Author: Samikhsya Bureau

ନୂଆଦିଲ୍ଲୀ: ISRO ଏବଂ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ସ୍କାଇରୁଟ୍ ବେସରକାରୀ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଦେଶର ପ୍ରଥମ ଘରୋଇ କ୍ଷେତ୍ରରେ ମିଶନ ସଫଳତାର ସହ ଉତକ୍ଷେପଣ ହୋଇଛି। ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ନିର୍ମିତ ବିକ୍ରମ ଏସ୍ ରକେଟ୍ ଦ୍ୱାରା ଏହି ମିଶନ୍ ଉତକ୍ଷେପଣ କରାଯାଇଛି। ଏହି ମିଶନରେ ତିନୋଟି ପେଲୋଡ୍ ଥିଲା ଏବଂ ଏହା ସବ ଅର୍ବିଟାଲ ମିଶନ ଥିଲା। ଅର୍ଥାତ୍ ଭୂପୃଷ୍ଠରୁ ୧୦୧ କିଲୋମିଟର ଦୂରରେ ପହଞ୍ଚିବା ପରେ ମିଶନ ସମୁଦ୍ରରେ ପଡିଥିଲା। ସମଗ୍ର ମିଶନର ଅବଧି ମାତ୍ର ୩୦୦ ସେକେଣ୍ଡ ଥିଲା।

Read More

ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତ୍ରୀ ଦଲଜିତ୍ କୌରଙ୍କ ଗୁରୁବାର ଦିନ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଦେହାନ୍ତ ହୋଇଛି। ସେ ଅନେକ ସୁପରହିଟ୍ ପଞ୍ଜାବୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଇଛି। ଦଲଜିତ କୌର ସକାଳେ ତାଙ୍କ ସମ୍ପର୍କୀୟଙ୍କ ଘରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକାଙ୍କ ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ୬୯ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିବା ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌର ଗୁରୁତର ରୋଗରେ ପୀଡିତ ଥିଲେ। ତାଙ୍କ ସମ୍ପର୍କୀୟ ହରିନ୍ଦର ସିଂ ଖଙ୍ଗୁରାଙ୍କ ଅନୁଯାୟୀ କୌର ଗତ ତିନି ବର୍ଷ ଧରି ମସ୍ତିଷ୍କ ଟ୍ୟୁମରରେ ପୀଡିତ ଥିଲେ ଏବଂ ଗତ ଏକ ବର୍ଷ କୋମାରେ ଥିଲେ। ଅଭିନୟ ଜଗତ ବ୍ୟତୀତ ଦଲଜିତ୍ କବାଡି ଏବଂ ହକିର ଜଣେ ଖେଳାଳି ମଧ୍ୟ ଥିଲେ।

Read More

ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବର ମହାନଗର ନିଗମ ଆଣୁଛି ପୋଷା କୁକୁରଙ୍କ ପାଇଁ ନୂଆ ନିୟମ। ଏଥିରେ ଯେଉଁମାନେ ଘରେ ପୋଷା କୁକୁର ରଖିବେ ସେମାନେ ବିଏମସିରେ ପଂଜୀକରଣ କରିବାକୁ ବାଧ୍ୟ। ଏଥିରେ କୁକର ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଲିପିବଦ୍ଧ ହୋଇ ରହିବ। ଦିନକୁ ଦିନ ପୋଷା କୁକୁରକୁ ନେଇ ରାସ୍ତାରେ ସାଧାରଣ ଯାତ୍ରା ତଥା ସେହି କମ୍ୟୁନିଟର ଲୋକେ ହଇରାଣ ହେବାରେ ଲାଗିଛନ୍ତି। କୁକୁରକୁ ରାସ୍ତାରେ ଝାଡା ପରିଶ୍ରା କରାଇବା, ସାଧାରଣ ସ୍ଥାନରେ ବୁଲାଇବା ଦ୍ବାରା ଲୋକଙ୍କର ଅସୁବିଧା ହେଉଛି। ଏହିପରି କୁକୁରକୁ ନେଇ ଇନଫୋସିଟି ଥାନା ଅଞ୍ଚଳରେ ମାଡପିଟି ପରି ଅବସ୍ଥା ସୃଷ୍ଟି ହୋଇଛି। ସେହିପରି ନୂଆଦିଲ୍ଲୀ ନିକଟସ୍ଥ ନୋଏଡାରେ ମଧ୍ୟ ଏକ ଆପାର୍ଟମେଣ଼୍ଟରେ ରହିଥିବା କୁକୁର କାମୁଡାରେ ସିକ୍ୟୁରିଟ ଗାର୍ଡ ଆହତ ହୋଇଛି। ଏହି ମାମଲା ଥାନାକୁ ଯିବା ପରେ ନୋଇଡା କର୍ତ୍ତୁପକ୍ଷ କୁକୁର ମାଲିକଙ୍କୁ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି। ଏ ସବୁକୁ ଦୃଷ୍ଟିରେ…

