ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ। ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ଚା’ ଠାରୁ ରୋଷେଇ ପର୍ଯ୍ୟନ୍ତ ଏବଂ ସମସ୍ତ ପ୍ରକାରର ଔଷଧରେ ଅଦା ମଧ୍ୟ ବ୍ୟବହୃତ ହୁଏ। ଅଦା ସୁଜନକୁ ହ୍ରାସ କରିଥାଏ ଏବଂ ହଜମକୁ ଠିକ୍ ରଖେ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅଦାର କିଛି ଗୁଣ ଅଛି ଯାହା ଭୋକକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ କିପରି ଅଦା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା- ଅଦା ସୁଜନ ଏବଂ ମୋଟାପଣର ଚାପକୁ ହ୍ରାସ କରିଥାଏ: ଅଦାରେ ଜିଞ୍ଜରୋଲ ଏବଂ ଶୋଗାଲ ନାସାଲର ଏକ ଯୌଗିକ ଧାରଣ କରିଥାଏ। ଯେତେବେଳେ ଆପଣ ଅଦା ଖାଆନ୍ତି, ଏହା ଆପଣଙ୍କ ଶରୀରରେ ଅନେକ ଜୈବିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ। ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ମୁକ୍ତ ରେଡିକାଲକୁ…
ସ୍ୱାସ୍ଥ୍ୟ ଟିପ୍ସ: ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକମାନେ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆପଣ କ’ଣ ଖାଉଛନ୍ତି, ଆପଣ କିପରି ଖାଉଛନ୍ତି, ଆପଣ କେତେ ଖାଉଛନ୍ତି ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି ସେଥିପ୍ରତି ଖୁବ୍ କମ୍ ଲୋକ ଧ୍ୟାନ ଦିଅନ୍ତି। କିନ୍ତୁ ଏହାକୁ ଅଣଦେଖା କରିବାରେ ଭୁଲ୍ କରନ୍ତୁ ନାହିଁ। ଠିକ୍ ସମୟରେ ଖାଦ୍ୟ ଖାଇବା ଆପଣଙ୍କୁ ସୁସ୍ଥ ଏବଂ ଫିଟ୍ ରଖେ। ଆଜି ଆମେ ଆପଣଙ୍କୁ ଖାଦ୍ୟ ଖାଇବାକୁ ଉପଯୁକ୍ତ ସମୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣ ଜାଣନ୍ତି କି ଖାଦ୍ୟ ଖାଇବାର ଅନେକ ମିନିଟ୍ ପରେ ମଧ୍ୟ ଆମର ପେଟ ଏବଂ ମସ୍ତିଷ୍କ ବୁଝିପାରୁ ନାହିଁ ଯେ, ପେଟ ଭରିଛି ନା ଆହୁରି ବାକି ଅଛି। ଅନେକ ଥର ଦ୍ରୁତ ଖାଇବା ଦ୍ଵାରା ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଇଦେଇଥାଉ,…
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଲିନୀ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ କୋର୍ଟ ଏହି ମାମଲାରେ ଦୋଷୀ ପେରିଭାଲାନଙ୍କୁ ମଧ୍ୟ ଆଶ୍ଵସ୍ତି ଦେଇଛନ୍ତି। ଏହାପୂର୍ବରୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଲିନୀ ଶ୍ରୀହରନ୍ ମୁକ୍ତି ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନଲିନୀ ମାଡ୍ରାସ ହାଇକୋର୍ଟର ଜୁନ୍ ୧୭ ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ଶୀଘ୍ର ମୁକ୍ତ ପାଇଁ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ସହ-ଦୋଷୀ ଏ.ଜି ପେରିଭଲନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାର ଦୋଷୀ ନଲିନୀ ଶ୍ରୀହରନ୍ ଏବଂ ରବିଚନ୍ଦ୍ରନଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ ଏବଂ ରାଜ୍ୟପାଳଙ୍କ ସହମତି ବିନା ସେମାନଙ୍କୁ ମୁକ୍ତ…
