ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ୭ ନମ୍ବର ହଲରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନିଆଲ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ଗତକାଲି ସୂଚନା ମିଳିବା…
Author: Samikhsya Bureau
ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବିଜେଡିରୁ ବହିସ୍କୃତ ଏହି ନେତା ଏକ କର୍ମି ସମ୍ମିଳନୀରେ ଯାହା କହିଛନ୍ତି ତାହା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସୂଚାଇ ଦେଉଛି। ସେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି କରିଛି। ପ୍ରଦୀପ ପାଣିଗ୍ରାହୀ ଏହି କର୍ମି ସମ୍ମିଳନୀରେ ସିଧାସିଧା କହିଛନ୍ତି ଯେ ପଦ୍ମପୁରରେ ପଦ୍ମ ଫୁଟିବ। ପଦ୍ମପୁର ବାସୀ ଜାଣିବା ଦରକାର ଯେ, ସେହି ନାଁଟି ଯାହା ହୋଇଛି ତାହାର ସାର୍ଥକତା ରଖନ୍ତୁ। ପଦ୍ମ ଫୁଲରେ ଭୋଟ ଦେଇ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାନ୍ତୁ। ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡକୁ ଢଳିବାରେ ଲାଗିଛନ୍ତି ବୋଲି ଜଣାପଡିଛି। ନଚେତ ପଦ୍ମକୁ ଭୋଟ ଦେବା ପାଇଁ ସେ କେବେ ବି ନିବେଦନ କରିବା କଥା ନୁହେଁ।
ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ନୀଲମ୍ ଘାଟିତ ନାଳରେ ଗୋଟିଏ ଯାତ୍ରୀବାହି ଜିପ ଖସିପଡିଛି। ଯେଉଁଥିରେ ୬ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଘଟଣାଟି ଅପରାହ୍ନ ପ୍ରାୟ ୩ ଟା ସମୟରେ ଦୁଧନିଆଲର ଛରୀ ଅଞ୍ଚଳରେ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଜିପ୍ ଟି ପ୍ରାୟ ୩୦୦ ଫୁଟ ଗଭୀର ଶୁଖିଲା ଖାଲରେ ଖସିପଡିଥିଲା। ଯାତ୍ରୀମାନେ ନୀଲମ ନଦୀ କୂଳରେ ଅବସ୍ଥିତ ଥଣ୍ଡା ପାନି ଗାଁର ବାସିନ୍ଦା ଥିଲେ। ଗାଡିଟି ଏହାର କ୍ଷମତା ଅପେକ୍ଷା ଅଧିକ ଲୋକଙ୍କୁ ନେଇ ଆସୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆହତମାନଙ୍କୁ ଦୁଧନିଆଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି, ଯେଉଁଠାରୁ ପାଞ୍ଚ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ମୁଜାଫରବାଦର ଏକ ଡାକ୍ତରଖାନାକୁ ପଠାଯାଇଛି।
କନ୍ଦର୍ପ ବେହେରା ରେଢାଖୋଲ: ସାହିତ୍ୟ ଶବ୍ଦର ବ୍ୟାପକ ସୀମା ସରହଦକୁ ଡେଇଁବାରେ ସମର୍ଥ ରଖେ। ଚେତନାର ଚୌହଦି ଉତରଣରେ ସାହିତ୍ୟିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟକଟିଏ ହିଁ ଭାବ ଓ ଭାଷାର କୋଣାର୍କ ଗଢିପାରେ। ଏ ମାଟିର କବି ଭୀମଭୋଇ ଓ ଗଙ୍ଗାଧରଙ୍କ ସାହିତ୍ୟ ଆମର ଚିନ୍ତା ଓ ଚେତନାକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶବ୍ଦର ମୃତ୍ୟୁ ନାହିଁ। ସେ ଅକ୍ଷୟ ଓ ଚିର ଅମର। ତା ମଧ୍ୟରେ ଭାବ ରସ ଓ ଛାନ୍ଦ ଭରି ଦେବାର କ୍ଷମତା ସାହିତ୍ୟିକର ରହିଛି ବୋଲି ସୁଚିତ୍ରାର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଭାପତି ଡଃ ଦୀପେନ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସୁଜିତ୍ କୁମାର ପୃଷେଠ୍, ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ…
ଭୁବନେଶ୍ବର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ। ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା। ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି। ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ଦିଆଗଲା। DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଥିଲା ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି। ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ…
ନୂଆଦିଲ୍ଲୀ: ଭାରତର କ୍ରିକେଟ୍ ବୋର୍ଡର ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଯାଇ ଏସିଆ କପରେ ଭାଗ ନେବ ନାହିଁ। ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ରମିଜ ରାଜାଙ୍କୁ ଆଘାତ ଲାଗିଛି। ଏହାପରେ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ବିଶ୍ୱକପକୁ ବହିଷ୍କାର କରିବା ବୋଲି ସେ ଧମକ ଦେଇଛନ୍ତି। ବର୍ତ୍ତମାନ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଏହି ବିବୃତ୍ତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଗତ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ରମିଜ ତାଙ୍କ ବିବୃତ୍ତିରେ ଅନେକ ଚର୍ଚ୍ଚାକୁ ଆସିଛି। ବିଭିନ୍ନ ପ୍ଲାଟଫର୍ମରେ ସେ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପକୁ ବହିଷ୍କାର କରିବାର ପୁନରାବୃତ୍ତି କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଭାରତୀୟ ଦଳ ପାକିସ୍ତାନରେ ଏସିଆ କପ୍…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆଜି ସକାଳେ “ଅଙ୍ଗ ଦାନ ସଚେତନତା” ନିମନ୍ତେ ଏକ ବିଶାଳ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ୱାକାଥନରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗଦେଇଥିଲେ। ୱାକାଥନକୁ ଶୁଭାରମ୍ଭ କରିବା ସହିତ ଅଙ୍ଗ ଦାନ ଭଳି ମହତ କାର୍ଯ୍ୟ ନିମନ୍ତେ ଏମ୍ସ ପ୍ରୟାସ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଅଙ୍ଗ ଦାନ ବର୍ତ୍ତମାନ ସମୟର ବିରାଟ ଆବଶ୍ୟକତା ଏବଂ ଏନେଇ ରହିଥିବା ନାନା ଅନ୍ଧବିଶ୍ୱାସ କୁ ଦୂର କରିବାରେ ଏମ୍ସ ଭୁବନେଶ୍ବର ଛାତ୍ରଛତ୍ରୀ କାର୍ଯ୍ୟ କରିବେ ବୋଲି ଶ୍ରୀ ତିର୍କୀ ଆହ୍ୱାନ କରିଥଲେ। ଏହି ୱାକାଥନ୍ ରେ ପ୍ରାୟ ଏକ ହଜାର ରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏମ୍ସ କର୍ମଚାରୀ ଅଂଶ୍ରହଣ କରିଥିଲେ। ଏହି ୱାକାଥନରେ ଏମ୍ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ, ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି,…