Read More

ଭୁବନେଶ୍ବର: ଆଜି ତହସିଲର ସେକ୍ସନ ଅଫିସରଙ୍କୁ ଧରିଛି ଭିଜିଲାନ୍ସ। ସେ ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନସ ତାଙ୍କୁ ମାଡି ବସିଥିଲେ। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଶ୍ରୀଯୁକ୍ତ ଯୁଗୋଳ କିଶୋର ରାଉତ। ସୂଚନା ଅନୁସାରେ ଶ୍ରୀଯୁକ୍ତ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ଜମିଜମା କାଗଜ ଠିକ କରିଦେବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଅଭିଯୋଗକାରୀଙ୍କ ରଂଗବୋଳା ଟଙ୍କା ପ୍ରଦାନ କରାଯାଇଥିଲା। ସେ ଅଧିକାରୀଙ୍କୁ ଟଙ୍କା ଦେବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚାଲିଥିବାର ଜଣାପଡିଛି।

Read More

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଚାଲିଛି ଶୀତର ଲହରୀ। ଗତି କିଛି ଦିନ ଧରି ରାଜ୍ୟର ତାପମାତ୍ର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାଜ୍ୟର ୬ ସହରର ତାପମାତ୍ର ୧୧ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି ସେଗୁଡିକ ହେଲା.. ୧-ଶିମିଳିଗୁଡା(କୋରାପୁଟ) : ୭.୯ ଡ଼ିଗ୍ରୀ ୨-ଜି.ଉଦୟଗିରି (କନ୍ଧମାଳ): ୮.୬ ଡ଼ିଗ୍ରୀ ୩-ଦାରିଙ୍ଗବାଡି (କନ୍ଧମାଳ): ୧୧.୫ଡ଼ିଗ୍ରୀ ୪- କୋରାପୁଟ: ୧୦.୫ ଡ଼ିଗ୍ରୀ ୫-ଫୁଲବାଣୀ (କନ୍ଧମାଳ) : ୧୦.୫ ଡ଼ିଗ୍ରୀ  ୬- ଭବାନୀପାଟଣା (କଳାହାଣ୍ଡି): ୧୧.୮ ଡ଼ିଗ୍ରୀ

Read More

Padampur Byelection: ଧାମନଗରରେ ପରାଜୟ ପରେ ବର୍ତ୍ତମାନ ବିଜେଡି ଆଗ ଅପେକ୍ଷା ବେଶ ସକ୍ରିୟ ହୋଇପଡିଛି। ଏଥର ପଦ୍ମପୁର ଆସନଟି ଯେପରି ପୁଣି ଥରେ ଦଳର ଖାତାକୁ କିପରି ଆସିବ ସେ ନେଇ ନିର୍ବାଚନ ମଣ୍ଡଳି ସାରା ଜାଲ ବିଛାଇ ଦେଇଛି ବିଜେଡି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବହୁ ଭୋଟରେ ଜିତିବା ଲକ୍ଷ ରଖିଛି ବିଜେଡି। ସେଥିପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତୃତ୍ବରେ ପଦ୍ମପୁର ପ୍ରଚାରର ପୁରା ଡାଜାଇନିଂ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ପ୍ରଚାର ପରିଚାଳନା ଦାୟିତ୍ୱରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଥିବାବେଳେ ଅନ୍ୟ ତୁଙ୍ଗ ନେତାମାନେ ବିଭିନ୍ନ ଜୋନ୍ ଦାୟତ୍ୱରେ ଅଛନ୍ତି । ପଦ୍ମପୁର ବ୍ଲକ: ବର୍ତ୍ତମାନ ପଦ୍ମପୁର ବ୍ଲକ୍ ଅଧୀନରେ ରହିଛି ମୋଟ୍ ୩ଟି…

