ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
Author: Samikhsya Bureau
ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅୂପୂର୍ବ ଚନ୍ଦ୍ର ବୁଧବାର ଦିନ କହିଛନ୍ତି ଯେ, ଭାରତରେ ୧୨୦ କୋଟି ମୋବାଇଲ ଫୋନ ବ୍ୟବହାରକାରୀ ଏବଂ ୬୦କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ରହିଛନ୍ତି। ଇଣ୍ଟରନେଟ ଡାଟା ଦର କମ ଥିବା କାରଣରୁ ଉପଭୋକ୍ତା ବା ୟୁଜରମାନେ ମୋବାଇଲ ଫୋନ ଡିଭାଇସ ମାଧ୍ୟମରେ ଅଧିକ ପରିମାଣରେ ସୂଚନା ଏବଂ ମନୋରଞ୍ଜନ ସେବା ଉପଭୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ କାରଣରୁ ଭାରତରେ ଲୋକଙ୍କ ନିକଟରେ ଅଧିକ ଦ୍ରୁତ ଗତିରେ ଏବଂ ଗଭୀର ଭାବେ ସୂଚନା ପହଞ୍ଚି ପାରୁଛି। ଏହାର ପ୍ରଭାବ ଏପରିକି ପ୍ରାକୃତିକ ଦୁର୍ବିପାକରେ ଜୀବନହାନିକୁ ହ୍ରାସ କରିପାରିଛି। ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ଆବୁଧାବି ଠାରେ ଆୟୋଜିତ ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସକୁ ସମ୍ବୋଧିତ କରି ସଚିବ ଶ୍ରୀ ଚନ୍ଦ୍ର ଏହା କହିଛନ୍ତି। ପ୍ରଥମ ବିଶ୍ବ ଗଣମାଧ୍ୟମ କଂଗ୍ରେସ ଆୟୋଜନ କରୁଥିବା କାରଣରୁ ସଚିବ ଶ୍ରୀ ଚନ୍ଦ୍ର ସଂଯୁକ୍ତ ଆରବ ଅମୀରତନ୍ତ୍ର ସରକାରଙ୍କୁ…
ନୂଆଦିଲ୍ଲୀ: ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ର ଠାରେ ବୁଧବାର ଦିନ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ‘‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମାରୋହରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘‘ସାମ୍ବାଦିକତା ଆଚାର ମାପଦଣ୍ଡ ୨୦୨୨’କୁ ଉନ୍ମୋଚନ କରିଥିଲେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସମାରୋହରେ ଯୋଗ ଦେଇଥିବା ଅତିଥି ମାନେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ ଗୁରୁତ୍ବପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ। ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମର ମାନକୁ ସୁରକ୍ଷିତ ରଖିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ। ଉଦଘାଟନୀ ଅଧିବେଶନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ବର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଦ୍ବାରା ସ୍ଥାନିୟ ରତ୍ନମାଳୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚତୁର୍ଥ ସ୍ତମ୍ବ ଭାବେ ପରିଚିତ ଗଣମାଧ୍ୟମର ପ୍ରତିନିଧି ମାନେ ଖବର ପ୍ରସାରଣ ସମୟରେ ନିରପେକ୍ଷତା ଅବଲମ୍ବନ କରିବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ, ସାମ୍ବାଦିକ ମାନଙ୍କର ବିମା କରି ରାଜ୍ୟର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ତତକାଳୀନ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜଙ୍କୁ ଭୂୟସି ପ୍ରଶଂସା କରାଯାଇଥିବା,ତଥା ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ତଥା ହତ୍ୟା କରାଯାଉଥିବାରୁ କଡା ସମାଲୋଚନା କରାଯାଇଥିଲା। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଭାପତି ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ମୂଖ୍ୟଅତିଥୀ, ଟାଙ୍ଗୀ ବିଡିଓ ଏୈଶ୍ବର୍ଯ୍ୟା ସାମନ୍ତରାୟ, ଟାଂଗୀ ଆଇଆଇସି ଦିଗବିଜୟ ବିଶ୍ବାଳ, ଆତ୍ମା ସଭାପତି ସୁକାନ୍ତ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ଚିଆଙ୍କ ସାହି ଅଞ୍ଚଳର ଦୁର୍ଗା ଚରଣ ଦାସଙ୍କ ସାନ ପୁଅ ରମାକାନ୍ତ ଦାସ (୪୫) ଖଲ୍ଲିକୋଟ ଠାରୁ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ନାଭାଲ ଫାଣ୍ଡି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକଟି ତାଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେବା ଦ୍ୱାରା ଭାର ସାମ୍ୟ ହରାଇ ରମାକାନ୍ତ ଟ୍ରକ ଚକା ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ…
