାଳନ କରୁଥିବା କୃଷକ ମାନଙ୍କର ଏହା ଦ୍ୱାରା ଖୁବ୍ କ୍ଷତି ଘଟିଥାଏ। କାରଣ ଏହା ଦ୍ୱାରା ପଶୁମାନଙ୍କର ମୃତ୍ୟୁ ହେବା ସହିତ ଚିକିତ୍ସା ଖର୍ଚ୍ଚ ଓ ଦୁଗ୍ଧ ଉତ୍ପାଦାନ ୨୦ ପ୍ରତିଶତ ହ୍ରାସ ହେବା ଦ୍ୱାରା ପ୍ରଭୃତ କ୍ଷତି ଘଟିଥାଏ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀର ଡିନ୍ ପ୍ରଫେସର…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ। ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିଛି। ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ।’ ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି – ଅନ୍ବେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି…

Read More

ନୂଆଦିଲ୍ଲୀ: ସାଉଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ବାସ୍ତବରେ ଆର୍ଜେଣ୍ଟିନାର ଲିଓନେଲ ମେସି ୪ ଟି ଭିନ୍ନ ଭିନ୍ନ ବିଶ୍ୱକପ୍‌ରେ ସ୍କୋର କରିଥିବା ପ୍ରଥମ ଫୁଟବଲର୍ ହୋଇଛନ୍ତି। ଏହି କିମ୍ବଦନ୍ତୀ ଫୁଟବଲର୍ ଫିଫା ବିଶ୍ୱକପ୍ ୨୦୦୬, ଫିଫା ବିଶ୍ୱକପ୍ ୨୦୧୪, ଫିଫା ବିଶ୍ୱକପ୍ ୨୦୧୮ ଏବଂ ଫିଫା ବିଶ୍ୱକପ୍ ୨୦୨୨ ରେ ଗୋଲ୍ ସ୍କୋର କରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଟାଇଟଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିବା ଆର୍ଜେଣ୍ଟିନାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫିଫା ବିଶ୍ୱକପ-୨୦୨୨ ର ତୃତୀୟ ଦିନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସାଉଦି ଆରବ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ଲିଓନେଲ ମେସିଙ୍କ ଗୋଲ ସତ୍ତ୍ୱେ ଆର୍ଜେଣ୍ଟିନା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପରି ଭାବରେ ଆର୍ଜେଣ୍ଟିନାର ଶେଷ ୩୬ ଟି ମ୍ୟାଚରେ ଜିତିବାର ରେକର୍ଡ ଭାଙ୍ଗିଯାଇଛି।