Read More

ଜୀବନଶୈଳୀ: ଖରାପ ଏବଂ ଭୁଲ ଅଭ୍ୟାସ ବ୍ୟକ୍ତିର ସକରାତ୍ମକ ଶକ୍ତି ନଷ୍ଟ କରିଥାଏ। ସଫଳତାର ପଥ ହାସଲ କରିବାକୁ, ଏହି ଅଭ୍ୟାସଗୁଡ଼ିକ ବେଳେବେଳେ ବିପଜ୍ଜନକ ବୋଲି ପ୍ରମାଣିତ ହୁଏ। ଯଦି ଆପଣଙ୍କର ମଧ୍ୟ ଏହି ଖରାପ ଅଭ୍ୟାସ ଅଛି, ତେବେ ଏହାକୁ ଆଜି ନିଜେ ଛାଡିଦିଅନ୍ତୁ। ସମସ୍ତ ଚେଷ୍ଟା କରିବା ସତ୍ତ୍ୱେ ବିଫଳତା ହାତରେ ଲାଗିଥାଏ। କାରଣ ଏହି ଅଭ୍ୟାସଗୁଡ଼ିକ କେବଳ ସଫଳତାରେ ବାଧା ସୃଷ୍ଟି କରିଥାଏ। କେବଳ ଏତିକି ନୁହେଁ, ଏହି ଅଭ୍ୟାସ ହେତୁ ଆପଣଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତ ବିପଦରେ ପଡିପାରେ। ଯଦି ଆପଣ ସଫଳତାର ଚାବି ହାସଲ କରିଛନ୍ତି, ତେବେ ଜୀବନରେ ସଫଳତାର ସମସ୍ତ ବନ୍ଦ ଏବଂ କଠିନ ରାସ୍ତା ଆପେ ଆପେ ଖୋଲିବ। ଏପରିକି ଶ୍ରୀମଦ୍ ଭାଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହିଛନ୍ତି ଯେ, ଜଣେ ବ୍ୟକ୍ତି ନିଜର ଖରାପ ଅଭ୍ୟାସ ଦ୍ୱାରା ପରାସ୍ତ ହୁଏ। ସେଥିପାଇଁ ଏହାକୁ ପରିତ୍ୟାଗ କରାଯିବା ଉଚିତ୍। ସଫଳତା…