ଭୁବନେଶ୍ୱର: ଆଜି କେରଳ ବିଧାନସଭାର ସରକାରୀ ଭାଷା ସଂପର୍କିତ କମିଟି ଓଡ଼ିଶା ବିଧାନସଭା ପରିଦର୍ଶନ କରି ଓଡ଼ିଶା ବିଧାନସଭା ଏବଂ ସରକାରୀ ସ୍ତରରେ ମାତୃଭାଷାର ବ୍ୟବହାର ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆୟୋଜିତ ଏକ ବୈଠକରେ କେରଳ ବିଧାନସଭାର ଏହି ୫ ଜଣିଆ ସଦସ୍ୟ ମଣ୍ଡଳୀଙ୍କୁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସୂଚନା ପ୍ରଦାନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ହିମାଂଶୁ ଭୂଷଣ ପଣ୍ଡା ଏ ସଂପର୍କିତ ସରକାରୀ ନିର୍ଦ୍ଦେଶାବଳୀ ସଂପର୍କରେ ଆଲୋକପାତ କରିଥିଲେ । ସେହିଭଳି କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ମାଲାୟାଲମ୍ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ସୂଚନା ଦେଇଥିଲେ । ପରେ ସଦସ୍ୟ…
ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଦର୍ଶନୀ ଉଦଘାଟନ ଓ ଏହାକୁ ପରିଦର୍ଶନ କରି ପ୍ରମୁଖ ଶାସନ ଶ୍ରୀ ସିଂ କହିଲେ ଯେ, ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିରଳ ସମ୍ବାଦପତ୍ରଗୁଡିକ ସ୍ଥାନ ପାଇଛି, ଯାହାର ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂରକ୍ଷଣକରିବା ପାଇଁ ଡିଜିଟାଇଜେସନ ଆବଶ୍ୟକ ।…
ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦ ଙ୍କୁ ଆଜି ରାଜଭବନ ରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କେରଳ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ପ୍ରକାଶ କରିଥିଲେ କି କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ। ଯେତେବେଳେ ସେ ରାଜ୍ୟରେ ଶକ୍ତି ମନ୍ତ୍ରୀ ଥିଲେ ବର୍ତ୍ତମାନର କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ସେହି ସମୟରେ କେନ୍ଦ୍ର ରେ ଶକ୍ତି ମନ୍ତ୍ରୀ ଭାବେ ଥିଲେ ।ସେହି ଅନୁସାରେ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଓ ପରବର୍ତ୍ତୀ ସମୟରେ ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ।କେରଳ ରାଜ୍ୟପାଳ ଓଡିଶା ଗସ୍ତରେ ଆସିବା ଖବର ପାଇ ମୁଁ ତାଙ୍କୁ ଆଜି ଭେଟି ବହୁତ ଖୁସି ଅନୁଭବ କଲି। ଦୀର୍ଘ ସମୟ ଧରି ଆମେ ଅନ୍ତରଙ୍ଗ ଆଳାପ ଆଲୋଚନା କଲୁ।ରାଜ୍ୟରେ ତାଙ୍କ ସମୟରେ ଶକ୍ତି ଉତ୍ପାଦନ…
ଭୁବନେଶ୍ୱର : ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ । ଶ୍ରୀ ଦାସ କହିଛନ୍ତି ଯେ ଯେପରି ସେମାନେ ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲେ, ଏବେ ଏଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇନପୁଟ ସବସିଡି ରୋକିବାକୁ ଚେଷ୍ଟା କରୁଛନ୍ତି, ଯାହା ଗତକାଲି ଓଡିଶାର ଚାଷୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ଓଡିଶାର ଚାଷୀଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସବସିଡି ଭଳି ଏକ ମହତ୍ୱପୂର୍ଣ ପଦକ୍ଷେପକୁ ପ୍ରଶଂସା କରିବା ପରିବର୍ତ୍ତେ ବିଜେପି ଏହାକୁ ଚକିତ, ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ ବୋଲି କହିଛି । ବିଜେପି ଏବେ କଟା ଘା’ରେ ଲୁଣ ଛିଞ୍ଚୁଛି । ଗୋଟିଏ ହାତରେ ସେମାନେ ଫସଲ ବୀମାକୁ ଅଟକାଉଥିବାବେଳେ…
ଭୁବନେଶ୍ୱର : ଓଡିଶାର ଲୋକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବ ଦେଖୁଛନ୍ତି। ଓଡିଶାର ଚାଷୀଙ୍କ ପ୍ରକୃତ ଫସଲ ବୀମା ପ୍ରାପ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ସମବାୟମନ୍ତ୍ରୀଙ୍କ ନିୟମିତ ଯୋଗାଯୋଗ ସତ୍ୱେ କେନ୍ଦ୍ର ଚାଷୀଙ୍କ ଫସଲ୍ ବୀମା ଅଟକାଇଥିଲେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖାର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଚାଷୀଙ୍କ ଚାପ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଯୋଗାଯୋଗ ପରେ ଫସଲ ବୀମା ଅର୍ଥ ମଞ୍ଜୁର କରାଯାଇଛି । ଓଡିଶାର ଫସଲ ବୀମାକୁ ଅଟକାଇବା ନେଇ ବିଜେପି ପ୍ରତି କୃଷକଙ୍କ କ୍ରୋଧ ଦେଖିବାକୁ ମିଳିଛି । ସେହିପରି ୨୦୧୯ ରେ ବିଜେପି କାଳିଆ ଯୋଜନାକୁ ରୋକିବାକୁ ଚେଷ୍ଟା କରିଥିଲା ଯାହା କୃଷକ ସହାୟତା ପାଇଁ ଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)…