Read More

ନୂଆଦିଲ୍ଲୀ: ଆଜି ସକାଳେ ଆସାମ-ମେଘାଳୟ ସୀମାରେ ଗୁଳି ବିନିମୟ ପରେ ଘଟିଥିବା ହିଂସାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମେଘାଳୟ ସରକାର ଆସନ୍ତା ୪୮ ଘଣ୍ଟା ପାଇଁ ୭ ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା କହିଛନ୍ତି ଯେ, ଏହି ଘଟଣାରେ ମେଘାଳୟର ପାଞ୍ଚ ଜଣ ଏବଂ ଆସାମର ଜଣେ ବନ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। କୋନରାଡ ସାଙ୍ଗମା କହିଛନ୍ତି ଯେ, ମେଘାଳୟ ପୋଲିସ ପକ୍ଷରୁ ଏଫଆଇଆର ପଞ୍ଜିକରଣ କରି ତଦନ୍ତ କରାଯାଇଛି। ଏହି ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ମୁଁ ଏହି ଘଟଣାରେ ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ସେ ସହଯୋଗ କରିବାକୁ ନିଶ୍ଚିତ କରିଛନ୍ତି। ସୂଚନା ଅନୁଯାୟୀ, କାଠ ଚୋରା ଚାଲାଣ କାଠ ଟ୍ରକକୁ…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ଟି-୨୦ ସିରିଜର ଶେଷ ମ୍ୟାଚ୍ ଟାଇ ରହିଛି। ଏହିପରି ଟିମ୍ ଇଣ୍ଡିଆ ସିରିଜକୁ ୧-୦ ରେ ଜିତି ନେଇଛି। ବାସ୍ତବରେ, ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ହେତୁ ଧୋଇ ହୋଇଯାଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା। ସେହିଭଳି ଅନ୍ତିମ ମ୍ୟାଚ ଆଜି ଖେଳାଯିଆଠିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ୧୯.୪ ଓଭରରେ ୧୬୦ ରନ କରି ସମସ୍ତ ୱିକେଟ ହରାଇଥିଲା। ବର୍ଷା କାରଣରୁ ଖେଳ ବନ୍ଦ ହେବା ପୂର୍ବରୁ ଭାରତୀୟ ଦଳ ୯ ଓଭରରେ ୭୫ ରନ୍ ପାଇଁ ୪ ଟି ୱିକେଟ୍ ହରାଇଥିଲା। ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଜିତିବା ପାଇଁ ଭାରତ ୯ ଓଭରରେ ୭୬ ରନ୍ ଆବଶ୍ୟକ କରୁଥିଲା, କିନ୍ତୁ ମ୍ୟାଚ୍ ବନ୍ଦ ହେବାପରେ ଟିମ୍ ଇଣ୍ଡିଆର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଡାକରାରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀମାନେ ଆଠ ଦଫା ଦାବି ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅଙ୍ଗନବାଡି କର୍ମୀ ଦୀର୍ଘ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ୨୦୨୧ ମସିହା ଡିସେମ୍ବର ମାସ ୬ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ସେତେବେଳେ ସରକାର ଦାବି ପୂରଣ ପାଇଁ ସମୟ ନେଇଥିବା ବେଳେ ଅଦ୍ୟାବଧି କୌଣସି ଦାବି ପୂରଣ ପୁରାଣ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଆଜିଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବର୍ତ୍ତମାନ ଶୀତ ଋତୁ ଉପଲକ୍ଷେ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଚିଲିକାକୁ ଆଗମନ ହେଉଥିବାର ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ମଧ୍ୟ ଜାରି ରଖିଛି। ତେବେ ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି। ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ବାଲିପାଟପୁର ରିଙ୍ଗ ବନ୍ଧ ନିକଟରୁ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀଙ୍କ ନିକଟରୁ ଦୁଇ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି। ଗିରଫ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଭୁଶୁଣ୍ଡପୁର ଗେଡେଇସ୍ୱାଇଁପାଟଣା ଅଞ୍ଚଳର ଦିବାକର ସାହୁ (୪୦)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୦ଟି/୨୨-୨୩ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍‌ପ୍ରେରକ ଭାବେ କର୍ମନିଯୁକ୍ତି  ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ  ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ। ପୂର୍ବରୁ ଅକ୍ଟୋବର ମାସରେ ରୋଜଗାର ମେଳା ଅଧୀନରେ ନବନିଯୁକ୍ତଙ୍କୁ ୭୫ହଜାର ନିଯୁକ୍ତିପତ୍ର  ପ୍ରଦାନ କରାଯାଇଥିଲା। ସମବେତ ନିଯୁକ୍ତିଧାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ୪୫ରୁ ଅଧିକ ସହରରେ ୭୧ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହା ଅନେକ ପରିବାର ନିମନ୍ତେ ହସଖୁସିର ନୂତନ ଯୁଗ ଆରମ୍ଭ କରିବ। ଧନତରାସ ଦିନ କେନ୍ଦ୍ର ସରକାର ୭୫ହଜାର ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜିର ରୋଜଗାର ମେଳା ଏକ ପ୍ରମାଣ ଯେ କେନ୍ଦ୍ର ସରକାର ଦେଶର ଯୁବ ସମାଜକୁ ମିଶନ ମୋଡରେ ରୋଜଗାର ସୁଯୋଗ ପ୍ରଦାନ କରୁଛନ୍ତି” …