Read More

ନୂଆଦିଲ୍ଲୀ: ସିଓପି ୨୭ ସମ୍ମିଳନୀ ଅବସରରେ ୟୁଏନ୍‌ଏଫ୍‌ସିସିସି ପାଭିଲିୟନରେ କ୍ଷୁଦ୍ର ଦ୍ୱୀପାଞ୍ଚଳ ବିକାଶଶୀଳ ରାଷ୍ଟ୍ର (ଏସ୍‌ଆଇଡିଏସ୍‌)ରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଢାଞ୍ଚାକୁ ତ୍ୱରାନ୍ୱିତ କରିବା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ, ମରିସସ୍ ସରକାରଙ୍କର ପରିବେଶ, କଠିନ ବର୍ଜ୍ୟବସ୍ତୁ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କବିଦାସ ରମାନୋ, ଜାମାଇକା ସରକାରଙ୍କ ଆର୍ଥିକ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ସୃଷ୍ଟି ମନ୍ତ୍ରଣାଳୟର ସିନେଟର ମେଥ୍ୟୁ ସମୁଦା ଏବଂ ଏଓଏସ୍‌ଆଇଏସ୍ ଏବଂ ଫିଜିର ପ୍ରତିନିଧିମାନେ ଏହି ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ। ଏହି ଅଧିବେଶନର କାର୍ଯ୍ୟସୂଚୀ ଥିଲା ଆଇଆରଆଇଏସ୍ ଦୃଷ୍ଟିକୋଣକୁ ଉପସ୍ଥାପନ କରିବା ଏବଂ ପ୍ରଥମ ‘ପ୍ରସ୍ତାବ ପାଇଁ ଆହ୍ୱାନ’ ସମ୍ପର୍କରେ ଘୋଷଣା କରିବା। ଏହି ଅଧିବେଶନରେ ଆଇଆରଆଇଏସ୍ ଦୃଷ୍ଟିକୋଣ ୨୦୨୨ – ୨୦୩୦ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥିଲା ଏବଂ ମୁଖ୍ୟ ସକ୍ଷମ କାରକ ଗୁଡିକ ଉପରେ ଆଲୋକପାତ କରାଯାଇଥିଲା,…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି। ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ ଯଦି…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ବଂଗର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି। ସେ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଫିସର ଡ. ସି.ଭି ଆନନ୍ଦ ବୋଷ। ସେ ବର୍ତ୍ତମାନ ମେଘାଳୟ ସରକାରଙ୍କ ଉପଦେଷ୍ଠା ଅଛନ୍ତି। କେରଳରେ ଜନ୍ମିତ ବୋଷ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ପଶ୍ଚିମ ବଂଗର ରାଜ୍ୟପାଳ ଥିବା ଜଗଦୀପ ଧାନକର ଉପରାଷ୍ଟ୍ରପତି ହେବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ମଣିପୁର ରାଜ୍ୟପାଳ ଲା ଗଣେଶନଙ୍କୁ ପଶ୍ଚିମବଂଗ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମୋବାଇଲ ମନା। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ର ଦୁଇ ଦିନ ତଳେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅଧ୍ୟକ୍ଷଙ୍କୁ ଏ ବିଷୟରେ ପଚାରିବାରୁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।  ଆଜି ଏ ନେଇ ମହାବିଦ୍ୟାଳୟର ବହୁ ଯୁକ୍ତ ଦୁଇ ଛାତ୍ରମାନେ ଉକ୍ତ ନିଷ୍ପତ୍ତିକୁ ବିରୋଧ କରିବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଅଧ୍ୟକ୍ଷଙ୍କୁ ଭେଟି ନିଷ୍ପତ୍ତି ବଦଳାଇବା ପାଇଁ ଦାବି କରିଛନ୍ତି। ତେବେ ଉକ୍ତ ଘଟଣାକୁ ନେଇ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ମହାବିଦ୍ୟାଳୟ ପରିସରରେ ଜନୈକ ଯୁକ୍ତ ଦୁଇ ଛାତ୍ର ଏକ ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ଅନୁରୋଧ କରୁଥିବାର ଦେଖାଯାଇଛି। ଛାତ୍ରଙ୍କ କହିବା କଥା…