ଭୁବନେଶ୍ୱର: ସ୍ମାର୍ଟଫୋନ୍ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍ ଜିଓର ଷ୍ଟାଣ୍ଡ୍ଏଲୋନ୍ ଟ୍ରୁ-୫ଜି ନେଟ୍ୱର୍କକୁ ସପୋର୍ଟ କରୁଛିବା କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଓପୋ ସ୍ମାର୍ଟଫୋନ୍ଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବା ହାସଲ କରାଯାଇପାରିବ। ଓପୋ ପକ୍ଷରୁ କୁହାଯାଇଛି ଯେ ଜିଓ ସହଯୋଗରେ କଂପାନି ଏଭଳି ଡିଭାଇସ୍ ପ୍ରସ୍ତୁତ କରିଛି ଯାହା ଅଲ୍ଟ୍ରା ହାଇ-ସ୍ପିଡ୍ ଏବଂ ଲୋ ଲାଟେନ୍ସିରେ କାର୍ଯ୍ୟ କରି ବ୍ୟବହାରକାରୀଙ୍କୁ ଉଲ୍ଲେଖନୀୟ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବ। ଓପୋ ଇଣ୍ଡିଆର ଯେକୌଣସି ନୂଆ ୫ଜି ସ୍ମାର୍ଟଫୋନ୍ ଷ୍ଟାଣ୍ଡ୍ଏଲୋନ୍ ୫ଜି ନେଟ୍ୱର୍କରେ କାମ କରିବ। ଭାରତରେ ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ଷ୍ଟାଣ୍ଡ୍ଏଲୋନ୍ ୫ଜି ନେଟ୍ୱର୍କର ପରିଚାଳନା କରୁଛି। ଷ୍ଟାଣ୍ଡ୍ଏଲୋନ୍ ୫ଜି ନେଟ୍ୱର୍କରେ ଚାଲୁଥିବା ଡିଭାଇସ୍ ପାଇଁ ଓପୋ ପକ୍ଷରୁ ସଫ୍ଟଓୟାର ଅପ୍ଡେଟ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଓପୋର ରେନୋ ୮, ରେନୋ ୮ ପ୍ରୋ, ରେନୋ ୭, ଏଫ୍୨୧ ପ୍ରୋ ୫ଜି, ଏଫ୍୧୯ ପ୍ରୋ+,…
ଖୋର୍ଦ୍ଧା: ଆଜି ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମର ସକ୍ରିୟତା ଦ୍ବାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ। ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକ ମାନଙ୍କ ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତାକୁ ସରକାର ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମର ସହଯୋଗ ଅତୁଳନୀୟ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଓ…
ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତରେ ଯାଇ ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀ ସୁନକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଥିଲେ। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରଥମିକତା…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ,ସରପଞ୍ଚ ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନ ଙ୍କୁ ସେମାନଙ୍କ ଅବଦାନ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ। ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ , ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ସ୍ଥାନୀୟ ୟୁନିଟ-୯ ସ୍ଥିତ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବର ଉଦ୍ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…
ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ଭିତର ହୁଣ୍ଡି ଆଜି ଖୋଲାଯାଇଛି। ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି କୁଞ୍ଜବିହାରୀ ବଡ଼ଜେନା ଙ୍କ ଉପସ୍ଥିତିରେ ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ। ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୫୬ ହଜାର ୭ ଶହ ୧୫ ଟଙ୍କା ଏବଂ ଗୋଟାଏ ହନୁମାନଙ୍କ ରୁପାର ଲକେଟ ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ସମୟରେ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ସେବାୟତଗଣ ଏବଂ ଏଣ୍ଡାଓମେଣ୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଂଗଠନର ଅପେକ୍ଷା କ୍ରମେ ପୁଣି ଥରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଏକ ଚିଠି ପ୍ରଦାନ କରିଛନ୍ତି । ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ…