Read More

ସୀତାରାମ ଅଗ୍ରୱାଲ ବାଣପୁର: ବହୁ ପ୍ରତିକ୍ଷିତ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଶେଷ ହୋଇଛି। ଏହାକୁ ନେଇ ବାଣପୁରବାସୀ ବହୁତ ଖୁସି। ମା’ ଭଗବତୀ ମନ୍ଦିରର ବିକାଶ ହେବ। ମନ୍ଦିର ନୂଆ ରୂପରେଖ ପାଇବ। ଦେଶରେ ଖ୍ୟାତି ବଢିବ, ଯାହାକି ପ୍ରତ୍ୟେକ ବାଣପୁରିଆଙ୍କ ପାଇଁ ଗର୍ବର ବିଷୟ ହେବ। କିନ୍ତୁ ଏ ମଧ୍ୟରେ କିଛିଟା ଅତି ସମ୍ବେଦନଶୀଳ ପ୍ରସଙ୍ଗ ଅଛି, ଯାହାକୁ ଏଡାଇ ଦିଆଯାଇ ନପାରେ। ସବୁଠାରୁ ବଡ଼ ପ୍ରସଙ୍ଗ ହେଲା ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରାସ୍ତା ପ୍ରଶସ୍ତିକରଣ। ଏଠାରେ ନାନା ମୁନିଙ୍କ ନାନା ମତ ପ୍ରକାଶ ପାଇଛି। ପ୍ରଥମତଃ ବାଣପୁରରେ ବସ ଷ୍ଟାଣ୍ଡ ନିର୍ମାଣ ଆଜିର ପ୍ରକଳ୍ପ ନୁହଁ। ଏହା ବହୁ ବର୍ଷ ପୁରୁଣା ପ୍ରକଳ୍ପ, ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ତେବେ ବସ ଷ୍ଟାଣ୍ଡ ନିର୍ମାଣ ସ୍ଥାନକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ। ରାଜନୈତିକ ଦଳର ନେତାମାନେ ଗୋଟିଏ ସ୍ଥାନ କହୁଥିବା ବେଳେ ସରକାରୀ…

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧିରେ ଧିରେ ଦୃବଳ ହେବାରେ ଲାଗିଛି। ଫଳରେ ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ଆଉ ହେବ ନାହିଁ ବୋଲି ଜଣାପଡିଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ, ଆଜି ସକାଳ ସମୟରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶଃ- ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି। ଆଗାମୀ ୨୪ଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଦିଲ୍ଲୀର ବିଭତ୍ସ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ରାଜନୀତି ଆରମ୍ଭ ହୋଇଛି। ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ବିରୋଧୀ ଦଳ ଉପରେ ଆକ୍ରମଣ କରୁଥିବାବେଳେ ଏହି ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ବୋଲି କହିଥିଲେ ଏବଂ ରାଜନୀତି କରିବାକୁ ଲୋକମାନେ ଏକ ଧର୍ମକୁ ଟାର୍ଗେଟ କରୁଛନ୍ତି ବୋଲି କହିଥିଲେ। ଆଚାର୍ଯ୍ୟ ପ୍ରମୋଦ ବର୍ତ୍ତମାନ ତାଙ୍କ ବିବୃତ୍ତିରେ ପାଲଟା ଆକ୍ରମଣ କରିଛନ୍ତି। ଅଶୋକ ଗେହଲୋଟଙ୍କୁ ଆଚାର୍ଯ୍ୟ ପ୍ରମୋଦ ଟାର୍ଗେଟ କରି ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ହତ୍ୟାକାଣ୍ଡକୁ ଅଶୋକ ଗେହଲୋଟ୍ ଜୀ ଏକ ସାଧାରଣ ଘଟଣା ବୋଲି ବର୍ଣ୍ଣନା କରିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଅମାନବୀୟ। ଏହା ସହିତ ଏଭଳି ବିବୃତ୍ତି ଅପରାଧୀମାନଙ୍କୁ ଉତ୍ସାହିତ କରିବ ଏବଂ ପ୍ରତ୍ୟେକ ପିତାମାତାଙ୍କ ହୃଦୟକୁ ଆଘାତ ଦେବ। ବାସ୍ତବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଗୁଜୁରାଟରେ ଗଣମାଧ୍ୟମକୁ ଏକ ବିବୃତ୍ତି ଦେଇ କହିଥିଲେ ଯେ, ଶ୍ରଦ୍ଧା ହତ୍ୟା ମାମଲା ଏକ ଦୁର୍ଘଟଣା।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ସକାଳ ୮ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୧୨ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।ଉକ୍ତ ଚଢାଉରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଜିଲ୍ଲା ମୋବାଇଲ ସବ…