Read More

ଭୁବନେଶ୍ବର: ଆଜି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକରଣ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକାରଣ କମିଟିରେ ନବ ନିଯୁକ୍ତ ସଦ୍ୟସ ମାନଙ୍କୁ ନେଇ ପ୍ରଥମ ବୈଠକରେ ସାମିଲ ହୋଇଥିବା ଶ୍ରୀ ଉମେଶ ଖଣ୍ଡେଲୱାଲ ଏବଂ ଶ୍ରୀ ଯୁଗଂଶୁ ଶେଖର ପଣ୍ଡା ଙକର ପରିଚୟ ଏବଂ ସ୍ୱାଗତ କରାଯାଇଥିଲା। ଏହି ବୈଠକ ରେ ଅଧ୍ୟକ୍ଷା  କିଛି ପ୍ରସ୍ତାବ ଉପସ୍ଥାପନ କରିଥିଲେ ମୁଖ୍ୟତଃ କିଭଳି ଭାବରେ ବିମାନ ବନ୍ଦରର ବିକାଶ ହୋଇ ପାରିବ, ଯାତ୍ରୀମାନେ କିଭଳି ଭାବରେ ସନ୍ତୋଷଲାଭ କରିପାରିବେ, ବିମାନ ବନ୍ଦରର ସୌନ୍ଦର୍ଯ୍ୟ କରଣ, କିଭଳି ଯାତ୍ରୀମାନେ ସୁରକ୍ଷା ପାଇପାରିବେ ଏବଂ କିପରି ଭାବରେ ବିଶ୍ଵସ୍ତରୀୟ ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ। ଶ୍ରୀ ଖଣ୍ଡେଲୱାଲ ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ସେ ଅଧ୍ୟକ୍ଷା ଏବଂ ଏୟାରପୋର୍ଟ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ “Say no to child marriage” ର ବିଶେଷ ବାର୍ତ୍ତା ର ପ୍ଲାକାର୍ଡ ଶୁଭ ଉଦଘାଟନ କଲେ। ଜିଲ୍ଲାରେ ୧୮ ବର୍ଷରୁ କମ୍ ଝିଅ ମାନଂକ ବିବାହକୁ ରୋକିବା ତଥା ଜଣେ ଝିଅର ସ୍ବାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଓ ଉନ୍ନତି ଉପରେ ଏହାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଏହି ଅଭିଯାନର ସଫଳତା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା। ଜାତୀୟ ପରିବାର ଓ ସ୍ଵାସ୍ଥ୍ୟ ବିଭାଗ ସର୍ଭେ ଅନୁଯାୟୀ ଆମ ଜିଲ୍ଲାରେ ୧୬.୩ ପ୍ରତିଶତ ମହିଳା ୧୮ ବର୍ଷ ପୂର୍ବରୁ ବାହା ହୋଇଯାଉଛନ୍ତି ଏବଂ ସେଥିପାଇଁ ମମତା ଯୋଜନାରେ ବଞ୍ଚିତ ବା ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଗତକାଲି ୧୬.୧୧.୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଗୋଟିଏ ପୋଷ୍ୟ ସନ୍ତାନ ସଚେତନତା ରଥ ର ଶୁଭାରମ୍ଭ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କରାଯାଇ ଥିଲା। ଏହି ରଥ ଜିଲ୍ଲା ସାରା ବୁଲି ଲୋକ ମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରିବ। ଏହି ରଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରୁ ଶୁଭାରମ୍ଭ କରା ଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ,କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉଦ୍ ଘାଟନ ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ରାଜେଶ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଶାନ୍ତ ବୋଇଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ, ରାଜ ଲକ୍ଷ୍ମୀ ଦାସ ଓ ବାଲ ଗୋପାଲ ସେବା ନିକେତନର ସମ୍ପାଦକ ହେମନ୍ତ ମୁଣ୍ଡ ଉପସ୍ଥିତ ଥିଲେ। ଉତ୍ସବରେ ବାଲ ଗୋପାଲ ସେବା ନିକେତନର…