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ ନିଜର ପିଲାଦିନ ସ୍ମୃତିକୁ ଉଦଜୀବିତ କରିଛନ୍ତି। ସେ ପଢୁଥିବା ଭୁବନେଶ୍ବର ୟୁନିଟ ଦୁଇ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସେ ଛାତ୍ରୀ ଜୀବନର ଘଟଣାକୁ ମନେ ପକାଇଛନ୍ତି। ରାଷ୍ଟ୍ରପତି ଏହି ସ୍କୁଲରେ ଅଷ୍ଟମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢିଥିଲେ। ସେଠାରେ ଥିବା ହଷ୍ଟେଲର ମଧ୍ୟ ରହୁଥିଲେ। ସେ ସେହି ସ୍କୁଲରେ ୧୯୭୦ରୁ ୧୯୭୪ ମସିହା ପର୍ଯ୍ୟନ୍ତ ପଢୁଥିବା କଥାକୁ ମନେ ପକାଇଥିଲେ। ଆଜି ରାଷ୍ଟ୍ରପତି ତାଙ୍କ ଗସ୍ତ ପାଇଁ ଏହି ବାଳିକା ବିଦ୍ୟାଳୟକୁ ପୁରା ସଜାଇ ଦିଆଯାଇଥିଲା। ସେଠାକାର ସ୍କୁଲ କର୍ତ୍ତୁପକ୍ଷ ଏବଂ ପ୍ରଶାସନ ପୁରା ସହଯୋଗ କରିଥିଲେ। ରାଷ୍ଟ୍ରପତିଙ୍କୁ ସ୍କୁଲ ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜା ବଜାଇ ଭିତରକୁ ନେଇଥିଲେ। ରାଷ୍ଟ୍ରପତି ସ୍କୁଲ ଭିତରକୁ ଯାଇ ବିଭିନ୍ନ କ୍ଲାସ ରୁମ ବୁଲି ଦେଖିଥିଲେ। ପାଖରେ ଥିବା ଅତିଥୀମାନଙ୍କୁ ସେ କେଉଁଠି କଣ କରିଥିଲେ ତାହା ଭାବ ବିହୋଳ ହୋଇ କହୁଥିଲେ। ଏହାପରେ ସେ ଦୀର୍ଘ…
ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉତ୍ସାହ ତୀବ୍ର ହୋଇଛି। ଆସନ୍ତାକାଲି ହିମାଚଳର ୬୮ ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଗତକାଲି ସନ୍ଧ୍ୟାରେ ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଥି ସହିତ ଗୁଜୁରାଟରେ ୧୮୨ଟି ବିଧାନସଭା ଆସନ ପାଇଁ ଡିସେମ୍ବର ୧ ତାରିଖ ଏବଂ ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଟି ଆସନ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖରେ ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଗୁଜୁରାଟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଧାନସଭାର ସଦସ୍ୟତା ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିବା ବହୁ ପୂର୍ବତନ ବିଧାୟକଙ୍କୁ ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ ଟିକେଟ ପ୍ରଦାନ କରିଛି। ଚଳିତ ବର୍ଷ ମେ ମାସରେ ପୂର୍ବତନ…
ଭୁବନେଶ୍ବର: ଆଜିର ତାରିଖରେ ରହିଛି ଏକ ବିରଳ ସଂଯୋଗ। କାରଣ ଆଜି ହେଉଛି ୧୧ ନଭେମ୍ବର ୨୨ । ଯାହାକୁ ଅଙ୍କରେ ଲେଖିଲେ ହେବ ୧୧/୧୧/୨୨। ପ୍ରଥମ ତାରିଖ ହେଉଛି ଡବଲ ଏକ, ମାସ ହେଉଛି ଡବଲ ଏକ ଏବଂ ମସିହା ହେଉଛି ଡବଲ ଦୁଇ। ଯାହା ଅଙ୍କ ଶାସ୍ତ୍ରରେ ଏହା ହେଉଛି ଏକ ବିରଳ ସଂଯୋଗ। କାରଣ ଏହାପରେ ହୁଏତ ଦିନ ଓ ମାସ ଡବଲ ଏକ ଆସିପାରେ, ହେଲେ ଆଉ ମସିହା କେବେ ବି ଡବଲ ହେବ ନାହିଁ। ତେବେ ଅଙ୍କ ଶାସ୍ତ୍ର ଅନୁସାରେ ଆଜିର ଦିନକୁ ସମୀକ୍ଷା କରାଯାଇଛି। ତାହା ହେଲା ୧୧ କୁ ଯଦି ମିଶା ଯାଏ ବା ୧+୧ ହେଉଛି ୨, ସେହିପରି ମାସ ମଧ୍ୟ ସେହିପରି ୨ ଆସୁଛି। ଏବଂ ମସିହା ରେ ରହିଛି ଡବଲ ୨। ତେଣୁ ଆଜିର ଅଙ୍କ ହେଉଛି ୨ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨ ଅଙ୍କ…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ରୁ ବାଦ ପଡିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ଚଳିତ ମାସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ସପ୍ତାହରେ ଦୁଇ ଦଳ ମଧ୍ୟରେ ଖେଳାଯିବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ନିଜର ଦଳ ଘୋଷଣା କରିସାରିଛି। ଟି-୨୦ ସିରିଜର କାର୍ଯ୍ୟସୂଚୀ: ପ୍ରଥମ ଟି-୨୦ ନଭେମ୍ବର ୧୮ ତାରିଖରେ ୱେଲିଙ୍ଗଟନରେ ଖେଳାଯିବ। ଦ୍ୱିତୀୟ ଟି-୨୦ ନଭେମ୍ବର ୨୦ ତାରିଖରେ ମାଉଣ୍ଟ ମୋଙ୍ଗାନୁଇରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୨ ତାରିଖରେ ନୋପିୟରରେ ଅନୁଷ୍ଠିତ ହେବ। ସମସ୍ତ ତିନୋଟି ମ୍ୟାଚ୍ ଭାରତୀୟ ସମୟ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ। ଦିନିକିଆ ସିରିଜର କାର୍ଯ୍ୟସୂଚୀ: ପ୍ରଥମ ଦିନିକିଆ ନଭେମ୍ବର ୨୫ ତାରିଖରେ ଅକଲ୍ୟାଣ୍ଡରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନିକିଆ ନଭେମ୍ବର ୨୭ ତାରିଖରେ ହାମିଲଟନରେ…
ଜୀବନ ଶୈଳୀ: ମହାତ୍ମା ବିଦୁର ମହାଭାରତର ଏପରି ଚରିତ୍ର ଯାହାକୁ ଶତ୍ରୁମାନେ ମଧ୍ୟ ସମ୍ମାନ କରୁଥିଲେ। ସେ ହସ୍ତିନାପୁରର ମହାମନ୍ତ୍ରୀ ଏବଂ ମହାରାଜା ଧୃତରାଷ୍ଟ୍ରଙ୍କର ପରାମର୍ଶଦାତା ଥିଲେ। ମହାତ୍ମା ବିଦୁର ଧର୍ମରାଜଙ୍କ ଅବତାର ବୋଲି ବିବେଚନା କରାଯାଏ। ମହାତ୍ମା ବିଦୁର ସବୁବେଳେ ସତ୍ୟ କହୁଥିଲେ। ସେ ସାରା ଜୀବନ ସତ୍ୟର ପଥ ଅନୁସରଣ କରିଥିଲେ। ଥରେ ଯେତେବେଳେ ମହାରାଜା ଧୃତରାଷ୍ଟ୍ର ବିଦୁରଙ୍କୁ ମହାଭାରତ ଯୁଦ୍ଧର ଫଳାଫଳ କ’ଣ ହେବ ବୋଲି ପଚାରିଥିଲେ, ସେତେବେଳେ ମହାତ୍ମା ବିଦୁର କହିଥିଲେ ଯେ, ଏହି ଯୁଦ୍ଧ କେବଳ ବିନାଶ ଆଣିବ। ଈଶ୍ଵର ପ୍ରାପ୍ତି ପାଇଁ ସତ୍ୟ ହିଁ ଏକମାତ୍ର ମାର୍ଗ: ମହାତ୍ମା ବିଦୁର କହିଛନ୍ତି ଯେ, ସତ୍ୟ ବ୍ୟତୀତ ଭଗବାନଙ୍କ ନିକଟରେ ପହଞ୍ଚିବାର ଅନ୍ୟ କୌଣସି ଉପାୟ ନାହିଁ। ସତ୍ୟ ହେଉଛି ଏକମାତ୍ର ପଥ ଯେଉଁଥିରେ ଭଗବାନଙ୍କୁ ଦେଖିପାରିବେ। ଜଣେ କେବଳ ସତ୍ୟର ପଥ ଅନୁସରଣ କରି ସ୍ୱର୍ଗକୁ ଯାଇପାରିବ। ବିଦୁର ନୀତି ଅନୁଯାୟୀ, ଯେଉଁମାନେ…
ଭୁବନେଶ୍ବର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତର ଶେଷ ଦିନ। ଆଜି ରାଷ୍ଟ୍ରପତି ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟିବେ । ସେଠାରେ ସେ କିଛି ସମୟ ପିଲାମାନଙ୍କ ସହ ଆଲୋଚନା କରିବେ। ଏହାପରେ ସେ ସେଠାରୁ ୟୁନିଟ-୨ ଗାର୍ଲସ ହାଇସ୍କୁଲ ଯିବେ। ୟୁନିଟ-୨ ଗାର୍ଲସ ହାଇସ୍କୁଲ ହେଉଛି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ। ସେଠାରେ ସେ ହଷ୍ଟେଲରେ ରହି ପାଠପଢୁଥିଲେ। ଏହାପରେ ସେ ରମାଦେବୀ କଲେଜରେ ପଢିଥିଲେ। ଏହି ସ୍କୁଲରେ ତାଙ୍କର ପିଲାଦିନ ସ୍ମୃତିକୁ ଉଦଜିବିତ କରିବେ। ସେଥିପାଇଁ ସେହି ସ୍କୁଲରେ ସେତେବେଲେ ତାଙ୍କ ସହିତ ପାଠପଢୁଥିବା ଛାତ୍ରୀଙ୍କୁ ମଧ୍ୟ ସେ ଭେଟିବେ। ଏହାପରେ ରାଷ୍ଟ୍ରପତି ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକାର୍ପଣ କରିବେ। ଏହାପରେ ସେ ନୂଆଦିଲ୍ଲୀ…
ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମସ୍ତଙ୍କ ମନ ମୋହି ନେଇଛି। ସମ୍ବାଧାନର ଉଚ୍ଚ ପଦବୀରେ ଥିବା ଦ୍ରୌପଦୀ ମୁର୍ମୁ ଯେପରି ଭକ୍ତି ପ୍ରଦର୍ଶନ କଲେ ତାହା ଥିଲା ନିଆରା। ସେ ଗତକାଲି ବଡ ଦାଣ୍ଡରେ ପ୍ରବେଶ କରିବା ମାତ୍ରେ ସୁରକ୍ଷା ବଳୟ ପରିତ୍ୟାଗ କରି ସେ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ଶ୍ରୀମନ୍ଦିର ଟିକିଏ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡଦାଣ୍ଡରେ ଅଣ୍ଟା ଭାଙ୍ଗି ମୁଣ୍ଡ ନୁଆଁଇ ନୀଳଚକ୍ରକୁ ମୁଣ୍ଡିଆ ମାରିଥିଲେ। ଯାହା ସେଠାରେ ଉପସ୍ଥିତି ଥିବା ଲୋକଙ୍କ ବିମୋହିତ କରିଦେଇଥିଲା। ସେହିପରି ସେ ସିଂହଦ୍ବାର ସମ୍ମୁଖକୁ ଆସି ସେଠାରେ ଥିବା ଅରୁଣ ସ୍ତମ୍ବକୁ ଛୁଇଁ ମୁଣ୍ଡିଆ ମାରିଥିଲା। ଏସବୁ ଭକ୍ତି ଭାବକୁ ନେଇ ପୁରୀରେ କାହିଁକି ସାରା ଓଡିଶାରେ ବେଶ୍ ପ୍ରଶଂସା କରାଯାଇଛି।
ଭୁବନେଶ୍ୱର/ମୁମ୍ବାଇ: ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାରାଣାସୀ ଏବଂ ନାଥଦ୍ୱାରାରେ ଜିଓ ଟ୍ରୁ-୫ଜି ସେବାର ସଫଳ ବିଟା ପରୀକ୍ଷଣ ଶୁଭାରମ୍ଭ ପରେ ରିଲାଏନ୍ସ ଜିଓ ପକ୍ଷରୁ ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ସହର ଭାରତର ସାଇବର ଓ ଡିଜିଟାଲ୍ ହବ ଭାବରେ ପରିଗଣିତ ହେଉଥିବାରୁ ଜିଓ ଟ୍ରୁ-୫ଜିର ପ୍ରକୃତ ପରୀକ୍ଷା ଏହି ସହରରେ ହେବ । ଜିଓର ଟ୍ରୁ-୫ଜି ସେବା ପୂର୍ବରୁ ଛଅଟି ସହରରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଦ୍ୱାରା ବ୍ୟବହାର କରାଯାଉଛି ଏବଂ ସେମାନଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ବେଶ ସକାରାତ୍ମକ ରହିଛି । ଗ୍ରାହକମାନଙ୍କ ପ୍ରତିକ୍ରିୟା ଆଧାରରେ କଂପାନି ଏହାର ନେଟ୍ୱର୍କକୁ ନିୟମିତ ଭାବେ ମଜଭୁତ କରିବା କାର୍ଯ୍ୟ ଜାରି ରଖିଛି । ଜିଓ ନିଜର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି, ଯଦ୍ୱାରା ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଅନୁଭବ ମିଳିପାରିବ । ଜିଓ ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍ରେ…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୩୧ ତାରିଖ ଠାରୁ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ପଦଯାତ୍ରା ବାଲେଶ୍ୱର ଠାରେ ପଂହଚିଛି । ଏହି ପଦଯାତ୍ରାରେ ଯୋଗଦେବା ନିମନ୍ତେ ଓଡ଼ିଶା ପ୍ରଭାରୀ ଡ. ଏ. ଚେଲାକୁମାର ଆଜି ଭୁବନେଶ୍ୱରରେ ଆସି ପଂହଚୁଛନ୍ତି । ଆଜି ଶୁକ୍ରବାର ଦିନ ଡ. ଚେଲାକୁମାର ବାଲେଶ୍ୱର ଯାତ୍ରାକରି ସେଠାରେ ଭାରତ ଯୋଡ଼ ପଦ ଯାତ୍ରାରେ ଯୋଗଦେବେ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବାର୍ତାରେ ପ୍ରକାଶ କରାଯାଇଛି । ଏହି ପଦଯାତ୍ରାରେ ବହୁ ସଂଖ୍ୟକ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ଯୋଗଦେବାକୁ ପିସିସି ତରଫରୁ ଅନୁରୋଧ କରାଯାଇଛି ।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି। ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ। ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ୫୨୮୩ କୋଟି ଟଙ୍କା ମିଳିଛି। ପୁଞ୍ଜି ଓ ବିକାଶ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ଅନୁରୂପ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ସୁନ୍ଦରଗଡ଼: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ “ମାଣ୍ଡିଆ ଦିବସ” ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯେଉଁସବୁ ଜିଲ୍ଲାରେ ମାଣ୍ଡିଆ ଚାଷ କରାଯାଉଛି ସେଥିମଧ୍ୟରେ ସୁନ୍ଦରଗଡ଼ ହେଉଛି ଏକ ପ୍ରମୁଖ ଜିଲ୍ଲା। ତେଣୁ “ମାଣ୍ଡିଆ ଦିବସ” ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ମାଣ୍ଡିଆ ଚାଷ ହେଉଥିବା ୧୨ଟି ବ୍ଳକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉଦଘାଟନ କରିଥିଲ। ମାଣ୍ଡିଆ ଦିବସ ଉପଲକ୍ଷେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱତନ୍ତ୍ର ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଏଠାରେ…
ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…
କଟକ: ଓଡିଶା ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ସ୍ମରଣ କରିବା ପାଇଁ, ସିଏମଡି ଅଧୀନରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) କମୋଡର ଏନପି ପ୍ରଦୀପଙ୍କ ତତ୍ୱାବଧାନରେ ଆଇଏନଏସ ଚିଲିକା ବାଲିଯାତ୍ରା-୨୦୨୨ର ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛି ଯାହାକି ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏସିଆର ସବୁଠାରୁ ପ୍ରସିଦ୍ଧ, ଲୋକପ୍ରିୟ ତଥା ସର୍ବ ବୃହତ ମୁକ୍ତ ବାୟୁ ବାଣିଜ୍ୟ ମେଳା। ଉକ୍ତ ବାଲିଯାତ୍ରା ଚଳିତ ମାସ ୮ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକ ମହାନଦୀ କୂଳରେ ଅନୁଷ୍ଠିତ ହେଉଛି। ବାଲିଯାତ୍ରାରେ ନାଭାଲ୍ ବ୍ୟାଣ୍ଡର ପ୍ରଦର୍ଶନ, ଡି.କେ ହ୍ୱେଲର୍ ବିଭିନ୍ନ ପ୍ରକାରର ନାବିକ ଡଙ୍ଗା ଚାଳନା, ସେନାର କଳାକୃତି ଏବଂ ସ୍ଥିର ବୋଟ ମଡେଲଗୁଡିକର ପ୍ରଦର୍ଶନ ଏବଂ ନାବିକ ପ୍ରଦର୍ଶନ ମେଗା ଇଭେଣ୍ଟରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ସମସ୍ତ ସାମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଇଏନଏସ ଚିଲିକା କଟକ ଜିଲ୍ଲା ପ୍ରଶାସନକୁ ଡାଇଭିଂ ଏବଂ ଲାଇଫ୍ ସପୋର୍ଟ ଯୋଗାଇଦେଇଅଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଉଳାବନ୍ଧ ପଂଚାୟତରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରୁ ତିନି ଜଣିଆ ଟିମ ଆଜି ପୂର୍ବାହ୍ନରେ ପହଞ୍ଚିଛନ୍ତି। ଏସଏଚଜି ମହିଳାମାନଙ୍କୁ ଭେଟି ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରିବା ସହ ସ୍ୱାବଲମ୍ଭି ଦିଗରେ ଆଲୋଚନା କରିଛନ୍ତି। ସୂଚନା ମୁତାବକ ବଉଳାବନ୍ଧ ପଂଚାୟତରେ ୧୨୦ ଏସଏଚଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ କେଉଁ କେଉଁ ଗ୍ରୁପ କଣ କଣ କାର୍ଯ୍ୟ କରୁଛନ୍ତି ଓ ସରକାରଙ୍କ ପକ୍ଷରୁ ଆସୁଥିବା ଋଣକୁ କିଭଳି ବିନିଯୋଗ କରାଯାଉଛି, ତାହା ବୁଝିବା ସହ ବିଭିନ୍ନ ଆଲୋଚନା କରାଯାଇଥିଲା। ଯାହାକି ଏସଏଚଜି ମହିଳାମାନେ ନିଜ ଉଦ୍ୟମରେ ଫିନାଇଲି, ଅଗରବତୀ, ମହମବତୀ ଆଦି ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରି ସ୍ୱାବଲମ୍ଭି ହେଉଛନ୍ତି। ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ାଇରେକ୍ଟର ରାଘବେନ୍ଦ୍ର ପ୍ରତାପ ସିଂ, ଆର…