Read More

ଭୁବନେଶ୍ୱର: ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପୁନଃ ପ୍ରସାରଣ ଆରମ୍ଭ ହୋଇଯାଇଛି। ଏଥିପାଇଁ ଅଡିସନ ଆରମ୍ଭ ହୋଇଯାଇଛି। ଅଡିସନ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ‘ଜୀ-ସାର୍ଥକ’ର ସୋସିଆଲ ମିଡ଼ିଆ ପେଜ ସହ ଯୋଡ଼ି ହେବା ପାଇଁ ଦିଦି ନମ୍ବର-୧ ଟିମ ପକ୍ଷରୁ ସୂଚନା ଦିଆଯାଇଛି। ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି। ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ମାଧ୍ୟମ ହୋଇଛି। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ଅବସରରେ ମତପ୍ରକାଶ ପାଇଛି। ଏଥିରେ ପୁରୁଣା ପେନସନ ପ୍ରଦାନ, ଏକ୍ସ କେଡର ଉଚ୍ଛେଦ, ୨୦୦୧ମସିହାରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ମୂଳ ଚାକିରୀ ଗଣନା ଓ ୬ଟି ଇନକ୍ରିମେଣ୍ଟ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୪୨୦୦ଗ୍ରେଡ ପେ ପ୍ରଦାନ ଆଦି ୫ ଦଫା ସମ୍ବଳିତ ଦାବି ରଖିଛି ସଂଘ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ ପାଞ୍ଚ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ନିଶ୍ଚିତ ହେବ। ସୁଚିସ୍ମିତା ଅର୍ଥ ହେରଫେର ମାମଲାରେ ଯେଉଁମାନେ ସଂଶ୍ଲିଷ୍ଟ ସେମାନଙ୍କୁ କଠୋର ଦଣ୍ଡ ଦେବାର ଆବଶ୍ୟକତା ରହିଛି। ଏହାର କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ ନିହାତି ଜରୁରୀ ହୋଇପଡିଛି। ମୁଖ୍ୟବକ୍ତା ଭାବେ ବରିଷ୍ଠ ସମ୍ବାଦିକ ସ୍ୱାଧୀନ ପାତ୍ର, ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ମେଦିନିପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶୀଲ ବିଶ୍ୱାଳ,…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ଆନ୍ତର୍ଜାତୀୟ ସୀମା (ଆଇବି) ରୁ ଦେଶରେ ଅନୁପ୍ରବେଶ ପାଇଁ ପୃଥକ ପୃଥକ ପ୍ରୟାସକୁ ବିଏସ୍ଏଫ୍ ଦ୍ୱାରା ବିଫଳ ହୋଇଛି। ବିଏସଏଫର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଘଟଣାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀୟ ଘଟଣାରେ ଅନ୍ୟ ଜଣେ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି। ମୁଖପାତ୍ରଙ୍କ ଅନୁଯାୟୀ ସୋମବାର ସକାଳେ ଜମ୍ମୁର ଆରନିୟା ସେକ୍ଟର ଏବଂ ସାମ୍ବା ଜିଲ୍ଲାର ରାମଗଡ ସେକ୍ଟରରେ ଯବାନମାନେ ଅନୁପ୍ରବେଶକାରୀଙ୍କ ପ୍ରୟାସକୁ ପଣ୍ଡ କରିଛନ୍ତି। ସେ କହିଛନ୍ତି ଯେ, ଆରନିୟା ସେକ୍ଟରର ସୀମା ବାଡ ଆଡକୁ ଆସୁଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଯବାନମାନେ ଅଟକିଯିବାକୁ କହିଥିଲେ। କିନ୍ତୁ ସେମାନେ ରାଜି ହୋଇନଥିଲେ। ଯାହାପରେ ବିଏସଏଫ ଯବାନମାନେ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ରାମଗଡ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାର ବାଡ ଅତିକ୍ରମ କରି ପହଞ୍ଚିବା ପରେ ଅନ୍ୟ ଜଣେ ଅନୁପ୍ରବେଶକାରୀଙ୍କୁ ଯବାନମାନେ ଗିରଫ କରିଛନ୍ତି।…