Read More

ମୁମ୍ବାଇ: ଜାପାନୀ ଲେଖକ ହାରୁକି ମୁରାକାମି କହିଛନ୍ତି ଯେ, “ଯଦି ଆପଣ କେବଳ ସେହି ବହି ଗୁଡିକ ପଢ଼ୁଛନ୍ତି, ଯାହା ଅନ୍ୟ ସମସ୍ତେ ପଢ଼ୁଛନ୍ତି, ଆପଣ କେବଳ ତାହା ଚିନ୍ତା କରି ପାରିବେ, ଯାହା ଅନ୍ୟମାନେ ଚିନ୍ତା କରୁଛନ୍ତି।” ଯେହେତୁ ଏବେ ଆମେ ଆଇଏଫ୍‌ଏଫ୍‌ଆଇ ଭଳି ଫିଲ୍ମ ଉତ୍ସବ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛୁ, ବୋଧହୁଏ ଏହା ହେଉଛି ସେହି ସମୟ, ଯେତେବେଳେ ଆମେ ନିଜକୁ କହୁଛୁ, କେବଳ ସେହି ଚଳଚ୍ଚିତ୍ର ଦେଖିବା ପାଇଁ ଯାହାକୁ ଅନ୍ୟମାନେ ଦେଖୁଛନ୍ତି, ତେବେ ଆମେ କେବଳ ତାହା ଭାବି ପାରିବା, ସେଭଳି ବଂଚିବା ଏବଂ ଅନୁଭବ କରିପାରିବା ଯାହା ଅନ୍ୟ ସମସ୍ତେ ଅନୁଭବ କରନ୍ତି? ଆଜ୍ଞା ହଁ, ଆମେ ବିଶ୍ୱାସ କରିଥାଉ ଅନେକ ବୈଶିଷ୍ଟ୍ୟ ଗୁଡିକ ମଧ୍ୟରୁ ଗୋଟିଏ ଯାହା ଚଳଚ୍ଚିତ୍ର ମହୋତ୍ସବକୁ ସ୍ୱତନ୍ତ୍ର କରିଥାଏ, ତାହା ହେଉଛି ସେମାନଙ୍କ ଦ୍ୱାରା ଉପସ୍ଥାପନ କରା ଯାଉଥିବା କଳାତ୍ମକ ଉତ୍କର୍ଷତାର ଚମତ୍କାର ସଂଗ୍ରହ। ବର୍ତ୍ତମାନର ଏହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍‌ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯, ୨୦୨୨ ଦିନ ଅରୁଣାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢେ ନଅଟାବେଳେ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଡୋନୟୀ ପୋଲୋ ବିମାନବନ୍ଦର ଉଦ୍‌ଘାଟନ କରିବା ସହ ୬୦୦ ମେଗାୱାଟ ଶକ୍ତି ସମ୍ପନ୍ନ କାମେଙ୍ଗ ଜଳ ବିଦ୍ୟୁତ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ସେ ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚି ପ୍ରାୟ ଅପରାହ୍ନ ୨ଟାବେଳେ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିବେ । -ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ-…

Read More

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୩୧୧୫ ତା. ୧୭.୧୦.୨୦୨୨ ରିଖ ଅନୁଯାୟୀ ଶିକ୍ଷଣ ପରିପୂରଣ କାଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାଯ୍ୟକ୍ରମ ଚଳିତ ମାସ ୧୧ ତାରିଖଠାରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛି। ଏହି କାଯ୍ୟକ୍ରମ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ୫୦ଟି କାର୍ଯ୍ୟ ଦିବସ ସମ୍ବଳିତ ଏହି କାର୍ଯ୍ୟକ୍ରମରେ ଗଣିତ, ଇଂରାଜୀ, ବିଜ୍ଞାନ ଏବଂ ଓଡିଆ (କେବଳ ତୃତୀୟ ଶ୍ରେଣୀ ପାଇଁ) ବିଷୟର ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏଥି ନିମନ୍ତେ ଦିବସ ଅନୁଯାୟୀ କାର୍ଯ୍ୟସୂଚୀ ଶିକ୍ଷକମାନଙ୍କୁ ତାଲିମ ପଦାନ କରାଯାଇଛି । ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକ ମାନ ନିର୍ଦ୍ଧାରଣ ((Baseline Assessment)) କରାଯାଇଛି । ଏହା ଏକ ସମୟଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଶତପ୍ରତିଶତ ଉପସ୍ଥାନ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା । ୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି…

Read More

ନୂଆଦିଲ୍ଲୀ: ଗତକାଲି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଯାଇଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ। ଓଡିଆ ଭାଷା ଓ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା ଭାବରେ ତାଙ୍କର ଖ୍ୟାତି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ l ତାଙ୍କ ବନ୍ଧୁବର୍ଗ ଏବଂ ପରିବାର ପ୍ରତି ଗଭୀର ସମବେଦନା। ଓମ୍ ଶାନ୍ତି: ପ୍ରଧାନମନ୍ତ୍ରୀ

Read More

ଭୁବନେଶ୍ୱର : ଫସଲ ବୀମା ନେଇ ଆସନ୍ତାକାଲିଠାରୁ ବିଧାନସଭା ସମ୍ମୁଖରେ ବିଜେପି ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟର ଚାଷୀଙ୍କୁ ପ୍ରୋତ୍ସହନ ଦିଅନ୍ତି ନାହିଁ। ଏହା ବିରୋଧରେ ବିଜେପି ସତ୍ୟାଗ୍ରହ କରିବ। ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକି୍ସପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Read More