ନୂଆଦିଲ୍ଲୀ: ଗୁରୁବାର ଦିନ ବ୍ରହ୍ମସ୍ପତି ଦେବ, ଶ୍ରୀ ହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଲୋକମାନେ ପୂର୍ଣ୍ଣ ରୀତିନୀତି ସହିତ ଏହି ଦେବତାମାନଙ୍କୁ ପୂଜା କରନ୍ତି। ଯଦି ଗୁରୁ ଶକ୍ତିଶାଳୀ, ତେବେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି କରେ। ସମସ୍ତ କାର୍ଯ୍ୟ ସଫଳ ହୁଏ ଏବଂ ଆର୍ଥିକ ଅବସ୍ଥା ଅଧିକ ଶକ୍ତିଶାଳୀ ହୁଏ। ଅନ୍ୟପକ୍ଷରେ, ଯଦି ଗୁରୁ ଦୁର୍ବଳ, ତେବେ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ବିଫଳ ହୁଏ ଏବଂ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ରହିଥାଏ। ଯଦି ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜେ ଏବଂ ଅର୍ଥ ସମସ୍ୟା ରହିଥାଏ, ତେବେ ଗୁରୁବାର ଦିନ କିଛି ବିଶେଷ ପଦକ୍ଷେପ ଗ୍ରହଣ କଲେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ୧- ଗୁରୁବାର ସକାଳେ ସ୍ନାନ କରିବା ପରେ ବୃହସ୍ପତି ଦେବଙ୍କୁ ପୂଜା କରନ୍ତୁ। ଏହା ପରେ ତୁଳସିର ଏକ ପୁଷ୍ପମାଳରେ ଓମ୍ ବୃହସ୍ପତେ ନମଃ ମନ୍ତ୍ର ଜପ କରନ୍ତୁ।…
Author: Samikhsya Bureau
ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ସ୍ୱାସ୍ଥ୍ୟ ପ୍ରତି…
ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଖୋରଧା ଦୁର୍ନୀତି ନିବାରଣ ଶାଖା ମିଳିତ ଆନୁକୂଲ୍ୟରେ ଚଳିତବର୍ଷର ବିଷୟ ବସ୍ତୁ “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ” ଶୀର୍ଷକ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ନୀତିର ମୂଳୋତ୍ପାଟନ ନିମମ୍ତେ ସମାଜର ସବୁସ୍ତରରୁ ପ୍ରୟାସ ଆରମ୍ଭ ହେବା ଆବଶ୍ୟକତା ବୋଲି କହିଥିଲେ। ସାଧୁତା ବଜାୟ ରଖିବା ପ୍ରାରମ୍ଭିକ ଭାବେ କଷ୍ଟସାଧ୍ୟ ହେଲେ ମଧ୍ୟ ଭବିଷ୍ୟତ ଉପରେ ଏହାର ସୁପ୍ରଭାବ ରହିଥିବା ଜିଲ୍ଲାପାଳ କହିଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୁର୍ନୀତି ନିବାରଣ ଭୁବନେଶ୍ବର ଖଣ୍ତ ଆରକ୍ଷୀ ଅଧିକ୍ଷକ ଅନୁପମା ଜେମସ୍ ଦୁର୍ନୀତି ନିବାରଣ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଦୁର୍ନୀତିଖୋର ବ୍ୟକ୍ତି ଯେତେ ଚାଲାକ ହେଲେ ମଧ୍ୟ ଦୁର୍ନୀତି ନିବାରଣ ବିଭାଗ ଠାରୁ ବର୍ତ୍ତି ପାରିବ ନାହିଁ…
ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ପରାଜୟ ଭୟରେ ବିଜେପି ଅନେକ ବେଆଇନ୍ ପଦକ୍ଷେପ ଗ୍ରହଣ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଆସନ୍ତାକାଲି ଭୋଟ ଗ୍ରହଣ ପୂର୍ବରୁ ଓ ମତଦାନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏଭଳି କିଛି ଯୋଜନା ପ୍ରସ୍ତୁତ କରିଛି ବିଜେପି। ଏ ସଂପର୍କିତ ଏକ ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାଖଲ କରିଛି। ଏଥିରେ ଅସୁରାଳି ଗ୍ରାମପଞ୍ଚାୟତର ସରପଞ୍ଜ ମିନତୀ ସାହୁ ଓ ତାଙ୍କ ସହଯୋଗୀଙ୍କ ସହିତ ବିଜେପି ଚିହ୍ନ ପଦ୍ମଫୁଲ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ପ୍ରମାଣ ରହିଛି। ନିର୍ବାଚନ ପ୍ରଚାର ଶେଷ ହୋଇଯାଇଥିବା ବେଳେ ବିଜେପିର ଏଭଳି ପ୍ରୟାସ କମିଶନଙ୍କ ଗାଇଡଲାଇନର ଖୋଲାଖୋଲି ଉଲଙ୍ଘନ ଓ ଏହା ବେଆଇନ୍। ଏହାସହିତ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ଶହେ ମିଟର ଲମ୍ବା ଫଟୋ ସବୁ ପୋଲିଂ ବୁଥ ଆଗରେ ଲଗାଇବାକୁ ଯୋଜନା କରିଥିବା ବିଜେଡି ଅଭିଯୋଗ କରିଛି।…