କନ୍ଦର୍ପ ବେହେରା ରେଢାଖୋଲ: ନିପଟ ମଫସଲରୁ ଯାଇ ଜର୍ମାନରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ରେଢାଖୋଲ ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଆଜି ରେଢାଖୋଲ ସବ୍ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କରିଛନ୍ତି। ଆଜି ଅପରାହ୍ନ ୩ ଟା ସମୟରେ ରେଢାଖୋଲ ସବ୍ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଛନ୍ତି। ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ। ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ ଉପସ୍ଥିତ ଥିଲେ। ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି। ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି। ଭିସା ପାଇଁ ଅସୁବିଧା ହେଉଥିବାରୁ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ପଙ୍କାଳ ଗ୍ରାମ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଲକ୍ଷ୍ମୀଧର ରାଉତରାୟ। ତାଙ୍କୁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗିରଫ କରାଯାଇଥିବାର ଜଣାପଡିଛି। ଏନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ତେବେ ଖୁବ ଶୀଘ୍ର ଉକ୍ତ ହତ୍ୟାକାଣ୍ଡରେ ଫେରାର ଥିବା ଲକ୍ଷ୍ମୀଧରଙ୍କ ଅନ୍ୟ ଦୁଇ ଭାଇ ମଧ୍ୟ ଗିରଫ ହେବେ ବୋଲି ଏସଡିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଥାଉକି ଅକ୍ଟୋବର ୧୦ ତାରିଖ ଦିନ ପଙ୍କାଳ ଗ୍ରାମର ସୁବାସ ରାଉତରାୟଙ୍କ ତିନି ଭାଇ ସୁବାସ ଏବଂ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେବେଠାରୁ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟର ପୁନଃ ପ୍ରଚଳନ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା କୃଷି ଓ କୃଷକ କଲ୍ୟାଣ ବିଭାଗ ତରଫରୁ ୧୦ ନଭେମ୍ବର ଠାରୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଛି। ପୁଷ୍ଟିସାର ଫସଲର ଗୁରୁତ୍ୱକୁ ଉପଲବ୍ଧି କରି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଆମେ ଏହି ମାଣ୍ଡିଆ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବ୍ଲକ ସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। କଳାହାଣ୍ଡି ଵିଶ୍ଵ ବିଦ୍ୟାଳୟରେ ମଧ୍ୟ ଏକ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ର ଆୟୋଜନ କରାଯାଇଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ର କୁଳପତି, ଡ଼ଃ ସଂଜୟ ଶତପଥି, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଡ଼ଃ ଅମିତାଭ ପଣ୍ଡା, ଜିଲ୍ଲା…