Read More

ଭୁବନେଶ୍ୱର: ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ 2ୟ ଅଡିଟ ସପ୍ତାହ ସଚିବାଳୟ କନଭେନସନ ସମ୍ମିଳନୀ କକ୍ଷଠାରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାର ଅନନ୍ତ କିଶୋର ବେହେରା ଯୋଗ ଦେଇଥିଲେ। ପ୍ରାରମ୍ଭରେ ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ ଓ ବେହେରା ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ ତାଙ୍କ ସ୍ୱାଗତ ଭାଷଣରେ ବର୍ତ୍ତମାନ ପରିସ୍ଥିରେ ଅଡିଟ ପରିସର ଅତି ବ୍ୟାପକ ହୋଇଛି। ଅନଲାଇନ କାରବାର ଓ କମ୍ପୁଟର ରାଇଜେସନ ଫଳରେ ପାରମ୍ପରିକ ଅଡିଟ ବଦଳରେ ବିଭିନ୍ନ ଆଧୁନିକ ପଦ୍ଧତିକୁ ଅଡିଟରେ ପ୍ରୟୋଗ କରାଯିବା ଫଳରେ ଖୁବ ଶୀଘ୍ର ଅଡିଟ ହେବାସହ ବିଭିନ୍ନ ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟିକୁ ଅଣାଯାଇ ପାରୁଛି ବୋଲି କହିଥିଲଷ…

Read More

ନୂଆଦିଲ୍ଲୀ: ରେଳବାଇ ଭର୍ତ୍ତି ସେଲ୍ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯାହା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ବମ୍ପର ପଦବୀରେ ନିଯୁକ୍ତି କରାଯିବ। ଏହି ନିଯୁକ୍ତି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ iroams.com ପରିଦର୍ଶନ କରି ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ଅଭିଯାନ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ରେଳବାଇରେ ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୨୫୨୧ ଜଣଙ୍କୁ ନିଯୁକ୍ତ କରାଯିବ। କାର୍ପେଣ୍ଟର, କମ୍ପ୍ୟୁଟର ଅପରେଟର ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ, ଡ୍ରାଫ୍ଟମ୍ୟାନ୍ (ସିଭିଲ୍), ଇଲେକ୍ଟ୍ରିକାଲ୍, ଫିଟର୍, ପେଣ୍ଟର, ପ୍ଲମ୍ବର, ବ୍ଲାକ୍ ସ୍ମିଥ୍, ୱେଲଡର୍ ଇତ୍ୟାଦି ପଦ ପାଇଁ ଏହି ନିଯୁକ୍ତି କରାଯିବ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଅତିକମରେ ୫୫ ପ୍ରତିଶତ ମାର୍କ ଥିବା କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିବା ଉଚିତ୍। ଏକ ଜାତୀୟ ବାଣିଜ୍ୟ ପ୍ରମାଣପତ୍ର ମଧ୍ୟ…