ଭୁବନେଶ୍ୱର: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ରାଜଧାନୀ ସମେତ ବଡ଼ ବଡ଼ ମହାନଗର ନିଗମ ଅଂଚଳର ବିକାଶ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍ ସହରାଞ୍ଚଳ ବିକାଶ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ରାଜ୍ୟର ଦୃଢ଼ ବର୍ଦ୍ଧିଷ୍ଣୁ ପ୍ରମୁଖ ସହର ସହର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ସୁଗମ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବଡ଼ ବଡ଼ ସହର ଗୁଡ଼ିକରେ ବିଭିନ୍ନ ପ୍ରକାର ନିଯୁକ୍ତି…
ଭୁବନେଶ୍ବର: ଆମେ ସମସ୍ତେ ଆମର ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ । ଓଡିଶାର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ପାଇଁ ର୍ସବାଧିକ ଗୁରୁତ୍ୱ ଦିଆଯିବାକୁ ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏ ସଂର୍ପକରେ ସେ ବିଭାଗୀୟ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦଶେ ଓ ପରାର୍ମଶଦେଇଛନ୍ତି ।ଆଜି ପୂର୍ବାହ୍ଣରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସାହୁ କାର୍ଯ୍ୟାଳୟରେ ପହଁଚିବା ପରେ ବିଭାଗର ନିର୍ଦ୍ଦଶେକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଯୋଗଦେଇ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ। ପରେ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭାଗର ବିଭିନ୍ନ…
ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଓଡ଼ିଶା ଆଗମନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି ଭବନରୁ ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଭିତ୍ତିରେ ଗସ୍ତ କରିବାକୁ ଥିବା ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ତୃଟି-ଶୂନ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୋଲିସ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଇଥାନଲ ଦର ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଆଖୁର ବିଭିନ୍ନ କଞ୍ଚାମାଲରୁ ଇଥାନଲ ପ୍ରସ୍ତୁତ ହୋଇଥାଏ। ୧ ଡିସେମ୍ବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ପଡ଼ୁଥିବା ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୨୨-୨୩ ସମୟରେ ଆଗାମୀ ୨୦୨୨-୨୩ ଚିନି ଋତୁ ପାଇଁ ଇବିପି କାର୍ଯ୍ୟକ୍ରମ ଅଧୀନରେ ଏହି ଦରବୃଦ୍ଧି କରାଯାଇଛି। ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣ କମ୍ପାନୀ (ଓଏମସି) ଦ୍ବାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ୧- ସି ହେଭୀ ମୋଲାସେସ (ତରଳ) ମାର୍ଗରେ ଉତ୍ପନ୍ନ ହେଉଥିବା ଇଥାନଲ ଦର ଲିଟର ପିଛା ୪୯.୪୧ ଟଙ୍କାରୁ ଲିଟର ପିଛା ୪୬.୬୬ ଟଙ୍କାକୁ ବୃଦ୍ଧି କରାଯାଇଛି। ୨- ବି ହେଭି ମୋଲାସେସ ମାର୍ଗରେ ଉତ୍ପନ୍ନ ଇଥାନଲ ଦର ଲିଟର ପିଛା ୫୯.