ନୂଆଦିଲ୍ଲୀ: କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ‘ବିଶ୍ଵାସଘାତକ’ ବୋଲି କହିବା ପରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ କହିଛନ୍ତି ଯେ, ରାଜସ୍ଥାନରେ ସଂଗଠନ ସର୍ବଶ୍ରେଷ୍ଠ ଅଟେ ଏବଂ ଏହାକୁ ମଜବୁତ କରିବା ପାଇଁ ଆବଶ୍ୟକ ହେଲେ ‘କଠୋର ନିଷ୍ପତ୍ତି’ ନେବାକୁ ଦଳ ପଛଘୁଞ୍ଚା ଦେବ ନାହିଁ। କଂଗ୍ରେସର ମିଡିଆ ବିଭାଗର ଦାୟିତ୍ୱରେ ଥିବା ରମେଶ କହିଛନ୍ତି ଯେ, “କିନ୍ତୁ ମୁଁ ଏହି ସମାଧାନ ପାଇଁ କୌଣସି ସମୟ ସୀମା ଠିକ କରିପାରିବି ନାହିଁ। ଏହି ସମାଧାନର ସମୟ ସୀମା କେବଳ କଂଗ୍ରେସ ନେତୃତ୍ୱ ସ୍ଥିର କରିବ।” ସେ କହିଛନ୍ତି ଯେ, କଂଗ୍ରେସ ଉଭୟ ଗେହଲୋଟ୍ ଏବଂ ପାଇଲଟ୍ ଙ୍କୁ ଆବଶ୍ୟକ କରେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଗେହଲୋଟ୍ ପାଇଲଟଙ୍କୁ…
ବିଜାପୁର: ବସ୍ତର ଡିଭିଜନର ଏକ ଭାରୀ ନକ୍ସଲ ଅଞ୍ଚଳ ବିଜାପୁରରେ ଶନିବାର ଦିନ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେଥିରେ ଦୁଇଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ପୋଲିସ ଏହି ଚାରିଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି। ସୁରକ୍ଷା ଦଳ ମଧ୍ୟ ନକ୍ସଲମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ମିରତୁର ପୋଲିସ ଷ୍ଟେସନ ପରିସରର ପୋମରା ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀମାନେ PLGA ସପ୍ତାହ ପାଳନ କରିବାକୁ ଏକତ୍ରିତ ହେବାର ସୂଚନା ପାଇ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ସୀତାରାମ ଅଗ୍ରୱାଲ ବାଣପୁର: ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ସାମାଜିକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୋପାଳ ଶରଣ ଗର୍ଗଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଭଗବାନ ଅଗ୍ରସେନଙ୍କ ପବିତ୍ର ଭୂମି ଅଗ୍ରୋହା ଶକ୍ତିପିଠରୁ ଆରମ୍ଭ ହୋଇଥିବା ‘କୁଳଦେବୀ ଆଦ୍ୟ ମହାଲକ୍ଷ୍ମୀ ଜନ ଆଶୀର୍ବାଦ ରଥଯାତ୍ରା’ ସାରା ଭାରତବର୍ଷରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ସମୁଦାୟ ୧୮ ଗୋଟି ରଥ ସାରା ଦେଶ ଭ୍ରମଣ କରିବା ସହ ପ୍ରତ୍ୟେକ ସ୍ଥାନର ଅଗ୍ରୱାଲ ପରିବାରବର୍ଗଙ୍କ ସହ ସମ୍ପର୍କ ସ୍ଥାପନ କରୁଛି। ସାରା ଦେଶରେ ଅଗ୍ରୱାଲ ସମାଜଙ୍କୁ ଏକାଠି କରିବା ଉକ୍ତ ରଥଯାତ୍ରାର ଉଦ୍ଦେଶ୍ୟ। ଅଗ୍ରୋହା ଶକ୍ତିପିଠରେ କୁଳଦେବୀ ଆଦ୍ୟ ମହାଲକ୍ଷ୍ମୀ ଏବଂ ଅଷ୍ଟଲକ୍ଷ୍ମୀଙ୍କ ଏକ ବିଶାଳ ଭବ୍ୟ ମନ୍ଦିର ବର୍ତ୍ତମାନ ନିର୍ମାଣଧୀନ ଥିବାବେଳେ ଏଥି ନିମନ୍ତେ ସହଯୋଗ ପାଇଁ ଦେଶର ପାଖାପାଖି ଏକ କୋଟି ଅଗ୍ରୱାଲ ପରିବାରଙ୍କ ସହ ସମ୍ପର୍କ ସ୍ଥାପନ କରିବା ଉକ୍ତ ରଥଯାତ୍ରାର ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଆଜି…