ଭୁବନେଶ୍ୱର: ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ। ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନର କଳା ରହିଛି। ଶ୍ରଦ୍ଧା , ଭକ୍ତି ଓ ନିଷ୍ଠାର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍ ଷ୍ଟାର୍ଟ ଅପ୍ “ରୋଜିସ୍ କିଚେନ୍” ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ରେ ମହିଳା ମାନଙ୍କ ନିମନ୍ତେ ବୁଧବାର ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଚୌଧୁରୀ। ଶ୍ରୀମତି ଚୌଧୁରୀ କହିଥିଲେ ଯେ ମହିଳାମାନେ ରନ୍ଧନ ର ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ଆବଶ୍ୟକ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରୀକ୍ଷା ନିରୀକ୍ଷକ ପ୍ରଫେସର ମଞ୍ଜୁଳା ଦାସ କହିଥିଳେ…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ୍ ପଞ୍ଚାୟତର ମହୁକୁଦ ଠାରେ ଗ୍ରାମମଙ୍ଗଳ ଯୁଵକ ସଂଘ ଆନୁକୂଲ୍ୟରେ ଵ୍ଲକ୍ ସ୍ତରୀୟ ଶିଶୁମେଳା ଓ ନେହେରୁ ଜୟନ୍ତୀ ପାଳିତ ହୋଇଥିଲା। ବଳମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅନୁପମା ଗଡନାୟକ ଙ୍କ ଦ୍ଵାରା ଉଦଘାଟିତ ଏହି ସମାରୋହରେ ୨୦ ଟି ଵିଦ୍ୟାଳୟ ର ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ଅଵସର ରେ ଗଣିତ ଦୌଡ,ପୁଚି, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ପ୍ରବନ୍ଧ, ଵକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସଭାପତି ସନ୍ତୋଷ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ, ମୁଖ୍ୟବକ୍ତା ଭାବେ ସୁରଜମଲ୍ କଲେଜ୍ ରେଙ୍ଗାଲୀର ଅଧ୍ୟକ୍ଷ କବି ଡ଼ ମନୋଜ କୁମାର୍ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ସୁକାନ୍ତ କୁମାର୍ ନାୟକ, ଵୈଜ୍ଞାନିକ ଶେଷଦେଵ କିଶାନ୍, ସରପଞ୍ଚ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ବାଧ୍ୟତାମୂଳକ ଧର୍ମାନ୍ତରଣକୁ ରୋକିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଧର୍ମାନ୍ତରଣ ଆଇନରେ କଡା ସଂଶୋଧନ କରାଯାଇଛି, ଯାହା ଅଧୀନରେ ବର୍ତ୍ତମାନଠାରୁ ବାଧ୍ୟତାମୂଳକ ଧର୍ମାନ୍ତରଣ ଏକ ଜଣାଶୁଣା ଅପରାଧ ହେବ। ଏହା ଅନୁଯାୟୀ ଦଣ୍ଡବିଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ନୂତନ ନିୟମରେ ଜବରଦସ୍ତ ଧର୍ମାନ୍ତରଣ ପାଇଁ ୧୦ ବର୍ଷର ଦଣ୍ଡର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ଧର୍ମାନ୍ତରଣ ଏବଂ ‘ଲଭ ଜିହାଦ୍’ ଉପରେ ପ୍ରତିବନ୍ଧକ ଲଗାଯିବ। ବାଧ୍ୟତାମୂଳକ ଧର୍ମାନ୍ତରଣ ବିରୁଦ୍ଧରେ କଠୋର ନିୟମ: ଆଜି ଅନୁଷ୍ଠିତ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ୨୯ ଟି ପ୍ରସ୍ତାବ ଅଣାଯାଇଛି। ଯାହା ଅଧୀନରେ ଉତ୍ତରପ୍ରଦେଶ ତୁଳନାରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ଧର୍ମାନ୍ତରଣ ଆଇନ ଅଧିକ କଠୋର ହୋଇଛି। ବାଧ୍ୟତାମୂଳକ ଧର୍ମାନ୍ତରଣ ରାଜ୍ୟରେ ଏକ ଜଣାଶୁଣା ଅପରାଧ ହୋଇଛି। ଯେଉଁଥିରେ ସର୍ବାଧିକ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ହେବ। ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଖୁବ୍…
ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ… ମହାମହିମଗଣ, ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି। ମହାମହିମଗଣ, ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ…