୦୮ ଟଙ୍କାରୁ ଲିଟର ପିଛା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ ମଞ୍ଜୁରି ମିଳିଛି। ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ। ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ। ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଆର୍ଥିକ ବ୍ୟୟବରାଦ: ୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍ ୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏଥିରେ ଫ୍ରିଟ୍ ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି। ଲାଭ: କ୍ୟାବିନେଟଙ୍କର ଏହି ନିଷ୍ପତ୍ତି…
ଭୁବନେଶ୍ବର: ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ “ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଯାଇଅଛି ଯେଉଁଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଆଇଏଏସ୍ (ଅବସରପ୍ରାପ୍ତ) ଯୋଗଦେଇ କହିଛନ୍ତି ଯେ ଆମର ଦୈନନ୍ଦିନ ଜୀବନରେ ଅଖଣ୍ଡତା ଏବଂ ସଚ୍ଚୋଟତାର ଗୁରୁତ୍ୱାରୋପ କରାଯିବ ଦରକାର। ସେ ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତାର ସଂଜ୍ଞା, କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରଭାବ ଏବଂ ଆମର ଦୈନନ୍ଦିନ ଜୀବନରେ ଏହାକୁ କିପରି ଅନୁସରଣ କରାଯିବ ସେ ବିଷୟରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କାର୍ଯ୍ୟ ପରିବେଶରେ ଅଖଣ୍ଡତା ସହ ଆତ୍ମନିର୍ଭରଶୀଳ ହେବା ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ରେଳପଥର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମର୍ଟ ହେଲ୍ଥ କାର୍ଡ ଯୋଗାଇ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀ ମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ଏବଂ ମହିଳା ହିତାଧିକାରୀଙ୍କ…
ଭୁବନେଶ୍ୱର: କ୍ରୀଡା ଓ କ୍ରୀଡାବିତ୍ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ। ଏହି ଅବସରରେ ପିରିଓଡାଇଜେସନ ଓ ପ୍ଲାନିଂ ଟ୍ରେନିଂର କର୍ମଶାଳାର ଆୟୋଜନ କରାଯାଇଛି। ବୁଧବାର ଏହି କର୍ମଶାଳାର ଶୁଭାରମ୍ଭ ହୋଇଛି। ଏହି କର୍ମଶାଳାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କୋଚମାନଙ୍କୁ କିଭଳି କୋଚିଂ ଓ ଟ୍ରେନିଂ ଦିଆଯିବ ସେ ନେଇ ମାଲେସିଆର ଏହି ପ୍ରଖାତ ଟ୍ରେନର ଆଲୋକପାତ କରିଛନ୍ତି। ଗ୍ରାସ ରୁଟର ଖେଳାଳିଙ୍କୁ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରାଯାଇପାରିବ ଓ ବିନା ଚାପରେ ଖେଳାଳି କିଭଳି ନିଜକୁ ଖାପଖୁଆଇ ପାରିବେ ସେ ନେଇ ଟ୍ରେନିଂ ଦେବେ ଲାଓ ଚିନ୍ ମେଙ୍ଗ। ଉଦ୍ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ…