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରତିବର୍ଷ ଶୀତ ଋତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବଶ୍ରେଷ୍ଟ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନେ ଆସିବା ଆରମ୍ଭ ହୋଇଗଲାଣି। ସେଥିପାଇଁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନ କରିବା ପାଇଁ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆଜି ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା ଓ ସିନେ ଜଗତର କଳାକାର ମାନେ ପହଞ୍ଚି ପକ୍ଷୀ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମଙ୍ଗଳାଯୋଡି ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଛଣଗିରୀ ଗ୍ରାମ ପଂଚାୟତର ତାରିଣୀ ଛକରେ ଆଜି ଚଢାଉ କରି ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି ଟାଙ୍ଗୀ ଅବକାରୀ ବିଭାଗ। ଗିରଫ ଦୁଇ ବେପାରୀଙ୍କ ନିକଟରୁ ୫୦ ଗ୍ରାମ ଧଳା ଜହର ଜବତ ହୋଇଛି ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା। ଗିରଫ ଧଳା ଜହର ବେପାରୀ ଦ୍ୱୟ ହେଲେ ଛଣଗିରି ପାଟଣା ସାହିର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା। ପ୍ରଶାନ୍ତ ସାହୁଙ୍କ ନିକଟରୁ ୩୫ ଗ୍ରାମ୍ ଧଳା ଜହର ଜବତ ହୋଇଥିବା ବେଳେ ଅରୁଣ ବେହେରାଙ୍କ ଠାରୁ ୧୫ ଗ୍ରାମ ଧଳା ଜହର ଜବତ କରାଯାଇଛି। ଟାଙ୍ଗୀ ରେଞ୍ଜ ଅବକାରୀ ଇନସପେକ୍ଟର ଆଲୋକ କୁମାର…
ନୂଆଦିଲ୍ଲୀ: ଆଜିର ସମୟରେ, ପ୍ରାୟ ସମସ୍ତେ LPG ବ୍ୟବହାର କରୁଛନ୍ତି। ଏଲପିଜି ଗ୍ୟାସ୍ ରୋଷେଇ ଘରର କାମକୁ ଅଧିକ ସହଜ କରିଦେଇଛି। ବେଳେବେଳେ ଜରୁରୀ ସମୟରେ ହଠାତ୍ ଗ୍ୟାସ୍ ସରିଯାଏ। ଏଭଳି ପରିସ୍ଥିତିରେ ସମସ୍ୟା ବଢିଯାଏ। ଏଲପିଜି ସିଲିଣ୍ଡର ବ୍ୟବହାର କରିବା ଅତ୍ୟନ୍ତ ସହଜ, କିନ୍ତୁ ସିଲିଣ୍ଡରରେ କେତେ ଗ୍ୟାସ୍ ବାକି ଅଛି ତାହା ଜାଣିବା ବହୁତ କଷ୍ଟକର। ଅନେକ ଥର ଗ୍ୟାସ୍ ଏମିତି ସମୟରେ ଶେଷ ହୁଏ, ଯେତେବେଳେ ଗ୍ୟାସର ଅଧିକ ଆବଶ୍ୟକତା ଥାଏ। ବର୍ତ୍ତମାନ ଏଥିରେ କେତେ ଗ୍ୟାସ୍ ବାକି ଅଛି, କିପରି ଜାଣିବେ? ଏପରି ଏକ ସରଳ କୌଶଳ ଅଛି, ଯାହାକୁ ବ୍ୟବହାର କରି ଆପଣ ଅତି ସହଜରେ ଜାଣିପାରିବେ ଯେ ଆପଣଙ୍କ ସିଲିଣ୍ଡରରେ କେତେ ଗ୍ୟାସ୍ ଅଛି। ଯାହାଫଳରେ ଆପଣ ସିଲିଣ୍ଡରକୁ ସମୟ ପୂର୍ବରୁ ଏହାକୁ ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଆସନ୍ତୁ ଜାଣିବା ଏହି ସହଜ ଏବଂ ଅତ୍ୟନ୍ତ ଉପଯୋଗୀ କୌଶଳ… କିଛି ଲୋକ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ। ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ। ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତି ଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁନାହିଁ। ଫଳସ୍ୱରୂପ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି। ଏହା ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହେଲା ଏବଂ ଏହାକୁ ବାତିଲ କରାଗଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୨.୫ ଓଭରରେ ୮୯ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରୁଥିଲେ। କିନ୍ତୁ ବର୍ଷା ତାଙ୍କ ଭଲ ଇନିଂସକୁ ନଷ୍ଟ କରିଦେଲା। ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଏହି ମ୍ୟାଚ୍ ପାଇଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ପାଇଁ ଭାରତୀୟ ଦଳକୁ ନିମନ୍ତ୍ରଣ କରାଯାଇଥିଲା। ମ୍ୟାଚ୍ ବନ୍ଦ ହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୯ ରନ୍ ସଂଗ୍ରହ କରିଥିଲା। ଶିଖର ଧାୱନ ଏବଂ ଶୁଭମାନ ଗିଲ ଭାରତ ପାଇଁ ଓପନିଂ କରିବାକୁ ଆସିଥିଲେ। ୩ ରନ୍ ସ୍କୋର କରିବା ପରେ ଧାୱନ…
ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳର ବିଧାୟକ ବିରୋଧରେ ଆଜି ବିଜେଡି ଆଣିଛି ଗୁରୁତର ଅଭିଯୋଗ। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିରେ ଜୟନାରାୟଣଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ବହିସ୍କାର କରାଯାଉ ବୋଲି ଦ ଦାବୀ କରିଛି। ବିଜେଡି ଉଲ୍ଲେଖ କରିଛି ଯେ, ପଦ୍ମପୁର ଉପନିର୍ବାଚନରେ ବିଜେପି ନେତା ଜୟନାରାୟଣ ମିଶ୍ର ମହିଳାଙ୍କ ପ୍ରତି ଅତି କଦର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସେ ବିଭିନ୍ନ ସମୟରେ ହିଂସାତ୍ମକ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ପୂର୍ବରୁ ସେ ବିଜେପୁର ଉପନିର୍ବାଚନରେ ହିଂସାତ୍ମକ କାର୍ଯ୍ୟ କରିଥିବାରୁ ଜେଲ ଯାଇ ଜାମିନୀରେ ଅଛନ୍ତି। ଏପରି ବ୍ୟକ୍ତିଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ହଟାଇ ଦିଆଯାଉ ବୋଲି ବିଜେଡି ଅଭିଯୋଗ କରିଛି।
ନୂଆଦିଲ୍ଲୀ: ବର୍ତ୍ତମାନ ଫିଫା ବିଶ୍ୱକପ୍ର ଉତ୍ସାହ ବଢିବାରେ ଲାଗିଛି। ଅନେକ ଛୋଟ ଦଳ ସେମାନଙ୍କର ବିସ୍ଫୋରକ ଖେଳ ସହିତ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ନିରାଶ କରିଛନ୍ତି। କତାରର ସୁନ୍ଦର କାର୍ଯ୍ୟକ୍ରମକୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି। କିନ୍ତୁ ଅନେକ ଲୋକ ସେଠାରେ କଠୋର ନିୟମ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ଧାରାରେ ପୂର୍ବତନ ମିସ୍ କ୍ରୋଏସିଆ ତଥା ମଡେଲ୍ ଇଭାନା ନୋଲ୍ ଆଜିକାଲି ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ହେଉଛି ଯେ, ସେ ଏକ ଆପତ୍ତିଜନକ ପୋଷାକ ପିନ୍ଧି ମ୍ୟାଚ୍ ଦେଖିବାକୁ ଯାଇଥିଲେ। ବର୍ତ୍ତମାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କୁହାଯାଉଛି। ମୋରକୋ ବିପକ୍ଷରେ କ୍ରୋଏସିଆର ଉଦଘାଟନୀ ମ୍ୟାଚ୍ ପାଇଁ ଇଭାନା ଅଲ-ବାୟଟ ଷ୍ଟାଡିୟମକୁ ଯାଇଥିଲେ। ସେ ନିଜ ଦେଶର ଆଇକନିକ ଲାଲ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ। କିନ୍ତୁ କତାରର ନିୟମ ଅନୁଯାୟୀ ଏହି ପୋଷାକ ଠିକ୍ ନଥିଲା। ଏହା କୁହାଯାଉଛି ଯେ,…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅପରାହ୍ନ ଘ. ୫.୩୦ ମିନିଟରେ ଏହାର ଶୁଭାରମ୍ଭ କରିବେ। ଗତ 23 ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଶ୍ରମିକ ତଥା ତୋଳାଳୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ଏଥିରେ ଯାହା ଘୋଷଣା କରାଯାଇଥିଲା ତାହା ଥିଲା • ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ। • ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। • କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ। • ସର୍କଲ ଚେକ୍ରସ୍ ଓ ବାଇଣ୍ଡିଂ ଚେକର୍ସ ମାନଙ୍କ ଗ୍ରାଚୁଇଟି ଦେୟ…
ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରତ୍ୟେକ ଦଳ ଜୋରରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଆଜି ଏହି ଅଭିଯାନରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “୨୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବିଜେପି ଏତେ ଆନ୍ଦୋଳିତ ହୋଇଛି। ଏଠାରେ ଲୋକମାନେ ଭୟଭୀତ ଅଛନ୍ତି। ମୁଁ ପ୍ରଥମ ଥର ଶୁଣିଛି ଯେ, ଭୋଟରମାନେ କାହାକୁ ଭୋଟ୍ ଦେଉଛନ୍ତି ତାହା କହିବାକୁ ଡରୁଛନ୍ତି। ବିଜେପି ଭୋଟରମାନେ ଆମ ଆଦମୀ ପାର୍ଟିକୁ ଭୋଟ୍ ଦେବାକୁ ଯାଉଛନ୍ତି। “ଆଜି ମୁଁ ଏକ ଭବିଷ୍ୟବାଣୀ ଲେଖିବାକୁ ଯାଉଛି ଯେ, ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବ।” ପୁରୁଣା ପେନସନ୍ ଲାଗୁ କରିବାକୁ AAP…
ଅହମ୍ମଦାବାଦ: ଗୁଜୁରାଟରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟର ଥିବା ସତ୍ତ୍ୱେ ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୧୩୯ ରହିଛି। ରାଜ୍ୟରେ ୧୮୨ ଟି ବିଧାନସଭା ଆସନ ପାଇଁ ମୋଟ ୧,୬୨୧ ପ୍ରାର୍ଥୀ ପ୍ରତିଦ୍ବନ୍ତିତା କରୁଛନ୍ତି। ଶାସକ ଭାରତୀୟ ଜନତା ପାର୍ଟି ଏବଂ ବିରୋଧୀ କଂଗ୍ରେସ ପୂର୍ବପରି ଏଥର କେବଳ କିଛି ମହିଳାଙ୍କୁ ଟିକେଟ୍ ଦେଇଛନ୍ତି, କିନ୍ତୁ ଚଳିତ ବର୍ଷ ୨୦୧୭ ନିର୍ବାଚନ ତୁଳନାରେ ଏହି ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୭ ରେ ବିଜେପି ୧୨ ଜଣ ମହିଳା ପ୍ରାର୍ଥୀ ଚୟନ କରିଥିବା ବେଳେ ଏଥର ଏହା ୧୮ ଜଣ ମହିଳାଙ୍କୁ ଟିକେଟ ଦେଇଛି। ସେହିଭଳି ୨୦୧୭ରେ କଂଗ୍ରେସ ୧୦ ଜଣ ମହିଳା ପ୍ରାର୍ଥୀ ଚୟନ କରିଥିବା ବେଳେ ଏଥର ୧୪ ଜଣ ମହିଳାଙ୍କୁ ଟିକେଟ ଦେଇଛି। ଏଥର ଉଭୟ ଦଳ ଦଳିତ ତଥା ଆଦିବାସୀ…
ଭୁବନେଶ୍ବର: ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା। ଯାହା ଓଡିଶା ତଥା ଦେଶ ପାଇଁ ଏକ ଖୁସି ଖବର ହେବ। କାରଣ ଏହି ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ତାହାକୁ ବିଶ୍ବ ସଂସ୍ଥା ୟୁନିସ୍କୋ ମାନ୍ୟତା ପ୍ରଦାନ କରି ନାହିଁ। ସେଥିପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଏହାର ତଥ୍ୟକୁ ଉପସ୍ଥାପନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିରର ସେବାୟତ, ଗବେଷକ ଏବଂ ପରଚାଳନା କମିଟର ସଦସ୍ୟଙ୍କୁ ନେଇ ଏକ କମିଟ ଗଠନ ପାଇଁ ନିଷ୍ପତି କରାଯାଇଛି। ଏହି କମିଟ ୟୁନିସ୍କୋ ର ନିୟମ ଅନୁସାରେ ତଥ୍ୟ ଉପସ୍ଥାପନା କରିବେ। ଏହି ତଥ୍ୟ ଠିକ ଭାବରେ କରାଗଲା ଆଶା କରାଯାଉଛି ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ହାସଲ କରିବ।