Read More

ନୂଆଦିଲ୍ଲୀ: ଉପଭୋକ୍ତା ବ୍ୟାପାର ବିଭାଗ ଇ-କମର୍ସରେ ଜାଲଆତି ଓ ଭ୍ରମାତ୍ମକ ସମୀକ୍ଷାରୁ ଗ୍ରାହକମାନଙ୍କ ହିତକୁ ସୁରକ୍ଷା ଏବଂ ସଂରକ୍ଷଣ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରୂପରେଖର ଆଜି ଶୁଭାରମ୍ଭ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ଶ୍ରୀ ରୋହିତ କୁମାର ସିଂ ନିଜର ବିଭାଗ ଏବଂ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ର ବରିଷ୍ଠ ଅଧିକାରୀମାନଙ୍କ ସହିତ ଭାରତୀୟ ମାନକ (ଆଇଏସ୍) ୧୯୦୦୦:୨୦୨୨ ‘ଅନଲାଇନ୍ ଗ୍ରାହକ ସମୀକ୍ଷା – ତାଙ୍କର ସଂଗ୍ରହ, ମଡରେସନ ତଥା ପ୍ରକାଶ ପାଇଁ ସିଦ୍ଧାନ୍ତ ଏବଂ ଆବଶ୍ୟକତାର ରୂପରେଖର ଶୁଭାରମ୍ଭ କରିଛନ୍ତି। ଏହି ମାନକ ସମସ୍ତ ଅନଲାଇନ୍ ପ୍ଲାଟଫର୍ମରେ ଲାଗୁ ହେବ, ଯେଉଁଠାରେ ଗ୍ରାହକ ସମୀକ୍ଷା ପ୍ରକାଶିତ କରାଯାଇଥାଏ। ମାନକ ପ୍ରାରମ୍ଭରେ ସମସ୍ତ ଇ-କମର୍ସ ପ୍ଲାଟଫର୍ମ ଦ୍ବାରା ଅନୁପାଳନ ପାଇଁ ସ୍ବେଚ୍ଛାଭିତ୍ତିକ ହେବ। ଏହି ପଦକ୍ଷେପର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ବିଆଇଏସ୍ ୧୫ ଦିନ ମଧ୍ୟରେ ମାନକ ପାଇଁ ଏକ ଅନୁରୂପତା ମୂଲ୍ୟାଙ୍କନ ଯୋଜନା ମଧ୍ୟ…

Read More

ନୂଆଦିଲ୍ଲୀ: ଆସନ୍ତାକାଲି ବୁଧବାର ଦିନ ପଶ୍ଚିମ ବଂଗର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ସି.ଭି ଆନନ୍ଦ ବୋଷ। ତାଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଂଗର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ସେ କୋଲକାତାରେ ପଶ୍ଚିମବଂଗର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ। ଅବସରପ୍ରାପ୍ତ ଆଇଏଏସ ଅଫିସର ଡ. ସି.ଭି ଆନନ୍ଦ ବୋଷ ବର୍ତ୍ତମାନ ମେଘାଳୟ ସରକାରଙ୍କ ଉପଦେଷ୍ଠା ଅଛନ୍ତି। କେରଳରେ ଜନ୍ମିତ ବୋଷ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ପଶ୍ଚିମ ବଂଗର ରାଜ୍ୟପାଳ ଥିବା ଜଗଦୀପ ଧାନକର ଉପରାଷ୍ଟ୍ରପତି ହେବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ମଣିପୁର ରାଜ୍ୟପାଳ ଲା ଗଣେଶନଙ୍କୁ ପଶ୍ଚିମବଂଗ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି -୨୦ ମ୍ୟାଚ୍ ଆଜି ନାପିଆରରେ ଖେଳାଯିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ କୁ ବର୍ଷା ପ୍ରଭାବିତ କରିଥିଲା ​​ଏବଂ ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ, ତୃତୀୟ ମ୍ୟାଚ୍ ରେ ପାଗ କିପରି ରହିବ। ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚ୍ ରେ ମଧ୍ୟ ବର୍ଷା କିଛି ସମୟ ପାଇଁ ଖେଳକୁ ବନ୍ଦ କରିଦେଇଥିଲା। ତେବେ ନାପିଆରର ପାଣିପାଗ କିପରି ଏବଂ ସମଗ୍ର ମ୍ୟାଚ୍ ସମୟରେ ଏହା କିପରି ରହିବ, ଆସନ୍ତୁ ଜାଣିବା…. ଏହି ସମୟରେ ନାପିଆରରେ ଖରା ଏବଂ ପାଗ ଭଲ ରହିବ। ସନ୍ଧ୍ୟା ହେବା ବେଳକୁ ମେଘ ଆଚ୍ଛାଦନ କରିବ, କିନ୍ତୁ ବର୍ଷା ହେବାର ଆଶଙ୍କା ନାହିଁ। ସିରିଜ୍ ନିର୍ଣ୍ଣୟ ହେବା ପାଇଁ ଏଭଳି ପାଣିପାଗ ଆବଶ୍ୟକ ଏବଂ ଯଦି ପାଗ ଏହିପରି ରହିଥାଏ ତେବେ ପ୍ରଶଂସକମାନେ ଏକ ଭଲ ମ୍ୟାଚ୍…

Read More