ଭୁବନେଶ୍ବର: ଆସନ୍ତାକାଲି ହେବ ଧାମନଗର ଉପନିର୍ଭାଚନର ଭୋଟ ଗ୍ରହଣ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲିଠାରୁ ଭଦ୍ରକ କଲେକ୍ଟର କ୍ୟାମ୍ପସରୁ ଭଦ୍ରକ ଠାରେ ମତଦାନ ପାର୍ଟିଗୁଡିକ ସେମାନଙ୍କ ପୁଲିଂ ବୁଥକୁ ଯିବା ଆରମ୍ଭ କରିସାରିଛନ୍ତି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି। ଗତକାଲି ଗ୍ରାମୀଣ ତଥା ଦୂର ସ୍ଥାନଗୁଡିକରେ ଥିବା ପୁଲିଂ ପାର୍ଟି ବାହାରିଥିଲେ। ସହରୀ ମତଦାନ କେନ୍ଦ୍ର ସମ୍ବନ୍ଧୀୟ ମତଦାନ ଦଳ ଆଜି ପ୍ରେରଣ କରାଯାଇଛି। ପ୍ରତି ବୁଥରେ ୦୪ ଜଣ ପୁଂଲି ଅଧିକାରୀ ନିୟୋଜିତ ହୋଇଛନ୍ତି। ସମୁଦାୟ ୧୦୦୮ ମତଦାନ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରାୟ ୧୦୦ ମତଦାନ ଅଧିକାରୀ ବା ୨୫ ଟି ଟିମ ରିଜର୍ଭରେ ଅଛନ୍ତ। ମତଦାନ ଅଧିକାରୀମାନେ ଇଭିଏମ୍ ଏବଂ ଭିଭିପିଏଟ୍ ସମ୍ପୃକ୍ତ ବୁଥକୁ ପଠାଯିବା ପୂର୍ବରୁ ସେମାନେ ତୃତୀୟ ରାଉଣ୍ଡ ଏବଂ ଦ୍ୱିତୀୟ ରାଉଣ୍ଡ ରାଣ୍ଡୋମାଇଜେସନ୍ କରିଛନ୍ତି। ଗତକାଲି ସଂଧ୍ୟା ୬…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକ ରାଜ୍ୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନିବେଶକ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ (ନିବେଶ କର୍ଣ୍ଣାଟକ ୨୦୨୨) ର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଗତକାଲି କର୍ଣ୍ଣାଟକରେ ପାଳନ କରାଯାଇଥିବା ସେମାନଙ୍କର ରାଜ୍ୟୋତ୍ସବ ପାଇଁ ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , କର୍ଣ୍ଣାଟକ ରାଜ୍ୟ ହେଉଛି ପରମ୍ପରା ଏବଂ ପ୍ରଯୁକ୍ତି ବିଦ୍ୟା, ପ୍ରକୃତି ଏବଂ ସଂସ୍କୃତି, ଚମତ୍କାର ସ୍ଥାପତ୍ୟ ଏବଂ ଜୀବନ୍ତ ଷ୍ଟାର୍ଟ – ଅପ୍ ଗୁଡିକର ମିଶ୍ରଣ। ପ୍ରତିଭା କିମ୍ବା ପ୍ରଯୁକ୍ତି ବିଦ୍ୟାର କଥା ଯେତେବେଳେ ଉଠେ, ସେତେବେଳେ ‘ବ୍ରାଣ୍ଡ ବେଙ୍ଗାଲୁରୁ’ ମନକୁ ସର୍ବପ୍ରଥମେ ଆସେ। ଏହି ନାମ କେବଳ ଭାରତରେ ନୁହେଁ , ସମଗ୍ର ବିଶ୍ୱରେ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ। କର୍ଣ୍ଣାଟକରେ ନିବେଶକ ମାନଙ୍କ ବୈଠକର ଆୟୋଜନ ଉପରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ। କୋହଭରା କଣ୍ଟରେ ସେମାନେ କହିଲେ ଯେ, ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ। ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ, ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି…
ସୀତାରାମ ଅଗ୍ରୱାଲ ବାଣପୁର: ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିବସ ଥିଲା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବିଜୁଜନତା ଦଳର ମହିଳା ଏବଂ ପୁରୁଷ କର୍ମୀ ଏକ ବିଶାଳ ପଦଯାତ୍ରା କରିଥିଲେ। ପଦଯାତ୍ରାଟି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ହୋଇ ଐତିହାସିକ ପଲଟଣ ପଡିଆ ଠାରେ ସମାପ୍ତ ହୋଇଥିଲା। ଉକ୍ତ ପଦଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲାର ସୁସଂଗଠିକା ସ୍ଵାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ସଂଗଠକ ମନୋଜ ପ୍ରଧାନ, ମାନସ ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆଦି ଯୋଗ ଦେଇଥିଲେ।
ହୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି। ବିକେନ୍ଦ୍ରୀକରଣ ଓ…
ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରକୁ ମୁକ୍ତ କରିବା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛି। ଏହି ସୂଚନା ନିଜେ ଚିନାର କର୍ପସର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ ଏଡିଏସ୍ ଓଜଲା ପ୍ରଦାନ କରିଛନ୍ତି। ସେ ମଙ୍ଗଳବାର ଦିନ (ଅକ୍ଟୋବର ୨ ତାରିଖ) କହିଛନ୍ତି ଯେ, ପିଓକେ ଉପରେ ରାଜନାଥ ସିଂଙ୍କ ସଙ୍କେତ ପରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଲେଫ୍ଟନେଣ୍ଟ ଜେନେରାଲ ଏଡିଏସ୍ ଓଜଲା କହିଛନ୍ତି ଯେ, ‘ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଏବଂ ସରକାରଙ୍କ ନିର୍ଦ୍ଦେଶରେ କୌଣସି କାର୍ଯ୍ୟ ପାଇଁ ଆମେ ପ୍ରସ୍ତୁତ। ସୋମବାର ଦିନ (ଅକ୍ଟୋବର ୩୧) ଶ୍ରୀନଗରରେ ଚାଲିଥିବା ‘ଶୌର୍ଯ୍ୟ ଦିବସ’ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଆମେ ଉତ୍ତର ଦିଗକୁ ଚାଲିବା ଆରମ୍ଭ କରିଛୁ, ଆମର ଯାତ୍ରା ସମାପ୍ତ ହେବ, ଯେତେବେଳେ ଫେବୃଆରୀ ୨୨ ତାରିଖ ୧୯୯୪ରେ ଭାରତୀୟ ସଂସଦ ଦ୍ଵାରା ସର୍ବସମ୍ମତି…
ସ୍ୱାସ୍ଥ୍ୟ ଟିପ୍ସ: ହୃଦଘାତ ବିଷୟରେ ପ୍ରାୟତଃ କୁହାଯାଏ ଯେ ଏହା ସର୍ବଦା ହଠାତ୍ ଘଟେ। ଏଥି ସହିତ, ଡାକ୍ତର ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକାଂଶ ହୃଦଘାତରେ ହଠାତ୍ କିଛି ହୁଏ ନାହିଁ। ବରଂ, ହାର୍ଟ ଆଟାକ୍ ଲକ୍ଷଣର କିଛି ଦିନ ପୂର୍ବରୁ ଶରୀରରେ ଏପରି କିଛି ଲକ୍ଷଣ ଦେଖାଯାଏ, ଯାହାକୁ ଆମେ ଗମ୍ଭୀରତାର ସହ ନେଉନାହୁଁ। ଅଧିକାଂଶ ଲୋକ ଏହି ଛୋଟ ଲକ୍ଷଣକୁ ଅଣଦେଖା କରନ୍ତି। ଉଦାହରଣ ସ୍ୱରୂପ, ଅତ୍ୟଧିକ ଅମ୍ଳତା ରହିବା। ଖାଦ୍ୟ ହଜମ ଣହେବା। ହୃଦୟ ଜଳିବା, ପିଠିର ଗୋଟିଏ ପାର୍ଶ୍ୱରେ କ୍ରମାଗତ ଯନ୍ତ୍ରଣା, ଏହିପରି ଅନେକ ରୋଗର ସାମାନ୍ୟ ଲକ୍ଷଣ ହୋଇପାରେ ଏବଂ ଏହା ଆପଣଙ୍କ ଜୀବନ ନେଇପାରେ। ହୃଦଘାତର ଏକ ମାସ ପୂର୍ବରୁ ଶରୀରରେ ଏହିପରି ଲକ୍ଷଣ ଦେଖାଯାଏ: ଅନୁସନ୍ଧାନ ଅନୁଯାୟୀ, ନିଶ୍ୱାସ ପ୍ରଶ୍ୱାସ, ଦୁର୍ବଳତା, ରାତିରେ ଝାଳ ବୋହିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ସେହି ସମୟରେ,…
ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୨ ମ୍ୟାଚରେ ନେଦରଲ୍ୟାଣ୍ଡ ଜିମ୍ବାୱେକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ଜିମ୍ବାୱେ ବ୍ୟାଟିଂ କରି ୧୧୭ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ନେଦରଲ୍ୟାଣ୍ଡ ମାତ୍ର ୫ ୱିକେଟ୍ ହରାଇ ଟାର୍ଗେଟ ପୂରଣ କରିଥିଲା। ଏହି ପରାଜୟ ପରେ ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶା ମଧ୍ୟ ଶେଷ ହୋଇଯାଇଛି। ଜିମ୍ବାୱେ ଅଧିନାୟକ କ୍ରେଗ ଇରୱିନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଡିଲେଡ୍ ଓଭାଲରେ ଏହି ଗ୍ରାଉଣ୍ଡରେ ନେଦରଲ୍ୟାଣ୍ଡର ବୋଲରମାନେ ପାୱାରପ୍ଲେରେ ଶକ୍ତିଶାଳୀ ବୋଲିଂ କରି ଜିମ୍ବାୱେର ସର୍ବୋଚ୍ଚ ଅର୍ଡରକୁ ଆଉଟ କରିଥିଲେ। ପ୍ରଥମ ୬ ଓଭରରେ ଜିମ୍ବାୱେ ମାତ୍ର ୨୦ ରନ୍ କରିତିନୋଟି ୱିକେଟ୍ ହରାଇଥିଲା। ଏଠାରୁ ସିନ ୱିଲିୟମ୍ସ (୨୮) ଏବଂ ସିକନ୍ଦର ରଜା (୪୦) ଇନିଂସକୁ ଆଗକୁ ନେଇଥିଲେ। ତେବେ ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଜିମ୍ବାୱେ ବ୍ୟାଟ୍ସମ୍ୟାନ୍ ଡବଲ୍ ଫିଗରକୁ ଛୁଇଁ…

